Guru Granth Sahib Translation Project

guru granth sahib odia page-967

Page 967

ਲੰਗਰੁ ਚਲੈ ਗੁਰ ਸਬਦਿ ਹਰਿ ਤੋਟਿ ਨ ਆਵੀ ਖਟੀਐ ॥ ସଙ୍ଗତ ପାଇଁ ଗୁରୁଙ୍କ ଶବ୍ଦ ଦ୍ଵାରା ଲଙ୍ଗର ଚଲାଇ ଥାଏ, ପରନ୍ତୁ ସେଥିରେ କିଛି ହ୍ରାସ ହୁଏନାହିଁ।
ਖਰਚੇ ਦਿਤਿ ਖਸੰਮ ਦੀ ਆਪ ਖਹਦੀ ਖੈਰਿ ਦਬਟੀਐ ॥ ନିଜ ମାଲିକ ଦେଇଥିବା ପଦାର୍ଥ ସେବନ କରିଥାଏ ଆଉ ଯାଚକକୁ ଭରପୁର ଭିକ୍ଷା ଦାନ ଦେଇଥାନ୍ତି।
ਹੋਵੈ ਸਿਫਤਿ ਖਸੰਮ ਦੀ ਨੂਰੁ ਅਰਸਹੁ ਕੁਰਸਹੁ ਝਟੀਐ ॥ ଯେଉଁ ସମୟରେ ଗୁରୁ ଅଙ୍ଗଦ ଦେବଙ୍କ ଦରବାରରେ ଈଶ୍ଵରଙ୍କ ସ୍ତୁତିଗାନ କରାଯାଏ, ସେହି ସମୟରେ ବୈକୁଣ୍ଠ ଏବଂ ଦେବଲୋକରେ ମଧ୍ୟ ଦିବ୍ୟ ଜ୍ୟୋତି ଆସିଥାଏ।
ਤੁਧੁ ਡਿਠੇ ਸਚੇ ਪਾਤਿਸਾਹ ਮਲੁ ਜਨਮ ਜਨਮ ਦੀ ਕਟੀਐ ॥ ହେ ସଚ୍ଚା ବାଦଶାହ ଗୁରୁ ଜୀ! ତୋର ଦର୍ଶନ କରି ଜନ୍ମ-ଜନ୍ମାନ୍ତରର ପାପର ମଇଳା ଧୋଇ ହୋଇଯାଏ।
ਸਚੁ ਜਿ ਗੁਰਿ ਫੁਰਮਾਇਆ ਕਿਉ ਏਦੂ ਬੋਲਹੁ ਹਟੀਐ ॥ ଗୁରୁଙ୍କ ଶିଷ୍ୟ କହନ୍ତି ଯେ ଗୁରୁ ନାନକ ଦେବ ଜୀ ଗୁରୁ ଅଙ୍ଗଦ ଦେବଙ୍କୁ ଗୁରୁପଣ ଦେବାର ସଚ୍ଚା କୁକୁମ ଦେଇଛନ୍ତି, ଏଣୁ ଆମେ ସେହି ହୁକୁମର ଅବହେଳା କିପରି କରିବା?
ਪੁਤ੍ਰੀ ਕਉਲੁ ਨ ਪਾਲਿਓ ਕਰਿ ਪੀਰਹੁ ਕੰਨ੍ਹ੍ਹ ਮੁਰਟੀਐ ॥ ଗୁରୁ ନାନକ ଦେବଙ୍କ ପୁତ୍ର ତାହାଙ୍କ ହୁକୁମର ପାଳନ କରି ନାହାନ୍ତି ଯେ ସେ ଗୁରୁ ଅଙ୍ଗଦ ଦେବଙ୍କୁ ନିଜ ପୀର ମାନନ୍ତୁ, ଏଣୁ ସେ ତାହାଙ୍କ ଠାରୁ ବିମୁଖ ହୋଇଗଲେ।
ਦਿਲਿ ਖੋਟੈ ਆਕੀ ਫਿਰਨ੍ਹ੍ਹਿ ਬੰਨ੍ਹ੍ਹਿ ਭਾਰੁ ਉਚਾਇਨ੍ਹ੍ਹਿ ਛਟੀਐ ॥ ମନ୍ଦ ହୃଦୟ ବାଲା ହେବା କାରଣରୁ ସେ ହୁକୁମ ମାନିବାକୁ ବିଦ୍ରୋହୀ ହୋଇ ପାପର ଭାର ବହନ କରି ଘୁରି ବୁଲନ୍ତି।
ਜਿਨਿ ਆਖੀ ਸੋਈ ਕਰੇ ਜਿਨਿ ਕੀਤੀ ਤਿਨੈ ਥਟੀਐ ॥ ଯେଉଁ ଗୁରୁ ନାନକ ଯେଉଁ କଥା କହିଛନ୍ତି, ଗୁରୁ ଅଙ୍ଗଦ ଦେବ ସେହି କଥା କରିଛନ୍ତି, ଗୁରୁ ଅଙ୍ଗଦ ଦେବ ଗୁରୁ ନାନକଙ୍କ ହୁକୁମକୁ ପାଳନ କରିଛନ୍ତି।
ਕਉਣੁ ਹਾਰੇ ਕਿਨਿ ਉਵਟੀਐ ॥੨॥ ଦେଖ, ହୁକୁମ ମାଣିବାରେ ଏହି ଖେଳରେ କିଏ ବାଜି ହାରି ଯାଇଛି ଆଉ କିଏ ଜିତି ଯାଇଛି?||2||
ਜਿਨਿ ਕੀਤੀ ਸੋ ਮੰਨਣਾ ਕੋ ਸਾਲੁ ਜਿਵਾਹੇ ਸਾਲੀ ॥ ଯେଉଁ ଭାଇ ଲହଣା ହୁକୁମର ପାଳନ କରିଛନ୍ତି, ସେ ହି ଗୁରୁ ରୂପରେ ପୂଜ୍ୟ ହୋଇଛନ୍ତି, ଚାଉଳ ଏବଂ ଭୂଷି ମଧ୍ୟରେ କେଉଁଟି ଉତ୍ତମ ଅଟେ, ଅର୍ଥାତ ଭାଇ ଲହଣା ଏବଂ ଗୁରୁ-ପୁତ୍ର ମଧ୍ୟରେ କିଏ ଶ୍ରେଷ୍ଠ ଅଟେ?
ਧਰਮ ਰਾਇ ਹੈ ਦੇਵਤਾ ਲੈ ਗਲਾ ਕਰੇ ਦਲਾਲੀ ॥ ଧର୍ମରାଜ ରୂପୀ ଦେବତା ଦୁହିଙ୍କ ଗୁଣ ଦେଖି ବିଚାର କରିଥାନ୍ତି।
ਸਤਿਗੁਰੁ ਆਖੈ ਸਚਾ ਕਰੇ ਸਾ ਬਾਤ ਹੋਵੈ ਦਰਹਾਲੀ ॥ ଗୁରୁ ଅଙ୍ଗଦ ସର୍ବଶ୍ରେଷ୍ଠ ଅଟନ୍ତି ଏବଂ ନିଜ ସେବକର କଥା ଶୁଣି ତାହାକୁ ପ୍ରଭୁଙ୍କ ସହିତ ମିଳାଇବାର ମଧ୍ୟସ୍ଥତା କରିଥାନ୍ତି।
ਗੁਰ ਅੰਗਦ ਦੀ ਦੋਹੀ ਫਿਰੀ ਸਚੁ ਕਰਤੈ ਬੰਧਿ ਬਹਾਲੀ ॥ ସଚ୍ଚା ପରମେଶ୍ଵର ତାହା କରିଥାନ୍ତି, ଯାହା ସଦଗୁରୁ ଅଙ୍ଗଦ ଦେବ କରିଥାନ୍ତି ଏବଂ ତାହା ତୁରନ୍ତ ପୁରା ହୋଇଯାଏ।
ਨਾਨਕੁ ਕਾਇਆ ਪਲਟੁ ਕਰਿ ਮਲਿ ਤਖਤੁ ਬੈਠਾ ਸੈ ਡਾਲੀ ॥ ଗୁରୁ ନାନକ ଦେବ ନିଜ କାୟା ପଲଟାଇ ସ୍ଵୟଂ ହିଁ ଗୁରୁ-ସିଂହାସନ ଉପରେ ବିରାଜମାନ ହୋଇଛନ୍ତି।
ਦਰੁ ਸੇਵੇ ਉਮਤਿ ਖੜੀ ਮਸਕਲੈ ਹੋਇ ਜੰਗਾਲੀ ॥ ଗୁରୁ ଅଙ୍ଗଦ ଦେବଙ୍କ ଶିଖ ସଙ୍ଗତ ତାହାଙ୍କ ଦ୍ଵାରରେ ସ୍ତୁତି କରିଥାନ୍ତି ଏବଂ ସଙ୍ଗତର ମନ ପାପରୁ ପବିତ୍ର ହେଉଅଛି।
ਦਰਿ ਦਰਵੇਸੁ ਖਸੰਮ ਦੈ ਨਾਇ ਸਚੈ ਬਾਣੀ ਲਾਲੀ ॥ ଗୁରୁ ଅଙ୍ଗଦ ଦେବଙ୍କୁ ନିଜ ମାଲିକଙ୍କ ଦ୍ଵାରରେ ସତ୍ୟର ଦାନ ପ୍ରାପ୍ତ ହୋଇଛି ଆଉ ବାଣୀ ଗାନ କରିବା ଦ୍ଵାରା ତାହାଙ୍କ ମୁଖରେ ଲାଲିମା ଆସିଯାଏ।
ਬਲਵੰਡ ਖੀਵੀ ਨੇਕ ਜਨ ਜਿਸੁ ਬਹੁਤੀ ਛਾਉ ਪਤ੍ਰਾਲੀ ॥ ବଳୱନ୍ଦ କହନ୍ତି ଯେ ଗୁରୁ ଅଙ୍ଗଦ ଦେବଙ୍କ ପତ୍ନୀ ମାତା ଖିୱି ବହୁତ ଉତ୍ତମ ଅଟନ୍ତି, ଯାହାଙ୍କ ପାଖରେ ରହିଲେ ସବୁଙ୍କୁ ବହୁତ ସୁଖ ଓ ଶାନ୍ତି ମିଳିଥାଏ।
ਲੰਗਰਿ ਦਉਲਤਿ ਵੰਡੀਐ ਰਸੁ ਅੰਮ੍ਰਿਤੁ ਖੀਰਿ ਘਿਆਲੀ ॥ ମାତାଙ୍କ ତଦାରଖରେ ଗୁରୁଙ୍କ ଲଙ୍ଗରରେ ଘୃତଯୁକ୍ତ ଖିରୀ ବିତରଣ କରାଯାଏ, ଯାହାର ସ୍ଵାଦ ଅମୃତ ସମାନ ମିଠା ଅଟେ।
ਗੁਰਸਿਖਾ ਕੇ ਮੁਖ ਉਜਲੇ ਮਨਮੁਖ ਥੀਏ ਪਰਾਲੀ ॥ ଏଠାରେ ଗୁରୁଙ୍କ ଶିଷ୍ୟର ମୁଖ ସର୍ବଦା ଉଜ୍ଜଳ ହୋଇଥାଏ, କିନ୍ତୁ ମନମୁଖକୁ କେହି ପଚାରନ୍ତି ନାହିଁ।
ਪਏ ਕਬੂਲੁ ਖਸੰਮ ਨਾਲਿ ਜਾਂ ਘਾਲ ਮਰਦੀ ਘਾਲੀ ॥ ଗୁରୁ ଅଙ୍ଗଦ ଦେବ ଯେତେବେଳେ ସୁରବୀର ବାଲା ସାଧନା କରିଛନ୍ତି, ନିଜ ମାଲିକଙ୍କୁ ସ୍ଵୀକୃତ ହୋଇଛି।
ਮਾਤਾ ਖੀਵੀ ਸਹੁ ਸੋਇ ਜਿਨਿ ਗੋਇ ਉਠਾਲੀ ॥੩॥ ମାତା ଖିୱି ପଟି ଗୁରୁ ଅଙ୍ଗଦ ଦେବଙ୍କ ଭଳି ସୁରବୀର ଅଟନ୍ତି, ଯିଏ ସାରା ପୃଥିବୀର ଭାର ନିଜ ମସ୍ତକରେ ଉଠାଇଛନ୍ତି||3||
ਹੋਰਿਂਓ ਗੰਗ ਵਹਾਈਐ ਦੁਨਿਆਈ ਆਖੈ ਕਿ ਕਿਓਨੁ ॥ ଦୁନିଆ କହିଥାଏ ଯେ ଗୁରୁ ନାନକ ଦେବ ଉତ୍ତମ କାର୍ଯ୍ୟ କରି ଗଙ୍ଗା ଅନ୍ୟ ଦେଶରେ ବୁହାଇ ଅଛନ୍ତି।
ਨਾਨਕ ਈਸਰਿ ਜਗਨਾਥਿ ਉਚਹਦੀ ਵੈਣੁ ਵਿਰਿਕਿਓਨੁ ॥ ଜଗନ୍ନାଥ, ଇଶ୍ଵର ରୂପ ଗୁରୁ ନାନକ ଦେବ ବହୁତ ଉଚ୍ଚ କାର୍ଯ୍ୟ କରିଛନ୍ତି।
ਮਾਧਾਣਾ ਪਰਬਤੁ ਕਰਿ ਨੇਤ੍ਰਿ ਬਾਸਕੁ ਸਬਦਿ ਰਿੜਕਿਓਨੁ ॥ ସେ ନିଜ ଧ୍ୟାନକୁ ବିଦ୍ୟାଚଳ ପର୍ବତ ରୂପୀ ମଥନୀ ଆଉ ମନକୁ ବାସୁକି ନାଗ ରୂପୀ ରସି ବନାଇ ଶବ୍ଦ ରୂପୀ କ୍ଷୀର ସାଗରର ମନ୍ଥନ କରିଛନ୍ତି,
ਚਉਦਹ ਰਤਨ ਨਿਕਾਲਿਅਨੁ ਕਰਿ ਆਵਾ ਗਉਣੁ ਚਿਲਕਿਓਨੁ ॥ ଯାହାଦ୍ୱାରା ଚଉଦ ରତ୍ନ ରୂପୀ ସରିଖ ଚଉଦ ଗୁଣ ବାହାର କରିଛନ୍ତି ଏବଂ ତାହା ଦ୍ଵାରା ଜନ୍ମ-ମରଣ ଚକ୍ର ବାଲା ଜଗତକୁ ଚମକାଇ ଦେଇଛନ୍ତି।
ਕੁਦਰਤਿ ਅਹਿ ਵੇਖਾਲੀਅਨੁ ਜਿਣਿ ਐਵਡ ਪਿਡ ਠਿਣਕਿਓਨੁ ॥ ଗୁରୁ ନାନକ ଦେବ ଭାଇ ଲହଣାଙ୍କ ଶରୀରକୁ ପରଖ କରି ଗୁରୁପଣର ଅଧିକାର ଦେଇଛନ୍ତି।
ਲਹਣੇ ਧਰਿਓਨੁ ਛਤ੍ਰੁ ਸਿਰਿ ਅਸਮਾਨਿ ਕਿਆੜਾ ਛਿਕਿਓਨੁ ॥ ଏହି ପ୍ରକାରେ ଭାଇ ଲହଣାଙ୍କ ମସ୍ତକ ଉପରେ ଗୁରୁପଣର ଛତ୍ର ରଖିଦେଲେ ଏବଂ ତାହାଙ୍କ କୀର୍ତ୍ତି ଆକାଶ ପର୍ଯ୍ୟନ୍ତ ଉଚ୍ଚ କରିଦେଲେ।
ਜੋਤਿ ਸਮਾਣੀ ਜੋਤਿ ਮਾਹਿ ਆਪੁ ਆਪੈ ਸੇਤੀ ਮਿਕਿਓਨੁ ॥ ତା'ପରେ ତାହାଙ୍କ ଜ୍ୟୋତି ଭାଇ ଲହଣା (ଗୁରୁ ଅଙ୍ଗଦ ଦେବ)ଙ୍କ ଜ୍ୟୋତିରେ ମିଶି ଯାଇଛି ଏବଂ ଗୁରୁ ନାନକ ସ୍ଵୟଂ ହିଁ ନିଜ ସ୍ଵରୁପକୁ ଗୁରୁ ଅଙ୍ଗଦଙ୍କ ସ୍ୱରୂପ ଠାରେ ମିଶାଇ ଦେଇଛନ୍ତି।
ਸਿਖਾਂ ਪੁਤ੍ਰਾਂ ਘੋਖਿ ਕੈ ਸਭ ਉਮਤਿ ਵੇਖਹੁ ਜਿ ਕਿਓਨੁ ॥ ଗୁରୁ ନାନକ ଦେବ ନିଜ ଶିଷ୍ୟ ଏବଂ ପୁତ୍ରକୁ ଭଲଭାବରେ ପରଖ କରି ଯାହା କିଛି କରିଛନ୍ତି, ସାରା ସଙ୍ଗତ ତାହା ଦେଖି ସାରିଛି।
ਜਾਂ ਸੁਧੋਸੁ ਤਾਂ ਲਹਣਾ ਟਿਕਿਓਨੁ ॥੪॥ ଯେତେବେଳେ ଭାଇ ଲହଣା ପବିତ୍ର-ପାବନ ହୋଇ ଯାଇଛନ୍ତି, ତାହାକୁ ଗୁରୁପଣ ଉପରେ ବିରାଜମାନ କରି ଗୁରୁ ନିଯୁକ୍ତ କରାଯାଇଛି||4||
ਫੇਰਿ ਵਸਾਇਆ ਫੇਰੁਆਣਿ ਸਤਿਗੁਰਿ ਖਾਡੂਰੁ ॥ ପୁଣି ଭାଇ ଫେରୁଙ୍କ ପୁତ୍ର ସଦଗୁରୁ ଅଙ୍ଗଦ ଦେବ କର୍ତ୍ତାରପୁର ଠାରୁ ଆସି ଖଡ଼ୁର ନଗର ବସାଇଛନ୍ତି।
ਜਪੁ ਤਪੁ ਸੰਜਮੁ ਨਾਲਿ ਤੁਧੁ ਹੋਰੁ ਮੁਚੁ ਗਰੂਰੁ ॥ ହେ ଗୁରୁ ଅଙ୍ଗଦ! ଜପ, ତପ ଏବଂ ସଂଯମ ତୋର ସାଥିରେ ରହିଥାନ୍ତି, ପରନ୍ତୁ ଅନ୍ୟ ଜଗତର ସାଥିରେ ଅହଂ ଥାଏ।
ਲਬੁ ਵਿਣਾਹੇ ਮਾਣਸਾ ਜਿਉ ਪਾਣੀ ਬੂਰੁ ॥ ଯେପରି ଶିଉଳି ପାଣିକୁ ଖରାପ କରି ଦେଇଥାଏ, ସେପରି ହିଁ ଲୋଭ ମନୁଷ୍ୟକୁ ବରବାଦ କରି ଦେଇଛି।
ਵਰ੍ਹਿਐ ਦਰਗਹ ਗੁਰੂ ਕੀ ਕੁਦਰਤੀ ਨੂਰੁ ॥ ଗୁରୁ ଅଙ୍ଗଦ ଦେବଙ୍କ ଦରବାରରେ ଦିବ୍ୟ ଜ୍ୟୋତି ବର୍ଷା ହୋଇଥାଏ।
ਜਿਤੁ ਸੁ ਹਾਥ ਨ ਲਭਈ ਤੂੰ ਓਹੁ ਠਰੂਰੁ ॥ ହେ ଗୁରୁ! ତୁ ଶାନ୍ତିର ସ୍ରୋତ ଅଟୁ, ଯାହାଙ୍କ ଗଭୀରତାକୁ କେହି ମଧ୍ୟ ବୁଝି ପାରନ୍ତି ନାହିଁ।
ਨਉ ਨਿਧਿ ਨਾਮੁ ਨਿਧਾਨੁ ਹੈ ਤੁਧੁ ਵਿਚਿ ਭਰਪੂਰੁ ॥ ତୋର ହୃଦୟରେ ନବନିଧି ବାଲା ନାମ ରୂପୀ କୋଷ ଭରି ରହିଛି।
ਨਿੰਦਾ ਤੇਰੀ ਜੋ ਕਰੇ ਸੋ ਵੰਞੈ ਚੂਰੁ ॥ ଯିଏ ତୋର ନିନ୍ଦା କରିଥାଏ, ସେ ନାଶ ହୋଇଯାଏ।
ਨੇੜੈ ਦਿਸੈ ਮਾਤ ਲੋਕ ਤੁਧੁ ਸੁਝੈ ਦੂਰੁ ॥ ଲୋକଙ୍କୁ ନିକଟର ମୃତ୍ୟୁ ଲୋକ ହିଁ ନଜର ଆସିଥାଏ, ପରନ୍ତୁ ତୋତେ ଦୂରର ପରଲୋକର ଜ୍ଞାନ ମଧ୍ୟ ହୋଇଥାଏ।
ਫੇਰਿ ਵਸਾਇਆ ਫੇਰੁਆਣਿ ਸਤਿਗੁਰਿ ਖਾਡੂਰੁ ॥੫॥ ପୁଣି ଭାଇ ଫେରୁଙ୍କ ପୁତ୍ର ଗୁରୁ ଅଙ୍ଗଦ ଦେବ କର୍ତାରପୁରରୁ ଆସି ଖଡ଼ୁର ନଗର ସ୍ଥାପନ କଇଛନ୍ତି||5||
error: Content is protected !!
Scroll to Top