Guru Granth Sahib Translation Project

guru granth sahib odia page-518

Page 518

ਜਿਸੁ ਸਿਮਰਤ ਸੁਖੁ ਹੋਇ ਸਗਲੇ ਦੂਖ ਜਾਹਿ ॥੨॥ ଯାହାଙ୍କ ଆରାଧନା କରିଲେ ସୁଖ ପ୍ରାପ୍ତ ହୋଇଥାଏ ଆଉ ସବୁ ଦୁଃଖ ଦୂର ହୋଇଯାଏ॥2॥
ਪਉੜੀ ॥ ପଉଡି ॥
ਅਕੁਲ ਨਿਰੰਜਨ ਪੁਰਖੁ ਅਗਮੁ ਅਪਾਰੀਐ ॥ ପରମାତ୍ମା କୁଳ ରହିତ, ମାୟାତୀତ, ସର୍ବଶକ୍ତିମାନ, ଅଗମ୍ୟ ଏବଂ ଅପାର ଅଟନ୍ତି।
ਸਚੋ ਸਚਾ ਸਚੁ ਸਚੁ ਨਿਹਾਰੀਐ ॥ ବାସ୍ତବରେ ସତ୍ୟର ପୁଞ୍ଜି, ପରମ-ସତ୍ୟ, ପରମାତ୍ମା ସତ୍ୟର ରୂପ ବନି ହିଁ ଦେଖା ଦିଅନ୍ତି।
ਕੂੜੁ ਨ ਜਾਪੈ ਕਿਛੁ ਤੇਰੀ ਧਾਰੀਐ ॥ ହେ ପ୍ରଭୁ! ଏହି ସୃଷ୍ଟି ତୋ’ ଦ୍ଵାରା ଜାତ ହୋଇଛି, କିନ୍ତୁ କୌଣସି ବସ୍ତୁ କାଳ୍ପନିକ ଲାଗେ ନାହିଁ।
ਸਭਸੈ ਦੇ ਦਾਤਾਰੁ ਜੇਤ ਉਪਾਰੀਐ ॥ ସେହି ଦାତା ସବୁଙ୍କୁ ଭୋଜନ ଦେଇଥାନ୍ତିଯାହାକୁ ସେ ଉତ୍ପନ୍ନ କରିଛନ୍ତି ଆଉ
ਇਕਤੁ ਸੂਤਿ ਪਰੋਇ ਜੋਤਿ ਸੰਜਾਰੀਐ ॥ ସବୁଙ୍କୁ ଏକ ହିଁ ହୁକୁମ ରୂପୀ ସୂତାରେ ଗୁନ୍ଥି ସେ ତାହାଙ୍କ ଭିତରେ ନିଜର ଜ୍ୟୋତି ପ୍ରକାଶମାନ କରିଛନ୍ତି।
ਹੁਕਮੇ ਭਵਜਲ ਮੰਝਿ ਹੁਕਮੇ ਤਾਰੀਐ ॥ ତାହାଙ୍କ ହୁକୁମ ଦ୍ଵାରା କେହି ଭବସାଗରରେ ବୁଡିଯାଏ ଆଉ କେହି ପାର ହୋଇଯାଏ।
ਪ੍ਰਭ ਜੀਉ ਤੁਧੁ ਧਿਆਏ ਸੋਇ ਜਿਸੁ ਭਾਗੁ ਮਥਾਰੀਐ ॥ ହେ ପୂଜ୍ୟ ପ୍ରଭୁ! ଯାହାଙ୍କ କପାଳରେ ଭାଗ୍ୟ ଥାଏ, ସେହି ମନୁଷ୍ୟ ତୋତେ ସ୍ମରଣ କରିଥାଏ।
ਤੇਰੀ ਗਤਿ ਮਿਤਿ ਲਖੀ ਨ ਜਾਇ ਹਉ ਤੁਧੁ ਬਲਿਹਾਰੀਐ ॥੧॥ ତୋର ଗତି ଏବଂ ଅନୁମାନ ଜଣାଯାଏ ନାହିଁ, ଏଥିପାଇଁ ମୁଁ ତୋ’ ପାଖରେ ସମର୍ପିତ ଅଟେ॥1॥
ਸਲੋਕੁ ਮਃ ੫ ॥ ଶ୍ଳୋକ ମହଲା 5 ॥
ਜਾ ਤੂੰ ਤੁਸਹਿ ਮਿਹਰਵਾਨ ਅਚਿੰਤੁ ਵਸਹਿ ਮਨ ਮਾਹਿ ॥ ହେ ଦୟାଳୁ ପରମାତ୍ମା! ଯଦି ତୁ ଖୁସି ହୋଇଯାଉ, ତାହାହେଲେ ଆମର ମନରେ ନିଶ୍ଚିନ୍ତତା ନିବାସ କରିଥାଏ।
ਜਾ ਤੂੰ ਤੁਸਹਿ ਮਿਹਰਵਾਨ ਨਉ ਨਿਧਿ ਘਰ ਮਹਿ ਪਾਹਿ ॥ ହେ ଦୟାଳୁ ପରମାତ୍ମା! ଯଦି ତୁ ଖୁସି ହୋଇ ଯାଉ, ତାହାହେଲେ ଆମର ହୃଦୟ ରୂପୀ ଘରେ ନବନିଧି ପ୍ରାପ୍ତ ହୋଇଥାଏ।
ਜਾ ਤੂੰ ਤੁਸਹਿ ਮਿਹਰਵਾਨ ਤਾ ਗੁਰ ਕਾ ਮੰਤ੍ਰੁ ਕਮਾਹਿ ॥ ହେ ଦୟାଳୁ ପରମାତ୍ମା! ଯଦି ତୁ ପ୍ରସନ୍ନ ହେଉ, ତାହାହେଲେ ମୁଁ ଗୁରୁଙ୍କ ମନ୍ତ୍ରର ସାଧନା କରିଥାଏ।
ਜਾ ਤੂੰ ਤੁਸਹਿ ਮਿਹਰਵਾਨ ਤਾ ਨਾਨਕ ਸਚਿ ਸਮਾਹਿ ॥੧॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ଦୟାଳୁ ପରମାତ୍ମା! ଯଦି ତୁ ପ୍ରସନ୍ନ ହେଉ ତାହାହେଲେ ମୁଁ ସତ୍ୟରେ ରହିଥାଏ॥1॥
ਮਃ ੫ ॥ ମହଲା 5 ॥
ਕਿਤੀ ਬੈਹਨ੍ਹ੍ਹਿ ਬੈਹਣੇ ਮੁਚੁ ਵਜਾਇਨਿ ਵਜ ॥ ଅନେକ ରାଜ ସିଂହାସନ ଉପରେ ବସିଥାନ୍ତି ଆଉ ତାହାଙ୍କ ପାଇଁ ଅନେକ ବାଦ୍ୟଯନ୍ତ୍ର ବଜାଇ ଥାଆନ୍ତି,
ਨਾਨਕ ਸਚੇ ਨਾਮ ਵਿਣੁ ਕਿਸੈ ਨ ਰਹੀਆ ਲਜ ॥੨॥ ହେ ନାନକ! ସତ୍ୟନାମ ବିନା କାହାର ମଧ୍ୟ ମାନ-ପ୍ରତିଷ୍ଠା ରହି ନାହିଁ॥2॥
ਪਉੜੀ ॥ ପଉଡି ॥
ਤੁਧੁ ਧਿਆਇਨ੍ਹ੍ਹਿ ਬੇਦ ਕਤੇਬਾ ਸਣੁ ਖੜੇ ॥ ହେ ସ୍ଵାମୀ! ବେଦ ତଥା କତୀବ ସାଥିରେ ରହି ତୋର ସ୍ତୁତି କରିଥାନ୍ତି।
ਗਣਤੀ ਗਣੀ ਨ ਜਾਇ ਤੇਰੈ ਦਰਿ ਪੜੇ ॥ ଯିଏ ତୋର ଦ୍ଵାରରେ ନତମସ୍ତକ ରହିଥାଏ, ତାହାର ଗଣନା କରାଯାଇ ପାରିବ ନାହିଁ।
ਬ੍ਰਹਮੇ ਤੁਧੁ ਧਿਆਇਨ੍ਹ੍ਹਿ ਇੰਦ੍ਰ ਇੰਦ੍ਰਾਸਣਾ ॥ ବ୍ରହ୍ମା ମଧ୍ୟ ତୋର ବନ୍ଦନା କରିଥାନ୍ତି ତଥା ଇନ୍ଦ୍ରାସନରେ ବସି ଇନ୍ଦ୍ର ମଧ୍ୟ ତୋତେ ସ୍ମରଣ କରିଥାଏ।
ਸੰਕਰ ਬਿਸਨ ਅਵਤਾਰ ਹਰਿ ਜਸੁ ਮੁਖਿ ਭਣਾ ॥ ଶଙ୍କର, ବିଷ୍ଣୁ ଅବତାର ନିଜ ମୁଖରେ ହରିଙ୍କ ଯଶ କରିଥାନ୍ତି
ਪੀਰ ਪਿਕਾਬਰ ਸੇਖ ਮਸਾਇਕ ਅਉਲੀਏ ॥ ହେ ପ୍ରଭୁ! ପୀର, ସେଖ ଆଇ ଔଲିଆ ତୋତେ ହିଁ ସ୍ମରଣ କରିଥାନ୍ତି।
ਓਤਿ ਪੋਤਿ ਨਿਰੰਕਾਰ ਘਟਿ ਘਟਿ ਮਉਲੀਏ ॥ ହେ ନିରାକାର ପରମାତ୍ମା ସବୁ ଜୀବଙ୍କ ଠାରେ ତୁ ରହିଅଛି।
ਕੂੜਹੁ ਕਰੇ ਵਿਣਾਸੁ ਧਰਮੇ ਤਗੀਐ ॥ ମିଥ୍ୟା କାରଣରୁ ମାନବର ବିନାଶ ହୋଇଯାଏ ତଥା ଧର୍ମ ମାର୍ଗରେ ସେ ପ୍ରସନ୍ନ ରହିଥାଏ।
ਜਿਤੁ ਜਿਤੁ ਲਾਇਹਿ ਆਪਿ ਤਿਤੁ ਤਿਤੁ ਲਗੀਐ ॥੨॥ ଯେଉଁଠି ପରମାତ୍ମା ଜୀବକୁ ଲଗାଇ ଥାଆନ୍ତି, ସେଇଠି ସେ ଲାଗିଯାଏ॥2॥
ਸਲੋਕੁ ਮਃ ੫ ॥ ଶ୍ଳୋକ ମହଲା 5 ॥
ਚੰਗਿਆਈ ਆਲਕੁ ਕਰੇ ਬੁਰਿਆਈ ਹੋਇ ਸੇਰੁ ॥ ଅଜ୍ଞାନ ମାନବ ଉତ୍ତମ କର୍ମ କରିବାରେ ଆଳସ୍ୟ କରିଥାଏ, କିନ୍ତୁ ମନ୍ଦ କର୍ମ କରିବାରେ ବାଘ ବନିଯାଏ।
ਨਾਨਕ ਅਜੁ ਕਲਿ ਆਵਸੀ ਗਾਫਲ ਫਾਹੀ ਪੇਰੁ ॥੧॥ ହେ ନାନକ! ଆଜି ଅଥବା କାଲୀ ମୃତ୍ୟୁ ଆସିବାର ଅଛି ଏବଂ ମୂର୍ଖ ମନୁଷ୍ୟ ଉପରେ ଫନ୍ଦା ନିଶ୍ଚୟ ପଡିବ॥1॥
ਮਃ ੫ ॥ ମହଲା 5 ॥
ਕਿਤੀਆ ਕੁਢੰਗ ਗੁਝਾ ਥੀਐ ਨ ਹਿਤੁ ॥ ଆମର ଅନେକ ଦୁଷ୍କର୍ମ ଅଛି, ଏହା ତୁମ ଠାରୁ ଲୁଚି ରହି ନାହିଁ।
ਨਾਨਕ ਤੈ ਸਹਿ ਢਕਿਆ ਮਨ ਮਹਿ ਸਚਾ ਮਿਤੁ ॥੨॥ ହେ ନାନକଙ୍କ ପରମେଶ୍ଵର! ତୁମେ ହିଁ ଆମ ମନର ସଚ୍ଚା ମିତ୍ର ଅଟ ଆଉ ତୁମେ ହିଁ ଆମର ମନ୍ଦ କର୍ମକୁ ଢାଙ୍କି ରଖିଛ॥2॥
ਪਉੜੀ ॥ ପଉଡି॥
ਹਉ ਮਾਗਉ ਤੁਝੈ ਦਇਆਲ ਕਰਿ ਦਾਸਾ ਗੋਲਿਆ ॥ ହେ ଦୟାଳୁ ପରମେଶ୍ଵର! ମୁଁ ତୋ’ ଠାରୁ ଏହି ଦାନ ମାଗିଥାଏ ଯେ ମୋତେ ନିଜ ଦାସର ସେବକ ବନାଇ ଦିଅ।
ਨਉ ਨਿਧਿ ਪਾਈ ਰਾਜੁ ਜੀਵਾ ਬੋਲਿਆ ॥ ହେ ଦାତା! ତୋର ନାମ ସ୍ମରଣ କରି ହିଁ ମୁଁ ଜୀବିତ ରହିଛି ଆଉ ନବନିଧି ଏବଂ ରାଜ ପ୍ରାପ୍ତ କରିଥାଏ।
ਅੰਮ੍ਰਿਤ ਨਾਮੁ ਨਿਧਾਨੁ ਦਾਸਾ ਘਰਿ ਘਣਾ ॥ ପ୍ରଭୁଙ୍କ ଦାସର ଘରେ ଅମୃତ ନାମର ଭଣ୍ଡାର ଅଛି,
ਤਿਨ ਕੈ ਸੰਗਿ ਨਿਹਾਲੁ ਸ੍ਰਵਣੀ ਜਸੁ ਸੁਣਾ ॥ ତାହାଙ୍କ ସଙ୍ଗତିରେ ବିରାଜ କରି ମୁଁ ନିଜ କର୍ଣ୍ଣରେ ତୋର ଯଶ ଶୁଣି ଆନନ୍ଦିତ ହୋଇଯାଏ।
ਕਮਾਵਾ ਤਿਨ ਕੀ ਕਾਰ ਸਰੀਰੁ ਪਵਿਤੁ ਹੋਇ ॥ ତାହାଙ୍କ ସେବା କରି ମୋର ଶରୀର ପବିତ୍ର ହୋଇଯାଇଛି।
ਪਖਾ ਪਾਣੀ ਪੀਸਿ ਬਿਗਸਾ ਪੈਰ ਧੋਇ ॥ ମୁଁ ତାହାଙ୍କୁ ବିଞ୍ଚିଦିଏ, ତାହାଙ୍କ ପାଇଁ ଜଳ ଆଣିଥାଏ, ତାହାଙ୍କ ପାଇଁ ଚକି ପେଷିଥାଏ ଏବଂ ତାହାଙ୍କ ଚରଣ ଧୋଇ ଖୁସି ହୋଇଥାଏ।
ਆਪਹੁ ਕਛੂ ਨ ਹੋਇ ਪ੍ਰਭ ਨਦਰਿ ਨਿਹਾਲੀਐ ॥ ହେ ପ୍ରଭୁ! ମୋ’ ଉପରେ ନିଜର କୃପା ଦୃଷ୍ଟି କର, କାରଣ ମୁଁ ନିଜେ କିଛି ମଧ୍ୟ କରିପାରେ ନାହିଁ।
ਮੋਹਿ ਨਿਰਗੁਣ ਦਿਚੈ ਥਾਉ ਸੰਤ ਧਰਮ ਸਾਲੀਐ ॥੩॥ ମୋ’ ଭଳି ନିର୍ଗୁଣକୁ ସନ୍ଥଙ୍କ ଧର୍ମଶାଳାରେ ଶରଣ ଦିଅ॥3॥
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5 ॥
ਸਾਜਨ ਤੇਰੇ ਚਰਨ ਕੀ ਹੋਇ ਰਹਾ ਸਦ ਧੂਰਿ ॥ ହେ ପ୍ରଭୁ! ହେ ବନ୍ଧୁ! ମୁଁ ସଦା ତୋର ଚରଣର ଧୂଳି ହୋଇ ରହିଥିବି।
ਨਾਨਕ ਸਰਣਿ ਤੁਹਾਰੀਆ ਪੇਖਉ ਸਦਾ ਹਜੂਰਿ ॥੧॥ ନାନକଙ୍କ ପ୍ରାର୍ଥନା ଯେ ହେ ପ୍ରଭୁ! ମୁଁ ତୋର ହିଁ ଶରଣ ନେଇଛି ଆଉ ମୁଁ ସର୍ବଦା ତୋତେ ପାଖରେ ଦେଖିଛି॥1॥
ਮਃ ੫ ॥ ମହଲା 5 ॥
ਪਤਿਤ ਪੁਨੀਤ ਅਸੰਖ ਹੋਹਿ ਹਰਿ ਚਰਣੀ ਮਨੁ ਲਾਗ ॥ ହରିଙ୍କ ଚରଣରେ ନିଜ ମନକୁ ଲଗାଇ ଅସଂଖ୍ୟ ପତିତ ଜୀବ ପବିତ୍ର-ପାବନ ହୋଇଛନ୍ତି।
ਅਠਸਠਿ ਤੀਰਥ ਨਾਮੁ ਪ੍ਰਭ ਜਿਸੁ ਨਾਨਕ ਮਸਤਕਿ ਭਾਗ ॥੨॥ ହେ ନାନକ! ପ୍ରଭୁଙ୍କ ନାମ ହିଁ ଅଠଷଠି ତୀର୍ଥ ସମାନ ଅଟେ, କିନ୍ତୁ ଏହା ତାହାକୁ ହିଁ ପ୍ରାପ୍ତ ହୋଇଥାଏ, ଯାହାର କପାଳରେ ଭାଗ୍ୟ ଲେଖା ହୋଇଥାଏ ॥2॥
ਪਉੜੀ ॥ ପଉଡି ॥
ਨਿਤ ਜਪੀਐ ਸਾਸਿ ਗਿਰਾਸਿ ਨਾਉ ਪਰਵਦਿਗਾਰ ਦਾ ॥ ନିଜର ପ୍ରତି ଶ୍ଵାସ ଏବଂ ଗ୍ରାସରେ ପ୍ରଭୁଙ୍କ ନାମ ଜପିବା ଉଚିତ।
ਜਿਸ ਨੋ ਕਰੇ ਰਹੰਮ ਤਿਸੁ ਨ ਵਿਸਾਰਦਾ ॥ ଯାହା ଉପରେ ସେ ଦୟା କରିଥାନ୍ତି, ସେ ତାହାଙ୍କୁ ଭୁଲେ ନାହିଁ।
ਆਪਿ ਉਪਾਵਣਹਾਰ ਆਪੇ ਹੀ ਮਾਰਦਾ ॥ ସେ ସ୍ଵୟଂ ହିଁ ଦୁନିଆର ରଚୟିତା ଆଉ ସ୍ଵୟଂ ହିଁ ବିନାଶକ ଅଟନ୍ତି।
error: Content is protected !!
Scroll to Top