Guru Granth Sahib Translation Project

guru granth sahib odia page-137

Page 137

ਸਸੁਰੈ ਪੇਈਐ ਤਿਸੁ ਕੰਤ ਕੀ ਵਡਾ ਜਿਸੁ ਪਰਵਾਰੁ ॥ ଲୋକ ପରଲୋକରେ ଜୀବ-ସ୍ତ୍ରୀ ସେହି ପ୍ରଭୁଙ୍କ ଅଟନ୍ତି, ଯାହାଙ୍କର ବଡ ପରିବାର ଅଛି।
ਊਚਾ ਅਗਮ ਅਗਾਧਿ ਬੋਧ ਕਿਛੁ ਅੰਤੁ ਨ ਪਾਰਾਵਾਰੁ ॥ ପ୍ରଭୁ ସର୍ବୋଚ୍ଚ ଏବଂ ଅଗମ୍ୟ ଅଟନ୍ତି। ତାହାଙ୍କ ଜ୍ଞାନ ଅଥଳ ଅଟେ ଆଉ ତାହାଙ୍କର କୌଣସି ସୀମା ନାହିଁ।
ਸੇਵਾ ਸਾ ਤਿਸੁ ਭਾਵਸੀ ਸੰਤਾ ਕੀ ਹੋਇ ਛਾਰੁ ॥ ତାହାଙ୍କୁ ସେହି ସେବା ଭଲ ଲାଗିଥାଏ ଯାହା ସନ୍ଥଙ୍କ ଚରଣ ଧୁଳି ବନି କରାଯାଏ।
ਦੀਨਾ ਨਾਥ ਦੈਆਲ ਦੇਵ ਪਤਿਤ ਉਧਾਰਣਹਾਰੁ ॥ ସେହି ପରମାତ୍ମା ଦୀନନାଥ ଏବଂ ଦୟାଳୁ ଅଟନ୍ତି ଆଉ ପାପୀଙ୍କୁ କଲ୍ଯାଣ କରିବା ବାଲା ଅଟନ୍ତି।
ਆਦਿ ਜੁਗਾਦੀ ਰਖਦਾ ਸਚੁ ਨਾਮੁ ਕਰਤਾਰੁ ॥ ସୃଷ୍ଟିର ଆଦି ଯୁଗ କାଳରୁ ହିଁ ସୃଷ୍ଟିକର୍ତ୍ତାଙ୍କ ସତ୍ୟ ନାମ ଭକ୍ତଙ୍କୁ ରକ୍ଷା କରିଥାଏ।
ਕੀਮਤਿ ਕੋਇ ਨ ਜਾਣਈ ਕੋ ਨਾਹੀ ਤੋਲਣਹਾਰੁ ॥ ସ୍ବାମୀଙ୍କ ମୂଲ୍ୟକୁ କେହି ମଧ୍ୟ ଜାଣି ନଥାନ୍ତି ଆଉ ନା କେହି ତାହାଙ୍କୁ ଓଜନ କରିପାରିବ।
ਮਨ ਤਨ ਅੰਤਰਿ ਵਸਿ ਰਹੇ ਨਾਨਕ ਨਹੀ ਸੁਮਾਰੁ ॥ ହେ ନାନକ! ଯେଉଁ ପରମାତ୍ମା ଗଣନାରୁ ଉର୍ଦ୍ଧ୍ଵରେ, ସେ ମନ ଓ ତନରେ ନିବାସ କରୁଛନ୍ତି।
ਦਿਨੁ ਰੈਣਿ ਜਿ ਪ੍ਰਭ ਕੰਉ ਸੇਵਦੇ ਤਿਨ ਕੈ ਸਦ ਬਲਿਹਾਰ ॥੨॥ ମୁଁ ସର୍ବଦା ତାଙ୍କରି ପାଖରେ ସମର୍ପିତ ଯିଏ ପରମାତ୍ମାଙ୍କ ଦିନ ରାତି ସେବା କରିଥାଏ। ॥2॥
ਸੰਤ ਅਰਾਧਨਿ ਸਦ ਸਦਾ ਸਭਨਾ ਕਾ ਬਖਸਿੰਦੁ ॥ ସନ୍ଥମାନେ ସର୍ବଦା ଭଗବାନଙ୍କ ଆରାଧନା କରିଥାନ୍ତି,
ਜੀਉ ਪਿੰਡੁ ਜਿਨਿ ਸਾਜਿਆ ਕਰਿ ਕਿਰਪਾ ਦਿਤੀਨੁ ਜਿੰਦੁ ॥ ଯିଏ ସମସ୍ତ ଜୀବ ପ୍ରତି କ୍ଷମାବାନ ଅଟନ୍ତି ଆଉ ଯିଏ ଆତ୍ମା ଏବଂ ତନର ସୃଜନା କରିଛନ୍ତି ଏବଂ ଦୟା କରି ପ୍ରାଣ ପ୍ରଦାନ କରିଛନ୍ତି।
ਗੁਰ ਸਬਦੀ ਆਰਾਧੀਐ ਜਪੀਐ ਨਿਰਮਲ ਮੰਤੁ ॥ ହେ ପ୍ରାଣୀ! ଗୁରୁଙ୍କ ଶବ୍ଦ ଦ୍ଵାରା ସେହି ପ୍ରଭୁଙ୍କ ଆରାଧନା ଆଉ ନିର୍ମଳ ମନ୍ତ୍ର ରୂପୀ ନାମର ସ୍ମରଣ କରିବା ଉଚିତ।
ਕੀਮਤਿ ਕਹਣੁ ਨ ਜਾਈਐ ਪਰਮੇਸੁਰੁ ਬੇਅੰਤੁ ॥ ସେହି ଅନନ୍ତ ପରମେଶ୍ଵରଙ୍କ ମୂଲ୍ୟାଙ୍କନ କରାଯାଇପାରିବ ନାହିଁ।
ਜਿਸੁ ਮਨਿ ਵਸੈ ਨਰਾਇਣੋ ਸੋ ਕਹੀਐ ਭਗਵੰਤੁ ॥ ସେହି ବ୍ୟକ୍ତିକୁ ହିଁ ଭଗବାନ କୁହାଯାଏ, ଯାହାର ହୃଦୟରେ ନାରାୟଣ ନିବାସ କରିଥାନ୍ତି।
ਜੀਅ ਕੀ ਲੋਚਾ ਪੂਰੀਐ ਮਿਲੈ ਸੁਆਮੀ ਕੰਤੁ ॥ ପ୍ରଭୁ-ପତିଙ୍କ ମିଳନ କରିବା ଦ୍ଵାରା ହୃଦୟର ସମସ୍ତ ଅଭିଳାଷ ପୂର୍ଣ୍ଣ ହୋଇଯାଏ।
ਨਾਨਕੁ ਜੀਵੈ ਜਪਿ ਹਰੀ ਦੋਖ ਸਭੇ ਹੀ ਹੰਤੁ ॥ ନାନକ ଈଶ୍ବରଙ୍କ ସ୍ତୁତି କରି ବଞ୍ଚିଛନ୍ତି ଆଉ ତାହାଙ୍କ ସମସ୍ତ ପାପ ନଷ୍ଟ ହୋଇଯାଇଛି।
ਦਿਨੁ ਰੈਣਿ ਜਿਸੁ ਨ ਵਿਸਰੈ ਸੋ ਹਰਿਆ ਹੋਵੈ ਜੰਤੁ ॥੩॥ ଦିନ ରାତି ଯିଏ ଈଶ୍ଵରଙ୍କୁ ବିସ୍ମୃତ କରେ ନାହିଁ ସେହି ପ୍ରାଣୀ କୃତାର୍ଥ ହୋଇଯାଏ। ॥3॥
ਸਰਬ ਕਲਾ ਪ੍ਰਭ ਪੂਰਣੋ ਮੰਞੁ ਨਿਮਾਣੀ ਥਾਉ ॥ ସର୍ବକଳା ସଂପୂର୍ଣ୍ଣ ପରମେଶ୍ଵର ପରିପୂର୍ଣ୍ଣ ଅଟନ୍ତି। ମୁଁ ନିରାଶ୍ରୟର ତୁ ହିଁ ଆଶ୍ରୟ ଅଟେ।
ਹਰਿ ਓਟ ਗਹੀ ਮਨ ਅੰਦਰੇ ਜਪਿ ਜਪਿ ਜੀਵਾਂ ਨਾਉ ॥ ନିଜ ହୃଦୟରେ ମୁଁ ପ୍ରଭୁଙ୍କ ଆଶ୍ରୟ ନେଇଛି ଆଉ ମୁଁ ନାମ ସ୍ମରଣ ଏବଂ ଚିନ୍ତନ କରି ବଞ୍ଚିଅଛି।
ਕਰਿ ਕਿਰਪਾ ਪ੍ਰਭ ਆਪਣੀ ਜਨ ਧੂੜੀ ਸੰਗਿ ਸਮਾਉ ॥ ହେ ଇଶ୍ଵର! ନିଜର ଏପରି କୃପା କର ଯେପରି ତୋର ଦାସର ଚରଣ ଧୂଳି ସହିତ ମିଶି ରହିବି।
ਜਿਉ ਤੂੰ ਰਾਖਹਿ ਤਿਉ ਰਹਾ ਤੇਰਾ ਦਿਤਾ ਪੈਨਾ ਖਾਉ ॥ ହେ ନାଥ! ତୁମେ ମୋତେ ଯେଭଳି ରଖିଅଛ, ମୁଁ ସେପରି ହିଁ ଅଛି। ତୁମେ ମୋତେ ଯାହା ଦେଇଛ ମୁଁ ତାହା ହିଁ ପିନ୍ଧୁଛି ଆଉ ଖାଉଅଛି।
ਉਦਮੁ ਸੋਈ ਕਰਾਇ ਪ੍ਰਭ ਮਿਲਿ ਸਾਧੂ ਗੁਣ ਗਾਉ ॥ ହେ ପ୍ରଭୁ! ମୋତେ ସେହି ଉପାୟ ପ୍ରଦାନ କର ଯାହା ଦ୍ଵାରା ମୁଁ ସନ୍ଥଙ୍କ ସହିତ ମିଶି ତୋର ଯଶୋଗାନ କରିବି।
ਦੂਜੀ ਜਾਇ ਨ ਸੁਝਈ ਕਿਥੈ ਕੂਕਣ ਜਾਉ ॥ ତୋ ବିନା ମୁଁ ଅନ୍ୟ କାହାର ଖିଆଲ କରେ ନାହିଁ। ମୁଁ ପୁଣି ବିନତି କରିବାକୁ କାହିଁକି ଯିବି?
ਅਗਿਆਨ ਬਿਨਾਸਨ ਤਮ ਹਰਣ ਊਚੇ ਅਗਮ ਅਮਾਉ ॥ ହେ ପ୍ରଭୁ! ତୁମେ ଅଜ୍ଞାନର ନାଶ କରୁଅଛ, ତମ ଗୁଣର ମଧ୍ୟ ବିନାଶ କରୁଛ, ତୁମେ ସର୍ବୋଚ୍ଚ, ଅଗମ୍ୟ ଏବଂ ମାପ ରହିତ ଅଟ।
ਮਨੁ ਵਿਛੁੜਿਆ ਹਰਿ ਮੇਲੀਐ ਨਾਨਕ ਏਹੁ ਸੁਆਉ ॥ ହେ ପ୍ରଭୁ! ନାନକଙ୍କ ଏହି ଏକ ସ୍ଵାର୍ଥ ଅଟେ ଯେ ବିଛେଦ ହୋଇଥିବା ମନକୁ ନିଜ ସାଥିରେ ମିଳନ କର।
ਸਰਬ ਕਲਿਆਣਾ ਤਿਤੁ ਦਿਨਿ ਹਰਿ ਪਰਸੀ ਗੁਰ ਕੇ ਪਾਉ ॥੪॥੧॥ ହେ ପ୍ରଭୁ! ସେହି ଦିନ ସର୍ବ କଲ୍ଯାଣ ହେବ ଅର୍ଥାତ ମୋକ୍ଷ ଜାଣିବି, ଯେବେ ମୁଁ ଗୁରୁଙ୍କ ଚରଣ ସ୍ପର୍ଶ କରିବି ॥4॥1॥
ਵਾਰ ਮਾਝ ਕੀ ਤਥਾ ਸਲੋਕ ਮਹਲਾ ੧ ਮਲਕ ਮੁਰੀਦ ਤਥਾ ਚੰਦ੍ਰਹੜਾ ਸੋਹੀਆ ਕੀ ਧੁਨੀ ਗਾਵਣੀ ॥ ୱାର ମାଝର ତଥା ଶ୍ଳୋକ ମହଲା 1
ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥
ਗੁਰੁ ਦਾਤਾ ਗੁਰੁ ਹਿਵੈ ਘਰੁ ਗੁਰੁ ਦੀਪਕੁ ਤਿਹ ਲੋਇ ॥ ଗୁରୁ ନାମର ଦାତା ଅଟନ୍ତି ଆଉ ଗୁରୁ ହିଁ ହିମ ଅର୍ଥାତ ଶାନ୍ତିର ଘର ଅଟେ। ଗୁରୁ ହିଁ ତିନି ଲୋକରେ ଜ୍ଞାନର ପ୍ରକାଶ କରୁଥିବା ଦୀପକ ଅଟନ୍ତି।
ਅਮਰ ਪਦਾਰਥੁ ਨਾਨਕਾ ਮਨਿ ਮਾਨਿਐ ਸੁਖੁ ਹੋਇ ॥੧॥ ହେ ନାନକ! ନାମ ରୂପୀ ପଦାର୍ଥ ଜୀବକୁ ଅମର କରିଥାଏ, ଯଦି ମନୁଷ୍ୟର ମନ ଗୁରୁଙ୍କ ଶରଣ ନେବା ପାଇଁ ବିଶ୍ଵସ୍ତ ହୋଇଯାଏ, ତାହାହେଲେ ସୁଖ ଉପଲବ୍ଧ ହୋଇଥାଏ। ॥1॥
ਮਃ ੧ ॥ ମହଲା 1 ॥
ਪਹਿਲੈ ਪਿਆਰਿ ਲਗਾ ਥਣ ਦੁਧਿ ॥ ନିଜ ଜୀବନର ପ୍ରଥମ ଅବସ୍ଥା ବାଳ କାଳରେ ପ୍ରାଣୀ ମାତା ଠାରୁ କ୍ଷୀର ପିଇଥାଏ।
ਦੂਜੈ ਮਾਇ ਬਾਪ ਕੀ ਸੁਧਿ ॥ ଦ୍ଵିତୀୟ ଅବସ୍ଥାରେ ତାହାକୁ ନିଜ ମାତା ପିତାର ଜ୍ଞାନ ହୋଇଥାଏ।
ਤੀਜੈ ਭਯਾ ਭਾਭੀ ਬੇਬ ॥ ତୃତୀୟ ଅବସ୍ଥାରେ ସେ ନିଜର ଭାଇ, ଭାଉଜ ଓ ନିଜ ଭଉଣୀକୁ ଚିହ୍ନି ଥାଏ।
ਚਉਥੈ ਪਿਆਰਿ ਉਪੰਨੀ ਖੇਡ ॥ ଚତୁର୍ଥ ଅବସ୍ଥାରେ ତାହାର ରୁଚି ଖେଳରେ ଉତ୍ପନ୍ନ ହୋଇଥାଏ।
ਪੰਜਵੈ ਖਾਣ ਪੀਅਣ ਕੀ ਧਾਤੁ ॥ ପଞ୍ଚମ ଅବସ୍ଥାରେ ସେ ଖାଇବା ପିଇବା ଆଡକୁ ଦଉଡୁଥାଏ।
ਛਿਵੈ ਕਾਮੁ ਨ ਪੁਛੈ ਜਾਤਿ ॥ ଷଷ୍ଠ ଅବସ୍ଥାରେ ତାହାର ଭିତରେ କାମ ବାସନା ଉତ୍ପନ୍ନ ହୋଇଥାଏ ଆଉ ଏଥିରେ ସେ ଅନ୍ଧ ହୋଇ ଜାତି ଅଜାତି ଦେଖେ ନାହିଁ।
ਸਤਵੈ ਸੰਜਿ ਕੀਆ ਘਰ ਵਾਸੁ ॥ ସପ୍ତମ ଅବସ୍ଥାରେ ସେ ଧନ ଦୌଲତ ଏକତ୍ର କରିଥାଏ ଆଉ ନିଜ ଘରେ ନିବାସ କରିଥାଏ।
ਅਠਵੈ ਕ੍ਰੋਧੁ ਹੋਆ ਤਨ ਨਾਸੁ ॥ ଅଷ୍ଟମ ଅବସ୍ଥାରେ ତାହାର ତନ କ୍ରୋଧରେ ନଷ୍ଟ ହୋଇଯାଏ।
ਨਾਵੈ ਧਉਲੇ ਉਭੇ ਸਾਹ ॥ ନବମ ଅବସ୍ଥାରେ ତାହାର ବାଳ ଧବଳ ହୋଇଥାଏ, ଶ୍ଵାସ ନେବା କଠିନ ହୋଇଥାଏ।
ਦਸਵੈ ਦਧਾ ਹੋਆ ਸੁਆਹ ॥ ଦଶମ ଅବସ୍ଥାରେ ତାହାର ଶରୀର ଜଳି ଭସ୍ମ ହୋଇଯାଏ,
ਗਏ ਸਿਗੀਤ ਪੁਕਾਰੀ ਧਾਹ ॥ ତାହାର ସାଙ୍ଗ ସାଥି ଶ୍ମଶାନ ପର୍ଯ୍ୟନ୍ତ ଯାଆନ୍ତି ଆଉ ଲୁହ ବୁହାନ୍ତି।
ਉਡਿਆ ਹੰਸੁ ਦਸਾਏ ਰਾਹ ॥ ରାଜହଂସ (ଆତ୍ମା) ଉଡିଯାଏ ଆଉ ଯିବାର ମାର୍ଗ ପଚାରିଥାଏ।


© 2017 SGGS ONLINE
Scroll to Top