Guru Granth Sahib Translation Project

guru granth sahib odia page-933

Page 933

ਜਾਪੈ ਆਪਿ ਪ੍ਰਭੂ ਤਿਹੁ ਲੋਇ ॥ ତିନିଲୋକରେ ପ୍ରଭୁ ହିଁ ବ୍ୟାପକ ରହିଥାନ୍ତି।
ਜੁਗਿ ਜੁਗਿ ਦਾਤਾ ਅਵਰੁ ਨ ਕੋਇ ॥ ଯୁଗ-ଯୁଗାନ୍ତରରୁ କେବଳ ସେ ହିଁ ଦାତା ଅଟନ୍ତି ଆଉ ତାହାଙ୍କ ଅତିରିକ୍ତ ଆଉ କେହି ନାହାନ୍ତି।
ਜਿਉ ਭਾਵੈ ਤਿਉ ਰਾਖਹਿ ਰਾਖੁ ॥ ହେ ଜଗତର ରଖୁଆଳ! ତୋତେ ଯେପରି ମଞ୍ଜୁର ହୋଇଥାଏ, ସେପରି ହିଁ ତୁ ଜୀବକୁ ରଖୁ।
ਜਸੁ ਜਾਚਉ ਦੇਵੈ ਪਤਿ ਸਾਖੁ ॥ ମୁଁ ତୋ’ ଠାରୁ ହିଁ ଯଶ ମାଗିଥାଏ, ତୁ ମୋତେ ମାନ-ସମ୍ମାନ ପ୍ରଦାନ କରିଥାଉ।
ਜਾਗਤੁ ਜਾਗਿ ਰਹਾ ਤੁਧੁ ਭਾਵਾ ॥ ଯଦି ତୋତେ ଉପଯୁକ୍ତ ଲାଗିଥାଏ, ମୁଁ ସର୍ବଦା ମୋହ-ମାୟା ଠାରୁ ଜାଗ୍ରତ ରହିଥାଏ।
ਜਾ ਤੂ ਮੇਲਹਿ ਤਾ ਤੁਝੈ ਸਮਾਵਾ ॥ ଯଦି ତୁ ନିଜ ସାଥିରେ ମିଳନ କରାଉ, ମୁଁ ତୋ’ ଠାରେ ବିଲୀନ ହୋଇଯାଏ।
ਜੈ ਜੈ ਕਾਰੁ ਜਪਉ ਜਗਦੀਸ ॥ ହେ ଜଗଦୀଶ! ମୁଁ ତୋର ହିଁ ଜୟ-ଜୟକାର କରିଥାଏ ଆଉ ତୋର ହିଁ ନାମ ଜପ କରିଥାଏ।
ਗੁਰਮਤਿ ਮਿਲੀਐ ਬੀਸ ਇਕੀਸ ॥੨੫॥ ଗୁରୁ ଉପଦେଶ ଅନୁସାରେ ସଂପୂର୍ଣ୍ଣ ଭାବରେ ଜଗଦୀଶ୍ଵରଙ୍କ ସହିତ ମିଳନ ହୋଇଯାଏ||25||
ਝਖਿ ਬੋਲਣੁ ਕਿਆ ਜਗ ਸਿਉ ਵਾਦੁ ॥ ଜଗତରେ ବାଦ-ବିବାଦ କରିବାରେ କଣ ଅଭିପ୍ରାୟ ଥାଏ? ଏହା ବ୍ୟର୍ଥ ହିଁ ହୋଇଥାଏ।
ਝੂਰਿ ਮਰੈ ਦੇਖੈ ਪਰਮਾਦੁ ॥ ଯେତେବେଳେ ଲୋକମାନେ ସେହି ମନୁଷ୍ୟର ଉନ୍ମାଦନା ଦେଖିଥାନ୍ତି, ସେ ଲଜ୍ଜାରେ ମରି ଯାଇଥାଏ।
ਜਨਮਿ ਮੂਏ ਨਹੀ ਜੀਵਣ ਆਸਾ ॥ ସେ ଜନ୍ମ-ମରଣରେ ପଡି ରହିଥାଏ, ପରନ୍ତୁ ବାସ୍ତବିକ ଜୀବନର ଆଶା ରଖନ୍ତି ନାହିଁ,
ਆਇ ਚਲੇ ਭਏ ਆਸ ਨਿਰਾਸਾ ॥ ସେ ଜନ୍ମ ନେଇ ଜଗତକୁ ଆସିଥାଏ ଆଉ ନିରାଶ ହୋଇ ଚାଲିଯାଏ।
ਝੁਰਿ ਝੁਰਿ ਝਖਿ ਮਾਟੀ ਰਲਿ ਜਾਇ ॥ ଏହାପରେ ସେ କଷ୍ଟ ପାଇ ମାଟିରେ ମିଶିଯାଏ।
ਕਾਲੁ ਨ ਚਾਂਪੈ ਹਰਿ ਗੁਣ ਗਾਇ ॥ ଯିଏ ଭଗବାନଙ୍କ ଗୁଣଗାନ କରିଥାଏ, କାଳ ମଧ୍ୟ ତାହାକୁ ଗ୍ରାସ କରିପାରେ ନାହିଁ।
ਪਾਈ ਨਵ ਨਿਧਿ ਹਰਿ ਕੈ ਨਾਇ ॥ ହରିନାମ ଦ୍ଵାରା ହିଁ ନବନିଧି ପ୍ରାପ୍ତ ହୋଇଥାଏ ଆଉ
ਆਪੇ ਦੇਵੈ ਸਹਜਿ ਸੁਭਾਇ ॥੨੬॥ ଏହି ନବନିଧି ସେ ସ୍ଵୟଂ ହିଁ ସ୍ଵାଭାବିକ ସ୍ଵଭାବରେ ନିଜ ଭକ୍ତକୁ ଦେଇଥାନ୍ତି||26||
ਞਿਆਨੋ ਬੋਲੈ ਆਪੇ ਬੂਝੈ ॥ ପରମାତ୍ମା ସ୍ଵୟଂ ହିଁ ଗୁରୁଙ୍କ ରୂପରେ ଜ୍ଞାନର ଉପଦେଶ ଦେଇଥାନ୍ତି ଆଉ ସ୍ଵୟଂ ହିଁ ଶିଷ୍ୟ ରୂପରେ ଏହି ଜ୍ଞାନ ବୁଝିଥାନ୍ତି।
ਆਪੇ ਸਮਝੈ ਆਪੇ ਸੂਝੈ ॥ ସେ ସ୍ଵୟଂ ହିଁ ଜ୍ଞାନ ବୁଝିଥାନ୍ତି।
ਗੁਰ ਕਾ ਕਹਿਆ ਅੰਕਿ ਸਮਾਵੈ ॥ ଯିଏ ଗୁରୁଙ୍କ ଉପଦେଶକୁ ହୃଦୟରେ ସ୍ଥାପନ କରିଥାଏ,
ਨਿਰਮਲ ਸੂਚੇ ਸਾਚੋ ਭਾਵੈ ॥ ସେ ନିର୍ମଳ ଓ ଶୁଦ୍ଧ ହୋଇଯାଏ ଆଉ ସେ ହିଁ ପରମେଶ୍ଵରଙ୍କୁ ପ୍ରିୟ ଲାଗିଥାଏ।
ਗੁਰੁ ਸਾਗਰੁ ਰਤਨੀ ਨਹੀ ਤੋਟ ॥ ଗୁରୁ ଗୁଣର ସାଗର ଅଟନ୍ତି ଆଉ ସେଥିରେ ଗୁଣ ରୂପୀ ରତ୍ନର କୌଣସି ଅଭାବ ରହେ ନାହିଁ।
ਲਾਲ ਪਦਾਰਥ ਸਾਚੁ ਅਖੋਟ ॥ ସେଥିରେ ସତ୍ୟ ରୂପ ଲାଲ ପଦାର୍ଥ ଅସୁମାରି ଅଟେ।
ਗੁਰਿ ਕਹਿਆ ਸਾ ਕਾਰ ਕਮਾਵਹੁ ॥ ସେହି କାର୍ଯ୍ୟ କର, ଯାହା ଗୁରୁ କରିବା ପାଇଁ କହିଥାନ୍ତି।
ਗੁਰ ਕੀ ਕਰਣੀ ਕਾਹੇ ਧਾਵਹੁ ॥ ଗୁରୁଙ୍କ ମାର୍ଗରୁ ଅନ୍ୟ ଆଡକୁ କାହିଁକି ଯାଉଛ?
ਨਾਨਕ ਗੁਰਮਤਿ ਸਾਚਿ ਸਮਾਵਹੁ ॥੨੭॥ ହେ ନାନକ! ଗୁରୁ ମତାନୁସାରେ ନାମ ଜପ କରି ସତ୍ୟରେ ବିଲୀନ ହୋଇଯାଅ||27||
ਟੂਟੈ ਨੇਹੁ ਕਿ ਬੋਲਹਿ ਸਹੀ ॥ ଯଦି ଦୁହେଁ ସଚ୍ଚା ଭାବି ଯୁକ୍ତି କରିଥାନ୍ତି, ପ୍ରେମ ଭାଙ୍ଗି ଯାଇଥାଏ।
ਟੂਟੈ ਬਾਹ ਦੁਹੂ ਦਿਸ ਗਹੀ ॥ ଯେତେବେଳେ ଦୁଇପଟୁ ଟାଣିଲେ ଭାଙ୍ଗି ଯାଇଥାଏ,
ਟੂਟਿ ਪਰੀਤਿ ਗਈ ਬੁਰ ਬੋਲਿ ॥ ସେପରି ହିଁ ମନ୍ଦ କଥା କହିଲେ ପ୍ରୀତି ଭାଙ୍ଗି ଯାଇଥାଏ।
ਦੁਰਮਤਿ ਪਰਹਰਿ ਛਾਡੀ ਢੋਲਿ ॥ ଦୁର୍ମତି ବାଲୀ ପତ୍ନୀକୁ ତାହାର ପତି ତ୍ୟାଗ କରିଥାଏ।
ਟੂਟੈ ਗੰਠਿ ਪੜੈ ਵੀਚਾਰਿ ॥ ଯଦି ଭୁଲ ଉପରେ ବିଚାର କରାଯାଏ, ଭାଙ୍ଗି ଯାଇଥିବା ପ୍ରୀତି ପୁନଃ ଯୋଡି ହୋଇଥାଏ।
ਗੁਰ ਸਬਦੀ ਘਰਿ ਕਾਰਜੁ ਸਾਰਿ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ।
ਲਾਹਾ ਸਾਚੁ ਨ ਆਵੈ ਤੋਟਾ ॥ ଯାହାକୁ ସତ୍ୟର ନାମ ପ୍ରାପ୍ତ ହୋଇଯାଏ, ତାହାକୁ କିଛି ଅଭାବ ରହେ ନାହିଁ।
ਤ੍ਰਿਭਵਣ ਠਾਕੁਰੁ ਪ੍ਰੀਤਮੁ ਮੋਟਾ ॥੨੮॥ ତିନିଲୋକର ସ୍ଵାମୀ ପରମାତ୍ମା ହିଁ ଜୀବର ଘନିଷ୍ଠ ମିତ୍ର ବନିଥାଏ||28||
ਠਾਕਹੁ ਮਨੂਆ ਰਾਖਹੁ ਠਾਇ ॥ ନିଜ ମନକୁ ନିୟନ୍ତ୍ରଣ କର ଓ ପଥଭ୍ରଷ୍ଟ କରାଅ ନାହିଁ।
ਠਹਕਿ ਮੁਈ ਅਵਗੁਣਿ ਪਛੁਤਾਇ ॥ ଦୁନିଆ ବ୍ୟର୍ଥରେ ଝଗଡା କରି ନାଶ ହୋଇଥାଏ, କିନ୍ତୁ ସେ ନିଜ ଅବଗୁଣ କାରଣରୁ ପରେ ପଶ୍ଚାତାପ କରିଥାଏ।
ਠਾਕੁਰੁ ਏਕੁ ਸਬਾਈ ਨਾਰਿ ॥ ଜଗତର ମାଲିକ ଏକ ପ୍ରଭୁ ହିଁ ଅଟନ୍ତି, ଅନ୍ୟ ସବୁ ଜୀବ-ସ୍ତ୍ରୀ ତାହାଙ୍କ ପତ୍ନୀ ଅଟନ୍ତି।
ਬਹੁਤੇ ਵੇਸ ਕਰੇ ਕੂੜਿਆਰਿ ॥ ମିଥ୍ୟା ଜୀବ-ସ୍ତ୍ରୀ ଅନେକ ପ୍ରବଞ୍ଚନା କରିଥାଏ।
ਪਰ ਘਰਿ ਜਾਤੀ ਠਾਕਿ ਰਹਾਈ ॥ ପ୍ରଭୁ ପରଘରକୁ ଯିବା ବାଲା ଜୀବ-ସ୍ତ୍ରୀକୁ ବାଧା ଦେଇଛନ୍ତି ଆଉ ତାହାକୁ ନିଜ ଆତ୍ମସ୍ଵରୂପକୁ ବୋଲାଇଛନ୍ତି।
ਮਹਲਿ ਬੁਲਾਈ ਠਾਕ ਨ ਪਾਈ ॥ ସେହି ଜୀବ-ସ୍ତ୍ରୀକୁ ନିଜ ପତି-ପ୍ରଭୁଙ୍କ ଘରକୁ ଯିବା ପାଇଁ କେହି ବାଧା ଉତ୍ପନ୍ନ କରି ନାହାନ୍ତି।
ਸਬਦਿ ਸਵਾਰੀ ਸਾਚਿ ਪਿਆਰੀ ॥ ସେ ଶବ୍ଦ ଦ୍ଵାରା ସ୍ଵୟଂକୁ ସଫଳ କରିନିଏ ଆଉ ସେ ପ୍ରଭୁଙ୍କ ପ୍ରିୟ ବନିଥାଏ।
ਸਾਈ ਸੋੁਹਾਗਣਿ ਠਾਕੁਰਿ ਧਾਰੀ ॥੨੯॥ ସେହି ଜୀବ-ସ୍ତ୍ରୀ ସୁହାଗିନୀ ଅଟେ, ଯାହାକୁ ଠାକୁର ଗ୍ରହଣ କରିଥାନ୍ତି||29||
ਡੋਲਤ ਡੋਲਤ ਹੇ ਸਖੀ ਫਾਟੇ ਚੀਰ ਸੀਗਾਰ ॥ ହେ ସଖୀ! ବୁଲି ବୁଲି ମୋର ସାରା ଶୃଙ୍ଗାର ଓ ବସ୍ତ୍ର ଫାଟି ଯାଇଛି।
ਡਾਹਪਣਿ ਤਨਿ ਸੁਖੁ ਨਹੀ ਬਿਨੁ ਡਰ ਬਿਣਠੀ ਡਾਰ ॥ ତୃଷ୍ଣାଗ୍ନି କାରଣରୁ ଶରୀରରେ ସୁଖ ଉପଲବ୍ଧ ହୋଇନାହିଁ ଆଉ ପରମାତ୍ମାଙ୍କ ଭୟ ବିନା ସବୁକିଛି ନାଶ ହୋଇଯାଏ।
ਡਰਪਿ ਮੁਈ ਘਰਿ ਆਪਣੈ ਡੀਠੀ ਕੰਤਿ ਸੁਜਾਣਿ ॥ ପ୍ରଭୁ-ଭୟ ଦ୍ଵାରା ହିଁ ହୃଦୟ-ଘରେ ମୃତ ଥିଲି, ପରନ୍ତୁ ଚତୁର ପତି-ପ୍ରଭୁ ମୋ' ଉପରେ କରୁଣା ଦୃଷ୍ଟି କରିଛନ୍ତି।
ਡਰੁ ਰਾਖਿਆ ਗੁਰਿ ਆਪਣੈ ਨਿਰਭਉ ਨਾਮੁ ਵਖਾਣਿ ॥ ମୋର ଗୁରୁ ପ୍ରଭୁ-ଭୟ ମୋର ହୃଦୟରେ ସ୍ଥିତ କରି ଦେଇଛନ୍ତି ଆଉ ମୁଁ ନିର୍ଭୀକ ପ୍ରଭୁଙ୍କ ନାମ ଜପିଥାଏ।
ਡੂਗਰਿ ਵਾਸੁ ਤਿਖਾ ਘਣੀ ਜਬ ਦੇਖਾ ਨਹੀ ਦੂਰਿ ॥ ମୋର ନିବାସ ସଂସାର ରୂପୀ ପାହାଡ ଉପରେ ଅଛି, କିନ୍ତୁ ମୋତେ ନାମାମୃତର ବହୁତ ତୃଷ୍ଣା ଲାଗିଛି, ବର୍ତ୍ତମାନ ଯେତେବେଳେ ଦେଖିଥାଏ, ମୋର ପ୍ରଭୁ ଦୂର ଲାଗନ୍ତି ନାହିଁ।
ਤਿਖਾ ਨਿਵਾਰੀ ਸਬਦੁ ਮੰਨਿ ਅੰਮ੍ਰਿਤੁ ਪੀਆ ਭਰਪੂਰਿ ॥ ମୁଁ ମନରେ ନାମ-ସ୍ମରଣ କରି ନିଜ ତୃଷ୍ଣା ମେଣ୍ଟାଇଛି ଆଉ ନାମାମୃତ ପାନ କରିଛି।
ਦੇਹਿ ਦੇਹਿ ਆਖੈ ਸਭੁ ਕੋਈ ਜੈ ਭਾਵੈ ਤੈ ਦੇਇ ॥ ପ୍ରତ୍ୟେକ ଜୀବ ପରମାତ୍ମାଙ୍କ ଠାରୁ ନାମ ଦାନର କାମନା କରିଥାନ୍ତି, କିନ୍ତୁ ଯଦି ତାହାଙ୍କୁ ମଞ୍ଜୁର ହୋଇଥାଏ, ସେ ଦେଇଥାନ୍ତି।
ਗੁਰੂ ਦੁਆਰੈ ਦੇਵਸੀ ਤਿਖਾ ਨਿਵਾਰੈ ਸੋਇ ॥੩੦॥ ସେ ପ୍ରତ୍ୟେକ ଜୀବକୁ ଗୁରୁ ଦ୍ଵାରା ହିଁ ନାମ ଦେଇଥାନ୍ତି ଆଉ ତାହାର ତୃଷ୍ଣା ମେଣ୍ଟାଇ ଦେଇଥାନ୍ତି||30||
ਢੰਢੋਲਤ ਢੂਢਤ ਹਉ ਫਿਰੀ ਢਹਿ ਢਹਿ ਪਵਨਿ ਕਰਾਰਿ ॥ ମୁଁ ପରମାତ୍ମାଙ୍କ ସନ୍ଧାନ କରି କରି ଜାଣିଛି ଯେ ଅନେକ ଲୋକ ସଂସାର ତଟରେ ପଡି ଯାଇଛନ୍ତି।
ਭਾਰੇ ਢਹਤੇ ਢਹਿ ਪਏ ਹਉਲੇ ਨਿਕਸੇ ਪਾਰਿ ॥ ପାପର ଭାରରେ ଥିବା ଲୋକ ସଂସାର-ସାଗରରେ ପଡି ଯାଇଥାଏ, କିନ୍ତୁ ପାପ ଭାରରୁ ମୁକ୍ତ ଜୀବ ପାର ହୋଇଯାଏ।
ਅਮਰ ਅਜਾਚੀ ਹਰਿ ਮਿਲੇ ਤਿਨ ਕੈ ਹਉ ਬਲਿ ਜਾਉ ॥ ଯାହାକୁ ଅମର ପରମାତ୍ମା ମିଳି ଯାଇଛନ୍ତି, ମୁଁ ତାହାଙ୍କ ପ୍ରତି ସମର୍ପିତ ଯାଇଥାଏ।
ਤਿਨ ਕੀ ਧੂੜਿ ਅਘੁਲੀਐ ਸੰਗਤਿ ਮੇਲਿ ਮਿਲਾਉ ॥ ମୁଁ ସେହି ଭକ୍ତଜନଙ୍କୁ ଚରଣ-ଧୂଳିରେ ସ୍ନାନ କରିଥାଏ, ମୋତେ ତାହାଙ୍କ ସଙ୍ଗତିରେ ମିଳନ କରାଅ।
ਮਨੁ ਦੀਆ ਗੁਰਿ ਆਪਣੈ ਪਾਇਆ ਨਿਰਮਲ ਨਾਉ ॥ ମୁଁ ନିଜ ମନ ଗୁରୁଙ୍କୁ ସମର୍ପଣ କରି ନିର୍ମଳ ନାମ ପ୍ରାପ୍ତ କରିଛି।
error: Content is protected !!
Scroll to Top