Page 1424
ਸਤਿਗੁਰ ਵਿਚਿ ਅੰਮ੍ਰਿਤ ਨਾਮੁ ਹੈ ਅੰਮ੍ਰਿਤੁ ਕਹੈ ਕਹਾਇ ॥
ଅମୃତମୟ ଭଗବତ ନାମ ଗୁରୁଙ୍କ ଠାରେ ହିଁ ଅଛି, ସେ ନାମାମୃତର କୀର୍ତ୍ତନ କରିଥାନ୍ତି ଆଉ ଜିଜ୍ଞାସୁଙ୍କ ଦ୍ଵାରା ମଧ୍ୟ ନାମର ସଙ୍କୀର୍ତ୍ତନ କରାଇ ଥାଆନ୍ତି।
ਗੁਰਮਤੀ ਨਾਮੁ ਨਿਰਮਲੋੁ ਨਿਰਮਲ ਨਾਮੁ ਧਿਆਇ ॥
ଗୁରୁଙ୍କ ମତ ଯେ ପରମାତ୍ମାଙ୍କ ନାମ ନିର୍ମଳ ସାଗର ଅଟେ, ଏଣୁ ନିର୍ମଳ ନାମର ଭଜନ କର।
ਅੰਮ੍ਰਿਤ ਬਾਣੀ ਤਤੁ ਹੈ ਗੁਰਮੁਖਿ ਵਸੈ ਮਨਿ ਆਇ ॥
ଏହି ଅମୃତ ବାଣୀ ଗୁରୁଙ୍କ ଦ୍ଵାରା ମନରେ ବାସ କରିଥାଏ,
ਹਿਰਦੈ ਕਮਲੁ ਪਰਗਾਸਿਆ ਜੋਤੀ ਜੋਤਿ ਮਿਲਾਇ ॥
ଯାହାଦ୍ୱାରା ହୃଦୟ-କମଳ ପ୍ରକାଶମୟ ହୋଇଯାଏ ଆଉ ଆତ୍ମ-ଜ୍ୟୋତି ପରମ-ଜ୍ୟୋତିରେ ବିଲୀନ ହୋଇଯାଏ।
ਨਾਨਕ ਸਤਿਗੁਰੁ ਤਿਨ ਕਉ ਮੇਲਿਓਨੁ ਜਿਨ ਧੁਰਿ ਮਸਤਕਿ ਭਾਗੁ ਲਿਖਾਇ ॥੨੫॥|
ଗୁରୁ ନାନକ କହନ୍ତି- ସଚ୍ଚା ଗୁରୁଙ୍କ ସହିତ ମିଳନ ତାହାର ହୋଇଥାଏ, ଯାହାର କପାଳରେ ଭାଗ୍ୟ ଲେଖା ହୋଇଥାଏ||25||
ਅੰਦਰਿ ਤਿਸਨਾ ਅਗਿ ਹੈ ਮਨਮੁਖ ਭੁਖ ਨ ਜਾਇ ॥
ସ୍ଵେଚ୍ଛାଚାରୀର ଅନ୍ତର୍ମନରେ ତୃଷ୍ଣାର ଅଗ୍ନି ଲାଗି ରହିଥାଏ ଆଉ ତାହାର କାମନା ଦୂର ହୁଏନାହିଁ।
ਮੋਹੁ ਕੁਟੰਬੁ ਸਭੁ ਕੂੜੁ ਹੈ ਕੂੜਿ ਰਹਿਆ ਲਪਟਾਇ ॥
ପରିବାର ସହିତ ମୋହ ମିଥ୍ୟା ଅଟେ, କିନ୍ତୁ ସେ ଏହି ମିଥ୍ୟାରେ ଲିପ୍ତ ରହିଥାଏ।
ਅਨਦਿਨੁ ਚਿੰਤਾ ਚਿੰਤਵੈ ਚਿੰਤਾ ਬਧਾ ਜਾਇ ॥
ସେ ପ୍ରତିଦିନ ଚିନ୍ତିତ ରହିଥାଏ ଆଉ ସଂସାରର ଚିନ୍ତାରେ ଫସି ଯାଇଥାଏ।
ਜੰਮਣੁ ਮਰਣੁ ਨ ਚੁਕਈ ਹਉਮੈ ਕਰਮ ਕਮਾਇ ॥
ଅହଂକାରରେ ସେ ଅହଙ୍କାରଯୁକ୍ତ କର୍ମ କରିଥାଏ, ଯେଉଁ କାରଣରୁ ତାହାର ଜନ୍ମ-ମରଣ ଦୂର ହୁଏନାହିଁ।
ਗੁਰ ਸਰਣਾਈ ਉਬਰੈ ਨਾਨਕ ਲਏ ਛਡਾਇ ॥੨੬॥
ଗୁରୁ ନାନକ କହନ୍ତି ଯେ ଗୁରୁଙ୍କ ଶରଣ ନେବା ଦ୍ଵାରା ମନମୁଖୀ ମଧ୍ୟ ମୁକ୍ତି ପାଇଯାଏ, ଗୁରୁ ତାହାକୁ ସଂସାରର ବନ୍ଧନରୁ ମୁକ୍ତ କରିଥାନ୍ତି||26||
ਸਤਿਗੁਰ ਪੁਰਖੁ ਹਰਿ ਧਿਆਇਦਾ ਸਤਸੰਗਤਿ ਸਤਿਗੁਰ ਭਾਇ ॥
ଗୁରୁଙ୍କ ସତସଙ୍ଗରେ ଶ୍ରଦ୍ଧା-ଭାବ ସହିତ ପରମାତ୍ମାଙ୍କ ଭଜନ ଗାନ ହୋଇଥାଏ।
ਸਤਸੰਗਤਿ ਸਤਿਗੁਰ ਸੇਵਦੇ ਹਰਿ ਮੇਲੇ ਗੁਰੁ ਮੇਲਾਇ ॥
ଯିଏ ସତସଙ୍ଗରେ ଗୁରୁଙ୍କ ସେବା କରିଥାଏ, ଗୁରୁ ତାହାକୁ ପରମାତ୍ମାଙ୍କ ସହିତ ମିଳନ କରାଇ ଦେଇଥାନ୍ତି।
ਏਹੁ ਭਉਜਲੁ ਜਗਤੁ ਸੰਸਾਰੁ ਹੈ ਗੁਰੁ ਬੋਹਿਥੁ ਨਾਮਿ ਤਰਾਇ ॥
ଏହି ସଂସାର ଭୟାନକ ଦୁର୍ଗମ୍ୟ ସାଗର ଅଟେ, ଗୁରୁ ଜାହାଜ ଅଟନ୍ତି ଆଉ ହରିନାମ ହିଁ ପାର କରାଇବା ବାଲା ଅଟେ।
ਗੁਰਸਿਖੀ ਭਾਣਾ ਮੰਨਿਆ ਗੁਰੁ ਪੂਰਾ ਪਾਰਿ ਲੰਘਾਇ ॥
ଗୁରୁଙ୍କ ଶିଷ୍ୟ ଗୁରୁଙ୍କ ହୁକୁମକୁ ମାନି ନେଇଥାଏ ଆଉ ପୂର୍ଣ୍ଣ ଗୁରୁ ତାହାକୁ ପାର କରାଇ ଦେଇଥାନ୍ତି।
ਗੁਰਸਿਖਾਂ ਕੀ ਹਰਿ ਧੂੜਿ ਦੇਹਿ ਹਮ ਪਾਪੀ ਭੀ ਗਤਿ ਪਾਂਹਿ ॥
ହେ ହରି! ଆମକୁ ମଧ୍ୟ ଗୁରୁଙ୍କ ଶିଷ୍ୟର ଚରଣ-ଧୂଳି ପ୍ରଦାନ କର, ଯେପରି ଆମ ଭଳି ପାପୀ ମଧ୍ୟ ମୁକ୍ତି ପାଇ ପାରିବୁ।
ਧੁਰਿ ਮਸਤਕਿ ਹਰਿ ਪ੍ਰਭ ਲਿਖਿਆ ਗੁਰ ਨਾਨਕ ਮਿਲਿਆ ਆਇ ॥
ଗୁରୁ ନାନକ କହନ୍ତି- ପ୍ରଭୁ ଯାହାର କପାଳରେ ଭାଗ୍ୟ ଲେଖିଛନ୍ତି, ତାହାକୁ ଗୁରୁ ମିଳି ଯାଇଛନ୍ତି।
ਜਮਕੰਕਰ ਮਾਰਿ ਬਿਦਾਰਿਅਨੁ ਹਰਿ ਦਰਗਹ ਲਏ ਛਡਾਇ ॥
ସେ ଯମଦୂତକୁ ମାରି ତଡି ଦେଇଥାନ୍ତି ଆଉ ପ୍ରଭୁ-ଦରବାରରେ ରକ୍ଷା କରିଥାନ୍ତି।
ਗੁਰਸਿਖਾ ਨੋ ਸਾਬਾਸਿ ਹੈ ਹਰਿ ਤੁਠਾ ਮੇਲਿ ਮਿਲਾਇ ॥੨੭॥
ଗୁରୁଙ୍କ ଶିଷ୍ୟକୁ ସାବାସ ଅଟେ, ଯାହାକୁ ପରମେଶ୍ଵର ପ୍ରସନ୍ନ ହୋଇ ମିଳାଇ ନେଇଥାନ୍ତି||27||
ਗੁਰਿ ਪੂਰੈ ਹਰਿ ਨਾਮੁ ਦਿੜਾਇਆ ਜਿਨਿ ਵਿਚਹੁ ਭਰਮੁ ਚੁਕਾਇਆ ॥
ସେହି ପୂର୍ଣ୍ଣ ଗୁରୁ ପରମାତ୍ମାଙ୍କ ନାମ ସ୍ମରଣ କରାଇ ଥାଆନ୍ତି, ଯିଏ ମନରୁ ଭ୍ରମ ଦୂର କରି ଦେଇଥାନ୍ତି।
ਰਾਮ ਨਾਮੁ ਹਰਿ ਕੀਰਤਿ ਗਾਇ ਕਰਿ ਚਾਨਣੁ ਮਗੁ ਦੇਖਾਇਆ ॥
ଈଶ୍ଵରଙ୍କ କୀର୍ତ୍ତିଗାନ କରିବା ଦ୍ଵାରା ଆମକୁ ସତମାର୍ଗ ମିଳି ଯାଇଛି।
ਹਉਮੈ ਮਾਰਿ ਏਕ ਲਿਵ ਲਾਗੀ ਅੰਤਰਿ ਨਾਮੁ ਵਸਾਇਆ ॥
ଅହଂକୁ ନିୟନ୍ତ୍ରଣ କରି ଆମେ ଏକ ପ୍ରଭୁଙ୍କ ଠାରେ ଲଗ୍ନ ଲଗାଇଛୁ ଆଉ ମନରେ ହରିନାମକୁ ସ୍ଥାପନ କରିଛୁ।
ਗੁਰਮਤੀ ਜਮੁ ਜੋਹਿ ਨ ਸਕੈ ਸਚੈ ਨਾਇ ਸਮਾਇਆ ॥
ଗୁରୁ ମତ ଅନୁସାରେ ହରିନାମରେ ଲୀନ ହେବା ଦ୍ଵାରା ଯମ ମଧ୍ୟ ଅଶୁଭ ଦୃଷ୍ଟିରେ ଦେଖେ ନାହିଁ।
ਸਭੁ ਆਪੇ ਆਪਿ ਵਰਤੈ ਕਰਤਾ ਜੋ ਭਾਵੈ ਸੋ ਨਾਇ ਲਾਇਆ ॥
ଈଶ୍ଵର ହିଁ ସବୁ କରିବା ବାଲା ଅଟନ୍ତି, ଯେତେବେଳେ ତାହାଙ୍କୁ ଠିକ ଲାଗିଥାଏ, ନାମ-କୀର୍ତ୍ତନରେ ଲଗାଇ ଦେଇଥାନ୍ତି।
ਜਨ ਨਾਨਕੁ ਨਾਉ ਲਏ ਤਾਂ ਜੀਵੈ ਬਿਨੁ ਨਾਵੈ ਖਿਨੁ ਮਰਿ ਜਾਇਆ ॥੨੮॥
ଗୁରୁ ନାନକ କହନ୍ତି ଯେ ହରିନାମ ଜପ କରି ହିଁ ଆମକୁ ଜୀବନ ମିଳିଅଛି, ଅନ୍ୟଥା ହରିନାମ ବିନା ଏକ କ୍ଷଣରେ ମରି ଯାଇଥାଏ||28||
ਮਨ ਅੰਤਰਿ ਹਉਮੈ ਰੋਗੁ ਭ੍ਰਮਿ ਭੂਲੇ ਹਉਮੈ ਸਾਕਤ ਦੁਰਜਨਾ ॥
ଦୁଷ୍ଟ ମାୟାବୀ ପୁରୁଷର ମନରେ ଅହଂକାରର ରୋଗ ଲାଗି ରହିଥାଏ ଆଉ ଅହଂକାର କାରଣରୁ ଭ୍ରମରେ ରହିଥାଏ।
ਨਾਨਕ ਰੋਗੁ ਗਵਾਇ ਮਿਲਿ ਸਤਿਗੁਰ ਸਾਧੂ ਸਜਣਾ ॥੨੯॥
ଗୁରୁ ନାନକ କହନ୍ତି- ଯେତେବେଳେ ସଦଗୁରୁ, ସାଧୁ ସଜ୍ଜନଙ୍କ ସହିତ ସାକ୍ଷାତ ହୋଇଥାଏ, ଏହି ରୋଗ ଦୂର ହୋଇଯାଏ||29||
ਗੁਰਮਤੀ ਹਰਿ ਹਰਿ ਬੋਲੇ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ଜୀବ-ସ୍ତ୍ରୀ ପ୍ରଭୁଙ୍କ ଭଜନ କରିଥାଏ।
ਹਰਿ ਪ੍ਰੇਮਿ ਕਸਾਈ ਦਿਨਸੁ ਰਾਤਿ ਹਰਿ ਰਤੀ ਹਰਿ ਰੰਗਿ ਚੋਲੇ ॥
ସେ ଦିନରାତି ପ୍ରଭୁଙ୍କ ପ୍ରେମରେ ଆକର୍ଷିତ ରହିଥାଏ ଏବଂ ପ୍ରଭୁ-ରଙ୍ଗରେ ଲୀନ ରହିଥାଏ।
ਹਰਿ ਜੈਸਾ ਪੁਰਖੁ ਨ ਲਭਈ ਸਭੁ ਦੇਖਿਆ ਜਗਤੁ ਮੈ ਟੋਲੇ ॥
ମୁଁ ସଂପୂର୍ଣ୍ଣ ଜଗତ ସନ୍ଧାନ କରି ଦେଖି ନେଇଛି, ପରନ୍ତୁ ଈଶ୍ଵରଙ୍କ ଭଳି ପରମ ପୁରୁଷ କେଉଁଠି ଦେଖି ନାହିଁ।
ਗੁਰ ਸਤਿਗੁਰਿ ਨਾਮੁ ਦਿੜਾਇਆ ਮਨੁ ਅਨਤ ਨ ਕਾਹੂ ਡੋਲੇ ॥
ଗୁରୁ ପରମାତ୍ମାଙ୍କ ନାମ ଜପ କରାଇ ଥାଆନ୍ତି, ମନ କେଉଁଠି ମଧ୍ୟ ବିଚଳିତ ହୁଏନାହିଁ।
ਜਨ ਨਾਨਕੁ ਹਰਿ ਕਾ ਦਾਸੁ ਹੈ ਗੁਰ ਸਤਿਗੁਰ ਕੇ ਗੁਲ ਗੋਲੇ ॥੩੦॥
ଗୁରୁ ନାନକ କହନ୍ତି ଯେ ଆମେ ହରିଙ୍କ ଅନନ୍ୟ ଭକ୍ତ ଅଟୁ ଆଉ ନିଜକୁ ଗୁରୁ-ସଦଗୁରୁଙ୍କ ସେବକ ମାନିଥାଉ||30||