Guru Granth Sahib Translation Project

guru granth sahib odia page-56

Page 56

ਮੁਖਿ ਝੂਠੈ ਝੂਠੁ ਬੋਲਣਾ ਕਿਉ ਕਰਿ ਸੂਚਾ ਹੋਇ ॥ ମୁଖ ମିଥ୍ୟା ହୁଏ ତ ମିଥ୍ୟାବାଦୀ ମନୁଷ୍ୟ ଅସତ୍ୟ ବଚନ ହିଁ ବ୍ୟକ୍ତ କରିଥାଏ, ପୁଣି ସେ କିପରି ପବିତ୍ର ହୋଇପାରିବ?”
ਬਿਨੁ ਅਭ ਸਬਦ ਨ ਮਾਂਜੀਐ ਸਾਚੇ ਤੇ ਸਚੁ ਹੋਇ ॥੧॥ ନାମ(ଭକ୍ତି)ର ଜଳ ବିନା ଆତ୍ମା ସ୍ଵଛ ହୋଇନଥାଏ, ସତ୍ୟ ନାମ ଦ୍ଵାରା ହିଁ ସତ୍ୟ ପ୍ରଭଯୁ ପ୍ରାପ୍ତ ହୋଇଥାଏ ॥1॥
ਮੁੰਧੇ ਗੁਣਹੀਣੀ ਸੁਖੁ ਕੇਹਿ ॥ ହେ ଭୋଳା ଜୀବ-ସ୍ତ୍ରୀ! ଗୁଣ ବିନା ସୁଖ କାହିଁ?
ਪਿਰੁ ਰਲੀਆ ਰਸਿ ਮਾਣਸੀ ਸਾਚਿ ਸਬਦਿ ਸੁਖੁ ਨੇਹਿ ॥੧॥ ਰਹਾਉ ॥ ପ୍ରିୟତମ ପ୍ରାଣପତି ତାହାଙ୍କ ସାଥିରେ ଆନନ୍ଦ ଏବଂ ରସ ସହିତ ରମଣ କରିଥାନ୍ତି, ଯିଏ ସତ୍ୟ ନାମର ପ୍ରାପ୍ତିର ଅନ୍ତରାଳେ ଶାନ୍ତି-ସୁଖ ଅନୁଭବ କରିଥାଏ ॥1॥ରୁହ।
ਪਿਰੁ ਪਰਦੇਸੀ ਜੇ ਥੀਐ ਧਨ ਵਾਂਢੀ ਝੂਰੇਇ ॥ ଯଦି ପ୍ରାଣପତି ପରଦେଶ ଚାଲିଯାନ୍ତି, ତାହାହେଲେ ନାରୀ( ଜୀବାତ୍ମା)ବିଯୋଗରେ ଏପରି ପୀଡିତ ଅନୁଭବ କରିଥାଏ
ਜਿਉ ਜਲਿ ਥੋੜੈ ਮਛੁਲੀ ਕਰਣ ਪਲਾਵ ਕਰੇਇ ॥ ଯେପରି ଅଳ୍ପ ଜଳରେ ମାଛ ଛଟପଟ ହୋଇଥାଏ।
ਪਿਰ ਭਾਵੈ ਸੁਖੁ ਪਾਈਐ ਜਾ ਆਪੇ ਨਦਰਿ ਕਰੇਇ ॥੨॥ ପ୍ରାଣପତିଙ୍କୁ ଭଲ ଲାଗିଲେ ସେ ସ୍ଵୟଂ ହିଁ ନିଜ କୃପା ଦୃଷ୍ଟି କରିଥାନ୍ତି ଆଉ ପତ୍ନୀକୁ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ। ॥2॥
ਪਿਰੁ ਸਾਲਾਹੀ ਆਪਣਾ ਸਖੀ ਸਹੇਲੀ ਨਾਲਿ ॥ ନିଜ ସଖୀ ଏବଂ ବନ୍ଧୁ ସହିତ ବସି, ହେ ଜୀବାତ୍ମା! ତୁ ନିଜ ପତି-ପରମେଶ୍ଵରଙ୍କ ଯଶୋଗାନ କର।
ਤਨਿ ਸੋਹੈ ਮਨੁ ਮੋਹਿਆ ਰਤੀ ਰੰਗਿ ਨਿਹਾਲਿ ॥ ତାଙ୍କରି ଦର୍ଶନ କରି ତୋର ଶରୀର ସୁନ୍ଦର ତଥା ମନ ମୋହିତ ହୋଇଯାଇଛି ଆଉ ତୁ ତାହାର ପ୍ରେମରେ ରଙ୍ଗୀନ ହୋଇଯାଇଛୁ।
ਸਬਦਿ ਸਵਾਰੀ ਸੋਹਣੀ ਪਿਰੁ ਰਾਵੇ ਗੁਣ ਨਾਲਿ ॥੩॥ ସୁନ୍ଦର ପତ୍ନୀ, ଯିଏ ନାମ ସହିତ ଶୃଙ୍ଗାର କରିଛି, ସେ ଗୁଣବତୀ ହୋଇ ନିଜ ପତିଙ୍କ ଭରପୁର ସେବା କରିଥାଏ ॥3॥
ਕਾਮਣਿ ਕਾਮਿ ਨ ਆਵਈ ਖੋਟੀ ਅਵਗਣਿਆਰਿ ॥ ମନ୍ଦ ତଥା ବିକାରରେ ଲିପ୍ତ ନାରୀ ଗୁଣହୀନ ହେବା କାରଣରୁ ପତିଙ୍କର କୌଣସି କାମରେ ଆସେ ନାହିଁ।
ਨਾ ਸੁਖੁ ਪੇਈਐ ਸਾਹੁਰੈ ਝੂਠਿ ਜਲੀ ਵੇਕਾਰਿ ॥ ଏହି ଜୀବାତ୍ମାଙ୍କୁ ନା ବାପା ଘର(ଇହଲୋକ)ରେ ସୁଖ ମିଳିଥାଏ ଆଉ ନା ହିଁ ଶ୍ଵଶୁର ଘରେ(ପରଲୋକ) ସୁଖ ମିଳିଥାଏ ଆଉ ସେ ମନ୍ଦ ଆଉ ପାପ ଭିତରେ ବ୍ୟର୍ଥ ଭାବରେ ଛଟପଟ ହେଉଥାଏ।
ਆਵਣੁ ਵੰਞਣੁ ਡਾਖੜੋ ਛੋਡੀ ਕੰਤਿ ਵਿਸਾਰਿ ॥੪॥ ତାହାର ଜନ୍ମ-ମରଣ ବଡ ଦୁର୍ଲଭ ଅଟେ, ଯାହାକୁ ତାହାର ପତି ପ୍ରେମରୁ ବଞ୍ଚିତ କରି ଭୁଲିଯାଇଛନ୍ତି ॥4॥
ਪਿਰ ਕੀ ਨਾਰਿ ਸੁਹਾਵਣੀ ਮੁਤੀ ਸੋ ਕਿਤੁ ਸਾਦਿ ॥ ପ୍ରାଣପତି ପରମେଶ୍ଵରଙ୍କ ଅତି ସୁନ୍ଦର ନାରୀ ସୁହାଗିନୀ ଅଟେ, କିନ୍ତୁ ବିକାର କାରଣରୁ ପତିଙ୍କ ପାଇଁ ଜୀବନର କିଛି ରସ ନଥାଏ।
ਪਿਰ ਕੈ ਕਾਮਿ ਨ ਆਵਈ ਬੋਲੇ ਫਾਦਿਲੁ ਬਾਦਿ ॥ ଯେଉଁ ନାରୀ ବ୍ୟର୍ଥ ଭାବରେ ବିବାଦପୂର୍ଣ୍ଣ ବାର୍ତ୍ତାଳାପ କରିଥାଏ, ସେ ପତିଙ୍କ କୌଣସି କାର୍ଯ୍ୟରେ ଆସେ ନାହିଁ।
ਦਰਿ ਘਰਿ ਢੋਈ ਨਾ ਲਹੈ ਛੂਟੀ ਦੂਜੈ ਸਾਦਿ ॥੫॥ ସାଂସାରିକ ରସ କାରଣରୁ ତାହାକୁ ତ୍ୟାଗ କରାଯାଇଛି ଆଉ ତାହାକୁ ନିଜ ସ୍ଵାମୀଙ୍କ ଦ୍ଵାର ଏବଂ ମନ୍ଦିରରେ ଆଶ୍ରୟ ମିଳେ ନାହିଁ ॥5॥
ਪੰਡਿਤ ਵਾਚਹਿ ਪੋਥੀਆ ਨਾ ਬੂਝਹਿ ਵੀਚਾਰੁ ॥ ପଣ୍ଡିତ ଧର୍ମଗ୍ରନ୍ଥ ଅଧ୍ୟୟନ କରିଥାନ୍ତି, ପରନ୍ତୁ, ସେ ଯଥାର୍ଥ ଜ୍ଞାନର ମନନ କରନ୍ତି ନାହିଁ।
ਅਨ ਕਉ ਮਤੀ ਦੇ ਚਲਹਿ ਮਾਇਆ ਕਾ ਵਾਪਾਰੁ ॥ ସେ ଅନ୍ୟକୁ ଉପଦେଶ ଦିଅନ୍ତି, କିନ୍ତୁ ସ୍ଵୟଂ ଜ୍ଞାନର ଉପଲବ୍ଧି ବିନା ସଂସାରରୁ ଚାଲି ଯାଆନ୍ତି।
ਕਥਨੀ ਝੂਠੀ ਜਗੁ ਭਵੈ ਰਹਣੀ ਸਬਦੁ ਸੁ ਸਾਰੁ ॥੬॥ ତାଙ୍କରି ମିଥ୍ୟା କଥନରେ ଭ୍ରାନ୍ତ ହୋଇ ସାରା ସଂସାର ପଥଭ୍ରଷ୍ଟ ହୋଇଥାଏ। ସତ୍ୟ ନାମର ଅର୍ଜନ କରିବା ହିଁ ଶ୍ରେଷ୍ଠ ଜୀବନ ଆଚରଣ ଅଟେ ॥6॥
ਕੇਤੇ ਪੰਡਿਤ ਜੋਤਕੀ ਬੇਦਾ ਕਰਹਿ ਬੀਚਾਰੁ ॥ କେତେ ପଣ୍ଡିତ ତଥା ଜ୍ୟୋତିଷ ବେଦକୁ ବିଚାର କରନ୍ତି।
ਵਾਦਿ ਵਿਰੋਧਿ ਸਲਾਹਣੇ ਵਾਦੇ ਆਵਣੁ ਜਾਣੁ ॥ ସେ ବିବାଦ ଏବଂ ନିରର୍ଥକ ଝଗଡାର ପ୍ରଶଂସା କରିଥାନ୍ତି ଆଉ ବାଦ-ବିବାଦରେ ଫସି ଜନ୍ମ-ମରଣ ଚକ୍ରରେ ରହିଥାଏ।
ਬਿਨੁ ਗੁਰ ਕਰਮ ਨ ਛੁਟਸੀ ਕਹਿ ਸੁਣਿ ਆਖਿ ਵਖਾਣੁ ॥੭॥ କିନ୍ତୁ, ସେ ଯେତେ କଥନ, ଶ୍ରବଣ କଲେ ମଧ୍ୟ, ଗୁରୁଙ୍କ ବିନା ତାଙ୍କୁ ନିଜ କର୍ମରୁ ମୁକ୍ତି ମିଳେ ନାହିଁ। ଗୁରୁଙ୍କ ଅପାର କୃପା ବିନା ତାହାର ମୁକ୍ତି ହୋଇପାରେ ନାହିଁ। ॥7॥
ਸਭਿ ਗੁਣਵੰਤੀ ਆਖੀਅਹਿ ਮੈ ਗੁਣੁ ਨਾਹੀ ਕੋਇ ॥ ସମସ୍ତ ଜୀବ-ସ୍ତ୍ରୀକୁ ଗୁଣବାନ କୁହାଯାଏ, ପରନ୍ତୁ ମୋ’ ଠାରେ କୌଣସି ବି ଗୁଣ ନାହିଁ।
ਹਰਿ ਵਰੁ ਨਾਰਿ ਸੁਹਾਵਣੀ ਮੈ ਭਾਵੈ ਪ੍ਰਭੁ ਸੋਇ ॥ ଯଦି ପ୍ରଭୁ ମୋତେ ମଧ୍ୟ ପସନ୍ଦ କରିବାକୁ ଲାଗନ୍ତି, ତାହାହେଲେ ମୁଁ ମଧ୍ୟ ପ୍ରଭୁଙ୍କ ସୁନ୍ଦର ପତ୍ନୀ ହୋଇପାରିବି।
ਨਾਨਕ ਸਬਦਿ ਮਿਲਾਵੜਾ ਨਾ ਵੇਛੋੜਾ ਹੋਇ ॥੮॥੫॥ ହେ ନାନକ! ଜୀବ-ସ୍ତ୍ରୀର ପ୍ରଭୁ-ପତିଙ୍କ ସହିତ ମିଳନ ନାମ ଦ୍ଵାରା ହିଁ ହୋଇଥାଏ, ପ୍ରଭୁଙ୍କ ସହିତ ମିଳନ ପରେ ପୁଣି ତାଙ୍କରି ବିଚ୍ଛେଦ କେବେ ହୁଏ ନାହିଁ ॥7॥5॥
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1 ॥
ਜਪੁ ਤਪੁ ਸੰਜਮੁ ਸਾਧੀਐ ਤੀਰਥਿ ਕੀਚੈ ਵਾਸੁ ॥ ଭଗବାନଙ୍କୁ ଭଜନ କରିବା ବିନା ମନୁଷ୍ୟକୁ, ଜପ, ତପସ୍ୟା ଏବଂ ସଂଯମତାର ସାଧନା କରିବା, ତୀର୍ଥ ସ୍ଥଳକୁ ଯାଇ ନିବାସ କରିବା,
ਪੁੰਨ ਦਾਨ ਚੰਗਿਆਈਆ ਬਿਨੁ ਸਾਚੇ ਕਿਆ ਤਾਸੁ ॥ ପୂଣ୍ୟ ଦାନ ଇତ୍ୟାଦି ଅନ୍ୟ ଶୁଭ କର୍ମ କରିବାରେ କିଛି ଲାଭ ହୁଏ ନାହିଁ।
ਜੇਹਾ ਰਾਧੇ ਤੇਹਾ ਲੁਣੈ ਬਿਨੁ ਗੁਣ ਜਨਮੁ ਵਿਣਾਸੁ ॥੧॥ ପ୍ରାଣୀ ଯେପରି ବୁଣେ ସେପରି ଅମଳ କରେ। ଗୁଣ ଗ୍ରହଣ କରିବା ବିନା ମାନବ ଜୀବନ ବ୍ୟର୍ଥ ହୋଇଯାଏ। ॥1॥
ਮੁੰਧੇ ਗੁਣ ਦਾਸੀ ਸੁਖੁ ਹੋਇ ॥ ହେ ଭୋଳା ଜୀବ-ସ୍ତ୍ରୀ! ଦାସୀ ଭଳି ଗୁଣ ଜାତ କରିଲେ ସୁଖ ଉପଲବ୍ଧ ହୋଇଥାଏ।
ਅਵਗਣ ਤਿਆਗਿ ਸਮਾਈਐ ਗੁਰਮਤਿ ਪੂਰਾ ਸੋਇ ॥੧॥ ਰਹਾਉ ॥ ଅବଗୁଣକୁ ତ୍ୟାଗ କରି ଗୁରୁଙ୍କ ମତି ଦ୍ଵାରା ପୂର୍ଣ୍ଣ ପ୍ରଭୁଙ୍କ ଠାରେ ଲୀନ ହୋଇଯାଏ ॥1॥ରୁହ॥
ਵਿਣੁ ਰਾਸੀ ਵਾਪਾਰੀਆ ਤਕੇ ਕੁੰਡਾ ਚਾਰਿ ॥ ଯେଉଁ ବ୍ୟାପାରୀ ପାଖରେ ଗୁଣର ପୁଞ୍ଜି ବିଦ୍ୟମାନ ନାହିଁ, ସେ ଚାରି ଦିଗରେ ପଥଭ୍ରଷ୍ଟ ହୋଇ ବୁଲୁଥାଏ।
ਮੂਲੁ ਨ ਬੁਝੈ ਆਪਣਾ ਵਸਤੁ ਰਹੀ ਘਰ ਬਾਰਿ ॥ ସେ ମୂଳ-ପ୍ରଭୁଙ୍କ ନାମ ବୋଧ କରେ ନାହିଁ। ନାମ ରୂପୀ ବସ୍ତୁ ତାହାଙ୍କର ଦଶମ ଦ୍ଵାର ରୂପୀ ଘରେ ବିଦ୍ୟମାନ ଅଟନ୍ତି।
ਵਿਣੁ ਵਖਰ ਦੁਖੁ ਅਗਲਾ ਕੂੜਿ ਮੁਠੀ ਕੂੜਿਆਰਿ ॥੨॥ ଏହି ନାମ ବସ୍ତୁ ବିନା ସେ ବହୁତ ଦୁଃଖୀ ହୋଇଥାଏ। ମିଥ୍ୟା ମାୟା ମିଥ୍ୟାର ବ୍ୟାପାର କରିବା ବାଲାକୁ ଠକିଦିଏ ॥2॥
ਲਾਹਾ ਅਹਿਨਿਸਿ ਨਉਤਨਾ ਪਰਖੇ ਰਤਨੁ ਵੀਚਾਰਿ ॥ ଯିଏ ନାମ-ରତ୍ନକୁ ଧ୍ୟାନ ସହିତ ସ୍ମରଣ କରିଥାଏ, ତାହାଙ୍କୁ ନିତ୍ୟ ଅଧିକାଧିକ ଲାଭ ମିଳିଥାଏ।
ਵਸਤੁ ਲਹੈ ਘਰਿ ਆਪਣੈ ਚਲੈ ਕਾਰਜੁ ਸਾਰਿ ॥ ସେ ନାମ ରୂପୀ ବସ୍ତୁକୁ ନିଜର ହୃଦୟ ଗୃହରେ ହିଁ ପାଇଯାଏ ଆଉ ନିଜ କାର୍ଯ୍ୟକୁ ଚାଲୁ ରଖେ, ଅର୍ଥାତ ଜୀବନରେ ଶୁଭ କର୍ମ କରି ନିଜ ଜୀବନକୁ ସଫଳ କରି ପରମାତ୍ମାଙ୍କ ଠାରେ ବିଲୀନ ହୋଇଯାଏ।
ਵਣਜਾਰਿਆ ਸਿਉ ਵਣਜੁ ਕਰਿ ਗੁਰਮੁਖਿ ਬ੍ਰਹਮੁ ਬੀਚਾਰਿ ॥੩॥ ଈଶ୍ଵରଙ୍କ ବେପାରୀ(ଭକ୍ତ) ସାଥିରେ ବେପାର(ଭକ୍ତ) କର ଆଉ ନିଜ ଗୁରୁଙ୍କ ସହିତ ମିଶି ପରମେଶ୍ଵରଙ୍କ ଚିନ୍ତନ କର ॥3॥
ਸੰਤਾਂ ਸੰਗਤਿ ਪਾਈਐ ਜੇ ਮੇਲੇ ਮੇਲਣਹਾਰੁ ॥ ସାଧୁ ସଂଗତି ଦ୍ଵାରା ହିଁ ପ୍ରଭୁଙ୍କୁ ପାଇ ହୁଏ, ଯେତେବେଳେ ପ୍ରଭୁଙ୍କ ସହିତ ମିଳନ କରାଇବା ବାଲା ଗୁରୁଜୀ ନିଜ ଦୟାରୁ ପ୍ରାଣୀଙ୍କୁ ପରମାତ୍ମା ସହିତ ମିଳନ କରାନ୍ତି।
ਮਿਲਿਆ ਹੋਇ ਨ ਵਿਛੁੜੈ ਜਿਸੁ ਅੰਤਰਿ ਜੋਤਿ ਅਪਾਰ ॥ ଯାହାର ଅଟମାରେ ପ୍ରଭୁଙ୍କ ଅନନ୍ତ ପ୍ରକାଶ ପ୍ରଜ୍ଜ୍ଵଳିତ ଥାଏ, ସେ ତାହାଙ୍କୁ ମିଳିଯାଏ ଆଉ ପୁନଃ ବିଚ୍ଛେଦ ହୁଏ ନାହିଁ, ଅର୍ଥାତ ଜୀବନ-ମୃତ୍ୟୁର ଚକ୍ରରୁ ମୁକ୍ତି ପାଇ ମୋକ୍ଷ ପ୍ରାପ୍ତ କରିଥାଏ।
ਸਚੈ ਆਸਣਿ ਸਚਿ ਰਹੈ ਸਚੈ ਪ੍ਰੇਮ ਪਿਆਰ ॥੪॥ ଏପରି ପୁରୁଷଙ୍କ ନିବାସ ସତ୍ୟ ଅଟେ, ସତ୍ୟ ଭିତରେ ନିବାସ କରିଥାଏ ଆଉ ସତ୍ୟ ସ୍ୱରୂପ ପରମେଶ୍ଵରଙ୍କ ପ୍ରେମରେ ସର୍ବଦା ବିଚାର କରିଥାଏ ॥4॥
ਜਿਨੀ ਆਪੁ ਪਛਾਣਿਆ ਘਰ ਮਹਿ ਮਹਲੁ ਸੁਥਾਇ ॥ ଜୀବତ୍ମାଙ୍କ ସ୍ୱରୂପ ଜ୍ୟୋତି ଅଟେ। ଯିଏ ନିଜେ ଏହି ସ୍ଵରୂପକୁ ଜାଣିଦେଇଛି, ସେ ନିଜ ହୃଦୟ ଗୃହର ଶ୍ରେଷ୍ଠ ସ୍ଥାନରେ ହିଁ ସ୍ଵାମୀଙ୍କ ମନ୍ଦିରକୁ ପାଇ ନିଏ।
ਸਚੇ ਸੇਤੀ ਰਤਿਆ ਸਚੋ ਪਲੈ ਪਾਇ ॥ ସତ୍ୟ ନାମର ରଙ୍ଗରେ ଲୀନ ହେଲେ ସତ୍ୟ ପ୍ରଭୁ ପ୍ରାପ୍ତ ହୋଇଯାନ୍ତି।


© 2025 SGGS ONLINE
error: Content is protected !!
Scroll to Top