Guru Granth Sahib Translation Project

guru granth sahib odia page-584

Page 584

ਨਾਨਕ ਸਾ ਧਨ ਮਿਲੈ ਮਿਲਾਈ ਪਿਰੁ ਅੰਤਰਿ ਸਦਾ ਸਮਾਲੇ ॥ ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ନିଜ ଅନ୍ତର୍ମନରେ ପତି-ପରମେଶ୍ଵରଙ୍କୁ ସର୍ବଦା ସ୍ମରଣ କରିଥାଏ, ସେ ଗୁରୁ ଦ୍ଵାରା ମିଳିଥିବା ନିଜ ପତି-ପ୍ରଭୁଙ୍କ ସହିତ ମିଳନ କରିଥାଏ।
ਇਕਿ ਰੋਵਹਿ ਪਿਰਹਿ ਵਿਛੁੰਨੀਆ ਅੰਧੀ ਨ ਜਾਣੈ ਪਿਰੁ ਹੈ ਨਾਲੇ ॥੪॥੨॥ ନିଜ ପତି-ପରମେଶ୍ଵରଙ୍କ ଠାରୁ ବିଚ୍ଛେଦ ହୋଇ କିଛି ଜୀବ-ସ୍ତ୍ରୀ ରୋଦନ କରିଥାନ୍ତି, କିନ୍ତୁ ଅଜ୍ଞାନତାରେ ଅନ୍ଧ ହୋଇ ସେ ଏହା ଜାଣି ପାରେ ନାହିଁ ଯେ ପତି-ପରମେଶ୍ଵର ତାହାର ସାଥିରେ ଅଛନ୍ତି ||4||2||
ਵਡਹੰਸੁ ਮਃ ੩ ॥ ୱାଡହଂସ ମହଲା 3 ॥
ਰੋਵਹਿ ਪਿਰਹਿ ਵਿਛੁੰਨੀਆ ਮੈ ਪਿਰੁ ਸਚੜਾ ਹੈ ਸਦਾ ਨਾਲੇ ॥ ମୋର ସଚ୍ଚା ପତି-ପରମେଶ୍ଵର ସର୍ବଦା ମୋର ସାଥିରେ ରହିଥାନ୍ତି, କିନ୍ତୁ ତାହାଙ୍କ ଠାରୁ ବିଚ୍ଛେଦ ହୋଇ କେତେ ଜୀବ-ସ୍ତ୍ରୀ ବିଳାପ କରିଥାନ୍ତି।
ਜਿਨੀ ਚਲਣੁ ਸਹੀ ਜਾਣਿਆ ਸਤਿਗੁਰੁ ਸੇਵਹਿ ਨਾਮੁ ਸਮਾਲੇ ॥ ଯିଏ ସତ୍ୟକୁ ବୁଝି ନେଇଛି, ସେ ସଦଗୁରୁଙ୍କ ସେବା କରିଥାଏ ଏବଂ ପରମାତ୍ମାଙ୍କ ନାମକୁ ସ୍ମରଣ କରିଥାଏ।
ਸਦਾ ਨਾਮੁ ਸਮਾਲੇ ਸਤਿਗੁਰੁ ਹੈ ਨਾਲੇ ਸਤਿਗੁਰੁ ਸੇਵਿ ਸੁਖੁ ਪਾਇਆ ॥ ସଦଗୁରୁଙ୍କୁ ସାଥି ଭାବି ସେ ସର୍ବଦା ନାମ-ସ୍ମରଣ କରିଥାଏ ଏବଂ ସଦଗୁରୁଙ୍କ ସେବା କରି ସେ ସୁଖ ପାଇଥାଏ।
ਸਬਦੇ ਕਾਲੁ ਮਾਰਿ ਸਚੁ ਉਰਿ ਧਾਰਿ ਫਿਰਿ ਆਵਣ ਜਾਣੁ ਨ ਹੋਇਆ ॥ ଗୁରୁବାଣୀ ମାଧ୍ୟମରୁ ସେ କାଳର ଭୟକୁ ପରାସ୍ତ କରିଥାଏ ଏବଂ ସତ୍ୟକୁ ନିଜ ହୃଦୟରେ ଲଗାଇ ରଖିଥାଏ, ପୁଣି ସେ ଦୁନିଆର ଜନ୍ମ ମରଣ ଚକ୍ରରେ ଆସେ ନାହିଁ।
ਸਚਾ ਸਾਹਿਬੁ ਸਚੀ ਨਾਈ ਵੇਖੈ ਨਦਰਿ ਨਿਹਾਲੇ ॥ ପରମାତ୍ମା ସତ୍ୟସ୍ଵରୂପ ଅଟନ୍ତି ଆଉ ତାହାଙ୍କ କୀର୍ତ୍ତି ମଧ୍ୟ ସତ୍ୟ ଅଟେ, ସେ ନାମ ସ୍ମରଣ କରୁଥିବା ଜୀବ-ସ୍ତ୍ରୀକୁ ନିଜ କୃପା ଦୃଷ୍ଟିରେ ଦେଖିଥାନ୍ତି।
ਰੋਵਹਿ ਪਿਰਹੁ ਵਿਛੁੰਨੀਆ ਮੈ ਪਿਰੁ ਸਚੜਾ ਹੈ ਸਦਾ ਨਾਲੇ ॥੧॥ ମୋର ସଚ୍ଚା ପତି-ପରମେଶ୍ଵର ସଦା ମୋର ସାଥିରେ ଅଛନ୍ତି, କିନ୍ତୁ ତାହାଙ୍କ ଠାରୁ ବିଚ୍ଛେଦ ହୋଇ ଜୀବ-ସ୍ତ୍ରୀ ରୋଦନ କରିଥାଏ॥1॥
ਪ੍ਰਭੁ ਮੇਰਾ ਸਾਹਿਬੁ ਸਭ ਦੂ ਊਚਾ ਹੈ ਕਿਵ ਮਿਲਾਂ ਪ੍ਰੀਤਮ ਪਿਆਰੇ ॥ ମୋର ମାଲିକ-ପ୍ରଭୁ ସବୁଠାରୁ ଉଚ୍ଚ ଅଟନ୍ତି, ପୁଣି ନିଜ ପ୍ରିୟତମଙ୍କ ସହିତ କିପରି ମିଳନ କରିବି?
ਸਤਿਗੁਰਿ ਮੇਲੀ ਤਾਂ ਸਹਜਿ ਮਿਲੀ ਪਿਰੁ ਰਾਖਿਆ ਉਰ ਧਾਰੇ ॥ ଯେବେ ସଦଗୁରୁ ମୋତେ ପ୍ରଭୁଙ୍କ ସହିତ ମିଳନ କରାଇଛନ୍ତି, ମୁଁ ତାହାଙ୍କ ସହିତ ମିଳନ କରିଛି, ମୁଁ ନିଜ ପ୍ରିୟତମଙ୍କୁ ନିଜ ମନରେ ସ୍ଥାପିତ କରିଛି।
ਸਦਾ ਉਰ ਧਾਰੇ ਨੇਹੁ ਨਾਲਿ ਪਿਆਰੇ ਸਤਿਗੁਰ ਤੇ ਪਿਰੁ ਦਿਸੈ ॥ ଯାହାର ପ୍ରେମ ପ୍ରିୟ ପ୍ରଭୁଙ୍କ ସହିତ ହୋଇଥାଏ, ସେ ତାହାଙ୍କୁ ,ମନରେ ସ୍ଥାପନ କରିଥାଏ ଆଉ ସଦଗୁରୁ ଦ୍ଵାରା ହିଁ ପ୍ରଭୁଙ୍କ ଦର୍ଶନ ହୋଇଥାଏ।
ਮਾਇਆ ਮੋਹ ਕਾ ਕਚਾ ਚੋਲਾ ਤਿਤੁ ਪੈਧੈ ਪਗੁ ਖਿਸੈ ॥ ମାୟାର ମୋହରେ ରଙ୍ଗୀନ ହୋଇ ଶରୀର ରୂପୀ ଖୋଳ ମିଥ୍ୟା ଅଟେ, ଏହାକୁ ପିନ୍ଧିବା ଦ୍ଵାରା ପାଦ ସତ୍ୟ ଆଡକୁ ଯାଇଥାଏ।
ਪਿਰ ਰੰਗਿ ਰਾਤਾ ਸੋ ਸਚਾ ਚੋਲਾ ਤਿਤੁ ਪੈਧੈ ਤਿਖਾ ਨਿਵਾਰੇ ॥ କିନ୍ତୁ ପ୍ରିୟତମ-ପ୍ରଭୁଙ୍କ ପ୍ରେମରେ ରଙ୍ଗୀନ ହୋଇଥିବା ଶରୀର ସଚ୍ଚା ଅଟେ, ଏହାକୁ ପିନ୍ଧିଲେ ମନର ତୃଷ୍ଣା ମେଣ୍ଟି ଯାଏ।
ਪ੍ਰਭੁ ਮੇਰਾ ਸਾਹਿਬੁ ਸਭ ਦੂ ਊਚਾ ਹੈ ਕਿਉ ਮਿਲਾ ਪ੍ਰੀਤਮ ਪਿਆਰੇ ॥੨॥ ମୋର ମାଲିକ-ପ୍ରଭୁ ସବୁଠାରୁ ଉଚ୍ଚ ଅଟନ୍ତି, ପୁଣି ନିଜ ପ୍ରିୟତମଙ୍କ ସହିତ କିପରି ମିଳନ କରିବି?||2||
ਮੈ ਪ੍ਰਭੁ ਸਚੁ ਪਛਾਣਿਆ ਹੋਰ ਭੂਲੀ ਅਵਗਣਿਆਰੇ ॥ ମୁଁ ନିଜ ସତ୍ୟ ପ୍ରଭୁଙ୍କୁ ଜାଣି ଦେଇଛି, କିନ୍ତୁ ଗୁଣବିହୀନ ଜୀବ-ସ୍ତ୍ରୀ ତାହାକୁ ବିସ୍ମୃତ କରି କୁମାର୍ଗଗାମୀ ହୋଇଯାଇଛି।
ਮੈ ਸਦਾ ਰਾਵੇ ਪਿਰੁ ਆਪਣਾ ਸਚੜੈ ਸਬਦਿ ਵੀਚਾਰੇ ॥ ମୁଁ ସର୍ବଦା ନିଜ ପ୍ରିୟତମଙ୍କୁ ସ୍ମରଣ କରି ଆନନ୍ଦ ପ୍ରାପ୍ତ କରିଥାଏ ଏବଂ ସଚ୍ଚା ଶବ୍ଦର ଚିନ୍ତନ କରିଥାଏ।
ਸਚੈ ਸਬਦਿ ਵੀਚਾਰੇ ਰੰਗਿ ਰਾਤੀ ਨਾਰੇ ਮਿਲਿ ਸਤਿਗੁਰ ਪ੍ਰੀਤਮੁ ਪਾਇਆ ॥ ଯେଉଁ ଜୀବ-ସ୍ତ୍ରୀ ସଚ୍ଚା ଶବ୍ଦର ଚିନ୍ତନ କରିଥାଏ, ସେ ନିଜ ପ୍ରିୟତମଙ୍କ ପ୍ରେମରେ ମଗ୍ନ ରହିଥାଏ ଆଉ ସଦଗୁରୁଙ୍କ ସହିତ ମିଶି ନିଜ ପ୍ରିୟତମଙ୍କୁ ପାଇଥାଏ।
ਅੰਤਰਿ ਰੰਗਿ ਰਾਤੀ ਸਹਜੇ ਮਾਤੀ ਗਇਆ ਦੁਸਮਨੁ ਦੂਖੁ ਸਬਾਇਆ ॥ ତାହାର ହୃଦୟ ପ୍ରଭୁଙ୍କ ପ୍ରେମରେ ରଙ୍ଗୀନ ହୋଇଛି, ସେ ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ ଆଉ ତାହାର ଶତ୍ରୁ ଦୁଃଖ ସବୁ ଦୂର ହୋଇ ଯାଇଛି।
ਅਪਨੇ ਗੁਰ ਕੰਉ ਤਨੁ ਮਨੁ ਦੀਜੈ ਤਾਂ ਮਨੁ ਭੀਜੈ ਤ੍ਰਿਸਨਾ ਦੂਖ ਨਿਵਾਰੇ ॥ ଯଦି ନିଜ ଗୁରୁଙ୍କୁ ତନ-ମନ ଅର୍ପଣ କରୁ, ତାହାହେଲେ ଆମର ମନ ପ୍ରସନ୍ନ ରହିଥାଏ ଆଉ ତୃଷ୍ଣା ଓ ଦୁଃଖ ନାଶ ହୋଇଯାଏ।
ਮੈ ਪਿਰੁ ਸਚੁ ਪਛਾਣਿਆ ਹੋਰ ਭੂਲੀ ਅਵਗਣਿਆਰੇ ॥੩॥ ମୁଁ ନିଜ ସତ୍ୟ ପ୍ରଭୁଙ୍କୁ ଜାଣି ଦେଇଛି, କିନ୍ତୁ ଗୁଣବିହୀନ ଜୀବ-ସ୍ତ୍ରୀ ଅନ୍ୟ ଅବଗୁଣରେ ଭରି ହୋଇ କୁମାର୍ଗଗାମୀ ହୋଇଯାଇଛି। ||3|
ਸਚੜੈ ਆਪਿ ਜਗਤੁ ਉਪਾਇਆ ਗੁਰ ਬਿਨੁ ਘੋਰ ਅੰਧਾਰੋ ॥ ସଚ୍ଚା ପରମେଶ୍ଵର ସ୍ଵୟଂ ଜଗତ ସୃଷ୍ଟି କରିଛନ୍ତି, ପରନ୍ତୁ ଗୁରୁଙ୍କ ବିନା ଜଗତରେ ଘୋର ଅନ୍ଧକାର ଥାଏ।
ਆਪਿ ਮਿਲਾਏ ਆਪਿ ਮਿਲੈ ਆਪੇ ਦੇਇ ਪਿਆਰੋ ॥ ସେ ସ୍ଵୟଂ ହିଁ ଜୀବକୁ ଗୁରୁଙ୍କ ସହିତ ମିଳାଇ ଥାଆନ୍ତି, ସ୍ଵୟଂ ହିଁ ମିଳିଥାନ୍ତି ଆଉ ସ୍ଵୟଂ ହିଁ ତାହାକୁ ନିଜ ପ୍ରେମ ଦାନ କରିଥାନ୍ତି।
ਆਪੇ ਦੇਇ ਪਿਆਰੋ ਸਹਜਿ ਵਾਪਾਰੋ ਗੁਰਮੁਖਿ ਜਨਮੁ ਸਵਾਰੇ ॥ ସେ ସ୍ଵୟଂ ହିଁ ନିଜ ପ୍ରେମ ପ୍ରଦାନ କରିଥାନ୍ତି ଆଉ ଜୀବ ଏହିପରି ନାମ ଜ୍ଞାନର ବ୍ୟାପାର କରିଥାଏ ଏବଂ ଗୁରୁମୁଖୀ ବନି ନିଜର ଅମୂଲ୍ୟ ଜନ୍ମ ସଫଳ କରିଥାଏ।
ਧਨੁ ਜਗ ਮਹਿ ਆਇਆ ਆਪੁ ਗਵਾਇਆ ਦਰਿ ਸਾਚੈ ਸਚਿਆਰੋ ॥ ଏହି ଦୁନିଆରେ ତାହାର ଜନ୍ମ ନେବା ସଫଳ ଅଟେ, ଯିଏ ନିଜ ଅହଂତ୍ଵ ଦୂର କରିଥାଏ ଆଉ ସଚ୍ଚା ଦରବାରରେ ତାହାକୁ ସତ୍ୟବାଦୀ କୁହାଯାଏ।
ਗਿਆਨਿ ਰਤਨਿ ਘਟਿ ਚਾਨਣੁ ਹੋਆ ਨਾਨਕ ਨਾਮ ਪਿਆਰੋ ॥ ହେ ନାନକ! ତାହାର ହୃଦୟରେ ଜ୍ଞାନ-ରତ୍ନର ପ୍ରକାଶ ହୋଇ ଯାଇଛି ଏବଂ ପ୍ରଭୁଙ୍କ ନାମ ସହିତ ତାହାର ପ୍ରେମ ଅଛି।
ਸਚੜੈ ਆਪਿ ਜਗਤੁ ਉਪਾਇਆ ਗੁਰ ਬਿਨੁ ਘੋਰ ਅੰਧਾਰੋ ॥੪॥੩॥ ସଚ୍ଚା ପରମେଶ୍ଵର ସ୍ଵୟଂ ହିଁ ଜଗତ ସୃଷ୍ଟି କରିଛନ୍ତି, ପରନ୍ତୁ ଗୁରୁଙ୍କ ବିନା ଜଗତରେ ଘୋର ଅନ୍ଧକାର ଥାଏ।||4||3||
ਵਡਹੰਸੁ ਮਹਲਾ ੩ ॥ ୱାଡହଂସ ମହଲା 3 ॥
ਇਹੁ ਸਰੀਰੁ ਜਜਰੀ ਹੈ ਇਸ ਨੋ ਜਰੁ ਪਹੁਚੈ ਆਏ ॥ ଏହି ଶରୀର ବଡ ଶୀର୍ଣ୍ଣ ଅଟେ ତଥା ଏହା ଆସ୍ତେ ଆସ୍ତେ ଜୀର୍ଣ୍ଣ ହୋଇଥାଏ।
ਗੁਰਿ ਰਾਖੇ ਸੇ ਉਬਰੇ ਹੋਰੁ ਮਰਿ ਜੰਮੈ ਆਵੈ ਜਾਏ ॥ ଯାହାକୁ ଗୁରୁ ରକ୍ଷା କରିଛନ୍ତି, ତାହାର ଉଦ୍ଧାର ହୋଇ ଯାଇଛି, ପରନ୍ତୁ ଅନ୍ୟମାନେ ଜନ୍ମ ନେଇ ମରିଥାନ୍ତି।
ਹੋਰਿ ਮਰਿ ਜੰਮਹਿ ਆਵਹਿ ਜਾਵਹਿ ਅੰਤਿ ਗਏ ਪਛੁਤਾਵਹਿ ਬਿਨੁ ਨਾਵੈ ਸੁਖੁ ਨ ਹੋਈ ॥ ଅନ୍ୟମାନେ ଜନ୍ମ ହୋଇ ମରିଥାନ୍ତି, ଅନ୍ତିମ କ୍ଷଣରେ ପଶ୍ଚାତାପ କରିଥାନ୍ତି ଆଉ ପରମାତ୍ମାଙ୍କ ନାମର ବୀନା ତାହାକୁ ସୁଖ ଉପଲବ୍ଧ ହୁଏନାହିଁ।
ਐਥੈ ਕਮਾਵੈ ਸੋ ਫਲੁ ਪਾਵੈ ਮਨਮੁਖਿ ਹੈ ਪਤਿ ਖੋਈ ॥ ଇହଲୋକରେ ବ୍ୟକ୍ତି ଯେଉଁ କର୍ମ କରିଥାଏ, ସେହି ଫଳ ପ୍ରାପ୍ତ ହୋଇଥାଏ ଆଉ ସ୍ଵେଚ୍ଛାଚାରୀ ମନୁଷ୍ୟ ନିଜର ଇଜ୍ଜତ ହରାଇ ଥାଏ।
ਜਮ ਪੁਰਿ ਘੋਰ ਅੰਧਾਰੁ ਮਹਾ ਗੁਬਾਰੁ ਨਾ ਤਿਥੈ ਭੈਣ ਨ ਭਾਈ ॥ ଯମଲୋକରେ ଭୟାନକ ଅନ୍ଧକାର ଥାଏ ଆଉ ସେଠାରେ କେହି ଭାଇ କିମ୍ବା ଭଉଣୀ ନଥାନ୍ତି।
ਇਹੁ ਸਰੀਰੁ ਜਜਰੀ ਹੈ ਇਸ ਨੋ ਜਰੁ ਪਹੁਚੈ ਆਈ ॥੧॥ ଏହି ଶରୀର ବଡ ଶୀର୍ଣ୍ଣ ଅଟେ ତଥା ଏହା ଆସ୍ତେ ଆସ୍ତେ ଜୀର୍ଣ୍ଣ ହୋଇଥାଏ। ॥1॥
ਕਾਇਆ ਕੰਚਨੁ ਤਾਂ ਥੀਐ ਜਾਂ ਸਤਿਗੁਰੁ ਲਏ ਮਿਲਾਏ ॥ ଯଦି ସଦଗୁରୁ ନିଜ ସାଥିରେ ମିଳାଇ ଥାଆନ୍ତି, ତାହାହେଲେ ସେ କାୟା ଭଳି ପାବନ ହୋଇଯାଏ।


© 2017 SGGS ONLINE
error: Content is protected !!
Scroll to Top