Guru Granth Sahib Translation Project

guru granth sahib odia page-40

Page 40

ਸਹਸ ਸਿਆਣਪ ਕਰਿ ਰਹੇ ਮਨਿ ਕੋਰੈ ਰੰਗੁ ਨ ਹੋਇ ॥ ସହସ୍ର ଚତୁରତା ପ୍ରୟୋଗ କରି ପ୍ରାଣୀ ଅସଫଳ ହୋଇଯାଇଛି, ତାହାର ଶୂନ୍ୟ ମନରେ ଈଶ୍ବରଙ୍କ ପ୍ରେମର ରଙ୍ଗ ଧାରଣ ହୋଇନାହିଁ।
ਕੂੜਿ ਕਪਟਿ ਕਿਨੈ ਨ ਪਾਇਓ ਜੋ ਬੀਜੈ ਖਾਵੈ ਸੋਇ ॥੩॥ ମିଥ୍ୟା ଏବଂ ଛଳ କପଟ ପ୍ରୟୋଗ କରି କେହି ବି ପ୍ରାଣୀ ପରମେଶ୍ଵରଙ୍କୁ ପାଇପାରେ ନାହିଁ, ପ୍ରାଣୀ ଯେପରି ବୀଜ ବୁଣେ ସେପରି ହିଁ ଫଳ ତାହାକୁ ପ୍ରାପ୍ତ ହୋଇଥାଏ॥3॥
ਸਭਨਾ ਤੇਰੀ ਆਸ ਪ੍ਰਭੁ ਸਭ ਜੀਅ ਤੇਰੇ ਤੂੰ ਰਾਸਿ ॥ ହେ ପରଂବ୍ରହ୍ମ! ଏହି ଜଗତର ସମସ୍ତ ପ୍ରାଣୀ ତୁମର ହିଁ ଅଟେ, ସେହି ଜୀବଙ୍କ ସମସ୍ତ ପୁଞ୍ଜି ତୁମେ ହିଁ ଅଟ ଆଉ ତୁମେ ହିଁ ତାଙ୍କରି ଆଶା ଭରସା ଅଟ।
ਪ੍ਰਭ ਤੁਧਹੁ ਖਾਲੀ ਕੋ ਨਹੀ ਦਰਿ ਗੁਰਮੁਖਾ ਨੋ ਸਾਬਾਸਿ ॥ ତୋର ଶରଣରେ ଆସୁଥିବା ପ୍ରାଣୀ କଦାପି ଖାଲି ହାତରେ ଯାଏ ନାହିଁ, ତୁମେ କୃପାଳୁ ଏବଂ ଦୟାଳୁ ଅଟ, ତୋର ଦ୍ଵାରରେ ଆସୁଥିବା ଗୁରୁମୁଖ ପ୍ରଶସ୍ତିର ଅଧିକାରୀ ବନିଯାଏ।
ਬਿਖੁ ਭਉਜਲ ਡੁਬਦੇ ਕਢਿ ਲੈ ਜਨ ਨਾਨਕ ਕੀ ਅਰਦਾਸਿ ॥੪॥੧॥੬੫॥ ଗୁରୁଜୀ କହନ୍ତି ଯେ ହେ ପରମେଶ୍ଵର! ମୋର ସାଦର ବିନତି ଯେ ମନୁଷ୍ୟ ପାପର ଭୟାନକ ସମୁଦ୍ରରେ ଡୁବି ରହିଅଛି, ତାହାର ରକ୍ଷା କର। ହେ ପ୍ରଭୁ! ଜଗତର ଜୀବଙ୍କୁ ଭାବସାଗରରେ ବୁଡିବାରୁ ରକ୍ଷା କର॥4॥1॥65॥
ਸਿਰੀਰਾਗੁ ਮਹਲਾ ੪ ॥ ସିରିରାଗ ମହଲା 4 ॥
ਨਾਮੁ ਮਿਲੈ ਮਨੁ ਤ੍ਰਿਪਤੀਐ ਬਿਨੁ ਨਾਮੈ ਧ੍ਰਿਗੁ ਜੀਵਾਸੁ ॥ ଭଗବାନଙ୍କ ନାମ ମିଳନରୁ ମନ ତୃପ୍ତ ହୋଇଯାଏ, କିନ୍ତୁ ନାମବିହୀନ ମନୁଷ୍ୟର ଜୀବନ ଧିକ୍କାର ଯୋଗ୍ୟ ଅଟେ।
ਕੋਈ ਗੁਰਮੁਖਿ ਸਜਣੁ ਜੇ ਮਿਲੈ ਮੈ ਦਸੇ ਪ੍ਰਭੁ ਗੁਣਤਾਸੁ ॥ ଏହି ବିଷୟରେ ଗୁରୁଜୀ ଉତ୍ତର ଦିଅନ୍ତି ଯେ ଯଦି ସଦଗୁରୁଙ୍କ ସହିତ ମିଳନ ହୋଇଯାଏ ତାହାହେଲେ ସେ ମୋତେ ଗୁଣବାନ ଈଶ୍ବରଙ୍କ ବିଷୟରେ ଜ୍ଞାନ ପ୍ରଦାନ କରିବେ।
ਹਉ ਤਿਸੁ ਵਿਟਹੁ ਚਉ ਖੰਨੀਐ ਮੈ ਨਾਮ ਕਰੇ ਪਰਗਾਸੁ ॥੧॥ ଯିଏ ମୋତେ ନାମର ଆଲୋକ ଦିଅନ୍ତି ମୁଁ ତାଙ୍କରି ପାଖରେ ଚାରି ଖଣ୍ଡ ହୋଇ ସମର୍ପିତ ହେବି॥1॥
ਮੇਰੇ ਪ੍ਰੀਤਮਾ ਹਉ ਜੀਵਾ ਨਾਮੁ ਧਿਆਇ ॥ ହେ ମୋର ପ୍ରିୟତମ ପ୍ରଭୁ! ନାମ ସ୍ମରଣରୁ ହିଁ ମୋର ଏହି ସଂପୂର୍ଣ୍ଣ ଜୀବନ ଅଟେ।
ਬਿਨੁ ਨਾਵੈ ਜੀਵਣੁ ਨਾ ਥੀਐ ਮੇਰੇ ਸਤਿਗੁਰ ਨਾਮੁ ਦ੍ਰਿੜਾਇ ॥੧॥ ਰਹਾਉ ॥ ନାମର ବିନା ମନୁଷ୍ୟ ଜୀବନ ବ୍ୟର୍ଥ ଅଟେ, ଏଥିପାଇଁ ହେ ସଦଗୁରୁ! ମୋ’ ଭିତରେ ପ୍ରଭୁଙ୍କ ନାମର ରହସ୍ୟ ସ୍ଥାପନ କରିଦିଅ॥1॥ରୁହ॥
ਨਾਮੁ ਅਮੋਲਕੁ ਰਤਨੁ ਹੈ ਪੂਰੇ ਸਤਿਗੁਰ ਪਾਸਿ ॥ ଭଗବାନଙ୍କ ନାମ ଅମୂଲ୍ୟ ରତ୍ନ ଅଟେ, ଯାହା ସଦଗୁରୁଙ୍କ ପାଖରେ ବିଦ୍ୟମାନ ଅଟେ।
ਸਤਿਗੁਰ ਸੇਵੈ ਲਗਿਆ ਕਢਿ ਰਤਨੁ ਦੇਵੈ ਪਰਗਾਸਿ ॥ ସଦଗୁରୁ ସେହି ଉଜ୍ଜଳ ନାମ ରୂପୀ ରତ୍ନ ପ୍ରକାଶମାନ କରିଦିଅନ୍ତି, ଯିଏ ତାହାଙ୍କୁ ଶ୍ରଦ୍ଧା ପୂର୍ବକ ସେବା କରିଥାଏ।
ਧੰਨੁ ਵਡਭਾਗੀ ਵਡ ਭਾਗੀਆ ਜੋ ਆਇ ਮਿਲੇ ਗੁਰ ਪਾਸਿ ॥੨॥ ଯିଏ ଗୁରୁଙ୍କ ପାଖକୁ ଆସି ତାହାଙ୍କ ସହିତ ସାକ୍ଷାତ କରନ୍ତି ଆଉ ନାମ ରୂପୀ ସେହି ଖଜଣାକୁ ପ୍ରାପ୍ତ କରିନିଏ, ବଡ ଭାଗ୍ୟବାନ ଅଟେ॥2॥
ਜਿਨਾ ਸਤਿਗੁਰੁ ਪੁਰਖੁ ਨ ਭੇਟਿਓ ਸੇ ਭਾਗਹੀਣ ਵਸਿ ਕਾਲ ॥ ଯେଉଁ ପ୍ରାଣୀ ସଦଗୁରୁଙ୍କ ମିଳନରୁ ବଞ୍ଚିତ ଅଛି, ଭାଗ୍ୟହୀନ କାଳ (ମୃତ୍ୟୁ)ର ଅଧୀନ ଅଟେ।
ਓਇ ਫਿਰਿ ਫਿਰਿ ਜੋਨਿ ਭਵਾਈਅਹਿ ਵਿਚਿ ਵਿਸਟਾ ਕਰਿ ਵਿਕਰਾਲ ॥ ଏପରି ପ୍ରାଣୀ ପୁନଃ ଜନ୍ମ ମରଣର ଚକ୍ରରେ ପଡି ବିଭିନ୍ନ ଯୋନିରେ ପଥଭ୍ରଷ୍ଟ ହେଉଥାଏ, ଏପରି ପ୍ରାଣୀ ମଳିନତାର ଭୟାନକ କୀଟ ବନିଯାଏ।
ਓਨਾ ਪਾਸਿ ਦੁਆਸਿ ਨ ਭਿਟੀਐ ਜਿਨ ਅੰਤਰਿ ਕ੍ਰੋਧੁ ਚੰਡਾਲ ॥੩॥ ତାହାର ନିକଟକୁ ଆସି ଛୁଇଁବା ଉଚିତ ମଧ୍ୟ ନୁହେଁ, କାରଣ ହୃଦୟ ଭିତରେ କ୍ରୋଧ ଚାଣ୍ଡାଳ ରହିଥାଏ॥3॥
ਸਤਿਗੁਰੁ ਪੁਰਖੁ ਅੰਮ੍ਰਿਤ ਸਰੁ ਵਡਭਾਗੀ ਨਾਵਹਿ ਆਇ ॥ ମହାପୁରୁଷ ସଦଗୁରୁଙ୍କ ଅମୃତର ସରୋବର ଅଟେ, ଯାହା ପାଖକୁ ଭାଗ୍ୟଶାଳୀ ଆସି ସ୍ନାନ କରେ, ଅର୍ଥାତ ତାହାଙ୍କର କୃପା-ଦୃଷ୍ଟିରେ କୃପା-ପତ୍ର ବନିଥାଏ।
ਉਨ ਜਨਮ ਜਨਮ ਕੀ ਮੈਲੁ ਉਤਰੈ ਨਿਰਮਲ ਨਾਮੁ ਦ੍ਰਿੜਾਇ ॥ ତାହାର ଜନ୍ମ ଜନ୍ମାନ୍ତରର ମଳିନତା ଧୋଇ ହୋଇଯାଏ ଆଉ ତାହାର ଭିତରେ ପବିତ୍ର ନାମ ସୁଦୃଢ ହୋଇଯାଏ।
ਜਨ ਨਾਨਕ ਉਤਮ ਪਦੁ ਪਾਇਆ ਸਤਿਗੁਰ ਕੀ ਲਿਵ ਲਾਇ ॥੪॥੨॥੬੬॥ ଗୁରୁଜୀ କହନ୍ତି ଯେ ହେ ନାନକ! ସଦଗୁରୁଙ୍କ ଆଡକୁ ମନ ଲଗାଇଲେ (ଗୁରୁ ଭକ୍ତଙ୍କୁ) ପରମ ପଦର ପ୍ରାପ୍ତି ହୋଇଥାଏ॥4॥2॥66॥
ਸਿਰੀਰਾਗੁ ਮਹਲਾ ੪ ॥ ସିରିରାଗ ମହଲା 4 ॥
ਗੁਣ ਗਾਵਾ ਗੁਣ ਵਿਥਰਾ ਗੁਣ ਬੋਲੀ ਮੇਰੀ ਮਾਇ ॥ ହେ ମୋର ମାତା! ମୁଁ ତ ସେହି ପରମାତ୍ମାଙ୍କ ଯଶ ଗାନ କରିଥାଏ, ତାହାଙ୍କ ପ୍ରଶଂସା କରେ ଆଉ ତାଙ୍କରି ଗୁଣ ବ୍ୟାଖ୍ୟା କରେ।
ਗੁਰਮੁਖਿ ਸਜਣੁ ਗੁਣਕਾਰੀਆ ਮਿਲਿ ਸਜਣ ਹਰਿ ਗੁਣ ਗਾਇ ॥ ପ୍ରଭୁ ପ୍ରେମୀ ଗୁରୁମୁଖ ପରୋପକାରୀ ଏବଂ ଗୁଣର ଭଣ୍ଡାର ଅଟେ, ତାହାଙ୍କ ସହିତ ମିଶି ମୁଁ ପରଂବ୍ରହ୍ମଙ୍କ ଯଶ କୀର୍ତି କରିଥାଏ।
ਹੀਰੈ ਹੀਰੁ ਮਿਲਿ ਬੇਧਿਆ ਰੰਗਿ ਚਲੂਲੈ ਨਾਇ ॥੧॥ ଗୁରୁ ରୂପୀ ରତ୍ନ ସହିତ ମିଶି ମୋର ହୃଦୟ ବାନ୍ଧି ହୋଇଯାଇଛି ଆଉ ହରିନାମ ସହିତ ଗହଣା ଲାଲ ବର୍ଣ୍ଣ ହୋଇଯାଇଛି ॥1॥
ਮੇਰੇ ਗੋਵਿੰਦਾ ਗੁਣ ਗਾਵਾ ਤ੍ਰਿਪਤਿ ਮਨਿ ਹੋਇ ॥ ହେ ମୋର ଗୋବିନ୍ଦ! ତୋର ଗୁଣ ଗାନ କରିଲେ ମୋର ମନ ତୃପ୍ତ ହୋଇଯାଉଛି।
ਅੰਤਰਿ ਪਿਆਸ ਹਰਿ ਨਾਮ ਕੀ ਗੁਰੁ ਤੁਸਿ ਮਿਲਾਵੈ ਸੋਇ ॥੧॥ ਰਹਾਉ ॥ ମୋର ହୃଦୟର ଭିତରେ ତୋର ନାମର ତୃଷ୍ଣା ଅଛି। ପରମାତ୍ମା କୃପା-ଦୃଷ୍ଟି କରିଲେ ଗୁରୁଜୀ ହର୍ଷିତ ହୋଇ ସେହି ନାମ (ପ୍ରଭୁ) ମୋତେ ପ୍ରଦାନ କର॥1॥ରୁହ॥
ਮਨੁ ਰੰਗਹੁ ਵਡਭਾਗੀਹੋ ਗੁਰੁ ਤੁਠਾ ਕਰੇ ਪਸਾਉ ॥ ହେ ପ୍ରାଣୀ! ନିଜ ହ୍ରୁଦୟକୁ ପ୍ରଭୁଙ୍କ ପ୍ରେମରେ ରଙ୍ଗୀନ ହୁଅ। ହେ ସୌଭାଗ୍ୟଶାଳ! ଗୁରୁଜୀ ଆପଣଙ୍କ ସେବା ଭାବନାରେ ପ୍ରସନ୍ନ ହୋଇ ତୁମକୁ ନିଜ ଉପହାର ପ୍ରଦାନ କରିବେ।
ਗੁਰੁ ਨਾਮੁ ਦ੍ਰਿੜਾਏ ਰੰਗ ਸਿਉ ਹਉ ਸਤਿਗੁਰ ਕੈ ਬਲਿ ਜਾਉ ॥ ମୁଁ ସେହି ସଦଗୁରୁଙ୍କ ପାଖରେ ସମର୍ପିତ ଅଟେ, ଯିଏ ମୋର ଭିତରେ ହରିନାମକୁ ପ୍ରୀତି ସହିତ ଦୃଢ କରନ୍ତି।
ਬਿਨੁ ਸਤਿਗੁਰ ਹਰਿ ਨਾਮੁ ਨ ਲਭਈ ਲਖ ਕੋਟੀ ਕਰਮ ਕਮਾਉ ॥੨॥ ସଦଗୁରୁଙ୍କ ବିନା ଅକାଳ ପୁରୁଷଙ୍କ ନାମ ପ୍ରାପ୍ତ ହୁଏ ନାହିଁ ॥2॥
ਬਿਨੁ ਭਾਗਾ ਸਤਿਗੁਰੁ ਨਾ ਮਿਲੈ ਘਰਿ ਬੈਠਿਆ ਨਿਕਟਿ ਨਿਤ ਪਾਸਿ ॥ ସତ୍ୟ ବିନା ଗୁରୁ ପ୍ରାପ୍ତ ହୁଏ ନାହିଁ , ହୁଏତ ସେ ଗୃହରେ ସର୍ବଦା ତାହାଙ୍କ ନିକଟରେ ବସିଥାଏ।
ਅੰਤਰਿ ਅਗਿਆਨ ਦੁਖੁ ਭਰਮੁ ਹੈ ਵਿਚਿ ਪੜਦਾ ਦੂਰਿ ਪਈਆਸਿ ॥ ମନୁଷ୍ୟର ଅନ୍ତର ମୂର୍ଖତା ଏବଂ ସନ୍ଦେହର ପୀଡାରେ ବାସ କରିଅଛି। ମନୁଷ୍ୟ ଏବଂ ପରମାତ୍ମାଙ୍କ ମଧ୍ୟରେ ଅଜ୍ଞାନତାର ପର୍ଦ୍ଦା ପଡିଅଛି। ଅଜ୍ଞାନତା ନିବୃତ୍ତ ହେଲେ ଜ୍ଞାନର ଉଜ୍ଜଳରେ ସେହି ପର୍ଦ୍ଦା ନିବୃତ୍ତ ହୋଇଯାଏ।
ਬਿਨੁ ਸਤਿਗੁਰ ਭੇਟੇ ਕੰਚਨੁ ਨਾ ਥੀਐ ਮਨਮੁਖੁ ਲੋਹੁ ਬੂਡਾ ਬੇੜੀ ਪਾਸਿ ॥੩॥ ସଦଗୁରୁଙ୍କ ମିଳନ ବିନା ପ୍ରାଣୀ ସ୍ଵର୍ଣ୍ଣମୟ ହୁଏ ନାହିଁ। ଅଧର୍ମୀ ଲୁହା ଭଳି ଡୁବି ଯାଏ, ଯେତେବେଳେ ନଉକା ଏତେ ପାଖରେ ଥାଏ ॥3॥
ਸਤਿਗੁਰੁ ਬੋਹਿਥੁ ਹਰਿ ਨਾਵ ਹੈ ਕਿਤੁ ਬਿਧਿ ਚੜਿਆ ਜਾਇ ॥ ସଦଗୁରୁଜୀ ହରିନାମ ରୂପୀ ଜାହାଜ ଅଟେ, କୌଣସି ବିଧି ଦ୍ଵାରା ତାହା ଉପରେ ଚଢି ପାରିବା?
ਸਤਿਗੁਰ ਕੈ ਭਾਣੈ ਜੋ ਚਲੈ ਵਿਚਿ ਬੋਹਿਥ ਬੈਠਾ ਆਇ ॥ ଗୁରୁଜୀ କହନ୍ତି ଯେ ଯିଏ ସଦଗୁରୁଙ୍କ ଆଜ୍ଞା ଅନୁସାରେ ଚାଲେ, ସେ ହରିନାମ ରୂପୀ ଜାହାଜରେ ବସିଯାଏ।
ਧੰਨੁ ਧੰਨੁ ਵਡਭਾਗੀ ਨਾਨਕਾ ਜਿਨਾ ਸਤਿਗੁਰੁ ਲਏ ਮਿਲਾਇ ॥੪॥੩॥੬੭॥ ହେ ନାନକ! ସେହି ବ୍ୟକ୍ତିତ୍ଵ ଧନ୍ୟ-ଧନ୍ୟ ଏବଂ ଭାଗ୍ୟବାନ ଅଟେ ଯାହାକୁ ସଦଗୁରୁଜୀ ନିଜ ସାଥିରେ ମିଶାଇ ପରମାତ୍ମାଙ୍କ ସହିତ ମିଳନ କରାନ୍ତି॥4॥3॥67॥


© 2025 SGGS ONLINE
error: Content is protected !!
Scroll to Top