Page 55
ਹਰਿ ਜੀਉ ਸਬਦਿ ਪਛਾਣੀਐ ਸਾਚਿ ਰਤੇ ਗੁਰ ਵਾਕਿ ॥
ନାମ ଦ୍ଵାରା ମନୁଷ୍ୟ ପୂଜ୍ୟ ପ୍ରଭୁଙ୍କୁ ଜାଣିଦିଏ ଆଉ ଗୁରୁଙ୍କ ବାଣୀ ଦ୍ଵାରା ସେ ସତ୍ୟର ରଙ୍ଗରେ ଲୀନ ହୋଇଯାଇଥାଏ ।
ਤਿਤੁ ਤਨਿ ਮੈਲੁ ਨ ਲਗਈ ਸਚ ਘਰਿ ਜਿਸੁ ਓਤਾਕੁ ॥
ସେହି ପ୍ରାଣୀର ଦେହରେ ଲେଶ ମାତ୍ର ମଳିନତା ଲାଗି ନଥାଏ, ଯିଏ ସଚ୍ଚା ଘର ଭିତରେ ନିବାସ କରିଅଛି।
ਨਦਰਿ ਕਰੇ ਸਚੁ ਪਾਈਐ ਬਿਨੁ ਨਾਵੈ ਕਿਆ ਸਾਕੁ ॥੫॥
ଯଦି ପ୍ରଭୁ ନିଜର କୃପା ଦ୍ରୁଷ୍ଟି କରନ୍ତି, ତାହାହେଲେ ସତ୍ୟନାମ ପ୍ରାପ୍ତ ହୋଇଯାଇ ଥାଏ। ପରମାତ୍ମାଙ୍କ ନାମ ଅତିରିକ୍ତ ପ୍ରାଣୀର ଅନ୍ୟ ସମ୍ବନ୍ଧୀୟ କିଏ ଅଛି? ॥5॥
ਜਿਨੀ ਸਚੁ ਪਛਾਣਿਆ ਸੇ ਸੁਖੀਏ ਜੁਗ ਚਾਰਿ ॥
ଯିଏ ସତ୍ୟର ଅନୁଭବ କରିଅଛି, ସେ ଚାରି ଯୁଗରେ ସୁଖୀ ରହିଥାଏ।
ਹਉਮੈ ਤ੍ਰਿਸਨਾ ਮਾਰਿ ਕੈ ਸਚੁ ਰਖਿਆ ਉਰ ਧਾਰਿ ॥
ଅହଂକାର ଏବଂ ତୃଷ୍ଣା ନାଶ କରି ସେ ସତ୍ୟ-ନାମକୁ ନିଜ ହୃଦୟରେ ଧାରଣ କରି ରଖିଥାଏ।
ਜਗ ਮਹਿ ਲਾਹਾ ਏਕੁ ਨਾਮੁ ਪਾਈਐ ਗੁਰ ਵੀਚਾਰਿ ॥੬॥
ଏହି ଜଗତରେ କେବଳ ନାମ(ପ୍ରଭୁ ଭକ୍ତି)ର ହିନ ଲାଭ ଉଚିତ ଅଟେ। ଏହାର ପ୍ରାପ୍ତି କେବଳ ଗୁରୁଙ୍କ କୃପାୟ ବିଚାର ଦ୍ଵାରା ହିନ ମିଳିଥାଏ। ॥6॥
ਸਾਚਉ ਵਖਰੁ ਲਾਦੀਐ ਲਾਭੁ ਸਦਾ ਸਚੁ ਰਾਸਿ ॥
ଯଦି ସତ୍ୟର ପୁଞ୍ଜି ଦ୍ଵାରା ସତ୍ୟନାମର ସଉଦା ବ୍ୟବସାୟିକ ଭାବରେ କରାଯାଏ, ତାହାହେଲେ ସର୍ବଦା ହିନ ଲାଭ ହୋଇଥାଏ।
ਸਾਚੀ ਦਰਗਹ ਬੈਸਈ ਭਗਤਿ ਸਚੀ ਅਰਦਾਸਿ ॥
ପ୍ରେମମୟୀ ସ୍ମରଣ ଏବଂ ସଚ୍ଚା ଲଗ୍ନରେ ପ୍ରାର୍ଥନା ଦ୍ଵାରା ମନୁଷ୍ୟ ଇଶ୍ଵରଙ୍କ ଦରବାରରେ ବସିଯାଏ।
ਪਤਿ ਸਿਉ ਲੇਖਾ ਨਿਬੜੈ ਰਾਮ ਨਾਮੁ ਪਰਗਾਸਿ ॥੭॥
ସର୍ବବ୍ୟାପକ ପରମେଶ୍ଵରଙ୍କ ନାମର ଉଜ୍ଜଳରେ ମନୁଷ୍ୟର ହିସାବ ସମ୍ମାନ-ପୂର୍ବକ ସ୍ପଷ୍ଟ ହୋଇଯାଏ ॥7॥
ਊਚਾ ਊਚਉ ਆਖੀਐ ਕਹਉ ਨ ਦੇਖਿਆ ਜਾਇ ॥
ଉଚ୍ଚରୁ ପରମ ଉଚ୍ଚ ସ୍ଵାମୀ କୁହାଯାଏ, କିନ୍ତୁ ସେ କାହା ଦ୍ଵାରା ମଧ୍ୟ ଦେଖାଯାଇ ପାରନ୍ତି ନାହିଁ।
ਜਹ ਦੇਖਾ ਤਹ ਏਕੁ ਤੂੰ ਸਤਿਗੁਰਿ ਦੀਆ ਦਿਖਾਇ ॥
ମୁଁ ଯେଉଁ ଆଡେ ଦେଖେ, ସର୍ବତ୍ର ମୁଁ କେବଳ ତୁମକୁ ହିଁ ପାଏ, ମୋତେ ସଦଗୁରୁ ଆପଣଙ୍କ ଦର୍ଶନ କରାଇଦେଇଛନ୍ତି।
ਜੋਤਿ ਨਿਰੰਤਰਿ ਜਾਣੀਐ ਨਾਨਕ ਸਹਜਿ ਸੁਭਾਇ ॥੮॥੩॥
ହେ ନାନକ! ପ୍ରେମ ଦ୍ଵାରା ସ୍ଵାଭାବିକ ଅବସ୍ଥା ପ୍ରାପ୍ତ ହୁଏ ତଥା ହୃଦୟରେ ପ୍ରଭୁଙ୍କ ଦିବ୍ୟ ଜ୍ୟୋତି ରହିଥାଏ। ॥8॥3॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1॥
ਮਛੁਲੀ ਜਾਲੁ ਨ ਜਾਣਿਆ ਸਰੁ ਖਾਰਾ ਅਸਗਾਹੁ ॥
ଯେତେବେଳେ ମାଛର ମୃତ୍ୟୁ ଆସିଛି ସେତେବେଳେ ସେ ଜାଲକୁ ଜାଣିପାରିଲା ନାହିଁ, ସେ ଗଭୀର ସମୁଦ୍ରରେ ରହିଥାଏ।
ਅਤਿ ਸਿਆਣੀ ਸੋਹਣੀ ਕਿਉ ਕੀਤੋ ਵੇਸਾਹੁ ॥
ସେ ବହୁତ ଚତୁର ଓ ସୁନ୍ଦର ଅଟେ, ସେ କେଉଟ ଉପରେ ବିଶ୍ବାସ କାହିଁକି କରିଲା?
ਕੀਤੇ ਕਾਰਣਿ ਪਾਕੜੀ ਕਾਲੁ ਨ ਟਲੈ ਸਿਰਾਹੁ ॥੧॥
ସେ ବିଶ୍ଵାସ କରିବା କାରଣରୁ ହିଁ ଜାଲରେ ଧାରା ପଡିଗଲା, ତାହାର ମୃତ୍ୟୁ ଟାଳି ପାରିବା ନାହିଁ, ତାହା ଅଟଳ ଅଟେ। ॥1॥
ਭਾਈ ਰੇ ਇਉ ਸਿਰਿ ਜਾਣਹੁ ਕਾਲੁ ॥
ହେ ଭାଇ! ଏହିପରି ତୁ ମୃତ୍ୟୁକୁ ନିଜ କପାଳରେ ରଖିଅଛୁ, କାରଣ କାଳ ବହୁତ ବଳବାନ ଅଟେ।
ਜਿਉ ਮਛੀ ਤਿਉ ਮਾਣਸਾ ਪਵੈ ਅਚਿੰਤਾ ਜਾਲੁ ॥੧॥ ਰਹਾਉ ॥
ମାଛ ଭଳି ମନୁଷ୍ୟ ମଧ୍ୟ ମୃତ୍ୟୁର ଜାଲରେ ଅକସ୍ମାତ ପଡିଯାଏ ॥1॥ରୁହ॥
ਸਭੁ ਜਗੁ ਬਾਧੋ ਕਾਲ ਕੋ ਬਿਨੁ ਗੁਰ ਕਾਲੁ ਅਫਾਰੁ ॥
ସାରା ସଂସାରକୁ କାଳ (ମୃତ୍ୟୁର) ଦବାବ ରହିଛି, ଗୁରୁଙ୍କ କୃପା ବିନା ମୃତ୍ୟୁ ଅନିବାର୍ଯ୍ୟ ଅଟେ।
ਸਚਿ ਰਤੇ ਸੇ ਉਬਰੇ ਦੁਬਿਧਾ ਛੋਡਿ ਵਿਕਾਰ ॥
ଯିଏ ସତ୍ୟରେ ଲୀନ ହୋଇଯାଇଛି, ଆଉ ଦୈତ୍ୟ-ଭାବ ତଥା ପାପକୁ ତ୍ୟାଗ କରିଦେଇଛି ସେ ରକ୍ଷା ପାଇଯାଏ।
ਹਉ ਤਿਨ ਕੈ ਬਲਿਹਾਰਣੈ ਦਰਿ ਸਚੈ ਸਚਿਆਰ ॥੨॥
ମୁଁ ତାହା ପ୍ରତି ସମର୍ପିତ ଯିଏ ଯାହାକୁ ସତ୍ୟର ଦରବାରରେ ସତ୍ୟବାଦୀ ବୋଲାଯାଏ ॥2॥
ਸੀਚਾਨੇ ਜਿਉ ਪੰਖੀਆ ਜਾਲੀ ਬਧਿਕ ਹਾਥਿ ॥
ଯେପରି ବାଜ ପକ୍ଷୀକୁ ମାରିଦିଏ ଔ ଶିକାରୀ ହାତର ଜାଲରେ ସେ ଫସିଯାଏ, ସେପରି ହିଁ ମାୟାର ମୋହ କାରଣରୁ ସବୁ ମନୁଷ୍ୟ ଯମର ଜାଲରେ ଫସିଯାଇଥାନ୍ତି ।
ਗੁਰਿ ਰਾਖੇ ਸੇ ਉਬਰੇ ਹੋਰਿ ਫਾਥੇ ਚੋਗੈ ਸਾਥਿ ॥
ଯାହାକୁ ଗୁରୁଦେବ ରକ୍ଷା କରିଥାନ୍ତି, ସେ ଯମର ଜାଲରୁ ରକ୍ଷା ପାଇଯାଏ, ଅନ୍ୟମାନେ ମୃତ୍ୟୁ ସହିତ ଫସିଯାନ୍ତି।
ਬਿਨੁ ਨਾਵੈ ਚੁਣਿ ਸੁਟੀਅਹਿ ਕੋਇ ਨ ਸੰਗੀ ਸਾਥਿ ॥੩॥
ହରିନାମ ବିନା ସେ ମୃତ୍ୟୁର ବଶରେ ଦାନ ଭଳି ବଛାଯାଏ, ପୁଣି ତାହାର କେହି ସାଥି ବା ସହାୟକ ରହିବେ ନାହିଁ ॥3॥
ਸਚੋ ਸਚਾ ਆਖੀਐ ਸਚੇ ਸਚਾ ਥਾਨੁ ॥
ସତ୍ୟ ପ୍ରଭୁଙ୍କୁ ସବୁ ସତ୍ୟ କହନ୍ତି, ସତ୍ୟ ପ୍ରଭୁଙ୍କ ନିବାସ ମଧ୍ୟ ସତ୍ୟ ଅଟେ
ਜਿਨੀ ਸਚਾ ਮੰਨਿਆ ਤਿਨ ਮਨਿ ਸਚੁ ਧਿਆਨੁ ॥
ସତ୍ୟ ପ୍ରଭୁ ତାହାର ହୃଦୟରେ ନିବାସ କରିଥାଏ, ଯିଏ ତାହାଙ୍କ ସ୍ମରଣ ଏବଂ ଧ୍ୟାନ କରିଥାଏ।
ਮਨਿ ਮੁਖਿ ਸੂਚੇ ਜਾਣੀਅਹਿ ਗੁਰਮੁਖਿ ਜਿਨਾ ਗਿਆਨੁ ॥੪॥
ଗୁରୁ ଦ୍ଵାରା ଜ୍ଞାନ ପ୍ରାପ୍ତ କରିବା ବାଲା ପ୍ରାଣୀର ହୃଦୟ ଏବଂ ମୁଖ ପବିତ୍ର ବିବେଚନା କରାଯାଏ ॥4॥
ਸਤਿਗੁਰ ਅਗੈ ਅਰਦਾਸਿ ਕਰਿ ਸਾਜਨੁ ਦੇਇ ਮਿਲਾਇ ॥
ହେ ପ୍ରାଣୀ! ସଦଗୁରୁଙ୍କ ସମ୍ମୁଖରେ ବନ୍ଦନା କର ଯେ ସେ ତୁମକୁ ତୋର ମିତ୍ର(ପ୍ରଭୁ) ସହିତ ମିଳନ କରାଇଦେବେ।
ਸਾਜਨਿ ਮਿਲਿਐ ਸੁਖੁ ਪਾਇਆ ਜਮਦੂਤ ਮੁਏ ਬਿਖੁ ਖਾਇ ॥
ମିତ୍ର(ଇଶ୍ଵର)ଙ୍କ ମିଳନ ଦ୍ଵାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଆଉ ଯମଦୂତ ବିଷ ସେବନ କରି କାଳବଶ ହୋଇଯାଇଥାଏ।
ਨਾਵੈ ਅੰਦਰਿ ਹਉ ਵਸਾਂ ਨਾਉ ਵਸੈ ਮਨਿ ਆਇ ॥੫॥
ମୁଁ ପରମାତ୍ମାଙ୍କ ନାମ(ଭକ୍ତି)ରେ ବାସ କରେ ଆଉ ନାମ ମୋର ଆତ୍ମାରେ ନିବାସ କରିନେଇଛି ॥5॥
ਬਾਝੁ ਗੁਰੂ ਗੁਬਾਰੁ ਹੈ ਬਿਨੁ ਸਬਦੈ ਬੂਝ ਨ ਪਾਇ ॥
ଗୁରୁଙ୍କ ବିନା ମନୁଷ୍ୟର ହୃଦୟରେ ଅଜ୍ଞାନତାର ଅନ୍ଧକାର ବିଦ୍ୟମାନ ରହିଥାଏ ଆଉ ଇଶ୍ଵରଙ୍କ ନାମ ବିନା ସେହି ଜ୍ଞାନ-ବୁଦ୍ଧିକୁ ପ୍ରାପ୍ତି ହୁଏ ନାହିଁ।
ਗੁਰਮਤੀ ਪਰਗਾਸੁ ਹੋਇ ਸਚਿ ਰਹੈ ਲਿਵ ਲਾਇ ॥
ଯେତେବେଳେ ଗୁରୁଙ୍କ ମତି ଦ୍ଵାରା ତାହାର ଭିତର ଜ୍ୟୋତି ପ୍ରକାଶ ହୋଇଥାଏ, ପୁଣି ସେ ସତ୍ୟ ପ୍ରଭୁଙ୍କ ଠାରେ ମନ ଲଗାଇ ରଖିଥାଏ।
ਤਿਥੈ ਕਾਲੁ ਨ ਸੰਚਰੈ ਜੋਤੀ ਜੋਤਿ ਸਮਾਇ ॥੬॥
ଏହି ଅବସ୍ଥାରେ ସେଟାକୁ ମୃତ୍ୟୁ ପ୍ରବେଶ କରିନଥାଏ ଆଉ ମନୁଷ୍ୟର ଜ୍ୟୋତି(ଆତ୍ମା) ପରମ ଜ୍ୟୋତି(ପରମାତ୍ମା)ଙ୍କ ସହିତ ଲୀନ ହୋଇଯାଏ ॥6॥
ਤੂੰਹੈ ਸਾਜਨੁ ਤੂੰ ਸੁਜਾਣੁ ਤੂੰ ਆਪੇ ਮੇਲਣਹਾਰੁ ॥
ହେ ପ୍ରଭୁ1 ତୁମେ ବୁଦ୍ଧିମାନ ଅଟ, ତୁମେ ମୋର ମିତ୍ର ଅଟ ଆଉ ତୁମେ ହିଁ ମନୁଷ୍ୟକୁ ନିଜ ସାଥିରେ ମିଳନ କରାଅ।
ਗੁਰ ਸਬਦੀ ਸਾਲਾਹੀਐ ਅੰਤੁ ਨ ਪਾਰਾਵਾਰੁ ॥
ମୁଁ ଗୁରୁଙ୍କ ବାଣୀ ଦ୍ଵାରା ତୁମର ମହିମା କରିଥାଏ, ତୁମର ଅନ୍ତ ମିଳିପାରେ ନାହିଁ ।
ਤਿਥੈ ਕਾਲੁ ਨ ਅਪੜੈ ਜਿਥੈ ਗੁਰ ਕਾ ਸਬਦੁ ਅਪਾਰੁ ॥੭॥
ଯେଉଁଠି ଗୁରୁଙ୍କ ଅନନ୍ତ ଶବ୍ଦ ବିଦ୍ୟମାନ ଅଛି, କାଳ ସେଠାରେ କଦାପି ପ୍ରବେଶ କରିପାରେ ନାହିଁ। ॥7॥
ਹੁਕਮੀ ਸਭੇ ਊਪਜਹਿ ਹੁਕਮੀ ਕਾਰ ਕਮਾਹਿ ॥
ପ୍ରଭୁଙ୍କ ଇଚ୍ଛା ଦ୍ଵାରା ସମସ୍ତ ଜୀବ-ଜନ୍ତୁ ଉତ୍ପର୍ଣ୍ଣ ହୋଇଥାନ୍ତି ଆଉ ତାହାଙ୍କ ଇଚ୍ଛା ଅନୁସାରେ ହିଁ କାର୍ଯ୍ୟ ବ୍ୟବହାର କରିଥାନ୍ତି।
ਹੁਕਮੀ ਕਾਲੈ ਵਸਿ ਹੈ ਹੁਕਮੀ ਸਾਚਿ ਸਮਾਹਿ ॥
ପ୍ଭୁଙ୍କ ଇଛା ଅନୁସାରେ ହିଁ ସେ କାଳର ଅଧୀନ ଅଟେ ଆଉ ତାଙ୍କରି ଇଚ୍ଛା ଅନୁସାରେ ହିଁ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଠାରେ ବିଲୀନ ହୋଇଯାଏ।
ਨਾਨਕ ਜੋ ਤਿਸੁ ਭਾਵੈ ਸੋ ਥੀਐ ਇਨਾ ਜੰਤਾ ਵਸਿ ਕਿਛੁ ਨਾਹਿ ॥੮॥੪॥
ହେ ନାନକ! ଯାହା କିଛି ପ୍ରଭୁଙ୍କୁ ଭଲଲାଗେ ତାହା ହିଁ ହୋଇଥାଏ, ସାଂସାରିକ ଜୀବର ବଶରେ କିଛି ମଧ୍ୟ ନାହିଁ ॥8॥4॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਮਨਿ ਜੂਠੈ ਤਨਿ ਜੂਠਿ ਹੈ ਜਿਹਵਾ ਜੂਠੀ ਹੋਇ ॥
ଯଦି ମନରେ କଚଡା ଅଛି ତାହାହେଲେ ଶରୀରରେ ମଧ୍ୟ କଚଡା ଆସିଯାଏ ଆଉ କଚଡା କାରଣରୁ ଜିହ୍ଵା ମଧ୍ୟ କଚଡା ପୂର୍ଣ୍ଣ ହୋଇଯାଏ, ଅର୍ଥାତ ବିକାରରେ ଲୀନ ହେବା କାରଣରୁ ତନ, ମନ, ଜିହ୍ଵା ମଳିନ ହୋଇଯାଏ।