Guru Granth Sahib Translation Project

guru granth sahib odia page-752

Page 752

ਲਾਲਿ ਰਤਾ ਮਨੁ ਮਾਨਿਆ ਗੁਰੁ ਪੂਰਾ ਪਾਇਆ ॥੨॥ ଯେତେବେଳେ ସେ ପୂର୍ଣ୍ଣ ଗୁରୁଙ୍କ ପାଇଯାଏ, ତାହାର ମନ ପ୍ରସନ୍ନ ହୋଇଯାଏ ଏବଂ ସେ ପ୍ରଭୁଙ୍କ ପ୍ରେମ ରୂପୀ ଗାଢ ଲାଲ-ରଙ୍ଗରେ ରଙ୍ଗୀନ ହୋଇଯାଏ॥2॥
ਹਉ ਜੀਵਾ ਗੁਣ ਸਾਰਿ ਅੰਤਰਿ ਤੂ ਵਸੈ ॥ ହେ ଇଶ୍ଵର! ଯେତେବେଳେ ତୁ ମୋର ମନରେ ବାସ କରୁ, ମୁଁ ତୋର ଗୁଣର ସ୍ମରଣ କରି ହିଁ ଜୀବିତ ରହିଥାଏ।
ਤੂੰ ਵਸਹਿ ਮਨ ਮਾਹਿ ਸਹਜੇ ਰਸਿ ਰਸੈ ॥੩॥ ଏକ ତୁ ହିଁ ମୋର ମନରେ ବାସ କରୁ ଆଉ ମୋର ମନ ସ୍ଵାଭାବିକ ରୂପରେ ହରିରସର ସ୍ଵାଦ ପ୍ରାପ୍ତ କରିଥାଏ॥3॥
ਮੂਰਖ ਮਨ ਸਮਝਾਇ ਆਖਉ ਕੇਤੜਾ ॥ ହେ ମୂର୍ଖ ମନ! ମୁଁ ତୋତେ କେତେ ବୁଝାଇବି ଯେ
ਗੁਰਮੁਖਿ ਹਰਿ ਗੁਣ ਗਾਇ ਰੰਗਿ ਰੰਗੇਤੜਾ ॥੪॥ ଗୁରୁଙ୍କ ମାଧ୍ୟମରୁ ହରିଙ୍କ ଗୁଣଗାନ କରି ତାହାଙ୍କ ରଙ୍ଗରେ ରଙ୍ଗୀନ ହୁଅ॥4॥
ਨਿਤ ਨਿਤ ਰਿਦੈ ਸਮਾਲਿ ਪ੍ਰੀਤਮੁ ਆਪਣਾ ॥ ପ୍ରିୟତମ ପ୍ରଭୁଙ୍କୁ ନିତ୍ୟ ନିଜ ହୃଦୟରେ ସ୍ମରଣ କର।
ਜੇ ਚਲਹਿ ਗੁਣ ਨਾਲਿ ਨਾਹੀ ਦੁਖੁ ਸੰਤਾਪਣਾ ॥੫॥ ଯଦି ତୁ ଶୁଭ ଗୁଣ ନିଜ ସାଥିରେ ନେଇ ଯାଉ, ତାହାହେଲେ ତୋତେ କୌଣସି ଦୁଃଖ-କ୍ଲେଶ ପ୍ରଭାବିତ କରିବ ନାହିଁ॥5॥
ਮਨਮੁਖ ਭਰਮਿ ਭੁਲਾਣਾ ਨਾ ਤਿਸੁ ਰੰਗੁ ਹੈ ॥ ମନର ଇଛା ଅନୁସାରେ ଚାଲିବା ବାଲା ମନୁଷ୍ୟ ଭ୍ରମରେ ଫସି ରହିଥାଏ ଆଉ ତାହାକୁ ପରମାତ୍ମା କେବେ ପ୍ରେମ କରନ୍ତି ନାହିଁ।
ਮਰਸੀ ਹੋਇ ਵਿਡਾਣਾ ਮਨਿ ਤਨਿ ਭੰਗੁ ਹੈ ॥੬॥ ସେ ସେମିତି ହିଁ ମରିଯାଏ, କାରଣ ତାହାର ମନ ଓ ତନ ସମାପ୍ତ ହୋଇଯାଏ॥6॥
ਗੁਰ ਕੀ ਕਾਰ ਕਮਾਇ ਲਾਹਾ ਘਰਿ ਆਣਿਆ ॥ ଯେଉଁ ମନୁଷ୍ୟ ଗୁରୁଙ୍କ ଶିକ୍ଷା ଅନୁସାରେ ଆଚରଣ କରିଭକ୍ତି ରୂପୀ ଲାଭ ହୃଦୟ ଘରେ ପ୍ରାପ୍ତ କରନ୍ତି,
ਗੁਰਬਾਣੀ ਨਿਰਬਾਣੁ ਸਬਦਿ ਪਛਾਣਿਆ ॥੭॥ ସେ ଗୁରୁବାଣୀ ଦ୍ଵାରା ପବିତ୍ର ବ୍ରହ୍ମ ଶବ୍ଦକୁ ଜାଣିନିଏ॥7॥
ਇਕ ਨਾਨਕ ਕੀ ਅਰਦਾਸਿ ਜੇ ਤੁਧੁ ਭਾਵਸੀ ॥ ହେ ମାଲିକ! ନଅଙ୍କ ତୋ’ ପାଖରେ ଏକ ହିଁ ପ୍ରାର୍ଥନା କରନ୍ତି, ‘ଯଦି ତୋତେ ଉପଯୁକ୍ତ ଲାଗିଥାଏ, ତାହାହେଲେ
ਮੈ ਦੀਜੈ ਨਾਮ ਨਿਵਾਸੁ ਹਰਿ ਗੁਣ ਗਾਵਸੀ ॥੮॥੧॥੩॥ ମୋତେ ନାମ ପ୍ରଦାନ କର, କାରଣ ମୁଁ ତୋର ଗୁଣଗାନ କରୁଥିବି’||8||1||3||
ਸੂਹੀ ਮਹਲਾ ੧ ॥ ସୁହୀ ମହଲା 1 ॥
ਜਿਉ ਆਰਣਿ ਲੋਹਾ ਪਾਇ ਭੰਨਿ ਘੜਾਈਐ ॥ ହେ ଭାଇ! ଯେପରି ଅଗ୍ନିରେ ରଖି ଲୁହାକୁ ତରଳାଇ ନିର୍ମାଣ କରାଯାଇଥାଏ,
ਤਿਉ ਸਾਕਤੁ ਜੋਨੀ ਪਾਇ ਭਵੈ ਭਵਾਈਐ ॥੧॥ ସେପରି ହିଁ ଶାକ୍ତ ଯୋନିରେ ପଡି ଜନ୍ମ ମରଣ ଚକ୍ରରେ ପଥଭ୍ରଷ୍ଟ ରହିଥାଏ॥1॥
ਬਿਨੁ ਬੂਝੇ ਸਭੁ ਦੁਖੁ ਦੁਖੁ ਕਮਾਵਣਾ ॥ ସତ୍ୟ ବୁଝିବା ବିନା ତାହାକୁ ସବୁଆଡୁ ଦୁଃଖ ହିଁ ମିଳିଥାଏ।
ਹਉਮੈ ਆਵੈ ਜਾਇ ਭਰਮਿ ਭੁਲਾਵਣਾ ॥੧॥ ਰਹਾਉ ॥ ଅଭିମାନ କାରଣରୁ ସେ ଜନ୍ମ ହୋଇ ମରିଥାଏ ଆଉ ଭ୍ରମରେ ହିଁ ରହିଥାଏ॥1॥
ਤੂੰ ਗੁਰਮੁਖਿ ਰਖਣਹਾਰੁ ਹਰਿ ਨਾਮੁ ਧਿਆਈਐ ॥ ହେ ପରମେଶ୍ଵର! ତୁ ଗୁରୁମୁଖୀକୁ ଯୋନି ଚକ୍ରରୁ ରକ୍ଷା କରୁ, ଏଥିପାଇଁ ପ୍ରଭୁଙ୍କ ନାମ ମନନ କରିବା ଉଚିତ।
ਮੇਲਹਿ ਤੁਝਹਿ ਰਜਾਇ ਸਬਦੁ ਕਮਾਈਐ ॥੨॥ ତୁ ଜୀବକୁ ନିଜ ଇଚ୍ଛା ଅନୁସାରେ ହିଁ ଗୁରୁଙ୍କ ସହିତ ମିଳନ କରାଉ ଏବଂ ସେ ଶବ୍ଦର ସାଧନା କରିଥାଏ॥2॥
ਤੂੰ ਕਰਿ ਕਰਿ ਵੇਖਹਿ ਆਪਿ ਦੇਹਿ ਸੁ ਪਾਈਐ ॥ ହେ ମାଲିକ! ଜୀବକୁ ଜାତ କରି ତୁ ସ୍ଵୟଂ ହିଁ ତାହାର ପାଳନ କରୁ ଯାହା କିଛି ତୁ ଦେଉ, ତାହାକୁ ତାହା ପ୍ରାପ୍ତ ହୋଇଥାଏ।
ਤੂ ਦੇਖਹਿ ਥਾਪਿ ਉਥਾਪਿ ਦਰਿ ਬੀਨਾਈਐ ॥੩॥ ତୁ ରଚନା କରି ବିନାଶ କରୁ, ସମସ୍ତଙ୍କୁ ନିଜ ଦୃଷ୍ଟିରେ ରଖୁ॥3॥
ਦੇਹੀ ਹੋਵਗਿ ਖਾਕੁ ਪਵਣੁ ਉਡਾਈਐ ॥ ଯେତେବେଳେ ପ୍ରାଣ ଚାଲିଯାଏ, ଏହି ଶରୀର ମାଟିରେ ମିଶିଯାଏ।
ਇਹੁ ਕਿਥੈ ਘਰੁ ਅਉਤਾਕੁ ਮਹਲੁ ਨ ਪਾਈਐ ॥੪॥ ଏବେ ସେ ଘର ଓ ବୈଠକ ଘର କେଉଁଠୁ ପାଇବ? ସେ ଲକ୍ଷ୍ୟ ହାସଲ କରିପାରେ ନାହିଁ॥4॥
ਦਿਹੁ ਦੀਵੀ ਅੰਧ ਘੋਰੁ ਘਬੁ ਮੁਹਾਈਐ ॥ ଉଜ୍ଜଳ ଦିନ ଥିବା ସତ୍ତ୍ୱେ ତାହାର ହୃଦୟ-ଘରେ ଘୋର ଅନ୍ଧକାର ହୋଇଥାଏ ଏବଂ ଏଥିରେ ଥିବା ନାମ ରୂପୀ ପଦାର୍ଥ ଚୋରି ହୋଇଯାଏ।
ਗਰਬਿ ਮੁਸੈ ਘਰੁ ਚੋਰੁ ਕਿਸੁ ਰੂਆਈਐ ॥੫॥ ଅହଂକାର ରୂପୀ ଚୋର ତାହାର ହୃଦୟ-ଘର ଲୁଟି ଥାଏ, କିନ୍ତୁ ଏବେ କାହା ପାଖକୁ ଯାଇ ଅଭିଯୋଗ କରିବି?॥5॥
ਗੁਰਮੁਖਿ ਚੋਰੁ ਨ ਲਾਗਿ ਹਰਿ ਨਾਮਿ ਜਗਾਈਐ ॥ ହରିଙ୍କ ନାମ ଗୁରୁମୁଖୀକୁ ଜାଗ୍ରତ କରାଇ ଥାଏ ଏବଂ ଗୁରୁମୁଖୀଙ୍କ ନାମ-ଧନକୁ ଚୋର ଚୋରାଇ ପାରେ ନାହିଁ।
ਸਬਦਿ ਨਿਵਾਰੀ ਆਗਿ ਜੋਤਿ ਦੀਪਾਈਐ ॥੬॥ ଶବ୍ଦ ତାହାର ତୃଷ୍ଣା ରୂପୀ ଅଗ୍ନିକୁ ଲିଭାଇ ଦେଇଛି ଏବଂ ମନରେ ଜ୍ଞାନ-ଜ୍ୟୋତି ପ୍ରଜ୍ଜ୍ଵଳିତ କରି ଦେଇଛି॥6॥
ਲਾਲੁ ਰਤਨੁ ਹਰਿ ਨਾਮੁ ਗੁਰਿ ਸੁਰਤਿ ਬੁਝਾਈਐ ॥ ଗୁରୁ ଏହି ଜ୍ଞାନ ବତାଇଛନ୍ତି ଯେ ପରମାତ୍ମାଙ୍କ ନାମ ଅମୂଲ୍ୟ ରତ୍ନ ଓ ଲାଲ ଅଟେ।
ਸਦਾ ਰਹੈ ਨਿਹਕਾਮੁ ਜੇ ਗੁਰਮਤਿ ਪਾਈਐ ॥੭॥ ଯଦି ମନୁଷ୍ୟ ଗୁରୁ ଉପଦେଶ ପ୍ରାପ୍ତ କରିନିଏ, ତାହାହେଲେ ସେ ସର୍ବଦା କାମନା ରହିତ ବନି ରହିଥାଏ॥7॥
ਰਾਤਿ ਦਿਹੈ ਹਰਿ ਨਾਉ ਮੰਨਿ ਵਸਾਈਐ ॥ ରାତିଦିନ ପରମାତ୍ମାଙ୍କ ନାମ ମନରେ ସ୍ଥାପନ କରିବା ଉଚିତ।
ਨਾਨਕ ਮੇਲਿ ਮਿਲਾਇ ਜੇ ਤੁਧੁ ਭਾਈਐ ॥੮॥੨॥੪॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ହରି! ଯଦି ତୋତେ ଉପଯୁକ୍ତ ଲାଗିଥାଏ, ଜୀବକୁ ନିଯନ ସାଥିରେ ମିଳନ କରାଉ||8||2||4||
ਸੂਹੀ ਮਹਲਾ ੧ ॥ ସୁହୀ ମହଲା 1 ॥
ਮਨਹੁ ਨ ਨਾਮੁ ਵਿਸਾਰਿ ਅਹਿਨਿਸਿ ਧਿਆਈਐ ॥ ହେ ଜୀବ! ନିଜ ମନରୁ ପ୍ରଭୁଙ୍କ ନାମ ବିସ୍ମରଣ କର ନାହିଁ ଏଣୁ ଦିନ ରାତି ନାମର ଧ୍ୟାନ କର।
ਜਿਉ ਰਾਖਹਿ ਕਿਰਪਾ ਧਾਰਿ ਤਿਵੈ ਸੁਖੁ ਪਾਈਐ ॥੧॥ ସେହି କୃପାନିଧି ଯେପରି ରଖିଥାନ୍ତି, ସେପରି ହିଁ ସୁଖ ପ୍ରାପ୍ତ ହୋଇଥାଏ॥1॥
ਮੈ ਅੰਧੁਲੇ ਹਰਿ ਨਾਮੁ ਲਕੁਟੀ ਟੋਹਣੀ ॥ ପ୍ରଭୁଙ୍କ ନାମ ମୋ’ ଭଳି ଅନ୍ଧର ଲଉଡି ଏବଂ ସାହାରା ଅଟେ।
ਰਹਉ ਸਾਹਿਬ ਕੀ ਟੇਕ ਨ ਮੋਹੈ ਮੋਹਣੀ ॥੧॥ ਰਹਾਉ ॥ ମୁଁ ନିଜ ମାଲିକଙ୍କ ଶରଣରେ ରହିଥାଏ ଏବଂ ମନକୁ ମୁଗ୍ଧ କରୁଥିବା ମାୟା ମୋତେ ପ୍ରଭାବିତ କରେ ନାହିଁ॥1॥
ਜਹ ਦੇਖਉ ਤਹ ਨਾਲਿ ਗੁਰਿ ਦੇਖਾਲਿਆ ॥ ମୁଁ ଯେଉଁ ଆଡେ ଦେଖିଥାଏ, ସେଠାରେ ହିଁ ଗୁରୁ ପ୍ରଭୁଙ୍କୁ ମୋ’ ସାଥିରେ ଦେଖାଇ ଦିଅନ୍ତି।
ਅੰਤਰਿ ਬਾਹਰਿ ਭਾਲਿ ਸਬਦਿ ਨਿਹਾਲਿਆ ॥੨॥ ଭିତରେ ବାହାରେ ଖୋଜି ମୁଁ ବ୍ରହ୍ମଙ୍କୁ ଦେଖି ପାରିଛି॥2॥
ਸੇਵੀ ਸਤਿਗੁਰ ਭਾਇ ਨਾਮੁ ਨਿਰੰਜਨਾ ॥ ମୁଁ ଶ୍ରଦ୍ଧା-ପୂର୍ବକ ସଦଗୁରୁଙ୍କ ସେବା କରି ତୋର ପବିତ୍ର ନାମ ସ୍ମରଣ କରିଥାଏ।
ਤੁਧੁ ਭਾਵੈ ਤਿਵੈ ਰਜਾਇ ਭਰਮੁ ਭਉ ਭੰਜਨਾ ॥੩॥ ହେ ଭ୍ରମ ଓ ଭୟନାଶକ! ତୋତେ ଯେପରି ଉପଯୁକ୍ତ ଲାଗିଥାଏ, ସେପରି ହିଁ ତୋର ଇଚ୍ଛାରେ ରହିଥାଏ॥3॥
ਜਨਮਤ ਹੀ ਦੁਖੁ ਲਾਗੈ ਮਰਣਾ ਆਇ ਕੈ ॥ ଜଗତରେ ଜନ୍ମ ନେବା ମାତ୍ରେ ଜୀବକୁ ମୃତ୍ୟୁର ଦୁଃଖ ଆସି ଲାଗିଥାଏ।
ਜਨਮੁ ਮਰਣੁ ਪਰਵਾਣੁ ਹਰਿ ਗੁਣ ਗਾਇ ਕੈ ॥੪॥ କିନ୍ତୁ ନିରଙ୍କାର ପ୍ରଭୁଙ୍କ ଗୁଣଗାନ କରିବା ଦ୍ଵାରା ଜନ୍ମ ଓ ମରଣ ସ୍ଵୀକୃତ ହୋଇଥାଏ॥4॥
ਹਉ ਨਾਹੀ ਤੂ ਹੋਵਹਿ ਤੁਧ ਹੀ ਸਾਜਿਆ ॥ ହେ ପରମେଶ୍ଵର! ଯାହାର ହୃଦୟରେ ତୁ ବାସ କରୁ, ସେଠାରେ ଅଭିମାନ ରହେ ନାହିଁ।


© 2017 SGGS ONLINE
error: Content is protected !!
Scroll to Top