Guru Granth Sahib Translation Project

guru granth sahib odia page-39

Page 39

ਤਿਨ ਕੀ ਸੇਵਾ ਧਰਮ ਰਾਇ ਕਰੈ ਧੰਨੁ ਸਵਾਰਣਹਾਰੁ ॥੨॥ ପ୍ରଭୁ ଭକ୍ତଙ୍କ ଧର୍ମରାଜ ସ୍ଵୟଂ ତାହାଙ୍କ ଧ୍ୟାନରେ ସେବା କରିଥାଏ, ସେ ପ୍ରାଣୀ ଧନ୍ୟ ଅଟେ ଆଉ ତାହାର ରଚୟିତା ପ୍ରଭୁ ଧନ୍ୟ-ଧନ୍ୟ ଅଟେ॥2॥
ਮਨ ਕੇ ਬਿਕਾਰ ਮਨਹਿ ਤਜੈ ਮਨਿ ਚੂਕੈ ਮੋਹੁ ਅਭਿਮਾਨੁ ॥ ଯେଉଁ ପ୍ରାଣୀ ମନର ବିକାର ମନରୁ ତ୍ୟାଗ କରିଦେଇଛି, ସେ ମୋହ ଅଭିମାନ ଇତ୍ୟାଦିରୁ ମୁକ୍ତ ହୋଇ ନିର୍ମଳ ହୋଇଯାଏ।
ਆਤਮ ਰਾਮੁ ਪਛਾਣਿਆ ਸਹਜੇ ਨਾਮਿ ਸਮਾਨੁ ॥ ସେ ପ୍ରାଣୀ ଆତ୍ମାରେ ହିଁ ପରମାତ୍ମାଙ୍କୁ ଜାଣିଦିଏ ଆଉ ହରିନାମରେ ଲୀନ ହୋଇଯାଏ।
ਬਿਨੁ ਸਤਿਗੁਰ ਮੁਕਤਿ ਨ ਪਾਈਐ ਮਨਮੁਖਿ ਫਿਰੈ ਦਿਵਾਨੁ ॥ ସଦଗୁରୁଙ୍କ ବିନା ପ୍ରାଣୀକୁ ମୋକ୍ଷ ପ୍ରାପ୍ତ ହୁଏ ନାହିଁ, ସେ ମନମୁଖୀ ପ୍ରାଣୀ ପାଗଳ ଭଳି ଦ୍ଵାର ଦ୍ଵାର ବୁଲୁଥାଏ।
ਸਬਦੁ ਨ ਚੀਨੈ ਕਥਨੀ ਬਦਨੀ ਕਰੇ ਬਿਖਿਆ ਮਾਹਿ ਸਮਾਨੁ ॥੩॥ ସେ ପ୍ରାଣୀ ସେହି ପ୍ରଭୁଙ୍କ ଶବ୍ଦର ଚିନ୍ତନ କରେ ନାହିଁ, ବରଂ ବ୍ୟର୍ଥରେ ବାଦ-ବିବାଦ କରୁଥାଏ ଆଉ ପାପଗ୍ରସ୍ତ ହେବା କାରଣରୁ ସେହି ଜୀବର ମୁକ୍ତି ହୁଏ ନାହିଁ॥3॥
ਸਭੁ ਕਿਛੁ ਆਪੇ ਆਪਿ ਹੈ ਦੂਜਾ ਅਵਰੁ ਨ ਕੋਇ ॥ ପରଂବ୍ରହ୍ମ ସ୍ଵୟଂ ହିଁ ସର୍ବସ୍ଵ ଅଟନ୍ତି ଆଉ ତାଙ୍କରି ବିନା ଅନ୍ୟ କେହି ନାହାନ୍ତି।
ਜਿਉ ਬੋਲਾਏ ਤਿਉ ਬੋਲੀਐ ਜਾ ਆਪਿ ਬੁਲਾਏ ਸੋਇ ॥ ପରଂବ୍ରହ୍ମ ଯେପରି ପ୍ରାଣୀକୁ ସ୍ଵୟଂ କହନ୍ତି, ପ୍ରାଣୀ ସେପରି ହିଁ କହେ।
ਗੁਰਮੁਖਿ ਬਾਣੀ ਬ੍ਰਹਮੁ ਹੈ ਸਬਦਿ ਮਿਲਾਵਾ ਹੋਇ ॥ ଗୁରୁଙ୍କ ବାଣୀ ସ୍ଵୟଂ ବ୍ରହ୍ମ ଅଟେ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ପ୍ରଭୁଙ୍କ ଠାରେ ମିଳନ ହୋଇଥାଏ।
ਨਾਨਕ ਨਾਮੁ ਸਮਾਲਿ ਤੂ ਜਿਤੁ ਸੇਵਿਐ ਸੁਖੁ ਹੋਇ ॥੪॥੩੦॥੬੩॥ ହେ ନାନକ! ତୁ ସେହି ଅକାଳ ପୁରୁଷଙ୍କ ନାମ ସ୍ମରଣ କର ଯାହାର ଆରାଧନା ଦ୍ଵାରା ତୋତେ ଶାନ୍ତି ଏବଂ ସୁଖ ଉପଲବ୍ଧ ହେବ॥4॥30॥63॥
ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਜਗਿ ਹਉਮੈ ਮੈਲੁ ਦੁਖੁ ਪਾਇਆ ਮਲੁ ਲਾਗੀ ਦੂਜੈ ਭਾਇ ॥ ସଂପୂର୍ଣ୍ଣ ଜଗତ ମୋହ-ମାୟାରେ ଲିପ୍ତ ହେବା କାରଣରୁ ଅହଙ୍କାରର ମଇଳାରେ ବହୁତ ଦୁଃଖୀ ଅଟେ।
ਮਲੁ ਹਉਮੈ ਧੋਤੀ ਕਿਵੈ ਨ ਉਤਰੈ ਜੇ ਸਉ ਤੀਰਥ ਨਾਇ ॥ ସାଂସାରିକ ମମତ୍ଵର କାରଣରୁ ହିଁ ଅହଙ୍କାରର ମଇଳା ଲାଗିଥାଏ। ଏହି ଅହଙ୍କାରର ମଇଳା, ଶହେ ତୀର୍ଥରେ ସ୍ନାନ କଲେ ମଧ୍ୟ, କୌଣସି ବିଧି ଦ୍ଵାରା ନିବୃତ୍ତ ହୁଏ ନାହିଁ।
ਬਹੁ ਬਿਧਿ ਕਰਮ ਕਮਾਵਦੇ ਦੂਣੀ ਮਲੁ ਲਾਗੀ ਆਇ ॥ ଅନେକ କର୍ମକାଣ୍ଡ ଦ୍ଵାରା ମଧ୍ୟ ଏହି ମଇଳା ଦ୍ଵିଗୁଣ ହୋଇଯାଏ ଆଉ ପ୍ରାଣୀର ସାଥିରେ କର୍ମ ଫଳ ସ୍ୱରୂପ ଲାଗିରହିଥାଏ।
ਪੜਿਐ ਮੈਲੁ ਨ ਉਤਰੈ ਪੂਛਹੁ ਗਿਆਨੀਆ ਜਾਇ ॥੧॥ ଧର୍ମଗ୍ରନ୍ଥର ଅଧ୍ୟୟନ ଦ୍ଵାରା ମଧ୍ୟ ଏହି ମଳିନତା ଦୂର ହୁଏ ନାହିଁ, ଜ୍ଞାନୀମାନଙ୍କୁ ପଚାରିପାର॥1॥
ਮਨ ਮੇਰੇ ਗੁਰ ਸਰਣਿ ਆਵੈ ਤਾ ਨਿਰਮਲੁ ਹੋਇ ॥ ହେ ମୋର ମନ! ଯଦି ତୁ ଗୁରୁ ସହିବାଙ୍କ ଆଶ୍ରୟରେ ଆସ ତାହାହେଲେ ଏହି ମଳିନତାରୁ ନିବୃତ୍ତ ହୋଇପାର।ଗୁରୁଙ୍କ ଶରଣରେ ଆସିଲେ ପ୍ରାଣୀ ନିର୍ମଳ ହୋଇପାରେ।
ਮਨਮੁਖ ਹਰਿ ਹਰਿ ਕਰਿ ਥਕੇ ਮੈਲੁ ਨ ਸਕੀ ਧੋਇ ॥੧॥ ਰਹਾਉ ॥ ମନମୁଖ ପ୍ରାଣୀ ହରିନାମର ଉଚ୍ଚାରଣ କେତେ ଥର କଲେ ମଧ୍ୟ, ଥକିଗଲେ ମଧ୍ୟ ମଳିନତା ନିବୃତ୍ତ ହୁଏ ନାହିଁ॥1॥ରୁହ॥
ਮਨਿ ਮੈਲੈ ਭਗਤਿ ਨ ਹੋਵਈ ਨਾਮੁ ਨ ਪਾਇਆ ਜਾਇ ॥ ମନ ଅଶୁଦ୍ଧ ହେବା କାରଣରୁ ଭଗବାନଙ୍କ ଭକ୍ତି ହୁଏ ନାହିଁ ନା ପ୍ରଭୁ ନାମ ପ୍ରାପ୍ତ ହୁଏ।
ਮਨਮੁਖ ਮੈਲੇ ਮੈਲੇ ਮੁਏ ਜਾਸਨਿ ਪਤਿ ਗਵਾਇ ॥ ମନମୁଖ ପ୍ରାଣୀ ମଳିନ ଭାବରେ ହିଁ ଜୀବନ ଅତିବାହିତ କରେ ଆଉ ପୁଣି ମଳିନ ଭାବରେ ହିଁ ଏହି ସଂସାରରୁ ପ୍ରାଣ ତ୍ୟାଗ କରି ଚାଲିଯାଏ।
ਗੁਰ ਪਰਸਾਦੀ ਮਨਿ ਵਸੈ ਮਲੁ ਹਉਮੈ ਜਾਇ ਸਮਾਇ ॥ ଯଦି ଗୁରୁଙ୍କ କୃପା ଦ୍ରୁଷ୍ଟି ହୁଏ ତାହାହେଲେ ପ୍ରାଣୀର ମଳିନତା ନାଶ ହୋଇଯାଏ ଆଉ ପରଂବ୍ରହ୍ମ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି।
ਜਿਉ ਅੰਧੇਰੈ ਦੀਪਕੁ ਬਾਲੀਐ ਤਿਉ ਗੁਰ ਗਿਆਨਿ ਅਗਿਆਨੁ ਤਜਾਇ ॥੨॥ ଯେପରି ଦୀପ ଜଳାଇଲେ ଅନ୍ଧକାରରେ ପ୍ରକାଶ ଆସିଥାଏ, ସେପରି ହିଁ ସଦଗୁରୁଙ୍କ କୃପା-ଦୃଷ୍ଟିରେ ଅଜ୍ଞାନତାର ନାଶ ହୋଇ ଜ୍ଞାନ ଆଗମନ ହୋଇଥାଏ॥2॥
ਹਮ ਕੀਆ ਹਮ ਕਰਹਗੇ ਹਮ ਮੂਰਖ ਗਾਵਾਰ ॥ ଯେଉଁ ପ୍ରାଣୀ କହେ ଯେ ‘ମୁଁ କରିଅଛି ବା ମୁଁ କରିବି, ସେ ଅହଂକାର କାରଣରୁ ମୂର୍ଖ ତଥା ବୋକା ଅଟେ।
ਕਰਣੈ ਵਾਲਾ ਵਿਸਰਿਆ ਦੂਜੈ ਭਾਇ ਪਿਆਰੁ ॥ ସେ କର୍ତ୍ତା ପରମେଶ୍ବରଙ୍କୁ ଭୁଲିଯାଇଛି ତଥା ଈର୍ଷ୍ୟା-ଦ୍ଵେଷରେ ଲିପ୍ତ ରହିଥାଏ, ଯେଉନ୍ନ୍କରଣରୁ ତାହାକୁ ଦୁଃଖ ଭୋଗିବାକୁ ପଡେ।
ਮਾਇਆ ਜੇਵਡੁ ਦੁਖੁ ਨਹੀ ਸਭਿ ਭਵਿ ਥਕੇ ਸੰਸਾਰੁ ॥ ପ୍ରାଣୀ ପାଇଁ ମାୟା ଠାରୁ ବଡ ପୀଡା ନାହିଁ, ଏଥିପାଇଁ ପ୍ରାଣୀ ସାରା ସଂସାର ଭ୍ରମଣ କରି ସୁଖ ସଞ୍ଚଯ କରିବା ପ୍ରୟାସରେ ଲାଗିରହିଥାଏ ଆଉ ଧନ ଲୋଭରେ ଥକିଯିବା ପର୍ଯ୍ୟନ୍ତ ସାରା ଜଗତ ବୁଲୁଥାଏ।
ਗੁਰਮਤੀ ਸੁਖੁ ਪਾਈਐ ਸਚੁ ਨਾਮੁ ਉਰ ਧਾਰਿ ॥੩॥ କିନ୍ତୁ ସଦଗୁରୁଙ୍କ ଉପଦେଶ ଦ୍ଵାରା ସତ୍ୟ ନାମକୁ ହୃଦୟରେ ବସାଇ ପରମାତ୍ମା ମିଳନରସୁଖ ପ୍ରାପ୍ତ କରିଥାଏ॥3॥
ਜਿਸ ਨੋ ਮੇਲੇ ਸੋ ਮਿਲੈ ਹਉ ਤਿਸੁ ਬਲਿਹਾਰੈ ਜਾਉ ॥ ଯେଉଁ ପୁଣ୍ୟାତ୍ମାକୁ ପରମାତ୍ମା ପ୍ରାପ୍ତ ହୋଇଯାଏ, ସିଏ ପରମାତ୍ମାଙ୍କ ମିଳନ କରାନ୍ତି, ମୁଁ ତାଙ୍କ ପାଖରେ ସମର୍ପିତ ଅଟେ।
ਏ ਮਨ ਭਗਤੀ ਰਤਿਆ ਸਚੁ ਬਾਣੀ ਨਿਜ ਥਾਉ ॥ ଏହି ମନ ଇଶ୍ଵର ଭକ୍ତିରେ ଲୀନ ହେଲେ ସତ୍ୟବାଣୀ ଦ୍ଵାରା ଜୀବ ନିଜ ସ୍ଵରୂପରେ ସ୍ଥିର ରହିଥାଏ।
ਮਨਿ ਰਤੇ ਜਿਹਵਾ ਰਤੀ ਹਰਿ ਗੁਣ ਸਚੇ ਗਾਉ ॥ ମନ ଲୀନ ହେଲେ ଜିହ୍ଵା ମଧ୍ୟ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ମହିମା ଗାନ କରିଥାଏ।
ਨਾਨਕ ਨਾਮੁ ਨ ਵੀਸਰੈ ਸਚੇ ਮਾਹਿ ਸਮਾਉ ॥੪॥੩੧॥੬੪॥ ହେ ନାନକ! ଯାହାକୁ ଭଗବାନଙ୍କ ନାମ ବିସ୍ମୃତ ହୁଏ ନାହିଁ, ସେ ସତ୍ଯରେ ଲୀନ ହୋଇଥାଏ॥4॥31॥64॥
ਸਿਰੀਰਾਗੁ ਮਹਲਾ ੪ ਘਰੁ ੧ ॥ ସିରିରାଗ ମହଲା 4 ଘରୁ 1 ॥
ਮੈ ਮਨਿ ਤਨਿ ਬਿਰਹੁ ਅਤਿ ਅਗਲਾ ਕਿਉ ਪ੍ਰੀਤਮੁ ਮਿਲੈ ਘਰਿ ਆਇ ॥ ମୋର ଆତ୍ମା ଓ ଦେହ ବିରହର ଦୁଃଖ ଅଗ୍ନିରେ ଜଳୁଅଛି, ଏବେ ମୋର ପ୍ରିୟତମ ପ୍ରଭୁ କିପରି ମୋର ହୃଦୟ ରୂପୀ ଗୃହକୁ ଆସି ମିଳିବେ?
ਜਾ ਦੇਖਾ ਪ੍ਰਭੁ ਆਪਣਾ ਪ੍ਰਭਿ ਦੇਖਿਐ ਦੁਖੁ ਜਾਇ ॥ ଯେତେବେଳେ ମୋତେ ପ୍ରିୟତମ(ପ୍ରଭୁ)ଙ୍କ ଦର୍ଶନ ପ୍ରାପ୍ତ ହୋଇଥାଏ, ତାଙ୍କରି ମାତ୍ର ଦର୍ଶନରୁ ହିଁ ସମସ୍ତ ଦୁଃଖ ନିବୃତ୍ତ ହୋଇଯାଏ।
ਜਾਇ ਪੁਛਾ ਤਿਨ ਸਜਣਾ ਪ੍ਰਭੁ ਕਿਤੁ ਬਿਧਿ ਮਿਲੈ ਮਿਲਾਇ ॥੧॥ ନିଜ ସ୍ଵାମୀ (ପ୍ରଭୁ)ଙ୍କ ଦର୍ଶନ ପାଇଁ ଜୀବାତ୍ମାର ଆକାଂକ୍ଷା ଅଟେ ଆଉ ସେ କହେ ଯେ, ‘ମୁଁ ସାଧୁ ସନ୍ଥଙ୍କ ପାଖକୁ ଯାଇ ନିବେଦନ କରେ ଯେ କେଉଁ ବିଧିରେ ମୋତେ ପ୍ରିୟତମ ପ୍ରଭୁଙ୍କ ଦର୍ଶନ ପ୍ରାପ୍ତ ହୋଇପାରିବ’ ॥1॥
ਮੇਰੇ ਸਤਿਗੁਰਾ ਮੈ ਤੁਝ ਬਿਨੁ ਅਵਰੁ ਨ ਕੋਇ ॥ ହେ ମୋର ସଦଗୁରୁ! ଆପଣଙ୍କ ବିନା ମୋର ଅନ୍ୟ କେହି ନାହାନ୍ତି।
ਹਮ ਮੂਰਖ ਮੁਗਧ ਸਰਣਾਗਤੀ ਕਰਿ ਕਿਰਪਾ ਮੇਲੇ ਹਰਿ ਸੋਇ ॥੧॥ ਰਹਾਉ ॥ ମୁଁ ମୂର୍ଖ ଏବଂ ଅବୁଝା ଅଟେ, ଏଥିପାଇଁ ଆପଣଙ୍କ ଶରଣରେ ଆସିଛି, ମୋ’ ଉପରେ କୃପା କରି ସେହି ପ୍ରୀତମ-ପ୍ରଭୁଙ୍କ ସହିତ ମିଳନ କରାଇଦିଅନ୍ତୁ॥1॥ରୁହ॥
ਸਤਿਗੁਰੁ ਦਾਤਾ ਹਰਿ ਨਾਮ ਕਾ ਪ੍ਰਭੁ ਆਪਿ ਮਿਲਾਵੈ ਸੋਇ ॥ ସଦଗୁରୁ ହିଁ ପ୍ରଭୁଙ୍କ ନାମର ଦାତା ଅଟନ୍ତି, ସଦଗୁରୁ ହିଁ ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳନ କରାନ୍ତି, ଏଥିପାଇଁ ସଦଗୁରୁ ମହାନ ଅଟେ।
ਸਤਿਗੁਰਿ ਹਰਿ ਪ੍ਰਭੁ ਬੁਝਿਆ ਗੁਰ ਜੇਵਡੁ ਅਵਰੁ ਨ ਕੋਇ ॥ ସଦଗୁର ହିଁ ଅକାଳ ପୁରୁଷକୁ ଜାଣିଛନ୍ତି, ଗୁରୁଙ୍କ ବିନା ଜଗତରେ ଆଉ କେହି ବଡ ନାହାନ୍ତି।
ਹਉ ਗੁਰ ਸਰਣਾਈ ਢਹਿ ਪਵਾ ਕਰਿ ਦਇਆ ਮੇਲੇ ਪ੍ਰਭੁ ਸੋਇ ॥੨॥ ଜୀବାତ୍ମା କହେ ଯେ ‘ମୁଁ ଗୁରୁଙ୍କ ଶରଣରେ ନତମସ୍ତକ ଅଟେ, ଏଣୁ ଗୁରୁଜୀଙ୍କ କୃପା ଦ୍ରୁଷ୍ଟି ଦ୍ଵାରା ମୋର ମିଲନ ସେହି ପରମାତ୍ମାଙ୍କ ସହିତ ଅବଶ୍ୟ ହେବ॥2॥
ਮਨਹਠਿ ਕਿਨੈ ਨ ਪਾਇਆ ਕਰਿ ਉਪਾਵ ਥਕੇ ਸਭੁ ਕੋਇ ॥ ମନର ଜିଦି କାରଣରୁ ଗୁରୁବିହୀନ ଜୀବକୁ ଅକାଳ ପୁରୁଷ କଦାପି ପ୍ରାପ୍ତ ହୁଏ ନାହିଁ, ସମସ୍ତ ଲୋକ ପ୍ରତ୍ୟେକ ଉପାୟ କରି ହାରି ଯାଇଛନ୍ତି।


© 2017 SGGS ONLINE
Scroll to Top