Guru Granth Sahib Translation Project

guru granth sahib odia page-634

Page 634

ਸੋਰਠਿ ਮਹਲਾ ੯ ॥ ସୋରଠି ମହଲା 9 ॥
ਪ੍ਰੀਤਮ ਜਾਨਿ ਲੇਹੁ ਮਨ ਮਾਹੀ ॥ ହେ ପ୍ରିୟତମ! ନିଜ ମନରେ ଏହି ତଥ୍ୟକୁ ଭଲଭାବରେ ବୁଝ ଯେ
ਅਪਨੇ ਸੁਖ ਸਿਉ ਹੀ ਜਗੁ ਫਾਂਧਿਓ ਕੋ ਕਾਹੂ ਕੋ ਨਾਹੀ ॥੧॥ ਰਹਾਉ ॥ ସାରା ଦୁନିଆ କେବଳ ନିଜ ସୁଖରେ ହିଁ ଫସି ରହିଛି ଆଉ କେହି କାହାର ଶୁଭଚିନ୍ତକ ନୁହନ୍ତି ॥1॥ରୁହ॥
ਸੁਖ ਮੈ ਆਨਿ ਬਹੁਤੁ ਮਿਲਿ ਬੈਠਤ ਰਹਤ ਚਹੂ ਦਿਸਿ ਘੇਰੈ ॥ ଜୀବନର ସୁଖ-ସମୃଦ୍ଧି ସମୟରେ ସମସ୍ତେ ଚରିଦିଗରୁ ଘେରି ରହୁଥିଲେ, କିନ୍ତୁ
ਬਿਪਤਿ ਪਰੀ ਸਭ ਹੀ ਸੰਗੁ ਛਾਡਿਤ ਕੋਊ ਨ ਆਵਤ ਨੇਰੈ ॥੧॥ ଯେତେବେଳେ କୌଣସି ବିପତ୍ତି ଆସିଥାଏ, ସମସ୍ତେ ଛାଡି ଚାଲିଯାନ୍ତି॥1॥
ਘਰ ਕੀ ਨਾਰਿ ਬਹੁਤੁ ਹਿਤੁ ਜਾ ਸਿਉ ਸਦਾ ਰਹਤ ਸੰਗ ਲਾਗੀ ॥ ଯେଉଁ ଧର୍ମ ପତ୍ନୀ ସହିତ ସ୍ଵାମୀ ବହୁତ ପ୍ରେମ କରୁଥିଲା ଆଉ ଯିଏ ସର୍ବଦା ନିଜ ଜୀବନ ସାଥିର ସାଙ୍ଗରେ ଲାଗି ରହିଥିଲା,
ਜਬ ਹੀ ਹੰਸ ਤਜੀ ਇਹ ਕਾਂਇਆ ਪ੍ਰੇਤ ਪ੍ਰੇਤ ਕਰਿ ਭਾਗੀ ॥੨॥ ଯେତେବେଳେ ହଂସ ରୂପୀ ଆତ୍ମା ଏହି ଶରୀରରୁ ଚାଲିଯାଏ, ସେତେବେଳେ ସେହି ଜୀବନ ସଂଗିନୀ ପ୍ରେତ ପ୍ରେତ କହି ଦୂରକୁ ଚାଲି ଯାଏ॥2॥
ਇਹ ਬਿਧਿ ਕੋ ਬਿਉਹਾਰੁ ਬਨਿਓ ਹੈ ਜਾ ਸਿਉ ਨੇਹੁ ਲਗਾਇਓ ॥ ଏହି ସଂସାରରେ ଲୋକଙ୍କ ବ୍ୟବହାର ଏହିପରି ରହିଛି, ଯାହା ସାଥିରେ ଆମେ ଭରପୁର ପ୍ରେମ କରୁଛୁ।
ਅੰਤ ਬਾਰ ਨਾਨਕ ਬਿਨੁ ਹਰਿ ਜੀ ਕੋਊ ਕਾਮਿ ਨ ਆਇਓ ॥੩॥੧੨॥੧੩੯॥ ନାନକ କହନ୍ତି ଯେ ଜୀବନର ଅନ୍ତିମ କ୍ଷଣରେ ଈଶ୍ଵରଙ୍କ ବିନା ଆଉ କେହି କାମରେ ଆସନ୍ତି ନାହିଁ ||3||12||139||
ਸੋਰਠਿ ਮਹਲਾ ੧ ਘਰੁ ੧ ਅਸਟਪਦੀਆ ਚਉਤੁਕੀ ସୋରଠି ମହଲା 1 ଘର 1 ଅଷ୍ଟପଦୀ ଚଉତୁକେ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਦੁਬਿਧਾ ਨ ਪੜਉ ਹਰਿ ਬਿਨੁ ਹੋਰੁ ਨ ਪੂਜਉ ਮੜੈ ਮਸਾਣਿ ਨ ਜਾਈ ॥ ମୁଁ କୌଣସି ଦ୍ଵିଧାରେ ପଡି ନାହିଁ; ଭଗବାନଙ୍କ ବିନା ଆଉ କାହାର ପୂଜା କରି ନାହିଁ ଆଉ କିଛି ସମାଧି ଓ ଶ୍ମଶାନ ଘାଟ ମଧ୍ୟ ଯାଇ ନାହିଁ।
ਤ੍ਰਿਸਨਾ ਰਾਚਿ ਨ ਪਰ ਘਰਿ ਜਾਵਾ ਤ੍ਰਿਸਨਾ ਨਾਮਿ ਬੁਝਾਈ ॥ କୌଣସି ପ୍ରକାର ତୃଷ୍ଣାରେ ପ୍ରବୃତ୍ତ ହୋଇ କୌନ ସି ପର ଘରକୁ ମଧ୍ୟ ଯାଇ ନାହିଁ, କାରଣ ନାମ ମୋର ତୃଷ୍ଣା ଦୂର କରି ଦେଇଛି।
ਘਰ ਭੀਤਰਿ ਘਰੁ ਗੁਰੂ ਦਿਖਾਇਆ ਸਹਜਿ ਰਤੇ ਮਨ ਭਾਈ ॥ ହେ ଭାଇ! ମୋର ହୃଦୟ-ଘରେ ହିଁ ପ୍ରଭୁ-ଘରର ଦର୍ଶନ କରିଛି ଏବଂ ମୋର ମନ ସ୍ଵାଭାବିକ ଅବସ୍ଥାରେ ଲୀନ ହୋଇ ଯାଇଛି।
ਤੂ ਆਪੇ ਦਾਨਾ ਆਪੇ ਬੀਨਾ ਤੂ ਦੇਵਹਿ ਮਤਿ ਸਾਈ ॥੧॥ ହେ ଇଶ୍ଵର! ତୁ ସ୍ଵୟଂ ହିଁ ଚତୁର ଅଟୁ, ସ୍ଵୟଂ ହିଁ ସର୍ବଜ୍ଞ ଅଟୁ ଆଉ ତୁ ସ୍ଵୟଂ ହିଁ ସୁମତି ପ୍ରଦାନ କରୁ॥1॥
ਮਨੁ ਬੈਰਾਗਿ ਰਤਉ ਬੈਰਾਗੀ ਸਬਦਿ ਮਨੁ ਬੇਧਿਆ ਮੇਰੀ ਮਾਈ ॥ ହେ ମୋର ମାତା! ମୋର ମନ ବୈରାଗ୍ୟରେ ମଗ୍ନ ହୋଇ ବୈରାଗୀ ବନି ଯାଇଛି ଆଉ ଶବ୍ଦ ମୋର ମନ ଭେଦ କରିଛି।
ਅੰਤਰਿ ਜੋਤਿ ਨਿਰੰਤਰਿ ਬਾਣੀ ਸਾਚੇ ਸਾਹਿਬ ਸਿਉ ਲਿਵ ਲਾਈ ॥ ਰਹਾਉ ॥ ମୁଁ ସଚ୍ଚା ପରମେଶ୍ଵରଙ୍କ ସାଥିରେ ଲଗ୍ନ ଲଗାଇଛି, ନିରନ୍ତର ବାଣୀ ପଢିବା ଦ୍ଵାରା ଅନ୍ତର୍ମନରେ ପରମ-ଜ୍ୟୋତି ନିବାସ ହୋଇ ଯାଇଛି॥ରୁହ॥
ਅਸੰਖ ਬੈਰਾਗੀ ਕਹਹਿ ਬੈਰਾਗ ਸੋ ਬੈਰਾਗੀ ਜਿ ਖਸਮੈ ਭਾਵੈ ॥ ଅସଂଖ୍ୟ ବ୍ୟକ୍ତି ବୈରାଗୀ ଓ ବୈରାଗ୍ୟର କଥା କହନ୍ତି, ପରନ୍ତୁ ସଚ୍ଚା ବୈରାଗୀ ସିଏ ଅଟେ, ଯିଏ ପରମାତ୍ମାଙ୍କୁ ଭଲ ଲାଗିଥାଏ।
ਹਿਰਦੈ ਸਬਦਿ ਸਦਾ ਭੈ ਰਚਿਆ ਗੁਰ ਕੀ ਕਾਰ ਕਮਾਵੈ ॥ ସେ ଶବ୍ଦକୁ ନିଜ ହୃଦୟରେ ସ୍ଥାପ୍ନ କରିଥାଏ ଆଉ ସର୍ବଦା ପ୍ରଭୁ ଭୟରେ ଲୀନ ରହି ଗୁରୁଙ୍କ ସେବା କରିଥାଏ।
ਏਕੋ ਚੇਤੈ ਮਨੂਆ ਨ ਡੋਲੈ ਧਾਵਤੁ ਵਰਜਿ ਰਹਾਵੈ ॥ ମାୟା ଆଡକୁ ଦଉଡି ମନ ଉପରେ ଅଙ୍କୁଶ ଲଗାଇ ଥାଏ।
ਸਹਜੇ ਮਾਤਾ ਸਦਾ ਰੰਗਿ ਰਾਤਾ ਸਾਚੇ ਕੇ ਗੁਣ ਗਾਵੈ ॥੨॥ ସେ ସ୍ଵାଭାବିକ ଅବସ୍ଥାରେ ମତୁଆଲା ହୋଇ ପ୍ରଭୁଙ୍କ ରଙ୍ଗରେ ସର୍ବଦା ମଗ୍ନ ରହିଥାଏ ଆଉ ସଚ୍ଚା ପରମେଶ୍ଵରଙ୍କ ଗୁଣଗାନ କରିଥାଏ॥2॥
ਮਨੂਆ ਪਉਣੁ ਬਿੰਦੁ ਸੁਖਵਾਸੀ ਨਾਮਿ ਵਸੈ ਸੁਖ ਭਾਈ ॥ ଯଦି ପବନ ଭଳି ମନ ଏକ କ୍ଷଣ ପାଇଁ ସୁଖବାସୀ ହୋଇଯାଏ, ତାହାହେଲେ ସେ ନାମରେ ନିବାସ କରି ସୁଖୀ ରହିଥାଏ।
ਜਿਹਬਾ ਨੇਤ੍ਰ ਸੋਤ੍ਰ ਸਚਿ ਰਾਤੇ ਜਲਿ ਬੂਝੀ ਤੁਝਹਿ ਬੁਝਾਈ ॥ ମୋର ଜିହ୍ଵା, ନେତ୍ର ଏବଂ କାନ ସତ୍ୟ ସାଥିରେ ମଗ୍ନ ହୋଇ ଯାଇଛି ଆଉ ନାମ-ଜଳ ଦ୍ଵାରା ତୃଷ୍ଣା ମେଣ୍ଟି ଯାଇଛି, ହେ ପରମେଶ୍ଵର! ତୁ ହିଁ ତୃଷ୍ଣାକୁ ମେଣ୍ଟାଇଛୁ।
ਆਸ ਨਿਰਾਸ ਰਹੈ ਬੈਰਾਗੀ ਨਿਜ ਘਰਿ ਤਾੜੀ ਲਾਈ ॥ ସେହି ବୈରାଗୀ ମନ ଇଚ୍ଛା ଠାରୁ ବିରକ୍ତ ହୋଇ ପରମାତ୍ମାଙ୍କ ଠାରେ ଧ୍ୟାନ ଲଗାଇ ଥାଏ।
ਭਿਖਿਆ ਨਾਮਿ ਰਜੇ ਸੰਤੋਖੀ ਅੰਮ੍ਰਿਤੁ ਸਹਜਿ ਪੀਆਈ ॥੩॥ ସନ୍ତୁଷ୍ଟ ମନ ନାମର ଭିକ୍ଷା ଦ୍ଵାରା ହିଁ ତୃପ୍ତ ରହିଥାଏ ଆଉ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ନାମାମୃତର ପାନ କରିଥାଏ॥3॥
ਦੁਬਿਧਾ ਵਿਚਿ ਬੈਰਾਗੁ ਨ ਹੋਵੀ ਜਬ ਲਗੁ ਦੂਜੀ ਰਾਈ ॥ ଦ୍ଵିଧା ଓ ତିଳେମାତ୍ର ଦୈତ୍ୟ ଭାବ ଥିଲେ କେହି ମଧ୍ୟ ବୈରାଗୀ ହୋଇ ପାରିବ ନାହିଁ।
ਸਭੁ ਜਗੁ ਤੇਰਾ ਤੂ ਏਕੋ ਦਾਤਾ ਅਵਰੁ ਨ ਦੂਜਾ ਭਾਈ ॥ ହେ ଭଗବାନ! ଏହି ସଂପୂର୍ଣ୍ଣ ଜଗତ ତୋର ହିଁ ଅଟେ ଆଉ ଏକ ତୁ ହିଁ ଦାତା ଅଟୁ, ହେ ଭାଇ! ଭଗବାନଙ୍କ ବିନା ଆଉ କେହି ବଡ ନାହାନ୍ତି।
ਮਨਮੁਖਿ ਜੰਤ ਦੁਖਿ ਸਦਾ ਨਿਵਾਸੀ ਗੁਰਮੁਖਿ ਦੇ ਵਡਿਆਈ ॥ ସ୍ଵେଚ୍ଛାଚାରୀ ବ୍ୟକ୍ତି ସର୍ବଦା ଦୁଃଖୀ ରହିଥାଏ, କିନ୍ତୁ ଗୁରୁମୁଖୀକୁ ଭଗବାନ ବଡିମା ପ୍ରଦାନ କରିଥାନ୍ତି।
ਅਪਰ ਅਪਾਰ ਅਗੰਮ ਅਗੋਚਰ ਕਹਣੈ ਕੀਮ ਨ ਪਾਈ ॥੪॥ ଅପରାମ୍ପର, ଅଗମ୍ୟ ଏବଂ ଅଗୋଚର ଈଶ୍ଵରଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ॥4॥
ਸੁੰਨ ਸਮਾਧਿ ਮਹਾ ਪਰਮਾਰਥੁ ਤੀਨਿ ਭਵਣ ਪਤਿ ਨਾਮੰ ॥ ହେ ପରମେଶ୍ଵର! ତୁ ଶୂନ୍ୟ ସମାଧି ଧାରଣ କରୁ, ମହା ପରମାର୍ଥ ଏବଂ ତିନି ଲୋକର ସ୍ଵାମୀ ତୋର ହିଁ ନାମ ଅଟେ।
ਮਸਤਕਿ ਲੇਖੁ ਜੀਆ ਜਗਿ ਜੋਨੀ ਸਿਰਿ ਸਿਰਿ ਲੇਖੁ ਸਹਾਮੰ ॥ ଏହି ଦୁନିଆରେ ଜାତ ହୋଇଥିବା ଲୋକଙ୍କ ମସ୍ତକ ଉପରେ ବିଧାତା ଦ୍ଵାରା ଭାଗ୍ୟ ଲେଖା ହୋଇଛି ଆଉ କର୍ମ ଅନୁସାରେ ଯେଉଁ ଭାଗ୍ୟ ଲେଖା ହୋଇଥାଏ, ବ୍ୟକ୍ତି ତାହା ଭୋଗ କରିଥାଏ।
ਕਰਮ ਸੁਕਰਮ ਕਰਾਏ ਆਪੇ ਆਪੇ ਭਗਤਿ ਦ੍ਰਿੜਾਮੰ ॥ ପରମାତ୍ମା ସ୍ଵୟଂ ହିଁ ଲୋକଙ୍କ ଦ୍ଵାରା କର୍ମ ଓ ସୁକର୍ମ କରାଇ ଥାଆନ୍ତି ଆଉ ସ୍ଵୟଂ ହିଁ ନିଜ ଭକ୍ତିରେ ଦୃଢ କରାଇ ଥାଆନ୍ତି।
ਮਨਿ ਮੁਖਿ ਜੂਠਿ ਲਹੈ ਭੈ ਮਾਨੰ ਆਪੇ ਗਿਆਨੁ ਅਗਾਮੰ ॥੫॥ ଜେନ ବ୍ୟକ୍ତି ଭଗବାନଙ୍କ ଭୟରେ ଆଚରଣ କରିଥାଏ, ତାହାର ମନ ଓ ମୁଖରୁ ମଇଳା ବାହାରିଯାଏ ଆଉ ସେ ସ୍ଵୟଂ ହିଁ ତାହାକୁ ଜ୍ଞାନ ଦେଇଥାନ୍ତି॥5॥


© 2017 SGGS ONLINE
error: Content is protected !!
Scroll to Top