Page 27
ਸਿਰੀਰਾਗੁ ਮਹਲਾ ੩ ਘਰੁ ੧ ॥
ସିରିରାଗ ମହଲା 3 ଘରୁ 1 ॥
ਜਿਸ ਹੀ ਕੀ ਸਿਰਕਾਰ ਹੈ ਤਿਸ ਹੀ ਕਾ ਸਭੁ ਕੋਇ ॥
ଯେଉଁ ପରମେଶ୍ଵରଙ୍କ ଏହି ସୃଷ୍ଟି ରୂପ ସରକାର ଅଛି, ପ୍ରତ୍ୟେକ ଜୀବ ତାଙ୍କରି ହିଁ ଦାସ।
ਗੁਰਮੁਖਿ ਕਾਰ ਕਮਾਵਣੀ ਸਚੁ ਘਟਿ ਪਰਗਟੁ ਹੋਇ ॥
ଗୁରୁଙ୍କ ଉପଦେଶ ଅନୁସାରେ ଯିଏ ବି ସଦକର୍ମ କରିଅଛି, ତାହାର ହୃଦୟରେ ସତ୍ୟ ସ୍ୱରୂପ ପରମାତ୍ମା ପ୍ରକଟ ହୋଇଛନ୍ତି।
ਅੰਤਰਿ ਜਿਸ ਕੈ ਸਚੁ ਵਸੈ ਸਚੇ ਸਚੀ ਸੋਇ ॥
ଯାହାର ହୃଦୟରେ ସତ୍ୟ ବିଦ୍ୟମାନ ଅଛି, ସେହି ଗୁରୁମୁଖ ବ୍ୟକ୍ତିର ସଚ୍ଚା ଶୋଭା ହୋଇଥାଏ।
ਸਚਿ ਮਿਲੇ ਸੇ ਨ ਵਿਛੁੜਹਿ ਤਿਨ ਨਿਜ ਘਰਿ ਵਾਸਾ ਹੋਇ ॥੧॥
ଯେତେବେଳେ ଜୀବ ସତ୍ୟ ସ୍ୱରୂପ ପରମେଶ୍ଵରଙ୍କ ସାଥିରେ ମିଳନ କରେ, ସେତେବେଳେ ପୁଣି ତାଙ୍କରି ଠାରୁ କେବେ ଦୂର ହୁଏ ନାହିଁ, କାରଣ ତାଙ୍କରି ଆତ୍ମ-ସ୍ଵରୂପରେ ନିବାସ ହୋଇଯାଏ॥1॥
ਮੇਰੇ ਰਾਮ ਮੈ ਹਰਿ ਬਿਨੁ ਅਵਰੁ ਨ ਕੋਇ ॥
ହେ ମୋର ରାମ! ପରମେଶ୍ଵରଙ୍କ ବିନା ମୋର ଅନ୍ୟ କେହି ନାହାନ୍ତି।
ਸਤਗੁਰੁ ਸਚੁ ਪ੍ਰਭੁ ਨਿਰਮਲਾ ਸਬਦਿ ਮਿਲਾਵਾ ਹੋਇ ॥੧॥ ਰਹਾਉ ॥
ପରନ୍ତୁ ସତ୍ୟ-ସ୍ୱରୂପ ପବିତ୍ର ପରମାତ୍ମାଙ୍କ ସାଥିରେ ମିଳନ ସଦଗୁରୁଙ୍କ ଉପଦେଶ ଦ୍ଵାରା ହିଁ ହୋଇଥାଏ॥1॥ରୁହ॥
ਸਬਦਿ ਮਿਲੈ ਸੋ ਮਿਲਿ ਰਹੈ ਜਿਸ ਨਉ ਆਪੇ ਲਏ ਮਿਲਾਇ ॥
ଯେଉଁ ଜୀବ ଗୁରୁଙ୍କ ଉପଦେଶକୁ ଗ୍ରହଣ କରେ, ସେ ପରମାତ୍ମାଙ୍କ ସହିତ ମିଶିପାରେ, କିନ୍ତୁ ଗୁରୁଙ୍କ ଉପଦେଶକୁ ମଧ୍ୟ ସିଏ ପ୍ରାପ୍ତ କରିଥାଏ, ଯାହାକୁ ସ୍ଵୟଂ ପରମାତ୍ମା କୃପା କରନ୍ତି।
ਦੂਜੈ ਭਾਇ ਕੋ ਨਾ ਮਿਲੈ ਫਿਰਿ ਫਿਰਿ ਆਵੈ ਜਾਇ ॥
ଦୈତ୍ୟ ଭାବ ରଖିବାବାଲାକୁ ପରମାତ୍ମା ମିଳନ୍ତି ନାଆହିଁ ତଥା ସେହି ଜୀବ ଏହି ସଂସାରରେ ପୁନଃ ପୁନଃ ଆସିବା ଯିବା କରେ।
ਸਭ ਮਹਿ ਇਕੁ ਵਰਤਦਾ ਏਕੋ ਰਹਿਆ ਸਮਾਇ ॥
ସମସ୍ତ ପ୍ରାଣୀଙ୍କ ଠାରେ ଏକ ହିଁ ପରମାତ୍ମା ବ୍ୟାପ୍ତ ଅଛନ୍ତି ଆଉ ସବୁ ଜାଗାରେ ସେ ବିଦ୍ୟମାନ ଅଛନ୍ତି।
ਜਿਸ ਨਉ ਆਪਿ ਦਇਆਲੁ ਹੋਇ ਸੋ ਗੁਰਮੁਖਿ ਨਾਮਿ ਸਮਾਇ ॥੨॥
ଯାହା ଉପରେ ସେ କୃପାଳୁ ହୋଇଥାନ୍ତି, ସେହି ଗୁରୁମୁଖ ଜୀବ ନାମ-ସ୍ମରଣରେ ଲୀନ ହୋଇଥାଏ॥2॥
ਪੜਿ ਪੜਿ ਪੰਡਿਤ ਜੋਤਕੀ ਵਾਦ ਕਰਹਿ ਬੀਚਾਰੁ ॥
ବିଦ୍ଵାନ ତଥା ଜ୍ୟୋତିଷ ଲୋକ ଗ୍ରନ୍ଥକୁ ପଡି ବାଦ ବିବାଦ ପାଇଁ ବିଚାର କରନ୍ତି।
ਮਤਿ ਬੁਧਿ ਭਵੀ ਨ ਬੁਝਈ ਅੰਤਰਿ ਲੋਭ ਵਿਕਾਰੁ ॥
ଏପରି ଲୋକଙ୍କ ବୁଦ୍ଧି ତଥା ବିବେକ ପଥଭ୍ରଷ୍ଟ ହୋଇଯାଏ ଆଉ ସେ ଏହା ବୁଝିପାରେ ନାହିଁ ଯେ ତାହାର ଅନ୍ତର୍ମନରେ ଲୋଭର ବିକାର ଅଛି।
ਲਖ ਚਉਰਾਸੀਹ ਭਰਮਦੇ ਭ੍ਰਮਿ ਭ੍ਰਮਿ ਹੋਇ ਖੁਆਰੁ ॥
ସେ ଚଉରାଅଶି ଲକ୍ଷ ଯୋନିରେ ପଥଭ୍ରଷ୍ଟ ରହିଠେ ଆଉ ଅପମାନିତ ହୋଇଥାଏ।
ਪੂਰਬਿ ਲਿਖਿਆ ਕਮਾਵਣਾ ਕੋਇ ਨ ਮੇਟਣਹਾਰੁ ॥੩॥
ପୂର୍ବ କର୍ମ ଅନୁସାରେ ଯାହା ଭାଗ୍ୟରେ ଲେଖା ହୋଇଛି, ତାହାକୁ ଭୋଗିବାକୁ ହିଁ ପଡିବ, ତାହାକୁ କେହି ଦୂର କରିପାରିବେ ନାହିଁ॥3॥
ਸਤਗੁਰ ਕੀ ਸੇਵਾ ਗਾਖੜੀ ਸਿਰੁ ਦੀਜੈ ਆਪੁ ਗਵਾਇ ॥
ସଦଗୁରୁଙ୍କ ସେବା କରିବା ଅତି ବିଷମ ଅଟେ, ଏହି କାର୍ଯ୍ୟ ପାଇଁ ଆତ୍ମ ଓ ଅହଂତ୍ଵକୁ ତ୍ୟାଗ କରିବାକୁ ପଡିଥାଏ।
ਸਬਦਿ ਮਿਲਹਿ ਤਾ ਹਰਿ ਮਿਲੈ ਸੇਵਾ ਪਵੈ ਸਭ ਥਾਇ ॥
ଗୁରୁଙ୍କ ସେବା କରି ଯେଉଁ ଗୁରୁ ଉପଦେଶ ପ୍ରାପ୍ତ ହୁଏ ସେଥିରେ ପ୍ରଭୁ ପ୍ରାପ୍ତି ସମ୍ଭବ ଅଟେ, ସେତେବେଳେ କହିପାରିବା ଯେ ସେବା ସଫଳ ହୋଇଥାଏ।
ਪਾਰਸਿ ਪਰਸਿਐ ਪਾਰਸੁ ਹੋਇ ਜੋਤੀ ਜੋਤਿ ਸਮਾਇ ॥
ଗୁରୁ ରୂପୀ ପାରସର ସ୍ପର୍ଶରେ ଜୀବ ପାରସ ହୋଇଯାଏ ତଥା ଆତ୍ମିକ ଜ୍ୟୋତି ପରମ ଜ୍ୟୋତିରେ ଲୀନ ହୋଇଯାଏ।
ਜਿਨ ਕਉ ਪੂਰਬਿ ਲਿਖਿਆ ਤਿਨ ਸਤਗੁਰੁ ਮਿਲਿਆ ਆਇ ॥੪॥
ପୂର୍ବ ଜନ୍ମର କର୍ମ ଅନୁସାରେ ପ୍ରାରବ୍ଧରେ ଯାହାର ଲେଖା ହୋଇଛି, ତାହାକୁ ସଦଗୁରୁ ଆସି ମିଶନ୍ତି॥4॥
ਮਨ ਭੁਖਾ ਭੁਖਾ ਮਤ ਕਰਹਿ ਮਤ ਤੂ ਕਰਹਿ ਪੂਕਾਰ ॥
ହେ ଜୀବ! ତୁମେ ଏପରି କଥା କୁହ ନାହିଁ ଯେ ମୁଁ ଭୋକିଲା ଅଛି ଆଉ ଏହା ଚିତ୍କାର କର ନାହିଁ।
ਲਖ ਚਉਰਾਸੀਹ ਜਿਨਿ ਸਿਰੀ ਸਭਸੈ ਦੇਇ ਅਧਾਰੁ ॥
ଚଉରାଅଶି ଲକ୍ଷ ଯୋନି ରୂପରେ ଯିଏ ସୃଷ୍ଟି ରଚନା କରିଛନ୍ତି, ସେହି ପରମାତ୍ମା ସମସ୍ତ ଜୀବଙ୍କୁ ଆଶ୍ରୟ ଦିଅନ୍ତି।
ਨਿਰਭਉ ਸਦਾ ਦਇਆਲੁ ਹੈ ਸਭਨਾ ਕਰਦਾ ਸਾਰ ॥
ଭୟ-ରହିତ ପରମାତ୍ମା ସର୍ବଦା ଦୟାଳୁ ରହନ୍ତି, ସେ ସମସ୍ତଙ୍କ ରକ୍ଷା କରନ୍ତି ।
ਨਾਨਕ ਗੁਰਮੁਖਿ ਬੁਝੀਐ ਪਾਈਐ ਮੋਖ ਦੁਆਰੁ ॥੫॥੩॥੩੬॥
ନାନକ ଦେବ କଥନ କରନ୍ତି କି ଏ ସବୁ କ୍ରୀଡା ଗୁରୁମୁଖ ଜୀବ ହିଁ ବୁଝେ ଏବଂ ସେ ହିଁ ମୋକ୍ଷ-ଦ୍ଵାର ପ୍ରାପ୍ତ କରେ॥5॥3॥36॥
ਸਿਰੀਰਾਗੁ ਮਹਲਾ ੩ ॥
ସିରିରାଗ ମହଲା 3 ॥
ਜਿਨੀ ਸੁਣਿ ਕੈ ਮੰਨਿਆ ਤਿਨਾ ਨਿਜ ਘਰਿ ਵਾਸੁ ॥
ଯେଉଁ ଜୀବ ମାନେ ଗୁରୁ-ଉପଦେଶ ଶ୍ରବଣ କରି ତାହାର ଚିନ୍ତନ କରିଛନ୍ତି, ତାଙ୍କ ନିଜ-ସ୍ୱରୂପ ଘରେ ବାସ ହୋଇଛି ।
ਗੁਰਮਤੀ ਸਾਲਾਹਿ ਸਚੁ ਹਰਿ ਪਾਇਆ ਗੁਣਤਾਸੁ ॥
ଯେଉଁମାନେ ଗୁରୁ-ଉପଦେଶ ଗ୍ରହଣକରି ସତ୍ୟ ପରମାତ୍ମାଙ୍କ ସ୍ତୁତି କରିଛନ୍ତି , ସେମାନେ ଗୁଣ-ନିଧାନ ହରିଙ୍କୁ ପ୍ରାପ୍ତ କରିଛନ୍ତି।
ਸਬਦਿ ਰਤੇ ਸੇ ਨਿਰਮਲੇ ਹਉ ਸਦ ਬਲਿਹਾਰੈ ਜਾਸੁ ॥
ଯିଏ ଗୁରୁମାନଙ୍କ ବାଣୀରେ ଲୀନ , ସେ ପବିତ୍ର ଏବଂ ମୁଁ ସେମାନଙ୍କ ଠାରେ ସମର୍ପିତ।
ਹਿਰਦੈ ਜਿਨ ਕੈ ਹਰਿ ਵਸੈ ਤਿਤੁ ਘਟਿ ਹੈ ਪਰਗਾਸੁ ॥੧॥
ଯେଉଁମାନଙ୍କ ହୃଦୟରେ ହରିଙ୍କ ନିବାସ ଥାଏ, ସେମାନଙ୍କ ହୃଦୟରେ ଜ୍ଞାନ ରୂପୀ ପ୍ରକାଶ ଥାଏ॥1॥
ਮਨ ਮੇਰੇ ਹਰਿ ਹਰਿ ਨਿਰਮਲੁ ਧਿਆਇ ॥
ହେ ମୋର ମନ ! ସେ ପବିତ୍ର ପ୍ରଭୁଙ୍କ ନାମ-ସ୍ମରଣ କରେ ।
ਧੁਰਿ ਮਸਤਕਿ ਜਿਨ ਕਉ ਲਿਖਿਆ ਸੇ ਗੁਰਮੁਖਿ ਰਹੇ ਲਿਵ ਲਾਇ ॥੧॥ ਰਹਾਉ ॥
ଯେଉଁମାନଙ୍କ କପାଳରେ ଆଦିରୁ ହିଁ ପ୍ରଭୁଙ୍କ ନାମ ସ୍ମରଣ ଲେଖାହୋଇଛି, ସେ ଗୁରୁମୁଖ ବନି ସେଥିରେ ଲୀନ ହୋଇଯାଏ॥1॥ରୁହ॥
ਹਰਿ ਸੰਤਹੁ ਦੇਖਹੁ ਨਦਰਿ ਕਰਿ ਨਿਕਟਿ ਵਸੈ ਭਰਪੂਰਿ ॥
ହେ ସନ୍ଥ ଜନ! ନିଜ ଦିବ୍ୟ ଦୃଷ୍ଟିରେ ଦେଖ ଯେ ସେହି ପରମେଶ୍ଵର ପରିପୂର୍ଣ୍ଣ ହୋଇ ସମସ୍ତଙ୍କ ଠାରେ ବ୍ୟାପ୍ତ ଅଛନ୍ତି।
ਗੁਰਮਤਿ ਜਿਨੀ ਪਛਾਣਿਆ ਸੇ ਦੇਖਹਿ ਸਦਾ ਹਦੂਰਿ ॥
ଯିଏ ଗୁରୁ-ଉପଦେଶର ମାର୍ଗରେ ଚାଲି ସେହି ପରମେଶ୍ଵରଙ୍କୁ ଚିହ୍ନି ଦେଇଛି, ସେ ପ୍ରାୟତଃ ତାହାଙ୍କୁ ନିଜ ସମକକ୍ଷ ହିଁ ଦେଖେ।
ਜਿਨ ਗੁਣ ਤਿਨ ਸਦ ਮਨਿ ਵਸੈ ਅਉਗੁਣਵੰਤਿਆ ਦੂਰਿ ॥
ଯେଉଁ ସଦଗୁଣୀ ଜୀବର ହୃଦୟରେ ସଦା ହରି ବାସ କରନ୍ତି, ସେ ଅବଗୁଣୀ ଜୀବ ଠାରୁ ଦୂରରେ ରହେ।
ਮਨਮੁਖ ਗੁਣ ਤੈ ਬਾਹਰੇ ਬਿਨੁ ਨਾਵੈ ਮਰਦੇ ਝੂਰਿ ॥੨॥
ସ୍ଵେଚ୍ଛାଚାରୀ(ମନମୁଖ) ଜୀବ ଗୁଣ-ରହିତ ହୋଇଥାନ୍ତି ଆଉ ସେ ନାମ ସ୍ମରଣ କରିବା ବିନା ଦୁଃଖୀ ହୋଇ ମରିଥାଏ॥2॥
ਜਿਨ ਸਬਦਿ ਗੁਰੂ ਸੁਣਿ ਮੰਨਿਆ ਤਿਨ ਮਨਿ ਧਿਆਇਆ ਹਰਿ ਸੋਇ ॥
ଯିଏ ଗୁରୁ ଉପଦେଶ ଶୁଣି ତାହାକୁ ମାନିଛି, ସିଏ ହିଁ ହରି-ପରମାତ୍ମାଙ୍କୁ ହୃଦୟରେ ସ୍ମରଣ କରିଅଛି।
ਅਨਦਿਨੁ ਭਗਤੀ ਰਤਿਆ ਮਨੁ ਤਨੁ ਨਿਰਮਲੁ ਹੋਇ ॥
ପ୍ରତିଦିନ ଭକ୍ତିରେ ଅନୁରକ୍ତ ହେବା କାରଣରୁ ତାହାର ତନ-ମନ ପବିତ୍ର ହୋଇଯାଏ।
ਕੂੜਾ ਰੰਗੁ ਕਸੁੰਭ ਕਾ ਬਿਨਸਿ ਜਾਇ ਦੁਖੁ ਰੋਇ ॥
କୁସୁମୀ ପୁଷ୍ପର ରଙ୍ଗ ଅସ୍ଥିର ହେବା ଭଳି ଭୌତିକ ପଦାର୍ଥ ମଧ୍ୟ ଅସ୍ଥିର ଅଟେ, ତାହା ନଷ୍ଟ ହୋଇଗଲେ ଜୀବ ଦୁଃଖରେ ବ୍ୟାକୁଳ ହୋଇ ରୋଦନ କରେ।
ਜਿਸੁ ਅੰਦਰਿ ਨਾਮ ਪ੍ਰਗਾਸੁ ਹੈ ਓਹੁ ਸਦਾ ਸਦਾ ਥਿਰੁ ਹੋਇ ॥੩॥
ଯାହାର ହୃଦୟରେ ନାମ ପ୍ରକାଶ ଅଛି, ସେ ସବୁଦିନ ପାଇଁ ପ୍ରଭୁଙ୍କ ଠାରେ ସ୍ଥିର ଥାଏ॥3॥