Guru Granth Sahib Translation Project

guru granth sahib odia page-141

Page 141

ਮਃ ੧ ॥ ମହଲା 1 ॥
ਹਕੁ ਪਰਾਇਆ ਨਾਨਕਾ ਉਸੁ ਸੂਅਰ ਉਸੁ ਗਾਇ ॥ ହେ ନାନକ! ଅନ୍ୟର ଅଧିକାରକୁ ଖାଇବା ମୁସଲମାନଙ୍କ ପାଇଁ ଘୁଷୁରି ମାଂସ ଖାଇବା ସମାନ ଅଟେ ଆଉ ହିନ୍ଦୁଙ୍କ ପାଇଁ ଗାଈ ମାଂସ ଖାଇବା ସମାନ ଅଟେ।
ਗੁਰੁ ਪੀਰੁ ਹਾਮਾ ਤਾ ਭਰੇ ਜਾ ਮੁਰਦਾਰੁ ਨ ਖਾਇ ॥ ହିନ୍ଦୁଙ୍କ ଗୁରୁ ଆଉ ମୁସଲମାନଙ୍କ ପୀର ଖୁଦାଙ୍କ ଦରବାରରେ ଆମ ସପକ୍ଷରେ ରହିବେ ନାହିଁ ଯଦି ସେ ପରର ଅଧିକାର ଖାଇ ନାହିଁ।
ਗਲੀ ਭਿਸਤਿ ਨ ਜਾਈਐ ਛੁਟੈ ਸਚੁ ਕਮਾਇ ॥ ଅଧିକ କଥା କରିବା ଦ୍ଵାରା ପ୍ରାଣୀ ସ୍ଵର୍ଗଲୋକ ଯାଏ ନାହିଁ ।ମୁକ୍ତି ସତ୍ୟର ଅର୍ଜନ ଦ୍ଵାରା ହିଁ ସମ୍ଭବ ଅଟେ।
ਮਾਰਣ ਪਾਹਿ ਹਰਾਮ ਮਹਿ ਹੋਇ ਹਲਾਲੁ ਨ ਜਾਇ ॥ ହରାମର ଭୋଜନରେ ମସଲା ମିଶାଇଲେ ହଲାଲ ହୁଏନାହିଁ, କାରଣ ଉତ୍କୋଚ ଧନ ଦାନ କରିବା ଦ୍ଵାରା ଶୁଦ୍ଧ ହୋଇଯାଏ ନାହିଁ।
ਨਾਨਕ ਗਲੀ ਕੂੜੀਈ ਕੂੜੋ ਪਲੈ ਪਾਇ ॥੨॥ ହେ ନାନକ! ମିଥ୍ୟା କଥା ଦ୍ଵାରା କେବଳ ମିଥ୍ୟା ହିଁ ହାସଲ ହୋଇଥାଏ। ॥2॥
ਮਃ ੧ ॥ ମହଲା 1 ॥
ਪੰਜਿ ਨਿਵਾਜਾ ਵਖਤ ਪੰਜਿ ਪੰਜਾ ਪੰਜੇ ਨਾਉ ॥ ମୁସଲମାନଙ୍କ ପାଇଁ ପାଞ୍ଚ ନମାଜ ଅଛି, ଏବଂ ନମାଜ ପାଇଁ ପାଞ୍ଚଟି ସମୟ ଅଛି ଓ ପାଞ୍ଚ ନମାଜ ସାଥିରେ ଅଲଗା ଅଲଗା ନାମ ଅଛି।
ਪਹਿਲਾ ਸਚੁ ਹਲਾਲ ਦੁਇ ਤੀਜਾ ਖੈਰ ਖੁਦਾਇ ॥ ପ୍ରଥମ ନମାଜ ଏହା ହେ ଯେ ଖୁଦାଙ୍କ ବନ୍ଦନା କର। ଦ୍ଵିତୀୟ ନମାଜ ଯେ ଧର୍ମର ଅର୍ଜନ କର, ତୃତୀୟ ନମାଜ ଆଲାହାଙ୍କୁ ସମସ୍ତଙ୍କ ପାଇଁ ଭଲ ମାଗ, ଦାନ ପୂଣ୍ୟ କର।
ਚਉਥੀ ਨੀਅਤਿ ਰਾਸਿ ਮਨੁ ਪੰਜਵੀ ਸਿਫਤਿ ਸਨਾਇ ॥ ଚତୁର୍ଥ ନମାଜ ଏହା ଯେ ନିଜ ନିୟତି ଏମ ମନକୁ ସଫା ରଖ, ପଞ୍ଚମ ନମାଜ ଏହା ଯେ ଆଲହାଙ୍କ ମହିମା କର।
ਕਰਣੀ ਕਲਮਾ ਆਖਿ ਕੈ ਤਾ ਮੁਸਲਮਾਣੁ ਸਦਾਇ ॥ ତୁ ଶୁଭ କର୍ମର ପ୍ରାର୍ଥନା କର ଆଉ ସେତେବେଳେ ତୁ ସ୍ଵୟଂକୁ ସଚ୍ଚା ମୁସଲମାନ କହିପାରିବୁ।
ਨਾਨਕ ਜੇਤੇ ਕੂੜਿਆਰ ਕੂੜੈ ਕੂੜੀ ਪਾਇ ॥੩॥ ହେ ନାନକ! ଯେତେ ମଧ୍ୟ ମିଥ୍ୟା ଅଛି, ତାହର ପ୍ରତିଷ୍ଠା ମଧ୍ୟ ମିଥ୍ୟା ଅଟେ ଆଉ ମିଥ୍ୟା ହିଁ ପ୍ରାପ୍ତ ହେବ ॥3॥
ਪਉੜੀ ॥ ପଉଡି ॥
ਇਕਿ ਰਤਨ ਪਦਾਰਥ ਵਣਜਦੇ ਇਕਿ ਕਚੈ ਦੇ ਵਾਪਾਰਾ ॥ ଜୀବ ଜଗତକୁ ବ୍ୟାପାର କରିବାକୁ ଆସିଛି। କେତେ ଜୀବ ନାମ ରୂପୀ ରତ୍ନ ପଦାର୍ଥର ବ୍ୟାପାର କରିଥାନ୍ତି ଆଉ କିଛି ଜୀବ କାଚ ଅର୍ଥାତ କ୍ଷଣଭଙ୍ଗୁର ସୁଖ ବ୍ୟାପାର କରିଥାଏ।
ਸਤਿਗੁਰਿ ਤੁਠੈ ਪਾਈਅਨਿ ਅੰਦਰਿ ਰਤਨ ਭੰਡਾਰਾ ॥ ଯଦି ସଦଗୁରୁ ପ୍ରସନ୍ନ ହୋଇଯାନ୍ତି, ତାହାହେଲେ ଏହି ନାମ ରତ୍ନ ରୂପୀ ପଦାର୍ଥର ଅକ୍ଷୟ ଭଣ୍ଡାର ମିଳିଯାଏ।
ਵਿਣੁ ਗੁਰ ਕਿਨੈ ਨ ਲਧਿਆ ਅੰਧੇ ਭਉਕਿ ਮੁਏ ਕੂੜਿਆਰਾ ॥ ଜୀବର ହୃଦୟରେ ହିଁ ନାମ ରତ୍ନ ରୂପୀ ପଦାର୍ଥର ଭଣ୍ଡାର ଅଛି, ପରନ୍ତୁ, ଏହି ଭଣ୍ଡାର ଗୁରୁଙ୍କ ବିନା କାହାକୁ ମଧ୍ୟ ମିଳିନଥାଏ। ଅର୍ଥାତ, ପରମେଶ୍ଵର ପ୍ରାପ୍ତ ହୁଅନ୍ତି ନାହିଁ । ଅଜ୍ଞାନ ଲୋକ ପ୍ରାଣ ତ୍ୟାଗ କରିଦିଏ।
ਮਨਮੁਖ ਦੂਜੈ ਪਚਿ ਮੁਏ ਨਾ ਬੂਝਹਿ ਵੀਚਾਰਾ ॥ ମନମୁଖୀ ଲୋକ ଦୈତ୍ୟ ଭାବରେ ପଡି ସଢି ରାସ୍ତାରେ ;ମରିଯାଏ ଆଉ ଜ୍ଞାନକୁ ବୁଝିପାରେ ନାହିଁ।
ਇਕਸੁ ਬਾਝਹੁ ਦੂਜਾ ਕੋ ਨਹੀ ਕਿਸੁ ਅਗੈ ਕਰਹਿ ਪੁਕਾਰਾ ॥ ଏକ ଈଶ୍ବରଙ୍କ ବ୍ୟତୀତ ସଂସାରରେ ଅନ୍ୟ କେହି ନାହାନ୍ତି, ସେମାନେ କାହା ପାଖରେ ଯାଇ କ୍ରନ୍ଦନ କରିବେ?
ਇਕਿ ਨਿਰਧਨ ਸਦਾ ਭਉਕਦੇ ਇਕਨਾ ਭਰੇ ਤੁਜਾਰਾ ॥ କିଛି ଧର୍ମହୀନ ନିର୍ଦ୍ଧନ ଅଛନ୍ତି, ଆଉ ସର୍ବଦା ପଥଭ୍ରଷ୍ଟ ହେଉଥାନ୍ତି ଆଉ କେତେ ଜଣଙ୍କ ପାଖରେ ଧନ ଦୌଲତ ଭରି ରହିଅଛି।
ਵਿਣੁ ਨਾਵੈ ਹੋਰੁ ਧਨੁ ਨਾਹੀ ਹੋਰੁ ਬਿਖਿਆ ਸਭੁ ਛਾਰਾ ॥ କିନ୍ତୁ ଏହି ସଂସାରରେ ହରିନାମ ବିନା ଅନ୍ୟ କିଛି ଧନ ଜୀବ ସାଥିରେ ଯିବ ନାହିଁ ଅନ୍ୟ ସବୁ ମାୟା ଧନ ଧୁଳି ତୁଲ୍ୟ ଅଟେ।
ਨਾਨਕ ਆਪਿ ਕਰਾਏ ਕਰੇ ਆਪਿ ਹੁਕਮਿ ਸਵਾਰਣਹਾਰਾ ॥੭॥ ହେ ନାନକ! ଇଶ୍ଵର ସ୍ଵୟଂ ହିଁ ସବୁ କିଛି କରିଥାନ୍ତି ଔ ସ୍ଵୟଂ ହିଁ ଜୀବ ଦ୍ଵାରା କରାଉଛନ୍ତି। ନିଜ ଆଦେଶ ଦ୍ଵାରା ସ୍ଵୟଂ ହିଁ ପ୍ରାଣୀଙ୍କୁ ପାଳନ କରୁଛନ୍ତି ॥7॥
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥
ਮੁਸਲਮਾਣੁ ਕਹਾਵਣੁ ਮੁਸਕਲੁ ਜਾ ਹੋਇ ਤਾ ਮੁਸਲਮਾਣੁ ਕਹਾਵੈ ॥ ମୁସଲମାନ କୁହାଇବା ବଡ କଠିନ ଅଟେ। ଯଦି କେହି ଗୁଣ ଯୁକ୍ତ ସଚ୍ଚା ମୁସଲମାନ ଅଟେ, ତାହାହେଲେ ହିଁ ସେ ନିଜକୁ ନିଜେ ମୁସଲମାନ କୁହାଇପାରିବ।
ਅਵਲਿ ਅਉਲਿ ਦੀਨੁ ਕਰਿ ਮਿਠਾ ਮਸਕਲ ਮਾਨਾ ਮਾਲੁ ਮੁਸਾਵੈ ॥ ସଚ୍ଚା ମୁସଲମାନ ବନିବା ପାଇଁ ପ୍ରଥମେ ଜଣେ ଧର୍ମ ପ୍ରଚାରକ କହୁଥିବା କଥା ମିଠା ଭାବିବା ଉଚିତ ଦ୍ଵିତୀୟରେ ସେ ତାହାର ପରିଶ୍ରମରେ ଅର୍ଜନ କରିଥିବା ଧନକୁ ଗରିବଙ୍କ ଠାରେ ବାଣ୍ଟିବା ଉଚିତ।
ਹੋਇ ਮੁਸਲਿਮੁ ਦੀਨ ਮੁਹਾਣੈ ਮਰਣ ਜੀਵਣ ਕਾ ਭਰਮੁ ਚੁਕਾਵੈ ॥ ସେ ନିଜର ଧର୍ମ ପ୍ରବର୍ତ୍ତକଙ୍କ ଧର୍ମର ସଚ୍ଚା ଶିଷ୍ୟ ହୋଇ ମୃତ୍ୟୁ ଓ ଜୀବନର ଭ୍ରମ ଦୂର କରିଦିଏ।
ਰਬ ਕੀ ਰਜਾਇ ਮੰਨੇ ਸਿਰ ਉਪਰਿ ਕਰਤਾ ਮੰਨੇ ਆਪੁ ਗਵਾਵੈ ॥ ସଚ୍ଚା ହୃଦୟରେ ସେ ଈଶ୍ବରଙ୍କ ଇଚ୍ଛାକୁ ସ୍ଵୀକାର କରିଥାଏ, ସୃଷ୍ଟିକର୍ତ୍ତା ପରମାତ୍ମାଙ୍କ ବନ୍ଦନା କରେ ଆଉ ନିଜ ଅହୟାଙ୍କାର ନଷ୍ଟ କରିଥାଏ।
ਤਉ ਨਾਨਕ ਸਰਬ ਜੀਆ ਮਿਹਰੰਮਤਿ ਹੋਇ ਤ ਮੁਸਲਮਾਣੁ ਕਹਾਵੈ ॥੧॥ ହେ ନାନକ! ଯଦି ସେ ସମସ୍ତ ପ୍ରାଣୀ ପ୍ରତି ଦୟାଳୁ ହୋଇଥାଏ, ତାହାହେଲେ ସେ ମୁସଲମାନ କହି ପାରିବ। ॥1॥
ਮਹਲਾ ੪ ॥ ମହଲା 4 ॥
ਪਰਹਰਿ ਕਾਮ ਕ੍ਰੋਧੁ ਝੂਠੁ ਨਿੰਦਾ ਤਜਿ ਮਾਇਆ ਅਹੰਕਾਰੁ ਚੁਕਾਵੈ ॥ ଯେଉଁ ବ୍ୟକ୍ତି କାମ, କ୍ରୋଧ, ମିଥ୍ୟା, ନିନ୍ଦା ଏବଂ ଧନ ଦଉଲଟକୁ ତ୍ୟାଗ କରି ନିଜ ଅହଂକାର ଦୂର କରିଥାଏ,
ਤਜਿ ਕਾਮੁ ਕਾਮਿਨੀ ਮੋਹੁ ਤਜੈ ਤਾ ਅੰਜਨ ਮਾਹਿ ਨਿਰੰਜਨੁ ਪਾਵੈ ॥ କମବାସନାକୁ ତ୍ୟାଗ କରି ନିଜ ସ୍ତ୍ରୀର ମୋହ ତ୍ୟାଗ କରିଦିଏ, ସେ ନିଜର ମାୟାରେ ରହି ମଧ୍ୟ ନିରଞ୍ଜନ ପ୍ରଭୁଙ୍କୁ ପାଇନିଏ।
ਤਜਿ ਮਾਨੁ ਅਭਿਮਾਨੁ ਪ੍ਰੀਤਿ ਸੁਤ ਦਾਰਾ ਤਜਿ ਪਿਆਸ ਆਸ ਰਾਮ ਲਿਵ ਲਾਵੈ ॥ ହେ ନାନକ! ସତ୍ୟସ୍ଵରୂପ ପ୍ରଭୁ ସେହି ବ୍ଯକ୍ତିର ମନରେ ନିବାସ କରିଥାନ୍ତି, ଯେଉଁ ବ୍ୟକ୍ତି ମାନ, ଅଭିମାନ, ନିଜ ପୁତ୍ର ଏବଂ ସ୍ତ୍ରୀର ପ୍ରେମ , ମାୟାର ତୃଷ୍ଣା ଓ ଇଚ୍ଛା ତ୍ୟାଗ କରି ରାମଙ୍କ ଠାରେ ସୁରତି ଲଗାଇଥାଏ।
ਨਾਨਕ ਸਾਚਾ ਮਨਿ ਵਸੈ ਸਾਚ ਸਬਦਿ ਹਰਿ ਨਾਮਿ ਸਮਾਵੈ ॥੨॥ ଏପରି ବ୍ୟକ୍ତି ସଚ୍ଚା ଶବ୍ଦ ଦ୍ଵାରା ହରିନାମରେ ହିଁ ରହିଥାଏ। ॥2॥
ਪਉੜੀ ॥ ପଉଡି ॥
ਰਾਜੇ ਰਯਤਿ ਸਿਕਦਾਰ ਕੋਇ ਨ ਰਹਸੀਓ ॥ ରାଜା, ପ୍ରଜା ଏବଂ ପ୍ରଧାନ କେହି ମଧ୍ୟ ଏହି ସଂସାରରେ ରହନ୍ତି ନାହିଁ।
ਹਟ ਪਟਣ ਬਾਜਾਰ ਹੁਕਮੀ ਢਹਸੀਓ ॥ ଦୋକାନ, ନଗର ଏବଂ ବଜାର ଈଶ୍ବରଙ୍କ ଇଚ୍ଛା ଦ୍ଵାରା ହିଁ ନଷ୍ଟ ହୋଇଯାଏ।
ਪਕੇ ਬੰਕ ਦੁਆਰ ਮੂਰਖੁ ਜਾਣੈ ਆਪਣੇ ॥ ମୂର୍ଖ ମନୁଷ୍ୟ ସୁନ୍ଦର ଦ୍ଵାର ଥିବା ପକ୍କା ମନ୍ଦିରକୁ ନିଜର ଭାବିଥାଏ।
ਦਰਬਿ ਭਰੇ ਭੰਡਾਰ ਰੀਤੇ ਇਕਿ ਖਣੇ ॥ ଧନ ଦଉଲତରେ ପରିପୂର୍ଣ୍ଣ ଭଣ୍ଡାର ଏକ କ୍ଷଣରେ ହିଁ ଖାଲି ହୋଇଯାଇଥାଏ।
ਤਾਜੀ ਰਥ ਤੁਖਾਰ ਹਾਥੀ ਪਾਖਰੇ ॥ ଘୋଡା, ସୁନ୍ଦର ରଥ , ଓଟ , ସୁସଜ୍ଜିତ ହାତୀ,
ਬਾਗ ਮਿਲਖ ਘਰ ਬਾਰ ਕਿਥੈ ਸਿ ਆਪਣੇ ॥ਤੰਬੂ ਪਲੰਘ ਨਿਵਾਰ ਸਰਾਇਚੇ ਲਾਲਤੀ ॥ ଉଦ୍ୟାନ, ସମ୍ପତ୍ତି, ଘର ଏବଂ ଅଟ୍ଟାଳିକା ଇତ୍ୟାଦି ଯାହାକୁ ମନୁଷ୍ୟ ନିଜର ଭାବିଥାଏ, ସେ ନିଜର କେମିତି? ତମ୍ବୁ, ନରମ ଶେଯ, ପଲଙ୍କ ସବୁ କ୍ଷଣଭଙ୍ଗୁର ଅଟେ।
ਨਾਨਕ ਸਚ ਦਾਤਾਰੁ ਸਿਨਾਖਤੁ ਕੁਦਰਤੀ ॥੮॥ ହେ ନାନକ! ସର୍ବଦା ସ୍ଥିର ଏକ ସତ୍ୟ ପରମେଶ୍ଵର ହିଁ ଅଟନ୍ତି, ଯିଏ ଲୋକଙ୍କୁ ଏହି ସବୁ ବସ୍ତୁ ଦେଇଥାନ୍ତି, ତାଙ୍କର ପରିଚୟ ତାଙ୍କରି ପ୍ରକୃତି ଦ୍ଵାରା ହିଁ ହୋଇଥାଏ। ॥8॥
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1॥
ਨਦੀਆ ਹੋਵਹਿ ਧੇਣਵਾ ਸੁੰਮ ਹੋਵਹਿ ਦੁਧੁ ਘੀਉ ॥ ହେ ଭଗବାନ! ଯଦି ମୋ’ ପାଇ ନଦୀ କାମଧେନୁ ଗାଈ ବନିଯିବ, ସମୁଦ୍ରର ଜଳ ଦୁଧ ଏବଂ ଘିଅ ବନିଯିବ,
ਸਗਲੀ ਧਰਤੀ ਸਕਰ ਹੋਵੈ ਖੁਸੀ ਕਰੇ ਨਿਤ ਜੀਉ ॥ ସାରା ଧାରିତ୍ରି ଚିନି ବନିଯିବ ଆଉ ମୋର ମନ ଏହି ପଦାର୍ଥକୁ ସେବନ କରି ପ୍ରସନ୍ନ ହେବ,


© 2017 SGGS ONLINE
Scroll to Top