Guru Granth Sahib Translation Project

guru granth sahib odia page-913

Page 913

ਕਿਨਹੀ ਕਹਿਆ ਬਾਹ ਬਹੁ ਭਾਈ ॥ କେହି କହିଥାଏ ଯେ ନିଜ ଭାଇ ଯୋଗୁଁ ମୁଁ ବଡ ବାହୁବଳୀ ହୋଇଛି,
ਕੋਈ ਕਹੈ ਮੈ ਧਨਹਿ ਪਸਾਰਾ ॥ କେହି କହିଥାଏ ଯେ ଧନ-ଦୌଲତ କାରଣରୁ ଧନବାନ ହୋଇଛି,
ਮੋਹਿ ਦੀਨ ਹਰਿ ਹਰਿ ਆਧਾਰਾ ॥੪॥ ପରନ୍ତୁ ହରି ହିଁ ମୋ’ ଭଳି ଦୀନର ଆଧାର ଅଟନ୍ତି||4||
ਕਿਨਹੀ ਘੂਘਰ ਨਿਰਤਿ ਕਰਾਈ ॥ କେହି ପାଦରେ ଘୁଙ୍ଗୁର ବାନ୍ଧି ନାଚିଥାଏ,
ਕਿਨਹੂ ਵਰਤ ਨੇਮ ਮਾਲਾ ਪਾਈ ॥ କେହି ବ୍ରତ ଓ ମାଳା ପିନ୍ଧିଥାଏ,
ਕਿਨਹੀ ਤਿਲਕੁ ਗੋਪੀ ਚੰਦਨ ਲਾਇਆ ॥ କେହି ନିଜ କପାଳରେ ଗୋପିଚନ୍ଦନ ତିଳକ ଲଗାଇ ଥାଏ,
ਮੋਹਿ ਦੀਨ ਹਰਿ ਹਰਿ ਹਰਿ ਧਿਆਇਆ ॥੫॥ ପରନ୍ତୁ ମୋ’ ଭଳି ଦୀନ ଈଶ୍ଵରଙ୍କ ଧ୍ୟାନ କରିଛି||5||
ਕਿਨਹੀ ਸਿਧ ਬਹੁ ਚੇਟਕ ਲਾਏ ॥ କେହି ଋଦ୍ଧି-ସିଦ୍ଧି କାରନାମା ଦେଖାଇ ଥାଏ,
ਕਿਨਹੀ ਭੇਖ ਬਹੁ ਥਾਟ ਬਨਾਏ ॥ କେହି ନିଜର ଆଶ୍ରମ ବନାଇ ଥାଏ,
ਕਿਨਹੀ ਤੰਤ ਮੰਤ ਬਹੁ ਖੇਵਾ ॥ କେହି ତନ୍ତ୍ର-ମନ୍ତ୍ର ବିଦ୍ୟାରେ ପ୍ରବୃତ୍ତ ରହିଥାଏ।
ਮੋਹਿ ਦੀਨ ਹਰਿ ਹਰਿ ਹਰਿ ਸੇਵਾ ॥੬॥ ପରନ୍ତୁ ମୁଁ ପରମାତ୍ମାଙ୍କ ଉପାସନାରେ ଲୀନ ରହିଥାଏ||6||
ਕੋਈ ਚਤੁਰੁ ਕਹਾਵੈ ਪੰਡਿਤ ॥ କେହି ସ୍ଵୟଂକୁ ଚତୁର ପଣ୍ଡିତ କହିଥାଏ,
ਕੋ ਖਟੁ ਕਰਮ ਸਹਿਤ ਸਿਉ ਮੰਡਿਤ ॥ କେହି ଛଅ କର୍ମରେ ପ୍ରବୃତ୍ତ ରହିଥାଏ ଆଉ ଶିବଙ୍କ ପୂଜା କରିଥାଏ,
ਕੋਈ ਕਰੈ ਆਚਾਰ ਸੁਕਰਣੀ ॥ କେହି ଶୁଭ-କର୍ମ ଓ ଧର୍ମ-କର୍ମ କରିଥାଏ,
ਮੋਹਿ ਦੀਨ ਹਰਿ ਹਰਿ ਹਰਿ ਸਰਣੀ ॥੭॥ ପରନ୍ତୁ , ମୁଁ ଦୀନ, ପରମାତ୍ମାଙ୍କ ଶରଣ ନେଇଥାଏ||7||
ਸਗਲੇ ਕਰਮ ਧਰਮ ਜੁਗ ਸੋਧੇ ॥ ମୁଁ ସବୁଯୁଗର ଧର୍ମ-କର୍ମ ଭଲଭାବରେ ବିଶ୍ଳେଷଣ କରିଛି,
ਬਿਨੁ ਨਾਵੈ ਇਹੁ ਮਨੁ ਨ ਪ੍ਰਬੋਧੇ ॥ ପରନ୍ତୁ ନାମ ବିନା ଏହି ମନ ଅନ୍ୟ ଧର୍ମ-କର୍ମର ଔଚିତ୍ୟ ବୁଝେ ନାହିଁ।
ਕਹੁ ਨਾਨਕ ਜਉ ਸਾਧਸੰਗੁ ਪਾਇਆ ॥ ହେ ନାନକ! ଯେତେବେଳେ ସାଧୁଙ୍କ ସଙ୍ଗତି ପ୍ରାପ୍ତ ହୋଇଥାଏ,
ਬੂਝੀ ਤ੍ਰਿਸਨਾ ਮਹਾ ਸੀਤਲਾਇਆ ॥੮॥੧॥ ସାରା ତୃଷ୍ଣା ମେଣ୍ଟି ଯାଇଛି ଓ ମନ ଶାନ୍ତ ହୋଇ ଯାଇଛି||8||1||
ਰਾਮਕਲੀ ਮਹਲਾ ੫ ॥ ରାମକଲୀ ମହଲା 5 ॥
ਇਸੁ ਪਾਨੀ ਤੇ ਜਿਨਿ ਤੂ ਘਰਿਆ ॥ ହେ ଜୀବ! ଯିଏ ବୀର୍ଯ୍ୟ ରୂପୀ ବୁନ୍ଦାରୁ ତୋତେ ଉତ୍ପନ୍ନ କରିଛନ୍ତି ଏବଂ
ਮਾਟੀ ਕਾ ਲੇ ਦੇਹੁਰਾ ਕਰਿਆ ॥ ମାଟିକୁ ନେଇ ତୋର ଶରୀର ବନାଇଛନ୍ତି,
ਉਕਤਿ ਜੋਤਿ ਲੈ ਸੁਰਤਿ ਪਰੀਖਿਆ ॥ ଯିଏ ବୁଦ୍ଧିର ଜ୍ୟୋତି ଏବଂ ପରଖିବା ଜ୍ଞାନ ଦେଇ
ਮਾਤ ਗਰਭ ਮਹਿ ਜਿਨਿ ਤੂ ਰਾਖਿਆ ॥੧॥ ମାତାର ଗର୍ଭରେ ତୋର ରକ୍ଷା କରିଛନ୍ତି ||1||
ਰਾਖਨਹਾਰੁ ਸਮ੍ਹਾਰਿ ਜਨਾ ॥ ହେ ଜୀବ! ନିଜ ରଚୟିତା ଓ ରଖୁଆଳର ଚିନ୍ତା କର;
ਸਗਲੇ ਛੋਡਿ ਬੀਚਾਰ ਮਨਾ ॥੧॥ ਰਹਾਉ ॥ ମନର ସବୁ ବିଚାର ତ୍ୟାଗ କର॥1॥ରୁହ॥
ਜਿਨਿ ਦੀਏ ਤੁਧੁ ਬਾਪ ਮਹਤਾਰੀ ॥ ଯିଏ ତୋତେ ମାତା-ପିତା ଦେଇଛନ୍ତି,
ਜਿਨਿ ਦੀਏ ਭ੍ਰਾਤ ਪੁਤ ਹਾਰੀ ॥ ଯିଏ ତୋତେ ଭାଇ, ପୁତ୍ର ଏବଂ ସାଥି ଦେଇଛନ୍ତି,
ਜਿਨਿ ਦੀਏ ਤੁਧੁ ਬਨਿਤਾ ਅਰੁ ਮੀਤਾ ॥ ଯିଏ ତୋତେ ପତ୍ନୀ ଆଉ ମିତ୍ର ଦେଇଛନ୍ତି,
ਤਿਸੁ ਠਾਕੁਰ ਕਉ ਰਖਿ ਲੇਹੁ ਚੀਤਾ ॥੨॥ ସେହି ଠାକୁରଙ୍କୁ ନିଜ ହୃଦୟରେ ସ୍ଥାପନ କର||2||
ਜਿਨਿ ਦੀਆ ਤੁਧੁ ਪਵਨੁ ਅਮੋਲਾ ॥ ଯିଏ ତୋତେ ଅମୂଲ୍ୟ ପବନ ଦେଇଛନ୍ତି,
ਜਿਨਿ ਦੀਆ ਤੁਧੁ ਨੀਰੁ ਨਿਰਮੋਲਾ ॥ ଯିଏ ତୋତେ ନିର୍ମଳ ଜଳ ଦେଇଛନ୍ତି
ਜਿਨਿ ਦੀਆ ਤੁਧੁ ਪਾਵਕੁ ਬਲਨਾ ॥ ଯିଏ ତୋତେ ଅଗ୍ନି ଓ ଇନ୍ଧନ ଦେଇଛନ୍ତି,
ਤਿਸੁ ਠਾਕੁਰ ਕੀ ਰਹੁ ਮਨ ਸਰਨਾ ॥੩॥ ହେ ମନ! ସେହି ମାଲିକଙ୍କ ଶରଣରେ ପଡି ରୁହ||3||
ਛਤੀਹ ਅੰਮ੍ਰਿਤ ਜਿਨਿ ਭੋਜਨ ਦੀਏ ॥ ଯିଏ ତୋତେ ଛତିଶ ପ୍ରକାର ଅମୃତ ଭୋଜନ ଦେଇଛନ୍ତି,
ਅੰਤਰਿ ਥਾਨ ਠਹਰਾਵਨ ਕਉ ਕੀਏ ॥ ଯିଏ ପେଟରେ ତୋର ଭୋଜନ ରହିବା ପାଇଁ ସ୍ଥାନ ଦେଇଛନ୍ତି,
ਬਸੁਧਾ ਦੀਓ ਬਰਤਨਿ ਬਲਨਾ ॥ ଯିଏ ତୋତେ ସ୍ଥାନ ଓ ଉପଯୋଗ ପାଇଁ ସାମଗ୍ରୀ ଦେଇଛନ୍ତି,
ਤਿਸੁ ਠਾਕੁਰ ਕੇ ਚਿਤਿ ਰਖੁ ਚਰਨਾ ॥੪॥ ସେହି ଠାକୁରଙ୍କ ଚରଣକୁ ନିଜ ଚିତ୍ତରେ ସ୍ଥାପନ କର||4||
ਪੇਖਨ ਕਉ ਨੇਤ੍ਰ ਸੁਨਨ ਕਉ ਕਰਨਾ ॥ ଯିଏ ଦେଖିବା ପାଇଁ ଆଖି, ଶୁଣିବା ପାଇଁ କାନ,
ਹਸਤ ਕਮਾਵਨ ਬਾਸਨ ਰਸਨਾ ॥ କାମ କରିବା ପାଇଁ ହାତ, ସୁଙ୍ଘିବା ପାଇଁ ନାକ ଆଉ ସ୍ଵାଦ ପାଇଁ ଜିହ୍ଵା ଦେଇଛନ୍ତି,
ਚਰਨ ਚਲਨ ਕਉ ਸਿਰੁ ਕੀਨੋ ਮੇਰਾ ॥ ଚାଲିବା ପାଇଁ ପାଦ ଆଉ ମସ୍ତକକୁ ସବୁ ଅଙ୍ଗ ମଧ୍ୟରେ ଶୀର୍ଷ ବନାଇଛନ୍ତି,
ਮਨ ਤਿਸੁ ਠਾਕੁਰ ਕੇ ਪੂਜਹੁ ਪੈਰਾ ॥੫॥ ହେ ମନ! ସେହି ମାଲିକଙ୍କ ଚରଣର ପୂଜା-ଅର୍ଚ୍ଚନା କର||5||
ਅਪਵਿਤ੍ਰ ਪਵਿਤ੍ਰੁ ਜਿਨਿ ਤੂ ਕਰਿਆ ॥ ଯିଏ ତୋତେ ଅପବିତ୍ରରୁ ପବିତ୍ର କରିଛନ୍ତି,
ਸਗਲ ਜੋਨਿ ਮਹਿ ਤੂ ਸਿਰਿ ਧਰਿਆ ॥ ସବୁ ଯୋନି ମଧ୍ୟରେ ତୋର ମାନବ ଯୋନିକୁ ଉତ୍ତମ ବନାଇଛନ୍ତି,
ਅਬ ਤੂ ਸੀਝੁ ਭਾਵੈ ਨਹੀ ਸੀਝੈ ॥ ବର୍ତ୍ତମାନ ଏହା ତୋର ହିଁ ବଶରେ ଅଛି ଯେ ତାହାଙ୍କ ସ୍ମରଣ କରି ନିଜ ଜୀବନ ସଫଳ କରି ନିଅ।
ਕਾਰਜੁ ਸਵਰੈ ਮਨ ਪ੍ਰਭੁ ਧਿਆਈਜੈ ॥੬॥ ହେ ମନ! ପ୍ରଭୁଙ୍କ ଧ୍ୟାନ କରିବା ଦ୍ଵାରା ସବୁ କାର୍ଯ୍ୟ ସିଦ୍ଧ ହୋଇଯାଏ||6||
ਈਹਾ ਊਹਾ ਏਕੈ ਓਹੀ ॥ ଲୋକ-ପରଲୋକରେ ଏକ ସେ ହିଁ ବିଦ୍ୟମାନ ଅଛନ୍ତି।
ਜਤ ਕਤ ਦੇਖੀਐ ਤਤ ਤਤ ਤੋਹੀ ॥ ଯେଉଁଠି ଦେଖିଲେ ମଧ୍ୟ ପରମାତ୍ମା ନଜର ଆସିଥାନ୍ତି।
ਤਿਸੁ ਸੇਵਤ ਮਨਿ ਆਲਸੁ ਕਰੈ ॥ ତାହାଙ୍କ ଭକ୍ତି କରିବା ପାଇଁ ମନରେ କାହିଁକି ଆଳସ୍ୟ ଜାତ ହୋଇଥାଏ,
ਜਿਸੁ ਵਿਸਰਿਐ ਇਕ ਨਿਮਖ ਨ ਸਰੈ ॥੭॥ ଯାହାଙ୍କୁ ବିସ୍ମୃତ କରିଲେ ଏକ କ୍ଷଣ ପାଇଁ ମଧ୍ୟ ଜୀବିତ ରହିପାରେ ନାହିଁ||7||
ਹਮ ਅਪਰਾਧੀ ਨਿਰਗੁਨੀਆਰੇ ॥ ଆମେ ଜୀବ ଅପରାଧୀ ଏବଂ ଗୁଣବିହୀନ ଅଟୁ,
ਨਾ ਕਿਛੁ ਸੇਵਾ ਨਾ ਕਰਮਾਰੇ ॥ ନା କୌଣସି ସେବା-ଭକ୍ତି କରିଛି ଆଉ ନା କୌଣସି ଶୁଭ-କର୍ମ କରିଛି,
ਗੁਰੁ ਬੋਹਿਥੁ ਵਡਭਾਗੀ ਮਿਲਿਆ ॥ କିନ୍ତୁ ଅହୋଭାଗ୍ୟରୁ ଗୁରୁ ରୂପୀ ଜାହାଜ ମିଳି ଯାଇଛି।
ਨਾਨਕ ਦਾਸ ਸੰਗਿ ਪਾਥਰ ਤਰਿਆ ॥੮॥੨॥ ହେ ନାନକ! ସେ ଗୁରୁଙ୍କ ଦ୍ଵାରା ଆମେ ସଂସାର-ସାଗର ପାର ହୋଇ ଯାଇଛୁ||8||2||
ਰਾਮਕਲੀ ਮਹਲਾ ੫ ॥ ରାମକଲୀ ମହଲା 5॥
ਕਾਹੂ ਬਿਹਾਵੈ ਰੰਗ ਰਸ ਰੂਪ ॥ କେହି ଦୁନିଆର ରଙ୍ଗ, ସୌନ୍ଦର୍ଯ୍ୟରେ ନିଜ ଜୀବନ ଅତିବାହିତ କରିଥାଏ,
error: Content is protected !!
Scroll to Top