Page 1427
ਜਿਹ ਸਿਮਰਤ ਗਤਿ ਪਾਈਐ ਤਿਹ ਭਜੁ ਰੇ ਤੈ ਮੀਤ ॥
ହେ ମିତ୍ର! ଯାହାଙ୍କ ସ୍ମରଣ କରିବା ଦ୍ଵାରା ମୁକ୍ତି ପ୍ରାପ୍ତ ହୋଇଥାଏ, ତୁମେ ତାହାଙ୍କ କୀର୍ତ୍ତିଗାନ କର।
ਕਹੁ ਨਾਨਕ ਸੁਨੁ ਰੇ ਮਨਾ ਅਉਧ ਘਟਤ ਹੈ ਨੀਤ ॥੧੦॥
ଗୁରୁ ନାନକ କହନ୍ତି ଯେ ହେ ମନ! ମୋର କଥା ଶୁଣ, ଜୀବନ ପ୍ରତି କ୍ଷଣରେ ହ୍ରାସ ହେଉଅଛି||10||
ਪਾਂਚ ਤਤ ਕੋ ਤਨੁ ਰਚਿਓ ਜਾਨਹੁ ਚਤੁਰ ਸੁਜਾਨ ॥
ହେ ଚତୁର ବ୍ୟକ୍ତି! ଏହା ଜାଣି ନିଅ ଯେ ଈଶ୍ଵର ପାଞ୍ଚ ତତ୍ତ୍ଵ ଦ୍ଵାରା ତନର ରଚନା କରିଛନ୍ତି।
ਜਿਹ ਤੇ ਉਪਜਿਓ ਨਾਨਕਾ ਲੀਨ ਤਾਹਿ ਮੈ ਮਾਨੁ ॥੧੧॥
ନାନକ କହନ୍ତି ଯେ ଏହା ଭଲ ଭାବରେ ମାନି ନିଅ ଯେ, ଯାହାଙ୍କ ଠାରୁ ଉତ୍ପନ୍ନ ହୋଇଛ, ସେଥିରେ ହିଁ ବିଲୀନ ହେବାକୁ ପଡେ||11||
ਘਟ ਘਟ ਮੈ ਹਰਿ ਜੂ ਬਸੈ ਸੰਤਨ ਕਹਿਓ ਪੁਕਾਰਿ ॥
ସନ୍ଥ ପୁରୁଷ ଚିତ୍କାର କରି ଏହା କହନ୍ତି ଯେ ଈଶ୍ଵର ପ୍ରତି ଘଟରେ ରହିଥାନ୍ତି।
ਕਹੁ ਨਾਨਕ ਤਿਹ ਭਜੁ ਮਨਾ ਭਉ ਨਿਧਿ ਉਤਰਹਿ ਪਾਰਿ ॥੧੨॥
ଗୁରୁ ନାନକ ନିର୍ଦ୍ଦେଶ କରନ୍ତି ଯେ ହେ ମନ! ହରି ଭଜନ କରିନିଅ, ଭବସାଗରରୁ ପାର ହୋଇଯିବ||12||
ਸੁਖੁ ਦੁਖੁ ਜਿਹ ਪਰਸੈ ਨਹੀ ਲੋਭੁ ਮੋਹੁ ਅਭਿਮਾਨੁ ॥
ଯାହାଙ୍କୁ କୌଣସି ସୁଖ-ଦୁଃଖ, ଲୋଭ, ମୋହ ଏବଂ ଅଭିମାନ ସ୍ପର୍ଶ କରେନାହିଁ।
ਕਹੁ ਨਾਨਕ ਸੁਨੁ ਰੇ ਮਨਾ ਸੋ ਮੂਰਤਿ ਭਗਵਾਨ ॥੧੩॥
ନାନକ କହନ୍ତି ଯେ ହେ ମନ! ଶୁଣ, ବାସ୍ତବରେ ସେହିଁ ଭଗବାନଙ୍କ ମୂର୍ତ୍ତି ଅଟନ୍ତି||13||
ਉਸਤਤਿ ਨਿੰਦਿਆ ਨਾਹਿ ਜਿਹਿ ਕੰਚਨ ਲੋਹ ਸਮਾਨਿ ॥
ଯାହା ଉପରେ ପ୍ରଶଂସା ଅଥବା ନିନ୍ଦାର ପ୍ରଭାବ ପଡେ ନାହିଁ, ଲୁହା ଓ ସୁନାକୁ ସମାନ ମାନିଥାଏ।
ਕਹੁ ਨਾਨਕ ਸੁਨਿ ਰੇ ਮਨਾ ਮੁਕਤਿ ਤਾਹਿ ਤੈ ਜਾਨਿ ॥੧੪॥
ନାନକ କହନ୍ତି ଯେ ହେ ମନ! ଶୁଣ, ସେଥିରେ ମୁକ୍ତି ମିଳି ପାରିବ||14||
ਹਰਖੁ ਸੋਗੁ ਜਾ ਕੈ ਨਹੀ ਬੈਰੀ ਮੀਤ ਸਮਾਨਿ ॥
ଯାହାକୁ ଖୁସି ଅଥବା ଦୁଃଖ ପ୍ରଭାବିତ କରେନାହିଁ, ଶତ୍ରୁ ଏବଂ ମିତ୍ରକୁ ମଧ୍ୟ ସମାନ ମାନିଥାଏ।
ਕਹੁ ਨਾਨਕ ਸੁਨਿ ਰੇ ਮਨਾ ਮੁਕਤਿ ਤਾਹਿ ਤੈ ਜਾਨਿ ॥੧੫॥
ଗୁରୁ ନାନକ କହନ୍ତି ଯେ ହେ ମନ! ଶୁଣ, ସେଥିରୁ ମୁକ୍ତି ନିହିତ ଅଛି||15||
ਭੈ ਕਾਹੂ ਕਉ ਦੇਤ ਨਹਿ ਨਹਿ ਭੈ ਮਾਨਤ ਆਨ ॥
ଯିଏ ନା କୌଣସି ବ୍ୟକ୍ତିକୁ ଡରାଇ ଥାଆନ୍ତି, ନା କାହାର ଭୟ ମାନିଥାନ୍ତି।
ਕਹੁ ਨਾਨਕ ਸੁਨਿ ਰੇ ਮਨਾ ਗਿਆਨੀ ਤਾਹਿ ਬਖਾਨਿ ॥੧੬॥
ନାନକ କହନ୍ତି ଯେ ହେ ମନ! ଶୁଣ, ତାହାଙ୍କୁ ଜ୍ଞାନୀ କହିବା ଉଚିତ||16||
ਜਿਹਿ ਬਿਖਿਆ ਸਗਲੀ ਤਜੀ ਲੀਓ ਭੇਖ ਬੈਰਾਗ ॥
ଯିଏ ବିକାରକୁ ତ୍ୟାଗ କରିଥାଏ, ସଂସାରକୁ ତ୍ୟାଗ କରି ବୈରାଗ୍ୟବାନ ହୋଇଯାଏ।
ਕਹੁ ਨਾਨਕ ਸੁਨੁ ਰੇ ਮਨਾ ਤਿਹ ਨਰ ਮਾਥੈ ਭਾਗੁ ॥੧੭॥
ନାନକ କହନ୍ତି ଯେ ହେ ମନ! ଶୁଣ, ସେହି ବ୍ୟକ୍ତି ଭାଗ୍ୟବାନ ଅଟେ। ||17||
ਜਿਹਿ ਮਾਇਆ ਮਮਤਾ ਤਜੀ ਸਭ ਤੇ ਭਇਓ ਉਦਾਸੁ ॥
ଯିଏ ମାୟା-ମମତା ସବୁ ତ୍ୟାଗ କରି ନିର୍ଲିପ୍ତ ହୋଇ ଯାଇଛି।
ਕਹੁ ਨਾਨਕ ਸੁਨੁ ਰੇ ਮਨਾ ਤਿਹ ਘਟਿ ਬ੍ਰਹਮ ਨਿਵਾਸੁ ॥੧੮॥
ନାନକ କହନ୍ତି- ହେ ମନ! ଶୁଣ, ବାସ୍ତବରେ ତାହାଙ୍କ ହୃଦୟରେ ବ୍ରହ୍ମଙ୍କ ନିବାସ ହୋଇଥାଏ||18||
ਜਿਹਿ ਪ੍ਰਾਨੀ ਹਉਮੈ ਤਜੀ ਕਰਤਾ ਰਾਮੁ ਪਛਾਨਿ ॥
ଯେଉଁ ପ୍ରାଣୀ ଅହଂକୁ ତ୍ୟାଗ କରି କର୍ତ୍ତା ପରମେଶ୍ଵରଙ୍କୁ ଜାଣି ନେଇଛି,
ਕਹੁ ਨਾਨਕ ਵਹੁ ਮੁਕਤਿ ਨਰੁ ਇਹ ਮਨ ਸਾਚੀ ਮਾਨੁ ॥੧੯॥
ନାନକ କହନ୍ତି ଯେ ବାସ୍ତବରେ ସେହି ବ୍ୟକ୍ତି ସଂସାରର ବନ୍ଧନରୁ ମୁକ୍ତ ଅଟେ, ଏହି ସତ୍ୟତାକୁ ମନରେ ସ୍ଵୀକାର କରିନିଅ||19||
ਭੈ ਨਾਸਨ ਦੁਰਮਤਿ ਹਰਨ ਕਲਿ ਮੈ ਹਰਿ ਕੋ ਨਾਮੁ ॥
କଳିଯୁଗରେ ପରମାତ୍ମାଙ୍କ ନାମ ଭୟକୁ ନଷ୍ଟ କରିବା ବାଲା ଆଉ ଦୁର୍ମତିର ହରଣ କରିବା ବାଲା ଅଟନ୍ତି।
ਨਿਸਿ ਦਿਨੁ ਜੋ ਨਾਨਕ ਭਜੈ ਸਫਲ ਹੋਹਿ ਤਿਹ ਕਾਮ ॥੨੦॥
ଗୁରୁ ନାନକ କହନ୍ତି- ଯେଉଁ ବ୍ୟକ୍ତି ରାତିଦିନ ପରମାତ୍ମାଙ୍କ ଭଜନ କରିଥାଏ, ତାହାର ସବୁ କାମ ସଫଳ ହୋଇଯାଏ||20||
ਜਿਹਬਾ ਗੁਨ ਗੋਬਿੰਦ ਭਜਹੁ ਕਰਨ ਸੁਨਹੁ ਹਰਿ ਨਾਮੁ ॥
ଜିହ୍ଵା ଦ୍ଵାରା ଗୋବିନ୍ଦଙ୍କ ଭଜନ କର, କାନରେ ହରିନାମର କୀର୍ତ୍ତନ ଶୁଣ।
ਕਹੁ ਨਾਨਕ ਸੁਨਿ ਰੇ ਮਨਾ ਪਰਹਿ ਨ ਜਮ ਕੈ ਧਾਮ ॥੨੧॥
ନାନକ କହନ୍ତି ଯେ ହେ ମନ! ଶୁଣ, ଏହାଦ୍ଵାରା ଯମପୁରୀରେ ପଡିବ ନାହିଁ||21||
ਜੋ ਪ੍ਰਾਨੀ ਮਮਤਾ ਤਜੈ ਲੋਭ ਮੋਹ ਅਹੰਕਾਰ ॥
ଯେଉଁ ପ୍ରାଣୀ ମମତା, ଲୋଭ, ମୋହ ଏବଂ ଅହଂକାରକୁ ତ୍ୟାଗ କରିଥାଏ।
ਕਹੁ ਨਾਨਕ ਆਪਨ ਤਰੈ ਅਉਰਨ ਲੇਤ ਉਧਾਰ ॥੨੨॥
ନାନକ କହନ୍ତି ଯେ ସେ ନିଜେ ସଂସାର ସାଗରରୁ ପାର ହୋଇଯାଏ, ଅନ୍ୟମାନଙ୍କୁ ମଧ୍ୟ ଉଦ୍ଧାର କରିଥାଏ||22||
ਜਿਉ ਸੁਪਨਾ ਅਰੁ ਪੇਖਨਾ ਐਸੇ ਜਗ ਕਉ ਜਾਨਿ ॥
ଯେପରି ସ୍ଵପ୍ନ କିଛି ସମୟ ପାଇଁ ଦେଖା ଯାଇଥାଏ, ସେପରି ହିଁ ଦୁନିଆକୁ ମାନି ନିଅ।
ਇਨ ਮੈ ਕਛੁ ਸਾਚੋ ਨਹੀ ਨਾਨਕ ਬਿਨੁ ਭਗਵਾਨ ॥੨੩॥
ନାନକ କହନ୍ତି ଯେ ଭଗବାନଙ୍କ ବିନା ଏଥିରେ କିଛି ମଧ୍ୟ ସତ୍ୟତା ନଥାଏ||23||
ਨਿਸਿ ਦਿਨੁ ਮਾਇਆ ਕਾਰਨੇ ਪ੍ਰਾਨੀ ਡੋਲਤ ਨੀਤ ॥|
ଧନ-ଦୌଲତ ପାଇଁ ପ୍ରାଣୀ ଦିନରାତି ବିଚଳିତ ରହିଥାଏ।
ਕੋਟਨ ਮੈ ਨਾਨਕ ਕੋਊ ਨਾਰਾਇਨੁ ਜਿਹ ਚੀਤਿ ॥੨੪॥
ହେ ନାନକ! କୋଟି କୋଟି ମଧ୍ୟରେ କେହି ବିରଳ ହିଁ ଅଛନ୍ତି, ଯାହାର ହୃଦୟରେ ଈଶ୍ଵର ରହିଥାନ୍ତି ||24||
ਜੈਸੇ ਜਲ ਤੇ ਬੁਦਬੁਦਾ ਉਪਜੈ ਬਿਨਸੈ ਨੀਤ ॥
ଯେପରି ଜଳରୁ ପ୍ରତିଦିନ ଫୋଟକା ଉତ୍ପନ୍ନ ହୋଇ ନଷ୍ଟ ହୋଇଥାଏ,
ਜਗ ਰਚਨਾ ਤੈਸੇ ਰਚੀ ਕਹੁ ਨਾਨਕ ਸੁਨਿ ਮੀਤ ॥੨੫॥
ନାନକ କହନ୍ତି ଯେ ହେ ମିତ୍ର! ଶୁଣ, ଜଗତ ରଚନା ମଧ୍ୟ ସେପରି ହିଁ ରଚିତ ହୋଇଛି||25||
ਪ੍ਰਾਨੀ ਕਛੂ ਨ ਚੇਤਈ ਮਦਿ ਮਾਇਆ ਕੈ ਅੰਧੁ ॥
ମାୟାର ନିଶାରେ ଅନ୍ଧ ବନି ପ୍ରାଣୀକୁ କିଛି ସ୍ମରଣ ରହେ ନାହିଁ।
ਕਹੁ ਨਾਨਕ ਬਿਨੁ ਹਰਿ ਭਜਨ ਪਰਤ ਤਾਹਿ ਜਮ ਫੰਧ ॥੨੬॥
ହେ ନାନକ! ପରମାତ୍ମାଙ୍କ ଭଜନ ବିନା ଯମର ଫନ୍ଦାରେ ପଡିଥାଏ||26||
ਜਉ ਸੁਖ ਕਉ ਚਾਹੈ ਸਦਾ ਸਰਨਿ ਰਾਮ ਕੀ ਲੇਹ ॥
ଯଦି ସର୍ବଦା ସୁଖ ଚାହୁଁଅଛ, ତାହାହେଲେ ରାମଙ୍କ ଶରଣ ନିଅ।
ਕਹੁ ਨਾਨਕ ਸੁਨਿ ਰੇ ਮਨਾ ਦੁਰਲਭ ਮਾਨੁਖ ਦੇਹ ॥੨੭॥
ଗୁରୁ ନାନକ ନିର୍ଦ୍ଦେଶ କରନ୍ତି ଯେ ହେ ମନ! ଶୁଣ, ଏହି ମାନବ ଶରୀର ଦୁର୍ଲଭ ଅଟେ, ଏହାକୁ ବ୍ୟର୍ଥରେ ହରାଏ ନାହିଁ||27||
ਮਾਇਆ ਕਾਰਨਿ ਧਾਵਹੀ ਮੂਰਖ ਲੋਗ ਅਜਾਨ ॥
ମୂର୍ଖ ଲୋକ ଧନ ପାଇଁ ଦୌଡିଥାଏ।
ਕਹੁ ਨਾਨਕ ਬਿਨੁ ਹਰਿ ਭਜਨ ਬਿਰਥਾ ਜਨਮੁ ਸਿਰਾਨ ॥੨੮॥
ହେ ନାନକ! ଭଗବାନଙ୍କ ଭଜନ ବିନା ଜୀବନ ବ୍ୟର୍ଥ ହୋଇଯାଏ||28||
ਜੋ ਪ੍ਰਾਨੀ ਨਿਸਿ ਦਿਨੁ ਭਜੈ ਰੂਪ ਰਾਮ ਤਿਹ ਜਾਨੁ ॥
ଯେଉଁ ପ୍ରାଣୀ ଦିନ-ରାତି ଭଜନ କରିଥାଏ, ତାହାକୁ ପରମାତ୍ମାଙ୍କ ରୂପ ମାନ।