Guru Granth Sahib Translation Project

guru granth sahib odia page-956

Page 956

ਸਚੁ ਪੁਰਾਣਾ ਹੋਵੈ ਨਾਹੀ ਸੀਤਾ ਕਦੇ ਨ ਪਾਟੈ ॥ ସତ୍ୟ କେବେ ପୁରୁଣା ହୁଏନାହିଁ ନା କେବେ ଫାଟିଥାଏ।
ਨਾਨਕ ਸਾਹਿਬੁ ਸਚੋ ਸਚਾ ਤਿਚਰੁ ਜਾਪੀ ਜਾਪੈ ॥੧॥ ହେ ନାନକ! ସଚ୍ଚା ପରମେଶ୍ଵର ସର୍ବଦା ଶାଶ୍ଵତ ଅଟନ୍ତି, କିନ୍ତୁ ଜୀବକୁ ଏହା ସେ ପର୍ଯ୍ୟନ୍ତ ସତ୍ୟ ଲାଗିଥାଏ, ଯେ ପର୍ଯ୍ୟନ୍ତ ସେ ନାମ ଜପ କରିଥାଏ||1||
ਮਃ ੧ ॥ ମହଲା 1॥
ਸਚ ਕੀ ਕਾਤੀ ਸਚੁ ਸਭੁ ਸਾਰੁ ॥ ଯଦି ସତ୍ୟର ଛୁରୀ ହୋଇଥାଏ, ଆଉ ସତ୍ୟ ହିଁ ଲୁହା ହୋଇଥାଏ,
ਘਾੜਤ ਤਿਸ ਕੀ ਅਪਰ ਅਪਾਰ ॥ ତାହା ବହୁତ ସୁନ୍ଦର ହୋଇଥାଏ।
ਸਬਦੇ ਸਾਣ ਰਖਾਈ ਲਾਇ ॥ ଯେତେବେଳେ ଏହି ଛୁରୀ ଶବ୍ଦର ଶାଣ ଉପରେ ରଖି ତୀକ୍ଷଣ କରାଯାଏ ଆଉ
ਗੁਣ ਕੀ ਥੇਕੈ ਵਿਚਿ ਸਮਾਇ ॥ ଏହାକୁ ଗୁଣରେ ରଖାଯାଏ।
ਤਿਸ ਦਾ ਕੁਠਾ ਹੋਵੈ ਸੇਖੁ ॥ ਲੋਹੂ ਲਬੁ ਨਿਕਥਾ ਵੇਖੁ ॥ ହେ ଶେଖ! ଯଦି କେହି ଜୀବ ସେହି ଛୁରୀରେ ମାରିଥାଏ, ତାହାହେଲେ ଲୋଭ ରୂପୀ ଲହୁ ବାହାରି ଥାଏ।
ਹੋਇ ਹਲਾਲੁ ਲਗੈ ਹਕਿ ਜਾਇ ॥ ਨਾਨਕ ਦਰਿ ਦੀਦਾਰਿ ਸਮਾਇ ॥੨॥ ଯେଉଁ ଜୀବ ଏହି ପ୍ରକାରେ ପବିତ୍ର ହୋଇଯାଏ, ସେ ଖୁଦା ସହିତ ମିଶିଯାଏ। ହେ ନାନକ! ସେ ଖୁଦାର ଦ୍ଵାରରେ ତାହାଙ୍କ ଦର୍ଶନରେ ଲୀନ ହୋଇଯାଏ ||2||
ਮਃ ੧ ॥ ମହଲା 1॥
ਕਮਰਿ ਕਟਾਰਾ ਬੰਕੁੜਾ ਬੰਕੇ ਕਾ ਅਸਵਾਰੁ ॥ ହେ ନାନକ! ଯେଉଁ ବ୍ୟକ୍ତି ନିଜ ଅଣ୍ଟାରେ ସୁନ୍ଦର ବସ୍ତ୍ର ଧାରଣ କରି କୁଶଳ ଘୋଡାରେ ଚଢିଥାଏ,
ਗਰਬੁ ਨ ਕੀਜੈ ਨਾਨਕਾ ਮਤੁ ਸਿਰਿ ਆਵੈ ਭਾਰੁ ॥੩॥ ତାହାକୁ ଏହି କଥାର ଅଭିମାନ କରିବା ଉଚିତ ନୁହେଁ, ଅଭିମାନ କରିବାର ପାପର ଭାରରେ ସେ ଯେପରି ପଡି ନ ଯାଉ||3||
ਪਉੜੀ ॥ ପଉଡୀ॥
ਸੋ ਸਤਸੰਗਤਿ ਸਬਦਿ ਮਿਲੈ ਜੋ ਗੁਰਮੁਖਿ ਚਲੈ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିଥାଏ, ସେ ହିଁ ସତସଙ୍ଗତିରେ ଶବ୍ଦ-ବ୍ରହ୍ମ ଠାରେ ବିଲୀନ ହୋଇଯାଏ।
ਸਚੁ ਧਿਆਇਨਿ ਸੇ ਸਚੇ ਜਿਨ ਹਰਿ ਖਰਚੁ ਧਨੁ ਪਲੈ ॥ ସେ ହିଁ ସତ୍ୟବାଦୀ ଅଟେ, ଯିଏ ସତ୍ୟର ଧ୍ୟାନ-ମଁନ କରିଥାଏ ଆଉ ଯାହା ପାଖରେ ଅନ୍ତିମ କ୍ଷଣରେ ଯାତ୍ରା ବ୍ୟୟ ପାଇଁ ହରିନାମ ରୂପୀ ଧନ ଥାଏ।
ਭਗਤ ਸੋਹਨਿ ਗੁਣ ਗਾਵਦੇ ਗੁਰਮਤਿ ਅਚਲੈ ॥ ଭକ୍ତଜନ ଭଗବାନଙ୍କ ଗୁଣଗାନ କରି ବହୁତ ସୁନ୍ଦର ଲାଗିଥାଏ ଆଉ ଗୁରୁଙ୍କ ଉପଦେଶ ଅନୁସାରେ ମନ୍ଦ ଠାରୁ ଦୂରେଇ ରହିଥାନ୍ତି।
ਰਤਨ ਬੀਚਾਰੁ ਮਨਿ ਵਸਿਆ ਗੁਰ ਕੈ ਸਬਦਿ ਭਲੈ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ରତ୍ନ ଭଳି ଅମୂଲ୍ୟ ନାମର ବିଚାର ତାହାର ମନରେ ନିବାସ କରିଯାଇ ଥାଏ।
ਆਪੇ ਮੇਲਿ ਮਿਲਾਇਦਾ ਆਪੇ ਦੇਇ ਵਡਿਆਈ ॥੧੯॥ ଈଶ୍ଵର ସ୍ଵୟଂ ହିଁ ଗୁରୁଙ୍କ ସହିତ ସାକ୍ଷାତ କରାଇ ନିଜ ସାଥିରେ ମିଳାଇ ନିଅନ୍ତି ଆଉ ସ୍ଵୟଂ ହିଁ ଭକ୍ତକୁ ସମ୍ମାନ ଦେଇଥାନ୍ତି||19||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਆਸਾ ਅੰਦਰਿ ਸਭੁ ਕੋ ਕੋਇ ਨਿਰਾਸਾ ਹੋਇ ॥ ସାରା ଦୁନିଆ ଆଶାରେ ହିଁ ଫସିଥାଏ, ପରନ୍ତୁ କେହି ବିରଳ ହିଁ ଆଶାହୀନ ହୋଇଥାଏ।
ਨਾਨਕ ਜੋ ਮਰਿ ਜੀਵਿਆ ਸਹਿਲਾ ਆਇਆ ਸੋਇ ॥੧॥ ହେ ନାନକ! ଯିଏ ନିର୍ଲିପ୍ତ ହୋଇଥାଏ, ତାହାର ଜୀବନ ସଫଳ ହୋଇଥାଏ||1||
ਮਃ ੩ ॥ ମହଲା 3॥
ਨਾ ਕਿਛੁ ਆਸਾ ਹਥਿ ਹੈ ਕੇਉ ਨਿਰਾਸਾ ਹੋਇ ॥ ଆଶା ହାତରେ କିଛି ମଧ୍ୟ ନାହିଁ, ପୁଣି ମନୁଷ୍ୟ କିପରି ଆଶାହୀନ ହୋଇ ପାରିବ?
ਕਿਆ ਕਰੇ ਏਹ ਬਪੁੜੀ ਜਾਂ ਭੋੁਲਾਏ ਸੋਇ ॥੨॥ ଯେତେବେଳେ ପରମେଶ୍ଵର ସ୍ଵୟଂ ହିଁ ଜୀବକୁ ଭୁଲାଇ ଦେଇଥାନ୍ତି, ଏହି ବିଚରା ଆଶା କଣ କରି ପାରିବ?||2||
ਪਉੜੀ ॥ ପଉଡୀ॥
ਧ੍ਰਿਗੁ ਜੀਵਣੁ ਸੰਸਾਰ ਸਚੇ ਨਾਮ ਬਿਨੁ ॥ ସଚ୍ଚା ନାମ ବିନା ସଂସାରରେ ବଞ୍ଚିବା ଧିକ୍କାର ଯୋଗ୍ୟ ଅଟେ।
ਪ੍ਰਭੁ ਦਾਤਾ ਦਾਤਾਰ ਨਿਹਚਲੁ ਏਹੁ ਧਨੁ ॥ ପ୍ରଭୁ ହିଁ ଦେବା ବାଲା ଦାତା ଅଟନ୍ତି ଆଉ ଏହି ଧନ ହିଁ ସ୍ଥିର ରହିଥାଏ।
ਸਾਸਿ ਸਾਸਿ ਆਰਾਧੇ ਨਿਰਮਲੁ ਸੋਇ ਜਨੁ ॥ ସେହି ବ୍ୟକ୍ତି ନିର୍ମଳ ଅଟେ, ଯିଏ ପ୍ରତି ଶ୍ଵାସରେ ଆରାଧନା କରିଥାଏ।
ਅੰਤਰਜਾਮੀ ਅਗਮੁ ਰਸਨਾ ਏਕੁ ਭਨੁ ॥ ନିଜ ଜିହ୍ଵାରେ ଅନ୍ତର୍ଯାମୀ, ଅଗମ୍ୟ ଈଶ୍ଵରଙ୍କ ଭଜନ କରିଥାଏ।
ਰਵਿ ਰਹਿਆ ਸਰਬਤਿ ਨਾਨਕੁ ਬਲਿ ਜਾਈ ॥੨੦॥ ନାନକ ସେହି ସର୍ବବ୍ୟାପୀ ପରମେଶ୍ଵରଙ୍କ ପ୍ରତି ସମର୍ପିତ ଯାଇଥାନ୍ତି||20||
ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1॥
ਸਰਵਰ ਹੰਸ ਧੁਰੇ ਹੀ ਮੇਲਾ ਖਸਮੈ ਏਵੈ ਭਾਣਾ ॥ ଗୁରୁ ରୂପୀ ସରୋବର ଏବଂ ଗୁରୁମୁଖୀ ରୂପୀ ହଂସର ମିଳନ ପ୍ରଥମରୁ ହିଁ ଲେଖିଛନ୍ତି, ଆଉ ପରମେଶ୍ଵରଙ୍କୁ ଏହା ମଞ୍ଜୁର ହୋଇଥାଏ।
ਸਰਵਰ ਅੰਦਰਿ ਹੀਰਾ ਮੋਤੀ ਸੋ ਹੰਸਾ ਕਾ ਖਾਣਾ ॥ ଗୁରୁ ରୂପୀ ସରୋବରରେ ଶୁଭ ଗୁଣ ରୂପୀ ହୀରା-ମୋତି ଗୁରୁମୁଖୀ ରୂପୀ ହଂସର ଭୋଜନ ଅଟେ।
ਬਗੁਲਾ ਕਾਗੁ ਨ ਰਹਈ ਸਰਵਰਿ ਜੇ ਹੋਵੈ ਅਤਿ ਸਿਆਣਾ ॥ ମନମୁଖୀ ରୂପୀ ବଗ ଏବଂ କାଉ ବହୁତ ଚତୁର ହୋଇପାରେ, କେବେ ଗୁରୁ ରୂପୀ ସରୋବରରେ ରହନ୍ତି ନାହିଁ।
ਓਨਾ ਰਿਜਕੁ ਨ ਪਇਓ ਓਥੈ ਓਨ੍ਹ੍ਹਾ ਹੋਰੋ ਖਾਣਾ ॥ ତାହାର ଭୋଜନ ସେହି ସରୋବରରେ ହୁଏନାହିଁ, ଏଣୁ ଆଉ କେଉଁଠି ତାହାର ଭୋଜନ ବନା ହୋଇଥାଏ।
ਸਚਿ ਕਮਾਣੈ ਸਚੋ ਪਾਈਐ ਕੂੜੈ ਕੂੜਾ ਮਾਣਾ ॥ ସତ୍ୟର ସାଧନା କରିବା ଦ୍ଵାରା ସତ୍ୟ ହିଁ ପ୍ରାପ୍ତ ହୋଇଥାଏ, ପରନ୍ତୁ ମିଥ୍ୟା ଅର୍ଜ୍ଜନ କରିବା ଦ୍ଵାରା କେବଳ ମିଥ୍ୟା ହିଁ ମିଳିଥାଏ।
ਨਾਨਕ ਤਿਨ ਕੌ ਸਤਿਗੁਰੁ ਮਿਲਿਆ ਜਿਨਾ ਧੁਰੇ ਪੈਯਾ ਪਰਵਾਣਾ ॥੧॥ ହେ ନାନକ! ସଚ୍ଚା ଗୁରୁ ତାହାକୁ ମିଳିଥାନ୍ତି, ଆରମ୍ଭରୁ ହିଁ ଯାହାର ଭାଗ୍ୟରେ ଏପରି ଲେଖା ହୋଇଥାଏ||1||
ਮਃ ੧ ॥ ମହଲା 1॥
ਸਾਹਿਬੁ ਮੇਰਾ ਉਜਲਾ ਜੇ ਕੋ ਚਿਤਿ ਕਰੇਇ ॥ ମୋର ମାଲିକ ପବିତ୍ର ଅଟନ୍ତି, ଯଦି କେହି ଶ୍ରଦ୍ଧା ସହିତ ତାହାଙ୍କ ସ୍ମରଣ କରିଥାଏ, ସେ ମଧ୍ୟ ପବିତ୍ର ହୋଇଯାଏ।
ਨਾਨਕ ਸੋਈ ਸੇਵੀਐ ਸਦਾ ਸਦਾ ਜੋ ਦੇਇ ॥ ହେ ନାନକ! ସେହି ମାଲିକଙ୍କ ହିଁ ଭକ୍ତି କରିବା ଉଚିତ, ଯିଏ ଆମକୁ ସର୍ବଦା ଦେଇ ଚାଲିଥାନ୍ତି।
ਨਾਨਕ ਸੋਈ ਸੇਵੀਐ ਜਿਤੁ ਸੇਵਿਐ ਦੁਖੁ ਜਾਇ ॥ ହେ ନାନକ! ତାହାଙ୍କ ହିଁ ଉପାସନା କରିବା ଉଚିତ, ଯାହାଙ୍କ ଉପାସନା କରିବା ଦ୍ଵାରା ଦୁଃଖରୁ ମୁକ୍ତି ମିଳିଥାଏ,
ਅਵਗੁਣ ਵੰਞਨਿ ਗੁਣ ਰਵਹਿ ਮਨਿ ਸੁਖੁ ਵਸੈ ਆਇ ॥੨॥ ଅବଗୁଣ ଦୂର ହୋଇଯାଏ, ଗୁଣ ହୃଦୟରେ ବାସ କରିଥାଏ ଆଉ ମନରେ ସୁଖର ନିବାସ ହୋଇଯାଏ ||2||
ਪਉੜੀ ॥ ପଉଡୀ॥
ਆਪੇ ਆਪਿ ਵਰਤਦਾ ਆਪਿ ਤਾੜੀ ਲਾਈਅਨੁ ॥ ପରମେଶ୍ଵର ସ୍ଵୟଂ ହିଁ ସଂପୂର୍ଣ୍ଣ ଜଗତରେ ବିଦ୍ୟମାନ ଅଛନ୍ତି ଆଉ ସ୍ଵୟଂ ହିଁ ସେ ସମାଧି ଲଗାଇ ଥାଆନ୍ତି।
ਆਪੇ ਹੀ ਉਪਦੇਸਦਾ ਗੁਰਮੁਖਿ ਪਤੀਆਈਅਨੁ ॥ ସେ ସ୍ଵୟଂ ହିଁ ଉପଦେଶ ଦେଇଥାନ୍ତି ଆଉ ଗୁରୁଙ୍କ ମାଧ୍ୟମରୁ ସତ୍ୟରେ ଲୀନ ଥାଆନ୍ତି।
ਇਕਿ ਆਪੇ ਉਝੜਿ ਪਾਇਅਨੁ ਇਕਿ ਭਗਤੀ ਲਾਇਅਨੁ ॥ କାହାକୁ ସେ ଭ୍ରମରେ ରଖିଥାନ୍ତି ଆଉ କାହାକୁ ଭକ୍ତିରେ ଲଗାଇ ଥାଆନ୍ତି।
ਜਿਸੁ ਆਪਿ ਬੁਝਾਏ ਸੋ ਬੁਝਸੀ ਆਪੇ ਨਾਇ ਲਾਈਅਨੁ ॥ ଯାହାକୁ ସେ ସ୍ଵୟଂ ଜ୍ଞାନ ଦେଇଥାନ୍ତି ସେ ହିଁ ବୁଝିଥାଏ ଆଉ ସ୍ଵୟଂ ହିଁ ନାମ-ସ୍ମରଣରେ ଲଗାଇ ଥାଆନ୍ତି।
ਨਾਨਕ ਨਾਮੁ ਧਿਆਈਐ ਸਚੀ ਵਡਿਆਈ ॥੨੧॥੧॥ ਸੁਧੁ ॥ ହେ ନାନକ! ପ୍ରଭୁ-ନାମର ଧ୍ୟାନ କରିବା ଦ୍ଵାରା ହିଁ ସଚ୍ଚା ବଡିମା ପ୍ରାପ୍ତ ହୋଇଥାଏ ||21||1|| ଶୁଦ୍ଧ||
error: Content is protected !!
Scroll to Top