Guru Granth Sahib Translation Project

guru granth sahib odia page-143

Page 143

ਖੁੰਢਾ ਅੰਦਰਿ ਰਖਿ ਕੈ ਦੇਨਿ ਸੁ ਮਲ ਸਜਾਇ ॥ ଏହାକୁ ମଳି ବା ମନ୍ଥି ବା ପହଲମାନ ଭଳି ପୁରୁଷ ଏହାକୁ ଦବାଇ ଥାନ୍ତି।
ਰਸੁ ਕਸੁ ਟਟਰਿ ਪਾਈਐ ਤਪੈ ਤੈ ਵਿਲਲਾਇ ॥ ଏହାର ରସ କଢାଯାଏ ଆଉ ଏହା ଜଳାଇବା ସମୟରେ ଶବ୍ଦ ହୋଇଥାଏ ଯେପରି ଏହା କାନ୍ଦୁ ଅଛି।
ਭੀ ਸੋ ਫੋਗੁ ਸਮਾਲੀਐ ਦਿਚੈ ਅਗਿ ਜਾਲਾਇ ॥ ଆଖୁରୁ ମଧ୍ୟ ରସ କାଢି ଏକାଠି କରି ଅଗ୍ନିରେ ଜଳାଇ ଦିଆଯାଏ।
ਨਾਨਕ ਮਿਠੈ ਪਤਰੀਐ ਵੇਖਹੁ ਲੋਕਾ ਆਇ ॥੨॥ ହେ ନାନକ! ମିଠା ପତ୍ର ବାଲା ଆଖୁ ସାଥିରେ କିଭଳି ବ୍ୟବହାର ହୋଇଛି , ହେ ପ୍ରାଣୀ! ଆସି ଦେଖ ॥2॥
ਪਵੜੀ ॥ ପଉଡି ॥
ਇਕਨਾ ਮਰਣੁ ਨ ਚਿਤਿ ਆਸ ਘਣੇਰਿਆ ॥ କିଛି ଲୋକଙ୍କୁ ମୃତ୍ୟୁ ସ୍ମରଣ ହୁଏନାହିଁ, ତାହାର ମନରେ ଦୁନିଆର ସୁଖ ଭୋଗିବା ଆଶା ଅଧିକ ହୋଇଥାଏ।
ਮਰਿ ਮਰਿ ਜੰਮਹਿ ਨਿਤ ਕਿਸੈ ਨ ਕੇਰਿਆ ॥ ସେ ସର୍ବଦା ଜନ୍ମ ହୋଇ ମରିଥାଏ ତଥା କାହାର ମଧ୍ୟ ସଚ୍ଚା ମିତ୍ର ବନେ ନାହିଁ।
ਆਪਨੜੈ ਮਨਿ ਚਿਤਿ ਕਹਨਿ ਚੰਗੇਰਿਆ ॥ ସେ ନିଜ ମନରେ ହିଁ ନିଜକୁ ଭଲ କହୁଥାଏ।
ਜਮਰਾਜੈ ਨਿਤ ਨਿਤ ਮਨਮੁਖ ਹੇਰਿਆ ॥ ଯମରାଜ ସର୍ବଦା ଏହି ମନମୁଖୀକୁ ସମାପ୍ତ କରିବା ଭାବୁଥାଏ।
ਮਨਮੁਖ ਲੂਣ ਹਾਰਾਮ ਕਿਆ ਨ ਜਾਣਿਆ ॥ ମନମୁଖୀ ଲୁଣ ଖାଇ ହରାମ କରିବା ବାଲା ଅଟେ ଆଉ ନିଜ ପ୍ରତି ଉପକାର କରିଥିବା ପରମେଶ୍ଵରଙ୍କୁ ଧନ୍ୟବାଦ ଦିଏ ନାହିଁ।
ਬਧੇ ਕਰਨਿ ਸਲਾਮ ਖਸਮ ਨ ਭਾਣਿਆ ॥ ଯିଏ ଚାପରେ ପ୍ରଣାମ କରିଥାଏ ତାହାକୁ ପ୍ରଭୁ ଭଲ ଲାଗନ୍ତି ନାହିଁ ।
ਸਚੁ ਮਿਲੈ ਮੁਖਿ ਨਾਮੁ ਸਾਹਿਬ ਭਾਵਸੀ ॥ ଯିଏ ମୁଖରେ ସତ୍ୟନାମ ବୋଲୁଥାଏ ସେ ଈଶ୍ବରଙ୍କ ମନକୁ ଭଲ ଲାଗିଥାଏ।
ਕਰਸਨਿ ਤਖਤਿ ਸਲਾਮੁ ਲਿਖਿਆ ਪਾਵਸੀ ॥੧੧॥ ସେ ଭଗବାନଙ୍କୁ ପୂଜା କରିଥାଏ ଆଉ ନିଜ ପୂର୍ବ ନିର୍ଦ୍ଧାରିତ ନିୟତିକୁ ପୁରା କରିଥାଏ ॥11॥
ਮਃ ੧ ਸਲੋਕੁ ॥ ମହଲା 1 ଶ୍ଳୋକ ॥
ਮਛੀ ਤਾਰੂ ਕਿਆ ਕਰੇ ਪੰਖੀ ਕਿਆ ਆਕਾਸੁ ॥ ମାଛକୁ ଗଭୀର ଜଳରେ କଣ ଲାଭ ଥାଏ, ଯଦି ତାହାକୁ କେଉଟ ଠାରୁ ବଞ୍ଚାଯାଇ ପାରିବ ନାହିଁ? ଖୋଲା ଆକାଶରେ ପକ୍ଷୀକୁ କଣ ଲାଭ ଅଟେ ଯଦି ତାହା ଶିକାରୀ ଠାରୁ ବଞ୍ଚାଇ ପାରିବ ନାହିଁ?
ਪਥਰ ਪਾਲਾ ਕਿਆ ਕਰੇ ਖੁਸਰੇ ਕਿਆ ਘਰ ਵਾਸੁ ॥ ପଥରକୁ ଶୀତର କଣ ଲାଭ ଅଛି, ଯଦି ତାହା ଉପରେ ତନ୍ଦର କୌଣସି ପ୍ରଭାବ ରହିବ ନାହିଁ? ନପୁଂସକ କୁ ବିବାହ କରିଲେ କଣ ଲାଭ ଯଦି ସେ ସ୍ତ୍ରୀକୁ ଭୋଗ କରି ପାରିବ ନାହିଁ?
ਕੁਤੇ ਚੰਦਨੁ ਲਾਈਐ ਭੀ ਸੋ ਕੁਤੀ ਧਾਤੁ ॥ ଯଦି କୁତାକୁ ଚନ୍ଦନ ଲଗାଯାଏ, ତାହାହେଲେ ମଧ୍ୟ ସେ କୁକୁର ସ୍ଵଭାବ ରଖିବ, ସେ କୁତୀ ଆଡକୁ ଦଉଡିବ।
ਬੋਲਾ ਜੇ ਸਮਝਾਈਐ ਪੜੀਅਹਿ ਸਿੰਮ੍ਰਿਤਿ ਪਾਠ ॥ ଯଦି ବଧିର ମନୁଷ୍ୟକୁ ସ୍ମୃତିର ପାଠ ପଢି ଶୁଣାଇବା ତାହାହେଲେ ମଧ୍ୟ ସେ ବୁଝେ ନାହିଁ।
ਅੰਧਾ ਚਾਨਣਿ ਰਖੀਐ ਦੀਵੇ ਬਲਹਿ ਪਚਾਸ ॥ ଯଦି ଅନ୍ଧ ମନୁଷ୍ୟ ସମ୍ମୁଖରେ ପଚାଶ ଦୀପ ଜଳା ଯାଏ, ତଥାପ ତାକୁ କିଛି ଦେଖାଯାଏ ନାହିଁ।
ਚਉਣੇ ਸੁਇਨਾ ਪਾਈਐ ਚੁਣਿ ਚੁਣਿ ਖਾਵੈ ਘਾਸੁ ॥ ମନୁଷ୍ୟ ଗାଈ ଗୋରୁ ପାଖରେ ସୁନା ରଖିଲେ ମଧ୍ୟ ସେମାନେ ଘାସ ହିଁ ନେବେ।
ਲੋਹਾ ਮਾਰਣਿ ਪਾਈਐ ਢਹੈ ਨ ਹੋਇ ਕਪਾਸ ॥ ଆମେ ଲୁହାକୁ କପା ଭଳି କାଠ ଦ୍ଵାରା ତରଳାଇଲେ ମଧ୍ୟ ତାହା ନରମ ହୁଏନାହିଁ।
ਨਾਨਕ ਮੂਰਖ ਏਹਿ ਗੁਣ ਬੋਲੇ ਸਦਾ ਵਿਣਾਸੁ ॥੧॥ ହେ ନାନକ! ମୂର୍ଖ ମନୁଷ୍ୟରେ ଏହି ଗୁଣ ହୋଇଥାଏ ଯେ ସେ ଯାହା କିଛି ମଧ୍ୟ ବୋଲୁଥାଏ, ସେଥିରେ ତାର ନିଜର ହିଁ ବିନାଶ ହୋଇଥାଏ। ॥1॥
ਮਃ ੧ ॥ ମହଲା 1 ॥
ਕੈਹਾ ਕੰਚਨੁ ਤੁਟੈ ਸਾਰੁ ॥ ଯେତେବେଳେ କଂସା, ସୁନା ଏବଂ ଲୁହା ଭାଙ୍ଗିଯାଏ
ਅਗਨੀ ਗੰਢੁ ਪਾਏ ਲੋਹਾਰੁ ॥ ତାହାହେଲେ ସୁନାରି ଅଗ୍ନିରେ ଝଳେଇ ଦିଏ।
ਗੋਰੀ ਸੇਤੀ ਤੁਟੈ ਭਤਾਰੁ ॥ ଯଦି ପତ୍ନୀ ସାଥିରେ ପତି ନାରାଜ ହୋଇଯାଏ ତାହାହେଲେ
ਪੁਤੀ ਗੰਢੁ ਪਵੈ ਸੰਸਾਰਿ ॥ ପୁତ୍ର ଦ୍ଵାରା ଜଗତରେ ପୁନଃ ସମ୍ବନ୍ଧ କାୟମ ହୋଇଥାଏ।
ਰਾਜਾ ਮੰਗੈ ਦਿਤੈ ਗੰਢੁ ਪਾਇ ॥ ରାଜା ନିଜ ପ୍ରଜାଙ୍କ ଠାରୁ କର ମାଗିଥାଏ ଆଉ ତାହାଙ୍କୁ କର ଦେବା ଦ୍ଵାରା ରାଜାଙ୍କ ସହିତ ସମ୍ବନ୍ଧ ରହିଥାଏ।
ਭੁਖਿਆ ਗੰਢੁ ਪਵੈ ਜਾ ਖਾਇ ॥ ଭୋକିଲା ଲୋକଙ୍କୁ ଡାନୀ ସଜ୍ଜନଙ୍କ ସହିତ ସମ୍ବନ୍ଧ ହୋଇଯାଏ କାରଣ ତାହାଙ୍କୁ ମାଗି ଭୋଜନ ଖାଆନ୍ତି।
ਕਾਲਾ ਗੰਢੁ ਨਦੀਆ ਮੀਹ ਝੋਲ ॥ ଅକାଳ ପଡିଲେ ଲୋକଙ୍କୁ ନଦୀ ସହିତ ସମ୍ବନ୍ଧ ବନିଥାଏ, ଯେବେ ବର୍ଷା ହେବା ପରେ ସେଥିରେ ବହୁତ ଜଳ ମିଳିଥାଏ।
ਗੰਢੁ ਪਰੀਤੀ ਮਿਠੇ ਬੋਲ ॥ ପ୍ରେମ ଓ ମଧୁର ବଚନ ମିଳିମିଶି ରହନ୍ତି।
ਬੇਦਾ ਗੰਢੁ ਬੋਲੇ ਸਚੁ ਕੋਇ ॥ ଯଦି କେହି ସତ୍ୟ ବୋଲିଥାଏ , ତାହାହେଲେ ତାହାର ସମ୍ବନ୍ଧ ବେଦ ସହିତ ହୋଇଯାଏ।
ਮੁਇਆ ਗੰਢੁ ਨੇਕੀ ਸਤੁ ਹੋਇ ॥ ଯେଉଁ ବ୍ୟକ୍ତି ନିଜ ଜୀବନରେ ଭଲ କରିଥାଏ ଆଉ ଦାନ ଦେଇଥାଏ, ମରଣ ପରେ ଦୁନିଆ ସହିତ ତାହାର ସମ୍ବନ୍ଧ ବନି ରହିଥାଏ।
ਏਤੁ ਗੰਢਿ ਵਰਤੈ ਸੰਸਾਰੁ ॥ ଏହି ପ୍ରକାରର ମିଳାମିଶା ଏହି ସଂସାରରେ ପ୍ରଚଳିତ ଅଛି।
ਮੂਰਖ ਗੰਢੁ ਪਵੈ ਮੁਹਿ ਮਾਰ ॥ ମୂର୍ଖର ସୁଧାରର ଏକମାତ୍ର ରାସ୍ତା କେବଳ ଯେତେବେଳେ ସିଏ ମାଡ ଖାଏ।
ਨਾਨਕੁ ਆਖੈ ਏਹੁ ਬੀਚਾਰੁ ॥ ନାନକ ଏକ ଜ୍ଞାନର କଥା କହିଥାନ୍ତି ଯେ
ਸਿਫਤੀ ਗੰਢੁ ਪਵੈ ਦਰਬਾਰਿ ॥੨॥ ଭଗବାନଙ୍କ ମହିମା ସ୍ତୁତି କରିବା ଦ୍ଵାରା ମନୁଷ୍ୟକୁ ତାହାଙ୍କ ଦରବାର ସହିତ ସମ୍ବନ୍ଧ କାୟମ ହୋଇଯାଏ। ॥2॥
ਪਉੜੀ ॥ ପଉଡି ॥
ਆਪੇ ਕੁਦਰਤਿ ਸਾਜਿ ਕੈ ਆਪੇ ਕਰੇ ਬੀਚਾਰੁ ॥ ପରମେଶ୍ଵର ସ୍ଵୟଂ ହିଁ ସୃଷ୍ଟିର ରଚନା କରି ସ୍ଵୟଂ ହିଁ ବିଚାର କରନ୍ତି।
ਇਕਿ ਖੋਟੇ ਇਕਿ ਖਰੇ ਆਪੇ ਪਰਖਣਹਾਰੁ ॥ କିଛି ଜୀବ ଦୁଷ୍ଟ ଅଟନ୍ତି ଆଉ କିଛି ଜୀବ ଧର୍ମାତ୍ମା ଅଟନ୍ତି , ଏହାର ଯାଞ୍ଚ ଭଗବାନ ସ୍ଵୟଂ ହିଁ କରିଥାନ୍ତି।
ਖਰੇ ਖਜਾਨੈ ਪਾਈਅਹਿ ਖੋਟੇ ਸਟੀਅਹਿ ਬਾਹਰ ਵਾਰਿ ॥ ଯେପରି ଖଜଣାରେ ଶୁଦ୍ଧ ମୁଦ୍ରା ରାଖୀ ନକଲି ମୁଦ୍ରା ବାହାର କରାଯାଏ,
ਖੋਟੇ ਸਚੀ ਦਰਗਹ ਸੁਟੀਅਹਿ ਕਿਸੁ ਆਗੈ ਕਰਹਿ ਪੁਕਾਰ ॥ ସେପରି ହିଁ ପାପୀକୁ ପ୍ରଭୁଙ୍କ ଦରବାରରୁ ବାହାର କରି ଫିଙ୍ଗା ହୋଇଥାଏ, ସେହି ପାପୀ ଜୀବ କାହା ସମ୍ମୁଖରେ ବିନତି କରିପାରିବ
ਸਤਿਗੁਰ ਪਿਛੈ ਭਜਿ ਪਵਹਿ ਏਹਾ ਕਰਣੀ ਸਾਰੁ ॥ ଯିଏ ଦଉଡି ସଦଗୁରୁଙ୍କ ଶରଣରେ ଆସିଛି, ତାହାର କର୍ମ ଶ୍ରେଷ୍ଠ ଅଟେ।
ਸਤਿਗੁਰੁ ਖੋਟਿਅਹੁ ਖਰੇ ਕਰੇ ਸਬਦਿ ਸਵਾਰਣਹਾਰੁ ॥ ସଦଗୁରୁ ପାପୀକୁ ପବିତ୍ର ବନାଇ ଥାଆନ୍ତି, ତାହାକୁ ପ୍ରଭୁଙ୍କ ନାମରେ ସୁଶୋଭିତ କରିଥାନ୍ତି।
ਸਚੀ ਦਰਗਹ ਮੰਨੀਅਨਿ ਗੁਰ ਕੈ ਪ੍ਰੇਮ ਪਿਆਰਿ ॥ ଗୁରୁଙ୍କୁ ପ୍ରେମ ଓ ସ୍ନେହ କରିବା ଦ୍ଵାରା ପ୍ରାଣୀ ସତ୍ୟ ଦରବାରରେ ପ୍ରଶଂସାର ପାତ୍ର ହୋଇଯାଏ।
ਗਣਤ ਤਿਨਾ ਦੀ ਕੋ ਕਿਆ ਕਰੇ ਜੋ ਆਪਿ ਬਖਸੇ ਕਰਤਾਰਿ ॥੧੨॥ ଯାହାକୁ ସୃଷ୍ଟିକର୍ତ୍ତା ପରମେଶ୍ଵର ସ୍ଵୟଂ କ୍ଷମା କରିଦେଇଛନ୍ତି, ତାହାର କର୍ମକୁ କିଏ ମୂଲ୍ୟାଙ୍କନ କରିପାରିବ? ॥12॥
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥
ਹਮ ਜੇਰ ਜਿਮੀ ਦੁਨੀਆ ਪੀਰਾ ਮਸਾਇਕਾ ਰਾਇਆ ॥ ପୀର, ଶେଖ ଓ ରାଜା ଇତ୍ୟାଦି ସବୁ ଦୁନିଆର ଲୋକଙ୍କୁ ଜମିରେ ପୋତିଦିଆ ଯାଏ।
ਮੇ ਰਵਦਿ ਬਾਦਿਸਾਹਾ ਅਫਜੂ ਖੁਦਾਇ ॥ ବାଦଶାହ ମଧ୍ୟ ଶେଷରେ ଦୁନିଆରୁ ଚାଲି ଯାଆନ୍ତି, କେବଳ ଏକ ଖୁଦା ହିଁ ସର୍ବଦା ବିଦ୍ୟମାନ ରହନ୍ତି।
ਏਕ ਤੂਹੀ ਏਕ ਤੁਹੀ ॥੧॥ ହେ ଆଲହା! ଏକ ତୁ ହିଁ ଅଛୁ ଆଉ ତୁ ହିଁ ଏହି ଦୁନିଆରେ ସର୍ବଦା ରହିବା ବାଲା ଅଟୁ।
ਮਃ ੧ ॥ ମହଲା 1 ॥
ਨ ਦੇਵ ਦਾਨਵਾ ਨਰਾ ॥ ଧରିତ୍ରିରେ ସର୍ବଦା ନା ଦେବତା, ନା ଦୈତ୍ୟ, ନା ହିଁ ମନୁଷ୍ୟ ରହିଥାଏ,
ਨ ਸਿਧ ਸਾਧਿਕਾ ਧਰਾ ॥ ନା ସିଦ୍ଧ, ନା ସାଧକ ରହନ୍ତି,
ਅਸਤਿ ਏਕ ਦਿਗਰਿ ਕੁਈ ॥ ଏମାନେ ସବୁ କ୍ଷଣଭଙ୍ଗୁର ଅଟନ୍ତି।


© 2017 SGGS ONLINE
Scroll to Top