Guru Granth Sahib Translation Project

guru granth sahib odia page-207

Page 207

ਬਰਨਿ ਨ ਸਾਕਉ ਤੁਮਰੇ ਰੰਗਾ ਗੁਣ ਨਿਧਾਨ ਸੁਖਦਾਤੇ ॥ ହେ ଗୁଣର ଭଣ୍ଡାର! ହେ ସୁଖଦାତା! ମୁଁ ତୋର କୌତୁକ ବର୍ଣ୍ଣନା କରି ପାରୁନାହିଁ।
ਅਗਮ ਅਗੋਚਰ ਪ੍ਰਭ ਅਬਿਨਾਸੀ ਪੂਰੇ ਗੁਰ ਤੇ ਜਾਤੇ ॥੨॥ ଅଗମ୍ଯ, ଅଗୋଚର ଏବଂ ଅବିନାଶୀ ପ୍ରଭୁଙ୍କ ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ବୋଧ ପ୍ରାପ୍ତ ହୋଇଥାଏ ॥2॥
ਭ੍ਰਮੁ ਭਉ ਕਾਟਿ ਕੀਏ ਨਿਹਕੇਵਲ ਜਬ ਤੇ ਹਉਮੈ ਮਾਰੀ ॥ ଯେବେ ମୁଁ ନିଜ ଅହଂକାର ନିବୃତ୍ତ କରିଛି, ମୋର ଦ୍ଵିଧା ଏବଂ ଭୟ ନାଶ କରି ପ୍ରଭୁ ମୋତେ ପବିତ୍ର କରି ଦେଇଛନ୍ତି।
ਜਨਮ ਮਰਣ ਕੋ ਚੂਕੋ ਸਹਸਾ ਸਾਧਸੰਗਤਿ ਦਰਸਾਰੀ ॥੩॥ ହେ ଇଶ୍ଵର! ତୋର ଦର୍ଶନ ସତସଙ୍ଗରେ ଦେଖି ମୋର ଜନ୍ମ ଏବଂ ମୃତ୍ୟୁର ଚିନ୍ତା ଦୂର ହୋଇଯାଇଛି॥3॥
ਚਰਣ ਪਖਾਰਿ ਕਰਉ ਗੁਰ ਸੇਵਾ ਬਾਰਿ ਜਾਉ ਲਖ ਬਰੀਆ ॥ ମୁଁ ଗୁରୁଜୀଙ୍କ ଚରଣ ଧୋଇ ତାହାଙ୍କ ସେବା କରିଥାଏ ଆଉ ଲକ୍ଷେ ଥର ତାଙ୍କ ପାଖରେ ସମର୍ପିତ ଅଛି।
ਜਿਹ ਪ੍ਰਸਾਦਿ ਇਹੁ ਭਉਜਲੁ ਤਰਿਆ ਜਨ ਨਾਨਕ ਪ੍ਰਿਅ ਸੰਗਿ ਮਿਰੀਆ ॥੪॥੭॥੧੨੮॥ ହେ ନାନକ! ଯାହାର କୃପାରୁ ସେ ଏହି ଭୟାନକ ସଂସାର ସାଗର ପାର କରିଦେଇଛି ଆଉ ସେ ନିଜ ପ୍ରିୟତମ ପ୍ରଭୁଙ୍କ ଠାରେ ଲୀନ ହୋଇଯାଇଛି ॥4॥7॥128॥
ਗਉੜੀ ਮਹਲਾ ੫ ॥ ଗଉଡି ମହଲା 5 ॥
ਤੁਝ ਬਿਨੁ ਕਵਨੁ ਰੀਝਾਵੈ ਤੋਹੀ ॥ ਤੇਰੋ ਰੂਪੁ ਸਗਲ ਦੇਖਿ ਮੋਹੀ ॥੧॥ ਰਹਾਉ ॥ ହେ ପ୍ରଭୁ! ତୋ’ ବିନା ତୋତେ କିଏ ପ୍ରସନ୍ନ କରିପାରିବ? ତୋର ସୁନ୍ଦର ରୂପ ଦେଖି ପ୍ରତ୍ୟେକ ବ୍ୟକ୍ତି ମୁଗ୍ଧ ହୋଇଯାଏ ॥1॥ରୁହ॥
ਸੁਰਗ ਪਇਆਲ ਮਿਰਤ ਭੂਅ ਮੰਡਲ ਸਰਬ ਸਮਾਨੋ ਏਕੈ ਓਹੀ ॥ ସ୍ଵର୍ଗ, ପାତାଳ, ମୃତ୍ୟୁଲୋକ ଏବଂ ଭୂମଣ୍ଡଳରେ ସର୍ବତ୍ର ଏକ ଇଶ୍ଵର ହିଁ ରହିଛନ୍ତି।
ਸਿਵ ਸਿਵ ਕਰਤ ਸਗਲ ਕਰ ਜੋਰਹਿ ਸਰਬ ਮਇਆ ਠਾਕੁਰ ਤੇਰੀ ਦੋਹੀ ॥੧॥ ହେ ଦୟାଳୁ ପରମେଶ୍ଵର ! ସମସ୍ତ ପ୍ରାଣୀ ହାତ ଯୋଡି ‘ଶିବ, ଶିବ’ କହି ତୋର ନାମ ଉଚ୍ଚାରଣ କରୁଛନ୍ତି ଆଉ ତୋର ଦ୍ଵାରରେ ସହାୟତା ପାଇଁ ଡାକୁଛନ୍ତି ॥1॥
ਪਤਿਤ ਪਾਵਨ ਠਾਕੁਰ ਨਾਮੁ ਤੁਮਰਾ ਸੁਖਦਾਈ ਨਿਰਮਲ ਸੀਤਲੋਹੀ ॥ ହେ ଠାକୁର ଜୀ! ତୁମର ନାମ ପତିତପାବନ ଅଟେ, ତୁମେ ଜୀବଙ୍କୁ ସୁଖ ପ୍ରଦାନ କରୁଅଛ, ତୁମେ ବଡ ନିର୍ମଳ ଏବଂ ଶାନ୍ତ ଅଟ।
ਗਿਆਨ ਧਿਆਨ ਨਾਨਕ ਵਡਿਆਈ ਸੰਤ ਤੇਰੇ ਸਿਉ ਗਾਲ ਗਲੋਹੀ ॥੨॥੮॥੧੨੯॥ ନାନକ କହନ୍ତି ଯେ ହେ ପ୍ରଭୁ! ତୋର ସନ୍ଥଜନଙ୍କ ସାଥିରେ ଧାର୍ମିକ ବାର୍ତ୍ତା କରିଲେ ଜ୍ଞାନ, ଧ୍ୟାନ ଏବଂ ମାନ-ସମ୍ମାନ ମିଳିଥାଏ ॥2॥8॥121॥
ਗਉੜੀ ਮਹਲਾ ੫ ॥ ଗଉଡି ମହଲା 5 ॥
ਮਿਲਹੁ ਪਿਆਰੇ ਜੀਆ ॥ ହେ ମୋର ପ୍ରିୟତମ ପ୍ରଭୁ! ମୋତେ ମିଳନ କର।
ਪ੍ਰਭ ਕੀਆ ਤੁਮਾਰਾ ਥੀਆ ॥੧॥ ਰਹਾਉ ॥ ହେ ପ୍ରଭୁ!ଏହି ଦୁନିଆରେ ସବୁ କିଛି ତୋ ଦ୍ଵାରାହିଁ କ୍ରିୟାନ୍ଵିତ ate ॥1॥ରୁହ॥
ਅਨਿਕ ਜਨਮ ਬਹੁ ਜੋਨੀ ਭ੍ਰਮਿਆ ਬਹੁਰਿ ਬਹੁਰਿ ਦੁਖੁ ਪਾਇਆ ॥ ଅନେକ ଜନ୍ମରେ ଅଧିକ ଯୋନିରେ ବୁଲି ବାରମ୍ବାର କଷ୍ଟ ସହିଥାଏ।
ਤੁਮਰੀ ਕ੍ਰਿਪਾ ਤੇ ਮਾਨੁਖ ਦੇਹ ਪਾਈ ਹੈ ਦੇਹੁ ਦਰਸੁ ਹਰਿ ਰਾਇਆ ॥੧॥ ହେ ମୋର ହରି ପ୍ରଭୁ! ତୁମର କୃପାରୁ ଏବେ ମୋତେ ମାନବ ଶରୀର ପ୍ରାପ୍ତ ହୋଇଛି, ଏଣୁ, ଏବେ ମୋତେ ଦର୍ଶନ ଦିଅ ॥1॥
ਸੋਈ ਹੋਆ ਜੋ ਤਿਸੁ ਭਾਣਾ ਅਵਰੁ ਨ ਕਿਨ ਹੀ ਕੀਤਾ ॥ ଦୁନିଆରେ ତାହା ହିଁ ହୁଏ, ଯାହା ପ୍ରଭୁଙ୍କୁ ଭଲ ଲାଗିଥାଏ, ଈଶ୍ବରଙ୍କ ଇଚ୍ଛା ବିନା ଅନ୍ୟ କେହି କିଛି ମଧ୍ୟ କରିପାରିବେ ନାହିଁ।
ਤੁਮਰੈ ਭਾਣੈ ਭਰਮਿ ਮੋਹਿ ਮੋਹਿਆ ਜਾਗਤੁ ਨਾਹੀ ਸੂਤਾ ॥੨॥ ହେ ଠାକୁର! ତୋର ଇଚ୍ଛାରେ ମୋହର ଦ୍ଵିଧା ଏବଂ ମାୟାରେ ମୁଗ୍ଧ ହୋଇଥିବା ପ୍ରାଣୀ ନିଦ୍ରାମଗ୍ନ ରହିଥାଏ ଆଉ ଜାଗେ ନାହିଁ ॥2॥
ਬਿਨਉ ਸੁਨਹੁ ਤੁਮ ਪ੍ਰਾਨਪਤਿ ਪਿਆਰੇ ਕਿਰਪਾ ਨਿਧਿ ਦਇਆਲਾ ॥ ହେ ପ୍ରାଣପତି! ହେ ପ୍ରିୟବର! ହେ କୃପାର ଭଣ୍ଡାର! ହେ ଦୟାର ଘର! ତୁମେ ମୋର ଏକ ବିନତି ଶୁଣ,
ਰਾਖਿ ਲੇਹੁ ਪਿਤਾ ਪ੍ਰਭ ਮੇਰੇ ਅਨਾਥਹ ਕਰਿ ਪ੍ਰਤਿਪਾਲਾ ॥੩॥ ହେ ମୋର ପିତା ପ୍ରଭୁ! ମୋର ରକ୍ଷା କର ଆଉ ମୁଁ, ଅନାଥର ପାଳନ କର ॥3॥
ਜਿਸ ਨੋ ਤੁਮਹਿ ਦਿਖਾਇਓ ਦਰਸਨੁ ਸਾਧਸੰਗਤਿ ਕੈ ਪਾਛੈ ॥ ହେ ଇଶ୍ଵର! ଯେଉଁ ବ୍ୟକ୍ତିକୁ ତୁ ନିଜ ଦର୍ଶନ ଦେଇଛୁ, ସନ୍ଥଙ୍କ ସଙ୍ଗତିର ସାହାରା ହିଁ ଦେଇଛୁ।
ਕਰਿ ਕਿਰਪਾ ਧੂਰਿ ਦੇਹੁ ਸੰਤਨ ਕੀ ਸੁਖੁ ਨਾਨਕੁ ਇਹੁ ਬਾਛੈ ॥੪॥੯॥੧੩੦॥ ହେ ପ୍ରଭୁ! ନାନକ ତୋ’ ଠାରୁ ଏକ ହିଁ ସୁଖର କାମନା କରିଛନ୍ତି ଯେ ତାହାଙ୍କୁ କୃପା କରି ସନ୍ଥଙ୍କ ଚରଣ ଧୁଳି ହିଁ ପ୍ରଦାନ କର ॥4॥9॥130॥
ਗਉੜੀ ਮਹਲਾ ੫ ॥ ଗଉଡି ମହଲା 5 ॥
ਹਉ ਤਾ ਕੈ ਬਲਿਹਾਰੀ ॥ ମୁଁ ତାଙ୍କ ପାଖରେ ତନ ମନରେ ସମର୍ପିତ ଅଟେ,
ਜਾ ਕੈ ਕੇਵਲ ਨਾਮੁ ਅਧਾਰੀ ॥੧॥ ਰਹਾਉ ॥ ଯାହାର ଆଧାର କେବଳ ଈଶ୍ବରଙ୍କ ନାମ ଅଟେ ॥1॥ରୁହ॥
ਮਹਿਮਾ ਤਾ ਕੀ ਕੇਤਕ ਗਨੀਐ ਜਨ ਪਾਰਬ੍ਰਹਮ ਰੰਗਿ ਰਾਤੇ ॥ ମୁଁ ସେହି ସନ୍ଥଜନଙ୍କ ମହିମା କିପରି ଗଣନା କରିପାରିବି, ଯିଏ ସର୍ବଦା ପରଂବ୍ରହ୍ମଙ୍କ ପ୍ରେମ ରଙ୍ଗରେ ମଗ୍ନ ରହିଥାନ୍ତି।
ਸੂਖ ਸਹਜ ਆਨੰਦ ਤਿਨਾ ਸੰਗਿ ਉਨ ਸਮਸਰਿ ਅਵਰ ਨ ਦਾਤੇ ॥੧॥ ସ୍ଵାଭାବିକ ସୁଖ ଏବଂ ଆନନ୍ଦ ତାହାଙ୍କ ସଙ୍ଗତିରେ ରହିଲେ ହିଁ ମିଳିଥାଏ ଆଉ ତାହାଙ୍କ ସମାନ ଆଉ କେହି ଦାତା ନାହାନ୍ତି ॥1॥
ਜਗਤ ਉਧਾਰਣ ਸੇਈ ਆਏ ਜੋ ਜਨ ਦਰਸ ਪਿਆਸਾ ॥ ଯେଉଁ ସନ୍ଥଜନଙ୍କୁ ଭଗବାନଙ୍କ ଦର୍ଶନର ତୀବ୍ର ଲାଳସା ଲାଗିଥାଏ, ସେ ହିଁ ଜଗତକୁ ଉଦ୍ଧାର କରିବା ପାଇଁ ଆସିଛନ୍ତି।
ਉਨ ਕੀ ਸਰਣਿ ਪਰੈ ਸੋ ਤਰਿਆ ਸੰਤਸੰਗਿ ਪੂਰਨ ਆਸਾ ॥੨॥ ଯେଉଁ ପ୍ରାଣୀ ତାହାଙ୍କ ଶରଣରେ ଆସିଛି, ଏହି ସଂସାରରେ ତାହାର କଲ୍ୟାଣ ହୋଇଥାଏ, ସନ୍ଥଙ୍କ ସଙ୍ଗତିରେ ରହିଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯାଏ ॥2॥
ਤਾ ਕੈ ਚਰਣਿ ਪਰਉ ਤਾ ਜੀਵਾ ਜਨ ਕੈ ਸੰਗਿ ਨਿਹਾਲਾ ॥ ଯଦି ମୁଁ ତାହାଙ୍କ ଚରଣ ସ୍ପର୍ଶ କରେ, ତାହାହେଲେ ହିଁ ମୁଁ ଜୀବିତ ରହିଥାଏ, ପ୍ରଭୁଙ୍କ ଭକ୍ତଙ୍କ ସଙ୍ଗତିରେ ମୁଁ ସର୍ବଦା ପ୍ରସନ୍ନ ରହିଥାଏ।
ਭਗਤਨ ਕੀ ਰੇਣੁ ਹੋਇ ਮਨੁ ਮੇਰਾ ਹੋਹੁ ਪ੍ਰਭੂ ਕਿਰਪਾਲਾ ॥੩॥ ହେ ପ୍ରଭୁ ! ମୋ’ ପ୍ରତି ଦୟାଳୁ ହୁଅ, କାରଣ ମୋର ମନ ତୋର ଭକ୍ତଙ୍କ ଚରଣ ଧୁଳି ହୋଇଯାଉ ॥3॥
ਰਾਜੁ ਜੋਬਨੁ ਅਵਧ ਜੋ ਦੀਸੈ ਸਭੁ ਕਿਛੁ ਜੁਗ ਮਹਿ ਘਾਟਿਆ ॥ ନଶ୍ଵର ସଂସାରରେ ଶାସନ, ଯୌବନ ଏବଂ ଆୟୁ ଯାହା କିଛି ଦେଖାଯାଏ, ତାହା ସବୁ ନ୍ୟୁନ ହୋଇ ହୋଇ ଯାଏ।
ਨਾਮੁ ਨਿਧਾਨੁ ਸਦ ਨਵਤਨੁ ਨਿਰਮਲੁ ਇਹੁ ਨਾਨਕ ਹਰਿ ਧਨੁ ਖਾਟਿਆ ॥੪॥੧੦॥੧੩੧॥ ଈଶ୍ବରଙ୍କ ନାମର ଭଣ୍ଡାର ସର୍ବଦା ହିଁ ନବୀନ ଏବଂ ନିର୍ମଳ ଅଟେ, ନାନକ ତ ଏହି ହରିନାମ ରୂପୀ ଧନ ଅର୍ଜନ କରିଛନ୍ତି ॥4॥10॥131॥
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/