Guru Granth Sahib Translation Project

guru granth sahib odia page-530

Page 530

ਮਹਾ ਕਿਲਬਿਖ ਕੋਟਿ ਦੋਖ ਰੋਗਾ ਪ੍ਰਭ ਦ੍ਰਿਸਟਿ ਤੁਹਾਰੀ ਹਾਤੇ ॥ ହେ ପ୍ରଭୁ!ତୋର କରୁଣା ଦୃଷ୍ଟିରେ ମହା ଅପରାଧ, କୋଟି କୋଟି ଦୋଷ ଏବଂ ରୋଗ ନାଶ ହୋଇଯାଏ।
ਸੋਵਤ ਜਾਗਿ ਹਰਿ ਹਰਿ ਹਰਿ ਗਾਇਆ ਨਾਨਕ ਗੁਰ ਚਰਨ ਪਰਾਤੇ ॥੨॥੮॥ ହେ ନାନକ! ମୁଁ ଗୁରୁଙ୍କ ଚରଣକୁ ଆସି ଶୋଇବା-ଜାଗିବା ସବୁ ସମୟରେ ହରି ପରମେଶ୍ଵରଙ୍କ ଯଶୋଗାନ କରିଥାଏ ||2||8||
ਦੇਵਗੰਧਾਰੀ ੫ ॥ ଦେବଙ୍ଗଧାରୀ ମହଲା 5 ॥
ਸੋ ਪ੍ਰਭੁ ਜਤ ਕਤ ਪੇਖਿਓ ਨੈਣੀ ॥ ସେହି ପ୍ରଭୁଙ୍କୁ ମୁଁ ନିଜ ନୟନରେ ସବୁ ଜାଗାରେ ଦେଖିଅଛି।
ਸੁਖਦਾਈ ਜੀਅਨ ਕੋ ਦਾਤਾ ਅੰਮ੍ਰਿਤੁ ਜਾ ਕੀ ਬੈਣੀ ॥੧॥ ਰਹਾਉ ॥ ସେ ଜୀବଙ୍କ ସୁଖଦାତା ଅଟନ୍ତି ତଥା ତାହାଙ୍କ ବାଣୀ ଅମୃତ ସମାନ ମଧୁର ଅଟେ ॥1॥ରୁହ॥
ਅਗਿਆਨੁ ਅਧੇਰਾ ਸੰਤੀ ਕਾਟਿਆ ਜੀਅ ਦਾਨੁ ਗੁਰ ਦੈਣੀ ॥ ସନ୍ଥ ମୋର ଅଜ୍ଞାନତାର ଅନ୍ଧକାର ଦୂର କରିଛନ୍ତି ଆଉ ଗୁରୁ ମୋତେ ଜୀବନ ଦାନ ଦେଇଛନ୍ତି।
ਕਰਿ ਕਿਰਪਾ ਕਰਿ ਲੀਨੋ ਅਪੁਨਾ ਜਲਤੇ ਸੀਤਲ ਹੋਣੀ ॥੧॥ ସେ ନିଜ କୃପା ଧାରଣ କରି ମୋତେ ନିଜର ବନାଇଛନ୍ତି, ଯାହା ଫଳରେ ତୃଷ୍ଣାଗ୍ନିରେ ଜଳି ମୋର ମନ ଶୀତଳ ହୋଇଯାଇଛି॥1॥
ਕਰਮੁ ਧਰਮੁ ਕਿਛੁ ਉਪਜਿ ਨ ਆਇਓ ਨਹ ਉਪਜੀ ਨਿਰਮਲ ਕਰਣੀ ॥ ମୋ’ ଦ୍ଵାରା କୌଣସି ଶୁଭ କର୍ମ କିମ୍ବା ଧର୍ମ ହୋଇନାହିଁ ଏବଂ ନା ହିଁ ମୋ’ ଠାରେ ନିର୍ମଳ ଆଚରଣ ପ୍ରକଟ ହୋଇଛି।
ਛਾਡਿ ਸਿਆਨਪ ਸੰਜਮ ਨਾਨਕ ਲਾਗੋ ਗੁਰ ਕੀ ਚਰਣੀ ॥੨॥੯॥ ହେ ନାନକ! ଚତୁରତା ଏବଂ ସଂଯମତା ତ୍ୟାଗ କରି ମୁଁ ଗୁରୁଙ୍କ ଚରଣରେ ଶରଣାଗତ ହୋଇଛି ||2||9||
ਦੇਵਗੰਧਾਰੀ ੫ ॥ ଦେବଙ୍ଗଧାରୀ ମହଲା 5 ॥
ਹਰਿ ਰਾਮ ਨਾਮੁ ਜਪਿ ਲਾਹਾ ॥ ହେ ମାନବ! ପରମେଶ୍ଵରଙ୍କ ନାମର ଜପ କର, ଏଥିରେ ତୋର ଅମୂଲ୍ୟ ମାନବ ଜନ୍ମ ଉପଲବ୍ଧ ହେବ।
ਗਤਿ ਪਾਵਹਿ ਸੁਖ ਸਹਜ ਅਨੰਦਾ ਕਾਟੇ ਜਮ ਕੇ ਫਾਹਾ ॥੧॥ ਰਹਾਉ ॥ ଏହିଭଳି ତୋତେ ମୋକ୍ଷ, ସ୍ଵାଭାବିକ ସୁଖ ଏବଂ ଆନନ୍ଦର ପ୍ରାପ୍ତି ହେବ ଏବଂ ମୃତ୍ୟୁର ଫାଶୀ କଟିଯିବ॥1॥ରୁହ॥
ਖੋਜਤ ਖੋਜਤ ਖੋਜਿ ਬੀਚਾਰਿਓ ਹਰਿ ਸੰਤ ਜਨਾ ਪਹਿ ਆਹਾ ॥ ଖୋଜି ଖୋଜି ଏବଂ ବିଚାର କରି ମୋତେ ଜ୍ଞାନ ହୋଇଛି ଯେ ହରିଙ୍କ ନାମ ସନ୍ଥଙ୍କ ପାଖରେ ଅଛି।
ਤਿਨ੍ਹ੍ਹਾ ਪਰਾਪਤਿ ਏਹੁ ਨਿਧਾਨਾ ਜਿਨ੍ਹ੍ਹ ਕੈ ਕਰਮਿ ਲਿਖਾਹਾ ॥੧॥ କିନ୍ତୁ ଯାହାର ଭାଗ୍ୟରେ ଲେଖା ହୋଇଥାଏ, ତାହାକୁ ଏହି ନାମ ଭଣ୍ଡାରର ଉପଲବ୍ଧି ହୋଇଥାଏ||1||
ਸੇ ਬਡਭਾਗੀ ਸੇ ਪਤਿਵੰਤੇ ਸੇਈ ਪੂਰੇ ਸਾਹਾ ॥ ହେ ନାନକ! ସେ ହିଁ ଭାଗ୍ୟଶାଳୀ ଅଟେ, ସେ ହିଁ ପ୍ରତିଷ୍ଠିତ, ସେ ହିଁ ସାହୁକାର ଅଟେ ଏବଂ
ਸੁੰਦਰ ਸੁਘੜ ਸਰੂਪ ਤੇ ਨਾਨਕ ਜਿਨ੍ਹ੍ਹ ਹਰਿ ਹਰਿ ਨਾਮੁ ਵਿਸਾਹਾ ॥੨॥੧੦॥ ସେ ହିଁ ସୁନ୍ଦର, ବୁଦ୍ଧିମାନ ଏବଂ ମନୋରମ ଅଟେ, ଯିଏ ପରମେଶ୍ଵରଙ୍କ ନାମ କ୍ରୟ କରିଥାଏ ||2||10||
ਦੇਵਗੰਧਾਰੀ ੫ ॥ ଦେବଙ୍ଗଧାରୀ ମହଲା 5 ॥
ਮਨ ਕਹ ਅਹੰਕਾਰਿ ਅਫਾਰਾ ॥ ହେ ମନ! କାହିଁକି ଅହଂକାରରେ ଫୁଲୁଅଛ?
ਦੁਰਗੰਧ ਅਪਵਿਤ੍ਰ ਅਪਾਵਨ ਭੀਤਰਿ ਜੋ ਦੀਸੈ ਸੋ ਛਾਰਾ ॥੧॥ ਰਹਾਉ ॥ ତୋର ତନର ଭିତରେ ଅପବିତ୍ର, ଅପାବନ ଦୁର୍ଗନ୍ଧ ଭରି ରହିଛି ଆଉ ଯାହା କିଛି ଦୃଷ୍ଟିଗୋଚର ହୋଇଥାଏ ସବୁ ନଶ୍ଵର ଅଟେ॥1॥ରୁହ॥
ਜਿਨਿ ਕੀਆ ਤਿਸੁ ਸਿਮਰਿ ਪਰਾਨੀ ਜੀਉ ਪ੍ਰਾਨ ਜਿਨਿ ਧਾਰਾ ॥ ହେ ପ୍ରାଣୀ! ତୁ ସେହି ପ୍ରଭୁଙ୍କୁ ଆରାଧନା କର, ଯିଏ ତୋତେ ଉତ୍ପନ୍ନ କରିଛନ୍ତି ଆଉ ଯିଏ ଜୀବନ ଏବଂ ପ୍ରାଣର ସାହାରା ଅଟନ୍ତି।
ਤਿਸਹਿ ਤਿਆਗਿ ਅਵਰ ਲਪਟਾਵਹਿ ਮਰਿ ਜਨਮਹਿ ਮੁਗਧ ਗਵਾਰਾ ॥੧॥ ପ୍ରଭୁଙ୍କୁ ତ୍ୟାଗ କରି ମୂର୍ଖ ବୋକା ପ୍ରାଣୀ ସାଂସାରିକ ପଦାର୍ଥରେ ଲିପ୍ତ ହୋଇଛି, ଯାହା ଫଳରେ ସେ ଜନ୍ମ ହୋଇ ମରିଥାଏ||1||
ਅੰਧ ਗੁੰਗ ਪਿੰਗੁਲ ਮਤਿ ਹੀਨਾ ਪ੍ਰਭ ਰਾਖਹੁ ਰਾਖਨਹਾਰਾ ॥ ହେ ରକ୍ଷାକାରୀ ପ୍ରଭୁ! ମୁଁ ଅନ୍ଧ, ଜଡ, ପଙ୍ଗୁ ଏବଂ ବୁଦ୍ଧିହୀନ ଅଟେ, କୃପା କରି ମୋର ରକ୍ଷା କର।
ਕਰਨ ਕਰਾਵਨਹਾਰ ਸਮਰਥਾ ਕਿਆ ਨਾਨਕ ਜੰਤ ਬਿਚਾਰਾ ॥੨॥੧੧॥ ହେ ନାନକ! ଇଶ୍ଵର ସ୍ଵୟଂ ହିଁ କରିବା ଏବଂ କରାଇବା ପାଇଁ ସମର୍ଥ ଅଟନ୍ତି, କିନ୍ତୁ ବିଚରା ଜୀବ କେତେ ବିବଶ ଅଟେ ||2||11||
ਦੇਵਗੰਧਾਰੀ ੫ ॥ ଦେବଙ୍ଗଧାରୀ ମହଲା 5 ॥
ਸੋ ਪ੍ਰਭੁ ਨੇਰੈ ਹੂ ਤੇ ਨੇਰੈ ॥ ହେ ପ୍ରାଣୀ! ସେହି ପ୍ରଭୁ ତୋର ନିକଟରେ ଅଛନ୍ତି।
ਸਿਮਰਿ ਧਿਆਇ ਗਾਇ ਗੁਨ ਗੋਬਿੰਦ ਦਿਨੁ ਰੈਨਿ ਸਾਝ ਸਵੇਰੈ ॥੧॥ ਰਹਾਉ ॥ ଏଥିପାଇଁ, ଦିନ ରାତି, ପ୍ରାତଃ କାଳ-ସାୟଂ କାଳ ସେହି ଗୋବିନ୍ଦଙ୍କ ଧ୍ୟାନ କର॥1॥ରୁହ॥
ਉਧਰੁ ਦੇਹ ਦੁਲਭ ਸਾਧੂ ਸੰਗਿ ਹਰਿ ਹਰਿ ਨਾਮੁ ਜਪੇਰੈ ॥ ହେ ପ୍ରାଣୀ! ସାଧୁ ସଙ୍ଗତିରେ ରହି ହରିଣାମର ଜପ କରି ନିଜ ଦୁର୍ଲଭ ଶରୀରର ଉଦ୍ଧାର କର।
ਘਰੀ ਨ ਮੁਹਤੁ ਨ ਚਸਾ ਬਿਲੰਬਹੁ ਕਾਲੁ ਨਿਤਹਿ ਨਿਤ ਹੇਰੈ ॥੧॥ ତୁ ଏକ ଘଡି, ମୂହୁର୍ତ୍ତ ଏବଂ କ୍ଷଣ ପାଇଁ ମଧ୍ୟ ସ୍ମରଣ କରିବା ପାଇଁ ବିଳମ୍ବ କର ନାହିଁ, କାରଣ ମୃତ୍ୟୁ ତୋତେ ନିତ୍ୟ ଦେଖିଥାଏ ||1||
ਅੰਧ ਬਿਲਾ ਤੇ ਕਾਢਹੁ ਕਰਤੇ ਕਿਆ ਨਾਹੀ ਘਰਿ ਤੇਰੈ ॥ ହେ ଜଗତର ରଚୟିତା! ମୋତେ ଦୁନିଆର ଅନ୍ଧକାରରୁ ବାହାରକୁ କାଢ, ତୋର ଘରେ କୌଣସି ପଦାର୍ଥର ଅଭାବ ନାହିଁ।
ਨਾਮੁ ਅਧਾਰੁ ਦੀਜੈ ਨਾਨਕ ਕਉ ਆਨਦ ਸੂਖ ਘਨੇਰੈ ॥੨॥੧੨॥ ਛਕੇ ੨ ॥ ହେ ପରମାତ୍ମା! ନାନକଙ୍କୁ ନିଜ ନାମର ଆଧାର ଦିଅ, କାରଣ ନାମରେ ପରମ ସୁଖ ଓ ଆନନ୍ଦ ବିଦ୍ୟମାନ ଅଛି ॥2॥12॥ଛକ2॥
ਦੇਵਗੰਧਾਰੀ ੫ ॥ ଦେବଙ୍ଗଧାରୀ ମହଲା 5 ॥
ਮਨ ਗੁਰ ਮਿਲਿ ਨਾਮੁ ਅਰਾਧਿਓ ॥ ହେ ମନ! ତୁ ଗୁରୁଙ୍କ ସହିତ ମିଶି ପରମାତ୍ମାଙ୍କ ନାମର ଆରାଧନା କରିଛୁ,
ਸੂਖ ਸਹਜ ਆਨੰਦ ਮੰਗਲ ਰਸ ਜੀਵਨ ਕਾ ਮੂਲੁ ਬਾਧਿਓ ॥੧॥ ਰਹਾਉ ॥ ଏହିପରି ତୁ ସ୍ଵାଭାବିକ ସୁଖ, ଆନନ୍ଦ, ହର୍ଷୋଲ୍ଲାସ ଏବଂ ଜୀବନର ଭଲ ଢାଞ୍ଚା ରଖିଛୁ॥1॥ରୁହ॥
ਕਰਿ ਕਿਰਪਾ ਅਪੁਨਾ ਦਾਸੁ ਕੀਨੋ ਕਾਟੇ ਮਾਇਆ ਫਾਧਿਓ ॥ ପରମାତ୍ମା ନିଜେ କୃପା କରି ତୋତେ ନିଜ ଦାସ ବନାଇଛନ୍ତି ଆଉ ତୋର ମାୟାର ବନ୍ଧନ ସମାପ୍ତ କରିଛନ୍ତି।
ਭਾਉ ਭਗਤਿ ਗਾਇ ਗੁਣ ਗੋਬਿਦ ਜਮ ਕਾ ਮਾਰਗੁ ਸਾਧਿਓ ॥੧॥ ତୁ ଗୋବିନ୍ଦଙ୍କ ଗୁଣ ଗାନ କରି ପ୍ରେମ-ଭକ୍ତିରେ ମୃତ୍ୟୁର ମାର୍ଗ ଜିତି ଯାଇଛୁ||1||
ਭਇਓ ਅਨੁਗ੍ਰਹੁ ਮਿਟਿਓ ਮੋਰਚਾ ਅਮੋਲ ਪਦਾਰਥੁ ਲਾਧਿਓ ॥ ତୋ’ ଉପରେ ପ୍ରଭୁଙ୍କ କୃପା ହୋଇଯାଇଛି, ତୋର ଅହଙ୍କାରର ମଇଳା ବାହାରି ଯାଇଛି ଆଉ ତୋତେ ଅମୂଲ୍ୟ ନାମ ପଦାର୍ଥ ମିଳିଯାଇଛି।
ਬਲਿਹਾਰੈ ਨਾਨਕ ਲਖ ਬੇਰਾ ਮੇਰੇ ਠਾਕੁਰ ਅਗਮ ਅਗਾਧਿਓ ॥੨॥੧੩॥ ନାନକ କହନ୍ତି ଯେ ହେ ମୋର ଅଗମ୍ୟ ଅପାର ଠାକୁର! ମୁଁ ତୁମ ପ୍ରତି ଲକ୍ଷେ ବାର ସମର୍ପିତ ଅଟେ ||2||13||
error: Content is protected !!
Scroll to Top