Page 638
ਹਉਮੈ ਮਾਰਿ ਮਨਸਾ ਮਨਹਿ ਸਮਾਣੀ ਗੁਰ ਕੈ ਸਬਦਿ ਪਛਾਤਾ ॥੪॥
ନିଜ ଆତ୍ମାଭିମାନକୁ ନଷ୍ଟ କରି ଓ ତୃଷ୍ଣାକୁ ମନରୁ ଦୂର କରି ମୁଁ ଗୁରୁଙ୍କ ଶବ୍ଦ ଦ୍ଵାରା ପରମ ସତ୍ୟକୁ ଜାଣି ଦେଇଛି॥4॥
ਅਚਿੰਤ ਕੰਮ ਕਰਹਿ ਪ੍ਰਭ ਤਿਨ ਕੇ ਜਿਨ ਹਰਿ ਕਾ ਨਾਮੁ ਪਿਆਰਾ ॥
ଯେଉଁ ଲୋକକୁ ହରିଙ୍କ ନାମ ପ୍ରିୟ ଲାଗିଥାଏ, ପ୍ରଭୁ ତାହାର ସବୁ କାର୍ଯ୍ୟ ସ୍ଵାଭାବିକ ଭାବରେ ସଫଳ କରାଇ ଦିଅନ୍ତି।
ਗੁਰ ਪਰਸਾਦਿ ਸਦਾ ਮਨਿ ਵਸਿਆ ਸਭਿ ਕਾਜ ਸਵਾਰਣਹਾਰਾ ॥
ସବୁ କାର୍ଯ୍ୟ ସଫଳ କରୁଥିବା ପରମାତ୍ମା ଗୁରୁଙ୍କ ଅପାର କୃପାରୁ ସଦା ମନରେ ବାସ କରିଥାନ୍ତି।
ਓਨਾ ਕੀ ਰੀਸ ਕਰੇ ਸੁ ਵਿਗੁਚੈ ਜਿਨ ਹਰਿ ਪ੍ਰਭੁ ਹੈ ਰਖਵਾਰਾ ॥੫॥
ମୋର ହରି-ପ୍ରଭୁ ଯାହାର ରକ୍ଷାକାରୀ ଅଟନ୍ତି, ତାହା ସହିତ ଯିଏ ଶତ୍ରୁତା ଆଚରଣ କରିଥାନ୍ତି, ସେ ନଷ୍ଟ ହୋଇଯାଏ॥5॥
ਬਿਨੁ ਸਤਿਗੁਰ ਸੇਵੇ ਕਿਨੈ ਨ ਪਾਇਆ ਮਨਮੁਖਿ ਭਉਕਿ ਮੁਏ ਬਿਲਲਾਈ ॥
ସଦଗୁରୁଙ୍କ ସେବା କରିବା ବିନା କାହାକୁ ପରମାତ୍ମାଙ୍କ ପ୍ରାପ୍ତି ହୁଏନାହିଁ, ମନମୁଖୀ ବ୍ୟକ୍ତି କ୍ରନ୍ଦନ ଓ ବିଳାପ କରି ପ୍ରାଣ ତ୍ୟାଗ କରିଥାଏ ଆଉ
ਆਵਹਿ ਜਾਵਹਿ ਠਉਰ ਨ ਪਾਵਹਿ ਦੁਖ ਮਹਿ ਦੁਖਿ ਸਮਾਈ ॥
ଯୋନି ଚକ୍ରରେ ଫସି ଜନ୍ମ ହୋଇ ମରିଥାଏ ଆଉ କୌଣସି ସୁଖର ସ୍ଥାନ ପାଏ ନାହିଁ, ସେ ଦୁଃଖରେ ହିଁ ରହି ନଷ୍ଟ ହୋଇଯାଏ।
ਗੁਰਮੁਖਿ ਹੋਵੈ ਸੁ ਅੰਮ੍ਰਿਤੁ ਪੀਵੈ ਸਹਜੇ ਸਾਚਿ ਸਮਾਈ ॥੬॥
ଯଦି କେହିଗୁରୁମୁଖି ବନିଯାଏ, ତାହାହେଲେ ସେ ନାମାମୃତ ପାନ କରି ସ୍ଵାଭାବିକ ଭାରେ ସତ୍ୟରେ ରହିଥାଏ॥6॥
ਬਿਨੁ ਸਤਿਗੁਰ ਸੇਵੇ ਜਨਮੁ ਨ ਛੋਡੈ ਜੇ ਅਨੇਕ ਕਰਮ ਕਰੈ ਅਧਿਕਾਈ ॥
ସଦଗୁରୁଙ୍କ ସେବା କରିବା ବିନା, କେତେ ପ୍ରକାର କର୍ମ କାଣ୍ଡ କଲେ ମଧ୍ୟ, ମନୁଷ୍ୟର ଜନ୍ମର ବନ୍ଧନ ଯାଏ ନାହିଁ।
ਵੇਦ ਪੜਹਿ ਤੈ ਵਾਦ ਵਖਾਣਹਿ ਬਿਨੁ ਹਰਿ ਪਤਿ ਗਵਾਈ ॥
ଯିଏ ବେଦର ଅଧ୍ୟୟନ କରିଥାଏ, ସେ ମଧ୍ୟ ବାଦ-ବିବାଦରେ ରହିଥାଏ ଆଉ ପରମାତ୍ମାଙ୍କ ବିନା ନିଜ ମାନ-ସମ୍ମାନ ହରାଇ ଥାଏ।
ਸਚਾ ਸਤਿਗੁਰੁ ਸਾਚੀ ਜਿਸੁ ਬਾਣੀ ਭਜਿ ਛੂਟਹਿ ਗੁਰ ਸਰਣਾਈ ॥੭॥
ସଦଗୁରୁ ସତ୍ୟ ଅଟନ୍ତି, ଯାହାଙ୍କ ବାଣୀ ମଧ୍ୟ ସତ୍ୟ ଅଟେ, ଗୁରୁଙ୍କ ଶରଣରେ ଆସିଲେ ମନୁଷ୍ୟର ମୁକ୍ତି ହୋଇଯାଏ॥7॥
ਜਿਨ ਹਰਿ ਮਨਿ ਵਸਿਆ ਸੇ ਦਰਿ ਸਾਚੇ ਦਰਿ ਸਾਚੈ ਸਚਿਆਰਾ ॥
ଯାହାର ହୃଦୟରେ ଈଶ୍ବରଙ୍କ ବାସ ହୋଇ ଯାଇଛି, ତାହାକୁ ସଚ୍ଚା ଦରବାରରେ ସଚ୍ଚା ଓ ସତ୍ୟବାଦୀ କୁହାଯାଏ।
ਓਨਾ ਦੀ ਸੋਭਾ ਜੁਗਿ ਜੁਗਿ ਹੋਈ ਕੋਇ ਨ ਮੇਟਣਹਾਰਾ ॥
ତାହାର ଶୋଭା ଯୁଗ-ଯୁଗାନ୍ତରରେ ଲୋକପ୍ରିୟ ହୋଇଥାଏ ଆଉ କେହି ମଧ୍ୟ ଏହାକୁ ଦୂର କରିପାରେ ନାହିଁ।
ਨਾਨਕ ਤਿਨ ਕੈ ਸਦ ਬਲਿਹਾਰੈ ਜਿਨ ਹਰਿ ਰਾਖਿਆ ਉਰਿ ਧਾਰਾ ॥੮॥੧॥
ଯିଏ ଭଗବାନଙ୍କୁ ନିଜ ହୃଦୟରେ ଧାରଣ କରିଛି; ନାନକ ସର୍ବଦା ତାହା ଉପରେ ସମର୍ପିତ ଅଟନ୍ତି||8||1||
ਸੋਰਠਿ ਮਹਲਾ ੩ ਦੁਤੁਕੀ ॥
ସୋରଠି ମହଲା 3 ଦୁତୁକେ॥
ਨਿਗੁਣਿਆ ਨੋ ਆਪੇ ਬਖਸਿ ਲਏ ਭਾਈ ਸਤਿਗੁਰ ਕੀ ਸੇਵਾ ਲਾਇ ॥
ହେ ଭାଇ! ସଦଗୁରୁଙ୍କ ସେବାରେ ଲଗାଇ ଇଶ୍ଵର ସ୍ଵୟଂ ହିଁ ଗୁଣବିହୀନ ଜୀବଙ୍କୁ କ୍ଷମା କରି ଦେଇଥାନ୍ତି
ਸਤਿਗੁਰ ਕੀ ਸੇਵਾ ਊਤਮ ਹੈ ਭਾਈ ਰਾਮ ਨਾਮਿ ਚਿਤੁ ਲਾਇ ॥੧॥
ସଦଗୁରୁଙ୍କ ସେବା ବଡ ଉତ୍ତମ ଅଟେ, କାରଣ ତାହାଙ୍କ ଯୋଗୁଁ ଚିତ୍ତ ରାମ-ନାମରେ ମଗ୍ନ ରହିଥାଏ॥1॥
ਹਰਿ ਜੀਉ ਆਪੇ ਬਖਸਿ ਮਿਲਾਇ ॥
ପରମେଶ୍ଵର ସ୍ଵୟଂ ହିଁ ଜୀବକୁ କ୍ଷମା କରି ନିଜ ସାଥିରେ ମିଳନ କରାଇ ଥାଆନ୍ତି।
ਗੁਣਹੀਣ ਹਮ ਅਪਰਾਧੀ ਭਾਈ ਪੂਰੈ ਸਤਿਗੁਰਿ ਲਏ ਰਲਾਇ ॥ ਰਹਾਉ ॥
ହେ ଭାଇ! ଆମେ ବଡ ଗୁଣବିହୀନ ଓ ଅପରାଧୀ ଅଟୁ, କିନ୍ତୁ ପୂର୍ଣ୍ଣ ସଦଗୁରୁ କୃପା କରି ଆମକୁ ନିଜ ସାଥିରେ ମିଳନ କରାଇଛନ୍ତି॥ରୁହ॥
ਕਉਣ ਕਉਣ ਅਪਰਾਧੀ ਬਖਸਿਅਨੁ ਪਿਆਰੇ ਸਾਚੈ ਸਬਦਿ ਵੀਚਾਰਿ ॥
ହେ ପ୍ରିୟ! ଗୁରୁଙ୍କ ଶବ୍ଦ ଚିନ୍ତନ କରିବା ଦ୍ଵାରା ଭଗବାନ ଅନେକ ଅପରାଧୀଙ୍କୁ କ୍ଷମା କରି ଦେଇଛନ୍ତି।
ਭਉਜਲੁ ਪਾਰਿ ਉਤਾਰਿਅਨੁ ਭਾਈ ਸਤਿਗੁਰ ਬੇੜੈ ਚਾੜਿ ॥੨॥
ଭଗବାନ ସଦଗୁରୁ ରୂପୀ ଜାହାଜ ଉପରେ ସବାର କରାଇ ଅନେକ ଜୀବଙ୍କୁ ଭବସାଗରରୁ ପାର କରାଇ ଦେଇଛନ୍ତି॥2॥
ਮਨੂਰੈ ਤੇ ਕੰਚਨ ਭਏ ਭਾਈ ਗੁਰੁ ਪਾਰਸੁ ਮੇਲਿ ਮਿਲਾਇ ॥
ହେ ଭାଇ! ଗୁରୁ ରୂପୀ ପାରସ ସହିତ ମିଳନ ହୋଇ ଆମେ ଜଳୁଥିବା ଲୁହାକୁ ସୁନା ଅର୍ଥାତ ଗୁଣବାନ ବନାଇ ଦେଇଛୁ।
ਆਪੁ ਛੋਡਿ ਨਾਉ ਮਨਿ ਵਸਿਆ ਭਾਈ ਜੋਤੀ ਜੋਤਿ ਮਿਲਾਇ ॥੩॥
ଆତ୍ମାଭିମାନକୁ ତ୍ୟାଗ କରି ଆମର ହୃଦୟରେ ନାମ ବାସ କରିଛି ଆଉ ଆମର ଜ୍ୟୋତି ପରମ-ଜ୍ୟୋତିରେ ବିଲୀନ ହୋଇ ଯାଇଛି॥3॥
ਹਉ ਵਾਰੀ ਹਉ ਵਾਰਣੈ ਭਾਈ ਸਤਿਗੁਰ ਕਉ ਸਦ ਬਲਿਹਾਰੈ ਜਾਉ ॥
ହେ ଭାଇ! ମୁଁ ଗୁରୁଙ୍କ ପ୍ରତି ସଦା ସମର୍ପିତ ଅଟେ,
ਨਾਮੁ ਨਿਧਾਨੁ ਜਿਨਿ ਦਿਤਾ ਭਾਈ ਗੁਰਮਤਿ ਸਹਜਿ ਸਮਾਉ ॥੪॥
ଯିଏ ଆମକୁ ନାମର ଭଣ୍ଡାର ଦେଇଛନ୍ତି,, ଗୁରୁ-ଉପଦେଶ ଦ୍ଵାରା ମୁଁ ସ୍ଵାଭାବିକ ଅବସ୍ଥାରେ ରହିଥାଏ॥4॥
ਗੁਰ ਬਿਨੁ ਸਹਜੁ ਨ ਊਪਜੈ ਭਾਈ ਪੂਛਹੁ ਗਿਆਨੀਆ ਜਾਇ ॥
ସଦଗୁରୁଙ୍କ ସେବା କରିବା ବିନା ସ୍ଵାଭାବିକ ଅବସ୍ଥା ଉତ୍ପନ୍ନ ହୁଏନାହିଁ;
ਸਤਿਗੁਰ ਕੀ ਸੇਵਾ ਸਦਾ ਕਰਿ ਭਾਈ ਵਿਚਹੁ ਆਪੁ ਗਵਾਇ ॥੫॥
ହେ ଭାଇ! ନିଜ ମନରୁ ନିଜ ଆତ୍ମାଭିମାନ ଦୂର କରି ସର୍ବଦା ସଦଗୁରୁଙ୍କ ସେବା କର॥5॥
ਗੁਰਮਤੀ ਭਉ ਊਪਜੈ ਭਾਈ ਭਉ ਕਰਣੀ ਸਚੁ ਸਾਰੁ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ପ୍ରଭୁଙ୍କ ଭୟ-ପ୍ରେମ ଉତ୍ପନ୍ନ ହୋଇଥାଏ ଆଉ ପ୍ରଭୁଙ୍କ ଭୟ-ପ୍ରେମରେ କରା ଯାଇଥିବା ସବୁ କର୍ମ ସତ୍ୟ ଏବଂ ଶ୍ରେଷ୍ଠ ଅଟେ।
ਪ੍ਰੇਮ ਪਦਾਰਥੁ ਪਾਈਐ ਭਾਈ ਸਚੁ ਨਾਮੁ ਆਧਾਰੁ ॥੬॥
ସେତେବେଳେ ମନୁଷ୍ୟକୁ ପ୍ରଭୁଙ୍କ ପ୍ରେମର ପଦାର୍ଥ ପ୍ରାପ୍ତ ହୋଇଥାଏ ଏବଂ ସତ୍ୟ ନାମ ହିଁ ତାହାର ଆଧାର ବନିଯାଏ॥6॥
ਜੋ ਸਤਿਗੁਰੁ ਸੇਵਹਿ ਆਪਣਾ ਭਾਈ ਤਿਨ ਕੈ ਹਉ ਲਾਗਉ ਪਾਇ ॥
ହେ ଭାଇ ଯିଏ ନିଜ ସଦଗୁରୁଙ୍କ ନିଷ୍କାମ ସେବା କରିଥାଏ, ଆମେ ତାହାଙ୍କ ଚରଣ ସ୍ପର୍ଶ କରୁ।
ਜਨਮੁ ਸਵਾਰੀ ਆਪਣਾ ਭਾਈ ਕੁਲੁ ਭੀ ਲਈ ਬਖਸਾਇ ॥੭॥
ଆମେ ନିଜର ଅମୂଲ୍ୟ ମାନବ ଜନ୍ମ ସଫଳ କରିଛୁ ଆଉ ନିଜ ବଂଶ ପାଇଁ ମଧ୍ୟ କ୍ଷମା-ଦାନ ପ୍ରାପ୍ତ କରିଛୁ॥7॥
ਸਚੁ ਬਾਣੀ ਸਚੁ ਸਬਦੁ ਹੈ ਭਾਈ ਗੁਰ ਕਿਰਪਾ ਤੇ ਹੋਇ ॥
ହେ ଭାଇ! ବାଣୀ ସତ୍ୟ ଅଟେ ଆଉ ଗୁରୁଙ୍କ ଶବ୍ଦ ମଧ୍ୟ ସତ୍ୟ ଅଟେ, ଏହାର ଉପଲବ୍ଧି ଗୁରୁଙ୍କ କୃପାରୁ ହିଁ ହୋଇଥାଏ।
ਨਾਨਕ ਨਾਮੁ ਹਰਿ ਮਨਿ ਵਸੈ ਭਾਈ ਤਿਸੁ ਬਿਘਨੁ ਨ ਲਾਗੈ ਕੋਇ ॥੮॥੨॥
ନାନକ କହନ୍ତି ଯେ ହେ ଭାଇ! ଯାହାର ମନରେ ହରି-ନାମର ବାସ ହୋଇଯାଇଛି, ତାହାକୁ କୌଣସି ବିଘ୍ନ ଆସେ ନାହିଁ।