Guru Granth Sahib Translation Project

guru granth sahib odia page-245

Page 245

ਗੁਰ ਆਗੈ ਕਰਉ ਬਿਨੰਤੀ ਜੇ ਗੁਰ ਭਾਵੈ ਜਿਉ ਮਿਲੈ ਤਿਵੈ ਮਿਲਾਈਐ ॥ ମୁଁ ଗୁରୁଙ୍କ ସମ୍ମୁଖରେ ବିନତି କରୁଅଛି ଯଦି ତାହାଙ୍କୁ ଭଲ ଲାଗେ, ଯେପରି ମଧ୍ୟ ସେ ମିଶାଇ ପାରିବେ, ମୋତେ ନିଜ ସାଥିରେ ମିଶାଇ ଦିଅ।
ਆਪੇ ਮੇਲਿ ਲਏ ਸੁਖਦਾਤਾ ਆਪਿ ਮਿਲਿਆ ਘਰਿ ਆਏ ॥ ସୁଖଦାତା ପ୍ରଭୁ ମୋତେ ନିଜ ସାଥିରେ ମିଶାଇଛନ୍ତି ଆଉ ସେ ସ୍ଵୟଂ ମୋର ହୃଦୟ ଘରକୁ ଆସି ମିଶାଇଛନ୍ତି।
ਨਾਨਕ ਕਾਮਣਿ ਸਦਾ ਸੁਹਾਗਣਿ ਨਾ ਪਿਰੁ ਮਰੈ ਨ ਜਾਏ ॥੪॥੨॥ ହେ ନାନକ! ଏପରି ଜୀବ-ସ୍ତ୍ରୀ ସବୁଦିନ ପାଇଁ ନିଜ ପତି-ପ୍ରଭୁଙ୍କ ସୌଭାଗ୍ୟବତୀ ଅଟନ୍ତି, ପ୍ରିୟତମ ପ୍ରଭୁ କେବେ ମରିନଥାନ୍ତି ଆଉ ନା ଅଲଗା ହୁଅନ୍ତି। ॥4॥2॥
ਗਉੜੀ ਮਹਲਾ ੩ ॥ ଗଉଡି ମହଲା 3 ॥
ਕਾਮਣਿ ਹਰਿ ਰਸਿ ਬੇਧੀ ਜੀਉ ਹਰਿ ਕੈ ਸਹਜਿ ਸੁਭਾਏ ॥ ଜୀବ-ସ୍ତ୍ରୀ ସ୍ଵାଭାବିକ ଭାବରେ ହରି ରସରେ ମଗ୍ନ ରହିଥାଏ।
ਮਨੁ ਮੋਹਨਿ ਮੋਹਿ ਲੀਆ ਜੀਉ ਦੁਬਿਧਾ ਸਹਜਿ ਸਮਾਏ ॥ ମନମୋହନ ପ୍ରଭୁ ତାହାକୁ ମୁଗ୍ଧ କରିଦେଇଛନ୍ତି ଆଉ ତାହାର ଦ୍ଵିଧା ସ୍ଵାଭାବିକ ଭାବରେ ହିଁ ନାଶ ହୋଇଯାଇଛି।
ਦੁਬਿਧਾ ਸਹਜਿ ਸਮਾਏ ਕਾਮਣਿ ਵਰੁ ਪਾਏ ਗੁਰਮਤੀ ਰੰਗੁ ਲਾਏ ॥ ଜୀବ-ସ୍ତ୍ରୀ ସ୍ଵାଭାବିକ ଭାବରେ ହିଁ ନିଜ ଦ୍ଵିଧା ନିବୃତ୍ତ କରି ଆଉ ନିଜ ପତି-ପ୍ରଭୁଙ୍କୁ ପ୍ରାପ୍ତ କରି ଗୁରୁଙ୍କ ଉପଦେଶ ଦ୍ଵାରା ଆନନ୍ଦ ପ୍ରାପ୍ତ କରିଥାଏ।
ਇਹੁ ਸਰੀਰੁ ਕੂੜਿ ਕੁਸਤਿ ਭਰਿਆ ਗਲ ਤਾਈ ਪਾਪ ਕਮਾਏ ॥ ଏହି ଶରୀରରେ ବେକ ପର୍ଯ୍ୟନ୍ତ ମିଥ୍ୟା ଏବଂ ଅସତ୍ୟ ଭରି ରହିଛି ଆଉ ପାପ କରି ଚାଲିଥାଏ।
ਗੁਰਮੁਖਿ ਭਗਤਿ ਜਿਤੁ ਸਹਜ ਧੁਨਿ ਉਪਜੈ ਬਿਨੁ ਭਗਤੀ ਮੈਲੁ ਨ ਜਾਏ ॥ ଗୁରୁଙ୍କ ମାଧ୍ଯମରୁ ଭକ୍ତି କରିଲେ ହିଁ ସ୍ଵାଭାବିକ ଧ୍ୱନି ଉତ୍ପନ୍ନ ହୋଇଥାଏ, ପ୍ରଭୁଙ୍କ ଭକ୍ତି ବିନା ବିକାରର ମଇଳା ଦୂର ହୁଏନାହିଁ।
ਨਾਨਕ ਕਾਮਣਿ ਪਿਰਹਿ ਪਿਆਰੀ ਵਿਚਹੁ ਆਪੁ ਗਵਾਏ ॥੧॥ ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ନିଜର ଅହଂକାରକୁ ନିଜ ହୃଦୟରୁ ବାହାର କରିଦେଇଛି, ସେ ନିଜ ପ୍ରିୟତମଙ୍କ ପ୍ରିୟା ହୋଇଯାଏ ॥1॥
ਕਾਮਣਿ ਪਿਰੁ ਪਾਇਆ ਜੀਉ ਗੁਰ ਕੈ ਭਾਇ ਪਿਆਰੇ ॥ ଗୁରୁଙ୍କ ପ୍ରୀତି ଏବଂ ପ୍ରେମ ଦ୍ଵାରା ପତ୍ନୀ ନିଜ ପ୍ରିୟତମ ସ୍ଵାମୀ ପ୍ରାପ୍ତ କରିଛି।
ਰੈਣਿ ਸੁਖਿ ਸੁਤੀ ਜੀਉ ਅੰਤਰਿ ਉਰਿ ਧਾਰੇ ॥ ଗୁରୁଙ୍କୁ ନିଜ ଅନ୍ତରାତ୍ମା ଏବଂ ହୃଦୟରେ ଲଗାଇଲେ ସେ ରାତିରେ ସୁଖରେ ଶୋଇଥାଏ।
ਅੰਤਰਿ ਉਰਿ ਧਾਰੇ ਮਿਲੀਐ ਪਿਆਰੇ ਅਨਦਿਨੁ ਦੁਖੁ ਨਿਵਾਰੇ ॥ ଗୁରୁଙ୍କୁ ନିଜ ଅନ୍ତରାତ୍ମା ଏବଂ ହୃଦୟରେ ରାତି ଦିନ ରଖିଲେ ସେ ପ୍ରିୟତମଙ୍କ ସହିତ ମିଶିଯାନ୍ତି ଆଉ ତାହାର ଦୁଃଖ ଦୂର ହୋଇଯାଏ।
ਅੰਤਰਿ ਮਹਲੁ ਪਿਰੁ ਰਾਵੇ ਕਾਮਣਿ ਗੁਰਮਤੀ ਵੀਚਾਰੇ ॥ ଗୁରୁଙ୍କ ଉପଦେଶର ଚିନ୍ତନ କରିଲେ ନିଜ ହୃଦୟ ମନ୍ଦିରରେ ଜୀବ-ସ୍ତ୍ରୀ ନିଜେ ପ୍ରଭୁଙ୍କ ପ୍ରେମ ପାଇଥାଏ।
ਅੰਮ੍ਰਿਤੁ ਨਾਮੁ ਪੀਆ ਦਿਨ ਰਾਤੀ ਦੁਬਿਧਾ ਮਾਰਿ ਨਿਵਾਰੇ ॥ ଦିନ ରାତି ସେ ନାମ ଅମୃତର ପାନ କରିଥାଏ ଆଉ ନିଜ ଦ୍ଵିଧାର ନାଶ କରିଥାଏ।
ਨਾਨਕ ਸਚਿ ਮਿਲੀ ਸੋਹਾਗਣਿ ਗੁਰ ਕੈ ਹੇਤਿ ਅਪਾਰੇ ॥੨॥ ହେ ନାନକ! ଗୁରୁଙ୍କ ଅନନ୍ତ ପ୍ରେମ ଦ୍ଵାରା ସୌଭାଗ୍ୟବତୀ ପତ୍ନୀ ନିଜ ସତ୍ୟସ୍ଵରୂପ ସ୍ଵାମୀକୁ ମିଳନ କରିଥାଏ ॥2॥
ਆਵਹੁ ਦਇਆ ਕਰੇ ਜੀਉ ਪ੍ਰੀਤਮ ਅਤਿ ਪਿਆਰੇ ॥ ହେ ମୋର ପ୍ରିୟତମ! ନିଜ ଦୟା କର ଆଉ ମୋତେ ନିଜ ଦର୍ଶନ ପ୍ରଦାନ କର।
ਕਾਮਣਿ ਬਿਨਉ ਕਰੇ ਜੀਉ ਸਚਿ ਸਬਦਿ ਸੀਗਾਰੇ ॥ ତାହାଙ୍କୁ ସତ୍ୟନାମ ଦ୍ଵାରା ସୁଶୋଭିତ କରିବା ପାଇଁ ପତ୍ନୀ (ଜୀବାତ୍ମା) ତୋତେ ପ୍ରାର୍ଥନା କରିଥାଏ।
ਸਚਿ ਸਬਦਿ ਸੀਗਾਰੇ ਹਉਮੈ ਮਾਰੇ ਗੁਰਮੁਖਿ ਕਾਰਜ ਸਵਾਰੇ ॥ ସତ୍ୟନାମ ସହିତ ଶୃଙ୍ଗାର ହୋଇଥିବା ଜୀବ-ସ୍ତ୍ରୀ ନିଜ ଅହଂକାରକୁ ଦୂର କରିଦିଏ ଆଉ ଗୁରୁଙ୍କ ମାଧ୍ୟମରୁ ତାହାର କାମ ସଫଳ ହୋଇଯାଏ।
ਜੁਗਿ ਜੁਗਿ ਏਕੋ ਸਚਾ ਸੋਈ ਬੂਝੈ ਗੁਰ ਬੀਚਾਰੇ ॥ ଯୁଗ ଯୁଗରେ ସେ ଏକ ପ୍ରଭୁ ହିଁ ସତ୍ୟ ଅଟନ୍ତି ଆଉ ଗୁରୁଙ୍କ ପ୍ରଦତ୍ତ ବିଚାର ଦ୍ଵାରା ସେ ଜଣାଯାଏ।
ਮਨਮੁਖਿ ਕਾਮਿ ਵਿਆਪੀ ਮੋਹਿ ਸੰਤਾਪੀ ਕਿਸੁ ਆਗੈ ਜਾਇ ਪੁਕਾਰੇ ॥ ସ୍ଵେଚ୍ଛାଚାରୀ ଜୀବ-ସ୍ତ୍ରୀ କାମବାସନାର ବିଳାସରେ ଲୀନ ଏବଂ ସାଂସାରିକ ମୋହରେ ପୀଡିତ ହୋଇଥାଏ, ସେ କାହା ସମ୍ମୁଖରେ ଯାଇ ବିନତି କରିବ?
ਨਾਨਕ ਮਨਮੁਖਿ ਥਾਉ ਨ ਪਾਏ ਬਿਨੁ ਗੁਰ ਅਤਿ ਪਿਆਰੇ ॥੩॥ ହେ ନାନକ! ପରମ ପ୍ରିୟ ଗୁରୁଙ୍କ ବିନା ସ୍ଵେଚ୍ଛାଚାରୀ ନାରୀକୁ କୌଣସି ସୁଖର ସ୍ଥାନ ମିଳେନାହିଁ ॥3॥
ਮੁੰਧ ਇਆਣੀ ਭੋਲੀ ਨਿਗੁਣੀਆ ਜੀਉ ਪਿਰੁ ਅਗਮ ਅਪਾਰਾ ॥ ଜୀବ-ସ୍ତ୍ରୀ ମୂର୍ଖ, ଭୋଲି, ଏବଂ ଗୁଣବିହୀନ ଅଟେ, ପତି-ପ୍ରଭୁ ଅଗମ୍ୟ ଏବଂ ଅନନ୍ତ ଅଟନ୍ତି।
ਆਪੇ ਮੇਲਿ ਮਿਲੀਐ ਜੀਉ ਆਪੇ ਬਖਸਣਹਾਰਾ ॥ ଇଶ୍ଵର ସ୍ଵୟଂ ହିଁ ନିଜ ମିଳନରେ ମିଶାଇ ଥାଆନ୍ତି ଆଉ ସ୍ଵୟଂ ହିଁ କ୍ଷମାଶୀଳ ଅଟନ୍ତି।
ਅਵਗਣ ਬਖਸਣਹਾਰਾ ਕਾਮਣਿ ਕੰਤੁ ਪਿਆਰਾ ਘਟਿ ਘਟਿ ਰਹਿਆ ਸਮਾਈ ॥ ଜୀବ-ସ୍ତ୍ରୀର ପ୍ରିୟତମ ପତି ଦୋଷକୁ କ୍ଷମା କରିଦିଅନ୍ତି ଆଉ ପ୍ରତି ସ୍ଥାନରେ ବିଦ୍ୟମାନ ଅଛନ୍ତି।
ਪ੍ਰੇਮ ਪ੍ਰੀਤਿ ਭਾਇ ਭਗਤੀ ਪਾਈਐ ਸਤਿਗੁਰਿ ਬੂਝ ਬੁਝਾਈ ॥ ଗୁରୁ ମୋତେ ଏହି ବୋଧ ବିଦିତ କରିଛନ୍ତି ଯେ ପ୍ରଭୁ ପ୍ରେମ, ପ୍ରୀତି ଏବଂ ଭକ୍ତି ଦ୍ଵାରା ପାଇହୁଏ।
ਸਦਾ ਅਨੰਦਿ ਰਹੈ ਦਿਨ ਰਾਤੀ ਅਨਦਿਨੁ ਰਹੈ ਲਿਵ ਲਾਈ ॥ ଯେଉଁ ଜୀବ-ସ୍ତ୍ରୀ ନିଜ ପତିଙ୍କ ସ୍ନେହରେ ରାତି ଦିନ ଲୀନ ରହିଥାଏ, ସେ ରାତି ଦିନ ପ୍ରସନ୍ନ ରହିଥାଏ।
ਨਾਨਕ ਸਹਜੇ ਹਰਿ ਵਰੁ ਪਾਇਆ ਸਾ ਧਨ ਨਉ ਨਿਧਿ ਪਾਈ ॥੪॥੩॥ ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ନାମର ନବ ଭଣ୍ଡାର (ନବନିଧି) ପ୍ରାପ୍ତ କରିଥାଏ, ସେ ସ୍ଵାଭାବିକ ଭାବରେ ଈଶ୍ଵରଙ୍କୁ ନିଜ ପତିଙ୍କ ପରି ପାଇଥାଏ ॥4॥3॥
ਗਉੜੀ ਮਹਲਾ ੩ ॥ ଗଉଡି ମହଲା 3 ॥
ਮਾਇਆ ਸਰੁ ਸਬਲੁ ਵਰਤੈ ਜੀਉ ਕਿਉ ਕਰਿ ਦੁਤਰੁ ਤਰਿਆ ਜਾਇ ॥ ମାୟାର ସାଗର ଅତ୍ୟଧିକ ହଲଚଲ କରିଥାଏ, ଭୟାନକ ଜଗତ ସାଗର କିପରି ପାର କରାଯାଇପାରିବ?
ਰਾਮ ਨਾਮੁ ਕਰਿ ਬੋਹਿਥਾ ਜੀਉ ਸਬਦੁ ਖੇਵਟੁ ਵਿਚਿ ਪਾਇ ॥ (ହେ ପ୍ରାଣୀ!) ଈଶ୍ବରଙ୍କ ନାମର ଜାହାଜ ବନାଅ ଆଉ ଗୁରୁଙ୍କ ଶବ୍ଦକୁ ନାବିକ ପରି ଏଥିରେ ରଖ।
ਸਬਦੁ ਖੇਵਟੁ ਵਿਚਿ ਪਾਏ ਹਰਿ ਆਪਿ ਲਘਾਏ ਇਨ ਬਿਧਿ ਦੁਤਰੁ ਤਰੀਐ ॥ ଯେତେବେଳେ ଗୁରୁଙ୍କ ଶବ୍ଦର ନାବିକ ସେଥିରେ ରଖାଯାଏ, ସେତେବେଳେ ଇଶ୍ଵର ସ୍ଵୟଂ ଭବସାଗରରୁ ପାର କରାଇ ଦିଅନ୍ତି, ଏହି ବିଧିରେ ଅଗମ୍ୟ ସାଗର ପାର କରାଯାଏ।
ਗੁਰਮੁਖਿ ਭਗਤਿ ਪਰਾਪਤਿ ਹੋਵੈ ਜੀਵਤਿਆ ਇਉ ਮਰੀਐ ॥ ଗୁରୁଙ୍କ ମାଧ୍ୟମରୁ ହିଁ ପ୍ରଭୁଙ୍କ ଭକ୍ତି ପ୍ରାପ୍ତ ହୋଇଥାଏ ଆଉ ଏହିପରି ମନୁଷ୍ୟ ଜୀବିତ ହିଁ ମୋହ-ମାୟା ଦ୍ଵାରା ମୃତ ରହିଥାଏ।
ਖਿਨ ਮਹਿ ਰਾਮ ਨਾਮਿ ਕਿਲਵਿਖ ਕਾਟੇ ਭਏ ਪਵਿਤੁ ਸਰੀਰਾ ॥ ରାମଙ୍କ ନାମ ତାହାର ପାପ ଏକ କ୍ଷଣରେ ହିଁ ଦୂର କରିଦିଏ ଆଉ ତାହାର ଶରୀର ପବିତ୍ର ହୋଇଯାଏ।
ਨਾਨਕ ਰਾਮ ਨਾਮਿ ਨਿਸਤਾਰਾ ਕੰਚਨ ਭਏ ਮਨੂਰਾ ॥੧॥ ହେ ନାନକ! ରାମଙ୍କ ନାମ ଦ୍ଵାରା ଉଦ୍ଧାର ହୋଇଯାଏ ଆଉ ମନ ଶୁଦ୍ଧ ହୋଇଯାଏ ॥1॥


© 2017 SGGS ONLINE
Scroll to Top