Guru Granth Sahib Translation Project

guru granth sahib odia page-120

Page 120

ਮਨਸਾ ਮਾਰਿ ਸਚਿ ਸਮਾਣੀ ॥ ଯେତେବେଳେ ବୁଦ୍ଧି ମନର ଅଭିଳାଷକୁ ନଷ୍ଟ କରି ସତ୍ୟରେ ରହି ଯାଇଛି
ਇਨਿ ਮਨਿ ਡੀਠੀ ਸਭ ਆਵਣ ਜਾਣੀ ॥ ସେତେବେଲେ ଏହି ମନ ଦେଖେ ଯେ ଏହି ସୃଷ୍ଟି ଜନ୍ମହୋଇ ମରିଥାଏ।
ਸਤਿਗੁਰੁ ਸੇਵੇ ਸਦਾ ਮਨੁ ਨਿਹਚਲੁ ਨਿਜ ਘਰਿ ਵਾਸਾ ਪਾਵਣਿਆ ॥੩॥ ଯେଉଁ ବ୍ୟକ୍ତି ସର୍ବଦା ହିଁ ସଦଗୁରୁଙ୍କ ସେବା କରିଥାଏ, ତାହାର ମନ ଅଟଳ ହୋଇଯାଇଥାଏ ଆଉ ନିଜ ଆତ୍ମସ୍ଵରୁପରେ ନିବାସ ପ୍ରାପ୍ତ କରିନିଏ ॥3॥
ਗੁਰ ਕੈ ਸਬਦਿ ਰਿਦੈ ਦਿਖਾਇਆ ॥ ଗୁରୁଙ୍କ ଶବ୍ଦ ମୋତେ ପ୍ରଭୁଙ୍କୁ ମୋ’ ହୃଦୟରେ ଦେଖାଇ ଦେଇଛି
ਮਾਇਆ ਮੋਹੁ ਸਬਦਿ ਜਲਾਇਆ ॥ ଆଉ ମୋର ଅନ୍ତଃ ମନରୁ ମାୟାର ମୋହକୁ ଜଳାଇଦେଇଛି।
ਸਚੋ ਸਚਾ ਵੇਖਿ ਸਾਲਾਹੀ ਗੁਰ ਸਬਦੀ ਸਚੁ ਪਾਵਣਿਆ ॥੪॥ ସତ୍ୟ- ପ୍ରଭୁଙ୍କ ଦର୍ଶନ କରି ଏବେ ମୁଁ ସତ୍ୟ-ପରମାତ୍ମାଙ୍କ ହିଁ ମହିମା-ସ୍ତୁତି କରୁଅଛି। ସେ ସତ୍ୟ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ମିଳିଥାନ୍ତି ॥4॥
ਜੋ ਸਚਿ ਰਾਤੇ ਤਿਨ ਸਚੀ ਲਿਵ ਲਾਗੀ ॥ ଯେଉଁ ବ୍ୟକ୍ତି ସତ୍ୟ-ପରମେଶ୍ଵରଙ୍କ ପ୍ରେମରେ ମଗ୍ନ ହୋଇଯାଏ, ପ୍ରଭୁଙ୍କ ଠାରେ ତାହାର ମନ ଲାଗିଯାଏ।
ਹਰਿ ਨਾਮੁ ਸਮਾਲਹਿ ਸੇ ਵਡਭਾਗੀ ॥ ସେହି ବ୍ୟକ୍ତି ବଡ ଭାଗ୍ୟଶାଳୀ ଅଟେ, ଯିଏ ହରି-ନାମକୁ ସ୍ମରଣ କରିଥାଏ।
ਸਚੈ ਸਬਦਿ ਆਪਿ ਮਿਲਾਏ ਸਤਸੰਗਤਿ ਸਚੁ ਗੁਣ ਗਾਵਣਿਆ ॥੫॥ ସତ୍ୟ-ପରମେଶ୍ଵର ସ୍ଵୟଂ ହିଁ ତାହାକୁ ନିଜ ସାଥିରେ ମିଶାଇଦିଅନ୍ତି, ଯିଏ ସତସଙ୍ଗରେ ମିଶି ସତ୍ୟ-ପରମେଶ୍ଵରଙ୍କ ଗୁଣ ଗାନ କରିଥାଏ ॥5॥
ਲੇਖਾ ਪੜੀਐ ਜੇ ਲੇਖੇ ਵਿਚਿ ਹੋਵੈ ॥ ପରମାତ୍ମା ଲେଖାରୁ ଉର୍ଦ୍ଧ୍ଵରେ ଥାଆନ୍ତି। ତାହାଙ୍କ ଲେଖା ଆମେ ସେତେବେଳେ ପଢିବା, ଯଦି ସେ କୌଣସି ଲେଖାରେ ଆସନ୍ତି।
ਓਹੁ ਅਗਮੁ ਅਗੋਚਰੁ ਸਬਦਿ ਸੁਧਿ ਹੋਵੈ ॥ ସେ ଅଗମ୍ୟ ଏବଂ ଅଗୋଚର ଅଟନ୍ତି ତଥା ତାଙ୍କରି ଜ୍ଞାନ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ହୋଇଥାଏ।
ਅਨਦਿਨੁ ਸਚ ਸਬਦਿ ਸਾਲਾਹੀ ਹੋਰੁ ਕੋਇ ਨ ਕੀਮਤਿ ਪਾਵਣਿਆ ॥੬॥ ମୁଁ ପ୍ରତିଦିନ ସତ୍ୟ ବାଣୀ ଦ୍ଵାରା ତାହାଙ୍କ ମହିମା-ସ୍ତୁତି କରିଥାଏ ତଥା ଆଉ କେହି ମଧ୍ୟ ତାହାଙ୍କ ମୂଲ୍ୟାଙ୍କନ କରି ପାରେନାହିଁ। ॥6॥
ਪੜਿ ਪੜਿ ਥਾਕੇ ਸਾਂਤਿ ਨ ਆਈ ॥ କେହି ବିଦ୍ଵାନ ଗ୍ରନ୍ଥ ପଢି ପଢି ଥକି ଯାଇଛି, ପରନ୍ତୁ, ତାହାକୁ ଶାନ୍ତି ପ୍ରାପ୍ତ ହୋଇନାହିଁ।
ਤ੍ਰਿਸਨਾ ਜਾਲੇ ਸੁਧਿ ਨ ਕਾਈ ॥ ସେ ତୃଷ୍ଣାଗ୍ନିରେ ହିଁ ଜଳିଥାଏ ଆଉ ପ୍ରଭୁଙ୍କ ବିଷୟରେ କୌଣସି ଜ୍ଞାନ ମିଳିନାହିଁ।
ਬਿਖੁ ਬਿਹਾਝਹਿ ਬਿਖੁ ਮੋਹ ਪਿਆਸੇ ਕੂੜੁ ਬੋਲਿ ਬਿਖੁ ਖਾਵਣਿਆ ॥੭॥ ସେ ଜୀବନ ସାରା ବିଷ ରୂପ ମାୟା ହିଁ କିଣିଥାଏ ଆଉ ତାହାକୁ ବିଷ ରୂପ ମୋହ ମାୟାର ତୃଷ୍ଣା ହିଁ ଲାଗିଥାଏ। ଏଣୁ, ସେ ମିଥ୍ୟା ବୋଲି ବୋଲି ବିଷ ରୂପ ମାୟା ହିଁ ସେବନ କରିଥାଏ ॥7॥
ਗੁਰ ਪਰਸਾਦੀ ਏਕੋ ਜਾਣਾ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ କୃପାରୁ ଏକ ପରମେଶ୍ଵରଙ୍କୁ ଜାଣିଥାଏ,
ਦੂਜਾ ਮਾਰਿ ਮਨੁ ਸਚਿ ਸਮਾਣਾ ॥ ତାହାର ମନ ମାୟାର ମୋହକୁ ନଷ୍ଟ କରି ସତ୍ୟରେ ମିଶିଯାଏ।
ਨਾਨਕ ਏਕੋ ਨਾਮੁ ਵਰਤੈ ਮਨ ਅੰਤਰਿ ਗੁਰ ਪਰਸਾਦੀ ਪਾਵਣਿਆ ॥੮॥੧੭॥੧੮॥ ହେ ନାନକ! ଯାହାର ମନରେ ଏକ ପରମାତ୍ମା ହିଁ ପ୍ରବୃତ୍ତ ହୋଇ ରହିଛନ୍ତି, ଗୁରୁଙ୍କ କୃପାରୁ ସେ ହିଁ ଭଗବାନଙ୍କୁ ପ୍ରାପ୍ତ କରିଥାଏ ॥8॥17॥18॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਵਰਨ ਰੂਪ ਵਰਤਹਿ ਸਭ ਤੇਰੇ ॥ ହେ ପ୍ରଭୁ! ଜଗତରେ ବିଭିନ୍ନ ବର୍ଣ୍ଣ ଏବଂ ରୂପର ଯେତେ ମଧ୍ୟ ଜୀବ ଅଛନ୍ତି, ତାହା ତୋର ହିଁ ରୂପ ଅଟେ ଆଉ ତୁ ସ୍ଵୟଂ ହିଁ ସେଥିରେ ପ୍ରବୃତ୍ତ ହୋଇ ରହିଛୁ।
ਮਰਿ ਮਰਿ ਜੰਮਹਿ ਫੇਰ ਪਵਹਿ ਘਣੇਰੇ ॥ ସେହି ସମସ୍ତ ଜୀବ ବାରମ୍ବାର ଜନ୍ମ-ମରଣର ଚକ୍ରରେ ପଡି ରହନ୍ତି।
ਤੂੰ ਏਕੋ ਨਿਹਚਲੁ ਅਗਮ ਅਪਾਰਾ ਗੁਰਮਤੀ ਬੂਝ ਬੁਝਾਵਣਿਆ ॥੧॥ କିନ୍ତୁ, ହେ ଇଶ୍ଵର! ଏକ ତୁ ହିଁ ଅମର, ଅଗମ୍ୟ ଏବଂ ଅପାର ଅଟୁ ଆଉ ଏହାର ଜ୍ଞାନ ତୁ ଜୀବଙ୍କୁ ଗୁରୁଙ୍କ ମତି ଦ୍ଵାରା ହିଁ ଦେଉଥାଉ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਰਾਮ ਨਾਮੁ ਮੰਨਿ ਵਸਾਵਣਿਆ ॥ ମୁଁ ତାହା ଉପରେ ତନ-ମନରେ ଉତ୍ସର୍ଗିତ, ଯିଏ ରାମ ନାମକୁ ନିଜ ହୃଦୟରେ ବସାଇଥାଏ।
ਤਿਸੁ ਰੂਪੁ ਨ ਰੇਖਿਆ ਵਰਨੁ ਨ ਕੋਈ ਗੁਰਮਤੀ ਆਪਿ ਬੁਝਾਵਣਿਆ ॥੧॥ ਰਹਾਉ ॥ ପ୍ରଭୁଙ୍କ କୌଣସି ମଧ୍ୟ ରୂପ-ରଙ୍ଗ ଆକାର ପ୍ରକାର ଅଥବା ବର୍ଣ୍ଣ ନଥାଏ। ସେ ସ୍ଵାମ ହିଁ ଗୁରୁଙ୍କ ମତି ଦ୍ଵାରା ଏହି ଜ୍ଞାନ ଦେଇଥାନ୍ତି ॥1॥ରୁହ॥
ਸਭ ਏਕਾ ਜੋਤਿ ਜਾਣੈ ਜੇ ਕੋਈ ॥ ସମସ୍ତ ଜୀବଙ୍କ ଠାରେ ଏକ ପ୍ରଭୁଙ୍କ ଜ୍ୟୋତି ହିଁ ବିଦ୍ୟମାନ ଅଛି, ପରନ୍ତୁ, ଏହାର ଭେଦକୁ କେହି ବିରଳ ହିଁ ଜାଣିଥାଏ।
ਸਤਿਗੁਰੁ ਸੇਵਿਐ ਪਰਗਟੁ ਹੋਈ ॥ ସଦଗୁରୁଙ୍କ ସେବା କରିବା ଦ୍ଵାରା ସେହି ଜ୍ୟୋତି ମନୁଷ୍ୟର ହୃଦୟରେ ପ୍ରକଟ ହୋଇଯାଏ, ଅର୍ଥାତ ତାହାକୁ ନିଜ ହୃଦୟରେ ହିଁ ପ୍ରକାଶର ପ୍ରତ୍ୟକ୍ଷ ଦର୍ଶନ ହୋଇଯାଏ।
ਗੁਪਤੁ ਪਰਗਟੁ ਵਰਤੈ ਸਭ ਥਾਈ ਜੋਤੀ ਜੋਤਿ ਮਿਲਾਵਣਿਆ ॥੨॥ ଭଗବାନ ଅପ୍ରତ୍ୟକ୍ଷ ଏବଂ ପ୍ରତ୍ୟକ୍ଷ ରୂପରେ ସର୍ବତ୍ର ବିଦ୍ୟମାନ ଅଛନ୍ତି ଏବଂ ମନୁଷ୍ୟର ଜ୍ୟୋତି ପ୍ରଭୁଙ୍କ ପରମ ଜ୍ୟୋତିରେ ବିଲୀନ ହୋଇଯାଏ ॥2॥
ਤਿਸਨਾ ਅਗਨਿ ਜਲੈ ਸੰਸਾਰਾ ॥ ସାରା ସଂସାର ତୃଷ୍ଣାର ଅଗ୍ନିରେ ଜଳୁଅଛି।
ਲੋਭੁ ਅਭਿਮਾਨੁ ਬਹੁਤੁ ਅਹੰਕਾਰਾ ॥ ଜୀବ ଠାରେ ଲୋଭ, ଅଭିମାନ ତଥା ଅହଂକାର ଅଧିକ ବଢୁଅଛି।
ਮਰਿ ਮਰਿ ਜਨਮੈ ਪਤਿ ਗਵਾਏ ਅਪਣੀ ਬਿਰਥਾ ਜਨਮੁ ਗਵਾਵਣਿਆ ॥੩॥ ସମସ୍ତ ଜୀବ ବାରମ୍ବାର ଜନ୍ମ-ମରଣର ଚକ୍ରରେ ପଡି ରହନ୍ତି ଓ ପ୍ରତିଷ୍ଠା ହରାନ୍ତି। ଏଥିଦ୍ବାରା, ସେ ନିଜର ଅମୂଲ୍ୟ ଜୀବନ ବ୍ୟର୍ଥ କରିଦିଏ। ॥3॥
ਗੁਰ ਕਾ ਸਬਦੁ ਕੋ ਵਿਰਲਾ ਬੂਝੈ ॥ କେହି ବିରଳ ପୁରୁଷ ହିଁ ଗୁରୁଙ୍କ ଶବ୍ଦକୁ ବୁଝିଥାଏ।
ਆਪੁ ਮਾਰੇ ਤਾ ਤ੍ਰਿਭਵਣੁ ਸੂਝੈ ॥ ଯେତେବେଳ ମନୁଷ୍ୟ ନିଜର ଅହଂକାରକୁ ନଷ୍ଟ କରିଥାଏ, ସେତେବେଳେ ତାହାକୁ ତିନି ଲୋକର ଜ୍ଞାନ ହୋଇଯାଏ।
ਫਿਰਿ ਓਹੁ ਮਰੈ ਨ ਮਰਣਾ ਹੋਵੈ ਸਹਜੇ ਸਚਿ ਸਮਾਵਣਿਆ ॥੪॥ ଯଦି ମନୁଷ୍ୟ ମିଥ୍ୟା ତତ୍ତ୍ଵକୁ ପରୀକ୍ଷା କରିବା ପରେ ମୃତ୍ୟୁ ପ୍ରାପ୍ତ କରିଥାଏ, ତାହାହେଲେ ତାହାର ପଶ୍ଚାତ ମୃତ୍ୟୁ ହୁଏ ନାହିଁ ଆଉ ସେ ସ୍ଵାଭାବିକ ଭାବରେ ହିଁ ସତ୍ୟ-ପରମାତ୍ମାଙ୍କ ଠାରେ ଲୀନ ହୋଇଯାଏ ॥4॥
ਮਾਇਆ ਮਹਿ ਫਿਰਿ ਚਿਤੁ ਨ ਲਾਏ ॥ ତେବେ, ସେ ନିଜ ମନକୁ ମୋହ ମାୟାରେ ଲଗାଏ ନାହିଁ ଆଉ
ਗੁਰ ਕੈ ਸਬਦਿ ਸਦ ਰਹੈ ਸਮਾਏ ॥ ଗୁରୁଙ୍କ ବାଣୀରେ ସର୍ବଦା ଲୀନ ହୋଇ ରହିଥାଏ।
ਸਚੁ ਸਲਾਹੇ ਸਭ ਘਟ ਅੰਤਰਿ ਸਚੋ ਸਚੁ ਸੁਹਾਵਣਿਆ ॥੫॥ ସତ୍ୟ-ପରମେଶ୍ଵରଙ୍କ ହିଁ ମହିମା-ସ୍ତୁତି କରିଥାଏ, ଯିଏ ସର୍ବବ୍ୟାପକ ଅଟନ୍ତି। ତାହାକୁ ଏମିତି ପ୍ରତୀତ ହୋଇଥାଏ ଯେ ଏକ ସତ୍ୟ-ପରମେଶ୍ଵର ହିଁ ସବୁଥିରେ ବିଦ୍ୟମାନ ହୋଇଛନ୍ତି ॥5॥
ਸਚੁ ਸਾਲਾਹੀ ਸਦਾ ਹਜੂਰੇ ॥ ମୁଁ ସତ୍ୟ-ପରମେଶ୍ଵରଙ୍କ ହିଁ ଗାନ କରୁଅଛି ଆଉ ତାହାଙ୍କୁ ହିଁ ସର୍ବଦା ପ୍ରତ୍ୟକ୍ଷ ଭାବରେ ବୁଝୁଅଛି।
ਗੁਰ ਕੈ ਸਬਦਿ ਰਹਿਆ ਭਰਪੂਰੇ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ମୋତେ ପ୍ରଭୁ ସାରା ଜଗତରେ ହିଁ ବିଦ୍ୟମାନ ଲାଗୁଅଛନ୍ତି।
ਗੁਰ ਪਰਸਾਦੀ ਸਚੁ ਨਦਰੀ ਆਵੈ ਸਚੇ ਹੀ ਸੁਖੁ ਪਾਵਣਿਆ ॥੬॥ ସତ୍ୟ-ପରମେଶ୍ଵରଙ୍କ ଗୁରୁଙ୍କ କୃପାରୁ ହିଁ ଦର୍ଶନ ହୋଇଥାଏ ଆଉ ସତ୍ୟ-ପରମେଶ୍ଵରଙ୍କ ଠାରୁ ହିଁ ସୁଖ ପ୍ରାପ୍ତ ହୋଇଥାଏ ॥6॥
ਸਚੁ ਮਨ ਅੰਦਰਿ ਰਹਿਆ ਸਮਾਇ ॥ ସତ୍ୟ-ପରମେଶ୍ଵର ପ୍ରତ୍ୟେକ ଜୀବର ମନରେ ରହିଥାନ୍ତି।
ਸਦਾ ਸਚੁ ਨਿਹਚਲੁ ਆਵੈ ਨ ਜਾਇ ॥ ସେ ସତ୍ୟ-ପରମେଶ୍ଵର ସର୍ବଦା ଅମର ଅଟନ୍ତି ଆଉ ଜନ୍ମ-ମରଣରେ କେବେ ଆସେ ନାହିଁ।
ਸਚੇ ਲਾਗੈ ਸੋ ਮਨੁ ਨਿਰਮਲੁ ਗੁਰਮਤੀ ਸਚਿ ਸਮਾਵਣਿਆ ॥੭॥ ଯେଉଁ ମନ ସତ୍ୟ-ପରମେଶ୍ଵରଙ୍କ ସାଥିରେ ପ୍ରେମ କରିଥାଏ, ସେ ନିର୍ମଳ ହୋଇଯାଏ ଆଉ ଗୁରୁଙ୍କ ମତି ଦ୍ଵାରା ସତ୍ୟରେ ହିଁ ରହିଥାଏ। ॥7॥
ਸਚੁ ਸਾਲਾਹੀ ਅਵਰੁ ਨ ਕੋਈ ॥ ମୁଁ ତ ଏକ ପରମେଶ୍ଵରଙ୍କୁ ହିଁ ଗାନ କରୁଅଛି ତଥା ଅନ୍ୟ କାହାର ପୂଜା କରେ ନାହିଁ।
ਜਿਤੁ ਸੇਵਿਐ ਸਦਾ ਸੁਖੁ ਹੋਈ ॥ ତାହାଙ୍କ ସେବା କରିବା ଦ୍ଵାରା ସର୍ବଦା ହିଁ ସୁଖ ମିଳିଥାଏ।


© 2025 SGGS ONLINE
error: Content is protected !!
Scroll to Top