Guru Granth Sahib Translation Project

guru granth sahib odia page-1426

Page 1426

ਜਿਸਹਿ ਉਧਾਰੇ ਨਾਨਕਾ ਸੋ ਸਿਮਰੇ ਸਿਰਜਣਹਾਰੁ ॥੧੫॥ ଗୁରୁ ନାନକ କହନ୍ତି- ସେ ଯାହାର ଉଦ୍ଧାର କରିଥାନ୍ତି, ସେ ସେହି ସୃଜନହାରଙ୍କ ସ୍ମରଣ କରିଥାଏ||15||
ਦੂਜੀ ਛੋਡਿ ਕੁਵਾਟੜੀ ਇਕਸ ਸਉ ਚਿਤੁ ਲਾਇ ॥ ଦୈତ୍ୟଭାବର କୁମାର୍ଗ ତ୍ୟାଗ କରି ଭଗବାନଙ୍କ ସହିତ ହୃଦୟ ଲଗାଇ ରଖ।
ਦੂਜੈ ਭਾਵੀ ਨਾਨਕਾ ਵਹਣਿ ਲੁੜ੍ਹ੍ਹੰਦੜੀ ਜਾਇ ॥੧੬॥ ହେ ନାନକ! ଦୈତ୍ୟଭାବରେ ରହିବା ବାଲା ଲୋକ ନଦୀରେ ପ୍ରବାହିତ ଚିଜ ଭଳି ଅଟେ||16||
ਤਿਹਟੜੇ ਬਾਜਾਰ ਸਉਦਾ ਕਰਨਿ ਵਣਜਾਰਿਆ ॥ ଲୋକମାନେ ତ୍ରିଗୁଣାତ୍ମକ ମାୟାର ବଜାରରେ ଜୀବନର ସଉଦା କରିଥାନ୍ତି।
ਸਚੁ ਵਖਰੁ ਜਿਨੀ ਲਦਿਆ ਸੇ ਸਚੜੇ ਪਾਸਾਰ ॥੧੭॥ ବାସ୍ତବରେ, ତାହାକୁ ହିଁ ସଚ୍ଚା ବ୍ୟାପାରୀ କୁହାଯାଏ, ଯିଏ ନାମ ରୂପୀ ସଚ୍ଚା ସଉଦା ଲଦିଥାଏ।||17||
ਪੰਥਾ ਪ੍ਰੇਮ ਨ ਜਾਣਈ ਭੂਲੀ ਫਿਰੈ ਗਵਾਰਿ ॥ ଗାଉଁଲି ଜୀବ-ସ୍ତ୍ରୀ ପ୍ରେମର ରାସ୍ତା ଜାଣେ ନାହିଁ ଆଉ ପଥଭ୍ରଷ୍ଟ ରହିଥାଏ।
ਨਾਨਕ ਹਰਿ ਬਿਸਰਾਇ ਕੈ ਪਉਦੇ ਨਰਕਿ ਅੰਧ੍ਯ੍ਯਾਰ ॥੧੮॥ ହେ ନାନକ! ଭଗବାନଙ୍କୁ ଭୁଲି ସେ ଘୋର ନର୍କରେ ପଡିଥାଏ||18||
ਮਾਇਆ ਮਨਹੁ ਨ ਵੀਸਰੈ ਮਾਂਗੈ ਦੰਮਾਂ ਦੰਮ ॥ ଜୀବର ମନରେ ଧନ-ଦୌଲତ ଭୁଲି ହୁଏନାହିଁ, ବରଂ ଅଧିକରୁ ଧନ ହିଁ ମାଗିଥାଏ।
ਸੋ ਪ੍ਰਭੁ ਚਿਤਿ ਨ ਆਵਈ ਨਾਨਕ ਨਹੀ ਕਰੰਮਿ ॥੧੯॥ ଗୁରୁ ନାନକ କହନ୍ତି ଯେ ଯଦି ଭାଗ୍ୟରେ ମଧ୍ୟ ନଥାଏ, ତାହାକୁ ପ୍ରଭୁ ସ୍ମରଣରେ ଆସନ୍ତି ନାହିଁ||19||
ਤਿਚਰੁ ਮੂਲਿ ਨ ਥੁੜੀਦੋ ਜਿਚਰੁ ਆਪਿ ਕ੍ਰਿਪਾਲੁ ॥ ଯେ ପର୍ଯ୍ୟନ୍ତ ଈଶ୍ଵର କୃପା ରହିଥାଏ, ସେ ପର୍ଯ୍ୟନ୍ତ କୌଣସି ଚିଜର ଅଭାବ ରହେ ନାହିଁ।
ਸਬਦੁ ਅਖੁਟੁ ਬਾਬਾ ਨਾਨਕਾ ਖਾਹਿ ਖਰਚਿ ਧਨੁ ਮਾਲੁ ॥੨੦॥ ନାନକ କହନ୍ତି ଯେ ଶବ୍ଦ-ପ୍ରଭୁ ଅକ୍ଷୁଣ୍ଣ ଭଣ୍ଡାର ଅଟନ୍ତି, ଏହି ଧନକୁ ସ୍ଵେଚ୍ଛାରେ ଖର୍ଚ୍ଚ/ଉପଯୋଗ କରାଯାଇ ପାରେ|20||
ਖੰਭ ਵਿਕਾਂਦੜੇ ਜੇ ਲਹਾਂ ਘਿੰਨਾ ਸਾਵੀ ਤੋਲਿ ॥ ଯଦି ଡେଣା ବିକ୍ରି ହେଉଅଛି, ତାହାକୁ ପର୍ଯ୍ୟାପ୍ତ ମୂଲ୍ୟରେ କ୍ରୟ କରିନେବି।
ਤੰਨਿ ਜੜਾਂਈ ਆਪਣੈ ਲਹਾਂ ਸੁ ਸਜਣੁ ਟੋਲਿ ॥੨੧॥ ତାହାକୁ ନିଜ ଶରୀରରେ ଲଗାଇ ନିଜ ପ୍ରଭୁଙ୍କୁ ସନ୍ଧାନ କରିନେବି||21||
ਸਜਣੁ ਸਚਾ ਪਾਤਿਸਾਹੁ ਸਿਰਿ ਸਾਹਾਂ ਦੈ ਸਾਹੁ ॥ ମୋର ସଜ୍ଜନ ପ୍ରଭୁ ହିଁ ସଚ୍ଚା ବାଦଶାହ ଅଟନ୍ତି, ସେ ଶାହ ଠାରୁ ମଧ୍ୟ ବଡ ଅଟନ୍ତି।
ਜਿਸੁ ਪਾਸਿ ਬਹਿਠਿਆ ਸੋਹੀਐ ਸਭਨਾਂ ਦਾ ਵੇਸਾਹੁ ॥੨੨॥ ତାହାଙ୍କ ନିକଟରେ ବସିବା ମାତ୍ରେ ହିଁ ଶୋଭା ପ୍ରାପ୍ତ ହୋଇଥାଏ, ସବୁ ଲୋକମାନେ ତାହାଙ୍କ ଭରସାରେ ହିଁ ରହିଥାନ୍ତି। ||22||
ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕ ਮਹਲਾ ੯ ॥ ଶ୍ଳୋକ ମହଲା 6॥
ਗੁਨ ਗੋਬਿੰਦ ਗਾਇਓ ਨਹੀ ਜਨਮੁ ਅਕਾਰਥ ਕੀਨੁ ॥ ହେ ଭାଇ! ତୁମେ ଗୋବିନ୍ଦଙ୍କ ଗୁଣଗାନ କରି ନାହଁ, ନିଜ ଜୀବନ ବେକାରରେ ହରାଇ ଦେଇଛ।
ਕਹੁ ਨਾਨਕ ਹਰਿ ਭਜੁ ਮਨਾ ਜਿਹ ਬਿਧਿ ਜਲ ਕਉ ਮੀਨੁ ॥੧॥ ଗୁରୁ ନାନକ ନିର୍ଦ୍ଦେଶ କରନ୍ତି ଯେ ହେ ମନ! ଏହିଭଳି ପରମାତ୍ମାଙ୍କ ଭଜନ କର, ଯେପରି ମାଛ ପାଣିରେ ଲୀନ ରହିଥାଏ||1||
ਬਿਖਿਅਨ ਸਿਉ ਕਾਹੇ ਰਚਿਓ ਨਿਮਖ ਨ ਹੋਹਿ ਉਦਾਸੁ ॥ ହେ ଭାଇ! କାହିଁକି ବିକାରରେ ଲୀନ ହେଉଅଛ, ତୁମେ ତାହା ଠାରୁ ଏକ କ୍ଷଣ ପାଇଁ ଅଲଗା ହେଉ ନାହଁ।
ਕਹੁ ਨਾਨਕ ਭਜੁ ਹਰਿ ਮਨਾ ਪਰੈ ਨ ਜਮ ਕੀ ਫਾਸ ॥੨॥ ଗୁରୁ ନାନକ କହନ୍ତି ଯେ ହେ ମନ! ଭଗବାନଙ୍କ ଭଜନ କର, ଯମର ଫାଶ ପଡିବ ନାହିଁ||2||
ਤਰਨਾਪੋ ਇਉ ਹੀ ਗਇਓ ਲੀਓ ਜਰਾ ਤਨੁ ਜੀਤਿ ॥ ତୁମର ଯୌବନ ଏପରି ଚାଲି ଯାଇଛି, ବାର୍ଦ୍ଧକ୍ୟ ତନର କବଜା କରି ନେଇଛି।
ਕਹੁ ਨਾਨਕ ਭਜੁ ਹਰਿ ਮਨਾ ਅਉਧ ਜਾਤੁ ਹੈ ਬੀਤਿ ॥੩॥ ଗୁରୁ ନାନକ କହନ୍ତି ହେ ମନ! ଈଶ୍ଵରଙ୍କ ଭଜନ କରିନିଅ, ସମୟ ଅତିବାହିତ ହେଉଅଛି||3||
ਬਿਰਧਿ ਭਇਓ ਸੂਝੈ ਨਹੀ ਕਾਲੁ ਪਹੂਚਿਓ ਆਨਿ ॥ ବୃଦ୍ଧ ହୋଇ ଯାଇଛି, କୌଣସି ହୋସ ନାହିଁ, ମସ୍ତକ ଉପରେ ମୃତ୍ୟୁ ଝୁଲି ରହିଛି।
ਕਹੁ ਨਾਨਕ ਨਰ ਬਾਵਰੇ ਕਿਉ ਨ ਭਜੈ ਭਗਵਾਨੁ ॥੪॥ ଗୁରୁ ନାନକ କହନ୍ତି ଯେ ହେ ବାଉଳା ନର! ବର୍ତ୍ତମାନ ମଧ୍ୟ ତୁମେ ଭଗବାନଙ୍କ ଭଜନ କରି ନାହଁ କାହିଁକି?||4||
ਧਨੁ ਦਾਰਾ ਸੰਪਤਿ ਸਗਲ ਜਿਨਿ ਅਪੁਨੀ ਕਰਿ ਮਾਨਿ ॥ ହେ ଭାଇ! ଧନ-ଦୌଲତ, ପତ୍ନୀ ଏବଂ ସଂପୂର୍ଣ୍ଣ ସମ୍ପତ୍ତିକୁ ଯେପରି ତୁମେ ନିଜର ମାନି ନେଇଥିଲ।
ਇਨ ਮੈ ਕਛੁ ਸੰਗੀ ਨਹੀ ਨਾਨਕ ਸਾਚੀ ਜਾਨਿ ॥੫॥ ନାନକଙ୍କ ସଚ୍ଚା କଥା ମାନି ନିଅ ଯେ ଏଥିରେ କେହି ତୋ'ର ସାଥି ନାହାନ୍ତି||5||
ਪਤਿਤ ਉਧਾਰਨ ਭੈ ਹਰਨ ਹਰਿ ਅਨਾਥ ਕੇ ਨਾਥ ॥ ଈଶ୍ଵର ପତିତ ଜୀବର ଉଦ୍ଧାର କରିବା ବାଲା ଅଟନ୍ତି, ଭୟଭଞ୍ଜନ ଏବଂ ଅନାଥର ନାଥ ଅଟନ୍ତି।
ਕਹੁ ਨਾਨਕ ਤਿਹ ਜਾਨੀਐ ਸਦਾ ਬਸਤੁ ਤੁਮ ਸਾਥਿ ॥੬॥ ଗୁରୁ ନାନକ କହନ୍ତି ଯେ ଏହା ଭାବି ନିଅ ଯେ ସେ ସର୍ବଦା ତୁମର ସାଥିରେ ରହିଥାନ୍ତି||6||
ਤਨੁ ਧਨੁ ਜਿਹ ਤੋ ਕਉ ਦੀਓ ਤਾਂ ਸਿਉ ਨੇਹੁ ਨ ਕੀਨ ॥ ଯେଉଁ ଭଗବାନ ତୋତେ ସୁନ୍ଦର ତନ-ଧନ ଦେଇଛନ୍ତି, ତାହାଙ୍କ ସହିତ କରି ନାହିଁ।
ਕਹੁ ਨਾਨਕ ਨਰ ਬਾਵਰੇ ਅਬ ਕਿਉ ਡੋਲਤ ਦੀਨ ॥੭॥ ଗୁରୁ ନାନକ କହନ୍ତି ଯେ ହେ ବାଉଳା ନର! ବର୍ତ୍ତମାନ ଦୀନ ହୋଇ କାହିଁକି ବିଚଳିତ ହେଉଛୁ॥7
ਤਨੁ ਧਨੁ ਸੰਪੈ ਸੁਖ ਦੀਓ ਅਰੁ ਜਿਹ ਨੀਕੇ ਧਾਮ ॥ ଯେଉଁ ପରମେଶ୍ଵର ଶରୀର, ଧନ-ସମ୍ପତ୍ତି, ସୁଖ-ସୁବିଧା ଆଉ ରହିବା ପାଇଁ ଘର ଦେଇଛନ୍ତି।
ਕਹੁ ਨਾਨਕ ਸੁਨੁ ਰੇ ਮਨਾ ਸਿਮਰਤ ਕਾਹਿ ਨ ਰਾਮੁ ॥੮॥ ଗୁରୁ ନାନକ କହନ୍ତି ଯେ ହେ ମନ! ସେହି ରାମଙ୍କ ସ୍ମରଣ କାହିଁକି କରି ନାହଁ||8||
ਸਭ ਸੁਖ ਦਾਤਾ ਰਾਮੁ ਹੈ ਦੂਸਰ ਨਾਹਿਨ ਕੋਇ ॥ ପରମାତ୍ମା ସବୁ ସୁଖ ଦେବା ବାଲା ଅଟନ୍ତି, ତାହାଙ୍କ ଅତିରିକ୍ତ ଆଉ କେହି ନାହାନ୍ତି।
ਕਹੁ ਨਾਨਕ ਸੁਨਿ ਰੇ ਮਨਾ ਤਿਹ ਸਿਮਰਤ ਗਤਿ ਹੋਇ ॥੯॥ ଗୁରୁ ନାନକ କହନ୍ତି ଯେ ହେ ମନ! ତାହାଙ୍କ ସ୍ମରଣ କରିବା ଦ୍ଵାରା ହିଁ ମୁକ୍ତି ହୋଇଯାଏ||9||
error: Content is protected !!
Scroll to Top