Guru Granth Sahib Translation Project

guru granth sahib odia page-64

Page 64

ਸਭੁ ਜਗੁ ਕਾਜਲ ਕੋਠੜੀ ਤਨੁ ਮਨੁ ਦੇਹ ਸੁਆਹਿ ॥ ଏହି ସଂସାର ଏକ କାଳିର କୁଟୀର ଅଟେ। ଶରୀର, ଆତ୍ମା ଏବଂ ମନୁଷ୍ୟ ତନ ସବୁ ତାହା ସାଥିରେ କଳା ହୋଇଯାଏ।
ਗੁਰਿ ਰਾਖੇ ਸੇ ਨਿਰਮਲੇ ਸਬਦਿ ਨਿਵਾਰੀ ਭਾਹਿ ॥੭॥ କିନ୍ତୁ, ଯାହାକୁ ଗୁରୁଜୀ ସ୍ଵୟଂ ରକ୍ଷା କରିଥାନ୍ତି, ସେ ନିର୍ମଳ ଅଟେ ଆଉ ଈଶ୍ବରଙ୍କ ନାମ ସାଥିରେ ତୃଷ୍ଣାର ଅଗ୍ନିକୁ ଲିଭାଇ ଦିଏ। ॥7॥
ਨਾਨਕ ਤਰੀਐ ਸਚਿ ਨਾਮਿ ਸਿਰਿ ਸਾਹਾ ਪਾਤਿਸਾਹੁ ॥ ହେ ନାନକ! ସମ୍ରାଟଙ୍କ ସମ୍ରାଟ ପରମେଶ୍ଵରଙ୍କ ସତ୍ୟନାମ ସାଥିରେ ମନୁଷ୍ୟ ଭବ ସାଗର ପାର କରିଦେଇଥାଏ।
ਮੈ ਹਰਿ ਨਾਮੁ ਨ ਵੀਸਰੈ ਹਰਿ ਨਾਮੁ ਰਤਨੁ ਵੇਸਾਹੁ ॥ ହେ ପ୍ରଭୁ! ମୋତେ ଆପଣଙ୍କ ହରିନାମ କଦାପି ବିସ୍ମୃତ ନ ହେଉ, ମୁଁ ହରିଙ୍କ ନାମର ଆଭୁଷଣ କ୍ରୟ କରିଦେଇଛି।
ਮਨਮੁਖ ਭਉਜਲਿ ਪਚਿ ਮੁਏ ਗੁਰਮੁਖਿ ਤਰੇ ਅਥਾਹੁ ॥੮॥੧੬॥ ସ୍ଵେଛାଚାରୀ ଭୟାନକ ଭବ ସାଗରରେ ମାୟା-ଲିପ୍ତ ହେବା କାରଣରୁ ନଷ୍ଟ ହୋଇଯାଇଥାଏ, ପରନ୍ତୁ ଗୁରୁମୁଖ ଭବ ସାଗରରୁ ପାର ହୋଇଯାଇଥାଏ। ॥8॥ 16॥
ਸਿਰੀਰਾਗੁ ਮਹਲਾ ੧ ਘਰੁ ੨ ॥ ସିରିରାଗ ମହଲା 1 ଘରୁ 2 ॥
ਮੁਕਾਮੁ ਕਰਿ ਘਰਿ ਬੈਸਣਾ ਨਿਤ ਚਲਣੈ ਕੀ ਧੋਖ ॥ ଯଦି କେହି ପ୍ରାଣୀ ନିଜର ସାଂସାରିକ ଗୃହକୁ ନିଜର ସ୍ଥାୟୀ ନିବାସ ଭାବିଥାଏ, ତାହାକୁ ମଧ୍ୟ ଏହାଠାରୁ ଯିବା(ମୃତ୍ୟୁ) ଚିନ୍ତା ଲାଗିରହିଥାଏ।
ਮੁਕਾਮੁ ਤਾ ਪਰੁ ਜਾਣੀਐ ਜਾ ਰਹੈ ਨਿਹਚਲੁ ਲੋਕ ॥੧॥ ଏହି ସଂସାର ଘରକୁ ସ୍ଥାୟୀ ନିବାସ ସେତେବେଳେ ଭାବିହୁଏ, ଯେତେବେଳେ ସେ ଏଠାରେ ସବୁଦିନ ରହିବା କଥା ଭବିଥାଏ। ॥1॥
ਦੁਨੀਆ ਕੈਸਿ ਮੁਕਾਮੇ ॥ ଏହି ଦୁନିଆ କିପରି ସ୍ଥାୟୀ ହୋଇପାରିବ?
ਕਰਿ ਸਿਦਕੁ ਕਰਣੀ ਖਰਚੁ ਬਾਧਹੁ ਲਾਗਿ ਰਹੁ ਨਾਮੇ ॥੧॥ ਰਹਾਉ ॥ ଏଥିପାଇଁ ଶ୍ରଦ୍ଧାଯୁକ୍ତ ହୋଇ ଶୁଭ କର୍ମ କରି ସଦାଚାରଣର ଅର୍ଜନ କର ଆଉ ଇଶ୍ଵର ଭକ୍ତିରେ ଲୀନ ରୁହ ॥1॥ରୁହ॥
ਜੋਗੀ ਤ ਆਸਣੁ ਕਰਿ ਬਹੈ ਮੁਲਾ ਬਹੈ ਮੁਕਾਮਿ ॥ ଯୋଗୀ ଧ୍ୟାନ ଅବସ୍ଥାରେ ଆସନ କରି ବିରାଜମାନ ହୋଇଥାଏ ଆଉ ମୁଲ୍ଲା ବିଶ୍ରାମ ସ୍ଥଳରେ ବିରାଜମାନ ହୋଇଥାଏ।
ਪੰਡਿਤ ਵਖਾਣਹਿ ਪੋਥੀਆ ਸਿਧ ਬਹਹਿ ਦੇਵ ਸਥਾਨਿ ॥੨॥ ବ୍ରାହ୍ମଣ ଗ୍ରନ୍ଥ ପାଠ କରିଥାଏ ଆଉ ସିଦ୍ଧ ଦେବ ମନ୍ଦିରରେ ବାସ କରିଥାଏ ॥2॥
ਸੁਰ ਸਿਧ ਗਣ ਗੰਧਰਬ ਮੁਨਿ ਜਨ ਸੇਖ ਪੀਰ ਸਲਾਰ ॥ ଦେବତା, ସିଦ୍ଧ ପୁରୁଷ, ଶିବଗଣ, ଗନ୍ଧର୍ବ , ରୁଷି-ମୁନି ଶେଖ, ସେନାପତି ସମସ୍ତ ଉଚ୍ଚାଧିକାରୀ
ਦਰਿ ਕੂਚ ਕੂਚਾ ਕਰਿ ਗਏ ਅਵਰੇ ਭਿ ਚਲਣਹਾਰ ॥੩॥ ଏକ ଏକ କରି ପ୍ରାଣ ତ୍ୟାଗ କରିଛନ୍ତି ଆଉ ଯିଏ ଦେଖାଯାଉଛି, ସେ ମଧ୍ୟ ଚାଲିଯିବ। ॥3॥
ਸੁਲਤਾਨ ਖਾਨ ਮਲੂਕ ਉਮਰੇ ਗਏ ਕਰਿ ਕਰਿ ਕੂਚੁ ॥ ସମ୍ରାଟ, ଖାନ, ସର୍ଦ୍ଦାର ବାରମ୍ବାର ସଂସାର ତ୍ୟାଗ କରିଛନ୍ତି।
ਘੜੀ ਮੁਹਤਿ ਕਿ ਚਲਣਾ ਦਿਲ ਸਮਝੁ ਤੂੰ ਭਿ ਪਹੂਚੁ ॥੪॥ ପ୍ରାଣୀକୁ ଏକ କ୍ଷଣ କିମ୍ବା ଘଡିରେ ଏହି ସଂସାର ତ୍ୟାଗ କରିବା ପଡିଥାଏ। ହେ ମନ! ତୁମେ ମଧ୍ୟ ସେଠାରେ ପହଞ୍ଚିବ, ଏହି ସଂସାର ତ୍ୟାଗ କରି ତୁମେ ମଧ୍ୟ ପରଲୋକ ଗମନ କରିବ। ॥4॥
ਸਬਦਾਹ ਮਾਹਿ ਵਖਾਣੀਐ ਵਿਰਲਾ ਤ ਬੂਝੈ ਕੋਇ ॥ ଶବ୍ଦ ଦ୍ଵାରା ସମସ୍ତେ କହିଥାନ୍ତି, କୀନ୍ତୁ କେହି ବିରଳକୁ ଏହି ବିଷୟରେ ଜ୍ଞାତ ଅଛି।
ਨਾਨਕੁ ਵਖਾਣੈ ਬੇਨਤੀ ਜਲਿ ਥਲਿ ਮਹੀਅਲਿ ਸੋਇ ॥੫॥ ନାନକ କହନ୍ତି ଯେ ସେହି ପ୍ରଭୁ ଜଳ, ସ୍ଥଳ, ପାତାଳ, ଆକାଶରେ ବିଦ୍ୟମାନ ଅଟନ୍ତି। ॥5॥
ਅਲਾਹੁ ਅਲਖੁ ਅਗੰਮੁ ਕਾਦਰੁ ਕਰਣਹਾਰੁ ਕਰੀਮੁ ॥ ଆଲ୍ଲାହାକୁ ଜାଣି ପାରିବା ନାହିଁ। ସେ ଅଗମ୍ୟ ଓ ପ୍ରକୃତିର ମାଲିକ ଅଟନ୍ତି, ସେ ସୃଷ୍ଟି ରଚୟିତା ଏବଂ ଜୀବ ଉପରେ ଦୟା କରନ୍ତି।
ਸਭ ਦੁਨੀ ਆਵਣ ਜਾਵਣੀ ਮੁਕਾਮੁ ਏਕੁ ਰਹੀਮੁ ॥੬॥ ସାରା ଦୁନିଆ ଯାଏ ଓ ଆସେ ଏବଂ ମୃତ୍ୟୁର ଅଧୀନ ଅଟେ। ପରନ୍ତୁ, ଜୀବ ଉପରେ କୃପା କରିବା ବାଲା ଏକ ଆଲ୍ଲାହା ହିଁ ସର୍ବଦା ସ୍ଥିର ଅଟନ୍ତି। ॥6॥
ਮੁਕਾਮੁ ਤਿਸ ਨੋ ਆਖੀਐ ਜਿਸੁ ਸਿਸਿ ਨ ਹੋਵੀ ਲੇਖੁ ॥ କେବଳ ତାହାଙ୍କୁ ସ୍ଥିର କୁହାଯାଇପାରିବ, ଯାହାର କପାଳରେ କର୍ମର ଲେଖା ନାହିଁ।
ਅਸਮਾਨੁ ਧਰਤੀ ਚਲਸੀ ਮੁਕਾਮੁ ਓਹੀ ਏਕੁ ॥੭॥ ଗଗନ ତଥା ଧରିତ୍ରୀ ନଷ୍ଟ ହୋଇଯିବ, କିନ୍ତୁ, କେବଳ ଇଶ୍ଵର ହିଁ ସର୍ବଦା ସ୍ଥିର ରହିବେ ॥7॥
ਦਿਨ ਰਵਿ ਚਲੈ ਨਿਸਿ ਸਸਿ ਚਲੈ ਤਾਰਿਕਾ ਲਖ ਪਲੋਇ ॥ ଦିନରେ ଉଜ୍ଜଳ କରୁଥିବା ସୂର୍ଯ୍ୟ ନାଶ ହୋଇଯିବ ଆଉ ରାତ୍ରି ଓ ଚନ୍ଦ୍ର ମଧ୍ୟ ନଷ୍ଟ ହୋଇଯିବ ଆଉ ଲକ୍ଷ ଲକ୍ଷ ତାରା ମଧ୍ୟ ନଷ୍ଟ ହୋଇଯିବ।
ਮੁਕਾਮੁ ਓਹੀ ਏਕੁ ਹੈ ਨਾਨਕਾ ਸਚੁ ਬੁਗੋਇ ॥੮॥੧੭॥ ନାନକ ସତ୍ୟ କହନ୍ତି ଯେ ଏକ ଆଲ୍ଲାହା ହିଁ ସ୍ଥିର ଅଟନ୍ତି ॥8॥17॥
ਮਹਲੇ ਪਹਿਲੇ ਸਤਾਰਹ ਅਸਟਪਦੀਆ ॥ ପ୍ରଥମ ସଦଗୁରୁ ନାନକ ଦେବଜୀଙ୍କ ସତର ଅଷ୍ଟପଦୀ।
ਸਿਰੀਰਾਗੁ ਮਹਲਾ ੩ ਘਰੁ ੧ ਅਸਟਪਦੀਆ ସିରିରାଗ ମହଲା 3 ଘରୁ ଅଷ୍ଟପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇପାରିବା।
ਗੁਰਮੁਖਿ ਕ੍ਰਿਪਾ ਕਰੇ ਭਗਤਿ ਕੀਜੈ ਬਿਨੁ ਗੁਰ ਭਗਤਿ ਨ ਹੋਇ ॥ ଯଦି ଗୁରୁ କୃପା କରନ୍ତି, ତାହାହେଲେ ମନୁଷ୍ୟ ଭକ୍ତି କରିଥାଏ, ଗୁରୁଙ୍କ ବିନା ଭକ୍ତି ହୋଇପାରିବ ନାହିଁ।
ਆਪੈ ਆਪੁ ਮਿਲਾਏ ਬੂਝੈ ਤਾ ਨਿਰਮਲੁ ਹੋਵੈ ਕੋਇ ॥ ଯଦି ଗୁରୁ ଦୟା କରି ନିଜ ସଙ୍ଗତିରେ ରଖନ୍ତି, ତାହାହେଲେ ଇଶ୍ଵର ବୋଧର ରହସ୍ୟ ଭାବି ପ୍ରାଣୀ ନିର୍ମଳ ହୋଇଯାଏ।
ਹਰਿ ਜੀਉ ਸਚਾ ਸਚੀ ਬਾਣੀ ਸਬਦਿ ਮਿਲਾਵਾ ਹੋਇ ॥੧॥ ଭଗବାନ ସତ୍ୟ ଅଟନ୍ତି ଆଉ ତାଙ୍କରି ବାଣୀ ,ଆଢ୍ୟ ସତ୍ୟ ଅଟେ। ଶବ୍ଦ ଦ୍ଵାରା ହିଁ ପ୍ରାଣୀର ଈଶ୍ବରଙ୍କ ସହିତ ମିଳନ ହୋଇଥାଏ ॥1॥
ਭਾਈ ਰੇ ਭਗਤਿਹੀਣੁ ਕਾਹੇ ਜਗਿ ਆਇਆ ॥ ହେ ଭାଇ! ଭକ୍ତିବିହୀନ ପ୍ରାଣୀ ଏହି ଜଗତକୁ କାହିଁକି ଆସିଛି?
ਪੂਰੇ ਗੁਰ ਕੀ ਸੇਵ ਨ ਕੀਨੀ ਬਿਰਥਾ ਜਨਮੁ ਗਵਾਇਆ ॥੧॥ ਰਹਾਉ ॥ ଯଦି ଏହି ସଂସାରରେ ସେ ପୂର୍ଣ୍ଣ ଗୁରୁଙ୍କ ସେବାର ଫଳ ପ୍ରାପ୍ତ କରିନାହିଁ, ତାହାହେଲେ ସେ ଏହି ଜୀବନକୁ ବ୍ୟର୍ଥ ହିଁ କରିଦେଇଛି ॥1॥ରୁହ॥
ਆਪੇ ਹਰਿ ਜਗਜੀਵਨੁ ਦਾਤਾ ਆਪੇ ਬਖਸਿ ਮਿਲਾਏ ॥ ଇଶ୍ଵର ଜଗତର ଜୀବଙ୍କ ଦାତା ଆଉ ଜଗତର ପାଳନ କର୍ତ୍ତା ଅଟନ୍ତି ଆଉ କ୍ଷମା ପ୍ରଦାନ କରି ତୁଚ୍ଛ ଜୀବକୁ ନିଜ ସାଥିରେ ମିଳନ କରିଦିଅନ୍ତି।
ਜੀਅ ਜੰਤ ਏ ਕਿਆ ਵੇਚਾਰੇ ਕਿਆ ਕੋ ਆਖਿ ਸੁਣਾਏ ॥ ଏହି ବିଚରା ଜୀବ-ଜନ୍ତୁ କଣ ବୁଝି, ଶୁଣି ବା କହି ପାରିବେ?
ਗੁਰਮੁਖਿ ਆਪੇ ਦੇ ਵਡਿਆਈ ਆਪੇ ਸੇਵ ਕਰਾਏ ॥੨॥ ଗୁରୁମୁଖଙ୍କୁ ଇଶ୍ଵର ସ୍ଵୟଂ ମାନ-ପ୍ରତିଷ୍ଠା ପ୍ରଦାନ କରିଥାନ୍ତି ଆଉ ସ୍ଵୟଂ ହିଁ ନିଜ ଭକ୍ତିରେ ଲଗାଇଥାନ୍ତି ॥2॥
ਦੇਖਿ ਕੁਟੰਬੁ ਮੋਹਿ ਲੋਭਾਣਾ ਚਲਦਿਆ ਨਾਲਿ ਨ ਜਾਈ ॥ ନିଜର କୁଟୁମ୍ବଙ୍କୁ ଦେଖି ତାଙ୍କରି ଆକର୍ଷଣରେ ପ୍ରାଣୀ ଲୋଭିଲା ହୋଇଯାଇଛି, କିନ୍ତୁ, ମୃତ୍ୟୁ କାଳରେ କେହି ମଧ୍ୟ ସାଥି ଦିଅନ୍ତି ନାହିଁ, ଅର୍ଥାତ, ପରଲୋକ ଯିବା ସମୟରେ କେହି ବି ସାଥିରେ ଯାଆନ୍ତି ନାହିଁ।


© 2025 SGGS ONLINE
error: Content is protected !!
Scroll to Top