Guru Granth Sahib Translation Project

guru granth sahib odia page-550

Page 550

ਅਨਦਿਨੁ ਸਹਸਾ ਕਦੇ ਨ ਚੂਕੈ ਬਿਨੁ ਸਬਦੈ ਦੁਖੁ ਪਾਏ ॥ ରାତି ଦିନ ତାହାର ସନ୍ଦେହ କଦାପି ଦୂର ହୁଏନାହିଁ ଏବଂ ସଦଗୁରୁଙ୍କ ଶବ୍ଦ ବିନା ଦୁଃଖ ଯାଏ ନାହିଁ।
ਕਾਮੁ ਕ੍ਰੋਧੁ ਲੋਭੁ ਅੰਤਰਿ ਸਬਲਾ ਨਿਤ ਧੰਧਾ ਕਰਤ ਵਿਹਾਏ ॥ କାମ, କ୍ରୋଧ, ଲୋଭ, ଇତ୍ୟାଦି ପ୍ରଚଣ୍ଡ ବିକାର ରହିଥାଏ ଏବଂ ତାହାର ଆୟୁ ନିତ୍ୟ ସାଂସାରିକ କାର୍ଯ୍ୟ କରି ଅତିବାହିତ ହୋଇଥାଏ।
ਚਰਣ ਕਰ ਦੇਖਤ ਸੁਣਿ ਥਕੇ ਦਿਹ ਮੁਕੇ ਨੇੜੈ ਆਏ ॥ ତାହାର ହାତ, ନେତ୍ର (ଦେଖି ଦେଖି) ତଥା କାନ (ଶୁଣି ଶୁଣି) ଥକି ଯାଇଛି, ତାହାର ଜୀବନର ଦିନ ସମାପ୍ତ ହୋଇ ଯାଇଛି ଏବଂ ମୃତ୍ୟୁ ନିକଟ ହୋଇ ଯାଇଛି।
ਸਚਾ ਨਾਮੁ ਨ ਲਗੋ ਮੀਠਾ ਜਿਤੁ ਨਾਮਿ ਨਵ ਨਿਧਿ ਪਾਏ ॥ ତାହାକୁ ପରମାତ୍ମାଙ୍କ ସଚ୍ଚା ନାମ ମିଠା ଲାଗେ ନାହିଁ, ଯେଉଁ ନାମରେ ନବନିଧି ପ୍ରାପ୍ତ ହୋଇଥାଏ।
ਜੀਵਤੁ ਮਰੈ ਮਰੈ ਫੁਨਿ ਜੀਵੈ ਤਾਂ ਮੋਖੰਤਰੁ ਪਾਏ ॥ ଯଦି ସେ ଜୀବିତ ଅବସ୍ଥାରେ ନିଜ ଅହଂତ୍ଵକୁ ନଷ୍ଟ କରି ଦିଏ ଏବଂ ନମ୍ରତା ସହିତ ଜୀବନ ବିତାଏ, ତାହାହେଲେ ସେ ମୋକ୍ଷ ପ୍ରାପ୍ତ କରିପାରେ।
ਧੁਰਿ ਕਰਮੁ ਨ ਪਾਇਓ ਪਰਾਣੀ ਵਿਣੁ ਕਰਮਾ ਕਿਆ ਪਾਏ ॥ ଯଦି ପ୍ରାଣୀକୁ ପ୍ରଭୁଙ୍କ କୃପା ପ୍ରାପ୍ତ ହୋଇନାହିଁ, ତାହାହେଲେ କୃପା ବିନା ସେ କଣ ପ୍ରାପ୍ତ କରି ପାରିବ?
ਗੁਰ ਕਾ ਸਬਦੁ ਸਮਾਲਿ ਤੂ ਮੂੜੇ ਗਤਿ ਮਤਿ ਸਬਦੇ ਪਾਏ ॥ ହେ ବିମୂଢ ଜୀବ! ତୁ ଗୁରୁଙ୍କ ଶବ୍ଦ ମନରେ ଚିନ୍ତନ କର, ଏହା ଦ୍ଵାରା ତୋତେ ମୋକ୍ଷ ଏବଂ ସୁମତି ପ୍ରାପ୍ତ ହେବ।
ਨਾਨਕ ਸਤਿਗੁਰੁ ਤਦ ਹੀ ਪਾਏ ਜਾਂ ਵਿਚਹੁ ਆਪੁ ਗਵਾਏ ॥੨॥ ହେ ନାନକ! ଯଦି ଜୀବ ନିଜ ଅନ୍ତର୍ମନରୁ ଅହଂକାର ଦୂର କରିଦିଏ, ତାହାହେଲେ ସେତେବେଳେ ସଚ୍ଚା ଗୁରୁ ପ୍ରାପ୍ତ ହେବେ ||2||
ਪਉੜੀ ॥ ପଉଡି॥
ਜਿਸ ਦੈ ਚਿਤਿ ਵਸਿਆ ਮੇਰਾ ਸੁਆਮੀ ਤਿਸ ਨੋ ਕਿਉ ਅੰਦੇਸਾ ਕਿਸੈ ਗਲੈ ਦਾ ਲੋੜੀਐ ॥ ଯାହାର ଚିତ୍ତରେ ମୋର ସ୍ଵାମୀ ନିବାସ କରିଛନ୍ତି, ସେ କୌଣସି କଥାରେ ଚିନ୍ତା କରିବା ଉଚିତ ନୁହେଁ।
ਹਰਿ ਸੁਖਦਾਤਾ ਸਭਨਾ ਗਲਾ ਕਾ ਤਿਸ ਨੋ ਧਿਆਇਦਿਆ ਕਿਵ ਨਿਮਖ ਘੜੀ ਮੁਹੁ ਮੋੜੀਐ ॥ ପରମେଶ୍ଵର ସମସ୍ତ ପଦାର୍ଥର ସୁଖଦାତା ଅଟନ୍ତି, ତାହାଙ୍କ ଆରାଧନା କରିବାରେ ଆମେ କାହିଁକି ମୁହଁ ମୋଡୁଛୁ?
ਜਿਨਿ ਹਰਿ ਧਿਆਇਆ ਤਿਸ ਨੋ ਸਰਬ ਕਲਿਆਣ ਹੋਏ ਨਿਤ ਸੰਤ ਜਨਾ ਕੀ ਸੰਗਤਿ ਜਾਇ ਬਹੀਐ ਮੁਹੁ ਜੋੜੀਐ ॥ ଯେ କେହି ଭଗବାନଙ୍କ ଧ୍ୟାନ କରିଛି, ତାହାର ସର୍ବ କଲ୍ୟାଣ ହୋଇଛି, ଏଥିପାଇଁ ଆମେ ନିତ୍ୟ ସନ୍ଥଙ୍କ ସଭାରେ ସମ୍ମିଳିତ ହେବା ଉଚିତ ତଥା ଭଗବାନଙ୍କ ଗୁଣସ୍ତୁତି କରିବା ଉଚିତ।
ਸਭਿ ਦੁਖ ਭੁਖ ਰੋਗ ਗਏ ਹਰਿ ਸੇਵਕ ਕੇ ਸਭਿ ਜਨ ਕੇ ਬੰਧਨ ਤੋੜੀਐ ॥ ପରମେଶ୍ଵରଙ୍କ ସେବକର ସାରା ଦୁଃଖ ଏବଂ ରୋଗ ଦୂର ହୋଇଯାଇଛି ଏବଂ ତାହାର ସବୁ ବନ୍ଧନ କଟି ଯାଇଛି।
ਹਰਿ ਕਿਰਪਾ ਤੇ ਹੋਆ ਹਰਿ ਭਗਤੁ ਹਰਿ ਭਗਤ ਜਨਾ ਕੈ ਮੁਹਿ ਡਿਠੈ ਜਗਤੁ ਤਰਿਆ ਸਭੁ ਲੋੜੀਐ ॥੪॥ ହରିଙ୍କ କୃପାରୁ ହିଁ ହରିଙ୍କ ଭକ୍ତ ବନିଥାଏ ତଥା ହରିଙ୍କ ଭକ୍ତର ଦର୍ଶନ ମାତ୍ରେ ହିଁ ସଂପୂର୍ଣ୍ଣ ଜଗତ ପାର ହୋଇଯାଏ ଏବଂ ସବୁ କିଛି ପ୍ରାପ୍ତ ହୋଇଯାଏ ||4||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਸਾ ਰਸਨਾ ਜਲਿ ਜਾਉ ਜਿਨਿ ਹਰਿ ਕਾ ਸੁਆਉ ਨ ਪਾਇਆ ॥ ସେ ଜିହ୍ଵା ଜଳି ଯାଏ ଯିଏ ହରି ନାମର ସ୍ଵାଦ ପ୍ରାପ୍ତ କରି ନାହିଁ।
ਨਾਨਕ ਰਸਨਾ ਸਬਦਿ ਰਸਾਇ ਜਿਨਿ ਹਰਿ ਹਰਿ ਮੰਨਿ ਵਸਾਇਆ ॥੧॥ ହେ ନାନକ! ସେହି ଜିହ୍ଵା ହରିଙ୍କ ନାମର ସ୍ଵାଦର ଆନନ୍ଦ ନେଇଥାଏ, ଯିଏ ମନରେ ପରମେଶ୍ଵରଙ୍କୁ ସ୍ଥାପନ କରିଥାଏ||1||
ਮਃ ੩ ॥ ମହଲା 3 ॥
ਸਾ ਰਸਨਾ ਜਲਿ ਜਾਉ ਜਿਨਿ ਹਰਿ ਕਾ ਨਾਉ ਵਿਸਾਰਿਆ ॥ ସେହି ଜିହ୍ଵା ଜଳିଯାଉ, ଯିଏ ହରିଙ୍କ ନାମ ଭୁଲି ଯାଇଛି।
ਨਾਨਕ ਗੁਰਮੁਖਿ ਰਸਨਾ ਹਰਿ ਜਪੈ ਹਰਿ ਕੈ ਨਾਇ ਪਿਆਰਿਆ ॥੨॥ ହେ ନାନକ! ଗୁରୁମୁଖୀର ଜିହ୍ଵା ହରିଙ୍କ ନାମ ଜପ କରିଥାଏ ଏବଂ ହରିଙ୍କ ନାମ ସହିତ ପ୍ରେମ କରିଥାଏ ||2||
ਪਉੜੀ ॥ ପଉଡି ॥
ਹਰਿ ਆਪੇ ਠਾਕੁਰੁ ਸੇਵਕੁ ਭਗਤੁ ਹਰਿ ਆਪੇ ਕਰੇ ਕਰਾਏ ॥ ପରମେଶ୍ଵର ନିଜେ ହିଁ ମାଲିକ, ସେବକ ତଥା ଭକ୍ତ ଅଟନ୍ତି ଏବଂ ନିଜେ ହିଁ ସବୁ କିଛି କରିଥାନ୍ତି ଓ ଜୀବଙ୍କ ଦ୍ଵାରା କରାଇ ଥାଆନ୍ତି।
ਹਰਿ ਆਪੇ ਵੇਖੈ ਵਿਗਸੈ ਆਪੇ ਜਿਤੁ ਭਾਵੈ ਤਿਤੁ ਲਾਏ ॥ ସେ ନିଜେ ହିଁ ଦେଖିଥାନ୍ତି ଓ ନିଜେ ହିଁ ପ୍ରସନ୍ନ ହୋଇଥାନ୍ତି, ତାହାଙ୍କୁ ଯେପରି ଭଲ ଲାଗିଥାଏ, ସେ ଜୀବଙ୍କୁ ସେପରି ଲଗାଇ ଥାଆନ୍ତି।
ਹਰਿ ਇਕਨਾ ਮਾਰਗਿ ਪਾਏ ਆਪੇ ਹਰਿ ਇਕਨਾ ਉਝੜਿ ਪਾਏ ॥ କିଛି ଜୀବଙ୍କୁ ସେ ସ୍ଵୟଂ ହିଁ ସତମାର୍ଗ ପ୍ରଦାନ କରିଥାନ୍ତି ଏବଂ କିଛି ଜୀବଙ୍କୁ ଭୟାନକ କୁପଥ ପ୍ରଦାନ କରିଥାନ୍ତି।
ਹਰਿ ਸਚਾ ਸਾਹਿਬੁ ਸਚੁ ਤਪਾਵਸੁ ਕਰਿ ਵੇਖੈ ਚਲਤ ਸਬਾਏ ॥ ପରମେଶ୍ଵର ସଚ୍ଚା ମାଲିକ ଅଟନ୍ତି ତଥା ତାହାଙ୍କ ନ୍ୟାୟ ମଧ୍ୟ ସଚ୍ଚା ଅଟେ, ସେ ନିଜ କୌତୁକ ରଚନା କରି ଦେଖିଥାନ୍ତି।
ਗੁਰ ਪਰਸਾਦਿ ਕਹੈ ਜਨੁ ਨਾਨਕੁ ਹਰਿ ਸਚੇ ਕੇ ਗੁਣ ਗਾਏ ॥੫॥ ଗୁରୁଙ୍କ କୃପାରୁ ନାନକ ତାହାଙ୍କ ମହିମା ଗାନ କରିଥାନ୍ତି। ||5||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3 ॥
ਦਰਵੇਸੀ ਕੋ ਜਾਣਸੀ ਵਿਰਲਾ ਕੋ ਦਰਵੇਸੁ ॥ କେହି ବିରଳ ତ୍ୟାଗୀ ହିଁ ତ୍ୟାଗର ମହତ୍ତ୍ଵ ଜାଣିଥାଏ।
ਜੇ ਘਰਿ ਘਰਿ ਹੰਢੈ ਮੰਗਦਾ ਧਿਗੁ ਜੀਵਣੁ ਧਿਗੁ ਵੇਸੁ ॥ ଯଦି ଫକିର ବନି କେହି ଘରକୁ ଘର ଯାଇ ଦାନ ଭିକ୍ଷା ମାଗିଥାଏ, ତାହାହେଲେ ତାହାର ବେଶ ଓ ଜୀବନକୁ ମହା ଧିକ୍କାର ଅଟେ।
ਜੇ ਆਸਾ ਅੰਦੇਸਾ ਤਜਿ ਰਹੈ ਗੁਰਮੁਖਿ ਭਿਖਿਆ ਨਾਉ ॥ ଯଦି ସେ ଆଶା ଏବଂ ଚିନ୍ତାକୁ ଛାଡି ଦେଇଥାଏ ଓ ଗୁରୁମୁଖୀ ବନି ପରମାତ୍ମାଙ୍କ ନାମର ଭିକ୍ଷା ମାଗିଥାଏ, ତାହାହେଲେ
ਤਿਸ ਕੇ ਚਰਨ ਪਖਾਲੀਅਹਿ ਨਾਨਕ ਹਉ ਬਲਿਹਾਰੈ ਜਾਉ ॥੧॥ ଆମେ ତାହାର ଚରଣ ଢୋଇବା ଉଚିତ, ହେ ନାନକ! ଆମେ ତାହା ପ୍ରତି ସମର୍ପିତ ଅଟୁ ||1||
ਮਃ ੩ ॥ ମହଲା 3 ॥
ਨਾਨਕ ਤਰਵਰੁ ਏਕੁ ਫਲੁ ਦੁਇ ਪੰਖੇਰੂ ਆਹਿ ॥ ହେ ନାନକ! ଏହି ଦୁନିଆ ଏକ ଏପରି ବୃକ୍ଷ ଅଟେ, ଯେଉଁଥିରେ ମୋହ-ମାୟା ରୂପୀ ଫଳ ଲାଗିଛି, ଏହି ବୃକ୍ଷରେ ଗୁରୁମୁଖୀ ତଥା ମନମୁଖୀ ପକ୍ଷୀ ବସିଛନ୍ତି,
ਆਵਤ ਜਾਤ ਨ ਦੀਸਹੀ ਨਾ ਪਰ ਪੰਖੀ ਤਾਹਿ ॥ ଯାହାର ପର ମଧ୍ୟ ନାହିଁ, ଆଉ ଯିବା ଆସିବା ସମୟ ନଜରକୁ ଆସେ ନାହିଁ।
ਬਹੁ ਰੰਗੀ ਰਸ ਭੋਗਿਆ ਸਬਦਿ ਰਹੈ ਨਿਰਬਾਣੁ ॥ ମନମୁଖୀ ବହୁରଙ୍ଗୀ ରସ ଭୋଗ କରିଥାଏ, କିନ୍ତୁ ଗୁରୁମୁଖୀ ଶବ୍ଦରେ ନିର୍ଲିପ୍ତ ରହିଥାଏ।
ਹਰਿ ਰਸਿ ਫਲਿ ਰਾਤੇ ਨਾਨਕਾ ਕਰਮਿ ਸਚਾ ਨੀਸਾਣੁ ॥੨॥ ହେ ନାନକ! ପରମେଶ୍ଵର ଯାହାର ଲଲାଟରେ ପ୍ରାରବ୍ଧ ଦ୍ଵାରା ସଚ୍ଚା ଚିହ୍ନ ଲଗାଇଛନ୍ତି, ସେ ହରିଙ୍କ ନାମ ରସ ରୂପୀ ଫଳରେ ଲୀନ ରହିଥାଏ ||2||
ਪਉੜੀ ॥ ପଉଡି ॥
ਆਪੇ ਧਰਤੀ ਆਪੇ ਹੈ ਰਾਹਕੁ ਆਪਿ ਜੰਮਾਇ ਪੀਸਾਵੈ ॥ ପରମାତ୍ମା ନିଜେ ହିଁ ସ୍ଥଳ ଏବଂ ନିଜେ ହିଁ ସେହି ସ୍ଥଳରେ କୃଷି କରୁଥିବା କୃଷକ ଅଟନ୍ତି, ସେ ନିଜେ ଶସ୍ୟ ଉତ୍ପାଦନ କରି ନିଜେ ହିଁ ପେଷିଥାନ୍ତି।
ਆਪਿ ਪਕਾਵੈ ਆਪਿ ਭਾਂਡੇ ਦੇਇ ਪਰੋਸੈ ਆਪੇ ਹੀ ਬਹਿ ਖਾਵੈ ॥ ସେ ନିଜେ ରୋଷେଇ କରନ୍ତି, ନିଜେ ହିଁ ବାସନରେ ପରସନ୍ତି ଏବଂ ନିଜେ ହିଁ ବସି ଭୋଜନ କରନ୍ତି।
error: Content is protected !!
Scroll to Top