Guru Granth Sahib Translation Project

guru granth sahib odia page-586

Page 586

ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3॥
ਭੈ ਵਿਚਿ ਸਭੁ ਆਕਾਰੁ ਹੈ ਨਿਰਭਉ ਹਰਿ ਜੀਉ ਸੋਇ ॥ ଏହି ସାରା ଦୁନିଆ ଭୟରେ ଥାଏ, କିନ୍ତୁ ଏକ ପୂଜ୍ୟ-ପରମେଶ୍ଵର ହିଁ ନିର୍ଭୀକ ଅଟେ।
ਸਤਿਗੁਰਿ ਸੇਵਿਐ ਹਰਿ ਮਨਿ ਵਸੈ ਤਿਥੈ ਭਉ ਕਦੇ ਨ ਹੋਇ ॥ ସଦଗୁରୁଙ୍କ ସେବା କରିବା ଦ୍ଵାରା ପରମେଶ୍ଵର ମନରେ ନିବାସ କରିଥାନ୍ତି ଆଉ ଭୟ ମନ ଭିତରେ ପ୍ରବେଶ କରିପାରେ ନାହିଁ।
ਦੁਸਮਨੁ ਦੁਖੁ ਤਿਸ ਨੋ ਨੇੜਿ ਨ ਆਵੈ ਪੋਹਿ ਨ ਸਕੈ ਕੋਇ ॥ କୌଣସି ଶତ୍ରୁ କିମ୍ବା ଦୁଃଖ ତାହାର ନିକଟକୁ ଆସେ ନାହିଁ ଆଉ କେହି ତାହାକୁ ଉତ୍ପୀଡନ କରି ପାରନ୍ତି ନାହିଁ।
ਗੁਰਮੁਖਿ ਮਨਿ ਵੀਚਾਰਿਆ ਜੋ ਤਿਸੁ ਭਾਵੈ ਸੁ ਹੋਇ ॥ ଗୁରୁମୁଖୀ ନିଜ ମନରେ ଏହା ବିଚାର କରିଛି ଯେ ପରମାତ୍ମାଙ୍କୁ ଯାହା ଭଲ ଲାଗିଥାଏ, ତାହା ହୋଇଥାଏ।
ਨਾਨਕ ਆਪੇ ਹੀ ਪਤਿ ਰਖਸੀ ਕਾਰਜ ਸਵਾਰੇ ਸੋਇ ॥੧॥ ହେ ନାନକ! ପରମେଶ୍ଵର ସ୍ଵୟଂ ହିଁ ମନୁଷ୍ୟର ପ୍ରତିଷ୍ଠା ରଖିଥାନ୍ତି ଆଉ ସବୁ କାର୍ଯ୍ୟ ସଂପୂର୍ଣ୍ଣ କରିଥାନ୍ତି॥1॥
ਮਃ ੩ ॥ ମହଲା 3 ॥
ਇਕਿ ਸਜਣ ਚਲੇ ਇਕਿ ਚਲਿ ਗਏ ਰਹਦੇ ਭੀ ਫੁਨਿ ਜਾਹਿ ॥ କିଛି ସାଥି ଦୁନିଆରୁ ଯାଉଛନ୍ତି, କିଛି ମିତ୍ର ପୂର୍ବରୁ ହି ଦୁନିଆ ଛାଡିଛନ୍ତି ଆଉ ଯିଏ ରହିଥାଏ ସେ ମଧ୍ୟ ଚାଲିଯିବ।
ਜਿਨੀ ਸਤਿਗੁਰੁ ਨ ਸੇਵਿਓ ਸੇ ਆਇ ਗਏ ਪਛੁਤਾਹਿ ॥ ଯିଏ ସଦଗୁରୁଙ୍କ ସେବା କରିନାହିଁ, ସେ ଦୁନିଆକୁ ଆସି ପଶ୍ଚାତାପ କରି ଚାଲି ଯାଇଛି।
ਨਾਨਕ ਸਚਿ ਰਤੇ ਸੇ ਨ ਵਿਛੁੜਹਿ ਸਤਿਗੁਰੁ ਸੇਵਿ ਸਮਾਹਿ ॥੨॥ ହେ ନାନକ! ଯେଉଁ ଲୋକ ସତ୍ୟରେ ମଗ୍ନ ରହିଥାଏ, ସେ କଦାପି ବିଚ୍ଛେଦ ହୁଏନାହିଁ ଆଉ ସଦଗୁରୁଙ୍କ ସେବା କରି ପରମାତ୍ମାଙ୍କ ଠାରେ ବିଲୀନ ହୋଇଯାଏ॥2॥
ਪਉੜੀ ॥ ପଉଡି ॥
ਤਿਸੁ ਮਿਲੀਐ ਸਤਿਗੁਰ ਸਜਣੈ ਜਿਸੁ ਅੰਤਰਿ ਹਰਿ ਗੁਣਕਾਰੀ ॥ ଯାହାର ହୃଦୟରେ ଗୁଣକାରୀ ଭଗବାନଙ୍କ ନିବାସ ଥାଏ, ଆମକୁ ଏପରି ମହାପୁରୁଷ ସଦଗୁରୁଙ୍କ ସହିତ ଭେଟ କରିବା ଉଚିତ।
ਤਿਸੁ ਮਿਲੀਐ ਸਤਿਗੁਰ ਪ੍ਰੀਤਮੈ ਜਿਨਿ ਹੰਉਮੈ ਵਿਚਹੁ ਮਾਰੀ ॥ ଯିଏ ମନରୁ ଅହଂତ୍ଵର ନାଶ କରି ଦେଇଛି, ଏପରି ପ୍ରିୟତମ ସଦଗୁରୁଙ୍କ ସହିତ ଆମେ ସାକ୍ଷାତ କରିବା ଉଚିତ।
ਸੋ ਸਤਿਗੁਰੁ ਪੂਰਾ ਧਨੁ ਧੰਨੁ ਹੈ ਜਿਨਿ ਹਰਿ ਉਪਦੇਸੁ ਦੇ ਸਭ ਸ੍ਰਿਸ੍ਟਿ ਸਵਾਰੀ ॥ ଯିଏ ହରିଙ୍କ ଉପଦେଶ ଦେଇ ସାରା ସୃଷ୍ଟିର କଲ୍ୟାଣ କରିଛନ୍ତି, ସେହି ପୂର୍ଣ୍ଣ ସଦଗୁରୁ ଧନ୍ୟ ଧନ୍ୟ ଅଟନ୍ତି।
ਨਿਤ ਜਪਿਅਹੁ ਸੰਤਹੁ ਰਾਮ ਨਾਮੁ ਭਉਜਲ ਬਿਖੁ ਤਾਰੀ ॥ ହେ ସନ୍ଥଜନ! ସଦା ରାମ ନାମ ଜପ କର, ଯାହା ତୁମକୁ ବିଷାକ୍ତ ଭବସାଗରରୁ ପାର କରାଇ ଦେବ।
ਗੁਰਿ ਪੂਰੈ ਹਰਿ ਉਪਦੇਸਿਆ ਗੁਰ ਵਿਟੜਿਅਹੁ ਹੰਉ ਸਦ ਵਾਰੀ ॥੨॥ ପୂର୍ଣ୍ଣ ଗୁରୁ ମୋତେ ହରିଙ୍କ ଉପଦେଶ ଦେଇଛନ୍ତି, ଏଥିପାଇଁ ମୁଁ ସେହି ଗୁରଦେବଙ୍କ ପ୍ରତି ସଦା ସମର୍ପିତ ଅଟେ॥2॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਸਤਿਗੁਰ ਕੀ ਸੇਵਾ ਚਾਕਰੀ ਸੁਖੀ ਹੂੰ ਸੁਖ ਸਾਰੁ ॥ ସଦଗୁରୁଙ୍କ ସେବା ସର୍ବ ସୁଖର ସାର ଅଟେ।
ਐਥੈ ਮਿਲਨਿ ਵਡਿਆਈਆ ਦਰਗਹ ਮੋਖ ਦੁਆਰੁ ॥ ଗୁରୁଙ୍କ ସେବା କରିବା ଦ୍ଵାରା ଦୁନିଆରେ ବଡ ମାନ-ସମ୍ମାନ ମିଳିଥାଏ ଆଉ ଭଗବାନଙ୍କ ଦରବାରରେ ମୋକ୍ଷ ଦ୍ଵାର ପ୍ରାପ୍ତ ହୋଇଥାଏ।
ਸਚੀ ਕਾਰ ਕਮਾਵਣੀ ਸਚੁ ਪੈਨਣੁ ਸਚੁ ਨਾਮੁ ਅਧਾਰੁ ॥ ସେହି ପୁରୁଷ ସତ୍ୟ କର୍ମ ହିଁ କରିଥାଏ, ସତ୍ୟ ହିଁ ଧାରଣ କରିଥାଏ ଆଉ ସତ୍ୟନାମ ହିଁ ତାହାର ଆଧାର ଅଟେ।
ਸਚੀ ਸੰਗਤਿ ਸਚਿ ਮਿਲੈ ਸਚੈ ਨਾਇ ਪਿਆਰੁ ॥ ସଚ୍ଚା ସଙ୍ଗତି ଦ୍ଵାରା ସେହି ସତ୍ୟ ପ୍ରାପ୍ତ ହୋଇଥାଏ ଏବଂ ସଚ୍ଚା ନାମ ସହିତ ତାହାର ପ୍ରେମ ହୋଇଥାଏ।
ਸਚੈ ਸਬਦਿ ਹਰਖੁ ਸਦਾ ਦਰਿ ਸਚੈ ਸਚਿਆਰੁ ॥ ସଚ୍ଚା ଶବ୍ଦ ଦ୍ଵାରା ସେ ସର୍ବଦା ହର୍ଷିତ ରହିଥାଏ ଏବଂ ସତ୍ୟ ଦରବାରରେ ତାହାକୁ ସତ୍ୟବାଦୀ ମାନାଯାଏ।
ਨਾਨਕ ਸਤਿਗੁਰ ਕੀ ਸੇਵਾ ਸੋ ਕਰੈ ਜਿਸ ਨੋ ਨਦਰਿ ਕਰੈ ਕਰਤਾਰੁ ॥੧॥ ହେ ନାନକ! ସଦଗୁରୁଙ୍କ ସେବା ସେ କରିଥାଏ, ଯାହା ଉପରେ ଭଗବାନ ନିଜ କୃପା-ଦୃଷ୍ଟି ଦେଇଥାନ୍ତି॥1॥
ਮਃ ੩ ॥ ମହଲା 3 ॥
ਹੋਰ ਵਿਡਾਣੀ ਚਾਕਰੀ ਧ੍ਰਿਗੁ ਜੀਵਣੁ ਧ੍ਰਿਗੁ ਵਾਸੁ ॥ ତାହାର ଜୀବନ ଧିକ୍କାର ଯୋଗ୍ୟ ଅଟେ ଆଉ ତାହାର ନିବାସ ମଧ୍ୟ ଧିକ୍କାର ଯୋଗ୍ୟ ଅଟେ, ଯିଏ ସଦଗୁରୁ ଅତିରିକ୍ତ ଅନ୍ୟର ସେବା କରିଥାଏ।
ਅੰਮ੍ਰਿਤੁ ਛੋਡਿ ਬਿਖੁ ਲਗੇ ਬਿਖੁ ਖਟਣਾ ਬਿਖੁ ਰਾਸਿ ॥ ସେ ଅମୃତ ତ୍ୟାଗ କରି ବିଷ ସହିତ ଯୋଡି ହୋଇ ବିଷ ଅର୍ଜନ କରିଥାଏ ଆଉ ବିଷ ହିଁ ତାହାର ପୁଞ୍ଜି ଅଟେ।
ਬਿਖੁ ਖਾਣਾ ਬਿਖੁ ਪੈਨਣਾ ਬਿਖੁ ਕੇ ਮੁਖਿ ਗਿਰਾਸ ॥ ବିଷ ହିଁ ତାହାର ଭୋଜନ ଅଟେ, ବିଷ ହିଁ ତାହାର ପୋଷାକ ଆଉ ବିଷ ହିଁ ତାହାର ଗ୍ରାସ ଅଟେ।
ਐਥੈ ਦੁਖੋ ਦੁਖੁ ਕਮਾਵਣਾ ਮੁਇਆ ਨਰਕਿ ਨਿਵਾਸੁ ॥ ଇହଲୋକରେ ସେ ବଡ କଷ୍ଟରେ ଅର୍ଜନ କରିଥାଏ ଆଉ ମୃତ୍ୟୁ ପରେ ନର୍କରେ ହିଁ ନିବାସ କରିଥାଏ।
ਮਨਮੁਖ ਮੁਹਿ ਮੈਲੈ ਸਬਦੁ ਨ ਜਾਣਨੀ ਕਾਮ ਕਰੋਧਿ ਵਿਣਾਸੁ ॥ ସ୍ଵେଚ୍ଛାଚାରୀ ଲୋକର ମୁହଁ ଅତି ମଇଳା ଅଟେ, ସେ ଶବ୍ଦର ଭେଦ ଜାଣେ ନାହିଁ ଆଉ କାମ ବାସନା ଓ ଅଭିମାନରେ ହିଁ ତାହାର ବିନାଶ ହୋଇଯାଏ।
ਸਤਿਗੁਰ ਕਾ ਭਉ ਛੋਡਿਆ ਮਨਹਠਿ ਕੰਮੁ ਨ ਆਵੈ ਰਾਸਿ ॥ ସେ ସଦଗୁରୁଙ୍କ ପ୍ରେମ ତ୍ୟାଗ କରିଥାଏ ଆଉ ମନର ଜିଦି କାରଣରୁ ତାହାର କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହୁଏନାହିଁ।
ਜਮ ਪੁਰਿ ਬਧੇ ਮਾਰੀਅਹਿ ਕੋ ਨ ਸੁਣੇ ਅਰਦਾਸਿ ॥ ଯମପୁରୀରେ ତାହାକୁ ବାନ୍ଧି ପିଟା ଯାଏ ଆଉ କେହି ମଧ୍ୟ ତାହାର ପ୍ରାର୍ଥନା ଶୁଣେ ନାହିଁ।
ਨਾਨਕ ਪੂਰਬਿ ਲਿਖਿਆ ਕਮਾਵਣਾ ਗੁਰਮੁਖਿ ਨਾਮਿ ਨਿਵਾਸੁ ॥੨॥ ହେ ନାନକ ପୂର୍ବ ଜନ୍ମର କର୍ମ ଅନୁସାରେ ବିଧାତା କପାଳରେ ଯାହା ଲେଖିଛନ୍ତି, ସେହି ଅନୁସାରେ ଜୀବ କର୍ମ କରିଥାଏ ତଥା ଗୁରୁଙ୍କ ମାଧ୍ୟମରୁ ହିଁ ପ୍ରଭୁ-ନାମର ନିବାସ ହୋଇଥାଏ॥2॥
ਪਉੜੀ ॥ ପଉଡି ॥
ਸੋ ਸਤਿਗੁਰੁ ਸੇਵਿਹੁ ਸਾਧ ਜਨੁ ਜਿਨਿ ਹਰਿ ਹਰਿ ਨਾਮੁ ਦ੍ਰਿੜਾਇਆ ॥ ହେ ସାଧୁଜନ! ସେହି ସଦଗୁରୁଙ୍କ ସେବା କର, ଯିଏ ମନରେ ପରମାତ୍ମାଙ୍କ ନାମ ଦୃଢ କରାଇଛନ୍ତି।
ਸੋ ਸਤਿਗੁਰੁ ਪੂਜਹੁ ਦਿਨਸੁ ਰਾਤਿ ਜਿਨਿ ਜਗੰਨਾਥੁ ਜਗਦੀਸੁ ਜਪਾਇਆ ॥ ଦିନ ରାତି ସେହି ସଦଗୁରୁଙ୍କ ପୂଜା କର, ଯିଏ ଜଗନ୍ନାଥ-ଜଗଦୀଶ୍ଵରଙ୍କ ନାମ ଆମ ଠାରେ ଜପ କରାଇଛନ୍ତି।
ਸੋ ਸਤਿਗੁਰੁ ਦੇਖਹੁ ਇਕ ਨਿਮਖ ਨਿਮਖ ਜਿਨਿ ਹਰਿ ਕਾ ਹਰਿ ਪੰਥੁ ਬਤਾਇਆ ॥ ଏପରି ସଦଗୁରୁଙ୍କୁ ପ୍ରତି କ୍ଷଣରେ ଦର୍ଶନ କର, ଯିଏ ହରିଙ୍କ ହରି-ମାର୍ଗ ବତାଇଛନ୍ତି।
ਤਿਸੁ ਸਤਿਗੁਰ ਕੀ ਸਭ ਪਗੀ ਪਵਹੁ ਜਿਨਿ ਮੋਹ ਅੰਧੇਰੁ ਚੁਕਾਇਆ ॥ ସମସ୍ତେ ସେହି ସଦଗୁରୁଙ୍କ ଚରଣ ସ୍ପର୍ଶ କର, ଯିଏ ମୋହର ଅନ୍ଧକାର ନଷ୍ଟ କରି ଦେଇଛନ୍ତି।
ਸੋ ਸਤਗੁਰੁ ਕਹਹੁ ਸਭਿ ਧੰਨੁ ਧੰਨੁ ਜਿਨਿ ਹਰਿ ਭਗਤਿ ਭੰਡਾਰ ਲਹਾਇਆ ॥੩॥ ସମସ୍ତେ ଏପରି ସଦଗୁରୁଙ୍କୁ ଧନ୍ୟ ଧନ୍ୟ କୁହ, ଯିଏ ହରି-ଭକ୍ତିର ଭଣ୍ଡାର ଜୀବଙ୍କୁ ଦେଇଛନ୍ତି॥3॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਸਤਿਗੁਰਿ ਮਿਲਿਐ ਭੁਖ ਗਈ ਭੇਖੀ ਭੁਖ ਨ ਜਾਇ ॥ ସଦଗୁରୁଙ୍କ ସହିତ ଭେଟ ହେବା ପରେ କ୍ଷୁଧା ଦୂର ହୋଇଯାଏ, କିନ୍ତୁ ଗର୍ବୀ ହେଲେ କ୍ଷୁଧା ଦୂର ହୁଏନାହିଁ।


© 2017 SGGS ONLINE
error: Content is protected !!
Scroll to Top