Guru Granth Sahib Translation Project

guru granth sahib odia page-257

Page 257

ਤ੍ਰਾਸ ਮਿਟੈ ਜਮ ਪੰਥ ਕੀ ਜਾਸੁ ਬਸੈ ਮਨਿ ਨਾਉ ॥ ଯାହାର ହୃଦୟରେ ନାମ ନିବାସ କରିଥାଏ, ତାହାକୁ ମୃତ୍ୟୁର ମାର୍ଗ ଓ ଭୟ ସ୍ପର୍ଶ କରିପାରେ ନାହିଁ।
ਗਤਿ ਪਾਵਹਿ ਮਤਿ ਹੋਇ ਪ੍ਰਗਾਸ ਮਹਲੀ ਪਾਵਹਿ ਠਾਉ ॥ ସେ ମୋକ୍ଷ ପ୍ରାପ୍ତ କରିନିଏ ଆଉ ତାହାର ମତି ଉଜ୍ଜଳ ହୋଇଥାଏ ଆଉ ତାହାଙ୍କୁ ସ୍ବାମୀଙ୍କ ଆତ୍ମସ୍ଵରୂପରେ ନିବାସ ମିଳିଯାଏ।
ਤਾਹੂ ਸੰਗਿ ਨ ਧਨੁ ਚਲੈ ਗ੍ਰਿਹ ਜੋਬਨ ਨਹ ਰਾਜ ॥ ଅନ୍ତକାଳରେ ଜୀବ ସାଥିରେ ନା ଧନ, ନା ଘର, ନା ଯୌବନ, ନା ରାଜ୍ୟ ସାଥିରେ ଯାଇଥାଏ।
ਸੰਤਸੰਗਿ ਸਿਮਰਤ ਰਹਹੁ ਇਹੈ ਤੁਹਾਰੈ ਕਾਜ ॥ ହେ ଜୀବ! ସନଥଙ୍କ ସଙ୍ଗତିରେ ଈଶ୍ବରଙ୍କ ଭଜନ କର, କେବଳ ସେ ହିଁ ପରଲୋକରେ ତୋହର କାମରେ ଆସିବେ।
ਤਾਤਾ ਕਛੂ ਨ ਹੋਈ ਹੈ ਜਉ ਤਾਪ ਨਿਵਾਰੈ ਆਪ ॥ ଯେତେବେଳେ ଇଶ୍ଵର ନିଜେ ତୋର ପାପର ନିବାରଣ କରିବେ, ସେତେବେଳେ ନିଶ୍ଚିତରୁପରେ କୌଣସି ଜଳନ ହେବ ନାହିଁ।
ਪ੍ਰਤਿਪਾਲੈ ਨਾਨਕ ਹਮਹਿ ਆਪਹਿ ਮਾਈ ਬਾਪ ॥੩੨॥ ହେ ନାନକ! ଇଶ୍ଵର ସ୍ଵୟଂ ହିଁ ଆମର ପାଳନ ପୋଷଣ କରିଥାନ୍ତି, ସେ ଆମର ମାତା ଏବଂ ପିତା ଅଟନ୍ତି। ॥32॥
ਸਲੋਕੁ ॥ ଶ୍ଳୋକ॥
ਥਾਕੇ ਬਹੁ ਬਿਧਿ ਘਾਲਤੇ ਤ੍ਰਿਪਤਿ ਨ ਤ੍ਰਿਸਨਾ ਲਾਥ ॥ ସ୍ଵେଚ୍ଛାଚାରୀ ଜୀବ ଅନେକ ବିଧିରେ ପରିଶ୍ରମ କରି ଥକି ଯାଇଛି, ତାହାର ତୃପ୍ତି ହୋଇନାହିଁ ଆଉ ନା ତାହାର ତୃଷ୍ଣା ମେଣ୍ଟିଅଛି।
ਸੰਚਿ ਸੰਚਿ ਸਾਕਤ ਮੂਏ ਨਾਨਕ ਮਾਇਆ ਨ ਸਾਥ ॥੧॥ ହେ ନାନକ! ଶାକ୍ତ ଜୀବ ଧନ ସଞ୍ଚୟ କରି କରି ମରିଯାଇଥାଏ, ପରନ୍ତୁ, ଧନ-ଦୌଲତ ତାହାର ସାଥିରେ ଯାଏ ନାହିଁ। ॥1॥
ਪਉੜੀ ॥ ପଉଡି॥
ਥਥਾ ਥਿਰੁ ਕੋਊ ਨਹੀ ਕਾਇ ਪਸਾਰਹੁ ਪਾਵ ॥ ଥ – କୌଣସି ଜୀବ ସ୍ଥିର ନୁହେଁ, ତୁମେ କାହିଁକି ନିଜ ଚରଣ କାଢୁଛ?
ਅਨਿਕ ਬੰਚ ਬਲ ਛਲ ਕਰਹੁ ਮਾਇਆ ਏਕ ਉਪਾਵ ॥ କେବଳ ଧନର ପ୍ରୟାସ ପାଇଁ ତୁମେ ବହୁତ ଧୋକା ଏବଂ ଛଳ କପଟ କରିଛ।
ਥੈਲੀ ਸੰਚਹੁ ਸ੍ਰਮੁ ਕਰਹੁ ਥਾਕਿ ਪਰਹੁ ਗਾਵਾਰ ॥ ହେ ମୂର୍ଖ! ତୁମେ ଥଳି ଭରିବା ପାଇଁ ପରିସ୍ରାମ୍କ କରୁଅଛ ଆଉ ପୁଣି ଥକି ପଡିଯାଉଛ।
ਮਨ ਕੈ ਕਾਮਿ ਨ ਆਵਈ ਅੰਤੇ ਅਉਸਰ ਬਾਰ ॥ ଏହି ଅନ୍ତିମ ଅବସର ତୋର ଆତ୍ମାର କୌଣସି କାମରେ ଆସେ ନାହିଁ।
ਥਿਤਿ ਪਾਵਹੁ ਗੋਬਿਦ ਭਜਹੁ ਸੰਤਹ ਕੀ ਸਿਖ ਲੇਹੁ ॥ ଏଥିପାଇଁ ଗୋବିନ୍ଦଙ୍କ ଭଜନ କର ଏବଂ ସନ୍ଥଙ୍କ ଉପଦେଶ ଅନୁସରଣ କରି ତୋତେ ସ୍ଥିରତା ପ୍ରାପ୍ତ ହୋଇଯିବ।
ਪ੍ਰੀਤਿ ਕਰਹੁ ਸਦ ਏਕ ਸਿਉ ਇਆ ਸਾਚਾ ਅਸਨੇਹੁ ॥ ସର୍ବଦା ଏକ ଈଶ୍ବରଙ୍କ ସହିତ ପ୍ରେମ କର, ଏହା ତୋର ସଚ୍ଚା ପ୍ରେମ ଅଟେ।
ਕਾਰਨ ਕਰਨ ਕਰਾਵਨੋ ਸਭ ਬਿਧਿ ਏਕੈ ਹਾਥ ॥ ଇଶ୍ଵର ସବୁ କିଛି କରନ୍ତି ଏବଂ ଜୀବଙ୍କ ଦ୍ଵାରା କରାଇଥାନ୍ତି, ସମସ୍ତ ଯୁକ୍ତି କେବଳ ତାହାଙ୍କ ବଶରେ ଥାଏ।
ਜਿਤੁ ਜਿਤੁ ਲਾਵਹੁ ਤਿਤੁ ਤਿਤੁ ਲਗਹਿ ਨਾਨਕ ਜੰਤ ਅਨਾਥ ॥੩੩॥ ନାନକ କହନ୍ତି ଯେ ହେ ପ୍ରଭୁ! ଜୀବ ଅସହାୟ ଏବଂ ବିବଶ ହୋଇଥାଏ, କାରଣ ଜୀବଙ୍କୁ ତୁମେ ଯେଉଁଠି ଲଗାଅ, ସେ ସେଇଠି ହିଁ ଲାଗିଥାଏ ॥33॥
ਸਲੋਕੁ ॥ ଶ୍ଳୋକ॥
ਦਾਸਹ ਏਕੁ ਨਿਹਾਰਿਆ ਸਭੁ ਕਛੁ ਦੇਵਨਹਾਰ ॥ ତାହାଙ୍କ ଦାସ ଏକ ଈଶ୍ଵରଙ୍କୁ ଦେଖିଅଛି, ଯିଏ ସବୁକିଛି ଦିଅନ୍ତି।
ਸਾਸਿ ਸਾਸਿ ਸਿਮਰਤ ਰਹਹਿ ਨਾਨਕ ਦਰਸ ਅਧਾਰ ॥੧॥ ହେ ନାନକ! ସେ ପ୍ରତି ଶ୍ଵାସରେ ଈଶ୍ବରଙ୍କ ଚିନ୍ତନ କରିଥାଏ ଆଉ ତାହାଙ୍କ ଦର୍ଶନ ହିଁ ତାହାର ଜୀବନର ଆଧାର ଅଟେ ॥1॥
ਪਉੜੀ ॥ ପଉଡି॥
ਦਦਾ ਦਾਤਾ ਏਕੁ ਹੈ ਸਭ ਕਉ ਦੇਵਨਹਾਰ ॥ ଦ – ଏକ ପରମାତ୍ମା ହିଁ ସେହି ଦାତା ଅଟନ୍ତି ଯିଏ ସମସ୍ତ ଜୀବଙ୍କୁ ଭୋଜନ ପଦାର୍ଥ ଦେଇଥାନ୍ତି।
ਦੇਂਦੇ ਤੋਟਿ ਨ ਆਵਈ ਅਗਨਤ ਭਰੇ ਭੰਡਾਰ ॥ ଜୀବଙ୍କୁ ଦେବା ସମୟରେ ତାହାଙ୍କ ପାଖରେ କିଛି କମିଯାଏ ନାହିଁ, କାରଣ, ତାହାଙ୍କ ଅକ୍ଷୟ ଭଣ୍ଡାର ଭରପୁର ଅଛି।
ਦੈਨਹਾਰੁ ਸਦ ਜੀਵਨਹਾਰਾ ॥ ସେହି ଦେବା ବାଲା ସର୍ବଦା ଜୀବିତ ଅଛନ୍ତି।
ਮਨ ਮੂਰਖ ਕਿਉ ਤਾਹਿ ਬਿਸਾਰਾ ॥ ହେ ମୂର୍ଖ ମନ! ତୁ ଏହି ଦେବା ବାଲା ଦାତାଙ୍କୁ କାହିଁକି ଭୁଲୁଅଛୁ?
ਦੋਸੁ ਨਹੀ ਕਾਹੂ ਕਉ ਮੀਤਾ ॥ ହେ ମୋର ମିତ୍ର! ଏଥିରେ କାହାର ଦୋଷ ନାହିଁ।
ਮਾਇਆ ਮੋਹ ਬੰਧੁ ਪ੍ਰਭਿ ਕੀਤਾ ॥ କାରଣ, ମାୟା-ମୋହର ବନ୍ଧନ ଇଶ୍ଵର ହିଁ ରଚନା କରିଛନ୍ତି।
ਦਰਦ ਨਿਵਾਰਹਿ ਜਾ ਕੇ ਆਪੇ ॥ ହେ ନାନକ! ଯେଉଁ ଗୁରୁମୁଖୀଙ୍କ ଦୁଃଖ ସେ ସ୍ଵୟଂ ଦୂର କରିଦିଅନ୍ତି
ਨਾਨਕ ਤੇ ਤੇ ਗੁਰਮੁਖਿ ਧ੍ਰਾਪੇ ॥੩੪॥ ହେ ନାନକ! ସେହି ଗୁରୁମୁଖୀ ମାୟାଠାରୁ ମୁକ୍ତ ହୋଇଯାଏ, ସେ କୃତାର୍ଥ ହୋଇଯାଏ ॥34॥
ਸਲੋਕੁ ॥ ଶ୍ଳୋକ ॥
ਧਰ ਜੀਅਰੇ ਇਕ ਟੇਕ ਤੂ ਲਾਹਿ ਬਿਡਾਨੀ ਆਸ ॥ ହେ ମୋର ମନ! ତୁ ଏକ ଈଶ୍ବରଙ୍କ ସାହାରା ନିଅ ତଥା ଅନ୍ୟ କାହାର ଆଶା ତ୍ୟାଗ କର।
ਨਾਨਕ ਨਾਮੁ ਧਿਆਈਐ ਕਾਰਜੁ ਆਵੈ ਰਾਸਿ ॥੧॥ ହେ ନାନକ! ଭଗବାନଙ୍କ ନାମର ଧ୍ୟାନ କରିଲେ ସମସ୍ତ କାର୍ଯ୍ୟ ସଫଳ ହୋଇଯାଏ ॥1॥
ਪਉੜੀ ॥ ପଉଡି॥
ਧਧਾ ਧਾਵਤ ਤਉ ਮਿਟੈ ਸੰਤਸੰਗਿ ਹੋਇ ਬਾਸੁ ॥ ଧ- ଯଦି ସନ୍ଥ-ମହାପୁରୁଷଙ୍କ ସଙ୍ଗତିରେ ନିବାସ ହୋଇଯାଏ, ତାହାହେଲେ ମନର ପଥଭ୍ରଷ୍ଟତା ଦୂର ହୋଇଯାଏ।
ਧੁਰ ਤੇ ਕਿਰਪਾ ਕਰਹੁ ਆਪਿ ਤਉ ਹੋਇ ਮਨਹਿ ਪਰਗਾਸੁ ॥ ଯଦି ଇଶ୍ଵର ସ୍ଵୟଂ ଆଦିରୁ ହିଁ କୃପା କରିଥାନ୍ତି, ତାହାହେଲେ, ମନରେ ଜ୍ଞାନର ପ୍ରକାଶ ହୋଇଥାଏ।
ਧਨੁ ਸਾਚਾ ਤੇਊ ਸਚ ਸਾਹਾ ॥ ଯାହା ପାଖରେ ସଚ୍ଚା ନାମ-ଧନ ଥାଏ, ସେ ହିଁ ସଚ୍ଚା ସାହୁକାର ଅଟେ।
ਹਰਿ ਹਰਿ ਪੂੰਜੀ ਨਾਮ ਬਿਸਾਹਾ ॥ ହରି-ପରମେଶ୍ଵରଙ୍କ ନାମ ତାହାର ନାମ ଜୀବନ-ପୁଞ୍ଜି ହୋଇଥାଏ ଆଉ ସେ ତାହାଙ୍କ ନାମର ବ୍ୟାପାର କରୁଥାଏ ,
ਧੀਰਜੁ ਜਸੁ ਸੋਭਾ ਤਿਹ ਬਨਿਆ ॥ ସେହି ମନୁଷ୍ୟ ଧୈର୍ଯ୍ୟବାନ ହୋଇଥାଏ ଆଉ ତାହାକୁ ବଡ ଯଶ ଏବଂ ଶୋଭା ମିଳିଥାଏ।
ਹਰਿ ਹਰਿ ਨਾਮੁ ਸ੍ਰਵਨ ਜਿਹ ਸੁਨਿਆ ॥ ଯେଉଁ ମନୁଷ୍ୟ ନିଜ କାନରେ ହରି-ପରମେଶ୍ଵରଙ୍କ ନାମ ଶୁଣିଥାଏ,
ਗੁਰਮੁਖਿ ਜਿਹ ਘਟਿ ਰਹੇ ਸਮਾਈ ॥ ହେ ନାନକ! ଯେଉଁ ଗୁରୁମୁଖୀର ଅନ୍ତଃ ମନରେ ଭଗବାନଙ୍କ ନାମ ନିବାସ କରିଥାଏ,
ਨਾਨਕ ਤਿਹ ਜਨ ਮਿਲੀ ਵਡਾਈ ॥੩੫॥ ତାହାକୁ ହିଁ ଦୁନିଆରେ ଖ୍ୟାତି ପ୍ରାପ୍ତ ହୋଇଥାଏ ॥35॥
ਸਲੋਕੁ ॥ ଶ୍ଳୋକ॥
ਨਾਨਕ ਨਾਮੁ ਨਾਮੁ ਜਪੁ ਜਪਿਆ ਅੰਤਰਿ ਬਾਹਰਿ ਰੰਗਿ ॥ ହେ ନାନକ! ଯେଉଁ ବ୍ୟକ୍ତି ଭିତରେ ଏବଂ ବାହାରେ ଏକାଗ୍ରଚିତ୍ତ ହୋଇ ଈଶ୍ବରଙ୍କ ନାମର ଜପ କରିଥାଏ,
ਗੁਰਿ ਪੂਰੈ ਉਪਦੇਸਿਆ ਨਰਕੁ ਨਾਹਿ ਸਾਧਸੰਗਿ ॥੧॥ ପୂର୍ଣ୍ଣ ଗୁରୁଙ୍କ ଠାରୁ ଉପଦେଶ ପ୍ରାପ୍ତ କରିଥାଏ ଆଉ ସନ୍ଥଙ୍କ ସଭାରେ ସାମିଲ ହୋଇଥାଏ, ଏପରି ବ୍ୟକ୍ତି କେବେ ନର୍କକୁ ଯାଏ ନାହିଁ ॥1॥
ਪਉੜੀ ॥ ପଉଡି ॥
ਨੰਨਾ ਨਰਕਿ ਪਰਹਿ ਤੇ ਨਾਹੀ ॥ ନ – ସେ ନର୍କରେ ପଡେ ନାହିଁ,
ਜਾ ਕੈ ਮਨਿ ਤਨਿ ਨਾਮੁ ਬਸਾਹੀ ॥ ଯେଉଁ ବ୍ଯକ୍ତିର ମନ ଏବଂ ତନରେ ଭଗବାନଙ୍କ ନିବାସ କରିଥାଏ।
ਨਾਮੁ ਨਿਧਾਨੁ ਗੁਰਮੁਖਿ ਜੋ ਜਪਤੇ ॥ ଯେଉଁ ଗୁରୁମୁଖୀ ନାମ-ଭଣ୍ଡାରର ଭଜନ କରିଥାଏ,
ਬਿਖੁ ਮਾਇਆ ਮਹਿ ਨਾ ਓਇ ਖਪਤੇ ॥ ସେ ମାୟାର ବିଷରେ ନଷ୍ଟ ହୁଏନାହିଁ।
ਨੰਨਾਕਾਰੁ ਨ ਹੋਤਾ ਤਾ ਕਹੁ ॥ ତାହାର ଜୀବନ ମାର୍ଗରେ କୌଣସି ବାଧା ଆସେ ନାହିଁ,
ਨਾਮੁ ਮੰਤ੍ਰੁ ਗੁਰਿ ਦੀਨੋ ਜਾ ਕਹੁ ॥ ଯେଉଁ ଜିଜ୍ଞାସୁକୁ ଗୁରୁ ନାମ ମନ୍ତ୍ର ଦେଇଛନ୍ତି।


© 2017 SGGS ONLINE
Scroll to Top