Guru Granth Sahib Translation Project

guru granth sahib odia page-122

Page 122

ਮਾਇਆ ਮੋਹੁ ਇਸੁ ਮਨਹਿ ਨਚਾਏ ਅੰਤਰਿ ਕਪਟੁ ਦੁਖੁ ਪਾਵਣਿਆ ॥੪॥ ଯିଏ ଏହି ମନକୁ ମୋହ ମାୟାରେ ନଚାଇଥାଏ ତଥା ମନରେ କପଟ ରଖିଥାଏ, ସେ ବଡ ଦୁଃଖୀ ହୋଇଥାଏ ॥4॥
ਗੁਰਮੁਖਿ ਭਗਤਿ ਜਾ ਆਪਿ ਕਰਾਏ ॥ ଯେବେ ଭଗବାନ ସ୍ଵୟଂ ମନୁଷ୍ୟରେ ଗୁରୁଙ୍କ ସାନ୍ନିଧ୍ୟ ଦ୍ଵାରା ନିଜ ଭକ୍ତି କରାଇଥାନ୍ତି
ਤਨੁ ਮਨੁ ਰਾਤਾ ਸਹਜਿ ਸੁਭਾਏ ॥ ସେତେବେଳେ ସହଜାତ ସ୍ଵଭାବରେ ହିଁ ତାହାର ମନ ଏବଂ ତନ ଭଗବାନଙ୍କ ପ୍ରେମରେ ମଗ୍ନ ହୋଇଯାଏ।
ਬਾਣੀ ਵਜੈ ਸਬਦਿ ਵਜਾਏ ਗੁਰਮੁਖਿ ਭਗਤਿ ਥਾਇ ਪਾਵਣਿਆ ॥੫॥ ଯେବେ ବାଣୀର ଅନାହତ ଶବ୍ଦ ଗୁରୁମୁଖଙ୍କ ହୃଦୟରେ ଗୁଞ୍ଜନ କରିଥାଏ, ସେତେବେଳେ ତାହାର ଭକ୍ତି ପ୍ରଭୁଙ୍କୁ ସ୍ଵୀକାର ହୋଇଥାଏ। ॥5॥
ਬਹੁ ਤਾਲ ਪੂਰੇ ਵਾਜੇ ਵਜਾਏ ॥ ସ୍ଵେଚ୍ଛାଚାରୀ ଅତ୍ୟଧିକ ତାଳ ଲଗାଇ ବଜାଇଥାଏ
ਨਾ ਕੋ ਸੁਣੇ ਨ ਮੰਨਿ ਵਸਾਏ ॥ ପରନ୍ତୁ, ଏମାନେ କେହି ମଧ୍ୟ ପ୍ରଭୁଙ୍କ ନାମ ଶୁଣି ନଥାନ୍ତି କିମ୍ବା ନାମକୁ ନିଜ ମନରେ ବସାଇ ନଥାଏ।
ਮਾਇਆ ਕਾਰਣਿ ਪਿੜ ਬੰਧਿ ਨਾਚੈ ਦੂਜੈ ਭਾਇ ਦੁਖੁ ਪਾਵਣਿਆ ॥੬॥ ସେ ମାୟା ପାଇଁ ମଞ୍ଚ ବାନ୍ଧି ନାଚିଥାଏ ଆଉ ମାୟାର ମୋହରେ ଫସି ଦୁଃଖୀ ହୋଇ ରହିଥାଏ ॥6॥
ਜਿਸੁ ਅੰਤਰਿ ਪ੍ਰੀਤਿ ਲਗੈ ਸੋ ਮੁਕਤਾ ॥ ଯେଉଁ ବ୍ୟକ୍ତିର ମନରେ ପ୍ରଭୁଙ୍କ ପ୍ରୀତି ଉତ୍ପର୍ଣ୍ଣ ହୋଇଯାଏ, ସେ ମୋହ ମାୟା ଠାରୁ ମୁକ୍ତ ହୋଇଯାଏ।
ਇੰਦ੍ਰੀ ਵਸਿ ਸਚ ਸੰਜਮਿ ਜੁਗਤਾ ॥ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିବା ହିଁ ସଂଯମ ରୂପୀ ସଚ୍ଚା ଯୁକ୍ତି ଅଟେ।
ਗੁਰ ਕੈ ਸਬਦਿ ਸਦਾ ਹਰਿ ਧਿਆਏ ਏਹਾ ਭਗਤਿ ਹਰਿ ਭਾਵਣਿਆ ॥੭॥ ଭଗବାନଙ୍କୁ ଏହି ଭକ୍ତି ଭଲ ଲାଗିଥାଏ ଯେ ତାହାଙ୍କୁ ସର୍ବଦା ଗୁରୁଙ୍କ ବାଣୀ ଦ୍ଵାରା ସ୍ମରଣ କରାଯାଏ ॥7॥
ਗੁਰਮੁਖਿ ਭਗਤਿ ਜੁਗ ਚਾਰੇ ਹੋਈ ॥ ଭଗବାନଙ୍କ ଭକ୍ତି ଚାରିଯୁଗରେ ଗୁରୁଙ୍କ ମାଧ୍ୟମରୁ ହିଁ ହୋଇଥାଏ।
ਹੋਰਤੁ ਭਗਤਿ ਨ ਪਾਏ ਕੋਈ ॥ ଅନ୍ୟ କିଛି ବିଧି ଦ୍ଵାରା ଭଗବାନଙ୍କ ଭକ୍ତି ହୋଇ ନଥାଏ।
ਨਾਨਕ ਨਾਮੁ ਗੁਰ ਭਗਤੀ ਪਾਈਐ ਗੁਰ ਚਰਣੀ ਚਿਤੁ ਲਾਵਣਿਆ ॥੮॥੨੦॥੨੧॥ ହେ ନାନକ! ଗୁରୁଙ୍କ ଚରଣରେ ଚିତ୍ତ ଲଗାଇଲେ ଭଗବାନଙ୍କ ନାମ ଗୁରୁ ଭକ୍ତି ଦ୍ଵାରା ପ୍ରାପ୍ତ ହୋଇଥାଏ। ॥8॥20॥21॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਸਚਾ ਸੇਵੀ ਸਚੁ ਸਾਲਾਹੀ ॥ ମୁଁ ସତ୍ୟସ୍ଵରୂପ ପରମାତ୍ମାଙ୍କ ହି ସେବା କରିଥାଏ ଆଉ ସେହି ଆତ୍ମ ସ୍ୱରୂପ ପରମାତ୍ମାଙ୍କ ମହିମା ସ୍ତୁତୁ କରୁଅଛି।
ਸਚੈ ਨਾਇ ਦੁਖੁ ਕਬ ਹੀ ਨਾਹੀ ॥ ସତ୍ୟ ପରମେଶ୍ଵରଙ୍କ ନାମ ସ୍ମରଣ କରିବା ଦ୍ଵାରା ଦୁଃଖ କେବେ ନିକଟକୁ ଆସେ ନାହିଁ।
ਸੁਖਦਾਤਾ ਸੇਵਨਿ ਸੁਖੁ ਪਾਇਨਿ ਗੁਰਮਤਿ ਮੰਨਿ ਵਸਾਵਣਿਆ ॥੧॥ ଯେଉଁ ବ୍ୟକ୍ତି ସୁଖଦାତା ଭଗବାନଙ୍କ ସେବା କରିଥାଏ ଆଉ ଗୁରୁଙ୍କ ମତି ଦ୍ଵାରା ତାହାକୁ ନିଜ ହୃଦୟରେ ବସାଇ ରଖିଥାଏ, ଏପରି ବ୍ୟକ୍ତି ସର୍ବଦା ସୁଖୀ ରହିଥାଏ। ॥1॥
ਹਉ ਵਾਰੀ ਜੀਉ ਵਾਰੀ ਸੁਖ ਸਹਜਿ ਸਮਾਧਿ ਲਗਾਵਣਿਆ ମୁଁ ତାହାଙ୍କ ପାଖରେ ତନ ଏବଂ ମନରେ ସମର୍ପିତ ଅଟେ, ଯିଏ ସ୍ଵାଭାବିକ ଭାବରେ ସମାଧି ଲଗାଇଥାଏ।
ਜੋ ਹਰਿ ਸੇਵਹਿ ਸੇ ਸਦਾ ਸੋਹਹਿ ਸੋਭਾ ਸੁਰਤਿ ਸੁਹਾਵਣਿਆ ॥੧॥ ਰਹਾਉ ॥ ଯେଉଁ ବ୍ୟକ୍ତି ଭଗବାନଙ୍କ ସେବା କରିଥାଏ, ସେ ସର୍ବଦା ହିଁ ସୁନ୍ଦର ଲାଗିଥାଏ।ସେ ଭଗବାନଙ୍କ ଠାରେ ବୃତ୍ତି ଲଗାଇ ଶୋଭାର ପାତ୍ର ବନିଯାଏ ଆଉ ଭଗବାନଙ୍କ ଦରବାରରେ ବଡ ଶୋଭା ପ୍ରାପ୍ତ ହୋଇଥାଏ। ॥1॥ରୁହ॥
ਸਭੁ ਕੋ ਤੇਰਾ ਭਗਤੁ ਕਹਾਏ ॥ ହେ ପ୍ରଭୁ ପରମେଶ୍ଵର! ପ୍ରତ୍ୟେକ ବ୍ୟକ୍ତି ସ୍ଵୟଂକୁ ତୋର ଭକ୍ତ ବୋଲି କହିଥାଏ
ਸੇਈ ਭਗਤ ਤੇਰੈ ਮਨਿ ਭਾਏ ॥ ପରନ୍ତୁ, ତୋର ଭକ୍ତ ସେହି ଅଟେ ଯିଏ ତୋର ମନକୁ ପ୍ରିୟ ଲାଗିଥାଏ।
ਸਚੁ ਬਾਣੀ ਤੁਧੈ ਸਾਲਾਹਨਿ ਰੰਗਿ ਰਾਤੇ ਭਗਤਿ ਕਰਾਵਣਿਆ ॥੨॥ ସେ ସଚ୍ଚାବାଣୀ ଦ୍ଵାରା ତୋର ଗୁଣ ଗାନ କରିଥାଏ ଆଉ ତୋର ପ୍ରେମରେ ମଗ୍ନ ରହି ତୋର ଭକ୍ତି କରିଥାଏ। ॥2॥
ਸਭੁ ਕੋ ਸਚੇ ਹਰਿ ਜੀਉ ਤੇਰਾ ॥ ହେ ସଚ୍ଚା ପରମେଶ୍ଵର! ପ୍ରତ୍ୟେକ ଜୀବ ତୋ’ ଦ୍ଵାରା ହିଁ ଉତ୍ପର୍ଣ୍ଣ ହୋଇଛନ୍ତି।
ਗੁਰਮੁਖਿ ਮਿਲੈ ਤਾ ਚੂਕੈ ਫੇਰਾ ॥ ଯଦି ମନୁଷ୍ୟକୁ ଗୁରୁ ମିଳିଯାଏ ତାହାହେଲେ ତାହାର ଜନ୍ମ ମୃତ୍ୟୁ ଚକ୍ର ବନ୍ଦ ହୋଇଯାଏ।
ਜਾ ਤੁਧੁ ਭਾਵੈ ਤਾ ਨਾਇ ਰਚਾਵਹਿ ਤੂੰ ਆਪੇ ਨਾਉ ਜਪਾਵਣਿਆ ॥੩॥ ହେ ଭଗବାନ! ଯେବେ ତୋତେ ଭଲ ଲାଗିଥାଏ, ସେତେବେଳେ ତୁ ନିଜ ନାମରେ ଜୀବକୁ ରଚନା କରି ଦେଉ ଆଉ ତୁ ସ୍ଵୟଂ ହିଁ ତାହା ଦ୍ଵାରା ନିଜ ନାମ ଜପ କରାଉ। ॥3॥
ਗੁਰਮਤੀ ਹਰਿ ਮੰਨਿ ਵਸਾਇਆ ॥ ହେ ପୂଜ୍ୟ ପରମେଶ୍ଵର ! ଗୁରୁଙ୍କ ଉପଦେଶ ଦ୍ଵାରା ତୁ ମନୁଷ୍ୟ ମନରେ ନିଜ ନ୍ନମ ବସାଇଦେଉ
ਹਰਖੁ ਸੋਗੁ ਸਭੁ ਮੋਹੁ ਗਵਾਇਆ ॥ ଆଉ ତାହାର ହସ, ଶୋକ ଏବଂ ମୋହ ସବୁ ନଷ୍ଟ କରିଦେଉ।
ਇਕਸੁ ਸਿਉ ਲਿਵ ਲਾਗੀ ਸਦ ਹੀ ਹਰਿ ਨਾਮੁ ਮੰਨਿ ਵਸਾਵਣਿਆ ॥੪॥ ଯାହାର ମନ ସର୍ବଦା ହିଁ ଏକ ପରମେଶ୍ଵରଙ୍କ ଠାରେ ଲୀନ ରହିଥାଏ, ସେ ଭଗବାନଙ୍କୁ ନିଜମନରେ ବସାଇ ନିଏ॥4॥
ਭਗਤ ਰੰਗਿ ਰਾਤੇ ਸਦਾ ਤੇਰੈ ਚਾਏ ॥ ହେ ପ୍ରଭୁ ପରମେଶ୍ଵର! ତୋର ଭକ୍ତ ସର୍ବଦା ହିଁ ବଡ ଇଚ୍ଛାରେ ତୋର ପ୍ରେମ କରିଥାଏ
ਨਉ ਨਿਧਿ ਨਾਮੁ ਵਸਿਆ ਮਨਿ ਆਏ ॥ ଆଉ ନବନିଧି ପ୍ରଦାନ କରୁଥିବା ତୋର ନାମ ତାହାଙ୍କ ମନରେ ଆସି ବାସ କରେ।
ਪੂਰੈ ਭਾਗਿ ਸਤਿਗੁਰੁ ਪਾਇਆ ਸਬਦੇ ਮੇਲਿ ਮਿਲਾਵਣਿਆ ॥੫॥ ଯେଉଁ ବ୍ୟକ୍ତି ସୌଭାଗ୍ୟରୁ ଗୁରୁଙ୍କୁ ପାଇଥାଏ, ଗୁରୁ ତାହାକୁ ଶବ୍ଦ ଦ୍ଵାରା ଭଗବାନଙ୍କ ସହିତ ମିଳନ କାରାଇଦିଅନ୍ତି ॥5॥
ਤੂੰ ਦਇਆਲੁ ਸਦਾ ਸੁਖਦਾਤਾ ॥ ହେ ପ୍ରଭୁ! ତୁ ବଡ ଦୟାଳୁ ଏବଂ ସର୍ବଦା ହିଁ ଜୀବକୁ ସୁଖ ଦେଉଥାଉ।
ਤੂੰ ਆਪੇ ਮੇਲਿਹਿ ਗੁਰਮੁਖਿ ਜਾਤਾ ॥ ତୁ ସ୍ଵୟଂ ହିଁ ଜୀବଙ୍କୁ ନିଜ ସାଥିରେ ମିଳନ କରାଉ ଆଉ ତୋତେ ଗୁରୁଙ୍କ ମାଧ୍ୟମରୁ ହିଁ ଜଣାଯାଏ।
ਤੂੰ ਆਪੇ ਦੇਵਹਿ ਨਾਮੁ ਵਡਾਈ ਨਾਮਿ ਰਤੇ ਸੁਖੁ ਪਾਵਣਿਆ ॥੬॥ ତୁ ସ୍ଵୟଂ ହିଁ ଜୀବଙ୍କୁ ନାମ ରୁପି ମହାନତା ପ୍ରଦାନ କରିଥାଏ। ଯେଉଁ ବ୍ୟକ୍ତି ତୋର ନାମରେ ମଗ୍ନ ରହିଥାଏ, ସେ ସର୍ବଦା ହିଁ ସୁଖୀ ରହିଥାଏ ॥6॥
ਸਦਾ ਸਦਾ ਸਾਚੇ ਤੁਧੁ ਸਾਲਾਹੀ ॥ ହେ ସତ୍ୟସ୍ଵରୂପ ପରମେଶ୍ଵର! ମୁଁ ସର୍ବଦା ତୋର ମହିମା ସ୍ତୁତି କରିଥାଏ।
ਗੁਰਮੁਖਿ ਜਾਤਾ ਦੂਜਾ ਕੋ ਨਾਹੀ ॥ ମୋତେ ଗୁରୁମୁଖ ହିଁ ଜାଣିଛନ୍ତି ଆଉ ଅନ୍ୟ କେହି ଜାଣିପାରି ନାହାନ୍ତି।
ਏਕਸੁ ਸਿਉ ਮਨੁ ਰਹਿਆ ਸਮਾਏ ਮਨਿ ਮੰਨਿਐ ਮਨਹਿ ਮਿਲਾਵਣਿਆ ॥੭॥ ଜୁଡି ମନୁଷ୍ୟର ମନ ବିଶ୍ଵସ୍ତ ହୋଇଯାଏ ଆଉ ସେ ଏକ ପରମେଶ୍ଵରଙ୍କ ସହିତ ରହିଥାଏ , ତାହାହେଲେ ସଦଗୁରୁ ତାହାର ମନରେ ପ୍ରଭୁଙ୍କ ସହିତ ମିଳନ କରାଇଦିଅନ୍ତି ॥7॥
ਗੁਰਮੁਖਿ ਹੋਵੈ ਸੋ ਸਾਲਾਹੇ ॥ ତୋର ମହିମାସ୍ତୁତି ସେହି ମନୁଷ୍ୟ କରିଥାଏ, ଯିଏ ଗୁରୁମୁଖ ବନିଯାଏ।
ਸਾਚੇ ਠਾਕੁਰ ਵੇਪਰਵਾਹੇ ॥ ହେ ମୋର ସଚ୍ଚା ଠାକୁର! ତୁ ନିଶ୍ଚିନ୍ତ ଅଟୁ,
ਨਾਨਕ ਨਾਮੁ ਵਸੈ ਮਨ ਅੰਤਰਿ ਗੁਰ ਸਬਦੀ ਹਰਿ ਮੇਲਾਵਣਿਆ ॥੮॥੨੧॥੨੨॥ ହେ ନାନକ! ଯାହାର ମନରେ ନାମର ନିବାସ ହୋଇଯାଇଥାଏ, ଗୁରୁ ନିଜ ବାଣୀ ଦ୍ଵାରା ତାହାକୁ ଭଗବାନଙ୍କ ସହିତ ମିଳନ କରାଇଦିଅନ୍ତି ॥8॥21॥22॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਤੇਰੇ ਭਗਤ ਸੋਹਹਿ ਸਾਚੈ ਦਰਬਾਰੇ ॥ ହେ ସତ୍ୟସ୍ଵରୂପ ପରମେଶ୍ଵର! ତୋର ଭକ୍ତ ତୋର ସତ୍ୟ ଦରବାରରେ ବସି ବଡ ଶୋଭା ପାଉଅଛି।
ਗੁਰ ਕੈ ਸਬਦਿ ਨਾਮਿ ਸਵਾਰੇ ॥ ତୁ ସେମାନଙ୍କୁ ଗୁରୁଙ୍କ ଶବ୍ଦ ଦ୍ଵାରା ନାମରେ ଲଗାଇ ପାଳନ କରୁ।
ਸਦਾ ਅਨੰਦਿ ਰਹਹਿ ਦਿਨੁ ਰਾਤੀ ਗੁਣ ਕਹਿ ਗੁਣੀ ਸਮਾਵਣਿਆ ॥੧॥ ସେ ଦିନ ରାତି ସର୍ବଦା ଆନନ୍ଦରେ ରହିଥାଏ ଆଉ ଗୁଣର ଭଣ୍ଡାର ପ୍ରଭୁଙ୍କ ଗୁଣାନୁବାଦ କରି କରି ସେଥିରେ ହିଁ ଲୀନ ରହିଥାଏ ॥1॥


© 2025 SGGS ONLINE
error: Content is protected !!
Scroll to Top