Guru Granth Sahib Translation Project

guru granth sahib odia page-574

Page 574

ਜਿਨੀ ਦਰਸਨੁ ਜਿਨੀ ਦਰਸਨੁ ਸਤਿਗੁਰ ਪੁਰਖ ਨ ਪਾਇਆ ਰਾਮ ॥ ଯିଏ ମହାପୁରୁଷ ସଦଗୁରୁଙ୍କ ଦର୍ଶନ କରିନାହିଁ,
ਤਿਨ ਨਿਹਫਲੁ ਤਿਨ ਨਿਹਫਲੁ ਜਨਮੁ ਸਭੁ ਬ੍ਰਿਥਾ ਗਵਾਇਆ ਰਾਮ ॥ ସେ ତାହାର ସାରା ଜୀବନ ବ୍ୟର୍ଥ ଓ ନିଷ୍ଫଳ ଭାବରେ ହରାଇ ଦେଇଛି ଏବଂ
ਨਿਹਫਲੁ ਜਨਮੁ ਤਿਨ ਬ੍ਰਿਥਾ ਗਵਾਇਆ ਤੇ ਸਾਕਤ ਮੁਏ ਮਰਿ ਝੂਰੇ ॥ ସେହି ଶାକ୍ତ ଦୁଃଖୀ ହୋଇ ତଡପ ତଡପ ହୋଇ ମରିଥାଏ।
ਘਰਿ ਹੋਦੈ ਰਤਨਿ ਪਦਾਰਥਿ ਭੂਖੇ ਭਾਗਹੀਣ ਹਰਿ ਦੂਰੇ ॥ ନାମ-ରତ୍ନର ଦୌଲତ ହୃଦୟ-ଘରେ ରହିବା ପରେ ମଧ୍ୟ ସେ ଭୋକିଲା ରହିଥାଏ ଏବଂ ସେହି ଭାଗ୍ୟହୀନ ପ୍ରଭୁଙ୍କ ଠାରୁ ବହୁତ ଦୂରରେ ରହିଥାଏ।
ਹਰਿ ਹਰਿ ਤਿਨ ਕਾ ਦਰਸੁ ਨ ਕਰੀਅਹੁ ਜਿਨੀ ਹਰਿ ਹਰਿ ਨਾਮੁ ਨ ਧਿਆਇਆ ॥ ହେ ପରମେଶ୍ଵର! ମୁଁ ତାହାଙ୍କ ଦର୍ଶନ କରିବା ପାଇଁ ଚାହେଁ ନାହିଁ, ଯିଏ ହରି-ନାମର ଧ୍ୟାନ କରିନାହିଁ ଏବଂ
ਜਿਨੀ ਦਰਸਨੁ ਜਿਨੀ ਦਰਸਨੁ ਸਤਿਗੁਰ ਪੁਰਖ ਨ ਪਾਇਆ ॥੩॥ ନା ମହାପୁରୁଷ ସଦଗୁରୁଙ୍କ ଦର୍ଶନ କରିଛି॥3॥
ਹਮ ਚਾਤ੍ਰਿਕ ਹਮ ਚਾਤ੍ਰਿਕ ਦੀਨ ਹਰਿ ਪਾਸਿ ਬੇਨੰਤੀ ਰਾਮ ॥ ଆମେ ଦୀନ-ଚାତକ ଅଟୁ ଏବଂ ନିଜର ହରି-ପରମେଶ୍ଵରଙ୍କ ସମ୍ମୁଖରେ ନିବେଦନ କରୁ ଯେ
ਗੁਰ ਮਿਲਿ ਗੁਰ ਮੇਲਿ ਮੇਰਾ ਪਿਆਰਾ ਹਮ ਸਤਿਗੁਰ ਕਰਹ ਭਗਤੀ ਰਾਮ ॥ ଆମକୁ ପ୍ରିୟତମ ଗୁରୁଙ୍କ ସହିତ ମିଳନ କରାଇ ଦିଅ , କାରଣ ସଦଗୁରୁଙ୍କୁ ଭକ୍ତି କରୁ।
ਹਰਿ ਹਰਿ ਸਤਿਗੁਰ ਕਰਹ ਭਗਤੀ ਜਾਂ ਹਰਿ ਪ੍ਰਭੁ ਕਿਰਪਾ ਧਾਰੇ ॥ ଯେବେ ହରି-ପ୍ରଭୁଙ୍କ କୃପା ହୋଇଥାଏ, ସେତେବେଳେ ହିଁ ସଦଗୁରୁଙ୍କ ଭକ୍ତି କରିଥାଏ।
ਮੈ ਗੁਰ ਬਿਨੁ ਅਵਰੁ ਨ ਕੋਈ ਬੇਲੀ ਗੁਰੁ ਸਤਿਗੁਰੁ ਪ੍ਰਾਣ ਹਮ੍ਹ੍ਹਾਰੇ ॥ ଗୁରୁଙ୍କ ବିନା ମୋର କେହି ମିତ୍ର ନାହାନ୍ତି ଏବଂ ସଦଗୁରୁ ହିଁ ଆମର ପ୍ରାଣ ଅଟନ୍ତି।
ਕਹੁ ਨਾਨਕ ਗੁਰਿ ਨਾਮੁ ਦ੍ਰਿੜ੍ਹਾਇਆ ਹਰਿ ਹਰਿ ਨਾਮੁ ਹਰਿ ਸਤੀ ॥ ନାନକ କହନ୍ତି , “ ଗୁରୁ ମୋ’ ଭିତରେ ପରମାତ୍ମାଙ୍କ ନାମ ସ୍ଥାପନ କରାଇଛନ୍ତି ଏବଂ ସେହି ସଚ୍ଚା ହରି-ପରମେଶ୍ଵରଙ୍କ ନାମ ସ୍ମରଣ କରିଥାଏ।“
ਹਮ ਚਾਤ੍ਰਿਕ ਹਮ ਚਾਤ੍ਰਿਕ ਦੀਨ ਹਰਿ ਪਾਸਿ ਬੇਨੰਤੀ ॥੪॥੩॥ ଆମେ ଦୀନ-ଚାତକ ଅଟୁ ଏବଂ ନିଜର ହରି-ପରମେଶ୍ଵରଙ୍କ ସମ୍ମୁଖରେ ନିବେଦନ କରୁ॥4॥3॥
ਵਡਹੰਸੁ ਮਹਲਾ ੪ ॥ ୱାଡହଂସ ମହଲା 4 ॥
ਹਰਿ ਕਿਰਪਾ ਹਰਿ ਕਿਰਪਾ ਕਰਿ ਸਤਿਗੁਰੁ ਮੇਲਿ ਸੁਖਦਾਤਾ ਰਾਮ ॥ ହେ ହରି! ମୋ’ ଉପରେ କୃପା କର ଏବଂ ମୋତେ ସୁଖର ଦାତା ସଦଗୁରୁଙ୍କ ସହିତ ମିଳନ କରାଇ ଦିଅ।
ਹਮ ਪੂਛਹ ਹਮ ਪੂਛਹ ਸਤਿਗੁਰ ਪਾਸਿ ਹਰਿ ਬਾਤਾ ਰਾਮ ॥ ସଦଗୁରୁଙ୍କ ଠାରୁ ମୁଁ ହରିଙ୍କ ସ୍ତୁତି କଥା ବୁଝିବି।
ਸਤਿਗੁਰ ਪਾਸਿ ਹਰਿ ਬਾਤ ਪੂਛਹ ਜਿਨਿ ਨਾਮੁ ਪਦਾਰਥੁ ਪਾਇਆ ॥ ଯିଏ ନାମ-ଧନ ପ୍ରାପ୍ତ କରିଛି, ମୁଁ ସେହି ସଦଗୁରୁଙ୍କ ଠାରୁ ମୁଁ ହରିଙ୍କ ସ୍ତୁତି କଥା ବୁଝିବି।
ਪਾਇ ਲਗਹ ਨਿਤ ਕਰਹ ਬਿਨੰਤੀ ਗੁਰਿ ਸਤਿਗੁਰਿ ਪੰਥੁ ਬਤਾਇਆ ॥ ଗୁରୁ ସଦଗୁରୁ ମୋତେ ମାର୍ଗ ବତାଇଛନ୍ତି, ଏଥିପାଇଁ ମୁଁ ନିତ୍ୟ ତାହାଙ୍କ ଚରଣ ସ୍ପର୍ଶ କରିଥାଏ ଏବଂ ତାହାଙ୍କ ସମ୍ମୁଖରେ ସଦା ନିବେଦନ କରିଥାଏ।
ਸੋਈ ਭਗਤੁ ਦੁਖੁ ਸੁਖੁ ਸਮਤੁ ਕਰਿ ਜਾਣੈ ਹਰਿ ਹਰਿ ਨਾਮਿ ਹਰਿ ਰਾਤਾ ॥ ଯିଏ ହରି-ନାମ ଏବଂ ହରିଙ୍କ ସହିତ ରଙ୍ଗୀନ ହୋଇଛନ୍ତି, ସେହି ଭକ୍ତ ଦୁଃଖ ଓ ସୁଖକୁ ଏକ ବୋଲି ଭାବିଥାଏ।
ਹਰਿ ਕਿਰਪਾ ਹਰਿ ਕਿਰਪਾ ਕਰਿ ਗੁਰੁ ਸਤਿਗੁਰੁ ਮੇਲਿ ਸੁਖਦਾਤਾ ॥੧॥ ହେ ହରି! ମୋ’ ଉପରେ କୃପା କର ଏବଂ ମୋତେ ସୁଖର ଦାତା ଗୁରୁଙ୍କ ସହିତ ମିଳନ କରାଇ ଦିଅ॥1॥
ਸੁਣਿ ਗੁਰਮੁਖਿ ਸੁਣਿ ਗੁਰਮੁਖਿ ਨਾਮਿ ਸਭਿ ਬਿਨਸੇ ਹੰਉਮੈ ਪਾਪਾ ਰਾਮ ॥ ଗୁରୁଙ୍କ ମୁଖରୁ ପରମାତ୍ମାଙ୍କ ନାମ ଶୁଣି ମୋର ସବୁ ପାପ ଏବଂ ଅହଂକାର ନଷ୍ଟ ହୋଇ ଯାଇଛି।
ਜਪਿ ਹਰਿ ਹਰਿ ਜਪਿ ਹਰਿ ਹਰਿ ਨਾਮੁ ਲਥਿਅੜੇ ਜਗਿ ਤਾਪਾ ਰਾਮ ॥ ହରି-ନାମର ଭଜନ କରିଲେ ସଂସାରର ସବୁ ରୋଗ ନିବୃତ୍ତ ହୋଇଯାଏ।
ਹਰਿ ਹਰਿ ਨਾਮੁ ਜਿਨੀ ਆਰਾਧਿਆ ਤਿਨ ਕੇ ਦੁਖ ਪਾਪ ਨਿਵਾਰੇ ॥ ଯିଏ ହରିନାମ ଆରାଧନା କରିଛି ତାହାର ସବୁ ପାପ ଏବଂ ଅହଂକାର ନଷ୍ଟ ହୋଇ ଯାଇଛି।
ਸਤਿਗੁਰਿ ਗਿਆਨ ਖੜਗੁ ਹਥਿ ਦੀਨਾ ਜਮਕੰਕਰ ਮਾਰਿ ਬਿਦਾਰੇ ॥ ସଦଗୁରୁ ମୋ’ ହାତରେ ଜ୍ଞାନର କୃପାଣ ଧରାଇଛନ୍ତି, ଯେଉଁଥିରେ ମୁଁ ଯମଦୂତର ପ୍ରହାର କରି ବଧ କରି ଦେଇଛି।
ਹਰਿ ਪ੍ਰਭਿ ਕ੍ਰਿਪਾ ਧਾਰੀ ਸੁਖਦਾਤੇ ਦੁਖ ਲਾਥੇ ਪਾਪ ਸੰਤਾਪਾ ॥ ସୁଖର ଦାତା ହରି-ପ୍ରଭୁ ମୋ’ ଉପରେ କୃପା କରିଛନ୍ତି ଏବଂ ମୁଁ ଦୁଃଖ ଓ ପାପ ଓ ସନ୍ତାପରୁ ମୁକ୍ତ ହୋଇଯାଇଛି।
ਸੁਣਿ ਗੁਰਮੁਖਿ ਸੁਣਿ ਗੁਰਮੁਖਿ ਨਾਮੁ ਸਭਿ ਬਿਨਸੇ ਹੰਉਮੈ ਪਾਪਾ ॥੨॥ ଗୁରୁଙ୍କ ଠାରୁ ପରମାତ୍ମାଙ୍କ ନାମ ଶୁଣି ମୋର ସବୁ ପାପ ଏବଂ ଅହଂକାର ନଷ୍ଟ ହୋଇ ଯାଇଛି। ॥2॥
ਜਪਿ ਹਰਿ ਹਰਿ ਜਪਿ ਹਰਿ ਹਰਿ ਨਾਮੁ ਮੇਰੈ ਮਨਿ ਭਾਇਆ ਰਾਮ ॥ ହରିଙ୍କ ଭଜନ କରିବା ଦ୍ଵାରା ହରିଙ୍କ ନାମ ମୋର ମନକୁ ବହୁତ ଭଲ ଲାଗିଥାଏ।
ਮੁਖਿ ਗੁਰਮੁਖਿ ਮੁਖਿ ਗੁਰਮੁਖਿ ਜਪਿ ਸਭਿ ਰੋਗ ਗਵਾਇਆ ਰਾਮ ॥ ଗୁରୁମୁଖୀ ବନି ପରମାତ୍ମାଙ୍କ ଭଜନ କରିବା ଦ୍ଵାରା ମୋର ସବୁ ରୋଗ ନଷ୍ଟ ହୋଇଯାଇଛି।
ਗੁਰਮੁਖਿ ਜਪਿ ਸਭਿ ਰੋਗ ਗਵਾਇਆ ਅਰੋਗਤ ਭਏ ਸਰੀਰਾ ॥ ଗୁରୁମୁଖୀ ବନି ପରମାତ୍ମାଙ୍କ ଭଜନ କରିବା ଦ୍ଵାରା ମୋର ସବୁ ରୋଗ ନଷ୍ଟ ହୋଇଯାଇଛି ଓ ଶରୀର ଆରୋଗ୍ୟ ଲାଭ କରିଛି।
ਅਨਦਿਨੁ ਸਹਜ ਸਮਾਧਿ ਹਰਿ ਲਾਗੀ ਹਰਿ ਜਪਿਆ ਗਹਿਰ ਗੰਭੀਰਾ ॥ ରାତି ଦୀନ ସ୍ଵାଭାବିକ ସମାଧି ହରିଙ୍କ ଠାରେ ଲାଗି ରହିଥାଏ, କାରଣ ମୁଁ ଗଭୀର ଓ ଗମ୍ଭୀର ହରିଙ୍କ ଧ୍ୟାନ କରିଛି।
ਜਾਤਿ ਅਜਾਤਿ ਨਾਮੁ ਜਿਨ ਧਿਆਇਆ ਤਿਨ ਪਰਮ ਪਦਾਰਥੁ ਪਾਇਆ ॥ ଉଚ୍ଚ ଅଥବା ନିମ୍ନ କୁଳର ଯେଉଁ ବ୍ୟକ୍ତି ମଧ୍ୟ ପରମାତ୍ମାଙ୍କ ଧ୍ୟାନ ମଁନ କରିଛି, ସେ ପରମ ପଦାର୍ଥ ମୋକ୍ଷକୁ ପାଇଛି।
ਜਪਿ ਹਰਿ ਹਰਿ ਜਪਿ ਹਰਿ ਹਰਿ ਨਾਮੁ ਮੇਰੈ ਮਨਿ ਭਾਇਆ ॥੩॥ ହରିଙ୍କ ଭଜନ କରିବା ଡ଼ିଡ଼ବଲଇଉର ହରିନାମ ମୋର ମନକୁ ଭଲ ଲାଗିଛି॥3॥


© 2017 SGGS ONLINE
error: Content is protected !!
Scroll to Top