Guru Granth Sahib Translation Project

guru granth sahib odia page-950

Page 950

ਜਿਉ ਬੈਸੰਤਰਿ ਧਾਤੁ ਸੁਧੁ ਹੋਇ ਤਿਉ ਹਰਿ ਕਾ ਭਉ ਦੁਰਮਤਿ ਮੈਲੁ ਗਵਾਇ ॥ ଯେପରି ଅଗ୍ନିରେ ଧାତୁ ରଖିଲେ ଶୁଦ୍ଧ ହୋଇଯାଏ, ସେପରି ହିଁ ପ୍ରଭୁ ଭୟ ଦୁର୍ମତି ରୂପୀ ମଇଳାକୁ ମନରୁ କାଢି ଦେଇଥାଏ।
ਨਾਨਕ ਤੇ ਜਨ ਸੋਹਣੇ ਜੋ ਰਤੇ ਹਰਿ ਰੰਗੁ ਲਾਇ ॥੧॥ ହେ ନାନକ! ସେହି ଭକ୍ତଜନ ସୁନ୍ଦର ଅଟେ, ଯିଏ ଭଗବାନଙ୍କ ସହିତ ରଙ୍ଗ ଲଗାଇ ସେଥିରେ ଲୀନ ହୋଇଥାଏ||1||
ਮਃ ੩ ॥ ମହଲା 3॥
ਰਾਮਕਲੀ ਰਾਮੁ ਮਨਿ ਵਸਿਆ ਤਾ ਬਨਿਆ ਸੀਗਾਰੁ ॥ ଯେତେବେଳେ ରାମକଲୀ ରାଗ ଦ୍ଵାରା ଗୁଣଗାନ କରାଯାଏ, ରାମ ମୋର ମନରେ ବାସ କରିଥାନ୍ତି ଆଉ ମୋର ଶୃଙ୍ଗାର ସୁନ୍ଦର ବନିଯାଏ।
ਗੁਰ ਕੈ ਸਬਦਿ ਕਮਲੁ ਬਿਗਸਿਆ ਤਾ ਸਉਪਿਆ ਭਗਤਿ ਭੰਡਾਰੁ ॥ ଯେତେବେଳେ ଗୁରୁଙ୍କ ଶବ୍ଦ ଦ୍ଵାରା ହୃଦୟ-କମଳ ପ୍ରଫୁଲ୍ଲିତ ହୋଇଯାଏ, ଭଗବାନ ମୋତେ ଭକ୍ତିର ଭଣ୍ଡାର ସମର୍ପଣ କରିଛନ୍ତି।
ਭਰਮੁ ਗਇਆ ਤਾ ਜਾਗਿਆ ਚੂਕਾ ਅਗਿਆਨ ਅੰਧਾਰੁ ॥ ଯେତେବେଳେ ସାରା ଭ୍ରମ ଦୂର ହୋଇଯାଏ, ଏହି ମନ ଜାଗ୍ରତ ହୋଇଯାଏ ଏବଂ ଅଜ୍ଞାନତାର ଅନ୍ଧକାର ସମାପ୍ତ ହୋଇଯାଏ।
ਤਿਸ ਨੋ ਰੂਪੁ ਅਤਿ ਅਗਲਾ ਜਿਸੁ ਹਰਿ ਨਾਲਿ ਪਿਆਰੁ ॥ ଯେଉଁ ଜୀବ-ସ୍ତ୍ରୀର ପ୍ରେମ –ପରମେଶ୍ଵରଙ୍କ ସହିତ ହୋଇଥାଏ, ତାହାର ରୂପ ଅତି ସୁନ୍ଦର ହୋଇଥାଏ ଏବଂ
ਸਦਾ ਰਵੈ ਪਿਰੁ ਆਪਣਾ ਸੋਭਾਵੰਤੀ ਨਾਰਿ ॥ ସେହି ଶୋଭାବାନ ନାରୀ ସଦା ନିଜ ପ୍ରିୟତମଙ୍କ ସାଙ୍ଗରେ ରମଣ କରିଥାଏ।
ਮਨਮੁਖਿ ਸੀਗਾਰੁ ਨ ਜਾਣਨੀ ਜਾਸਨਿ ਜਨਮੁ ਸਭੁ ਹਾਰਿ ॥ ସ୍ଵେଚ୍ଛାଚାରୀ ଜୀବ-ସ୍ତ୍ରୀ ଶୃଙ୍ଗାର କରିବା ଜାଣେ ନାହିଁ ଏବଂ ସେ ନିଜର ସଂପୂର୍ଣ୍ଣ ଜୀବନ ହାରି ଜଗତରୁ ଚାଲିଯାଇ ଥାଏ।
ਬਿਨੁ ਹਰਿ ਭਗਤੀ ਸੀਗਾਰੁ ਕਰਹਿ ਨਿਤ ਜੰਮਹਿ ਹੋਇ ਖੁਆਰੁ ॥ ଯେଉଁ ଜୀବ ରୂପୀ ନାରୀ ଭଗବାନଙ୍କ ଭକ୍ତି ବିନା ଅନ୍ୟ ଶୃଙ୍ଗାର କରିଥାଏ, ସେ ନିତ୍ୟ ଜନ୍ମ-ମରଣରେ ଧ୍ଵଂସ ହୋଇଥାଏ।
ਸੈਸਾਰੈ ਵਿਚਿ ਸੋਭ ਨ ਪਾਇਨੀ ਅਗੈ ਜਿ ਕਰੇ ਸੁ ਜਾਣੈ ਕਰਤਾਰੁ ॥ ସେ ସଂସାରରେ ଶୋଭା ପ୍ରାପ୍ତ କରେ ନାହିଁ ଏବଂ ଈଶ୍ଵର ହିଁ ଜାଣିଥାନ୍ତି ପରଲୋକରେ ତାହା ପ୍ରତି କେଉଁ ବ୍ୟବହାର କରାଯିବ।
ਨਾਨਕ ਸਚਾ ਏਕੁ ਹੈ ਦੁਹੁ ਵਿਚਿ ਹੈ ਸੰਸਾਰੁ ॥ ହେ ନାନକ! ଏକ ଈଶ୍ଵର ହିଁ ସତ୍ୟ ଅଟନ୍ତି ଏବଂ ଅନ୍ୟ ସମସ୍ତେ ଜନ୍ମ-ମରଣରେ ପଡିଛନ୍ତି।
ਚੰਗੈ ਮੰਦੈ ਆਪਿ ਲਾਇਅਨੁ ਸੋ ਕਰਨਿ ਜਿ ਆਪਿ ਕਰਾਏ ਕਰਤਾਰੁ ॥੨॥ ପରମାତ୍ମା ସ୍ଵୟଂ ହିଁ ଜୀବକୁ ଭଲ ଓ ମନ୍ଦ କାର୍ଯ୍ୟରେ ଲଗାଇ ଅଛନ୍ତି, ଏଥିପାଇଁ ଜୀବ ତାହା କରିଥାଏ, ଯାହା ସେ କରାଇ ଥାଆନ୍ତି||2||
ਮਃ ੩ ॥ ମହଲା 3॥
ਬਿਨੁ ਸਤਿਗੁਰ ਸੇਵੇ ਸਾਂਤਿ ਨ ਆਵਈ ਦੂਜੀ ਨਾਹੀ ਜਾਇ ॥ ସଦଗୁରୁଙ୍କ ସେବା କରିବା ବିନା ମନକୁ ଶାନ୍ତି ମିଳେନାହିଁ ଆଉ ନା ଦୈତ୍ୟଭାବ ଦୂର ହୋଇଥାଏ।
ਜੇ ਬਹੁਤੇਰਾ ਲੋਚੀਐ ਵਿਣੁ ਕਰਮਾ ਪਾਇਆ ਨ ਜਾਇ ॥ ଯଦି ଆମେ ଅଧିକ କାମନା କରୁ, ତାହା ହେହେ ଭାଗ୍ୟ ବିନା ତାହା ପ୍ରାପ୍ତ ହୁଏନାହିଁ।
ਅੰਤਰਿ ਲੋਭੁ ਵਿਕਾਰੁ ਹੈ ਦੂਜੈ ਭਾਇ ਖੁਆਇ ॥ ଯାହାର ଅନ୍ତର୍ମନରେ ଲୋଭ ରୂପୀ ବିକାର ଅଛି, ସେ ଦୈତ୍ୟଭାବରେ ଧ୍ଵଂସ ହୋଇଥାଏ।
ਤਿਨ ਜੰਮਣੁ ਮਰਣੁ ਨ ਚੁਕਈ ਹਉਮੈ ਵਿਚਿ ਦੁਖੁ ਪਾਇ ॥ ତାହାର ଜନ୍ମ-ମରଣ ଚକ୍ର ସମାପ୍ତ ହୁଏନାହିଁ ଏବଂ ସେ ଅଭିମାନ ଯୋଗୁଁ ହିଁ ଦୁଃଖୀ ରହିଥାଏ।
ਜਿਨੀ ਸਤਿਗੁਰ ਸਿਉ ਚਿਤੁ ਲਾਇਆ ਸੋ ਖਾਲੀ ਕੋਈ ਨਾਹਿ ॥ ଯିଏ ନିଜ ଚିତ୍ତ ସଦଗୁରୁଙ୍କ ସହିତ ଲଗାଇ ଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଦାନରୁ ବଞ୍ଚିତ ରୁହନ୍ତି ନାହିଁ।
ਤਿਨ ਜਮ ਕੀ ਤਲਬ ਨ ਹੋਵਈ ਨਾ ਓਇ ਦੁਖ ਸਹਾਹਿ ॥ ସେମାନଙ୍କୁ ନା ଯମର ନିମନ୍ତ୍ରଣ ଆସିଥାଏ ଆଉ ନା ଦୁଃଖ ସହ୍ୟ କରିବାକୁ ପଡିଥାଏ।
ਨਾਨਕ ਗੁਰਮੁਖਿ ਉਬਰੇ ਸਚੈ ਸਬਦਿ ਸਮਾਹਿ ॥੩॥ ହେ ନାନକ! ଏପରି ଗୁରୁମୁଖୀ ସଂସାର- ସାଗରରୁ ପାର ହୋଇଯାଇଛନ୍ତି ଆଉ ସେମାନେ ଶବ୍ଦ ଦ୍ଵାରା ସତ୍ୟରେ ହିଁ ବିଲୀନ ହୋଇ ଯାଇଛନ୍ତି ||3||
ਪਉੜੀ ॥ ପଉଡୀ॥
ਆਪਿ ਅਲਿਪਤੁ ਸਦਾ ਰਹੈ ਹੋਰਿ ਧੰਧੈ ਸਭਿ ਧਾਵਹਿ ॥ ଅନ୍ୟ ସବୁ ଜୀବ ଦୁନିଆର କାର୍ଯ୍ୟରେ ଏଣେ ତେଣେ ଦୌଡିଥାନ୍ତି, ପରନ୍ତୁ ଈଶ୍ଵର ଏହି କାର୍ଯ୍ୟ ଠାରୁ ସଦା ନିର୍ଲିପ୍ତ ରହିଥାନ୍ତି।
ਆਪਿ ਨਿਹਚਲੁ ਅਚਲੁ ਹੈ ਹੋਰਿ ਆਵਹਿ ਜਾਵਹਿ ॥ ସେ ନିଶ୍ଚଳ ଏବଂ ଅଟଳ ଅଟନ୍ତି, କିନ୍ତୁ ଅନ୍ୟ ଜୀବ ଜନ୍ମ-ମରଣରେ ପଡିଥାଏ।
ਸਦਾ ਸਦਾ ਹਰਿ ਧਿਆਈਐ ਗੁਰਮੁਖਿ ਸੁਖੁ ਪਾਵਹਿ ॥ ଗୁରୁମୁଖୀ ବନି ସର୍ବଦା ଭଗବାନଙ୍କ ଧ୍ୟାନ କରିବା ଉଚିତ, ତାହାହେଲେ ହିଁ ପରମ ସୁଖ ପ୍ରାପ୍ତ ହୋଇଥାଏ।
ਨਿਜ ਘਰਿ ਵਾਸਾ ਪਾਈਐ ਸਚਿ ਸਿਫਤਿ ਸਮਾਵਹਿ ॥ ଏପରି ଜୀବ ନିଜର ସଚ୍ଚା ଘରେ ନିବାସ ପ୍ରାପ୍ତ କରିନିଏ ଆଉ ଈଶ୍ଵରଙ୍କ ସ୍ତୁତିରେ ହିଁ ଲୀନ ରହିଥାଏ।
ਸਚਾ ਗਹਿਰ ਗੰਭੀਰੁ ਹੈ ਗੁਰ ਸਬਦਿ ਬੁਝਾਈ ॥੮॥ ସେହି ସଚ୍ଚା ପରମେଶ୍ଵର ଗହନ-ଗମ୍ଭୀର ଅଟନ୍ତି ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଏହି ତଥ୍ୟର ଜ୍ଞାନ ହୋଇଥାଏ||8||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਸਚਾ ਨਾਮੁ ਧਿਆਇ ਤੂ ਸਭੋ ਵਰਤੈ ਸਚੁ ॥ ହେ ଜୀବ! ସତ୍ୟ ନାମର ଧ୍ୟାନ କର, କାରଣ ସଂପୂର୍ଣ୍ଣ ବିଶ୍ଵରେ ସତ୍ୟର ହିଁ ପ୍ରସାର ଅଛି।
ਨਾਨਕ ਹੁਕਮੈ ਜੋ ਬੁਝੈ ਸੋ ਫਲੁ ਪਾਏ ਸਚੁ ॥ ହେ ନାନକ! ଯିଏ ପରମାତ୍ମାଙ୍କ ହୁକୁମକୁ ବୁଝି ନିଏ, ତାହାକୁ ସତ୍ୟ ରୂପୀ ଫଳ ପ୍ରାପ୍ତ ହୋଇଯାଏ।
ਕਥਨੀ ਬਦਨੀ ਕਰਤਾ ਫਿਰੈ ਹੁਕਮੁ ਨ ਬੂਝੈ ਸਚੁ ॥ ଯେଉଁ ବ୍ୟକ୍ତି ମୁଖରେ କଥା କରିଥାଏ ଏବଂ ହୁକୁମକୁ ବୁଝେ ନାହିଁ, ତାହାକୁ ସତ୍ୟର ବୋଧ ହୁଏନାହିଁ।
ਨਾਨਕ ਹਰਿ ਕਾ ਭਾਣਾ ਮੰਨੇ ਸੋ ਭਗਤੁ ਹੋਇ ਵਿਣੁ ਮੰਨੇ ਕਚੁ ਨਿਕਚੁ ॥੧॥ ହେ ନାନକ! ଯିଏ ଭଗବାନଙ୍କ ଇଚ୍ଛାକୁ ମାନିଥାଏ, ସେ ହି ଭକ୍ତ ହୋଇଥାଏ ଆଉ ଈଶ୍ଵରଙ୍କ ଇଚ୍ଛାକୁ ନ ମାନିବା ବାଲା ଜୀବ ମିଥ୍ୟା ହୋଇଥାଏ ||1||
ਮਃ ੩ ॥ ମହଲା 3॥
ਮਨਮੁਖ ਬੋਲਿ ਨ ਜਾਣਨੀ ਓਨਾ ਅੰਦਰਿ ਕਾਮੁ ਕ੍ਰੋਧੁ ਅਹੰਕਾਰੁ ॥ ସ୍ଵେଚ୍ଛାଚାରୀ ଜୀବ ମଧୁର ବୋଲିବା ଜାଣେ ନାହିଁ, କାରଣ ତାହାର ମନରେ କାମ, କ୍ରୋଧ ଓ ଅହଂକାର ଭରି ରହିଥାଏ।
ਓਇ ਥਾਉ ਕੁਥਾਉ ਨ ਜਾਣਨੀ ਉਨ ਅੰਤਰਿ ਲੋਭੁ ਵਿਕਾਰੁ ॥ ତାହାର ଅନ୍ତର୍ମନରେ ଲୋଭ ରୂପୀ ବିକାର ହୋଇଥାଏ, ଯାହାଦ୍ୱାରା ସେ ଭଲ ମନ୍ଦ ଜାଣିପାରେ ନାହିଁ।
ਓਇ ਆਪਣੈ ਸੁਆਇ ਆਇ ਬਹਿ ਗਲਾ ਕਰਹਿ ਓਨਾ ਮਾਰੇ ਜਮੁ ਜੰਦਾਰੁ ॥ ସେ ନିଜ ସ୍ଵାର୍ଥ ପାଇଁ କଥା କରିଥାଏ ଆଉ ପରିଣାମ ସ୍ୱରୂପ ଯମର ଦଣ୍ଡ ଭୋଗ କରିଥାଏ।
ਅਗੈ ਦਰਗਹ ਲੇਖੈ ਮੰਗਿਐ ਮਾਰਿ ਖੁਆਰੁ ਕੀਚਹਿ ਕੂੜਿਆਰ ॥ ପରଲୋକରେ ତାହାର କର୍ମର ହିସାବ ମଗା ଯାଇଥାଏ ତଥା ମନ୍ଦ କର୍ମ କାରଣରୁ ତାହାକୁ ପିଟି ପିଟି ଧ୍ଵଂସ କରାଯାଇ ଥାଏ।
ਏਹ ਕੂੜੈ ਕੀ ਮਲੁ ਕਿਉ ਉਤਰੈ ਕੋਈ ਕਢਹੁ ਇਹੁ ਵੀਚਾਰੁ ॥ କୌଣସି ବିଚାର କରି ଏହି ନିଷ୍କର୍ଷ ବାହାର କର ଯେ ସେହି ସ୍ଵେଚ୍ଛାଚାରୀ ଜୀବର ମନରୁ ସେହି ମିଥ୍ୟା ମଇଳା କିପରି ବାହାରିବ?
ਸਤਿਗੁਰੁ ਮਿਲੈ ਤਾ ਨਾਮੁ ਦਿੜਾਏ ਸਭਿ ਕਿਲਵਿਖ ਕਟਣਹਾਰੁ ॥ ଯେତେବେଳେ ସଦଗୁରୁଙ୍କ ସହିତ ସାକ୍ଷାତ ହୋଇଥାଏ, ସେ ମନରେ ନାମ ଦୃଢ କରାଇ ଦେଇଥାନ୍ତି, ପରମାତ୍ମାଙ୍କ ନାମ ସବୁ ପାପର ନାଶ କରାଇବା ବାଲା ଅଟନ୍ତି।
ਨਾਮੁ ਜਪੇ ਨਾਮੋ ਆਰਾਧੇ ਤਿਸੁ ਜਨ ਕਉ ਕਰਹੁ ਸਭਿ ਨਮਸਕਾਰੁ ॥ ସେହି ଭକ୍ତକୁ ସମସ୍ତେ ପ୍ରଣାମ କର, ଯିଏ ନିତ୍ୟ ନାମ ଜପିଥାଏ ଆଉ ନାମର ଆରାଧନା କରିଥାଏ।
error: Content is protected !!
Scroll to Top