Guru Granth Sahib Translation Project

guru granth sahib odia page-908

Page 908

ਬ੍ਰਹਮਾ ਬਿਸਨੁ ਮਹੇਸ ਇਕ ਮੂਰਤਿ ਆਪੇ ਕਰਤਾ ਕਾਰੀ ॥੧੨॥ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵର ଏକ ପରମେଶ୍ଵରଙ୍କ ହିଁ ରୂପ ଅଟନ୍ତି ଆଉ ସେ ସ୍ଵୟଂ ହିଁ ସବୁକିଛି କରିବା ବାଲା ଅଟନ୍ତି||12||
ਕਾਇਆ ਸੋਧਿ ਤਰੈ ਭਵ ਸਾਗਰੁ ਆਤਮ ਤਤੁ ਵੀਚਾਰੀ ॥੧੩॥ ଯିଏ ଆତ୍ମ-ତତ୍ତ୍ଵର ଚିନ୍ତନ କରିଥାଏ, ସେ ନିଜ ଶରୀରକୁ ଶୁଦ୍ଧ କରି ଭବସାଗରରୁ ପାର କରାଇ ନିଏ||13||
ਗੁਰ ਸੇਵਾ ਤੇ ਸਦਾ ਸੁਖੁ ਪਾਇਆ ਅੰਤਰਿ ਸਬਦੁ ਰਵਿਆ ਗੁਣਕਾਰੀ ॥੧੪॥ ଗୁରୁଙ୍କ ସେବା କରିବା ଦ୍ଵାରା ସଦା ସୁଖ ପ୍ରାପ୍ତ ହୋଇଥାଏ ଆଉ ଅନ୍ତର୍ମନରେ ଗୁଣକାରୀ ଶବ୍ଦ ରହିଥାଏ||14||
ਆਪੇ ਮੇਲਿ ਲਏ ਗੁਣਦਾਤਾ ਹਉਮੈ ਤ੍ਰਿਸਨਾ ਮਾਰੀ ॥੧੫॥ ଯିଏ ନିଜ ଅଭିମାନ ଏବଂ ତୃଷ୍ଣାକୁ ମେଣ୍ଟାଇ ଦେଇଥାଏ, ଗୁଣର ଦାତା ଈଶ୍ଵର ସ୍ଵୟଂ ହିଁ ତାହାକୁ ନିଜ ସାଥିରେ ମିଳାଇ ନେଇଛନ୍ତି||15||
ਤ੍ਰੈ ਗੁਣ ਮੇਟੇ ਚਉਥੈ ਵਰਤੈ ਏਹਾ ਭਗਤਿ ਨਿਰਾਰੀ ॥੧੬॥ ଯିଏ ତିନି ଗୁଣକୁ ଦୂର କରି ଚତୁର୍ଥାବସ୍ଥାରେ ରହିଥାଏ, ଏହା ନିରାଳ ଭକ୍ତି ଅଟେ||16||
ਗੁਰਮੁਖਿ ਜੋਗ ਸਬਦਿ ਆਤਮੁ ਚੀਨੈ ਹਿਰਦੈ ਏਕੁ ਮੁਰਾਰੀ ॥੧੭॥ ଗୁରୁମୁଖୀ ଯୋଗ ଏହା ଯେ ସେ ଶବ୍ଦ ଦ୍ଵାରା ଆତ୍ମାକୁ ଜାଣି ନିଏ ଆଉ ହୃଦୟରେ ଈଶ୍ଵରଙ୍କ ସ୍ମରଣ କରିଥାଏ||17||
ਮਨੂਆ ਅਸਥਿਰੁ ਸਬਦੇ ਰਾਤਾ ਏਹਾ ਕਰਣੀ ਸਾਰੀ ॥੧੮॥ ଶୁଭ ଆଚରଣ ଏହା ଯେ ମନ ସ୍ଥିର ହୋଇଯାଏ ଆଉ ଶବ୍ଦରେ ହିଁ ଲୀନ ରହିଥାଏ||18||
ਬੇਦੁ ਬਾਦੁ ਨ ਪਾਖੰਡੁ ਅਉਧੂ ਗੁਰਮੁਖਿ ਸਬਦਿ ਬੀਚਾਰੀ ॥੧੯॥ ହେ ଯୋଗୀ! ବେଦର ବାଦ-ବିବାଦ ଏବଂ ପ୍ରବଞ୍ଚନରେ ପଡିବା ଉଚିତ ନୁହେଁ, ଏଣୁ ଗୁରୁମୁଖୀ ବନି ଶବ୍ଦର ଚିନ୍ତନ କରିବା ଉଚିତ||19||
ਗੁਰਮੁਖਿ ਜੋਗੁ ਕਮਾਵੈ ਅਉਧੂ ਜਤੁ ਸਤੁ ਸਬਦਿ ਵੀਚਾਰੀ ॥੨੦॥ ହେ ଯୋଗୀ! ଯିଏ ଗୁରୁମୁଖୀ ବନି ଯୋଗ-ସାଧନା କରିଥାଏ, ସେ ହିଁ ସତୀତ୍ଵ, ସଦାଚାରୀ ଓ ଶବ୍ଦର ଚିନ୍ତନ କରିଥାଏ||20||
ਸਬਦਿ ਮਰੈ ਮਨੁ ਮਾਰੇ ਅਉਧੂ ਜੋਗ ਜੁਗਤਿ ਵੀਚਾਰੀ ॥੨੧॥ ହେ ଯୋଗୀ! ଯିଏ ଶବ୍ଦ ଦ୍ଵାରା ନିଜ ଅଭିମାନକୁ ଦୂର କରି ମନକୁ ନିୟନ୍ତ୍ରଣ କରି ନେଇଛି, ସେ ହିଁ ଯୋଗ-ଯୁକ୍ତିକୁ ଜାଣିଥାଏ||21||
ਮਾਇਆ ਮੋਹੁ ਭਵਜਲੁ ਹੈ ਅਵਧੂ ਸਬਦਿ ਤਰੈ ਕੁਲ ਤਾਰੀ ॥੨੨॥ ହେ ଯୋଗୀ! ମାୟାର ମୋହର ଭବସାଗରରୁ ଗୁରୁ ଶବ୍ଦ ଦ୍ଵାରା ପାର କରାଯାଇ ପାରେ ଆଉ ନିଜ କୁଳକୁ ମଧ୍ୟ ପାର କରାଯାଇ ପାରେ||22||
ਸਬਦਿ ਸੂਰ ਜੁਗ ਚਾਰੇ ਅਉਧੂ ਬਾਣੀ ਭਗਤਿ ਵੀਚਾਰੀ ॥੨੩॥ ହେ ଯୋଗୀ! ଚାରି ଯୁଗରେ ତାହାକୁ ହିଁ ସୁରବୀର ମାନା ଯାଇଛି , ଯିଏ ଶବ୍ଦର ଚିନ୍ତନ ଓ ବାଣୀ ଦ୍ଵାରା ପ୍ରଭୁ-ଭକ୍ତି କରିଛି||23||
ਏਹੁ ਮਨੁ ਮਾਇਆ ਮੋਹਿਆ ਅਉਧੂ ਨਿਕਸੈ ਸਬਦਿ ਵੀਚਾਰੀ ॥੨੪॥ ହେ ଯୋଗୀ! ଏହି ମନ ମାୟାର ମୋହରେ ଫସି ରହିଛି, ଯାହା ଶବ୍ଦର ଚିନ୍ତନ ଦ୍ଵାରା ହିଁ ଏଥିରୁ ବାହାରି ପାରିବ||24||
ਆਪੇ ਬਖਸੇ ਮੇਲਿ ਮਿਲਾਏ ਨਾਨਕ ਸਰਣਿ ਤੁਮਾਰੀ ॥੨੫॥੯॥ ନାନକ କହନ୍ତି ଯେ ହେ ପରମେଶ୍ଵର! ଯିଏ ତୋର ଶରଣରେ ଆସିଥାଏ, ତୁ ତାହାକୁ କ୍ଷମା କରି ନିଜ ସାଥିରେ ମିଳାଇ ନେଉ||25||9||
ਰਾਮਕਲੀ ਮਹਲਾ ੩ ਅਸਟਪਦੀਆ ରାମକଲୀ ମହଲା 3 ଅଷ୍ଟପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਰਮੈ ਦੀਆ ਮੁੰਦ੍ਰਾ ਕੰਨੀ ਪਾਇ ਜੋਗੀ ਖਿੰਥਾ ਕਰਿ ਤੂ ਦਇਆ ॥ ହେ ଯୋଗୀ! ପରିଶ୍ରମ ଓ ଶାଳୀନତାକୁ କାନର ମୁଦ୍ରା ଭାବେ ଧାରଣ କରି ଓ ଦୟାକୁ ତୁ ନିଜ ବସ୍ତ୍ର ବନାଇ ରଖ।
ਆਵਣੁ ਜਾਣੁ ਬਿਭੂਤਿ ਲਾਇ ਜੋਗੀ ਤਾ ਤੀਨਿ ਭਵਣ ਜਿਣਿ ਲਇਆ ॥੧॥ ଯଦି ତୁ ଜନ୍ମ-ମରଣର ଭୟ ରୂପୀ ବିଭୁତି ନିଜ ଶରୀରରେ ଲଗାଇବ, ବୁଝିନେବ ଯେ ତିନିଲୋକରେ ବିଜୟ ପ୍ରାପ୍ତ କରି ନେଇଛ||1||
ਐਸੀ ਕਿੰਗੁਰੀ ਵਜਾਇ ਜੋਗੀ ॥ ହେ ଯୋଗୀ! ଏପରି ବୀଣା ବଜାଅ,
ਜਿਤੁ ਕਿੰਗੁਰੀ ਅਨਹਦੁ ਵਾਜੈ ਹਰਿ ਸਿਉ ਰਹੈ ਲਿਵ ਲਾਇ ॥੧॥ ਰਹਾਉ ॥ ଯେଉଁ ବୀଣା ଦ୍ଵାରା ତୋର ମନରେ ଅନାହତ ଶବ୍ଦ ବାଜିଥାଏ ଆଉ ପରମାତ୍ମାଙ୍କ ଠାରେ ତୋର ଧ୍ୟାନ ଲାଗିଥାଏ ॥1॥ରୁହ॥
ਸਤੁ ਸੰਤੋਖੁ ਪਤੁ ਕਰਿ ਝੋਲੀ ਜੋਗੀ ਅੰਮ੍ਰਿਤ ਨਾਮੁ ਭੁਗਤਿ ਪਾਈ ॥ ହେ ଯୋଗୀ! ସତ୍ୟ-ସନ୍ତୋଷକୁ ନିଜ ପାତ୍ର ଓ ଝୁଲା ବନାଇ ଦିଅ ଏବଂ ସେଥିରେ ନାମାମୃତ ରୂପୀ ଭୋଜନ ରଖ।
ਧਿਆਨ ਕਾ ਕਰਿ ਡੰਡਾ ਜੋਗੀ ਸਿੰਙੀ ਸੁਰਤਿ ਵਜਾਈ ॥੨॥ ତୁମେ ଧ୍ୟାନକୁ ନିଜ ଦଣ୍ଡ ବନାଅ ଆଉ ନିଜ ସୁରତିକୁ ଘଣ୍ଟି ବନାଅ||2||
ਮਨੁ ਦ੍ਰਿੜੁ ਕਰਿ ਆਸਣਿ ਬੈਸੁ ਜੋਗੀ ਤਾ ਤੇਰੀ ਕਲਪਣਾ ਜਾਈ ॥ ହେ ଯୋଗୀ! ନିଜ ମନକୁ ସ୍ଥିର କରି ଆସନ ଲଗାଇ ଦିଅ, ତୋର ଅଭିମାନ ଦୂର ହୋଇଯିବ।
ਕਾਇਆ ਨਗਰੀ ਮਹਿ ਮੰਗਣਿ ਚੜਹਿ ਜੋਗੀ ਤਾ ਨਾਮੁ ਪਲੈ ਪਾਈ ॥੩॥ ଯଦି ତୁ ଶରୀର ରୂପୀ ନଗରୀକୁ ଭିକ୍ଷା ମାଗିବାକୁ ଯାଉ, ତୋତେ ନାମ-ଦାନ ପ୍ରାପ୍ତ ହେବ||3||
ਇਤੁ ਕਿੰਗੁਰੀ ਧਿਆਨੁ ਨ ਲਾਗੈ ਜੋਗੀ ਨਾ ਸਚੁ ਪਲੈ ਪਾਇ ॥ ହେ ଯୋଗୀ! ଯଦି ଏହି ବୀଣା ଦ୍ଵାରା ଧ୍ୟାନ ଲାଗେ ନାହି, ତୋତେ ସତ୍ୟର ପ୍ରାପ୍ତି ହେବ ନାହିଁ।
ਇਤੁ ਕਿੰਗੁਰੀ ਸਾਂਤਿ ਨ ਆਵੈ ਜੋਗੀ ਅਭਿਮਾਨੁ ਨ ਵਿਚਹੁ ਜਾਇ ॥੪॥ ଯଦି ଏହି ବୀଣା ଦ୍ଵାରା ଶାନ୍ତି ମିଳେନାହିଁ, ତୋର ମନର ଅଭିମାନ ଦୂର ହେବ ନାହିଁ||4||
ਭਉ ਭਾਉ ਦੁਇ ਪਤ ਲਾਇ ਜੋਗੀ ਇਹੁ ਸਰੀਰੁ ਕਰਿ ਡੰਡੀ ॥ ହେ ଯୋଗୀ! ତୁ ନିଜ ବୀଣାକୁ ପରମାତ୍ମାଙ୍କ ଭୟ ଏବଂ ପ୍ରେମର ତୁମ୍ବି ଲାଗାଇ ଦିଅ ଏବଂ ଶରୀରକୁ ଏହାର ଦଣ୍ଡ ବନାଇ ଦିଅ।
ਗੁਰਮੁਖਿ ਹੋਵਹਿ ਤਾ ਤੰਤੀ ਵਾਜੈ ਇਨ ਬਿਧਿ ਤ੍ਰਿਸਨਾ ਖੰਡੀ ॥੫॥ ଯଦି ତୁ ଗୁରୁମୁଖୀ ବନିଯାଉ, ତୋର ପ୍ରେମର ତନ୍ତ୍ରୀ ତୋର ହୃଦୟରେ ବାଜିଥାଏ ଏବଂ ଏହି ବିଧିରେ ତୋର ତୃଷ୍ଣା ନାଶ ହୋଇଯିବ||5||
ਹੁਕਮੁ ਬੁਝੈ ਸੋ ਜੋਗੀ ਕਹੀਐ ਏਕਸ ਸਿਉ ਚਿਤੁ ਲਾਏ ॥ ତାହାକୁ ହିଁ ସଚ୍ଚା ଯୋଗୀ କୁହାଯାଏ, ଯିଏ ପରମେଶ୍ଵରଙ୍କ ଠାରେ ଚିତ୍ତ ଲଗାଇ ଥାଏ ଆଉ ତାହାଙ୍କ ହୁକୁମକୁ ବୁଝିଥାଏ।
ਸਹਸਾ ਤੂਟੈ ਨਿਰਮਲੁ ਹੋਵੈ ਜੋਗ ਜੁਗਤਿ ਇਵ ਪਾਏ ॥੬॥ ତାହାର ସନ୍ଦେହ ଦୂର ହୋଇଯାଏ, ମନ ନିର୍ମଲ ହୋଇଯାଏ ଆଉ ଏହିପରି ଯୋଗର ଯୁକ୍ତି ହାସଲ କରିନିଏ||6||
ਨਦਰੀ ਆਵਦਾ ਸਭੁ ਕਿਛੁ ਬਿਨਸੈ ਹਰਿ ਸੇਤੀ ਚਿਤੁ ਲਾਇ ॥ ଯାହା କିଛି ନଜରରେ ଆସିଥାଏ, ତାହା ନାଶବାନ ଅଟେ। ଏଥିପାଇଁ ପରମାତ୍ମାଙ୍କ ଠାରେ ହିଁ ନିଜ ଚିତ୍ତ ଲଗାଇ ରଖ।
ਸਤਿਗੁਰ ਨਾਲਿ ਤੇਰੀ ਭਾਵਨੀ ਲਾਗੈ ਤਾ ਇਹ ਸੋਝੀ ਪਾਇ ॥੭॥ ଏହି ଜ୍ଞାନ ତୋତେ ସେତେବେଳେ ହେବ ଯେତେବେଳେ ସଦଗୁରୁଙ୍କ ସହିତ ତୋର ଶ୍ରଦ୍ଧା ବନିଯିବ||7||
error: Content is protected !!
Scroll to Top