Guru Granth Sahib Translation Project

guru granth sahib odia page-568

Page 568

ਪਿਰੁ ਰਵਿ ਰਹਿਆ ਭਰਪੂਰੇ ਵੇਖੁ ਹਜੂਰੇ ਜੁਗਿ ਜੁਗਿ ਏਕੋ ਜਾਤਾ ॥ ପତି-ପରମେଶ୍ଵର ପ୍ରତ୍ୟେକ ହୃଦୟରେ ବିଦ୍ୟମାନ ଅଟନ୍ତି; ତୁ ତାହାଙ୍କୁ ପ୍ରତ୍ୟକ୍ଷ ଦେଖା କର ଏବଂ ଯୁଗ-ଯୁଗାନ୍ତରରେ ତାହାଙ୍କୁ ଏକ ସମାନ ହି ଅନୁଭବ କର।
ਧਨ ਬਾਲੀ ਭੋਲੀ ਪਿਰੁ ਸਹਜਿ ਰਾਵੈ ਮਿਲਿਆ ਕਰਮ ਬਿਧਾਤਾ ॥ ବିଚାରୀ ଜୀବ-ସ୍ତ୍ରୀ ସ୍ଵାଭାବିକ ଭାବରେ ନିଜ ପତି-ପ୍ରଭୁଙ୍କ ସାଥିରେ ରମଣ କରିଥାଏ ଏବଂ ନିଜ କର୍ମ ବିଧାତା ପ୍ରଭୁଙ୍କୁ ମିଳନ କରିଥାଏ।
ਜਿਨਿ ਹਰਿ ਰਸੁ ਚਾਖਿਆ ਸਬਦਿ ਸੁਭਾਖਿਆ ਹਰਿ ਸਰਿ ਰਹੀ ਭਰਪੂਰੇ ॥ ଯେଉଁ ଜୀବ-ସ୍ତ୍ରୀ ହରି-ରସକୁ ଆସ୍ଵାଦନ କରିଥାଏ, ସେ ପ୍ରେମପୂର୍ବକ ନାମର ଉଚ୍ଚାରଣ କରିଥାଏ ଏବଂ ସେ ପରମେଶ୍ଵରଙ୍କ ଅମୃତ ସରୋବରରେ ଲୀନ ରହିଥାଏ।
ਨਾਨਕ ਕਾਮਣਿ ਸਾ ਪਿਰ ਭਾਵੈ ਸਬਦੇ ਰਹੈ ਹਦੂਰੇ ॥੨॥ ହେ ନାନକ! ପ୍ରିୟ ପ୍ରଭୁଙ୍କୁ ସେହି ଜୀବ-ସ୍ତ୍ରୀ ଲୋଭାୟିତ କରିଥାଏ, ଯିଏ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରତ୍ୟକ୍ଷ ରହିଥାଏ॥2॥
ਸੋਹਾਗਣੀ ਜਾਇ ਪੂਛਹੁ ਮੁਈਏ ਜਿਨੀ ਵਿਚਹੁ ਆਪੁ ਗਵਾਇਆ ॥ ହେ ଜୀବାତ୍ମା! ସେହି ସୁହାଗିନୀକୁ ଯାଇ ପଚାରି ବୁଝ, ଯିଏ ନିଜ ଅହଂତ୍ଵକୁ ଦୂର କରି ଦେଇଛି।
ਪਿਰ ਕਾ ਹੁਕਮੁ ਨ ਪਾਇਓ ਮੁਈਏ ਜਿਨੀ ਵਿਚਹੁ ਆਪੁ ਨ ਗਵਾਇਆ ॥ ଯିଏ ନିଜ ଅହଂତ୍ଵକୁ ଦୂର କରି ନାହିଁ, ସେ ନିଜ ପତି-ପ୍ରଭୁଙ୍କ ହୁକୁମକୁ ଅନୁଭବ କରିନାହିଁ।
ਜਿਨੀ ਆਪੁ ਗਵਾਇਆ ਤਿਨੀ ਪਿਰੁ ਪਾਇਆ ਰੰਗ ਸਿਉ ਰਲੀਆ ਮਾਣੈ ॥ କିନ୍ତୁ ଯିଏ ନିଜ ଅହଂତ୍ଵକୁ ଦୂର କରି ଦେଇଛି, ତାହାକୁ ନିଜ ପତି-ପ୍ରଭୁ ମିଳି ଯାଇଛନ୍ତି ଏବଂ ପ୍ରେମ-ରଙ୍ଗରେ ଲୀନ ହୋଇ ରମଣ କରିଥାଏ।
ਸਦਾ ਰੰਗਿ ਰਾਤੀ ਸਹਜੇ ਮਾਤੀ ਅਨਦਿਨੁ ਨਾਮੁ ਵਖਾਣੈ ॥ ନିଜ ପ୍ରଭୁଙ୍କ ପ୍ରେମରେ ସର୍ବଦା ରଙ୍ଗୀନ ହୋଇ ଏବଂ ସ୍ଵାଭାବିକ ଭାବରେ ମତୁଆଲା ହୋଇ ସେ ସର୍ବଦା ନାମ ଜପିଥାଏ।
ਕਾਮਣਿ ਵਡਭਾਗੀ ਅੰਤਰਿ ਲਿਵ ਲਾਗੀ ਹਰਿ ਕਾ ਪ੍ਰੇਮੁ ਸੁਭਾਇਆ ॥ ସେହି ଜୀବ-ସ୍ତ୍ରୀ ବଡ ଭାଗ୍ୟଶାଳୀ ଅଟେ, ଯାହାର ହୃଦୟରେ ପତି-ପ୍ରଭୁଙ୍କ ସୁରତି ଲାଗି ଯାଇଛି ଏବଂ ପରମେଶ୍ଵରଙ୍କ ପ୍ରେମ ମିଠା ଲାଗିଥାଏ।
ਨਾਨਕ ਕਾਮਣਿ ਸਹਜੇ ਰਾਤੀ ਜਿਨਿ ਸਚੁ ਸੀਗਾਰੁ ਬਣਾਇਆ ॥੩॥ ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ସତ୍ୟ ସାଥିରେ ଶୃଙ୍ଗାର କରିଛି, ସେ ସ୍ଵାଭାବିକ ଭାବରେ ହିଁ ନିଜ ପତି-ପ୍ରଭୁଙ୍କ ପ୍ରେମରେ ଲୀନ ରହିଥାଏ॥3॥
ਹਉਮੈ ਮਾਰਿ ਮੁਈਏ ਤੂ ਚਲੁ ਗੁਰ ਕੈ ਭਾਏ ॥ ହେ ନାଶବାନ ଜୀବାତ୍ମା! ତୁ ନିଜ ଅହଂକାର ନଷ୍ଟ କର ଏବଂ ଗୁରୁଙ୍କ ଇଛା ଅନୁସରଣ କର।
ਹਰਿ ਵਰੁ ਰਾਵਹਿ ਸਦਾ ਮੁਈਏ ਨਿਜ ਘਰਿ ਵਾਸਾ ਪਾਏ ॥ ଏହିପରି ତୁ ପରମେଶ୍ଵରଙ୍କ ସାଥିରେ ସର୍ବଦା ଆନନ୍ଦ ଭୋଗ କରିବୁ ଏବଂ ନିଜ ମୂଳ ଘର ଆତ୍ମସ୍ଵରୂପରେ ନିବାସ ପ୍ରାପ୍ତ କରିବୁ।
ਨਿਜ ਘਰਿ ਵਾਸਾ ਪਾਏ ਸਬਦੁ ਵਜਾਏ ਸਦਾ ਸੁਹਾਗਣਿ ਨਾਰੀ ॥ ନିଜ ମୂଳ ନିବାସ ପ୍ରଭୁଙ୍କ ପାଖରେ ରହି ସେ ନାମର ଉଚ୍ଚାରଣ କରିଥାଏ ଏବଂ ସଦା ସୁହାଗିନୀ ନାରୀ ହୋଇଯାଏ।
ਪਿਰੁ ਰਲੀਆਲਾ ਜੋਬਨੁ ਬਾਲਾ ਅਨਦਿਨੁ ਕੰਤਿ ਸਵਾਰੀ ॥ ପ୍ରିୟ-ପ୍ରଭୁ ବଡ ରଙ୍ଗିଲା ଏବଂ ଯୌବନ ସମ୍ପର୍ଣ୍ଣ ଅଟନ୍ତି, ସେ ସର୍ବଦା ନିଜ ପତ୍ନୀକୁ ପାଳନ କରିଥାନ୍ତି।
ਹਰਿ ਵਰੁ ਸੋਹਾਗੋ ਮਸਤਕਿ ਭਾਗੋ ਸਚੈ ਸਬਦਿ ਸੁਹਾਏ ॥ ନିଜ ସୋହାଗ ହରି-ପରମେଶ୍ଵରଙ୍କ ଦ୍ଵାରା ତାହାର ମଠାରେ ଭାଗ୍ୟ ଉଦୟ ହୋଇଥାଏ ଏବଂ ସେ ସଚ୍ଚା ଶବ୍ଦ ଦ୍ଵାରା ଶୋଭାବାନ ହୋଇଯାଏ।
ਨਾਨਕ ਕਾਮਣਿ ਹਰਿ ਰੰਗਿ ਰਾਤੀ ਜਾ ਚਲੈ ਸਤਿਗੁਰ ਭਾਏ ॥੪॥੧॥ ହେ ନାନକ! ଯେବେ ଜୀବ-ସ୍ତ୍ରୀ ସଦଗୁରୁଙ୍କ ଶିକ୍ଷା ଅନୁସରଣ କରିଥାଏ, ସେତେବେଳେ ସେ ପରମେଶ୍ଵରଙ୍କ ପ୍ରେମ-ରଙ୍ଗରେ ଲୀନ ହୋଇଯାଏ||4||1||
ਵਡਹੰਸੁ ਮਹਲਾ ੩ ॥ ୱାଡହଂସ ମହଲା 3 ॥
ਗੁਰਮੁਖਿ ਸਭੁ ਵਾਪਾਰੁ ਭਲਾ ਜੇ ਸਹਜੇ ਕੀਜੈ ਰਾਮ ॥ ଗୁରୁମୁଖୀ ବନିଲେ ସବୁ ବ୍ୟାପାର ଭଲ ହୋଇଥାଏ, ଯଦି ଏହା ସ୍ଵାଭାବିକ ଅବସ୍ଥାରେ କରାଯାଇ ଥାଏ।
ਅਨਦਿਨੁ ਨਾਮੁ ਵਖਾਣੀਐ ਲਾਹਾ ਹਰਿ ਰਸੁ ਪੀਜੈ ਰਾਮ ॥ ସବୁ ସମୟରେ ପରମାତ୍ମାଙ୍କ ନାମର ଜପ କରିବା ଉଚିତ ଏବଂ ହରି-ରସକୁ ପାନ କରି ଲାଭ ପ୍ରାପ୍ତ କରିବା ଉଚିତ।
ਲਾਹਾ ਹਰਿ ਰਸੁ ਲੀਜੈ ਹਰਿ ਰਾਵੀਜੈ ਅਨਦਿਨੁ ਨਾਮੁ ਵਖਾਣੈ ॥ ହରି-ରସକୁ ପାନ କରି ଲାଭ ପ୍ରାପ୍ତ କରିବା ଉଚିତ, ହରିଙ୍କ ସ୍ମରଣ କରିବା ଉଚିତ ଏବଂ ସର୍ବଦା ନାମର ଚିନ୍ତନ କରି ରହିବା ଉଚିତ।
ਗੁਣ ਸੰਗ੍ਰਹਿ ਅਵਗਣ ਵਿਕਣਹਿ ਆਪੈ ਆਪੁ ਪਛਾਣੈ ॥ ଯେଉଁ ବ୍ୟକ୍ତି ଗୁଣର ସଂଗ୍ରହ କରିଥାଏ ଆଉ ଅବଗୁଣକୁ ଦୂର କରିଥାଏ; ସେ ନିଜ ଆତ୍ମସ୍ୱରୂପକୁ ଜାଣିଥାଏ।
ਗੁਰਮਤਿ ਪਾਈ ਵਡੀ ਵਡਿਆਈ ਸਚੈ ਸਬਦਿ ਰਸੁ ਪੀਜੈ ॥ ସେ ଗୁରୁଙ୍କ ମତି ଦ୍ଵାରା ନାମ ରୂପୀ ବଡ ଶୋଭା ପାଇଥାଏ ଏବଂ ସଚ୍ଚା ଶବ୍ଦ ଦ୍ଵାରା ହରି-ରସର ପାନ କରି ରହିଥାଏ।
ਨਾਨਕ ਹਰਿ ਕੀ ਭਗਤਿ ਨਿਰਾਲੀ ਗੁਰਮੁਖਿ ਵਿਰਲੈ ਕੀਜੈ ॥੧॥ ହେ ନାନକ! ହରିଙ୍କ ଭକ୍ତି ବଡ ବିଲକ୍ଷଣ ଅଟେ ଏବଂ କେହି ବିରଳ ଗୁରୁମୁଖୀ ହିଁ ଭକ୍ତି କରିଥାଏ॥1॥
ਗੁਰਮੁਖਿ ਖੇਤੀ ਹਰਿ ਅੰਤਰਿ ਬੀਜੀਐ ਹਰਿ ਲੀਜੈ ਸਰੀਰਿ ਜਮਾਏ ਰਾਮ ॥ ଗୁରୁମୁଖୀ ବନି ନିଜ ଅନ୍ତର୍ମନରେ ପରମେଶ୍ଵର ରୂପୀ ଫସଲ ବୁଣିବା ଉଚିତ ଏବଂ ନିଜ ଶରୀରରେ ନାମ ରୂପୀ ବୀଜ ବଢାଇବା ଉଚିତ।
ਆਪਣੇ ਘਰ ਅੰਦਰਿ ਰਸੁ ਭੁੰਚੁ ਤੂ ਲਾਹਾ ਲੈ ਪਰਥਾਏ ਰਾਮ ॥ ଏହିପରି ତୁମେ ନିଜ ହୃଦୟ-ଘରେ ହିଁ ହରି-ରସକୁ ପାନ କର ଓ ଲୋକ-ପରଲୋକରେ ଏହାର ଲାଭ ପ୍ରାପ୍ତ କର।
ਲਾਹਾ ਪਰਥਾਏ ਹਰਿ ਮੰਨਿ ਵਸਾਏ ਧਨੁ ਖੇਤੀ ਵਾਪਾਰਾ ॥ ହରି-ପରମେଶ୍ଵରଙ୍କୁ ନିଜ ଅନ୍ତର୍ମନରେ ସ୍ଥାପନ ଫସଲ ଏବଂ ବ୍ୟାପାର ଧନ୍ୟ ଅଟେ, ଯାହା ଦ୍ଵାରା ପରଲୋକରେ ଲାଭ ହୋଇଥାଏ।
ਹਰਿ ਨਾਮੁ ਧਿਆਏ ਮੰਨਿ ਵਸਾਏ ਬੂਝੈ ਗੁਰ ਬੀਚਾਰਾ ॥ ଯେଉଁ ବ୍ୟକ୍ତି ହରିନାମର ଧ୍ୟାନ କରିଥାଏ ଏବଂ ଏହାକୁ ନିଜ ମନରେ ସ୍ଥାପନା କରିଥାଏ, ସେ ଗୁରୁଙ୍କ ଉପଦେଶକୁ ବୁଝିଥାଏ।
ਮਨਮੁਖ ਖੇਤੀ ਵਣਜੁ ਕਰਿ ਥਾਕੇ ਤ੍ਰਿਸਨਾ ਭੁਖ ਨ ਜਾਏ ॥ ମନମୁଖୀ ପ୍ରାଣୀ ସାଂସାରିକ ମୋହ-ମାୟାର ଫସଲ ଏବଂ ବ୍ୟାପାର କରି ଥକି ଯାଇଛି ଏବଂ ତାହାର କ୍ଷୁଧା ଏବଂ ତୃଷ୍ଣା ଦୂର ହୋଇନାହିଁ।
ਨਾਨਕ ਨਾਮੁ ਬੀਜਿ ਮਨ ਅੰਦਰਿ ਸਚੈ ਸਬਦਿ ਸੁਭਾਏ ॥੨॥ ହେ ନାନକ! ନିଜ ମନ ଭିତର ପରମାତ୍ମାଙ୍କ ନାମର ବୀଜ ବୁଣ ଏବଂ ସଚ୍ଚା ଶବ୍ଦ ଦ୍ଵାରା ଶୋଭାବାନ ହୁଅ॥2॥
ਹਰਿ ਵਾਪਾਰਿ ਸੇ ਜਨ ਲਾਗੇ ਜਿਨਾ ਮਸਤਕਿ ਮਣੀ ਵਡਭਾਗੋ ਰਾਮ ॥ ସେହି ଲୋକ ହରି-ପରମେଶ୍ଵରଙ୍କ ନାମ-ବ୍ୟାପାରରେ ସକ୍ରିୟ ଅଟେ, ଯାହାର ମଥାରେ ସୌଭାଗ୍ୟର ମଣି ଉଦୟ ହୋଇଥାଏ।
ਗੁਰਮਤੀ ਮਨੁ ਨਿਜ ਘਰਿ ਵਸਿਆ ਸਚੈ ਸਬਦਿ ਬੈਰਾਗੋ ਰਾਮ ॥ ଗୁରୁ-ଉପଦେଶ ଦ୍ଵାରା ମନ ନିଜ ମୂଳ ଘର ପ୍ରଭୁଙ୍କ ଚରଣରେ ବାସ କରିଥାଏ ଏବଂ ସଚ୍ଚା ଶବ୍ଦର ମାଧ୍ୟମରୁ ମୋହ-ମାୟା ଠାରେ ନିର୍ଲିପ୍ତ ହୋଇଯାଏ।
ਮੁਖਿ ਮਸਤਕਿ ਭਾਗੋ ਸਚਿ ਬੈਰਾਗੋ ਸਾਚਿ ਰਤੇ ਵੀਚਾਰੀ ॥ ଯାହାର ମସ୍ତକରେ ଭାଗ୍ୟ ଉଦୟ ହୋଇଥାଏ, ସେ ସଚ୍ଚା ବୈରାଗ୍ୟ ପ୍ରାପ୍ତ କରିଥାଏ ଏବଂ ସେ ହିଁ ବିଚାରବାନ ସଚ୍ଚା ନାମରେ ଲୀନ ହୋଇଯାଏ।
ਨਾਮ ਬਿਨਾ ਸਭੁ ਜਗੁ ਬਉਰਾਨਾ ਸਬਦੇ ਹਉਮੈ ਮਾਰੀ ॥ ହରିନାମ ବିନା ସାରା ଦୁନିଆ ମୋହ-ମାୟାରେ ଫସି ବାଉଳା ହୋଇଛି ଏବଂ ଶବ୍ଦ ଦ୍ଵାରା ହିଁ ଅହଂକାର ନାଶ ହୋଇଥଏ।
ਸਾਚੈ ਸਬਦਿ ਲਾਗਿ ਮਤਿ ਉਪਜੈ ਗੁਰਮੁਖਿ ਨਾਮੁ ਸੋਹਾਗੋ ॥ ସତ୍ୟନାମରେ ଲୀନ ହେଲେ ସୁମତି ଉତ୍ପନ୍ନ ହୋଇଥାଏ ଏବଂ ଗୁରୁଙ୍କ ମାଧ୍ୟମରୁ ହରିନାମ ରୂପୀ ସୋହାଗ ମିଳିଥାଏ।
error: Content is protected !!
Scroll to Top