Guru Granth Sahib Translation Project

guru granth sahib odia page-610

Page 610

ਨਾਨਕ ਕਉ ਗੁਰੁ ਪੂਰਾ ਭੇਟਿਓ ਸਗਲੇ ਦੂਖ ਬਿਨਾਸੇ ॥੪॥੫॥ ପୂର୍ଣ୍ଣ ଗୁରୁଙ୍କ ସହିତ ନାନକଙ୍କ ଭେଟ ହୋଇ ଯାଇଛି ଆଉ ତାହାଙ୍କ ସବୁ ଦୁଃଖ-କ୍ଲେଶ ନଷ୍ଟ ହୋଇ ଯାଇଛି॥4॥5॥
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਸੁਖੀਏ ਕਉ ਪੇਖੈ ਸਭ ਸੁਖੀਆ ਰੋਗੀ ਕੈ ਭਾਣੈ ਸਭ ਰੋਗੀ ॥ ସୁଖୀ ରହୁଥିବା ବ୍ୟକ୍ତିକୁ ସମସ୍ତେ ସୁଖୀ ହିନ ଦେଖାଯାଏ, କିନ୍ତୁ ରୋଗୀକୁ ସାରା ଦୁନିଆ ରୋଗୀ ଦେଖାଯାଏ।
ਕਰਣ ਕਰਾਵਨਹਾਰ ਸੁਆਮੀ ਆਪਨ ਹਾਥਿ ਸੰਜੋਗੀ ॥੧॥ ଭଗବାନ ସବୁ କିଛି କରିବା ଏବଂ କରାଇବା ବାଲା ଅଟନ୍ତି ଆଉ ସାରା ସଂଯୋଗ ତାହାଙ୍କ ହାତରେ ଅଛି॥1॥
ਮਨ ਮੇਰੇ ਜਿਨਿ ਅਪੁਨਾ ਭਰਮੁ ਗਵਾਤਾ ॥ ହେ ମୋର ମନ! ଯେଉଁ ବ୍ୟକ୍ତି ନିଜ ଭ୍ରମ ଦୂର କରି ଦେଇଛି,
ਤਿਸ ਕੈ ਭਾਣੈ ਕੋਇ ਨ ਭੂਲਾ ਜਿਨਿ ਸਗਲੋ ਬ੍ਰਹਮੁ ਪਛਾਤਾ ॥ ਰਹਾਉ ॥ ଯିଏ ସବୁଙ୍କ ଠାରେ ବିଦ୍ୟମାନ ବ୍ରହ୍ମଙ୍କୁ ଜାଣି ଦେଇଛି, ସେ କେବେ ପଥଭ୍ରଷ୍ଟ ହୁଏନାହିଁ॥ରୁହ॥
ਸੰਤ ਸੰਗਿ ਜਾ ਕਾ ਮਨੁ ਸੀਤਲੁ ਓਹੁ ਜਾਣੈ ਸਗਲੀ ਠਾਂਢੀ ॥ ଯାହାର ମନ ସନ୍ଥଙ୍କ ସଭାରେ ସମ୍ମିଳିତ ହୋଇ ଶୀତଳ ହୋଇ ଯାଇଛି, ସେ ସବୁଙ୍କୁ ଶାନ୍ତ ଚିତ୍ତ ବୋଲି ହି ଭାବିଥାଏ।
ਹਉਮੈ ਰੋਗਿ ਜਾ ਕਾ ਮਨੁ ਬਿਆਪਿਤ ਓਹੁ ਜਨਮਿ ਮਰੈ ਬਿਲਲਾਤੀ ॥੨॥ ଯାହାର ମନ ଅହଂକାର ରୂପୀ ରୋଗଗ୍ରସ୍ତ ହୋଇଛି, ସେ ଜୀବନ ମୃତ୍ୟୁରେ ଫସି କ୍ରନ୍ଦନ କରିଥାଏ॥2॥
ਗਿਆਨ ਅੰਜਨੁ ਜਾ ਕੀ ਨੇਤ੍ਰੀ ਪੜਿਆ ਤਾ ਕਉ ਸਰਬ ਪ੍ਰਗਾਸਾ ॥ ଯାହାର ନେତ୍ରରେ ବ୍ରହ୍ମ-ଜ୍ଞାନର ଅଞ୍ଜନ(ସୁରମା) ପଡିଛି, ତାହାକୁ ସବୁଆଡେ ଉଜ୍ଜଳ ହିଁ ଦେଖାଯାଏ।
ਅਗਿਆਨਿ ਅੰਧੇਰੈ ਸੂਝਸਿ ਨਾਹੀ ਬਹੁੜਿ ਬਹੁੜਿ ਭਰਮਾਤਾ ॥੩॥ ଅଜ୍ଞାନତାର ଅନ୍ଧକାରରେ ଫସି ଅଜ୍ଞାନକୁ କିଛି ମଧ୍ୟ ଜ୍ଞାନ ମିଳି ନଥାଏ ଏବଂ ସେ ବାରମ୍ବାର ଜନ୍ମ ମରଣ ଚକ୍ରରେ ପଡିଥାଏ॥3॥
ਸੁਣਿ ਬੇਨੰਤੀ ਸੁਆਮੀ ਅਪੁਨੇ ਨਾਨਕੁ ਇਹੁ ਸੁਖੁ ਮਾਗੈ ॥ ହେ ସ୍ଵାମୀ! ମୋର ବିନତି ଶୁଣ; ନାନକ ତୋତେ ଏହି ସୁଖ ମାଗନ୍ତି ଯେ
ਜਹ ਕੀਰਤਨੁ ਤੇਰਾ ਸਾਧੂ ਗਾਵਹਿ ਤਹ ਮੇਰਾ ਮਨੁ ਲਾਗੈ ॥੪॥੬॥ ଯେଉଁଠି ସାଧୁ ତୋର କୀର୍ତ୍ତି ଗାନ କରିଥାଏ, ମୋର ମନ ସେଠାରେ ଲାଗିଥାଏ॥4॥6॥
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਤਨੁ ਸੰਤਨ ਕਾ ਧਨੁ ਸੰਤਨ ਕਾ ਮਨੁ ਸੰਤਨ ਕਾ ਕੀਆ ॥ ମୁଁ ନିଜର ଏହି ତନ, ଧନ ଏବଂ ମନ ସବୁ କିଛି ସନ୍ଥଙ୍କୁ ସମର୍ପଣ କରି ଦେଇଛି।
ਸੰਤ ਪ੍ਰਸਾਦਿ ਹਰਿ ਨਾਮੁ ਧਿਆਇਆ ਸਰਬ ਕੁਸਲ ਤਬ ਥੀਆ ॥੧॥ ସନ୍ଥଙ୍କ ପ୍ରସାଦରୁ ଯେବେ ମୁଁ ହରିନାମର ଧ୍ୟାନ କରିଛି, ସେତେବେଳେ ସର୍ବ ସୁଖ ପ୍ରାପ୍ତ ହୋଇ ଯାଇଛି॥1॥
ਸੰਤਨ ਬਿਨੁ ਅਵਰੁ ਨ ਦਾਤਾ ਬੀਆ ॥ ସନ୍ଥଙ୍କ ବିନା ଅନ୍ୟ କେହି ନାମ ଦେବା ବାଲା ନୁହନ୍ତି।
ਜੋ ਜੋ ਸਰਣਿ ਪਰੈ ਸਾਧੂ ਕੀ ਸੋ ਪਾਰਗਰਾਮੀ ਕੀਆ ॥ ਰਹਾਉ ॥ ଯିଏ ସନ୍ଥଙ୍କ ଶରଣରେ ଆସିଥାଏ, ସେ ଭବସାଗରରୁ ପାର ହୋଇଯାଏ॥ରୁହ॥
ਕੋਟਿ ਪਰਾਧ ਮਿਟਹਿ ਜਨ ਸੇਵਾ ਹਰਿ ਕੀਰਤਨੁ ਰਸਿ ਗਾਈਐ ॥ ଭଗବାନ ସନ୍ଥଙ୍କୁ ନିଷ୍କାମ ସେବା କରିବା ଏବଂ ହରିଙ୍କ ଭଜନ କୀର୍ତ୍ତନ କରିବା ଦ୍ଵାରା କୋଟି କୋଟି ଅପରାଧ ଚାଲି ଯାଇଥାଏ।
ਈਹਾ ਸੁਖੁ ਆਗੈ ਮੁਖ ਊਜਲ ਜਨ ਕਾ ਸੰਗੁ ਵਡਭਾਗੀ ਪਾਈਐ ॥੨॥ ଭକ୍ତଙ୍କ ସଂଗତି କରିବା ଦ୍ଵାରା ଇହଲୋକରେ ସୁଖ ପ୍ରାପ୍ତ ହୋଇଥାଏ ଆଉ ପରଲୋକରେ ସୁଖ ଉଜ୍ଜଳ ହୋଇଯାଏ, ପରନ୍ତୁ ଭକ୍ତଙ୍କ ସଂଗତି ବଡ ଭାଗ୍ୟରୁ ହିଁ ମିଳିଥାଏ॥2॥
ਰਸਨਾ ਏਕ ਅਨੇਕ ਗੁਣ ਪੂਰਨ ਜਨ ਕੀ ਕੇਤਕ ਉਪਮਾ ਕਹੀਐ ॥ ମୋର ଏକ ଜିହ୍ଵା ଅଛି, ପ୍ରଭୁ ଭକ୍ତ ଅନେକ ଗୁଣରେ ଭରପୁର ଅଛନ୍ତି, ପୁଣି ତାହାଙ୍କ ଉପମା କିପରି କରି ପାରିବି?
ਅਗਮ ਅਗੋਚਰ ਸਦ ਅਬਿਨਾਸੀ ਸਰਣਿ ਸੰਤਨ ਕੀ ਲਹੀਐ ॥੩॥ ସେହି ଅଗମ୍ୟ, ଆଗୋଚ୍ନ୍ର ଏବଂ ସଦା ଅନଶ୍ଵର ପରମାତ୍ମାଙ୍କ ପ୍ରାପ୍ତି ସନ୍ଥଙ୍କ ଶରଣରେ ଆସିଲେ ହିଁ ହୋଇଥାଏ॥3॥
ਨਿਰਗੁਨ ਨੀਚ ਅਨਾਥ ਅਪਰਾਧੀ ਓਟ ਸੰਤਨ ਕੀ ਆਹੀ ॥ ମୁଁ ନିର୍ଗୁଣ, ନୀଚ, ଅନାଥ ଅପରାଧୀ ଅଟେ, ସନ୍ଥଙ୍କ ଶରଣର ହିଁ କାମନା କରୁଛି।
ਬੂਡਤ ਮੋਹ ਗ੍ਰਿਹ ਅੰਧ ਕੂਪ ਮਹਿ ਨਾਨਕ ਲੇਹੁ ਨਿਬਾਹੀ ॥੪॥੭॥ ନାନକ କହନ୍ତି ଯେ ହେ ପ୍ରଭୁ! ମୁଁ ପାରିବାରିକ ମୋହର ଅନ୍ଧ କୂଅ ମଧ୍ୟରେ ବୁଡି ରହିଛି, ଏଥିପାଇଁ ମୋର ସାଥିରେ ରହି ମୋର ରକ୍ଷା କର॥4॥7॥
ਸੋਰਠਿ ਮਹਲਾ ੫ ਘਰੁ ੧ ॥ ସୋରଠି ମହଲା 5 ଘର 1 ॥
ਜਾ ਕੈ ਹਿਰਦੈ ਵਸਿਆ ਤੂ ਕਰਤੇ ਤਾ ਕੀ ਤੈਂ ਆਸ ਪੁਜਾਈ ॥ ହେ ସୃଷ୍ଟିକର୍ତ୍ତା! ତୁ ଯାହାର ହୃଦୟରେ ନିବାସ କରିଛୁ, ତାହାର ମନୋକମନା ପୂର୍ଣ୍ଣ କରି ଦେଇଛୁ।
ਦਾਸ ਅਪੁਨੇ ਕਉ ਤੂ ਵਿਸਰਹਿ ਨਾਹੀ ਚਰਣ ਧੂਰਿ ਮਨਿ ਭਾਈ ॥੧॥ ନିଜ ସେବକକୁ ତୁ କଦାପି ବିସ୍ମୃତ ହୋଇ ନାହୁଁ ଏବଂ ତୋର ଚରଣ ଧୂଳି ତାହାର ମନକୁ ଭଲ ଲାଗିଥାଏ॥1॥
ਤੇਰੀ ਅਕਥ ਕਥਾ ਕਥਨੁ ਨ ਜਾਈ ॥ ତୋର ଅକଥନୀୟ କଥା କୁହାଯାଇ ପାରିବ ନାହିଁ।
ਗੁਣ ਨਿਧਾਨ ਸੁਖਦਾਤੇ ਸੁਆਮੀ ਸਭ ਤੇ ਊਚ ਬਡਾਈ ॥ ਰਹਾਉ ॥ ହେ ଗୁଣାନିଧି! ହେ ସୁଖଦାତ! ତୋର ବଡିମା ସର୍ବୋଚ୍ଚ ଅଟେ॥ରୁହ॥
ਸੋ ਸੋ ਕਰਮ ਕਰਤ ਹੈ ਪ੍ਰਾਣੀ ਜੈਸੀ ਤੁਮ ਲਿਖਿ ਪਾਈ ॥ ପ୍ରାଣୀ ସେହି କର୍ମ କରିଥାଏ, ତୁ ତାହାର ଭାଗ୍ୟରେ ଯେପରି କର୍ମ ଲେଖି ଦେଇଛୁ।
ਸੇਵਕ ਕਉ ਤੁਮ ਸੇਵਾ ਦੀਨੀ ਦਰਸਨੁ ਦੇਖਿ ਅਘਾਈ ॥੨॥ ନିଜ ସେବକକୁ ତୁ ସେବା ଭକ୍ତି ଦେଇଛୁ ଏବଂ ତୁମର ଦର୍ଶନ ପ୍ରାପ୍ତ କରି ସେ ତୃପ୍ତ ହୋଇ ଯାଇଛି॥2॥
ਸਰਬ ਨਿਰੰਤਰਿ ਤੁਮਹਿ ਸਮਾਨੇ ਜਾ ਕਉ ਤੁਧੁ ਆਪਿ ਬੁਝਾਈ ॥ ହେ ଭଗବାନ! ତୁ ହିଁ ସବୁ ଜୀବଙ୍କ ଠାରେ ନିରନ୍ତର ରହିଛୁ ଏବଂ ଯାହାକୁ ତୁ ଜ୍ଞାନ ପ୍ରଦାନ କରିଛୁ ସେ ଏହା ବୁଝିଥାଏ।
ਗੁਰ ਪਰਸਾਦਿ ਮਿਟਿਓ ਅਗਿਆਨਾ ਪ੍ਰਗਟ ਭਏ ਸਭ ਠਾਈ ॥੩॥ ଗୁରୁଙ୍କ ଅପାର କୃପାରୁ ତାହାର ଅଜ୍ଞାନତା ଦୂର ହୋଇ ଯାଇଛି ଆଉ ସେ ସର୍ବତ୍ର ପ୍ରଖ୍ୟାତ ହୋଇ ଯାଇଛି॥3॥
ਸੋਈ ਗਿਆਨੀ ਸੋਈ ਧਿਆਨੀ ਸੋਈ ਪੁਰਖੁ ਸੁਭਾਈ ॥ ନାନକ କହନ୍ତି ଯେ ସେ ହିଁ ଜ୍ଞାନୀ ଅଟେ, ସେ ହିଁ ଧ୍ୟାନୀ ଅଟେ, ସେ ହିଁ ଭଦ୍ର ସ୍ଵଭାବ ବାଲା ଅଟେ,
ਕਹੁ ਨਾਨਕ ਜਿਸੁ ਭਏ ਦਇਆਲਾ ਤਾ ਕਉ ਮਨ ਤੇ ਬਿਸਰਿ ਨ ਜਾਈ ॥੪॥੮॥ ଯାହା ଉପରେ ଇଶ୍ଵର ଦୟା କରିଥାନ୍ତି, ସେ ତାହାକୁ ନିଜ ମନରୁ କେବେ ଭୁଲେ ନାହିଁ॥4॥8॥
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା ॥
ਸਗਲ ਸਮਗ੍ਰੀ ਮੋਹਿ ਵਿਆਪੀ ਕਬ ਊਚੇ ਕਬ ਨੀਚੇ ॥ ସାରା ଦୁନିଆ ମୋହରେ ଫସି ରହିଛି, ଫଳରେ ମନୁଷ୍ୟ କେବେ ଉଚ୍ଚ ହୋଇଯାଏ ଆଉ କେବେ ନିମ୍ନ ହୋଇଯାଏ।
ਸੁਧੁ ਨ ਹੋਈਐ ਕਾਹੂ ਜਤਨਾ ਓੜਕਿ ਕੋ ਨ ਪਹੂਚੇ ॥੧॥ କୌଣସି ପ୍ରୟାସ ଦ୍ଵାରା ସେ ଶୁଦ୍ଧ ହୁଏନାହିଁ ଆଉ କେହି ମଧ୍ୟ ତାହାକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଏ ନାହିଁ॥1॥


© 2017 SGGS ONLINE
error: Content is protected !!
Scroll to Top