Guru Granth Sahib Translation Project

guru granth sahib odia page-936

Page 936

ਮੇਰੀ ਮੇਰੀ ਕਰਿ ਮੁਏ ਵਿਣੁ ਨਾਵੈ ਦੁਖੁ ਭਾਲਿ ॥ ଅନେକ ଜୀବ ଏହି ମାୟା ମୋର ଅଟେ କହି ପ୍ରଭୁ ନାମ ବିନା ଦୁଃଖ ଭୋଗ କରି ଜୀବନ ତ୍ୟାଗ ଦେଇଛନ୍ତି।
ਗੜ ਮੰਦਰ ਮਹਲਾ ਕਹਾ ਜਿਉ ਬਾਜੀ ਦੀਬਾਣੁ ॥ ବାଜିଗରର ଖେଳ ଭଳି ରାଜାର ଦୁର୍ଗ, ମନ୍ଦିର, ମହଲ ଆଉ ତାହାଙ୍କ ଦରବାର କେଉଁଠି ରହିଯାଏ?
ਨਾਨਕ ਸਚੇ ਨਾਮ ਵਿਣੁ ਝੂਠਾ ਆਵਣ ਜਾਣੁ ॥ ହେ ନାନକ! ଈଶ୍ଵରଙ୍କ ସଚ୍ଚା ନାମ ବିନା ଜୀବର ଜନ୍ମ-ମରଣ ମିଥ୍ୟା ଅଟେ।
ਆਪੇ ਚਤੁਰੁ ਸਰੂਪੁ ਹੈ ਆਪੇ ਜਾਣੁ ਸੁਜਾਣੁ ॥੪੨॥ ପରମାତ୍ମା ନିଜେ ହିଁ ଚତୁର ଏବଂ ସୁନ୍ଦର ଅଟନ୍ତି ଆଉ ନିଜେ ହିଁ ବୁଦ୍ଧିମାନ ଓ ସର୍ବଜ୍ଞାତା ଅଟନ୍ତି||42||
ਜੋ ਆਵਹਿ ਸੇ ਜਾਹਿ ਫੁਨਿ ਆਇ ਗਏ ਪਛੁਤਾਹਿ ॥ ଯିଏ ମଧ୍ୟ ଜନ୍ମ ନେଇଥାଏ, ତାହାର ମୃତ୍ୟୁ ଅଟଳ ଅଟେ ଆଉ ଜନ୍ମ-ମରଣ ଚକ୍ରରେ ପଡି ଜୀବ ପଶ୍ଚାତାପ କରିଥାଏ।
ਲਖ ਚਉਰਾਸੀਹ ਮੇਦਨੀ ਘਟੈ ਨ ਵਧੈ ਉਤਾਹਿ ॥ ଏହି ଚଉରାଅଶି ଲକ୍ଷ ଯୋନି ବାଲା ପୃଥିବୀ ତାହାର ଜନ୍ମ-ମରଣ ଦ୍ଵାରା କେବେ କମେ ନାହିଁ କି ବଢେ ନାହିଁ।
ਸੇ ਜਨ ਉਬਰੇ ਜਿਨ ਹਰਿ ਭਾਇਆ ॥ ଯାହାକୁ ଇଶ୍ଵର ଭଲ ଲାଗିଛନ୍ତି, ତାହାର ଉଦ୍ଧାର ହୋଇ ଯାଇଛି।
ਧੰਧਾ ਮੁਆ ਵਿਗੂਤੀ ਮਾਇਆ ॥ ତାହାର ଦୁନିଆର ଲାଳସା ସମାପ୍ତ ହୋଇ ଯାଇଛି ଆଉ ମାୟା ମଧ୍ୟ ତାହାକୁ ପ୍ରଭାବିତ କରିପାରେ ନାହିଁ।
ਜੋ ਦੀਸੈ ਸੋ ਚਾਲਸੀ ਕਿਸ ਕਉ ਮੀਤੁ ਕਰੇਉ ॥ ଦୁନିଆରେ ଯାହା କିଛି ନଜରରେ ଆସିଥାଏ, ତାହା ନଶ୍ଵର ଅଟେ, ପୁଣି ମୁଁ କିପରି ମିତ୍ର ବନାଇବି?
ਜੀਉ ਸਮਪਉ ਆਪਣਾ ਤਨੁ ਮਨੁ ਆਗੈ ਦੇਉ ॥ ମୁଁ ନିଜ ତାହାକୁ ସମର୍ପଣ କରିଦେବି ଆଉ ତନ-ମନ ମଧ୍ୟ ଉତ୍ସର୍ଗ କରିଦେବି।
ਅਸਥਿਰੁ ਕਰਤਾ ਤੂ ਧਣੀ ਤਿਸ ਹੀ ਕੀ ਮੈ ਓਟ ॥ ହେ ସୃଜନହାର! ଏକ ତୁ ହିଁ ସ୍ଥିର ରହିବା ବାଲା ଅଟୁ, ମୋତେ ସେହି ମାଲିକଙ୍କ ହିଁ ସାହାରା ଅଛି।
ਗੁਣ ਕੀ ਮਾਰੀ ਹਉ ਮੁਈ ਸਬਦਿ ਰਤੀ ਮਨਿ ਚੋਟ ॥੪੩॥ ଗୁଣକୁ ମାରୁଥିବା ଅହଂକାର ଭାବନା ସମାପ୍ତ ହୋଇ ଯାଇଛି, ଯେତେବେଳେ ମନ ବ୍ରହ୍ମ ଶବ୍ଦରେ ଲୀନ ହୋଇଛି, ବିକାରକୁ ବଡ ଆଘାତ ଲାଗିଛି। ||43||
ਰਾਣਾ ਰਾਉ ਨ ਕੋ ਰਹੈ ਰੰਗੁ ਨ ਤੁੰਗੁ ਫਕੀਰੁ ॥ ରାଜା, ପ୍ରଜା, ଅମୀର, ଗରିବ ଏବଂ ଫକିର କେହି ମଧ୍ୟ ସଦା ରହିବେ ନାହିଁ, କାରଣ ସବୁଙ୍କ ମୃତ୍ୟୁ ଅଟଳ ଅଟେ।
ਵਾਰੀ ਆਪੋ ਆਪਣੀ ਕੋਇ ਨ ਬੰਧੈ ਧੀਰ ॥ ନିଜ ନିଜପାଳି ଆସିବା ପରେ ସମସ୍ତେ ଜଗତରୁ ଚାଲି ଯାଆନ୍ତି ଆଉ କେହି ମଧ୍ୟ ତାହାକୁ ବାଧା ଦେଇପାରେ ନାହିଁ।
ਰਾਹੁ ਬੁਰਾ ਭੀਹਾਵਲਾ ਸਰ ਡੂਗਰ ਅਸਗਾਹ ॥ ଗଭୀର ସାଗର ଓ ଉଚ୍ଚ ପାହାଡ ବାଲା ପଥ ଭଳି ମୃତ୍ୟୁର ମାର୍ଗ ବହୁତ କଠିନ ଓ ଭୟାନକ ଅଟେ।
ਮੈ ਤਨਿ ਅਵਗਣ ਝੁਰਿ ਮੁਈ ਵਿਣੁ ਗੁਣ ਕਿਉ ਘਰਿ ਜਾਹ ॥ ମୁଁ ନିଜ ଶରୀରର ଅନେକ ଅବଗୁଣ କାରଣରୁ ଦୁଃଖୀ ରହିଛି, ପୁଣି ଗୁଣ ବିନା ନିଜ ସଚ୍ଚା ଘରକୁ କିପରି ଯିବି?
ਗੁਣੀਆ ਗੁਣ ਲੇ ਪ੍ਰਭ ਮਿਲੇ ਕਿਉ ਤਿਨ ਮਿਲਉ ਪਿਆਰਿ ॥ ଗୁଣବାନ ଜୀବ ନିଜ ଗୁଣ ସାଥିରେ ନେଇ ପ୍ରଭୁଙ୍କ ସହିତ ମିଳନ କରିଛି, ମୁଁ ତାହାଙ୍କ ସହିତ ପ୍ରେମ ପୂର୍ବକ କିପରି ମିଳି ପାରିବି?
ਤਿਨ ਹੀ ਜੈਸੀ ਥੀ ਰਹਾਂ ਜਪਿ ਜਪਿ ਰਿਦੈ ਮੁਰਾਰਿ ॥ ମୋର କାମନା ଯେ ହୃଦୟରେ ପ୍ରଭୁଙ୍କ ନାମ ଜପ କରି ମୁଁ ତାହାଙ୍କ ଭଳି ଗୁଣବାନ ବନି ରହିବି?
ਅਵਗੁਣੀ ਭਰਪੂਰ ਹੈ ਗੁਣ ਭੀ ਵਸਹਿ ਨਾਲਿ ॥ ଦୁନିଆରେ ପ୍ରତ୍ୟେକ ଜୀବ ଅବଗୁଣ ଦ୍ଵାରା ଭରି ରହିଛି, ପରନ୍ତୁ ଗୁଣ ମଧ୍ୟ ତାହା ସାଥିରେ ବାସ କରିଥାଏ।
ਵਿਣੁ ਸਤਗੁਰ ਗੁਣ ਨ ਜਾਪਨੀ ਜਿਚਰੁ ਸਬਦਿ ਨ ਕਰੇ ਬੀਚਾਰੁ ॥੪੪॥ ଯେ ପର୍ଯ୍ୟନ୍ତ ଜୀବ ଶବ୍ଦର ଚିନ୍ତନ କରେ ନାହିଁ, ସଦଗୁରୁଙ୍କ ବିନା ତାହାକୁ ଗୁଣ ହାସଲ ହୁଏନାହିଁ। ||44||
ਲਸਕਰੀਆ ਘਰ ਸੰਮਲੇ ਆਏ ਵਜਹੁ ਲਿਖਾਇ ॥ ଜୀବନର ଏହି ଖେଳରେ କିଛି ଜୀବ ନିଜ ସ୍ଥିତି ସମ୍ଭାଳି ନେଇଛନ୍ତି ଆଉ ଭାଗ୍ୟ ଲେଖାଇ ଆସିଛି।
ਕਾਰ ਕਮਾਵਹਿ ਸਿਰਿ ਧਣੀ ਲਾਹਾ ਪਲੈ ਪਾਇ ॥ ସେ ସେହି କାର୍ଯ୍ୟ କରିଥାଏ, ଯାହା ମାଲିକ ଦେଇଥାନ୍ତି ଆଉ ଏହି ପ୍ରକାର ଲାଭ ପ୍ରାପ୍ତ କରିଥାଏ।
ਲਬੁ ਲੋਭੁ ਬੁਰਿਆਈਆ ਛੋਡੇ ਮਨਹੁ ਵਿਸਾਰਿ ॥ ସେ ଲାଳସା, ଲୋଭ ଏବଂ ମନ୍ଦ କାର୍ଯ୍ୟ ଛାଡି ଦେଇଛନ୍ତି।
ਗੜਿ ਦੋਹੀ ਪਾਤਿਸਾਹ ਕੀ ਕਦੇ ਨ ਆਵੈ ਹਾਰਿ ॥ ସେ ଜଗତ ରୂପୀ ଦୁର୍ଗରେ ରହି ନିଜ ମାଲିକର ସ୍ତୁତି କରିଥାଏ ଆଉ ଜୀବନରେ କେବେ ପରାଜିତ ହୁଏନାହିଁ।
ਚਾਕਰੁ ਕਹੀਐ ਖਸਮ ਕਾ ਸਉਹੇ ਉਤਰ ਦੇਇ ॥ ଯିଏ ନିଜକୁ ନିଜ ମାଳିକାର ଚାକର କହିଥାଏ, କିନ୍ତୁ ତାହାଉ ଜବାବ ଦେଇଥାଏ, ଅର୍ଥାତ ଆଜ୍ଞା ପାଳନ କରେନାହିଁ,
ਵਜਹੁ ਗਵਾਏ ਆਪਣਾ ਤਖਤਿ ਨ ਬੈਸਹਿ ਸੇਇ ॥ ସେ ନିଜ ପରିଶ୍ରମର ଫଳ ହରାଇଥାଏ ଆଉ ଉଚ୍ଚ ପଦବୀ ପ୍ରାପ୍ତ କରିପାରେ ନାହିଁ।
ਪ੍ਰੀਤਮ ਹਥਿ ਵਡਿਆਈਆ ਜੈ ਭਾਵੈ ਤੈ ਦੇਇ ॥ ପ୍ରିୟତମ-ପ୍ରଭୁଙ୍କ ହାତରେ ସବୁ ବଡିମା ଅଛି, ଯାହାକୁ ଚାହାନ୍ତି, ତାହାକୁ ଦେଇଥାନ୍ତି।
ਆਪਿ ਕਰੇ ਕਿਸੁ ਆਖੀਐ ਅਵਰੁ ਨ ਕੋਇ ਕਰੇਇ ॥੪੫॥ ସେ ସ୍ଵୟଂ ହିଁ ସବୁକିଛି କରିଥାନ୍ତି, ଆଉ କାହାକୁ କଣ କୁହାଯାଇ ପାରିବ? ତାହାଙ୍କ ବିନା ଅନ୍ୟ କେହି କିଛି କରି ନଥାନ୍ତି||45||
ਬੀਜਉ ਸੂਝੈ ਕੋ ਨਹੀ ਬਹੈ ਦੁਲੀਚਾ ਪਾਇ ॥ ଈଶ୍ଵରଙ୍କ ବିନା କେହି ମଧ୍ୟ ଏହା ବୁଝିପାରେ ନାହିଁ ଯେ ଯିଏ ସଦା ବିଶ୍ଵର ଶାସନ କରିଥାଏ,
ਨਰਕ ਨਿਵਾਰਣੁ ਨਰਹ ਨਰੁ ਸਾਚਉ ਸਾਚੈ ਨਾਇ ॥ ସେହି ପୁରୁଷୋତ୍ତମ ପ୍ରଭୁ ହିଁ ନର୍କରୁ ନିବାରଣ କରିବା ବାଲା ଅଟନ୍ତି, ଯାହାଙ୍କ ନାମ ସର୍ବଦା ସତ୍ୟ ଅଟେ।
ਵਣੁ ਤ੍ਰਿਣੁ ਢੂਢਤ ਫਿਰਿ ਰਹੀ ਮਨ ਮਹਿ ਕਰਉ ਬੀਚਾਰੁ ॥ ମୁଁ ଜଙ୍ଗଲରେ ସନ୍ଧାନ କରିଥାଏ ଆଉ ମନରେ ତାହାଙ୍କ ହିଁ ବିଚାର କରିଥାଏ ଯେ
ਲਾਲ ਰਤਨ ਬਹੁ ਮਾਣਕੀ ਸਤਿਗੁਰ ਹਾਥਿ ਭੰਡਾਰੁ ॥ ଲାଲ, ରତ୍ନ ଏବଂ ମାଇନିକ ରୂପୀ ଗୁଣର ଭଣ୍ଡାର ସଦଗୁରୁଙ୍କ ହାତରେ ଅଛି।
ਊਤਮੁ ਹੋਵਾ ਪ੍ਰਭੁ ਮਿਲੈ ਇਕ ਮਨਿ ਏਕੈ ਭਾਇ ॥ ଯଦି ମୋତେ ପ୍ରଭୁ ମିଳିଯାନ୍ତି, ମୁଁ ଉତ୍ତମ ହୋଇଯିବି ଆଉ ଏକାଗ୍ରଚିତ୍ତ ହୋଇ ତାହାଙ୍କ ପ୍ରେମରେ ଲୀନ ରହିବି।
ਨਾਨਕ ਪ੍ਰੀਤਮ ਰਸਿ ਮਿਲੇ ਲਾਹਾ ਲੈ ਪਰਥਾਇ ॥ ହେ ନାନକ! ଯଦି ପ୍ରିୟତମଙ୍କ ନାମାମୃତ ପ୍ରାପ୍ତ ହୋଇଯାଏ, ଲାଭ ପ୍ରାପ୍ତ କରି ପରଲୋକକୁ ଚାଲି ଯିବି।
ਰਚਨਾ ਰਾਚਿ ਜਿਨਿ ਰਚੀ ਜਿਨਿ ਸਿਰਿਆ ਆਕਾਰੁ ॥ ଯେଉଁ ପରମେଶ୍ଵର ଏହି ବିଶ୍ଵ ବନାଇ ଅଛନ୍ତି, ଯିଏ ସାରା ରଚନା କରି ଜୀବକୁ ଉତ୍ପନ୍ନ କରିଛନ୍ତି,
ਗੁਰਮੁਖਿ ਬੇਅੰਤੁ ਧਿਆਈਐ ਅੰਤੁ ਨ ਪਾਰਾਵਾਰੁ ॥੪੬॥ ତାହାଙ୍କ ନା କୌଣସି ଅନ୍ତ ଅଛି ନା କିଛି ସୀମା ଅଛି, ସେହି ଅନନ୍ତ ପରମାତ୍ମାଙ୍କ ଧ୍ୟାନ ଗୁରୁଙ୍କ ଦ୍ଵାରା କରିବା ଉଚିତ||46||
ੜਾੜੈ ਰੂੜਾ ਹਰਿ ਜੀਉ ਸੋਈ ॥ ଡ- ସେହି ପ୍ରଭୁ ଅତ୍ୟନ୍ତ ସୁନ୍ଦର ଅଟନ୍ତି ଆଉ
ਤਿਸੁ ਬਿਨੁ ਰਾਜਾ ਅਵਰੁ ਨ ਕੋਈ ॥ ତାହାଙ୍କ ବିନା ଆଉ କେହି ଦୁନିଆର ରାଜା ନାହାନ୍ତି।
ੜਾੜੈ ਗਾਰੁੜੁ ਤੁਮ ਸੁਣਹੁ ਹਰਿ ਵਸੈ ਮਨ ਮਾਹਿ ॥ ଡ଼- ତୁମେ ଗୁରୁମନ୍ତ୍ର ଶୁଣ, ହରି ମନରେ ବାସ କରିଥାନ୍ତି।
ਗੁਰ ਪਰਸਾਦੀ ਹਰਿ ਪਾਈਐ ਮਤੁ ਕੋ ਭਰਮਿ ਭੁਲਾਹਿ ॥ ଗୁରୁଙ୍କ କୃପାରୁ ହିଁ ପରମାତ୍ମା ପ୍ରାପ୍ତ ହୋଇଥାନ୍ତି, ଏଥିପାଇଁ କୌଣସି ଭ୍ରମରେ ପଥଭ୍ରଷ୍ଟ ହୁଅନାହିଁ।
ਸੋ ਸਾਹੁ ਸਾਚਾ ਜਿਸੁ ਹਰਿ ਧਨੁ ਰਾਸਿ ॥ ସେ ହିଁ ସଚ୍ଚା ସାହୁକାର ଅଟନ୍ତି, ଯାହା ପାଖରେ ହରି-ଧନ ରୂପୀ ପୁଞ୍ଜି ଅଛି।
ਗੁਰਮੁਖਿ ਪੂਰਾ ਤਿਸੁ ਸਾਬਾਸਿ ॥ ସେ ହିଁ ପୂର୍ଣ୍ଣ ଗୁରୁମୁଖୀ ଅଟନ୍ତି, ସେ ପ୍ରଶଂସା ଯୋଗ୍ୟ ଅଟେ।
ਰੂੜੀ ਬਾਣੀ ਹਰਿ ਪਾਇਆ ਗੁਰ ਸਬਦੀ ਬੀਚਾਰਿ ॥ ଶବ୍ଦ ଦ୍ଵାରା ବିଚାର କରିବା ଦ୍ଵାରା ଓ ସୁନ୍ଦର ବାଣୀ ଦ୍ଵାରା ଈଶ୍ଵରଙ୍କୁ ପ୍ରାପ୍ତ କରାଯାଇ ପାରେ।
error: Content is protected !!
Scroll to Top