Guru Granth Sahib Translation Project

guru granth sahib odia page-690

Page 690

ਧਨਾਸਰੀ ਛੰਤ ਮਹਲਾ ੪ ਘਰੁ ੧ ଧନାସରୀ ଛନ୍ତ ମହଲା 4 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਹਰਿ ਜੀਉ ਕ੍ਰਿਪਾ ਕਰੇ ਤਾ ਨਾਮੁ ਧਿਆਈਐ ਜੀਉ ॥ ଯଦି ପରମେଶ୍ଵର ନିଜ କୃପା କରନ୍ତି, ତାହାହେଲେ ହିଁ ତାହାଙ୍କ ନାମର ଧ୍ୟାନ କରାଯାଇ ଥାଏ।
ਸਤਿਗੁਰੁ ਮਿਲੈ ਸੁਭਾਇ ਸਹਜਿ ਗੁਣ ਗਾਈਐ ਜੀਉ ॥ ସଦଗୁରୁ ମିଳିଯାନ୍ତି, ତାହାହେଲେ ସ୍ଵାଭାବିକ ଭାବରେ ଭଗବାନଙ୍କ ଗୁଣଗାନ ପ୍ରେମପୂର୍ବକ ହୋଇଥାଏ।
ਗੁਣ ਗਾਇ ਵਿਗਸੈ ਸਦਾ ਅਨਦਿਨੁ ਜਾ ਆਪਿ ਸਾਚੇ ਭਾਵਏ ॥ ଯଦି ପରମେଶ୍ଵର ସ୍ଵୟଂ ଭଲ ପାଆନ୍ତି, ତାହାହେଲେ ମନୁଷ୍ୟ ଦିନ ରାତି ତାହାଙ୍କ ମହିମା ଗାନ କରି ସର୍ବଦା ପ୍ରସନ୍ନ ରହିଥାଏ।
ਅਹੰਕਾਰੁ ਹਉਮੈ ਤਜੈ ਮਾਇਆ ਸਹਜਿ ਨਾਮਿ ਸਮਾਵਏ ॥ ସେ ନିଜ ଅହଂକାର, ନିଜ ଅହଂତ୍ଵ ଏବଂ ମାୟାର ମୋହକୁ ତ୍ୟାଗ କରିଥାଏ ଆଉ ସ୍ଵାଭାବିକ ଭାବରେ ନାମରେ ରହିଥାଏ।
ਆਪਿ ਕਰਤਾ ਕਰੇ ਸੋਈ ਆਪਿ ਦੇਇ ਤ ਪਾਈਐ ॥ କର୍ତ୍ତା-ପରମେଶ୍ଵର ସ୍ଵୟଂ ହିଁ ସବୁ କିଛି କରିଥାନ୍ତି, ଯେତେବେଳେ ସେ ସ୍ଵୟଂ ଦାନ ପ୍ରଦାନ କରିଥାନ୍ତି, ମନୁଷ୍ୟ ନାମର ଦାନ ପ୍ରାପ୍ତ କରିଥାଏ।
ਹਰਿ ਜੀਉ ਕ੍ਰਿਪਾ ਕਰੇ ਤਾ ਨਾਮੁ ਧਿਆਈਐ ਜੀਉ ॥੧॥ ଗୁରୁ କହନ୍ତି ଯେ ଯଦି ଭଗବାନ ନିଜ କୃପା କରନ୍ତି, ତାହାହେଲେ ହିଁ ତାହାଙ୍କ ନାମର ଧ୍ୟାନ କରାଯାଇ ଥାଏ॥1॥
ਅੰਦਰਿ ਸਾਚਾ ਨੇਹੁ ਪੂਰੇ ਸਤਿਗੁਰੈ ਜੀਉ ॥ ହେ ଭାଇ! ପୂର୍ଣ୍ଣ ସଦଗୁରୁ ମୋର ମନରେ ପ୍ରଭୁଙ୍କ ପାଇଁ ସଚ୍ଚା ପ୍ରେମ ଉତ୍ପନ୍ନ କରିଛନ୍ତି।
ਹਉ ਤਿਸੁ ਸੇਵੀ ਦਿਨੁ ਰਾਤਿ ਮੈ ਕਦੇ ਨ ਵੀਸਰੈ ਜੀਉ ॥ ବର୍ତ୍ତମାନ, ମୁଁ ଦିନ ରାତି ତାହାଙ୍କ ହିଁ ସ୍ମରଣ କରିଥାଏ ଆଉ ସେ ମୋତେ କଦାପି ଭୁଲନ୍ତି ନାହିଁ।
ਕਦੇ ਨ ਵਿਸਾਰੀ ਅਨਦਿਨੁ ਸਮ੍ਹ੍ਹਾਰੀ ਜਾ ਨਾਮੁ ਲਈ ਤਾ ਜੀਵਾ ॥ ମୁଁ ତାହାଙ୍କୁ କଦାପି ବିସ୍ମୃତ କରେ ନାହିଁ ଆଉ ପ୍ରତିଦିନ ତାହାଙ୍କ ହିଁ ସ୍ମରଣ କରିଥାଏ।
ਸ੍ਰਵਣੀ ਸੁਣੀ ਤ ਇਹੁ ਮਨੁ ਤ੍ਰਿਪਤੈ ਗੁਰਮੁਖਿ ਅੰਮ੍ਰਿਤੁ ਪੀਵਾ ॥ ଯେବେ ମୁଁ ନିଜ କାନରେ ନାମ ସ୍ମରଣ କରିଥାଏ, ମୋର ଏହି ମନ ତୃପ୍ତ ହୋଇଯାଏ, ମୁଁ ଗୁରୁଙ୍କ ମାଧ୍ୟମରୁ ନାମାମୃତ ହିଁ ପିଇଥାଏ।
ਨਦਰਿ ਕਰੇ ਤਾ ਸਤਿਗੁਰੁ ਮੇਲੇ ਅਨਦਿਨੁ ਬਿਬੇਕ ਬੁਧਿ ਬਿਚਰੈ ॥ ଯଦି ଇଶ୍ଵର ନିଜ କୃପା ଦୃଷ୍ଟି କରିଥାନ୍ତି, ତାହାହେଲେ ମନୁଷ୍ୟକୁ ସଦଗୁରୁଙ୍କ ସହିତ ମିଳନ କରାନ୍ତି ଏବଂ ଗୁରୁଙ୍କ ଅନୁକମ୍ପାରୁ ତାହାର ମନରେ ବିବେକ ବୁଦ୍ଧି ବିଚରଣ କରିଥାଏ।
ਅੰਦਰਿ ਸਾਚਾ ਨੇਹੁ ਪੂਰੇ ਸਤਿਗੁਰੈ ॥੨॥ ସଦଗୁରୁ ମୋର ହୃଦୟରେ ସଚ୍ଚା ପ୍ରେମ ଲଗାଇ ଦେଇଛନ୍ତି॥2॥
ਸਤਸੰਗਤਿ ਮਿਲੈ ਵਡਭਾਗਿ ਤਾ ਹਰਿ ਰਸੁ ਆਵਏ ਜੀਉ ॥ ଯଦି ମନୁଷ୍ୟକୁ ଆହୋଭାଗ୍ଯରୁ ସତସଙ୍ଗତି ମିଳିଯାଏ, ତାହାକୁ ହରିରସ ପ୍ରାପ୍ତ ହୋଇଥାଏ।
ਅਨਦਿਨੁ ਰਹੈ ਲਿਵ ਲਾਇ ਤ ਸਹਜਿ ਸਮਾਵਏ ਜੀਉ ॥ ସେ ଦିନରାତି ପରମ ସତ୍ୟରେ ହିଁ ନିଜର ଧ୍ୟାନ ଲଗାଇ ରଖିଥାଏ, ଯାହା ଫଳରେ ସେ ସର୍ବଦା ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ।
ਸਹਜਿ ਸਮਾਵੈ ਤਾ ਹਰਿ ਮਨਿ ਭਾਵੈ ਸਦਾ ਅਤੀਤੁ ਬੈਰਾਗੀ ॥ ଯେତେବେଳେ ସେ ସ୍ଵାଭାବିକ ଅବସ୍ଥାରେ ରହିଥାଏ, ସେ ଭଗବାନଙ୍କ ମନକୁ ବଡ ଭଲ ଲାଗିଥାଏ ଏବଂ ସର୍ବଦା ନିର୍ଲିପ୍ତ ଓ ବୈରାଗ୍ୟବାନ ରହିଥାଏ।
ਹਲਤਿ ਪਲਤਿ ਸੋਭਾ ਜਗ ਅੰਤਰਿ ਰਾਮ ਨਾਮਿ ਲਿਵ ਲਾਗੀ ॥ ରାମ ନାମରେ ଲଗ୍ନ ଲଗାଇଲେ ଲୋକ-ପରଲୋକ ଏବଂ ସଂପୂର୍ଣ୍ଣ ଜଗତରେ ତାହାର ଶୋଭା ପ୍ରାପ୍ତ ହୋଇଥାଏ।
ਹਰਖ ਸੋਗ ਦੁਹਾ ਤੇ ਮੁਕਤਾ ਜੋ ਪ੍ਰਭੁ ਕਰੇ ਸੁ ਭਾਵਏ ॥ ସେ ସୁଖ ଅଡୁହକ ଦୁଇଟିରୁ ମୁକ୍ତ ହୋଇଯାଏ, ତାହାପରେ ପ୍ରଭୁ ଯାହା କିଛି କରିଥାନ୍ତି, ଭଲ ଲାଗିଥାଏ।
ਸਤਸੰਗਤਿ ਮਿਲੈ ਵਡਭਾਗਿ ਤਾ ਹਰਿ ਰਸੁ ਆਵਏ ਜੀਉ ॥੩॥ ଅହୋଭାଗ୍ୟରୁ ମନୁଷ୍ୟକୁ ସତସଙ୍ଗତି ମିଳିଯାଏ, ତାହାକୁ ସତସଙ୍ଗତିରେ ହରିରସ ପ୍ରାପ୍ତ ହୋଇଥାଏ॥3॥
ਦੂਜੈ ਭਾਇ ਦੁਖੁ ਹੋਇ ਮਨਮੁਖ ਜਮਿ ਜੋਹਿਆ ਜੀਉ ॥ ମୃତ୍ୟୁ ସ୍ଵେଚ୍ଛାଚାରୀ ମନୁଷ୍ୟକୁ ନିଜ ଦୃଷ୍ଟିରେ ରଖିଥାଏ ଆଉ ଦୈତ୍ୟଭାବ କାରଣରୁ ସେ ବହୁତ ଦୁଃଖୀ ହୋଇଥାଏ।
ਹਾਇ ਹਾਇ ਕਰੇ ਦਿਨੁ ਰਾਤਿ ਮਾਇਆ ਦੁਖਿ ਮੋਹਿਆ ਜੀਉ ॥ ସେ ମାୟାର ଦୁଃଖରେ ଫସି 'ହାୟ-ହାୟ' କରିଥାଏ।
ਮਾਇਆ ਦੁਖਿ ਮੋਹਿਆ ਹਉਮੈ ਰੋਹਿਆ ਮੇਰੀ ਮੇਰੀ ਕਰਤ ਵਿਹਾਵਏ ॥ ସେ ମାୟାର ଦୁଃଖରେ ଫସି ରହିଥାଏ ଆଉ ଅହଂକାରରେ ଫସି କ୍ରୋଧୀ ବନିଯାଏ, ତାହାର ସଂପୂର୍ଣ୍ଣ ଜୀବନ 'ମୋର-ମୋର' କହି ଅତିବାହିତ ହୋଇଯାଏ।
ਜੋ ਪ੍ਰਭੁ ਦੇਇ ਤਿਸੁ ਚੇਤੈ ਨਾਹੀ ਅੰਤਿ ਗਇਆ ਪਛੁਤਾਵਏ ॥ ଯେଉଁ ପ୍ରଭୁ ତାହାକୁ ସବୁକିଛି ଦେଇଥାନ୍ତି, ତାହାକୁ ସ୍ମରଣ କରେ ନାହିଁ, ଅନ୍ତିମ ସମୟରେ ସେ ପଶ୍ଚାତାପ କରିଥାଏ।
ਬਿਨੁ ਨਾਵੈ ਕੋ ਸਾਥਿ ਨ ਚਾਲੈ ਪੁਤ੍ਰ ਕਲਤ੍ਰ ਮਾਇਆ ਧੋਹਿਆ ॥ ନାମ ବିନା ଅନ୍ୟ କିଛି ପ୍ରାଣୀ ସାଥିରେ ଯାଏ ନାହିଁ, ତାହାର ପୁତ୍ର, ସ୍ତ୍ରୀ ଏବଂ ଧନ-ଦୌଲତ ତାହାକୁ ଠକି ଦିଅନ୍ତି।
ਦੂਜੈ ਭਾਇ ਦੁਖੁ ਹੋਇ ਮਨਮੁਖਿ ਜਮਿ ਜੋਹਿਆ ਜੀਉ ॥੪॥ ଗୁରୁ ସାହିବ କହେ ଯେ ଦୈତ୍ୟଭାବରେ ଫସି ସ୍ଵେଚ୍ଛାଚାରୀ ପ୍ରାଣୀ ବହୁତ ଦୁଃଖୀ ହୋଇଥାଏ ଆଉ ମୃତ୍ୟୁ ତାହା ଉପରେ ନିଜ ଦୃଷ୍ଟି ରଖିଥାଏ॥4॥
ਕਰਿ ਕਿਰਪਾ ਲੇਹੁ ਮਿਲਾਇ ਮਹਲੁ ਹਰਿ ਪਾਇਆ ਜੀਉ ॥ ଭଗବାନ ସ୍ଵୟଂ ନିଜ କୃପା କରି ତାହାକୁ ନିଜ ସାଥିରେ ମିଳାଇ ଥାଆନ୍ତି, ଗୁରୁମୁଖୀ ଦଶମ ଦ୍ଵାର ପ୍ରାପ୍ତ କରି ନିଏ, ସେ ପ୍ରଭୁଙ୍କ ମନକୁ ଭଲ ଲାଗିଥାଏ ଏବଂ
ਸਦਾ ਰਹੈ ਕਰ ਜੋੜਿ ਪ੍ਰਭੁ ਮਨਿ ਭਾਇਆ ਜੀਉ ॥ ସେ ନିଜର ଦୁଇ ହାତ ଯୋଡି ସର୍ବଦା ତାହାଙ୍କ ସମ୍ମୁଖରେ ଦଣ୍ଡାୟମାନ ରହିଥାଏ।
ਪ੍ਰਭੁ ਮਨਿ ਭਾਵੈ ਤਾ ਹੁਕਮਿ ਸਮਾਵੈ ਹੁਕਮੁ ਮੰਨਿ ਸੁਖੁ ਪਾਇਆ ॥ ତାହାଙ୍କ ହୁକୁମ ମାନି ସେ ସୁଖ ପ୍ରାପ୍ତ କରିଥାଏ, ଯେତେବେଳେ ପ୍ରଭୁଙ୍କ ମନକୁ ଭଲ ଲାଗିଥାଏ, ସେ ତାହାଙ୍କ ହୁକୁମରେ ହିଁ ଲୀନ ହୋଇଥାଏ।
ਅਨਦਿਨੁ ਜਪਤ ਰਹੈ ਦਿਨੁ ਰਾਤੀ ਸਹਜੇ ਨਾਮੁ ਧਿਆਇਆ ॥ ସେ ଦିନ ରାତି ସର୍ବଦା ସେହି ପ୍ରଭୁଙ୍କ ସ୍ମରଣ କରିଥାଏ ଏବଂ ସ୍ଵାଭାବିକ ଭାବରେ ନାମର ଧ୍ୟାନ-ମନନ କରିଥାଏ।
ਨਾਮੋ ਨਾਮੁ ਮਿਲੀ ਵਡਿਆਈ ਨਾਨਕ ਨਾਮੁ ਮਨਿ ਭਾਵਏ ॥ ନାମ ଦ୍ଵାରା ହିଁ ନାମ ରୂପୀ ବଡିମା ପ୍ରାପ୍ତ ହୋଇଥାଏ, ପ୍ରଭୁଙ୍କ ନାମ ହିଁ ନାନକଙ୍କ ମନକୁ ଭଲ ଲାଗିଥାଏ।
ਕਰਿ ਕਿਰਪਾ ਲੇਹੁ ਮਿਲਾਇ ਮਹਲੁ ਹਰਿ ਪਾਵਏ ਜੀਉ ॥੫॥੧॥ ଇଶ୍ଵର ସ୍ଵୟଂ ହିଁ ନିଜ କୃପା ଦ୍ଵାରା ନିଜ ସାଥିରେ ମିଳାଇ ଥାଆନ୍ତି ଏବଂ ସେ ପ୍ରଭୁଙ୍କ ମହଲ ଦଶମ ଦ୍ଵାର ପ୍ରାପ୍ତ କରିନିଏ||5||1||


© 2017 SGGS ONLINE
error: Content is protected !!
Scroll to Top