Guru Granth Sahib Translation Project

guru granth sahib odia page-520

Page 520

ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5 ॥
ਪ੍ਰੇਮ ਪਟੋਲਾ ਤੈ ਸਹਿ ਦਿਤਾ ਢਕਣ ਕੂ ਪਤਿ ਮੇਰੀ ॥ ହେ ମୋର ମାଲିକ ! ତୁ ମୋର ଲଜ୍ଜା ରକ୍ଷା କରିବା ପାଇଁ ନିଜ ପ୍ରେମର ରେଶମ ବସ୍ତ୍ର ଦେଇଛୁ।
ਦਾਨਾ ਬੀਨਾ ਸਾਈ ਮੈਡਾ ਨਾਨਕ ਸਾਰ ਨ ਜਾਣਾ ਤੇਰੀ ॥੧॥ ନାନକ କହନ୍ତି ଯେ ହେ ମୋର ସାଇଁ! ତୁ ବଡ ଚତୁର ଏବଂ ପ୍ରବୀଣ ଅଟୁ, କିନ୍ତୁ ମୁଁ ତୋର ମହିମା ଜାଣେ ନାହିଁ॥1॥
ਮਃ ੫ ॥ ମହଲା 5 ॥
ਤੈਡੈ ਸਿਮਰਣਿ ਹਭੁ ਕਿਛੁ ਲਧਮੁ ਬਿਖਮੁ ਨ ਡਿਠਮੁ ਕੋਈ ॥ ହେ ଇଶ୍ଵର! ତୋର ନାମ ସ୍ମରଣ କରି ମୋତେ ସବୁ କିଛି ମିଳିଯାଇଛି ତଥା ମୋତେ କିଛି କଷ୍ଟ ଲାଗେ ନାହିଁ।
ਜਿਸੁ ਪਤਿ ਰਖੈ ਸਚਾ ਸਾਹਿਬੁ ਨਾਨਕ ਮੇਟਿ ਨ ਸਕੈ ਕੋਈ ॥੨॥ ହେ ନାନକ! ଯାହାର ପ୍ରତିଷ୍ଠାର ରକ୍ଷା ସଚ୍ଚା ମାଲିକ ଅକରିଥାନ୍ତି, ତାହାକୁ କେହି ନେଇପାରିବ ନାହିଁ॥2॥
ਪਉੜੀ ॥ ପଉଡି ॥
ਹੋਵੈ ਸੁਖੁ ਘਣਾ ਦਯਿ ਧਿਆਇਐ ॥ ଭଗବାନଙ୍କ ଧ୍ୟାନ କରିଲେ ମନୁଷ୍ୟକୁ ମହାସୁଖ ମିଳିଥାଏ।
ਵੰਞੈ ਰੋਗਾ ਘਾਣਿ ਹਰਿ ਗੁਣ ਗਾਇਐ ॥ ହରିଙ୍କ ଗୁଣଗାନ କରିଲେ ସବୁ ପ୍ରକାର ରୋଗ ଲୁପ୍ତ ହୋଇଯାଏ।
ਅੰਦਰਿ ਵਰਤੈ ਠਾਢਿ ਪ੍ਰਭਿ ਚਿਤਿ ਆਇਐ ॥ ଯଦି ପ୍ରଭୁ ଚିତ୍ତରେ ଆସନ୍ତି, ତାହାହେଲେ ଅନ୍ତର୍ମନରେ ଶାନ୍ତି ଆସିଥାଏ।
ਪੂਰਨ ਹੋਵੈ ਆਸ ਨਾਇ ਮੰਨਿ ਵਸਾਇਐ ॥ ନାମକୁ ମନରେ ସ୍ଥାପନ କରିଲେ ଆଶା ପୂର୍ଣ୍ଣ ହୋଇଯାଏ।
ਕੋਇ ਨ ਲਗੈ ਬਿਘਨੁ ਆਪੁ ਗਵਾਇਐ ॥ ଯଦି ଜୀବ ନିଜ ଅହଂ ଦୂର କରିଥାଏ, ତାହାହେଲେ କୌଣସି ବିଘ୍ନ ଆସେ ନାହିଁ।
ਗਿਆਨ ਪਦਾਰਥੁ ਮਤਿ ਗੁਰ ਤੇ ਪਾਇਐ ॥ ଜ୍ଞାନ ରୂପୀ ପଦାର୍ଥ ଏବଂ ବୁଦ୍ଧି ଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଥାଏ।
ਤਿਨਿ ਪਾਏ ਸਭੇ ਥੋਕ ਜਿਸੁ ਆਪਿ ਦਿਵਾਇਐ ॥ ଯାହାକୁ ପ୍ରଭୁ ସ୍ଵୟଂ ଦେଇଥାନ୍ତି, ସେ ସବୁ କିଛି ପ୍ରାପ୍ତ କରିଥାଏ।
ਤੂੰ ਸਭਨਾ ਕਾ ਖਸਮੁ ਸਭ ਤੇਰੀ ਛਾਇਐ ॥੮॥ ହେ ପରମେଶ୍ଵର! ତୁ ସବୁଙ୍କ ମାଲିକ ଅଟୁ ଆଉ ସମସ୍ତେ ତୋର ଛତ୍ରଛାୟାରେ ଅଛନ୍ତି॥8॥
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5 ॥
ਨਦੀ ਤਰੰਦੜੀ ਮੈਡਾ ਖੋਜੁ ਨ ਖੁੰਭੈ ਮੰਝਿ ਮੁਹਬਤਿ ਤੇਰੀ ॥ ହେ ପରମେଶ୍ଵର! ଜଗତ ରୂପୀ ନଦୀ ପାର ହେବେ ବେଳେ ମୋର ଗୋଡ ଖସୁ ନାହିଁ, କାରଣ ମୋର ପ୍ରେମ ତୋ’ ଠାରେ ହିଁ ଅଛି।
ਤਉ ਸਹ ਚਰਣੀ ਮੈਡਾ ਹੀਅੜਾ ਸੀਤਮੁ ਹਰਿ ਨਾਨਕ ਤੁਲਹਾ ਬੇੜੀ ॥੧॥ ତୋର ଚରଣରେ ମୋର ମନ ଲାଗିଅଛି, ଜଗତ ରୂପୀ ନଦୀ ପାର କରିବା ବେଳେ ତୁ ହିଁ ନାନକଙ୍କ ନଉକା ଓ କାତ ଅଟୁ॥1॥
ਮਃ ੫ ॥ ମହଲା 5 ॥
ਜਿਨ੍ਹ੍ਹਾ ਦਿਸੰਦੜਿਆ ਦੁਰਮਤਿ ਵੰਞੈ ਮਿਤ੍ਰ ਅਸਾਡੜੇ ਸੇਈ ॥ ଯାହାଙ୍କ ଦର୍ଶନ କରିଲେ ଦୁର୍ମତି ନାଶ ହୋଇଯାଏ, ସେ ଆମର ମିତ୍ର ଅଟନ୍ତି।
ਹਉ ਢੂਢੇਦੀ ਜਗੁ ਸਬਾਇਆ ਜਨ ਨਾਨਕ ਵਿਰਲੇ ਕੇਈ ॥੨॥ ହେ ନାନକ! ମୁଁ ସାରା ଜଗତ ଖୋଜି ନାଇଛି, ପରନ୍ତୁ ଏପରି ବିରଳ ପୁରୁଷ ହିଁ ମିଳିଥାନ୍ତି ॥2॥
ਪਉੜੀ ॥ ପଉଡି ॥
ਆਵੈ ਸਾਹਿਬੁ ਚਿਤਿ ਤੇਰਿਆ ਭਗਤਾ ਡਿਠਿਆ ॥ ହେ ମାଲିକ! ତୋର ଭକ୍ତର ଦର୍ଶନ କରିଲେ ତୁ ସ୍ଵୟଂ ହିଁ ଆମର ମନକୁ ଆସିଯାଉ।
ਮਨ ਕੀ ਕਟੀਐ ਮੈਲੁ ਸਾਧਸੰਗਿ ਵੁਠਿਆ ॥ ସାଧୁ ସଙ୍ଗତିରେ ରହିଲେ ମନର ମଇଳା ଦୂର ହୋଇଯାଏ।
ਜਨਮ ਮਰਣ ਭਉ ਕਟੀਐ ਜਨ ਕਾ ਸਬਦੁ ਜਪਿ ॥ ଭକ୍ତଙ୍କ ଶବ୍ଦକୁ ଜପିଲେ ଜନ୍ମ-ମରଣ ଭୟ ଦୂର ହୋଇଯାଏ।
ਬੰਧਨ ਖੋਲਨ੍ਹ੍ਹਿ ਸੰਤ ਦੂਤ ਸਭਿ ਜਾਹਿ ਛਪਿ ॥ ସନ୍ଥ ମାୟାର ସବୁ ବନ୍ଧନ ଖୋଲି ଦେଇଥାନ୍ତି, ଯାହାର ଫଳ ସ୍ୱରୂପ ମାୟାର ଦୂତ କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ଲୁପ୍ତ ହୋଇଯାନ୍ତି।
ਤਿਸੁ ਸਿਉ ਲਾਇਨ੍ਹ੍ਹਿ ਰੰਗੁ ਜਿਸ ਦੀ ਸਭ ਧਾਰੀਆ ॥ ସନ୍ଥ ସେହି ଈଶ୍ବରଙ୍କ ସାଥିରେ ଆମର ପ୍ରେମ ଉତ୍ପନ୍ନ କରିଥାନ୍ତି, ଯିଏ ଏହି ସୃଷ୍ଟିକୁ ରଚନା କରିଛନ୍ତି।
ਊਚੀ ਹੂੰ ਊਚਾ ਥਾਨੁ ਅਗਮ ਅਪਾਰੀਆ ॥ ସେ ପରମାତ୍ମାଙ୍କ ନିବାସ ସ୍ଥାନ ସବୁଠାରୁ ଉଚ୍ଚ ଅଟେ, ଯିଏ ଅଗମ୍ୟ ଏବଂ ଅପାର ଅଟନ୍ତି।
ਰੈਣਿ ਦਿਨਸੁ ਕਰ ਜੋੜਿ ਸਾਸਿ ਸਾਸਿ ਧਿਆਈਐ ॥ ହାତ ଯୋଡି ପ୍ରତିଦିନ ନିଜର ପ୍ରତି ଶ୍ଵାସରେ ତାହାଙ୍କ ଧ୍ୟାନ କରିବା ଉଚିତ।
ਜਾ ਆਪੇ ਹੋਇ ਦਇਆਲੁ ਤਾਂ ਭਗਤ ਸੰਗੁ ਪਾਈਐ ॥੯॥ ଯେବେ ପରମେଶ୍ଵର ସ୍ଵୟଂ ଦୟାଳୁ ହୋଇଥାନ୍ତି, ସେତେବେଳେ ଭକ୍ତକୁ ସଂଗତି ପ୍ରାପ୍ତ ହୋଇଥାଏ॥6॥
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5 ॥
ਬਾਰਿ ਵਿਡਾਨੜੈ ਹੁੰਮਸ ਧੁੰਮਸ ਕੂਕਾ ਪਈਆ ਰਾਹੀ ॥ ଏହି ଆଶ୍ଚର୍ଯ୍ୟଜନକ ଜଗତ ରୂପୀ ଜଙ୍ଗଲରେ କୋଳାହଳ ଏବଂ ମାର୍ଗରେ ଲୋକମାନେ ତ୍ରାହି ତ୍ରାହି କରୁଛନ୍ତି।
ਤਉ ਸਹ ਸੇਤੀ ਲਗੜੀ ਡੋਰੀ ਨਾਨਕ ਅਨਦ ਸੇਤੀ ਬਨੁ ਗਾਹੀ ॥੧॥ ହେ ମୋର ପଟି ପରମେଶ୍ଵର! ନାନକଙ୍କ ଚିତ୍ତର ଡୋରୀ ତୋ’ ଠାରେ ଲାଗିଛି, ଏଥିପାଇଁ ମୁଁ ଆନନ୍ଦରେ ଜଗତ ଜଙ୍ଗଲ ପାର କରୁଛି॥1॥
ਮਃ ੫ ॥ ମହଲା 5 ॥
ਸਚੀ ਬੈਸਕ ਤਿਨ੍ਹ੍ਹਾ ਸੰਗਿ ਜਿਨ ਸੰਗਿ ਜਪੀਐ ਨਾਉ ॥ ତାହାଙ୍କ ସଂଗତି ସଚ୍ଚା ଅଟେ, ଯାହାଙ୍କ ସାଥିରେ ବସି ଭଗବାନଙ୍କ ନାମ ସ୍ମରଣ କରାଯାଏ।
ਤਿਨ੍ਹ੍ਹ ਸੰਗਿ ਸੰਗੁ ਨ ਕੀਚਈ ਨਾਨਕ ਜਿਨਾ ਆਪਣਾ ਸੁਆਉ ॥੨॥ ହେ ନାନକ! ତାହା ସାଥିରେ କଦାପି ସଂଗତି କରିବା ଉଚିତ ନୁହେଁ, ଯାହାର ନିଜର କିଛି ସ୍ଵାର୍ଥ ଥାଏ॥2॥
ਪਉੜੀ ॥ ପଉଡି ॥
ਸਾ ਵੇਲਾ ਪਰਵਾਣੁ ਜਿਤੁ ਸਤਿਗੁਰੁ ਭੇਟਿਆ ॥ ସେହି ସମୟ ସ୍ଵୀକୃତ ହୋଇଥାଏ, ଯେବେ ସଚ୍ଚା ଗୁରୁଙ୍କ ସହିତ ଭେଟ ହୋଇଥାଏ।
ਹੋਆ ਸਾਧੂ ਸੰਗੁ ਫਿਰਿ ਦੂਖ ਨ ਤੇਟਿਆ ॥ ଯଦି ମନୁଷ୍ୟ ସାଧୁଙ୍କ ସଂଗତି କରେ, ତାହାହେଲେ ତାହାକୁ ଦୁଃଖ ଲାଗେ ନାହିଁ।
ਪਾਇਆ ਨਿਹਚਲੁ ਥਾਨੁ ਫਿਰਿ ਗਰਭਿ ਨ ਲੇਟਿਆ ॥ ଯଦି ମନୁଷ୍ୟକୁ ନିଶ୍ଚିତ ସ୍ଥାନ ମିଳିଯାଏ, ତାହାହେଲେ ସେ ପୁନର୍ବାର ଗର୍ଭ ଯୋନିରେ ଆସେ ନାହିଁ।
ਨਦਰੀ ਆਇਆ ਇਕੁ ਸਗਲ ਬ੍ਰਹਮੇਟਿਆ ॥ ଏକ ବ୍ରହ୍ମ ହି ତାହାକୁ ସର୍ବତ୍ର ଦେଖା ଦିଅନ୍ତି ଆଉ
ਤਤੁ ਗਿਆਨੁ ਲਾਇ ਧਿਆਨੁ ਦ੍ਰਿਸਟਿ ਸਮੇਟਿਆ ॥ ସବୁ ଆଡକୁ ଦୃଷ୍ଟି କରି ସେ ନିଜ ଧ୍ୟାନ ତତ୍ତ୍ଵ-ଜ୍ଞାନରେ ଲଗାଇ ଥାଏ।
ਸਭੋ ਜਪੀਐ ਜਾਪੁ ਜਿ ਮੁਖਹੁ ਬੋਲੇਟਿਆ ॥ ଯାହା କିଛି ସେ ମୁଖଡ଼୍ଵ ବୋଲିଥାଏ, ସେ ସବୁ ପ୍ରଭୁଙ୍କ ଜପ ହିଁ ଜପିଥାଏ।
ਹੁਕਮੇ ਬੁਝਿ ਨਿਹਾਲੁ ਸੁਖਿ ਸੁਖੇਟਿਆ ॥ ପ୍ରଭୁଙ୍କ ହୁକୁମକୁ ବୁଝି ମନୁଷ୍ୟ ଆନନ୍ଦିତ ହୋଇଯାଏ ଆଉ ସୁଖପୂର୍ବକ ରହିଥାଏ।
ਪਰਖਿ ਖਜਾਨੈ ਪਾਏ ਸੇ ਬਹੁੜਿ ਨ ਖੋਟਿਆ ॥੧੦॥ ଯାହାକୁ ପରୀକ୍ଷା କରି ପରମାତ୍ମା ନିଜ ଭଣ୍ଡାରରେ ରଖିଛନ୍ତି, ସେ ପୁଣି ପାପୀ ଘୋଷିତ ହୁଏନାହିଁ॥10॥
ਸਲੋਕੁ ਮਃ ੫ ॥ ଶ୍ଳୋକ ମହଲା 5 ॥
ਵਿਛੋਹੇ ਜੰਬੂਰ ਖਵੇ ਨ ਵੰਞਨਿ ਗਾਖੜੇ ॥ ବିରହର ପୀଡା ଅତି ଅସହ୍ୟ ଅଟେ, ଯାହା ସହି ହୁଏନାହିଁ।
ਜੇ ਸੋ ਧਣੀ ਮਿਲੰਨਿ ਨਾਨਕ ਸੁਖ ਸੰਬੂਹ ਸਚੁ ॥੧॥ ହେ ନାନକ! ଯଦି ମାଲିକ-ପ୍ରଭୁ ମିଳିଯାନ୍ତି, ତାହାହେଲେ ସବୁ ସଚ୍ଚା ସୁଖ ମିଳିଯାଏ॥1॥
error: Content is protected !!
Scroll to Top