Page 197
ਸਗਲ ਦੂਖ ਕਾ ਹੋਇਆ ਨਾਸੁ ॥੨॥
ସବୁ ଦୁଃଖ କ୍ଲେଶ ନଷ୍ଟ ହୋଇଯାଏ ॥2॥
ਆਸਾ ਮਾਣੁ ਤਾਣੁ ਧਨੁ ਏਕ ॥
ଏକ ଇଶ୍ଵର ହିଁ ମୋ’ ଆଶା, ପ୍ରତିଷ୍ଠା, ବଳ ଏବଂ ଧନ ଅଟେ।
ਸਾਚੇ ਸਾਹ ਕੀ ਮਨ ਮਹਿ ਟੇਕ ॥੩॥
ମୋର ହୃଦୟରେ ସଚ୍ଚା ସାହୁକାରର ହିଁ ସାହାରା ଅଛି ॥3॥
ਮਹਾ ਗਰੀਬ ਜਨ ਸਾਧ ਅਨਾਥ ॥
ହେ ନାନକ! ପରମାତ୍ମାଙ୍କ ସନ୍ଥଙ୍କ ମୁଁ ଏକ ମହା ନିର୍ଦ୍ଧନ ଏବଂ ଅନାଥ ସେବକ ଅଟୁ।
ਨਾਨਕ ਪ੍ਰਭਿ ਰਾਖੇ ਦੇ ਹਾਥ ॥੪॥੮੫॥੧੫੪॥
ପରନ୍ତୁ, ଇଶ୍ଵର ନିଜ ହାତ ଦେଇ ମୋର ରକ୍ଷା କରିଛନ୍ତି॥4॥85॥154॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਹਰਿ ਹਰਿ ਨਾਮਿ ਮਜਨੁ ਕਰਿ ਸੂਚੇ ॥
ହରି-ପରମେଶ୍ଵରଙ୍କ ନାମ(ତୀର୍ଥ)ରେ ସ୍ନାନ କରି ପବିତ୍ର ହୋଇଯାଇଛି।
ਕੋਟਿ ਗ੍ਰਹਣ ਪੁੰਨ ਫਲ ਮੂਚੇ ॥੧॥ ਰਹਾਉ ॥
ନାମ(ତୀର୍ଥ)ରେ ସ୍ନାନ କରି କୋଟି କୋଟି ଗ୍ରହଣ ସମୟରେ କରିଥିବା ଦାନ ପୂଣ୍ୟ ଠାରୁ ମଧ୍ୟ ଅଧିକ ଫଳ ପ୍ରାପ୍ତ ହୋଇଥାଏ ॥1॥ରୁହ॥
ਹਰਿ ਕੇ ਚਰਣ ਰਿਦੇ ਮਹਿ ਬਸੇ ॥
ଯଦି ଭଗବାନଙ୍କ ସୁନ୍ଦର ଚରଣ ହୃଦୟରେ ନିବାସ କରିଯାଏ, ତାହାହେଲେ
ਜਨਮ ਜਨਮ ਕੇ ਕਿਲਵਿਖ ਨਸੇ ॥੧॥
ଜନ୍ମ-ଜନ୍ମାନ୍ତରର ପାପ ନାଶ ହୋଇଯାଏ ॥1॥
ਸਾਧਸੰਗਿ ਕੀਰਤਨ ਫਲੁ ਪਾਇਆ ॥
ସତସଙ୍ଗରେ ଈଶ୍ବରଙ୍କ ଭଜନ ଗାନ କରିବାର ଫଳ ମୋତେ ମିଳିଯାଇଛି ।
ਜਮ ਕਾ ਮਾਰਗੁ ਦ੍ਰਿਸਟਿ ਨ ਆਇਆ ॥੨॥
ଆଉ ଏଥିପାଇଁ, ମୃତ୍ୟୁର ମାର୍ଗ ଦୃଷ୍ଟିଗୋଚର ହୁଏନାହିଁ ॥2॥
ਮਨ ਬਚ ਕ੍ਰਮ ਗੋਵਿੰਦ ਅਧਾਰੁ ॥
ଯେଉଁ ବ୍ୟକ୍ତି ନିଜ ମନ, ବଚନ ଏବଂ କର୍ମର ଆଧାର ଗୋବିନ୍ଦଙ୍କ ନାମରେ ବନାଇଛି,
ਤਾ ਤੇ ਛੁਟਿਓ ਬਿਖੁ ਸੰਸਾਰੁ ॥੩॥
ସେ ବିଷାକ୍ତ ଭବସାଗରରୁ ପାର ହୋଇଯାଏ ॥3॥
ਕਰਿ ਕਿਰਪਾ ਪ੍ਰਭਿ ਕੀਨੋ ਅਪਨਾ ॥
ହେ ନାନକ! ଭଗବାନ ଯେଉଁ ବ୍ୟକ୍ତିକୁ ନିଜେ କୃପା କରି ନିଜର ବନାଇଛନ୍ତି,
ਨਾਨਕ ਜਾਪੁ ਜਪੇ ਹਰਿ ਜਪਨਾ ॥੪॥੮੬॥੧੫੫॥
ସେ ସଦା ପ୍ରଭୁଙ୍କ୍ମ ଜପ ଜପିଥାଏ ଆଉ ପ୍ରଭୁଙ୍କ ଭଜନ କରିଥାଏ ॥4॥86॥155॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਪਉ ਸਰਣਾਈ ਜਿਨਿ ਹਰਿ ਜਾਤੇ ॥
ହେ ଜୀବ! ଯିଏ ଭଗବାନଙ୍କୁ ବୁଝିପାରିଛି, ତାହାର ଶରଣ ପଡ।
ਮਨੁ ਤਨੁ ਸੀਤਲੁ ਚਰਣ ਹਰਿ ਰਾਤੇ ॥੧॥
ଭଗବାନଙ୍କ ଚରଣରେ ମଗ୍ନ ହେଲେ ମନ ଏବଂ ତନ ଶୀତଳ ହୋଇଯାଏ ॥1॥
ਭੈ ਭੰਜਨ ਪ੍ਰਭ ਮਨਿ ਨ ਬਸਾਹੀ ॥
ଯେଉଁ ବ୍ୟକ୍ତି ଭୟାନସ୍କ ପ୍ରଭୁଙ୍କୁ ନିଜ ମନରେ ବସାଏ ନାହିଁ,
ਡਰਪਤ ਡਰਪਤ ਜਨਮ ਬਹੁਤੁ ਜਾਹੀ ॥੧॥ ਰਹਾਉ ॥
ତାହାର ଅନେକ ଜନ୍ମ ଏହି ଆତଙ୍କ-ଭୟରେ କମ୍ପିତ ହୋଇ ବିତିଯାଏ ॥1॥ରୁହ॥
ਜਾ ਕੈ ਰਿਦੈ ਬਸਿਓ ਹਰਿ ਨਾਮ ॥
ଯାହାର ହୃଦୟରେ ପ୍ରଭୁଙ୍କ ନାମ ନିବାସ କରିଥାଏ,
ਸਗਲ ਮਨੋਰਥ ਤਾ ਕੇ ਪੂਰਨ ਕਾਮ ॥੨॥
ତାହାର ସବୁ ମନୋକମନା ଏବଂ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ ॥2॥
ਜਨਮੁ ਜਰਾ ਮਿਰਤੁ ਜਿਸੁ ਵਾਸਿ ॥
ଯାହାର ବଶରେ ଜନ୍ମ, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ ଅଛି
ਸੋ ਸਮਰਥੁ ਸਿਮਰਿ ਸਾਸਿ ਗਿਰਾਸਿ ॥੩॥
ସେହି ସର୍ବଶକ୍ତିମାନ ପ୍ରଭୁଙ୍କୁ ନିଜର ପ୍ରତି ଶ୍ଵାସ ଏବଂ ଗ୍ରାସରେ ସ୍ମରଣ କରିବା ଉଚିତ ॥3॥
ਮੀਤੁ ਸਾਜਨੁ ਸਖਾ ਪ੍ਰਭੁ ਏਕ ॥
ହେ ନାନକ! ଏକ ଇଶ୍ଵର ହିଁ ଆମର ମିତ୍ର, ବନ୍ଧୁ ଏବଂ ସାଥି ଅଟନ୍ତି।
ਨਾਮੁ ਸੁਆਮੀ ਕਾ ਨਾਨਕ ਟੇਕ ॥੪॥੮੭॥੧੫੬॥
ଜଗତର ସ୍ଵାମୀ ପ୍ରଭୁଙ୍କ ନାମ ହିଁ ତାହାର ଏକମାତ୍ର ସାହାରା ଅଟନ୍ତି ॥4॥87॥156॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਬਾਹਰਿ ਰਾਖਿਓ ਰਿਦੈ ਸਮਾਲਿ ॥
ସନ୍ଥଜନ ସଂସାରର କାର୍ଯ୍ୟ କରୁଥିବା ବେଳେ ଗୋବିନ୍ଦଙ୍କୁ ନିଜ ମନରେ ବସାଇ ରଖିଥାନ୍ତି।
ਘਰਿ ਆਏ ਗੋਵਿੰਦੁ ਲੈ ਨਾਲਿ ॥੧॥
ଘରକୁ ଫେରିବା ବେଳେ ସେମାନେ ତାହାଙ୍କୁ ସାଥିରେ ନେଇ ଆସନ୍ତି ॥1॥
ਹਰਿ ਹਰਿ ਨਾਮੁ ਸੰਤਨ ਕੈ ਸੰਗਿ ॥
ହରି-ପରମେଶ୍ଵରଙ୍କ ନାମ ସନ୍ଥଜନଙ୍କ ସାଥି ଅଟେ।
ਮਨੁ ਤਨੁ ਰਾਤਾ ਰਾਮ ਕੈ ਰੰਗਿ ॥੧॥ ਰਹਾਉ ॥
ତାହାଙ୍କ ମନ ଏବଂ ତନ ରାମଙ୍କ ପ୍ରେମ ରଙ୍ଗରେ ହିଁ ମଗ୍ନ ରହିଥାଏ ॥1॥ରୁହ॥
ਗੁਰ ਪਰਸਾਦੀ ਸਾਗਰੁ ਤਰਿਆ ॥
ଗୁରୁଙ୍କ କୃପାରୁ ସଂସାର ସାଗରରୁ ପାର ହୋଇପାରେ
ਜਨਮ ਜਨਮ ਕੇ ਕਿਲਵਿਖ ਸਭਿ ਹਿਰਿਆ ॥੨॥
ଆଉ ଜନ୍ମ-ଜନ୍ମାନ୍ତରର ସବୁ ପାପ ନାଶ ହୋଇଯାଏ ॥2॥
ਸੋਭਾ ਸੁਰਤਿ ਨਾਮਿ ਭਗਵੰਤੁ ॥
ଭଗବାନଙ୍କ ନାମରୁ ହିଁ ମନୁଷ୍ୟକୁ ଶୋଭା ଏବଂ ସୁରତି ପ୍ରାପ୍ତ ହୋଇଥାଏ।
ਪੂਰੇ ਗੁਰ ਕਾ ਨਿਰਮਲ ਮੰਤੁ ॥੩॥
ପୂର୍ଣ୍ଣ ଗୁରୁଙ୍କ ନାମ-ମନ୍ତ୍ର ସର୍ବଦା ନିର୍ମଳ ହୋଇଥାଏ ॥3॥
ਚਰਣ ਕਮਲ ਹਿਰਦੇ ਮਹਿ ਜਾਪੁ ॥
ଭଗବାନଙ୍କ ଚରଣ-କମଳ ହୃଦୟରେ ଭଜନ କର।
ਨਾਨਕੁ ਪੇਖਿ ਜੀਵੈ ਪਰਤਾਪੁ ॥੪॥੮੮॥੧੫੭॥
ନାନକ ତ ସେହି ଈଶ୍ଵରଙ୍କ ପ୍ରତାପ ଦେଖି ଜୀବନ ପ୍ରାପ୍ତ କରିଥାନ୍ତି ॥4॥88॥157॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਧੰਨੁ ਇਹੁ ਥਾਨੁ ਗੋਵਿੰਦ ਗੁਣ ਗਾਏ ॥
ସେହି ସ୍ଥାନ ବଡ ଧନ୍ୟ ଅଟେ, ଯେଉଁଠି ଗୋବିନ୍ଦଙ୍କ ଗୁଣସ୍ତୁତି କରାଯାଏ।
ਕੁਸਲ ਖੇਮ ਪ੍ਰਭਿ ਆਪਿ ਬਸਾਏ ॥੧॥ ਰਹਾਉ ॥
ପ୍ରଭୁ ସ୍ଵୟଂ ତାହାଙ୍କୁ ସୁଖ ଓ ଆନନ୍ଦରେ ବସାଇଥାନ୍ତି ॥1॥ରୁହ॥
ਬਿਪਤਿ ਤਹਾ ਜਹਾ ਹਰਿ ਸਿਮਰਨੁ ਨਾਹੀ ॥
ଯେଉଁଠି ପ୍ରଭୁଙ୍କ ଭଜନ ହୋଇନଥାଏ, ସେଠାରେ ବିପଦ ବିଦ୍ୟମାନ ହୋଇଥାଏ।
ਕੋਟਿ ਅਨੰਦ ਜਹ ਹਰਿ ਗੁਨ ਗਾਹੀ ॥੧॥
ସେଠାରେ କୋଟି କୋଟି ଆନନ୍ଦ ଥାଏ, ଯେଉଁଠି ଭଗବାନଙ୍କ ମହିମା ଗାନ କରାଯାଏ ॥1॥
ਹਰਿ ਬਿਸਰਿਐ ਦੁਖ ਰੋਗ ਘਨੇਰੇ ॥
ପ୍ରଭୁଙ୍କୁ ବିସ୍ମୃତ କରିବା ଦ୍ଵାରା ମନୁଷ୍ୟକୁ ଅଧିକ ଦୁଃଖ ଏବଂ ରୋଗ ଲାଗିଯାଏ।
ਪ੍ਰਭ ਸੇਵਾ ਜਮੁ ਲਗੈ ਨ ਨੇਰੇ ॥੨॥
ପ୍ରଭୁଙ୍କ ସେବା-ଭକ୍ତିର ଫଳ ସ୍ୱରୂପ ଯମଦୂତ ପ୍ରାଣୀଙ୍କ ନିକଟକୁ ଆସେ ନାହିଁ ॥2॥
ਸੋ ਵਡਭਾਗੀ ਨਿਹਚਲ ਥਾਨੁ ॥
ସେହି ସ୍ଥାନ ସୌଭାଗ୍ୟଶାଳୀ ଏବଂ ଅଟଳ ଅଟେ,
ਜਹ ਜਪੀਐ ਪ੍ਰਭ ਕੇਵਲ ਨਾਮੁ ॥੩॥
ଯେଉଁଠି କେବଳ ପ୍ରଭୁଙ୍କ ନାମର ହିଁ ଜପ ହୋଇଥାଏ ॥3॥
ਜਹ ਜਾਈਐ ਤਹ ਨਾਲਿ ਮੇਰਾ ਸੁਆਮੀ ॥
ମୁଁ ଯେଉଁଠିକି ମଧ୍ୟ ଯାଏ, ସେଠାରେ ମୋର ସ୍ଵାମୀ ମୋ’ ସହିତ ରହିଥାନ୍ତି।
ਨਾਨਕ ਕਉ ਮਿਲਿਆ ਅੰਤਰਜਾਮੀ ॥੪॥੮੯॥੧੫੮॥
ନାନକଙ୍କୁ ଅନ୍ତର୍ଯାମୀ ପ୍ରଭୁ ମିଲିଯାଇଛନ୍ତି ॥4॥89॥158॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਜੋ ਪ੍ਰਾਣੀ ਗੋਵਿੰਦੁ ਧਿਆਵੈ ॥
ଯେଉଁ ପ୍ରାଣୀ ଗୋବିନ୍ଦଙ୍କ ଧ୍ୟାନ କରିଥାଏ,
ਪੜਿਆ ਅਣਪੜਿਆ ਪਰਮ ਗਤਿ ਪਾਵੈ ॥੧॥
ସେ ବିଦ୍ଵାନ ହେଉ ବା ଅପାଠୁଆ ହେଉ, ସେ ପରମଗତି ପ୍ରାପ୍ତ କରିଥାଏ ॥1॥
ਸਾਧੂ ਸੰਗਿ ਸਿਮਰਿ ਗੋਪਾਲ ॥
ହେ ଭାଇ! ସନଥଙ୍କ ସଭାରେ ରହି ଗୋପାଳଙ୍କ ସ୍ମରଣ କର,
ਬਿਨੁ ਨਾਵੈ ਝੂਠਾ ਧਨੁ ਮਾਲੁ ॥੧॥ ਰਹਾਉ ॥
କାରଣ ନାମ ବିନା ଧନ-ଦୌଲତ ଏବଂ ସମ୍ପତ୍ତି ସବୁ ମିଥ୍ୟା ଅଟେ ॥1॥ରୁହ॥