Guru Granth Sahib Translation Project

guru granth sahib odia page-892

Page 892

ਜਬ ਉਸ ਕਉ ਕੋਈ ਦੇਵੈ ਮਾਨੁ ॥ ଯେତେବେଳେ କେହି ମାୟାକୁ ଆଦର ଦେଇଥାଏ,
ਤਬ ਆਪਸ ਊਪਰਿ ਰਖੈ ਗੁਮਾਨੁ ॥ ସେ ନିଜ ଉପରେ ବଡ ଗର୍ବ କରିଥାଏ।
ਜਬ ਉਸ ਕਉ ਕੋਈ ਮਨਿ ਪਰਹਰੈ ॥ ଯେତେବେଳେ କେହି ନିଜ ମନରୁ ତାହାକୁ ବାହାର କରିଦିଏ,
ਤਬ ਓਹ ਸੇਵਕਿ ਸੇਵਾ ਕਰੈ ॥੨॥ ସେ ଦାସୀ ବନି ତାହାର ସେବା କରିଥାଏ||2||
ਮੁਖਿ ਬੇਰਾਵੈ ਅੰਤਿ ਠਗਾਵੈ ॥ ସେ ମିଠା ବଚନ ବୋଲି ମନୁଷ୍ୟକୁ ମୋହିତ କରିଥାଏ, କିନ୍ତୁ ଶେଷରେ ଧୋକା ହିଁ ଦେଇଥାଏ।
ਇਕਤੁ ਠਉਰ ਓਹ ਕਹੀ ਨ ਸਮਾਵੈ ॥ ସେ କେବେ ମଧ୍ୟ ଗୋଟିଏ ସ୍ଥାନରେ ରହେ ନାହିଁ,
ਉਨਿ ਮੋਹੇ ਬਹੁਤੇ ਬ੍ਰਹਮੰਡ ॥ ସେ ବ୍ରହ୍ମାଣ୍ଡର ଅନେକ ଜୀବକୁ ମୋହିତ କରି ନେଇଛି।
ਰਾਮ ਜਨੀ ਕੀਨੀ ਖੰਡ ਖੰਡ ॥੩॥ କିନ୍ତୁ ରାମଙ୍କ ଭକ୍ତ ତାହାକୁ ଟୁକୁଡା ଟୁକୁଡା କରି ଦେଇଛନ୍ତି||3||
ਜੋ ਮਾਗੈ ਸੋ ਭੂਖਾ ਰਹੈ ॥ ଯିଏ ମାୟା ମାଗିଥାଏ, ସେ କ୍ଷୁଧାର୍ତ୍ତ ହିଁ ରହିଥାଏ।
ਇਸੁ ਸੰਗਿ ਰਾਚੈ ਸੁ ਕਛੂ ਨ ਲਹੈ ॥ ଯିଏ ତାହାର ସାଥିରେ ଲୀନ ରହିଥାଏ, ତାହାକୁ କିଛି ମଧ୍ୟ ହାସଲ ହୁଏନାହିଁ।
ਇਸਹਿ ਤਿਆਗਿ ਸਤਸੰਗਤਿ ਕਰੈ ॥ ହେ ନାନକ! ଯିଏ ତାହାକୁ ତ୍ୟାଗ କରି ସତସଙ୍ଗଟି କରିଥାଏ,
ਵਡਭਾਗੀ ਨਾਨਕ ਓਹੁ ਤਰੈ ॥੪॥੧੮॥੨੯॥ ସେହି ଭାଗ୍ୟଶାଳୀ ମୁକ୍ତ ହୋଇଯାଏ||4||18||29||
ਰਾਮਕਲੀ ਮਹਲਾ ੫ ॥ ରାମକଲୀ ମହଲା 5 ॥
ਆਤਮ ਰਾਮੁ ਸਰਬ ਮਹਿ ਪੇਖੁ ॥ ସବୁ ଜୀବଙ୍କ ଠାରେ ରାମଙ୍କ ରୂପ ଦେଖ;
ਪੂਰਨ ਪੂਰਿ ਰਹਿਆ ਪ੍ਰਭ ਏਕੁ ॥ ଏକ ପ୍ରଭୁ ହିଁ ସବୁଠାରେ ବ୍ୟାପ୍ତ ଅଛନ୍ତି।
ਰਤਨੁ ਅਮੋਲੁ ਰਿਦੇ ਮਹਿ ਜਾਨੁ ॥ ସେହି ଅମୂଲ୍ୟ ରତ୍ନକୁ ନିଜ ହୃଦୟରେ ବୁଝି ନିଅ ଏବଂ
ਅਪਨੀ ਵਸਤੁ ਤੂ ਆਪਿ ਪਛਾਨੁ ॥੧॥ ନିଜ ବସ୍ତୁକୁ ନିଜ ହୃଦୟରେ ଚିହ୍ନି ନିଅ||1||
ਪੀ ਅੰਮ੍ਰਿਤੁ ਸੰਤਨ ਪਰਸਾਦਿ ॥ ସନ୍ଥଙ୍କ କୃପାରୁ ନାମାମୃତ ପାନ କର।
ਵਡੇ ਭਾਗ ਹੋਵਹਿ ਤਉ ਪਾਈਐ ਬਿਨੁ ਜਿਹਵਾ ਕਿਆ ਜਾਣੈ ਸੁਆਦੁ ॥੧॥ ਰਹਾਉ ॥ ଉତ୍ତମ ଭାଗ୍ୟ ଥିଲେ ଏହାକୁ ପ୍ରାପ୍ତ କରାଯାଇ ପାରେ ଏବଂ ଜିହ୍ଵାରେ ଆସ୍ଵାଦନ ବିନା ଏହାର ସ୍ଵାଦ କିପରି ଜାଣିବା?॥1॥ରୁହ॥
ਅਠ ਦਸ ਬੇਦ ਸੁਨੇ ਕਹ ਡੋਰਾ ॥ ଅଠର ପୁରାଣ ଓ ଚାରି ବେଡକୁ ଶୁଣି ମଧ୍ୟ ମନୁଷ୍ୟ ବଧିର ବନି ଯାଇଛି।
ਕੋਟਿ ਪ੍ਰਗਾਸ ਨ ਦਿਸੈ ਅੰਧੇਰਾ ॥ କୋଟି କୋଟି ସୂର୍ଯ୍ୟର ପ୍ରକାଶ ହେଲେ ମଧ୍ୟ ଅନ୍ଧକୁ ଅନ୍ଧକାର ହିଁ ଦେଖାଯାଏ।
ਪਸੂ ਪਰੀਤਿ ਘਾਸ ਸੰਗਿ ਰਚੈ ॥ ପଶୁର ପ୍ରେମ ଘାସ ସହିତ ହୋଇଥାଏ ଏବଂ ସେ ସେଥିରେ ଲୀନ ରହିଥାଏ।
ਜਿਸੁ ਨਹੀ ਬੁਝਾਵੈ ਸੋ ਕਿਤੁ ਬਿਧਿ ਬੁਝੈ ॥੨॥ ଯେଉଁ ବ୍ୟକ୍ତିର ଜ୍ଞାନ ହୁଏନାହିଁ, ସେ କିପରି ବୁଝି ପାରିବ?||2||
ਜਾਨਣਹਾਰੁ ਰਹਿਆ ਪ੍ਰਭੁ ਜਾਨਿ ॥ ଜାଣିବା ବାଲା ପ୍ରଭୁ ସବୁକିଛି ଜାଣିଥାନ୍ତି ତଥା
ਓਤਿ ਪੋਤਿ ਭਗਤਨ ਸੰਗਾਨਿ ॥ ଭକ୍ତ ସହିତ ସଂପୂର୍ଣ୍ଣ ଭାବରେ ରହିଥାନ୍ତି।
ਬਿਗਸਿ ਬਿਗਸਿ ਅਪੁਨਾ ਪ੍ਰਭੁ ਗਾਵਹਿ ॥ ହେ ନାନକ! ଯିଏ ଖୁସିରେ ନିଜ ପ୍ରଭୁଙ୍କ ସ୍ତୁତିଗାନ କରିଥାଏ,
ਨਾਨਕ ਤਿਨ ਜਮ ਨੇੜਿ ਨ ਆਵਹਿ ॥੩॥੧੯॥੩੦॥ ଯମଦୂତ ମଧ୍ୟ ତାହାର ନିକଟକୁ ଆସେ ନାହିଁ||3||19||30||
ਰਾਮਕਲੀ ਮਹਲਾ ੫ ॥ ରାମକଲୀ ମହଲା 5 ॥
ਦੀਨੋ ਨਾਮੁ ਕੀਓ ਪਵਿਤੁ ॥ ସଦଗୁରୁ ମୋତେ ନାମ ଦେଇ ପବିତ୍ର କରି ଦେଇଛନ୍ତି।
ਹਰਿ ਧਨੁ ਰਾਸਿ ਨਿਰਾਸ ਇਹ ਬਿਤੁ ॥ ହରିନାମ ରୂପୀ ଧନ ହିଁ ମୋର ରାଶି ଅଟେ ଆଉ ମାୟା ଠାରୁ ନିର୍ଲିପ୍ତ ରହିଥାଏ।
ਕਾਟੀ ਬੰਧਿ ਹਰਿ ਸੇਵਾ ਲਾਏ ॥ ସେ ମୋର ବନ୍ଧନ କାଟି ହରିଙ୍କ ସେବାରେ ଲଗାଇ ଦେଇଛନ୍ତି।
ਹਰਿ ਹਰਿ ਭਗਤਿ ਰਾਮ ਗੁਣ ਗਾਏ ॥੧॥ ଏବେ ମୁଁ ହରିଙ୍କ ଭକ୍ତି ଓ ତାହାଙ୍କ ଗୁଣଗାନ କରିଥାଏ||1||
ਬਾਜੇ ਅਨਹਦ ਬਾਜਾ ॥ ମନରେ ଅନାହତ ଧ୍ୱନିର ବାଦ୍ୟ ବାଜିଥାଏ।
ਰਸਕਿ ਰਸਕਿ ਗੁਣ ਗਾਵਹਿ ਹਰਿ ਜਨ ਅਪਨੈ ਗੁਰਦੇਵਿ ਨਿਵਾਜਾ ॥੧॥ ਰਹਾਉ ॥ ହରିଙ୍କ ଭକ୍ତ ବଡ ଆନନ୍ଦରେ ତାହାଙ୍କ ସ୍ତୁତିଗାନ କରିଥାଏ ଏବଂ ଗୁରୁଦେବ ତାହାକୁ ବଡିମା ପ୍ରଦାନ କରିଥାନ୍ତି॥1॥ରୁହ॥
ਆਇ ਬਨਿਓ ਪੂਰਬਲਾ ਭਾਗੁ ॥ ପୂର୍ବ ଭାଗ୍ୟ ଉଦୟ ହୋଇ ଯାଇଛି ଏବଂ
ਜਨਮ ਜਨਮ ਕਾ ਸੋਇਆ ਜਾਗੁ ॥ ଜନ୍ମ-ଜନ୍ମାନ୍ତରରେ ଶୟନ କରିଥିବା ମନ ଜାଗ୍ରତ ହୋଇ ଯାଇଛି।
ਗਈ ਗਿਲਾਨਿ ਸਾਧ ਕੈ ਸੰਗਿ ॥ ସାଧୁଙ୍କ ସଙ୍ଗତିରେ ଅନ୍ୟ ପ୍ରତି ଘୃଣା ଦୂର ହୋଇ ଯାଇଛି।
ਮਨੁ ਤਨੁ ਰਾਤੋ ਹਰਿ ਕੈ ਰੰਗਿ ॥੨॥ ଏବେବ ମନ-ତନ ହରିଙ୍କ ରଙ୍ଗରେ ଲୀନ ରହିଥାଏ||2||
ਰਾਖੇ ਰਾਖਨਹਾਰ ਦਇਆਲ ॥ ରଖୁଆଳ ପରମେଶ୍ଵର ଦୟା କରି ରକ୍ଷା କରିଛନ୍ତି,
ਨਾ ਕਿਛੁ ਸੇਵਾ ਨਾ ਕਿਛੁ ਘਾਲ ॥ ନା କୌଣସି ସେବା କରିଛି ଆଉ ନା କୌଣସି ସାଧନା କରିଛି।
ਕਰਿ ਕਿਰਪਾ ਪ੍ਰਭਿ ਕੀਨੀ ਦਇਆ ॥ ନିଜ କୃପା କରି ପ୍ରଭୁ ମୋ' ଉପରେ ଦୟା କରିଛନ୍ତି ଏବଂ
ਬੂਡਤ ਦੁਖ ਮਹਿ ਕਾਢਿ ਲਇਆ ॥੩॥ ଦୁଃଖର ସାଗରରେ ମୋ' ଭଳି ବୁଡୁଥିବା ଜୀବକୁ ବାହାର କର॥3॥ ||3||
ਸੁਣਿ ਸੁਣਿ ਉਪਜਿਓ ਮਨ ਮਹਿ ਚਾਉ ॥ ପରମାତ୍ମାଙ୍କ ମହିମା ଶୁଣି ମୋର ମନରେ ଉତ୍ସାହ ଜାତ ହୋଇ ଯାଇଛି,
ਆਠ ਪਹਰ ਹਰਿ ਕੇ ਗੁਣ ਗਾਉ ॥ ଏଥିପାଇଁ ଆଠ ପ୍ରହର ହରିଙ୍କ ଗୁଣଗାନ କରିଥାଏ।
ਗਾਵਤ ਗਾਵਤ ਪਰਮ ਗਤਿ ਪਾਈ ॥ ତାହାଙ୍କ ସ୍ତୁତି କରି କରି ଆମେ ପରମ ଗତି ପ୍ରାପ୍ତ କରିଛୁ।
ਗੁਰ ਪ੍ਰਸਾਦਿ ਨਾਨਕ ਲਿਵ ਲਾਈ ॥੪॥੨੦॥੩੧॥ ହେ ନାନକ! ଗୁରୁଙ୍କ କୃପାରୁ ଭଗବାନଙ୍କ ଠାରେ ଲଗ୍ନ ଲାଗି ଯାଇଛି||4||20||31||
ਰਾਮਕਲੀ ਮਹਲਾ ੫ ॥ ରାମକଲୀ ମହଲା 5 ॥
ਕਉਡੀ ਬਦਲੈ ਤਿਆਗੈ ਰਤਨੁ ॥ ଅବୁଝା ଜୀବ କଉଡି ବଦଳରେ ଅମୂଲ୍ୟ ନାମ-ରତ୍ନ ତ୍ୟାଗ କରିଛି।
ਛੋਡਿ ਜਾਇ ਤਾਹੂ ਕਾ ਜਤਨੁ ॥ ଯେଉଁ ମାୟା ତାହାର ସାଥି ଛାଡି ଥାଏ, ସେ ତାହାକୁ ହିଁ ହାସଲ କରିବାକୁ ପ୍ରୟାସ କରିଥାଏ।
ਸੋ ਸੰਚੈ ਜੋ ਹੋਛੀ ਬਾਤ ॥ ସେ ତାହାକୁ ସଞ୍ଚୟ କରିଥାଏ, ଯାହା ଏକ ତୁଚ୍ଛ ବସ୍ତୁ ଅଟେ।
ਮਾਇਆ ਮੋਹਿਆ ਟੇਢਉ ਜਾਤ ॥੧॥ ମାୟାର ମୋହରେ ଜୀବ ଏଣେତେଣେ ଚାଲିଥାଏ||1||
ਅਭਾਗੇ ਤੈ ਲਾਜ ਨਾਹੀ ॥ ହେ ଭାଗ୍ୟହୀନ! କଣ ତୋତେ ଲଜ୍ଜା ଲାଗୁନାହିଁ ଯେ
ਸੁਖ ਸਾਗਰ ਪੂਰਨ ਪਰਮੇਸਰੁ ਹਰਿ ਨ ਚੇਤਿਓ ਮਨ ਮਾਹੀ ॥੧॥ ਰਹਾਉ ॥ ଯେଉଁ ପରମେଶ୍ଵର ସୁଖର ସାଗର ଅଟନ୍ତି, ତୁ ତାହାଙ୍କୁ ସ୍ମରଣ କରି ନାହୁଁ॥1॥ରୁହ॥
ਅੰਮ੍ਰਿਤੁ ਕਉਰਾ ਬਿਖਿਆ ਮੀਠੀ ॥ ତାହାକୁ ନାମାମୃତ ପିତା ଲାଗିଥାଏ ଏବଂ ମାୟା ରୂପୀ ବିଷ ମିଠା ଲାଗିଥାଏ।
ਸਾਕਤ ਕੀ ਬਿਧਿ ਨੈਨਹੁ ਡੀਠੀ ॥ ଶାକ୍ତର ଅବସ୍ଥା ମୁଁ ନିଜ ନୟନରେ ଦେଖିଛି।
ਕੂੜਿ ਕਪਟਿ ਅਹੰਕਾਰਿ ਰੀਝਾਨਾ ॥ ସେ ମିଥ୍ୟା, କପଟ ଏବଂ ଅହଂକାରରେ ହିଁ ମସ୍ତ ରହିଥାଏ, କିନ୍ତୁ
error: Content is protected !!
Scroll to Top