Guru Granth Sahib Translation Project

guru granth sahib odia page-849

Page 849

ਬਿਲਾਵਲ ਕੀ ਵਾਰ ਮਹਲਾ ੪ ବିଲାବଲ ୱାର ମହଲା 4
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕ ਮਃ ੪ ॥ ଶ୍ଳୋକ ମହଲା 4 ॥
ਹਰਿ ਉਤਮੁ ਹਰਿ ਪ੍ਰਭੁ ਗਾਵਿਆ ਕਰਿ ਨਾਦੁ ਬਿਲਾਵਲੁ ਰਾਗੁ ॥ ବିଲାବଲ ରାଗ ଗାନ କରି ଆମେ ଉତ୍ତମ ପରମାତ୍ମାଙ୍କ ଯଶୋଗାନ କରିଛୁ।
ਉਪਦੇਸੁ ਗੁਰੂ ਸੁਣਿ ਮੰਨਿਆ ਧੁਰਿ ਮਸਤਕਿ ਪੂਰਾ ਭਾਗੁ ॥ ଗୁରୁଙ୍କ ଉପଦେଶ ଶୁଣି ମନରେ ଧାରଣ କରି ନେଇଛି, ପୂର୍ଣ୍ଣ ଭାଗ୍ୟ ଉଦୟ ହୋଇ ଯାଇଛି।
ਸਭ ਦਿਨਸੁ ਰੈਣਿ ਗੁਣ ਉਚਰੈ ਹਰਿ ਹਰਿ ਹਰਿ ਉਰਿ ਲਿਵ ਲਾਗੁ ॥ ମୁଁ ଦିନରାତି ତାହାଙ୍କ ଗୁଣାନୁବାଦ କରିଥାଏ ଏବଂ ହୃଦୟରେ ହରିନାମର ଲଗ୍ନ ଲଗାଇ ରଖିଥାଏ।
ਸਭੁ ਤਨੁ ਮਨੁ ਹਰਿਆ ਹੋਇਆ ਮਨੁ ਖਿੜਿਆ ਹਰਿਆ ਬਾਗੁ ॥ ମୋର ତନ-ମନ ପ୍ରସନ୍ନ ହୋଇ ଯାଇଛି, ହୃଦୟ ରୂପୀ ବାଟିକା ମଧ୍ୟ ଖୁସି ହୋଇ ଯାଇଛି।
ਅਗਿਆਨੁ ਅੰਧੇਰਾ ਮਿਟਿ ਗਇਆ ਗੁਰ ਚਾਨਣੁ ਗਿਆਨੁ ਚਰਾਗੁ ॥ ଗୁରୁଙ୍କ ଜ୍ଞାନ ରୂପୀ ଆଲୋକ ପ୍ରକାଶ ହେବା ଦ୍ଵାରା ଅଜ୍ଞାନ ରୂପୀ ଅନ୍ଧକାର ଦୂର ହୋଇ ଯାଇଛି।
ਜਨੁ ਨਾਨਕੁ ਜੀਵੈ ਦੇਖਿ ਹਰਿ ਇਕ ਨਿਮਖ ਘੜੀ ਮੁਖਿ ਲਾਗੁ ॥੧॥ ନାନକ ହରିଙ୍କୁ ଦେହି ହିଁ ଜୀବନ ପାଇଥାନ୍ତି, ହେ ହରି! ଏକ କ୍ଷଣ ପାଇଁ ମଧ୍ୟ ଦର୍ଶନ ଦିଅ॥1॥
ਮਃ ੩ ॥ ମହଲା 3॥
ਬਿਲਾਵਲੁ ਤਬ ਹੀ ਕੀਜੀਐ ਜਬ ਮੁਖਿ ਹੋਵੈ ਨਾਮੁ ॥ ବିଲାବଲ ରାଗ ସେତେବେଳେ ଗାନ କରିବା ଉଚିତ, ଯେତେବଳେ ମୁଖରେ ପରମାତ୍ମାଙ୍କ ନାମ ଥାଏ।
ਰਾਗ ਨਾਦ ਸਬਦਿ ਸੋਹਣੇ ਜਾ ਲਾਗੈ ਸਹਜਿ ਧਿਆਨੁ ॥ ଶବ୍ଦ ଦ୍ଵାରା ରାଗ ଏବଂ ନାଦ ସବୁ ସୁନ୍ଦର ଲାଗିଥାଏ, ଯେତେବେଳେ ସ୍ଵାଭାବିକ ଭାବରେ ପରମାତ୍ମାଙ୍କ ଠାରେ ଧ୍ୟାନ ଲାଗିଥାଏ।
ਰਾਗ ਨਾਦ ਛੋਡਿ ਹਰਿ ਸੇਵੀਐ ਤਾ ਦਰਗਹ ਪਾਈਐ ਮਾਨੁ ॥ ଯଦି ରାଗ ଓ ନାଦକୁ ଛାଡି ଭଗବାନଙ୍କ ସେବା କରାଯାଏ, ଦରବାରରେ ଆଦର ପ୍ରାପ୍ତ ହୋଇଥାଏ।
ਨਾਨਕ ਗੁਰਮੁਖਿ ਬ੍ਰਹਮੁ ਬੀਚਾਰੀਐ ਚੂਕੈ ਮਨਿ ਅਭਿਮਾਨੁ ॥੨॥ ହେ ନାନକ! ଗୁରୁମୁଖୀ ବନି ବ୍ରହ୍ମଙ୍କ ଚିନ୍ତନ କରିବା ଦ୍ଵାରା ମନର ଅଭିମାନ ଦୂର ହୋଇଯାଏ॥2॥
ਪਉੜੀ ॥ ପଉଡୀ॥
ਤੂ ਹਰਿ ਪ੍ਰਭੁ ਆਪਿ ਅਗੰਮੁ ਹੈ ਸਭਿ ਤੁਧੁ ਉਪਾਇਆ ॥ ହେ ପ୍ରଭୁ! ତୁ ଅଗମ୍ୟ ଅଟୁ ଏବଂ ତୁ ହିଁ ସବୁ ଉତ୍ପନ୍ନ କରିଛୁ।
ਤੂ ਆਪੇ ਆਪਿ ਵਰਤਦਾ ਸਭੁ ਜਗਤੁ ਸਬਾਇਆ ॥ ଯେତେ ଜଗତ ଏଠାରେ ନଜର ଆସିଥାନ୍ତି, ତୁ ସ୍ଵୟଂ ହି ସେଥିରେ ବ୍ୟାପ୍ତ ରହିଛୁ।
ਤੁਧੁ ਆਪੇ ਤਾੜੀ ਲਾਈਐ ਆਪੇ ਗੁਣ ਗਾਇਆ ॥ ତୁ ସ୍ଵୟଂ ହିଁ ସମାଧି ଲଗାଇଛୁ ଆଉ ସ୍ଵୟଂ ହିଁ ଗୁଣଗାନ କରୁଅଛୁ।
ਹਰਿ ਧਿਆਵਹੁ ਭਗਤਹੁ ਦਿਨਸੁ ਰਾਤਿ ਅੰਤਿ ਲਏ ਛਡਾਇਆ ॥ ହେ ଭକ୍ତଜନ! ଦିନରାତି ପରମାତ୍ମାଙ୍କ ଧ୍ୟାନ କରିଚାଲ, ଶେଷରେ ସେ ହିଁ ମୁକ୍ତ କରାଇଥାନ୍ତି।
ਜਿਨਿ ਸੇਵਿਆ ਤਿਨਿ ਸੁਖੁ ਪਾਇਆ ਹਰਿ ਨਾਮਿ ਸਮਾਇਆ ॥੧॥ ଯିଏ ମଧ୍ୟ ତାହାଙ୍କ ସେବା କରିଛି, ସେ ହିଁ ସୁଖ ପ୍ରାପ୍ତ କରିଛି ଆଉ ସେ ହରିନାମରେ ହିଁ ବିଲୀନ ହୋଇ ଯାଇଛି॥1॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਦੂਜੈ ਭਾਇ ਬਿਲਾਵਲੁ ਨ ਹੋਵਈ ਮਨਮੁਖਿ ਥਾਇ ਨ ਪਾਇ ॥ ଦୈତ୍ୟଭାବରେ ପଡି ବିଲାବଲ ରାଗ ଗାନ କରିବା ଅସମ୍ଭବ ଅଟେ ତଥା ମନମୁଖୀ ଜୀବକୁ କେଉଁଠି ମଧ୍ୟ ସ୍ଥାନ ମିଳେନାହିଁ।
ਪਾਖੰਡਿ ਭਗਤਿ ਨ ਹੋਵਈ ਪਾਰਬ੍ਰਹਮੁ ਨ ਪਾਇਆ ਜਾਇ ॥ ପ୍ରବଞ୍ଚନା କରିବା ଦ୍ଵାରା ଭକ୍ତି ହୋଇପାରେ ନାହିଁ ଏବଂ ନା ପରଂବ୍ରହ୍ମଙ୍କୁ ପ୍ରାପ୍ତ କରାଯାଇ ପାରେ।
ਮਨਹਠਿ ਕਰਮ ਕਮਾਵਣੇ ਥਾਇ ਨ ਕੋਈ ਪਾਇ ॥ ମନର ଜିଦି ସହିତ କର୍ମ କରିବା ଦ୍ଵାରା ସଫଳତା ମିଳେନାହିଁ।
ਨਾਨਕ ਗੁਰਮੁਖਿ ਆਪੁ ਬੀਚਾਰੀਐ ਵਿਚਹੁ ਆਪੁ ਗਵਾਇ ॥ ହେ ନାନକ! ଯେଉଁ ବ୍ୟକ୍ତି ଗୁରୁଙ୍କ ସାନ୍ନିଧ୍ୟରେ ଆତ୍ମ-ଚିନ୍ତନ କରିଥାଏ, ସେ ନିଜ ଅହଂତ୍ଵ ଦୂର କରିଥାଏ।
ਆਪੇ ਆਪਿ ਪਾਰਬ੍ਰਹਮੁ ਹੈ ਪਾਰਬ੍ਰਹਮੁ ਵਸਿਆ ਮਨਿ ਆਇ ॥ ସେହି ପରଂବ୍ରହ୍ମ ସ୍ଵୟଂ ହିଁ ସବୁକିଛି ଅଟନ୍ତି ଆଉ ମନରେ ବାସ କରିଥାନ୍ତି।
ਜੰਮਣੁ ਮਰਣਾ ਕਟਿਆ ਜੋਤੀ ਜੋਤਿ ਮਿਲਾਇ ॥੧॥ ତାହାର ଜନ୍ମ-ମରଣ ଦୂର ହୋଇ ଯାଇଛି ଏବଂ ଆତ୍ମଜ୍ୟୋତି ପରମାଜ୍ୟୋତିରେ ବିଲୀନ ହୋଇ ଯାଇଛି॥1॥
ਮਃ ੩ ॥ ମହଲା 3॥
ਬਿਲਾਵਲੁ ਕਰਿਹੁ ਤੁਮ੍ਹ੍ਹ ਪਿਆਰਿਹੋ ਏਕਸੁ ਸਿਉ ਲਿਵ ਲਾਇ ॥ ହେ ପ୍ରିୟଜନ! ତୁମେ ବିଲାବଲ ରାଗ ଗାନ କର, ଏକ ପରମାତ୍ମାଙ୍କ ସାଥିରେ ଲଗ୍ନ ଲଗାଅ।
ਜਨਮ ਮਰਣ ਦੁਖੁ ਕਟੀਐ ਸਚੇ ਰਹੈ ਸਮਾਇ ॥ ଏହିପରି ଜନ୍ମ-ମରଣର ଦୁଃଖ ସମାପ୍ତ ହୋଇଯିବ ଏବଂ ତୁମେ ସତ୍ୟରେ ବିଲୀନ ରହିବ।
ਸਦਾ ਬਿਲਾਵਲੁ ਅਨੰਦੁ ਹੈ ਜੇ ਚਲਹਿ ਸਤਿਗੁਰ ਭਾਇ ॥ ଯଦି ସଦଗୁରୁଙ୍କ ଇଛା ଅନୁସାରେ ଚାଲ, ବିଲାବଲ ରାଗ ଦ୍ଵାରା ସର୍ବଦା ଆନନ୍ଦ ବନି ରହିଥାଏ।
ਸਤਸੰਗਤੀ ਬਹਿ ਭਾਉ ਕਰਿ ਸਦਾ ਹਰਿ ਕੇ ਗੁਣ ਗਾਇ ॥ ସତସଙ୍ଗରେ ମିଶି ସର୍ବଦା ପରମାତ୍ମାଙ୍କ ଗୁଣଗାନ ନିଷ୍ଠା ସହିତ କର।
ਨਾਨਕ ਸੇ ਜਨ ਸੋਹਣੇ ਜਿ ਗੁਰਮੁਖਿ ਮੇਲਿ ਮਿਲਾਇ ॥੨॥ ହେ ନାନକ! ସେହି ଜୀବ ସୁନ୍ଦର ଅଟେ, ଯିଏ ଗୁରୁମୁଖୀ ବନି ପ୍ରଭୁଙ୍କ ସହିତ ମିଶି ରହିଥାଏ॥2॥
ਪਉੜੀ ॥ ପଉଡୀ॥
ਸਭਨਾ ਜੀਆ ਵਿਚਿ ਹਰਿ ਆਪਿ ਸੋ ਭਗਤਾ ਕਾ ਮਿਤੁ ਹਰਿ ॥ ସବୁ ଜୀବଙ୍କ ଠାରେ ବାସ କରିଥିବା ହରି ଭକ୍ତଜନଙ୍କ ଘନିଷ୍ଠ ମିତ୍ର ଅଟନ୍ତି।
ਸਭੁ ਕੋਈ ਹਰਿ ਕੈ ਵਸਿ ਭਗਤਾ ਕੈ ਅਨੰਦੁ ਘਰਿ ॥ ସବୁକିଛି ଈଶ୍ଵରଙ୍କ ବଶରେ ହିଁ ଅଛି ଏବଂ ଭକ୍ତର ଘରେ ସର୍ବଦା ଆନନ୍ଦ ବନି ରହିଥାଏ।
ਹਰਿ ਭਗਤਾ ਕਾ ਮੇਲੀ ਸਰਬਤ ਸਉ ਨਿਸੁਲ ਜਨ ਟੰਗ ਧਰਿ ॥ ହରି ନିଜ ଭକ୍ତର ଶୁଭଚିନ୍ତକ ଅଟନ୍ତି ଆଉ ତାହାଙ୍କ ଭକ୍ତ ନିଶ୍ଚିନ୍ତ ରହିଥାନ୍ତି।
ਹਰਿ ਸਭਨਾ ਕਾ ਹੈ ਖਸਮੁ ਸੋ ਭਗਤ ਜਨ ਚਿਤਿ ਕਰਿ ॥ ସେ ସବୁଙ୍କ ମାଲିକ ଅଟନ୍ତି, ଏଥିପାଇଁ ଭକ୍ତଜନ ତାହାଙ୍କୁ ହିଁ ସ୍ମରଣ କରିଥାନ୍ତି।
ਤੁਧੁ ਅਪੜਿ ਕੋਇ ਨ ਸਕੈ ਸਭ ਝਖਿ ਝਖਿ ਪਵੈ ਝੜਿ ॥੨॥ କୌଣସି ସାମାନ୍ୟ ଜୀବ ତାହାଙ୍କ ପାଖରେ ପହଞ୍ଚି ପାରେ ନାହିଁ, ଏଣୁ ଧ୍ଵଂସ ହୋଇ ନାଶ ହୋଇଯାଏ॥2॥


© 2025 SGGS ONLINE
error: Content is protected !!
Scroll to Top