Guru Granth Sahib Translation Project

guru granth sahib odia page-987

Page 987

ਬੂਝਤ ਦੀਪਕ ਮਿਲਤ ਤਿਲਤ ॥ ଲିଭି ଯାଉଥିବା ଦୀପ କୁ ତେଲ ମିଳି ଯାଏ,
ਜਲਤ ਅਗਨੀ ਮਿਲਤ ਨੀਰ ॥ ଯେମିତି ଅଗ୍ନିରେ ଜଳି ଯାଉଥିବା ବ୍ୟକ୍ତି କୁ ପାଣି ମିଳି ଯାଏ,
ਜੈਸੇ ਬਾਰਿਕ ਮੁਖਹਿ ਖੀਰ ॥੧॥ ଯେମିତି କ୍ରନ୍ଦନ କରୁଥିବା ଶିଶୁର ମୁଖରେ ଦୁଗ୍ଧ ପ୍ରାପ୍ତ ହୋଇଯାଏ।। 1।।
ਜੈਸੇ ਰਣ ਮਹਿ ਸਖਾ ਭ੍ਰਾਤ ॥ ଯେମିତି ଯୁଦ୍ଧରେ ଭ୍ରାତା ସହାୟକ ହୋଇଥାଏ,
ਜੈਸੇ ਭੂਖੇ ਭੋਜਨ ਮਾਤ ॥ ଯେମିତି ଭୋଜନ ଭୋକିଲା ଲୋକର କ୍ଷୁଧାକୁ ମାରି ଦିଏ,
ਜੈਸੇ ਕਿਰਖਹਿ ਬਰਸ ਮੇਘ ॥ ଯେମିତି ମେଘ ବର୍ଷାକରି କୃଷି କୁ ବଞ୍ଚାଇ ନିଏ ଏବଂ
ਜੈਸੇ ਪਾਲਨ ਸਰਨਿ ਸੇਂਘ ॥੨॥ ଯେମିତ ସିଂହ ଅର୍ଥାତ୍ ବଳଶାଳୀର ଶରଣରେ ରକ୍ଷା ହୋଇଯାଏ।। 2 ।।
ਗਰੁੜ ਮੁਖਿ ਨਹੀ ਸਰਪ ਤ੍ਰਾਸ ॥ ଯାହାର ମୁଖରେ ଗରୁଡ଼ ମନ୍ତ୍ର ଥାଏ, ତାହାକୁ ସର୍ପ ର ଭୟ ରହେ ନାହିଁ
ਸੂਆ ਪਿੰਜਰਿ ਨਹੀ ਖਾਇ ਬਿਲਾਸੁ ॥ ପିଞ୍ଜରା ରେ ବସିଥିବା ଶୁଆକୁ ବିଲେଇ ଖାଏ ନାହିଁ।
ਜੈਸੋ ਆਂਡੋ ਹਿਰਦੇ ਮਾਹਿ ॥ ଯେମିତି ହୃଦୟରେ ମନେ ପକାଇବା ଦ୍ଵାରା କୁଞ୍ଜ ର ଅଣ୍ଡା ଖରାପ ହୋଇନଥାଏ,
ਜੈਸੋ ਦਾਨੋ ਚਕੀ ਦਰਾਹਿ ॥੩॥ ଯେମିତି ଚକିର ଦଣ୍ଡ ରେ ଲାଗିଥିବା ଦାନା ପେଶି ହୁଏନାହିଁ।। 3 ।।
ਬਹੁਤੁ ਓਪਮਾ ਥੋਰ ਕਹੀ ॥ ହରି ନାମଙ୍କ ଉପମା ବହୁତ ଅଟେ, କିନ୍ତୁ ମୁଁ ଅଳ୍ପ ବ୍ୟାଖ୍ୟା କରିଛି।
ਹਰਿ ਅਗਮ ਅਗਮ ਅਗਾਧਿ ਤੁਹੀ ॥ ହେ ହରି! ତୁମେ ହିଁ ଅଗମ୍ୟ, ଅଗୋଚର, ଅଗାଧ,
ਊਚ ਮੂਚੌ ਬਹੁ ਅਪਾਰ ॥ ଅପରମ୍ପାର ଏବଂ ସର୍ବୋପରି ଅଟ।
ਸਿਮਰਤ ਨਾਨਕ ਤਰੇ ਸਾਰ ॥੪॥੩॥ ନାନକ କହନ୍ତି ଯେ ତୁମକୁ ମନେ ପକାଇବା ଦ୍ଵାରା ସମସ୍ତଙ୍କ ଉଦ୍ଧାର ହୋଇଯାଏ।। 4 ।। 3।।
ਮਾਲੀ ਗਉੜਾ ਮਹਲਾ ੫ ॥ ରାଗ ଗଉଡା ମହଲା 5॥
ਇਹੀ ਹਮਾਰੈ ਸਫਲ ਕਾਜ ॥ ਅਪੁਨੇ ਦਾਸ ਕਉ ਲੇਹੁ ਨਿਵਾਜਿ ॥੧॥ ਰਹਾਉ ॥ ସେ ହିଁ ଆମର କାର୍ଯ୍ୟ ସଫଳ କରିବେ ହେ ପରମାତ୍ମା ! ଆପଣଙ୍କ ଦାସ ଉପରେ ଉପକାର କର ।। 1 ।।
ਚਰਨ ਸੰਤਹ ਮਾਥ ਮੋਰ ॥ ମୋର ମସ୍ତକ ସନ୍ଥ ମାନଙ୍କ ଚରଣରେ ରହୁ,
ਨੈਨਿ ਦਰਸੁ ਪੇਖਉ ਨਿਸਿ ਭੋਰ ॥ ମୋର ନୟନ ରାତି ଦିନ ତାଙ୍କ ଦର୍ଶନ କରୁଥାଉ।
ਹਸਤ ਹਮਰੇ ਸੰਤ ਟਹਲ ॥ ମୋର ହାତ ସନ୍ଥ ମାନଙ୍କ ସେବା ରେ ବ୍ୟସ୍ତ ରହୁ ଏବଂ
ਪ੍ਰਾਨ ਮਨੁ ਧਨੁ ਸੰਤ ਬਹਲ ॥੧॥ ପ୍ରାଣ, ମନ ଏବଂ ଧନ ସବୁ ତାଙ୍କୁ ଅର୍ପଣ କରୁଛି।।। 1।।
ਸੰਤਸੰਗਿ ਮੇਰੇ ਮਨ ਕੀ ਪ੍ਰੀਤਿ ॥ ମୋର ମନରେ ସନ୍ଥ ମାନଙ୍କ ସହିତ ପ୍ରେମ ରହୁ ଏବଂ
ਸੰਤ ਗੁਨ ਬਸਹਿ ਮੇਰੈ ਚੀਤਿ ॥ ମୋର ଚିତ୍ତରେ ତାଙ୍କର ଗୁଣ ବସିଯାଉ।
ਸੰਤ ਆਗਿਆ ਮਨਹਿ ਮੀਠ ॥ ସନ୍ଥ ମାନଙ୍କ ଆଜ୍ଞା ମୋ ମନକୁ ମଧୁର ଲାଗୁଛିଏବଂ
ਮੇਰਾ ਕਮਲੁ ਬਿਗਸੈ ਸੰਤ ਡੀਠ ॥੨॥ ସେମାନଙ୍କୁ ଦେଖିମୋର ହୃଦୟ କମଳ ପ୍ରସ୍ଫୁଟିତ ହୋଇଯାଏ।। 2 ।।
ਸੰਤਸੰਗਿ ਮੇਰਾ ਹੋਇ ਨਿਵਾਸੁ ॥ ମୋର ନିବାସ ସନ୍ଥ ମାନଙ୍କ ସହ ସର୍ବଦା ଥାଉ ଏବଂ
ਸੰਤਨ ਕੀ ਮੋਹਿ ਬਹੁਤੁ ਪਿਆਸ ॥ ମୋତେ ତାଙ୍କର ହିଁ ତୀବ୍ର ଲାଳସା ଅଛି।
ਸੰਤ ਬਚਨ ਮੇਰੇ ਮਨਹਿ ਮੰਤ ॥ ସନ୍ଥ ମାନଙ୍କ ବଚନ ହିଁ ମୋର ମନରେ ମନ୍ତ୍ର ହୋଇଯାଇଛି ଏବଂ
ਸੰਤ ਪ੍ਰਸਾਦਿ ਮੇਰੇ ਬਿਖੈ ਹੰਤ ॥੩॥ ତାଙ୍କର କୃପାରୁ ମୋର ବିକାର ର ନାଶ ହୋଇଯାଇଛି।। 3।।
ਮੁਕਤਿ ਜੁਗਤਿ ਏਹਾ ਨਿਧਾਨ ॥ ସନ୍ଥ ମାନଙ୍କ ସଙ୍ଗ ହିଁ ମୋର ସ୍ଵାଧୀନ ଅଟେ ଏବଂ ଏହା ହିଁ ମୁକ୍ତି ପାଇବାର ଉକ୍ତି ଅଟେ।
ਪ੍ਰਭ ਦਇਆਲ ਮੋਹਿ ਦੇਵਹੁ ਦਾਨ ॥ ହେ ଦୟାଳୁ ପ୍ରଭୁ! ମତେ ଏହି ବରଦାନ ଦିଅ।
ਨਾਨਕ ਕਉ ਪ੍ਰਭ ਦਇਆ ਧਾਰਿ ॥ ନାନକ କହନ୍ତି ଯେ ହେ ପ୍ରଭୁ! କୃପାକର,
ਚਰਨ ਸੰਤਨ ਕੇ ਮੇਰੇ ਰਿਦੇ ਮਝਾਰਿ ॥੪॥੪॥ ଯାହାଦ୍ଵାରା କି ସନ୍ଥ ମାନଙ୍କ ଚରଣ ମୋ ହୃଦୟରେ ବାସ କରିବ ।। 4 ।। 4 ।।
ਮਾਲੀ ਗਉੜਾ ਮਹਲਾ ੫ ॥ ମାଲୀ ଗଉଡା ମହଲା 5॥
ਸਭ ਕੈ ਸੰਗੀ ਨਾਹੀ ਦੂਰਿ ॥ ଇଶ୍ଵର ସମସ୍ତଙ୍କ ସହିତ ଅଛନ୍ତି ଏବଂ ସେ କେଉଁଠି ଦୂର ରେ ନାହାନ୍ତି।
ਕਰਨ ਕਰਾਵਨ ਹਾਜਰਾ ਹਜੂਰਿ ॥੧॥ ਰਹਾਉ ॥ ସବୁ କରାଉଥିବା ଭଗବାନ ସର୍ବଦା ପ୍ରତ୍ୟକ୍ଷ ଅଟେ।।୧।।
ਸੁਨਤ ਜੀਓ ਜਾਸੁ ਨਾਮੁ ॥ ଯାହାର ନାମ ଶୁଣି ଜୀବନ ପ୍ରାପ୍ତ ହୋଇଥାଏ,
ਦੁਖ ਬਿਨਸੇ ਸੁਖ ਕੀਓ ਬਿਸ੍ਰਾਮੁ ॥ ଦୁଃଖ ନଷ୍ଟ ହୋଇଯାଏ ଏବଂ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ।
ਸਗਲ ਨਿਧਿ ਹਰਿ ਹਰਿ ਹਰੇ ॥ ପରମେଶ୍ଵରଙ୍କ ନାମରେ ସବୁ ନିଧି ଅଛି ଏବଂ
ਮੁਨਿ ਜਨ ਤਾ ਕੀ ਸੇਵ ਕਰੇ ॥੧॥ ମୁନୀ ମାନେ ତାଙ୍କ ସେବା ରେ ହିଁ ଲୀନ ରହିଥାନ୍ତି।।। 1।।
ਜਾ ਕੈ ਘਰਿ ਸਗਲੇ ਸਮਾਹਿ ॥ ଯାହାର ଘରେ ସବୁ ସମ୍ପତ୍ତି ଭରି ହୋଇଅଛି,
ਜਿਸ ਤੇ ਬਿਰਥਾ ਕੋਇ ਨਾਹਿ ॥ ଯାହାର ଦ୍ୱାରରୁ କେହି ମଧ୍ୟ ଖାଲି ହାତରେ ଫେରନ୍ତି ନାହିଁ,
ਜੀਅ ਜੰਤ੍ਰ ਕਰੇ ਪ੍ਰਤਿਪਾਲ ॥ ଯିଏ ସବୁ ଜୀବ ମାନଙ୍କୁ ପୋଷଣ କରନ୍ତି।
ਸਦਾ ਸਦਾ ਸੇਵਹੁ ਕਿਰਪਾਲ ॥੨॥ ଏଣୁ ସର୍ବଦା ସେହି କୃପାନିଧି ପରମେଶ୍ୱରଙ୍କ ଉପାସନା କର।। 2 ।।
ਸਦਾ ਧਰਮੁ ਜਾ ਕੈ ਦੀਬਾਣਿ ॥ ଯାହାର ଦରବାର ରେ ସଦା ଧର୍ମ ନ୍ୟାୟ ଥାଏ,
ਬੇਮੁਹਤਾਜ ਨਹੀ ਕਿਛੁ ਕਾਣਿ ॥ ସେ ସ୍ଵାଧୀନ ଅଟନ୍ତି, ତାଙ୍କୁ କିଛି ଅଭାବ ନାହିଁ।
ਸਭ ਕਿਛੁ ਕਰਨਾ ਆਪਨ ਆਪਿ ॥ ସେ ସ୍ୱୟଂ ହିଁ ସବୁ କିଛି କରି ଦିଅନ୍ତି।
ਰੇ ਮਨ ਮੇਰੇ ਤੂ ਤਾ ਕਉ ਜਾਪਿ ॥੩॥ ହେ ମୋର ମନ ! ତୁ ତାଙ୍କର ହିଁ ଜପ କର।। 3 ।।
ਸਾਧਸੰਗਤਿ ਕਉ ਹਉ ਬਲਿਹਾਰ ॥ ମୁଁ ସାଧୁଙ୍କ ସଂଗତିରେ ସମର୍ପିତ ଯାଇଥାଏ,
ਜਾਸੁ ਮਿਲਿ ਹੋਵੈ ਉਧਾਰੁ ॥ ଯାହାକୁ ମିଶିକରି ଉଦ୍ଧାର ହୋଇଯାଏ।
ਨਾਮ ਸੰਗਿ ਮਨ ਤਨਹਿ ਰਾਤ ॥ ਨਾਨਕ ਕਉ ਪ੍ਰਭਿ ਕਰੀ ਦਾਤਿ ॥੪॥੫॥ ହେ ପ୍ରଭୁ ! ମନ ଶରୀର ସର୍ବଦା ନାମ ର ସାଙ୍ଗରେ ଲୀନ ରହିଥାଏ ନାନକଙ୍କୁ ଏମିତି ଦାନ ପ୍ରଦାନ କର।।4।। 5 ।।
ਮਾਲੀ ਗਉੜਾ ਮਹਲਾ ੫ ਦੁਪਦੇ ମାଲୀ ଗଉଡା ମହଲା 5॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਹਰਿ ਸਮਰਥ ਕੀ ਸਰਨਾ ॥ ମୁଁ ସମର୍ଥ ଇଶ୍ଵରଙ୍କ ଶରଣ ରେ ଆସି ଯାଇଛି
ਜੀਉ ਪਿੰਡੁ ਧਨੁ ਰਾਸਿ ਮੇਰੀ ਪ੍ਰਭ ਏਕ ਕਾਰਨ ਕਰਨਾ ॥੧॥ ਰਹਾਉ ॥ ସର୍ବକର୍ତ୍ତା ପ୍ରଭୁ ହିଁ ମୋର ପ୍ରାଣ, ଶରୀର, ଧନ ଏବଂ ରାଶି ଅଟେ।। 1।।ରୁହ।।
ਸਿਮਰਿ ਸਿਮਰਿ ਸਦਾ ਸੁਖੁ ਪਾਈਐ ਜੀਵਣੈ ਕਾ ਮੂਲੁ ॥ ତାଙ୍କୁ ସ୍ମରଣ କରିବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ ଏବଂ ତାହା ହିଁ ଜୀବନର ମୂଳ ଅଟେ।
ਰਵਿ ਰਹਿਆ ਸਰਬਤ ਠਾਈ ਸੂਖਮੋ ਅਸਥੂਲ ॥੧॥ ସେ ନିରାକାର ଏବଂ ସାକାର ରୂପରେ ସର୍ବତ୍ର ଦେଖା ଯାଆନ୍ତି।।1।।
error: Content is protected !!
Scroll to Top