Guru Granth Sahib Translation Project

guru granth sahib odia page-897

Page 897

ਓ‍ੁਂ ਨਮੋ ਭਗਵੰਤ ਗੁਸਾਈ ॥ ଓଁକୁ ଆମର ପ୍ରଣାମ ଅଟେ,
ਖਾਲਕੁ ਰਵਿ ਰਹਿਆ ਸਰਬ ਠਾਈ ॥੧॥ ਰਹਾਉ ॥ ସେ ହିଁ ଭଗବନ୍ତ, ଜଗତପାଳକ, ସ୍ରଷ୍ଟା ସବୁସ୍ଥାନରେ ବାସ କରିଥାନ୍ତି॥1॥ରୁହ॥
ਜਗੰਨਾਥ ਜਗਜੀਵਨ ਮਾਧੋ ॥ ସେ ସଂପୂର୍ଣ୍ଣ ଜଗତର ମାଲିକ ଅଟନ୍ତି, ଜଗତକୁ ଜୀବନ ଦେବା ବାଲା ଅଟନ୍ତି,
ਭਉ ਭੰਜਨ ਰਿਦ ਮਾਹਿ ਅਰਾਧੋ ॥ ହୃଦୟରେ ସେହି ଭୟଭଞ୍ଜନଙ୍କ ଆରାଧନା କର।
ਰਿਖੀਕੇਸ ਗੋਪਾਲ ਗੋੁਵਿੰਦ ॥ ହେ ଋଷିକେଶ, ହେ ଗୋପାଳ ଗୋବିନ୍ଦ,
ਪੂਰਨ ਸਰਬਤ੍ਰ ਮੁਕੰਦ ॥੨॥ ହେ ମୁକ୍ତିଦାତା! ତୁ ବିଶ୍ଵବ୍ୟାପକ ଅଟୁ||2||
ਮਿਹਰਵਾਨ ਮਉਲਾ ਤੂਹੀ ਏਕ ॥ ଏକ ତୁ ହିଁ ଦୟାଳୁ ଅଟୁ
ਪੀਰ ਪੈਕਾਂਬਰ ਸੇਖ ॥ ଦୁନିଆରେ କେତେ ଧାର୍ମିକ ଏବଂ ଶେଖ ଅଛନ୍ତି ପରନ୍ତୁ
ਦਿਲਾ ਕਾ ਮਾਲਕੁ ਕਰੇ ਹਾਕੁ ॥ ତୁ ସବୁଙ୍କ ହୃଦୟର ମାଲିକ ଅଟୁ ଆଉ ଉତ୍ତମ ନ୍ୟାୟ କରୁ।
ਕੁਰਾਨ ਕਤੇਬ ਤੇ ਪਾਕੁ ॥੩॥ ତୁ କୋରାନ-କତେବ ଠାରୁ ମଧ୍ୟ ପବିତ୍ର ଅଟୁ||3||
ਨਾਰਾਇਣ ਨਰਹਰ ਦਇਆਲ ॥ ହେ ନାରାୟଣ ନୃସିଂହ ରୂପ! ତୁ ବଡ ଦୟାଳୁ ଅଟୁ।
ਰਮਤ ਰਾਮ ਘਟ ਘਟ ਆਧਾਰ ॥ ପ୍ରତି ଜୀବରେ ବ୍ୟାପକ ରାମ ସବୁଙ୍କ ଜୀବନର ଆଧାର ଅଟେ।
ਬਾਸੁਦੇਵ ਬਸਤ ਸਭ ਠਾਇ ॥ ସେହି ବାସୁଦେବ ସବୁ ଜୀବଙ୍କ ଠାରେ ନିବାସ କରିଥାନ୍ତି,
ਲੀਲਾ ਕਿਛੁ ਲਖੀ ਨ ਜਾਇ ॥੪॥ ତାହାଙ୍କ ଲୀଳାକୁ ବୁଝା ଯାଇ ପାରେ ନାହିଁ||4||
ਮਿਹਰ ਦਇਆ ਕਰਿ ਕਰਨੈਹਾਰ ॥ ହେ ବନାଇବା ବାଲା! ନିଜ କୃପା କର।
ਭਗਤਿ ਬੰਦਗੀ ਦੇਹਿ ਸਿਰਜਣਹਾਰ ॥ ହେ ସୃଜନହାର! ମୋତେ ନିଜର ଭକ୍ତି ଏବଂ ବନ୍ଦନା ଦିଅ।
ਕਹੁ ਨਾਨਕ ਗੁਰਿ ਖੋਏ ਭਰਮ ॥ ହେ ନାନକ! ଗୁରୁ ମୋର ସାରା ଭ୍ରମ ଦୂର କରି ଦେଇଛନ୍ତି ଆଉ
ਏਕੋ ਅਲਹੁ ਪਾਰਬ੍ਰਹਮ ॥੫॥੩੪॥੪੫॥ ସତ୍ୟ ଏହା ଯେ ପରଂବ୍ରହ୍ମ-ଆଲାହା ଏକ ହିଁ ଅଟେ||5||34||45||
ਰਾਮਕਲੀ ਮਹਲਾ ੫ ॥ ରାମକଲୀ ମହଲା 5 ॥
ਕੋਟਿ ਜਨਮ ਕੇ ਬਿਨਸੇ ਪਾਪ ॥ ਹਰਿ ਹਰਿ ਜਪਤ ਨਾਹੀ ਸੰਤਾਪ ॥ କୋଟି କୋଟି ଜନ୍ମର ସବୁ ପାପ ନାଶ ହୋଇଯାଏ, ହରି-ହରି ନାମର ଜପ କରିବା ଦ୍ଵାରା କୌଣସି ସନ୍ତାପ ଲାଗେ ନାହିଁ।
ਗੁਰ ਕੇ ਚਰਨ ਕਮਲ ਮਨਿ ਵਸੇ ॥ ଯଦି ଗୁରୁଙ୍କ ସୁନ୍ଦର ଚରଣ-କମଳ ମନରେ ସ୍ଥାପିତ ହୋଇଯାଏ,
ਮਹਾ ਬਿਕਾਰ ਤਨ ਤੇ ਸਭਿ ਨਸੇ ॥੧॥ ସାରା ମହାବିକାର ମଧ୍ୟ ତନରୁ ଦୂର ହୋଇଯାଏ||1||
ਗੋਪਾਲ ਕੋ ਜਸੁ ਗਾਉ ਪ੍ਰਾਣੀ ॥ ହେ ପ୍ରାଣୀ! ଈଶ୍ଵରଙ୍କ ଯଶୋଗାନ କର।
ਅਕਥ ਕਥਾ ਸਾਚੀ ਪ੍ਰਭ ਪੂਰਨ ਜੋਤੀ ਜੋਤਿ ਸਮਾਣੀ ॥੧॥ ਰਹਾਉ ॥ ସଚ୍ଚା ପ୍ରଭୁଙ୍କ କଥା ଅକଥନୀୟ ଅଟେ ଏବଂ ଆତ୍ମ ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଏ॥1॥ରୁହ॥
ਤ੍ਰਿਸਨਾ ਭੂਖ ਸਭ ਨਾਸੀ ॥ ସାରା କ୍ଷୁଧା ଓ ତୃଷ୍ଣା ନାଶ ହୋଇଯାଏ,
ਸੰਤ ਪ੍ਰਸਾਦਿ ਜਪਿਆ ਅਬਿਨਾਸੀ ॥ ଯେତେବେଳେ ସନ୍ଥଙ୍କ କୃପାରୁ ଅବିନାଶୀ ପ୍ରଭୁଙ୍କ ଜପ କରିଛି,
ਰੈਨਿ ਦਿਨਸੁ ਪ੍ਰਭ ਸੇਵ ਕਮਾਨੀ ॥ ରାତିଦିନ ପ୍ରଭୁଙ୍କ ଭକ୍ତି କରିବା ଉଚିତ,
ਹਰਿ ਮਿਲਣੈ ਕੀ ਏਹ ਨੀਸਾਨੀ ॥੨॥ ହରିଙ୍କ ସହିତ ମିଳନର ଏହା ସଂକେତ ଅଟେ||2||
ਮਿਟੇ ਜੰਜਾਲ ਹੋਏ ਪ੍ਰਭ ਦਇਆਲ ॥ ପ୍ରଭୁ ମୋ' ଉପରେ ଦୟାଳୁ ହୋଇ ଯାଇଛନ୍ତି, ଯାହା ଦ୍ଵାରା ସବୁ ବିପତ୍ତି ଦୂର ହୋଇ ଯାଇଛି।
ਗੁਰ ਕਾ ਦਰਸਨੁ ਦੇਖਿ ਨਿਹਾਲ ॥ ଗୁରୁଙ୍କ ଦର୍ଶନ କରି ପ୍ରସନ୍ନ ହୋଇ ଯାଇଛି।
ਪਰਾ ਪੂਰਬਲਾ ਕਰਮੁ ਬਣਿ ਆਇਆ ॥ ମୋର ପୂର୍ବ ଜନ୍ମର କର୍ମର ଭାଗ୍ୟ ଉଦୟ ହୋଇ ଯାଇଛି ଏବଂ
ਹਰਿ ਕੇ ਗੁਣ ਨਿਤ ਰਸਨਾ ਗਾਇਆ ॥੩॥ ଜିହ୍ଵାରେ ନିତ୍ୟ ଭଗବାନଙ୍କ ଗୁଣଗାନ କରିଥାଏ||3||
ਹਰਿ ਕੇ ਸੰਤ ਸਦਾ ਪਰਵਾਣੁ ॥ ଭଗବାନଙ୍କ ସନ୍ଥ ସର୍ବଦା ସ୍ଵୀକୃତ ହୋଇଥାଏ,
ਸੰਤ ਜਨਾ ਮਸਤਕਿ ਨੀਸਾਣੁ ॥ ସନ୍ଥଙ୍କ କପାଳରେ ସ୍ଵୀକୃତିର ନାମ-ରୂପୀ ସଂକେତ ଥାଏ।
ਦਾਸ ਕੀ ਰੇਣੁ ਪਾਏ ਜੇ ਕੋਇ ॥ ହେ ନାନକ! ଯଦି କୌଣସି ବ୍ୟକ୍ତି ପରମାତ୍ମାଙ୍କ ଦାସର ଚରଣ-ଧୂଳି ପ୍ରାପ୍ତ କରିନିଏ, ତାହାହେଲେ
ਨਾਨਕ ਤਿਸ ਕੀ ਪਰਮ ਗਤਿ ਹੋਇ ॥੪॥੩੫॥੪੬॥ ତାହାଙ୍କ ପରମଗତି ହୋଇଯାଏ||4||35||46||
ਰਾਮਕਲੀ ਮਹਲਾ ੫ ॥ ରାମକଲୀ ମହଲା 5 ॥
ਦਰਸਨ ਕਉ ਜਾਈਐ ਕੁਰਬਾਨੁ ॥ ଗୁରୁଙ୍କ ଦର୍ଶନ ପ୍ରତି ସମର୍ପିତ ରହିବା ଉଚିତ,
ਚਰਨ ਕਮਲ ਹਿਰਦੈ ਧਰਿ ਧਿਆਨੁ ॥ ହୃଦୟରେ ତାହାଙ୍କ ଚରଣ-କମଳର ଧ୍ୟାନ କରିବା ଉଚିତ।
ਧੂਰਿ ਸੰਤਨ ਕੀ ਮਸਤਕਿ ਲਾਇ ॥ ନିଜ ମସ୍ତକରେ ସନ୍ଥଙ୍କ ଚରଣ-ଧୂଳି ଲଗାଇବା ଉଚିତ,
ਜਨਮ ਜਨਮ ਕੀ ਦੁਰਮਤਿ ਮਲੁ ਜਾਇ ॥੧॥ ଏହା ଦ୍ଵାରା ଜନ୍ମ-ଜନ୍ମାନ୍ତରର ମଇଳା ଦୂର ହୋଇଯାଏ॥1॥
ਜਿਸੁ ਭੇਟਤ ਮਿਟੈ ਅਭਿਮਾਨੁ ॥ ଯେଉଁ ଗୁରୁଙ୍କ ସହିତ ଭେଟ କରିବା ଦ୍ଵାରା ଅଭିମାନ ଦୂର ହୋଇଯାଏ,
ਪਾਰਬ੍ਰਹਮੁ ਸਭੁ ਨਦਰੀ ਆਵੈ ਕਰਿ ਕਿਰਪਾ ਪੂਰਨ ਭਗਵਾਨ ॥੧॥ ਰਹਾਉ ॥ ସବୁଠାରେ ପରଂବ୍ରହ୍ମ ନଜର ଆସିଥାନ୍ତି, ହେ ଭଗବାନ! ନିଜର ପୂର୍ଣ୍ଣ କୃପା କର॥1॥ରୁହ॥
ਗੁਰ ਕੀ ਕੀਰਤਿ ਜਪੀਐ ਹਰਿ ਨਾਉ ॥ ଗୁରୁଙ୍କ କୀର୍ତ୍ତି ଏହା ଯେ ହରିନାମର ଜପ କରିବା ଉଚିତ।
ਗੁਰ ਕੀ ਭਗਤਿ ਸਦਾ ਗੁਣ ਗਾਉ ॥ ଗୁରୁଙ୍କ ଭକ୍ତି ଏହା ଯେ ସର୍ବଦା ପରମାତ୍ମାଙ୍କ ଗୁଣଗାନ କର।
ਗੁਰ ਕੀ ਸੁਰਤਿ ਨਿਕਟਿ ਕਰਿ ਜਾਨੁ ॥ ଗୁରୁଙ୍କ ସ୍ମୃତିକୁ ନିଜର ନିକଟ ଭାବ।
ਗੁਰ ਕਾ ਸਬਦੁ ਸਤਿ ਕਰਿ ਮਾਨੁ ॥੨॥ ଗୁରୁଙ୍କ ଶବ୍ଦ ସତ୍ୟ ଭାବ॥2॥
ਗੁਰ ਬਚਨੀ ਸਮਸਰਿ ਸੁਖ ਦੂਖ ॥ ଗୁରୁଙ୍କ ଉପଦେଶ ଦ୍ଵାରା ସୁଖ-ଦୁଃଖକୁ ସମାନ ଭାବ,
ਕਦੇ ਨ ਬਿਆਪੈ ਤ੍ਰਿਸਨਾ ਭੂਖ ॥ ପୁଣି ପୁନର୍ବାର ତୃଷ୍ଣା କିମ୍ବା କ୍ଷୁଧା ଲାଗିବ ନାହିଁ।
ਮਨਿ ਸੰਤੋਖੁ ਸਬਦਿ ਗੁਰ ਰਾਜੇ ॥ ଶବ୍ଦ-ଗୁରୁ ଦ୍ଵାରା ମନରେ ସନ୍ତୋଷ ଜାତ ହୋଇଯାଏ ଆଉ ତୃପ୍ତି ହୋଇଯାଏ।
ਜਪਿ ਗੋਬਿੰਦੁ ਪੜਦੇ ਸਭਿ ਕਾਜੇ ॥੩॥ ଗୋବିନ୍ଦଙ୍କ ଭଜନ କରିବା ଦ୍ଵାରା ସବୁ ପାପ ଦୂର ହୋଇଯାଏ॥3॥
ਗੁਰੁ ਪਰਮੇਸਰੁ ਗੁਰੁ ਗੋਵਿੰਦੁ ॥ ଗୁରୁ ହିଁ ପରମେଶ୍ଵର ଏବଂ ଗୁରୁ ହିଁ ଗୋବିନ୍ଦ ଅଟନ୍ତି।
ਗੁਰੁ ਦਾਤਾ ਦਇਆਲ ਬਖਸਿੰਦੁ ॥ ଗୁରୁ ହିଁ ଦାତା, ଦୟାଳୁ ଏବଂ କ୍ଷମାବାନ ଅଟନ୍ତି।
ਗੁਰ ਚਰਨੀ ਜਾ ਕਾ ਮਨੁ ਲਾਗਾ ॥ ହେ ନାନକ! ଯାହାର ମନ ଗୁରୁଙ୍କ ଚରଣରେ ଲାଗିଥାଏ,
ਨਾਨਕ ਦਾਸ ਤਿਸੁ ਪੂਰਨ ਭਾਗਾ ॥੪॥੩੬॥੪੭॥ ସେ ହିଁ ପୂର୍ଣ୍ଣ ଭାଗ୍ୟବାନ ଅଟେ||4||36||47||
error: Content is protected !!
Scroll to Top