Guru Granth Sahib Translation Project

guru granth sahib odia page-932

Page 932

ਤਾ ਮਿਲੀਐ ਜਾ ਲਏ ਮਿਲਾਇ ॥ ପ୍ରଭୁଙ୍କ ସହିତ ସେତେବେଳେ ମିଳନ ହୋଇଥାଏ, ଯେତେବେଳେ ସେ ସ୍ଵୟଂ ଜୀବକୁ ବିଲୀନ କରିନିଅନ୍ତି।
ਗੁਣਵੰਤੀ ਗੁਣ ਸਾਰੇ ਨੀਤ ॥ ଗୁଣବାନ ଜୀବ-ସ୍ତ୍ରୀ ନିତ୍ୟ ପରମାତ୍ମାଙ୍କ ଗୁଣର ଚିନ୍ତନ କରିଥାଏ।
ਨਾਨਕ ਗੁਰਮਤਿ ਮਿਲੀਐ ਮੀਤ ॥੧੭॥ ହେ ନାନକ! ମିତ୍ର-ପ୍ରଭୁ ଗୁରୁଙ୍କ ଉପଦେଶ ଅନୁସାରେ ହିଁ ମିଳିଥାନ୍ତି||17||
ਕਾਮੁ ਕ੍ਰੋਧੁ ਕਾਇਆ ਕਉ ਗਾਲੈ ॥ କାମ-କ୍ରୋଧ ଶରୀରକୁ ଏପରି ଧକ୍କା ଦେଇଥାନ୍ତି,
ਜਿਉ ਕੰਚਨ ਸੋਹਾਗਾ ਢਾਲੈ ॥ ଯେପରି ବୋରାକ୍ସ ଗୁଣ୍ଡ ସୁନାକୁ କୋମଳ କରିଦିଏ।
ਕਸਿ ਕਸਵਟੀ ਸਹੈ ਸੁ ਤਾਉ ॥ ପ୍ରଥମରେ କଷଟି ପଥରରେ ସୁନାକୁ ରଗଡା ଯାଇଥାଏ ଆଉ ଅଗ୍ନିର ତାପ ସହ୍ୟ କରିଥାଏ।
ਨਦਰਿ ਸਰਾਫ ਵੰਨੀ ਸਚੜਾਉ ॥ ଯେତେବେଳେ ସ୍ଵର୍ଣ୍ଣ ସୁନ୍ଦର ବନିଯାଏ, ତାହା ସୁନାରୀ ଦ୍ଵାରା ସ୍ଵୀକୃତ ହୋଇଥାଏ।
ਜਗਤੁ ਪਸੂ ਅਹੰ ਕਾਲੁ ਕਸਾਈ ॥ ଏହି ଜଗତ ପଶୁ ହିଁ ଅଟେ ଆଉ ଅଭିମାନ ରୂପୀ କାଳ କଂସେଇ ଅଟେ।
ਕਰਿ ਕਰਤੈ ਕਰਣੀ ਕਰਿ ਪਾਈ ॥ ପରମାତ୍ମା ଜୀବକୁ ଜାତ କରି କର୍ମାନୁସାରେ ତାହାର ଭାଗ୍ୟ ଲେଖି ଦେଇଛନ୍ତି ଅର୍ଥାତ ଯିଏ ଯେପରି କରିଥାଏ, ସେପରି ହିଁ ଫଳ ପ୍ରାପ୍ତ କରିଥାଏ।
ਜਿਨਿ ਕੀਤੀ ਤਿਨਿ ਕੀਮਤਿ ਪਾਈ ॥ ଯିଏ ଜଗତ ରଚନା କରିଛନ୍ତି, ସେ ହିଁ ତାହାର ମୂଲ୍ୟ ଜାଣିଛନ୍ତି।
ਹੋਰ ਕਿਆ ਕਹੀਐ ਕਿਛੁ ਕਹਣੁ ਨ ਜਾਈ ॥੧੮॥ ଆଉ କଣ କୁହାଯାଇ ପାରିବ? କିଛି ମଧ୍ୟ କୁହାଯାଇ ପାରିବ ନାହିଁ||18||
ਖੋਜਤ ਖੋਜਤ ਅੰਮ੍ਰਿਤੁ ਪੀਆ ॥ ଯିଏ ଖୋଜି ଖୋଜି ନାମାମୃତ ପାନ କରିଛି,
ਖਿਮਾ ਗਹੀ ਮਨੁ ਸਤਗੁਰਿ ਦੀਆ ॥ ସେ କ୍ଷମା-ଭାବନା ଗ୍ରହଣ କରି ମନ ସଦଗୁରୁଙ୍କୁ ଅର୍ପଣ କରି ଦେଇଥାଏ।
ਖਰਾ ਖਰਾ ਆਖੈ ਸਭੁ ਕੋਇ ॥ ବର୍ତ୍ତମାନ ସମସ୍ତେ ତାହାଙ୍କୁ ଶ୍ରେଷ୍ଠ ବା ଭଲ କହିଥାନ୍ତି,
ਖਰਾ ਰਤਨੁ ਜੁਗ ਚਾਰੇ ਹੋਇ ॥ ଚାରିଯୁଗରେ ସେ ହିଁ ଶୁଦ୍ଧ ରତ୍ନ ହୋଇଥାଏ।
ਖਾਤ ਪੀਅੰਤ ਮੂਏ ਨਹੀ ਜਾਨਿਆ ॥ ଯିଏ ଈଶ୍ଵରଙ୍କୁ ବୁଝି ନାହିଁ, ସେ ଖାଇବା-ପିଇବାରେ ହିଁ ପ୍ରାଣ ତ୍ୟାଗ କରିଥାଏ।
ਖਿਨ ਮਹਿ ਮੂਏ ਜਾ ਸਬਦੁ ਪਛਾਨਿਆ ॥ ଯିଏ ଶବ୍ଦର ରହସ୍ୟକୁ ଜାଣିଥାଏ, ସେ ଅହଂ ତ୍ୟାଗ କରିଥାଏ।
ਅਸਥਿਰੁ ਚੀਤੁ ਮਰਨਿ ਮਨੁ ਮਾਨਿਆ ॥ ଯାହାର ଚିତ୍ତ ସ୍ଥିର ହୋଇଯାଏ, ଯାହାର ମନ ମୃତ୍ୟୁ ପାଇଁ ସହମତ ହୋଇଯାଏ,
ਗੁਰ ਕਿਰਪਾ ਤੇ ਨਾਮੁ ਪਛਾਨਿਆ ॥੧੯॥ ଗୁରୁଙ୍କ କୃପାରୁ ତାହାକୁ ହିଁ ନାମର ଅନୁଭବ ହୋଇଥାଏ||19||
ਗਗਨ ਗੰਭੀਰੁ ਗਗਨੰਤਰਿ ਵਾਸੁ ॥ ଗଗନ ଭଳି ସର୍ବବ୍ୟାପକ ଗହନ ଗମ୍ଭୀର ପରମାତ୍ମାଙ୍କ ନିବାସ ଗଗନ ରୂପୀ ହୃଦୟରେ ହୋଇଥାଏ।
ਗੁਣ ਗਾਵੈ ਸੁਖ ਸਹਜਿ ਨਿਵਾਸੁ ॥ ଯିଏ ତାହାଙ୍କ ଗୁଣଗାନ କରିଥାଏ, ସେ ସ୍ଵାଭାବିକ ସୁଖ ଭୋଗ କରିଥାଏ।
ਗਇਆ ਨ ਆਵੈ ਆਇ ਨ ਜਾਇ ॥ ਗੁਰ ਪਰਸਾਦਿ ਰਹੈ ਲਿਵ ਲਾਇ ॥ ଏପରି ଜୀବ ଜନ୍ମ-ମରଣ ଚକ୍ରରୁ ମୁକ୍ତ ହୋଇଯାଏ। ଗୁରୁଙ୍କ କୃପାରୁ ତାହାର ଲଗ୍ନ ପରମେଶ୍ଵରଙ୍କ ଠାରେ ଲାଗି ଯାଇଥାଏ।
ਗਗਨੁ ਅਗੰਮੁ ਅਨਾਥੁ ਅਜੋਨੀ ॥ ସର୍ବବ୍ୟାପକ ଈଶ୍ଵର ଅଗମ୍ୟ ଅଟନ୍ତି, ସେ ଜନ୍ମ-ମରଣ ଚକ୍ରରୁ ଉର୍ଦ୍ଧ୍ଵରେ ଥାଆନ୍ତି, ସବୁଙ୍କ ମାଲିକ ଅଟନ୍ତି।
ਅਸਥਿਰੁ ਚੀਤੁ ਸਮਾਧਿ ਸਗੋਨੀ ॥ ତାହାଙ୍କ ଠାରେ ଧ୍ୟାନ ଲଗାଇବା ଉପଯୋଗୀ ଅଟେ, ଯାହାଦ୍ୱାରା ମନ ସ୍ଥିର ହୋଇଯାଏ।
ਹਰਿ ਨਾਮੁ ਚੇਤਿ ਫਿਰਿ ਪਵਹਿ ਨ ਜੂਨੀ ॥ ହରି-ନାମ ସ୍ମରଣ କରିବା ଦ୍ଵାରା ମନୁଷ୍ୟ ପୁନଃ ଯୋନିରେ ପଡେ ନାହିଁ।
ਗੁਰਮਤਿ ਸਾਰੁ ਹੋਰ ਨਾਮ ਬਿਹੂਨੀ ॥੨੦॥ ଗୁରୁମତ ହିଁ ସବୁଠାରୁ ଉର୍ଦ୍ଧ୍ଵରେ ଥାଏ, ଆଉ ସବୁକିଛି ନାମବିହୀନ ଅଟେ||20||
ਘਰ ਦਰ ਫਿਰਿ ਥਾਕੀ ਬਹੁਤੇਰੇ ॥ ଏଠାରେ ଆତ୍ମା ଦ୍ଵାରା ସମ୍ବୋଧନ କରାଯାଏ ଯେ ମୁଁ ଅନେକ ଘର-ଦ୍ଵାର ବୁଲି ପଥଭ୍ରଷ୍ଟ ରହି ଥକି ଯାଇଛି।
ਜਾਤਿ ਅਸੰਖ ਅੰਤ ਨਹੀ ਮੇਰੇ ॥ ମୋର ଜନ୍ମର କୌଣସି ଅନ୍ତ ନାହିଁ, ଅସଂଖ୍ୟ ଯୋନିରେ ଆସିଥାଏ।
ਕੇਤੇ ਮਾਤ ਪਿਤਾ ਸੁਤ ਧੀਆ ॥ ପୂର୍ବ ଜନ୍ମରେ ମୋର ଅସଂଖ୍ୟ ମାତା-ପିତା, ପୁତ୍ର-ପୁତ୍ରୀ ଥିଲେ।
ਕੇਤੇ ਗੁਰ ਚੇਲੇ ਫੁਨਿ ਹੂਆ ॥ ମୋର ଅସଂଖ୍ୟ ଗୁରୁ ଓ ଅସଂଖ୍ୟ ଚେଲା ହୋଇଥିଲେ,
ਕਾਚੇ ਗੁਰ ਤੇ ਮੁਕਤਿ ਨ ਹੂਆ ॥ କିନ୍ତୁ କଚ୍ଚା ଗୁରୁଙ୍କ କାରଣରୁ ମୋର ମୁକ୍ତି ହୋଇନାହିଁ।
ਕੇਤੀ ਨਾਰਿ ਵਰੁ ਏਕੁ ਸਮਾਲਿ ॥ ଏହି କଥା ସର୍ବଦା ମନେ ରଖ ଯେ ଜୀବ ରୂପୀ ନାରୀ ଅନେକ ଅଛନ୍ତି, ପରନ୍ତୁ ସେହି ସବୁଙ୍କ ମାଲିକ ପରମାତ୍ମା ହିଁ ଅଟନ୍ତି।
ਗੁਰਮੁਖਿ ਮਰਣੁ ਜੀਵਣੁ ਪ੍ਰਭ ਨਾਲਿ ॥ ଗୁରୁମୁଖୀ ଜୀବ-ସ୍ତ୍ରୀର ଜୀବନ-ମରଣ ପ୍ରଭୁଙ୍କ ଇଚ୍ଛାରେ ହିଁ ହୋଇଥାଏ।
ਦਹ ਦਿਸ ਢੂਢਿ ਘਰੈ ਮਹਿ ਪਾਇਆ ॥ ଦଶ ଦିଗରେ ଖୋଜି ଖୋଜି ମୁଁ ପତି-ପ୍ରଭୁଙ୍କୁ ହୃଦୟ-ଘରେ ହିଁ ପାଇଛି।
ਮੇਲੁ ਭਇਆ ਸਤਿਗੁਰੂ ਮਿਲਾਇਆ ॥੨੧॥ ପତି-ପରମେଶ୍ଵରଙ୍କ ସହିତ ମୋର ମିଳନ ହୋଇ ଯାଇଛି, ଏହି ମିଳନ ସଦଗୁରୁ କରାଇଛନ୍ତି||21||
ਗੁਰਮੁਖਿ ਗਾਵੈ ਗੁਰਮੁਖਿ ਬੋਲੈ ॥ ଗୁରୁମୁଖୀ ପରମାତ୍ମାଙ୍କ କୀର୍ତ୍ତି ଗାନ କରିଥାଏ ଆଉ ତାହାଙ୍କ ହିଁ ନାମ ଜପ କରିଥାଏ।
ਗੁਰਮੁਖਿ ਤੋਲਿ ਤੋੁਲਾਵੈ ਤੋਲੈ ॥ ସେ ହିଁ ପରଖ କରିଥାନ୍ତି ଓ କରାଇ ଥାଆନ୍ତି।
ਗੁਰਮੁਖਿ ਆਵੈ ਜਾਇ ਨਿਸੰਗੁ ॥ ସେ ନିର୍ଭୀକ ହୋଇଥାନ୍ତି ଏବଂ
ਪਰਹਰਿ ਮੈਲੁ ਜਲਾਇ ਕਲੰਕੁ ॥ ମନର ମଇଳା ଦୂର କରି କଳଙ୍କକୁ ଜଳାଇ ଦେଇଥାନ୍ତି।
ਗੁਰਮੁਖਿ ਨਾਦ ਬੇਦ ਬੀਚਾਰੁ ॥ ଗୁରୁମୁଖୀର ଶବ୍ଦ ବେଦର ଜ୍ଞାନ ଓ ଚିନ୍ତନ ଅଟେ ଆଉ
ਗੁਰਮੁਖਿ ਮਜਨੁ ਚਜੁ ਅਚਾਰੁ ॥ ଏହା ଶୁଭ ଆଚରଣ-ବ୍ୟବହାର ଏବଂ ତୀର୍ଥ ସ୍ନାନ ଅଟେ।
ਗੁਰਮੁਖਿ ਸਬਦੁ ਅੰਮ੍ਰਿਤੁ ਹੈ ਸਾਰੁ ॥ ଗୁରୁମୁଖୀର ଶବ୍ଦ ଅମୃତମୟ ସାର ତତ୍ତ୍ଵ ଅଟେ।
ਨਾਨਕ ਗੁਰਮੁਖਿ ਪਾਵੈ ਪਾਰੁ ॥੨੨॥ ହେ ନାନକ! ଗୁରୁମୁଖୀ ସଂସାର ସାଗରରୁ ପାର ହୋଇଯାଏ||22||
ਚੰਚਲੁ ਚੀਤੁ ਨ ਰਹਈ ਠਾਇ ॥ ମନୁଷ୍ୟର ଚଞ୍ଚଳ ଚିତ୍ତ ସ୍ଥିର ରହେ ନାହିଁ ଏବଂ
ਚੋਰੀ ਮਿਰਗੁ ਅੰਗੂਰੀ ਖਾਇ ॥ ମନ ରୂପୀ ମୃଗ ଚୋରେଇ ଚୋରେଇ ବିକାର ରୂପୀ ଅଙ୍ଗୁର ଖାଇଥାଏ।
ਚਰਨ ਕਮਲ ਉਰ ਧਾਰੇ ਚੀਤ ॥ ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଚରଣ ହୃଦୟରେ ସ୍ଥାପନ କରି ଦେଇଛି,
ਚਿਰੁ ਜੀਵਨੁ ਚੇਤਨੁ ਨਿਤ ਨੀਤ ॥ ସେ ହିଁ ଦୀର୍ଘାୟୁ ହୋଇଥାଏ ଏବଂ ନିତ୍ୟ ମାୟା ଠାରୁ ନିର୍ଲିପ୍ତ ରହିଥାଏ।
ਚਿੰਤਤ ਹੀ ਦੀਸੈ ਸਭੁ ਕੋਇ ॥ ଦୁନିଆରେ ପ୍ରତ୍ୟେକ ମନୁଷ୍ୟ ଚିନ୍ତିତ ଦେଖାଯାଇ ଥାଏ,
ਚੇਤਹਿ ਏਕੁ ਤਹੀ ਸੁਖੁ ਹੋਇ ॥ ପରନ୍ତୁ ଯିଏ ପରମାତ୍ମାଙ୍କୁ ସ୍ମରଣ କରିଥାଏ, ସେ ସୁଖୀ ହୋଇଯାଏ।
ਚਿਤਿ ਵਸੈ ਰਾਚੈ ਹਰਿ ਨਾਇ ॥ ଯିଏ ପ୍ରଭୁଙ୍କ ନାମକୁ ଚିତ୍ତରେ ସ୍ଥାପନ କରିନିଏ ଆଉ ସେଥିରେ ହିଁ ଲୀନ ରହିଥାଏ,
ਮੁਕਤਿ ਭਇਆ ਪਤਿ ਸਿਉ ਘਰਿ ਜਾਇ ॥੨੩॥ ତାହାଙ୍କ ମୁକ୍ତି ହୋଇଯାଏ ଆଉ ସେ ଆଦରପୂର୍ବକ ପ୍ରଭୁଙ୍କ ଦରବାରକୁ ଯାଇଥାଏ||23||
ਛੀਜੈ ਦੇਹ ਖੁਲੈ ਇਕ ਗੰਢਿ ॥ ଯେତେବେଳେ ପ୍ରାଣିର ଏକ ଗଣ୍ଠି ଖୋଲି ଯାଇଥାଏ, ଶରୀର ନାଶ ହୋଇଯାଏ।
ਛੇਆ ਨਿਤ ਦੇਖਹੁ ਜਗਿ ਹੰਢਿ ॥ ଜଗତରେ ଭ୍ରମଣ କରି ଦେଖ, ଏହା ନିତ୍ୟ ନାଶ ହେଉଛି।
ਧੂਪ ਛਾਵ ਜੇ ਸਮ ਕਰਿ ਜਾਣੈ ॥ ଯଦି ବ୍ୟକ୍ତି ଦୁଃଖ-ସୁଖକୁ ଏକାଭଳି ଭାବିଥାଏ,
ਬੰਧਨ ਕਾਟਿ ਮੁਕਤਿ ਘਰਿ ਆਣੈ ॥ ସେ ବନ୍ଧନକୁ କାଟି ମୁକ୍ତି ପ୍ରାପ୍ତ କରିନିଏ।
ਛਾਇਆ ਛੂਛੀ ਜਗਤੁ ਭੁਲਾਨਾ ॥ ଏହି ପ୍ରବଞ୍ଚକ ମାୟା ସଂପୂର୍ଣ୍ଣ ଜଗତକୁ କୁମାର୍ଗଗାମୀ କରିଛି।
ਲਿਖਿਆ ਕਿਰਤੁ ਧੁਰੇ ਪਰਵਾਨਾ ॥ କିନ୍ତୁ ଏହା ଜୀବର ଭାଗ୍ୟରେ ପ୍ରାରମ୍ଭରୁ ହିଁ ଲେଖା ହୋଇଛି।
ਛੀਜੈ ਜੋਬਨੁ ਜਰੂਆ ਸਿਰਿ ਕਾਲੁ ॥ ਕਾਇਆ ਛੀਜੈ ਭਈ ਸਿਬਾਲੁ ॥੨੪॥ ଯେତେବେଳେ ମନୁଷ୍ୟର ଯୌବନ ନାଶ ହୋଇଯାଏ, ବାର୍ଦ୍ଧକ୍ୟ ଆସିଥାଏ ଆଉ ମୃତ୍ୟୁ ତାହାର ମସ୍ତକ ଉପରେ ଚକ୍କର କାଟିଥାଏ, ପାଣି ଭଳି ତାହାର ଶରୀର ଏକ କ୍ଷଣରେ କ୍ଷୀଣ ହୋଇଯାଏ||24||
error: Content is protected !!
Scroll to Top