Guru Granth Sahib Translation Project

guru granth sahib odia page-592

Page 592

ਸਭਿ ਘਟ ਭੋਗਵੈ ਅਲਿਪਤੁ ਰਹੈ ਅਲਖੁ ਨ ਲਖਣਾ ਜਾਈ ॥ ସେ ସବୁଙ୍କ ହୃଦୟରେ ରମଣ କରିଥାନ୍ତି, କିନ୍ତୁ ତଥାପି ତାହାଙ୍କ ଠାରୁ ନିର୍ଲିପ୍ତ ରହିଥାନ୍ତି, ସେ ଅଦୃଷ୍ଟ ଅଟନ୍ତି ଆଉ ତାହାଙ୍କ ଦର୍ଶନ ମିଳେନାହିଁ।
ਪੂਰੈ ਗੁਰਿ ਵੇਖਾਲਿਆ ਸਬਦੇ ਸੋਝੀ ਪਾਈ ॥ ଏହି ବିଶ୍ଵରେ ପୂର୍ଣ୍ଣ ଗୁରୁ ତାହାଙ୍କ ଦର୍ଶନ କରାଇଛନ୍ତି ଆଉ ଶବ୍ଦ ଦ୍ଵାରା ତାହାଙ୍କ ଜ୍ଞାନ ପ୍ରଦାନ କରିଛନ୍ତି।
ਪੁਰਖੈ ਸੇਵਹਿ ਸੇ ਪੁਰਖ ਹੋਵਹਿ ਜਿਨੀ ਹਉਮੈ ਸਬਦਿ ਜਲਾਈ ॥ ଯେଉଁ ବ୍ୟକ୍ତି ପରମ ପୁରୁଷଙ୍କ ଆରାଧନା କରିଥାଏ ଆଉ ଗୁରୁ ଶବ୍ଦ ମାଧ୍ୟମରେ ନିଜ ଅହଂକାର ଜଳାଇଥାଏ, ସେ ସ୍ଵୟଂ ହିଁ ପୂର୍ଣ୍ଣ ପୁରୁଷ ବନିଯାଏ।
ਤਿਸ ਕਾ ਸਰੀਕੁ ਕੋ ਨਹੀ ਨਾ ਕੋ ਕੰਟਕੁ ਵੈਰਾਈ ॥ ଏହି ବିଶ୍ଵରେ ସେହି ଈଶ୍ବରଙ୍କ କେହି ଶତ୍ରୁ ଅଥବା ହାନିକାରୀ ନାହାନ୍ତି।
ਨਿਹਚਲ ਰਾਜੁ ਹੈ ਸਦਾ ਤਿਸੁ ਕੇਰਾ ਨਾ ਆਵੈ ਨਾ ਜਾਈ ॥ ତାହାଙ୍କ ଶାସନ ସର୍ବଦା ଅଟଳ ଅଟେ ଆଉ ସେ ଅନଶ୍ଵର ଅଟନ୍ତି।
ਅਨਦਿਨੁ ਸੇਵਕੁ ਸੇਵਾ ਕਰੇ ਹਰਿ ਸਚੇ ਕੇ ਗੁਣ ਗਾਈ ॥ ତାହାଙ୍କ ଭକ୍ତ ରାତି ଦିନ ତାହାଙ୍କ ଉପାସନା କରିଥାଏ ଆଉ ସଚ୍ଚା ହରିଙ୍କ ଗୁଣଗାନ କରିଥାଏ।
ਨਾਨਕੁ ਵੇਖਿ ਵਿਗਸਿਆ ਹਰਿ ਸਚੇ ਕੀ ਵਡਿਆਈ ॥੨॥ ସେହି ସଚ୍ଚା ହରିଙ୍କ କୀର୍ତ୍ତି ଦେଖି ନାନକ କୃତାର୍ଥ ହୋଇ ଯାଇଛନ୍ତି॥2॥
ਪਉੜੀ ॥ ପଉଡି ॥
ਜਿਨ ਕੈ ਹਰਿ ਨਾਮੁ ਵਸਿਆ ਸਦ ਹਿਰਦੈ ਹਰਿ ਨਾਮੋ ਤਿਨ ਕੰਉ ਰਖਣਹਾਰਾ ॥ ଯାହାର ଅନ୍ତର୍ମନରେ ସଦା ହରିଙ୍କ ନାମ ନିବାସ କରିଥାଏ, ହରିଙ୍କ ନାମ ହିଁ ତାହାର ରକ୍ଷାକାରୀ ବନିଯାଏ।
ਹਰਿ ਨਾਮੁ ਪਿਤਾ ਹਰਿ ਨਾਮੋ ਮਾਤਾ ਹਰਿ ਨਾਮੁ ਸਖਾਈ ਮਿਤ੍ਰੁ ਹਮਾਰਾ ॥ ହରିଙ୍କ ନାମ ହିଁ ଆମର ପିତା ଅଟେ, ହରିଙ୍କ ନାମ ହିଁ ଆମର ମାତା ଅଟେ ଏବଂ ହରିଙ୍କ ନାମ ହିଁ ଆମର ସଖା ଓ ମିତ୍ର ଅଟେ।
ਹਰਿ ਨਾਵੈ ਨਾਲਿ ਗਲਾ ਹਰਿ ਨਾਵੈ ਨਾਲਿ ਮਸਲਤਿ ਹਰਿ ਨਾਮੁ ਹਮਾਰੀ ਕਰਦਾ ਨਿਤ ਸਾਰਾ ॥ ହରିଙ୍କ ନାମ ହିଁ ଆମର କଥା ଅଟେ, ହରିଙ୍କ ନାମ ହିଁ ଆମର ପରାମର୍ଶ ଅଟେ ଏବଂ ହରିଙ୍କ ନାମ ହିଁ ଆମର ନିତ୍ୟ ଦେଖା ଶୁଣା ଅଟେ।
ਹਰਿ ਨਾਮੁ ਹਮਾਰੀ ਸੰਗਤਿ ਅਤਿ ਪਿਆਰੀ ਹਰਿ ਨਾਮੁ ਕੁਲੁ ਹਰਿ ਨਾਮੁ ਪਰਵਾਰਾ ॥ ହରିଙ୍କ ନାମ ହିଁ ଆମର ପ୍ରିୟ ସଙ୍ଗତି ଅଟେ, ହରିଙ୍କ ନାମ ହିଁ ଆମର ବଂଶ ଅଟେ ଆଉ ହରିଙ୍କ ନାମ ହିଁ ଆମର ପରିବାର ଅଟେ।
ਜਨ ਨਾਨਕ ਕੰਉ ਹਰਿ ਨਾਮੁ ਹਰਿ ਗੁਰਿ ਦੀਆ ਹਰਿ ਹਲਤਿ ਪਲਤਿ ਸਦਾ ਕਰੇ ਨਿਸਤਾਰਾ ॥੧੫॥ ନାନକଙ୍କୁ ଗୁରୁ ହରିଙ୍କ ନାମ ଦେଇଛନ୍ତି ଆଉ ହରି ଲୋକ-ପରଲୋକରେ ସର୍ବଦା ଆମକୁ ମୋକ୍ଷ ଦେଇଥାନ୍ତି॥15॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਜਿਨ ਕੰਉ ਸਤਿਗੁਰੁ ਭੇਟਿਆ ਸੇ ਹਰਿ ਕੀਰਤਿ ਸਦਾ ਕਮਾਹਿ ॥ ଯାହାର ଭେଟ ସଦଗୁରୁଙ୍କ ସହିତ ହୋଇଯାଏ, ସେ ସର୍ବଦା ହରିଙ୍କ କୀର୍ତ୍ତି ଗାନ କରିଥାଏ।
ਅਚਿੰਤੁ ਹਰਿ ਨਾਮੁ ਤਿਨ ਕੈ ਮਨਿ ਵਸਿਆ ਸਚੈ ਸਬਦਿ ਸਮਾਹਿ ॥ ତାହାର ମନରେ ନିଶ୍ଚିନ୍ତ ହରିଙ୍କ ନାମ ନିବାସ କରିନିଏ ଏବଂ ସେ ସଚ୍ଚା ଶବ୍ଦରେ ହିଁ ରହିଥାଏ।
ਕੁਲੁ ਉਧਾਰਹਿ ਆਪਣਾ ਮੋਖ ਪਦਵੀ ਆਪੇ ਪਾਹਿ ॥ ଯାହା ଫଳରେ ନିଜ ବଂଶର ଉଦ୍ଧାର କରିଥାଏ ଏବଂ ସ୍ଵୟଂ ମୋକ୍ଷ ପଦବୀ ପ୍ରାପ୍ତ କରିଥାଏ।
ਪਾਰਬ੍ਰਹਮੁ ਤਿਨ ਕੰਉ ਸੰਤੁਸਟੁ ਭਇਆ ਜੋ ਗੁਰ ਚਰਨੀ ਜਨ ਪਾਹਿ ॥ ଯେଉଁ ଶ୍ରଦ୍ଧାଳୁ ଗୁରୁଙ୍କ ଚରଣକୁ ଆସିଥାଏ, ପରଂବ୍ରହ୍ମ ପରମେଶ୍ଵର ତାହା ଉପରେ ଖୁସି ଥାଆନ୍ତି।
ਜਨੁ ਨਾਨਕੁ ਹਰਿ ਕਾ ਦਾਸੁ ਹੈ ਕਰਿ ਕਿਰਪਾ ਹਰਿ ਲਾਜ ਰਖਾਹਿ ॥੧॥ ନାନକ ହରିଙ୍କ ଦାସ ଅଟନ୍ତି ଆଉ ହରି ନିଜେ କୃପା କରି ତାହାଙ୍କ ମାନ-ପ୍ରତିଷ୍ଠା ରକ୍ଷା କରିଥାନ୍ତି॥1॥
ਮਃ ੩ ॥ ମହଲା 3 ॥
ਹੰਉਮੈ ਅੰਦਰਿ ਖੜਕੁ ਹੈ ਖੜਕੇ ਖੜਕਿ ਵਿਹਾਇ ॥ ଅହଂକାର ବଶତଃ ମନୁଷ୍ୟ ଭିତରେ ଚିନ୍ତା ରହିଥାଏ ଆଉ ଏହା ଫଳରେ ସେ ନିଜ ଜୀବନ ଦୁଃଖରେ ବିତାଇ ଥାଏ।
ਹੰਉਮੈ ਵਡਾ ਰੋਗੁ ਹੈ ਮਰਿ ਜੰਮੈ ਆਵੈ ਜਾਇ ॥ ଅହଂକାର ଏକ ଭୟାନକ ରୋଗ ଅଟେ, ଯାହାର ପରିଣାମ ସ୍ୱରୂପ ସେ ମରିଥାଏ, ପୁନଃ ଜନ୍ମ ନେଇଥାଏ ଆଉ ଦୁନିଆରେ ଆସିଥାଏ ଓ ଯାଇଥାଏ।
ਜਿਨ ਕਉ ਪੂਰਬਿ ਲਿਖਿਆ ਤਿਨਾ ਸਤਗੁਰੁ ਮਿਲਿਆ ਪ੍ਰਭੁ ਆਇ ॥ ବିଧାତା ଯାହାର ଭାଗ୍ୟରେ ଲେଖିଥାନ୍ତି, ତାହାକୁ ସଦଗୁରୁ-ପ୍ରଭୁ ମିଳିଯାନ୍ତି।
ਨਾਨਕ ਗੁਰ ਪਰਸਾਦੀ ਉਬਰੇ ਹਉਮੈ ਸਬਦਿ ਜਲਾਇ ॥੨॥ ହେ ନାନକ! ଗୁରୁଙ୍କ ଅପାର କୃପାରୁ ତାହାର ଉଦ୍ଧାର ହୋଇଯାଏ ଆଉ ଶବ୍ଦ ମାଧ୍ୟମରେ ସେ ନିଜ ଅହଂକାର ଜଳାଇ ଦେଇଥାଏ॥2॥
ਪਉੜੀ ॥ ପଉଡି ॥
ਹਰਿ ਨਾਮੁ ਹਮਾਰਾ ਪ੍ਰਭੁ ਅਬਿਗਤੁ ਅਗੋਚਰੁ ਅਬਿਨਾਸੀ ਪੁਰਖੁ ਬਿਧਾਤਾ ॥ ହରିଙ୍କ ନାମ ଆମର ପ୍ରଭୁ ଅଟନ୍ତି ଯିଏ ଅବିଗତ, ଅଗୋଚର, ଅନଶ୍ଵର, ପରମପୁରୁଷ, ବିଧାତା ଅଟନ୍ତି।
ਹਰਿ ਨਾਮੁ ਹਮ ਸ੍ਰੇਵਹ ਹਰਿ ਨਾਮੁ ਹਮ ਪੂਜਹ ਹਰਿ ਨਾਮੇ ਹੀ ਮਨੁ ਰਾਤਾ ॥ ଆମେ ହରିଙ୍କ ନାମର ବନ୍ଦନା କରୁଅଛୁ, ହରିଙ୍କ ନାମର ପୂଜା କରୁଛୁ ଆଉ ଆମେ ହରିଙ୍କ ନାମ ସହିତ ମଗ୍ନ ରହୁ।
ਹਰਿ ਨਾਮੈ ਜੇਵਡੁ ਕੋਈ ਅਵਰੁ ਨ ਸੂਝੈ ਹਰਿ ਨਾਮੋ ਅੰਤਿ ਛਡਾਤਾ ॥ ହରିଙ୍କ ନାମ ଭଳି ଆଉ କିଛି ନାହିଁ, କାରଣ ହରିଙ୍କ ନାମ ହିଁ ଶେଷରେ ମୋକ୍ଷ ଦିଆଇଥାଏ।
ਹਰਿ ਨਾਮੁ ਦੀਆ ਗੁਰਿ ਪਰਉਪਕਾਰੀ ਧਨੁ ਧੰਨੁ ਗੁਰੂ ਕਾ ਪਿਤਾ ਮਾਤਾ ॥ ଯେଉଁ ପରୋପକାରୀ ଗୁରୁ ହରିଙ୍କ ନାମ ଦେଇଛନ୍ତି, ସେହି ଗୁରୁଙ୍କ ମାତା ପିତା ଧନ୍ୟ ଅଟନ୍ତି।
ਹੰਉ ਸਤਿਗੁਰ ਅਪੁਣੇ ਕੰਉ ਸਦਾ ਨਮਸਕਾਰੀ ਜਿਤੁ ਮਿਲਿਐ ਹਰਿ ਨਾਮੁ ਮੈ ਜਾਤਾ ॥੧੬॥ ମୁଁ ନିଜ ସଦଗୁରୁଙ୍କୁ ସଦା ମନନ କରିଥାଏ, ଯାହାଙ୍କ ସାଥିରେ ଭେଟ ହୋଇ ମୋତେ ହରିଙ୍କ ନାମର ଜ୍ଞାନ ହୋଇଛି॥16॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਗੁਰਮੁਖਿ ਸੇਵ ਨ ਕੀਨੀਆ ਹਰਿ ਨਾਮਿ ਨ ਲਗੋ ਪਿਆਰੁ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ସାନ୍ନିଧ୍ୟରେ ରହି ସେବା କରେ ନାହିଁ, ହରିଙ୍କ ନାମ ସହିତ ମଧ୍ୟ ପ୍ରୀମ ଲଗାଏ ନାହିଁ ଆଉ
ਸਬਦੈ ਸਾਦੁ ਨ ਆਇਓ ਮਰਿ ਜਨਮੈ ਵਾਰੋ ਵਾਰ ॥ ଗୁରୁ ଶବ୍ଦର ସ୍ଵାଦ ମଧ୍ୟ ପ୍ରାପ୍ତ କରିନାହିଁ, ଏପରି ଅଜ୍ଞାନ ବ୍ୟକ୍ତି ବାରମ୍ବାର ଜନ୍ମ ମରଣ ଚକ୍ରରେ ପଡିଥାଏ।
ਮਨਮੁਖਿ ਅੰਧੁ ਨ ਚੇਤਈ ਕਿਤੁ ਆਇਆ ਸੈਸਾਰਿ ॥ ଅନ୍ଧ ମନମୁଖୀ ପୁରୁଷ ଯଦି ଭଗବାନଙ୍କୁ ସ୍ମରଣ କରେ ନାହିଁ, ତାହାହେଲେ ସେ ଏହି ଦୁନିଆକୁ ଲାଭ କଣ ଅଛି?
ਨਾਨਕ ਜਿਨ ਕਉ ਨਦਰਿ ਕਰੇ ਸੇ ਗੁਰਮੁਖਿ ਲੰਘੇ ਪਾਰਿ ॥੧॥ ହେ ନାନକ! ଭଗବାନ ଯାହା ଉପରେ ନିଜ କୃପା ଦ୍ରୁଷ୍ଟି କରିଥାନ୍ତି, ସେ ଗୁରୁଙ୍କ ସାନ୍ନିଧ୍ୟରେ ରହି ଭବସାଗରରୁ ପାର ହୋଇଯାଏ। ॥1॥
ਮਃ ੩ ॥ ମହଲା 3 ॥
ਇਕੋ ਸਤਿਗੁਰੁ ਜਾਗਤਾ ਹੋਰੁ ਜਗੁ ਸੂਤਾ ਮੋਹਿ ਪਿਆਸਿ ॥ ଏକ ସଦଗୁରୁ ହିଁ ଜାଗ୍ରତ ରହିଥାନ୍ତି, ଆଉ ବାକି ସବୁ ଦୁନିଆର ମୋହ ଏବଂ ତୃଷ୍ଣାରେ ନିଦ୍ରା ମଗ୍ନ ଥାଆନ୍ତି।
ਸਤਿਗੁਰੁ ਸੇਵਨਿ ਜਾਗੰਨਿ ਸੇ ਜੋ ਰਤੇ ਸਚਿ ਨਾਮਿ ਗੁਣਤਾਸਿ ॥ ଯେଉଁ ଲୋକ ଗୁଣର ସାଗର ସତ୍ୟ-ନାମରେ ମଗ୍ନ ଥାଏ ଆଉ ସଦଗୁରୁଙ୍କ ସେବା କରିଥାଏ, ସେ ମୋହ-ତୃଷ୍ଣାରେ ଜାଗ୍ରତ ରହିଥାଏ।


© 2017 SGGS ONLINE
error: Content is protected !!
Scroll to Top