Guru Granth Sahib Translation Project

guru granth sahib odia page-590

Page 590

ਨਾਨਕ ਬਿਨੁ ਸਤਿਗੁਰ ਸੇਵੇ ਜਮ ਪੁਰਿ ਬਧੇ ਮਾਰੀਅਨਿ ਮੁਹਿ ਕਾਲੈ ਉਠਿ ਜਾਹਿ ॥੧॥ ହେ ନାନକ! ସଦଗୁରୁଙ୍କ ସେବା ବିନା ଜୀବ ଦୁନିଆରୁ ମୁହଁ କଳା କରି ଚାଲିଯାଏ ଏବଂ ଯମପୁରୀରେ ଦଣ୍ଡ ଭୋଗ କରିଥାଏ॥1॥
ਮਹਲਾ ੧ ॥ ମହଲା 1 ॥
ਜਾਲਉ ਐਸੀ ਰੀਤਿ ਜਿਤੁ ਮੈ ਪਿਆਰਾ ਵੀਸਰੈ ॥ ମୁଁ ଏପରି ରୀତିକୁ ଜଳାଇ ଦେବି, ଯାହାର ଫଳ ସ୍ୱରୂପ ମୋତେ ମୋର ପ୍ରିୟ ପ୍ରଭୁ ଭୁଲି ଯାଆନ୍ତି।
ਨਾਨਕ ਸਾਈ ਭਲੀ ਪਰੀਤਿ ਜਿਤੁ ਸਾਹਿਬ ਸੇਤੀ ਪਤਿ ਰਹੈ ॥੨॥ ହେ ନାନକ! ସେହି ପ୍ରେମ ହିଁ ଭଲ ଅଟେ, ଯାହା ପ୍ରଭୁଙ୍କ ପ୍ରତିଷ୍ଠା କାୟମ ରଖିଥାଏ॥2॥
ਪਉੜੀ ॥ ପଉଡି ॥
ਹਰਿ ਇਕੋ ਦਾਤਾ ਸੇਵੀਐ ਹਰਿ ਇਕੁ ਧਿਆਈਐ ॥ ଏକ ଦାତା ପରମେଶ୍ଵରଙ୍କ ଭକ୍ତି ହିଁ କରିବା ଉଚିତ ଆଉ ଏକ ଈଶ୍ଵରଙ୍କ ହିଁ ଧ୍ୟାନ କରିବା ଉଚିତ।
ਹਰਿ ਇਕੋ ਦਾਤਾ ਮੰਗੀਐ ਮਨ ਚਿੰਦਿਆ ਪਾਈਐ ॥ ଏକ ଦାତା ପରମେଶ୍ଵରଙ୍କ ଠାରୁ ହିଁ ମାଗିବା ଉଚିତ, କାରଣ ତାହାଙ୍କ ଠାରୁ ହିଁ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ।
ਜੇ ਦੂਜੇ ਪਾਸਹੁ ਮੰਗੀਐ ਤਾ ਲਾਜ ਮਰਾਈਐ ॥ ଯଦି ଆମେ ଭଗବାନଙ୍କ ବିନା ଆଉ କାହାକୁ ମାଗୁ, ତାହାହେଲେ ଲଜ୍ଜିତ ହୋଇ ମରିବା।
ਜਿਨਿ ਸੇਵਿਆ ਤਿਨਿ ਫਲੁ ਪਾਇਆ ਤਿਸੁ ਜਨ ਕੀ ਸਭ ਭੁਖ ਗਵਾਈਐ ॥ ଯିଏ ଉପାସନା କରିଛି, ତାହାକୁ ଫଳ ପ୍ରାପ୍ତ ହୋଇଛି ଏବଂ ସେହି ବ୍ୟକ୍ତିର ସବୁ କ୍ଷୁଧା ଦୂର ହୋଇଯାଇଛି।
ਨਾਨਕੁ ਤਿਨ ਵਿਟਹੁ ਵਾਰਿਆ ਜਿਨ ਅਨਦਿਨੁ ਹਿਰਦੈ ਹਰਿ ਨਾਮੁ ਧਿਆਈਐ ॥੧੦॥ ନାନକ ସେହି ଲୋକଙ୍କ ପ୍ରତି ସମର୍ପିତ ଅଟେ, ଯିଏ ନିଜ ହୃଦୟରେ ରାତି-ଦିନ ହରିଙ୍କ ନାମର ଧ୍ୟାନ କରିଥାନ୍ତି॥10॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਭਗਤ ਜਨਾ ਕੰਉ ਆਪਿ ਤੁਠਾ ਮੇਰਾ ਪਿਆਰਾ ਆਪੇ ਲਇਅਨੁ ਜਨ ਲਾਇ ॥ ମୋର ପ୍ରିୟ ପରମେଶ୍ଵର ଭକ୍ତଜନ ପ୍ରତି ପ୍ରସନ୍ନ ହୋଇଛନ୍ତି ଏବଂ ନିଜ ଭକ୍ତଙ୍କୁ ସେ ସ୍ଵୟଂ ହିଁ ଭକ୍ତିରେ ଲଗାଇଛନ୍ତି।
ਪਾਤਿਸਾਹੀ ਭਗਤ ਜਨਾ ਕਉ ਦਿਤੀਅਨੁ ਸਿਰਿ ਛਤੁ ਸਚਾ ਹਰਿ ਬਣਾਇ ॥ ନିଜ ଭକ୍ତଙ୍କୁ ସେ ସାମ୍ରାଜ୍ୟ ପ୍ରଦାନ କରିଛନ୍ତି ଏବଂ ତାହାର ମସ୍ତକ ପାଇଁ ସେ ସଚ୍ଚା ମୁକୁଟ ବନାଇଛନ୍ତି।
ਸਦਾ ਸੁਖੀਏ ਨਿਰਮਲੇ ਸਤਿਗੁਰ ਕੀ ਕਾਰ ਕਮਾਇ ॥ ସେମାନେ ସର୍ବଦା ସୁଖୀ ଓ ନିର୍ମଳ ଅଟନ୍ତି ଏବଂ ସଦଗୁରୁଙ୍କ ସେବା କରିଥାନ୍ତି।
ਰਾਜੇ ਓਇ ਨ ਆਖੀਅਹਿ ਭਿੜਿ ਮਰਹਿ ਫਿਰਿ ਜੂਨੀ ਪਾਹਿ ॥ ତାହାଙ୍କୁ ରାଜା କୁହାଯାଇ ପାରିବ ନାହିଁ, ଯେଉଁମାନେ ପରସ୍ପର ମଧ୍ୟରେ ଭିଡା ଭିଡି ହୋଇ ମରିଥାନ୍ତି ଏବଂ ତାପରେ ପୁନଃ ଯୋନିର ଚକ୍ରରେ ପଡିଥାନ୍ତି।
ਨਾਨਕ ਵਿਣੁ ਨਾਵੈ ਨਕੀ ਵਢੀ ਫਿਰਹਿ ਸੋਭਾ ਮੂਲਿ ਨ ਪਾਹਿ ॥੧॥ ହେ ନାନକ! ଭଗବାନଙ୍କ ନାମ ବିନା ସେମାନେ ତିରସ୍କୃତ ହୋଇ ବୁଲିଥାନ୍ତି ତଥା ଆଦୌ ଶୋଭାପ୍ରାପ୍ତ କରନ୍ତି ନାହିଁ॥1॥
ਮਃ ੩ ॥ ମହଲା 3 ॥
ਸੁਣਿ ਸਿਖਿਐ ਸਾਦੁ ਨ ਆਇਓ ਜਿਚਰੁ ਗੁਰਮੁਖਿ ਸਬਦਿ ਨ ਲਾਗੈ ॥ ଶବ୍ଦକୁ ଶୁଣିବା ଏବଂ ନିର୍ଦ୍ଦେଶ ଦେବା ଦ୍ଵାରା ମନୁଷ୍ୟକୁ ତାହାର ସ୍ଵାଦ ଆସେ ନାହିଁ, ଯେ ପର୍ଯ୍ୟନ୍ତ ସେ ଗୁରୁମୁଖୀ ବନି ଶବ୍ଦରେ ମଗ୍ନ ହୁଏନାହିଁ।
ਸਤਿਗੁਰਿ ਸੇਵਿਐ ਨਾਮੁ ਮਨਿ ਵਸੈ ਵਿਚਹੁ ਭ੍ਰਮੁ ਭਉ ਭਾਗੈ ॥ ଗୁରୁଙ୍କ ସେବା କରିବା ଦ୍ଵାରା ଭଗବାନଙ୍କ ନାମ ଜୀବର ମନରେ ନିବାସ କରିଥାଏ ଆଉ ତାହାର ଭିତରୁ ଭ୍ରମ ଓ ଭୟ ଦୂର ହୋଇଯାଏ।
ਜੇਹਾ ਸਤਿਗੁਰ ਨੋ ਜਾਣੈ ਤੇਹੋ ਹੋਵੈ ਤਾ ਸਚਿ ਨਾਮਿ ਲਿਵ ਲਾਗੈ ॥ ଜୀବ ଗୁରୁଙ୍କୁ ଜାଣିଥାଏ, ସେ ମଧ୍ୟ ସେପରି ହୋଇଥାଏ ଏବଂ ସେତେବେଳେ ତାହାର ସୁରତି ସତ୍ୟନାମରେ ଲାଗିଯାଏ।
ਨਾਨਕ ਨਾਮਿ ਮਿਲੈ ਵਡਿਆਈ ਹਰਿ ਦਰਿ ਸੋਹਨਿ ਆਗੈ ॥੨॥ ହେ ନାନକ! ନାମର ଫଳ ସ୍ୱରୂପ ହିଁ ଜୀବକୁ କୀର୍ତ୍ତି ପ୍ରାପ୍ତ ହୋଇଥାଏ ଓ ଭଗବାନଙ୍କ ଦରବାରରେ ମଧ୍ୟ ଶୋଭାବାନ ହୋଇଥାଏ॥2॥
ਪਉੜੀ ॥ ପଉଡି ॥
ਗੁਰਸਿਖਾਂ ਮਨਿ ਹਰਿ ਪ੍ਰੀਤਿ ਹੈ ਗੁਰੁ ਪੂਜਣ ਆਵਹਿ ॥ ଗୁରୁଙ୍କ ଶିଷ୍ୟର ମନରେ ଭଗବାନଙ୍କ ପ୍ରୀତି ଥାଏ ଆଉ ସେ ଗୁରୁଙ୍କ ପୂଜା କରିଥାଏ।
ਹਰਿ ਨਾਮੁ ਵਣੰਜਹਿ ਰੰਗ ਸਿਉ ਲਾਹਾ ਹਰਿ ਨਾਮੁ ਲੈ ਜਾਵਹਿ ॥ ସେ ହରିନାମର ବ୍ୟାପାର ବହୁତ ଖୁସିରେ କରିଥାଏ ଆଉ ଏହାର ଲାଭ ଅର୍ଜନ କରିଥାଏ।
ਗੁਰਸਿਖਾ ਕੇ ਮੁਖ ਉਜਲੇ ਹਰਿ ਦਰਗਹ ਭਾਵਹਿ ॥ ଗୁରୁଙ୍କ ଶିଷ୍ୟର ମୁଖ ସର୍ବଦା ଉଜ୍ଜଳ ହୋଇଥାଏ ଆଉ ସେ ଭଗବାନଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ।
ਗੁਰੁ ਸਤਿਗੁਰੁ ਬੋਹਲੁ ਹਰਿ ਨਾਮ ਕਾ ਵਡਭਾਗੀ ਸਿਖ ਗੁਣ ਸਾਂਝ ਕਰਾਵਹਿ ॥ ଗୁରୁ-ସଦଗୁରୁ ଭଗବାନଙ୍କ ନାମର ଅମୂଲ୍ୟ ଭଣ୍ଡାର ଅଟନ୍ତି ଏବଂ ଭାଗ୍ୟଶାଳୀ ଗୁରୁଙ୍କ ଶିଷ୍ୟ ଏହି ଗୁଣର ଭଣ୍ଡାରରେ ତାହାଙ୍କ ଭାଗୀଦାରୀ ବନିଯାଏ।
ਤਿਨਾ ਗੁਰਸਿਖਾ ਕੰਉ ਹਉ ਵਾਰਿਆ ਜੋ ਬਹਦਿਆ ਉਠਦਿਆ ਹਰਿ ਨਾਮੁ ਧਿਆਵਹਿ ॥੧੧॥ ମୁଁ ଗୁରୁଙ୍କ ସେହି ଶିଷ୍ୟ ପ୍ରତି ସମର୍ପିତ ଅଟେ, ଯିଏ ବସିବା-ଉଠିବା ସମୟରେ ସଦା ହରିଙ୍କ ନାମର ଧ୍ୟାନ କରିଥାଏ॥11॥
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਨਾਨਕ ਨਾਮੁ ਨਿਧਾਨੁ ਹੈ ਗੁਰਮੁਖਿ ਪਾਇਆ ਜਾਇ ॥ ହେ ନାନକ! ଭଗବାନ ନାମର ଅମୂଲ୍ୟ ଭଣ୍ଡାର ଅଟନ୍ତି, ଯାହାର ଉପଲବ୍ଧି ଗୁରୁଙ୍କ ମାଧ୍ୟମରୁ ହିଁ ହୋଇଥାଏ।
ਮਨਮੁਖ ਘਰਿ ਹੋਦੀ ਵਥੁ ਨ ਜਾਣਨੀ ਅੰਧੇ ਭਉਕਿ ਮੁਏ ਬਿਲਲਾਇ ॥੧॥ ସ୍ଵେଚ୍ଛାଚାରୀ ଜୀବ ନିଜ ହୃଦୟ ରୂପୀ ଘରେ ଥିବା ଏହି ଅମୂଲ୍ୟ ବସ୍ତୁକୁ ଜାଣେ ନାହିଁ, ଆଉ ଜ୍ଞାନରେ ଅନ୍ଧ ହୋଇ ବିଳାପ କରି ଜୀବନ ଛାଡିଥାଏ॥1॥
ਮਃ ੩ ॥ ମହଲା 3 ॥
ਕੰਚਨ ਕਾਇਆ ਨਿਰਮਲੀ ਜੋ ਸਚਿ ਨਾਮਿ ਸਚਿ ਲਾਗੀ ॥ ସେହି କାୟା ସ୍ଵର୍ଣ୍ଣ ଭଳି ନିର୍ମଳ ଅଟେ, ଯିଏ ସତ୍ୟସ୍ଵରୂପ ପରମାତ୍ମାଙ୍କ ସତ୍ୟନାମରେ ମଗ୍ନ ହୋଇଥାଏ।
ਨਿਰਮਲ ਜੋਤਿ ਨਿਰੰਜਨੁ ਪਾਇਆ ਗੁਰਮੁਖਿ ਭ੍ਰਮੁ ਭਉ ਭਾਗੀ ॥ ଗୁରୁମୁଖୀ ବନିବା ଦ୍ଵାରା ଏହି କାୟାକୁ ନିର୍ମଳ ଜ୍ୟୋତି ବାଲା ନିରଞ୍ଜନ ପ୍ରଭୁଙ୍କ ପ୍ରାପ୍ତି ହୋଇଯାଏ ଆଉ ତାହାର ଭ୍ରମ ଓ ଭୟ ଦୂର ହୋଇ ଯାଅ।
ਨਾਨਕ ਗੁਰਮੁਖਿ ਸਦਾ ਸੁਖੁ ਪਾਵਹਿ ਅਨਦਿਨੁ ਹਰਿ ਬੈਰਾਗੀ ॥੨॥ ହେ ନାନକ! ଗୁରୁମୁଖୀ ବ୍ୟକ୍ତି ସର୍ବଦା ସୁଖୀ ରହିଥାଏ ଆଉ ରାତି-ଦିନ ବୈରାଗୀ ବନି ଭଗବାନଙ୍କ ପ୍ରେମରେ ରହିଥାଏ॥2॥
ਪਉੜੀ ॥ ପଉଡି ॥
ਸੇ ਗੁਰਸਿਖ ਧਨੁ ਧੰਨੁ ਹੈ ਜਿਨੀ ਗੁਰ ਉਪਦੇਸੁ ਸੁਣਿਆ ਹਰਿ ਕੰਨੀ ॥ ସେହି ଗୁରୁଙ୍କ ଶିଷ୍ୟ ବଡ ଧନ୍ୟ-ଧନ୍ୟ ଅଟେ, ଯିଏ ନିଜ କାନରେ ଗୁରୁଙ୍କ ଉପଦେଶ ଧ୍ୟାନପୂର୍ବକ ଶୁଣିଥାଏ।
ਗੁਰਿ ਸਤਿਗੁਰਿ ਨਾਮੁ ਦ੍ਰਿੜਾਇਆ ਤਿਨਿ ਹੰਉਮੈ ਦੁਬਿਧਾ ਭੰਨੀ ॥ ଗୁରୁ-ସଦଗୁରୁ ତାହାର ଅନ୍ତରରେ ଭଗବାନଙ୍କ ନାମ ଦୃଢ କରିଛନ୍ତି ଆଉ ତାହାର ଦ୍ଵିଧା ଓ ଅହଂକାର ନାଶ କରିଛନ୍ତି।
ਬਿਨੁ ਹਰਿ ਨਾਵੈ ਕੋ ਮਿਤ੍ਰੁ ਨਾਹੀ ਵੀਚਾਰਿ ਡਿਠਾ ਹਰਿ ਜੰਨੀ ॥ ଭକ୍ତମାନେ ବିଚାର କରି ଏହା ଦେଖିଛନ୍ତି ଯେ ହରିନାମ ବିନା ଆଉ କେହି ମିତ୍ର ନାହାନ୍ତି।


© 2017 SGGS ONLINE
error: Content is protected !!
Scroll to Top