Guru Granth Sahib Translation Project

guru granth sahib odia page-879

Page 879

ਐਸਾ ਗਿਆਨੁ ਬੀਚਾਰੈ ਕੋਈ ॥ କେହି ବିରଳ ହିଁ ଏପରି ଜ୍ଞାନ ବିଚାର କରିଥାଏ,
ਤਿਸ ਤੇ ਮੁਕਤਿ ਪਰਮ ਗਤਿ ਹੋਈ ॥੧॥ ਰਹਾਉ ॥ ଯାହାଦ୍ୱାରା ତାହାର ମୁକ୍ତି ଓ ପରମଗତି ହୋଇଯାଏ॥1॥ରୁହ॥
ਦਿਨ ਮਹਿ ਰੈਣਿ ਰੈਣਿ ਮਹਿ ਦਿਨੀਅਰੁ ਉਸਨ ਸੀਤ ਬਿਧਿ ਸੋਈ ॥ ଯେପରି ଦିନରେ ରାତି ଓ ରାତିରେ ଦିନ କରିବା ବାଲା ସୂର୍ଯ୍ୟ ଅଛନ୍ତି, ସେପରି ହିଁ ଗରମ ଆଉ ଥଣ୍ଡା ପାଇଁ ସେହି ବିଧି ବନାଯାଇଛି।
ਤਾ ਕੀ ਗਤਿ ਮਿਤਿ ਅਵਰੁ ਨ ਜਾਣੈ ਗੁਰ ਬਿਨੁ ਸਮਝ ਨ ਹੋਈ ॥੨॥ ତାହାଙ୍କ ଗତି ଓ ବିସ୍ତାରକୁ ଅନ୍ୟ କେହି ଜାଣି ନାହାନ୍ତି ଏବଂ ଗୁରୁଙ୍କ ବିନା କାହାକୁ ମଧ୍ୟ ଏହି ଭେଦର ଜ୍ଞାନ ହୁଏନାହିଁ॥2॥
ਪੁਰਖ ਮਹਿ ਨਾਰਿ ਨਾਰਿ ਮਹਿ ਪੁਰਖਾ ਬੂਝਹੁ ਬ੍ਰਹਮ ਗਿਆਨੀ ॥ ଏହି ବ୍ରହ୍ମଜ୍ଞାନୀ ହିଁ ବୁଝିଥାଏ ଯେ ପୁରୁଷ ମଧ୍ୟରେ ସ୍ତ୍ରୀ ଏବଂ ସ୍ତ୍ରୀ ମଧ୍ୟରେ ପୁରୁଷ ରହିଛନ୍ତି ଅର୍ଥାତ ସ୍ତ୍ରୀର ଜନ୍ମ ପୁରୁଷର ବୀର୍ଯ୍ୟ ଏବଂ ସ୍ତ୍ରୀର ଗର୍ଭରୁ ହିଁ ପୁରୁଷ ଜାତ ହୋଇଛି।
ਧੁਨਿ ਮਹਿ ਧਿਆਨੁ ਧਿਆਨ ਮਹਿ ਜਾਨਿਆ ਗੁਰਮੁਖਿ ਅਕਥ ਕਹਾਨੀ ॥੩॥ ଅନାହଦ ଶବ୍ଦର ଧ୍ୱନିରେ ଧ୍ୟାନ ରଖିଛି ଏବଂ ଧ୍ୟାନରେ ହିଁ ଅନାହଦ ଶବ୍ଦର ଧ୍ଵନିକୁ ଜାଣିହୁଏ। ଏହି ଅକଥନୀୟ କାହାଣୀକୁ ଗୁରୁମୁଖୀ ହିଁ ବୁଝି ପାରେ॥3॥
ਮਨ ਮਹਿ ਜੋਤਿ ਜੋਤਿ ਮਹਿ ਮਨੂਆ ਪੰਚ ਮਿਲੇ ਗੁਰ ਭਾਈ ॥ ମନୁଷ୍ୟର ଜ୍ୟୋତି ତାହାର ମନରେ ରହିଥାଏ ଆଉ ମନ ଜ୍ୟୋତିରେ ରହିଥାଏ। ମନୁଷ୍ୟର ପାଞ୍ଚ ଜ୍ଞାନେନ୍ଦ୍ରିୟ ଗୁରୁ-ଭାଇ ବନି ପରସ୍ପର ମିଶି ରହିଥାନ୍ତି।
ਨਾਨਕ ਤਿਨ ਕੈ ਸਦ ਬਲਿਹਾਰੀ ਜਿਨ ਏਕ ਸਬਦਿ ਲਿਵ ਲਾਈ ॥੪॥੯॥ ହେ ନାନକ! ଯିଏ କେବଳ ବ୍ରହ୍ମ ଶବ୍ଦରେ ଧ୍ୟାନ ଲଗାଇ ଥାଏ, ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ||4||9||
ਰਾਮਕਲੀ ਮਹਲਾ ੧ ॥ ରାମକଲୀ ମହଲା 1॥
ਜਾ ਹਰਿ ਪ੍ਰਭਿ ਕਿਰਪਾ ਧਾਰੀ ॥ ଯେତେବେଳେ ପ୍ରଭୁଙ୍କ କୃପା ହୋଇଥାଏ,
ਤਾ ਹਉਮੈ ਵਿਚਹੁ ਮਾਰੀ ॥ ମନର ଅହଂକାର ଦୂର ହୋଇଯାଏ।
ਸੋ ਸੇਵਕਿ ਰਾਮ ਪਿਆਰੀ ॥ ସେହି ସେବକ ରାମଙ୍କୁ ପ୍ରିୟ ଲାଗିଥାଏ,
ਜੋ ਗੁਰ ਸਬਦੀ ਬੀਚਾਰੀ ॥੧॥ ଯିଏ ଗୁରୁଙ୍କ ଶବ୍ଦ ଦ୍ଵାରା ଚିନ୍ତନ କରିଥାଏ॥1॥
ਸੋ ਹਰਿ ਜਨੁ ਹਰਿ ਪ੍ਰਭ ਭਾਵੈ ॥ ସେହି ଭକ୍ତ ପ୍ରଭୁଙ୍କୁ ଭଲ ଲାଗିଥାଏ,
ਅਹਿਨਿਸਿ ਭਗਤਿ ਕਰੇ ਦਿਨੁ ਰਾਤੀ ਲਾਜ ਛੋਡਿ ਹਰਿ ਕੇ ਗੁਣ ਗਾਵੈ ॥੧॥ ਰਹਾਉ ॥ ଯିଏ ରାତିଦିନ ତାହାଙ୍କ ଭକ୍ତି କରିଥାଏ ଆଉ ଲୋକ-ପରଲୋକ ଛାଡି ଦିନରାତି ତାହାଙ୍କ ଗୁଣଗାନ କରିଥାଏ॥1॥ରୁହ॥
ਧੁਨਿ ਵਾਜੇ ਅਨਹਦ ਘੋਰਾ ॥ ତାହାର ମନରେ ଅନାହଦ ଶବ୍ଦର ଧ୍ୱନି ଗୁଞ୍ଜନ କରିଥାଏ।
ਮਨੁ ਮਾਨਿਆ ਹਰਿ ਰਸਿ ਮੋਰਾ ॥ ମୋର ମନ ହରିରସ ପାନ କରି ତୃପ୍ତ ହୋଇ ଯାଇଛି।
ਗੁਰ ਪੂਰੈ ਸਚੁ ਸਮਾਇਆ ॥ ପୂର୍ଣ୍ଣ ଗୁରୁଙ୍କ ଠାରେ ହିଁ ସତ୍ୟ ରହିଛି ଆଉ
ਗੁਰੁ ਆਦਿ ਪੁਰਖੁ ਹਰਿ ਪਾਇਆ ॥੨॥ ଗୁରୁ ଦ୍ଵାରା ହିଁ ଆଦିପୁରୁଷ ପରମାତ୍ମା ମିଳିଛନ୍ତି॥2॥
ਸਭਿ ਨਾਦ ਬੇਦ ਗੁਰਬਾਣੀ ॥ ଗୁରୁବାଣୀ ହିଁ ସବୁ ନାଦ ଓ ବେଦ ଅଟେ।
ਮਨੁ ਰਾਤਾ ਸਾਰਿਗਪਾਣੀ ॥ ମୋର ମନ ଈଶ୍ଵରଙ୍କ ଠାରେ ଲୀନ ଅଛି ଆଉ
ਤਹ ਤੀਰਥ ਵਰਤ ਤਪ ਸਾਰੇ ॥ ସେ ହି ସାରା ତପ, ବ୍ରତ ଏବଂ ତୀର୍ଥ ଅଟେ।
ਗੁਰ ਮਿਲਿਆ ਹਰਿ ਨਿਸਤਾਰੇ ॥੩॥ ଯାହାକୁ ମଧ୍ୟ ଗୁରୁ ମିଳିଥାନ୍ତି, ଭଗବାନ ତାହାର ଉଦ୍ଧାର କରିଛନ୍ତି॥3॥
ਜਹ ਆਪੁ ਗਇਆ ਭਉ ਭਾਗਾ ॥ ଯାହାର ମନରୁ ଅହଂତ୍ଵ ଦୂର ହୋଇ ଯାଇଛି, ତାହାର ଭୟ ନାଶ ହୋଇ ଯାଇଛି।
ਗੁਰ ਚਰਣੀ ਸੇਵਕੁ ਲਾਗਾ ॥ ଯେଉଁ ସେବକ ଗୁରୁଙ୍କ ଚରଣରେ ଆସି ଲାଗି ଯାଇଛି,
ਗੁਰਿ ਸਤਿਗੁਰਿ ਭਰਮੁ ਚੁਕਾਇਆ ॥ ଗୁରୁ-ସଦଗୁରୁ ତାହାଙ୍କ ଭ୍ରମ ଦୂର କରିଛନ୍ତି।
ਕਹੁ ਨਾਨਕ ਸਬਦਿ ਮਿਲਾਇਆ ॥੪॥੧੦॥ ହେ ନାନକ! ସେ ବ୍ରହ୍ମ ଶବ୍ଦରେ ବିଲୀନ ହୋଇ ଯାଇଛି ||4||10||
ਰਾਮਕਲੀ ਮਹਲਾ ੧ ॥ ରାମକଲୀ ମହଲା 1॥
ਛਾਦਨੁ ਭੋਜਨੁ ਮਾਗਤੁ ਭਾਗੈ ॥ ଯୋଗୀ କେବଳ ବସ୍ତ୍ର-ଭୋଜନ ମାଗିଥାନ୍ତି।
ਖੁਧਿਆ ਦੁਸਟ ਜਲੈ ਦੁਖੁ ਆਗੈ ॥ ସେହି ଦୁଷ୍ଟ କ୍ଷୁଧାର ଅଗ୍ନିରେ ଜଳିଥାଏ ଆଉ ମରଣ ପରେ ପରଲୋକରେ ମଧ୍ୟ ଦୁଃଖ ଭୋଗ କରିଥାଏ।
ਗੁਰਮਤਿ ਨਹੀ ਲੀਨੀ ਦੁਰਮਤਿ ਪਤਿ ਖੋਈ ॥ ସେ ଗୁରୁଙ୍କ ମତି ଗ୍ରହଣ କରିନାହିଁ ଆଉ ଦୁର୍ମତିରେ ହିଁ ନିଜ ଇଜ୍ଜତ ହରାଇ ଦେଇଥାଏ।
ਗੁਰਮਤਿ ਭਗਤਿ ਪਾਵੈ ਜਨੁ ਕੋਈ ॥੧॥ କେହି ବିରଳ ହିଁ ଗୁରୁ ଉପଦେଶ ଅନୁସାରେ ଭକ୍ତି ପ୍ରାପ୍ତ କରିଥାଏ॥1॥
ਜੋਗੀ ਜੁਗਤਿ ਸਹਜ ਘਰਿ ਵਾਸੈ ॥ ସଚ୍ଚା ଯୋଗୀର ଯୋଗ ଯୁକ୍ତି ଏହା ଯେ ସେ ସ୍ଵାଭାବିକ ଅବସ୍ଥାରେ ଘରେ ରହିଥାଏ।
ਏਕ ਦ੍ਰਿਸਟਿ ਏਕੋ ਕਰਿ ਦੇਖਿਆ ਭੀਖਿਆ ਭਾਇ ਸਬਦਿ ਤ੍ਰਿਪਤਾਸੈ ॥੧॥ ਰਹਾਉ ॥ ସେ ଏକ ଦୃଷ୍ଟିରେ ସବୁ ଜୀବଙ୍କ ଠାରେ ପରମେଶ୍ଵରଙ୍କୁ ହିଁ ଦେଖିଥାଏ ଆଉ ଶବ୍ଦର ଭିକ୍ଷା ଦ୍ଵାରା ତୃପ୍ତ ରହିଥାଏ॥1॥ରୁହ॥
ਪੰਚ ਬੈਲ ਗਡੀਆ ਦੇਹ ਧਾਰੀ ॥ ପାଞ୍ଚ ଜ୍ଞାନେନ୍ଦ୍ରିୟ ରୂପୀ ବଳଦ ଏହି ଶରୀର ରୂପୀ ଗାଡିକୁ ଚଳାଇ ଥାଆନ୍ତି।
ਰਾਮ ਕਲਾ ਨਿਬਹੈ ਪਤਿ ਸਾਰੀ ॥ ରାମଙ୍କ ଭକ୍ତି ଦ୍ଵାରା ଏହି ଶରୀର ରୂପୀ ଗାଡିର ପ୍ରତିଷ୍ଠା ବନି ରହିଥାଏ।
ਧਰ ਤੂਟੀ ਗਾਡੋ ਸਿਰ ਭਾਰਿ ॥ ଯେତେବେଳେ ଏହି ଗାଡିର ଅକ୍ଷ ଭାଙ୍ଗିଯାଏ, ଏହି ଶରୀର ରୂପୀ ଗାଡି ଭାର ଯୋଗୁଁ ପଡିଯାଏ।
ਲਕਰੀ ਬਿਖਰਿ ਜਰੀ ਮੰਝ ਭਾਰਿ ॥੨॥ ଯେତେବେଳେ ଏହାର ଅଙ୍ଗ ରୂପୀ କାଠ ଅଲଗା ଅଲଗା ହୋଇଯାଏ, ଏହାକୁ ଜଳାଇ ଦିଆଯାଏ॥2॥
ਗੁਰ ਕਾ ਸਬਦੁ ਵੀਚਾਰਿ ਜੋਗੀ ॥ ହେ ଯୋଗୀ! ଗୁରୁଙ୍କ ଶବ୍ଦର ଚିନ୍ତନ କର,
ਦੁਖੁ ਸੁਖੁ ਸਮ ਕਰਣਾ ਸੋਗ ਬਿਓਗੀ ॥ ଦୁଃଖ-ସୁଖ ଏବଂ ଶୋକ ବିୟୋଗ ଏକା ଭଳି ଭାବ।
ਭੁਗਤਿ ਨਾਮੁ ਗੁਰ ਸਬਦਿ ਬੀਚਾਰੀ ॥ ଶବ୍ଦ-ଗୁରୁଙ୍କ ଚିନ୍ତନ ଦ୍ଵାରା ନାମ ରୂପୀ ଭୋଜନ ଗ୍ରହଣ କର।
ਅਸਥਿਰੁ ਕੰਧੁ ਜਪੈ ਨਿਰੰਕਾਰੀ ॥੩॥ ଜୀବନ ରୂପୀ ପ୍ରାଚୀର ସ୍ଥିର ହୋଇଯିବ ଆଉ ପୁଣି ନିରଙ୍କାରଙ୍କ ଜପ କରି ଚାଲିବ॥3॥
ਸਹਜ ਜਗੋਟਾ ਬੰਧਨ ਤੇ ਛੂਟਾ ॥ ଯିଏ ସ୍ଵାଭାବିକ ଅବସ୍ଥାକୁ ନିଜର ବସ୍ତ୍ର ବନାଇଛି, ସେ ବନ୍ଧନରୁ ମୁକ୍ତ ହୋଇ ଯାଇଛି।
ਕਾਮੁ ਕ੍ਰੋਧੁ ਗੁਰ ਸਬਦੀ ਲੂਟਾ ॥ ସେ ଗୁରୁ-ଶବ୍ଦ ଦ୍ଵାରା କାମ-କ୍ରୋଧ ଉପରେ ବିଜୟ ପ୍ରାପ୍ତ କରି ନେଇଛି ଏବଂ
ਮਨ ਮਹਿ ਮੁੰਦ੍ਰਾ ਹਰਿ ਗੁਰ ਸਰਣਾ ॥ ଭଗବାନଙ୍କ ସ୍ମରଣକୁ ମନରେ କାନର ମୁଦ୍ରା ଭାବି ଧାରଣ କରି ନେଇଛି।
ਨਾਨਕ ਰਾਮ ਭਗਤਿ ਜਨ ਤਰਣਾ ॥੪॥੧੧॥ ହେ ନାନକ! ରାମଙ୍କ ଭକ୍ତି ଦ୍ଵାରା ହିଁ ଦାସ ଭବସାଗରରୁ ପାର ହୋଇଥାଏ॥4॥11॥
error: Content is protected !!
Scroll to Top