Guru Granth Sahib Translation Project

guru granth sahib odia page-1422

Page 1422

ਹਉ ਜੀਉ ਕਰੀ ਤਿਸ ਵਿਟਉ ਚਉ ਖੰਨੀਐ ਜੋ ਮੈ ਪਿਰੀ ਦਿਖਾਵਏ ॥ ମୁଁ ନିଜ ପ୍ରାଣ ମଧ୍ୟ ତାହାଙ୍କୁ ସମର୍ପଣ କରିବାକୁ ପ୍ରସ୍ତୁତ ଅଛି, ଯିଏ ମୋତେ ପ୍ରଭୁଙ୍କ ଦର୍ଶନ କରାଇ ଦେବ।
ਨਾਨਕ ਹਰਿ ਹੋਇ ਦਇਆਲੁ ਤਾਂ ਗੁਰੁ ਪੂਰਾ ਮੇਲਾਵਏ ॥੫॥ ଗୁରୁ ନାନକ କହନ୍ତି- ଯେତେବେଳେ ପରମାତ୍ମା ଦୟାଳୁ ହୋଇଥାନ୍ତି, ପୂର୍ଣ୍ଣ ଗୁରୁଙ୍କ ସହିତ ମିଳାଇ ଦେଇଥାନ୍ତି||5||
ਅੰਤਰਿ ਜੋਰੁ ਹਉਮੈ ਤਨਿ ਮਾਇਆ ਕੂੜੀ ਆਵੈ ਜਾਇ ॥ ଆମର ମନରେ ଅହଙ୍କାରର ବଳ ଅଛି, ତନରେ ମିଥ୍ୟା ମାୟା ଘର କରିଅଛି, ଏହା ଯୋଗୁଁ ଜନ୍ମ-ମରଣ ଚକ୍ର ଚାଲିଥାଏ।
ਸਤਿਗੁਰ ਕਾ ਫੁਰਮਾਇਆ ਮੰਨਿ ਨ ਸਕੀ ਦੁਤਰੁ ਤਰਿਆ ਨ ਜਾਇ ॥ ଗୁରୁଙ୍କ ଉପଦେଶ ଆମ ଲୋକମାନେ ମାନନ୍ତି ନାହିଁ, ଏଣୁ କଠିନ ଭବସାଗରରୁ ପାର କରି ପାରନ୍ତି ନାହିଁ।
ਨਦਰਿ ਕਰੇ ਜਿਸੁ ਆਪਣੀ ਸੋ ਚਲੈ ਸਤਿਗੁਰ ਭਾਇ ॥ ଯାହା ଉପରେ ଈଶ୍ଵର ନିଜ କୃପା କରିଥାନ୍ତି, ସେ ହିଁ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିଥାଏ।
ਸਤਿਗੁਰ ਕਾ ਦਰਸਨੁ ਸਫਲੁ ਹੈ ਜੋ ਇਛੈ ਸੋ ਫਲੁ ਪਾਇ ॥ ଗୁରୁଙ୍କ ଦର୍ଶନ ଫଳପ୍ରଦ-ସଫଳ ଅଟେ, ଯାହା କାମନା ହୋଇଥାଏ, ସେହି ଫଳ ପ୍ରାପ୍ତ ହୋଇଯାଏ।
ਜਿਨੀ ਸਤਿਗੁਰੁ ਮੰਨਿਆਂ ਹਉ ਤਿਨ ਕੇ ਲਾਗਉ ਪਾਇ ॥ ଯିଏ ଗୁରୁଙ୍କ ବନ୍ଦନା ଏବଂ ମନନ କରିଛନ୍ତି, ମୁଁ ତାହାଙ୍କ ପାଦ ତଳେ ପଡିଥାଏ।
ਨਾਨਕੁ ਤਾ ਕਾ ਦਾਸੁ ਹੈ ਜਿ ਅਨਦਿਨੁ ਰਹੈ ਲਿਵ ਲਾਇ ॥੬॥ ଗୁରୁ ନାନକ କହନ୍ତି- ଆମେ ତାହାଙ୍କ ଦାସ ହେବା ଯୋଗ୍ୟ ଅଟୁ, ଯିଏ ଦିନ-ରାତି ପ୍ରଭୁ-ଧ୍ୟାନରେ ଲୀନ ରହିଥାଏ||6||
ਜਿਨਾ ਪਿਰੀ ਪਿਆਰੁ ਬਿਨੁ ਦਰਸਨ ਕਿਉ ਤ੍ਰਿਪਤੀਐ ॥ ଈଶ୍ଵରଙ୍କ ସହିତ ଯାହାର ପ୍ରେମ ରହିଥାଏ, ସେ ଦର୍ଶନ ବିନା କିପରି ତୃପ୍ତ ହୋଇ ପାରିବ।
ਨਾਨਕ ਮਿਲੇ ਸੁਭਾਇ ਗੁਰਮੁਖਿ ਇਹੁ ਮਨੁ ਰਹਸੀਐ ॥੭॥ ହେ ନାନକ! ଗୁରୁଙ୍କ ଦ୍ଵାରା ସେ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ସହିତ ମିଳନ କରିଥାଏ ଆଉ ତାହାର ମନ ପ୍ରସନ୍ନ ହୋଇଯାଏ||7||
ਜਿਨਾ ਪਿਰੀ ਪਿਆਰੁ ਕਿਉ ਜੀਵਨਿ ਪਿਰ ਬਾਹਰੇ ॥ ପରମେଶ୍ଵରଙ୍କ ସହିତ ଯାହାର ପ୍ରେମ ଲାଗି ରହିଛି, ସେ ତାହାଙ୍କ ବିନା କିପରି ରହି ପାରିବ।
ਜਾਂ ਸਹੁ ਦੇਖਨਿ ਆਪਣਾ ਨਾਨਕ ਥੀਵਨਿ ਭੀ ਹਰੇ ॥੮॥ ହେ ନାନକ! ଯେତେବେଳେ ସେ ପ୍ରଭୁଙ୍କ ଦର୍ଶନ କରିବା ମାତ୍ରେ ମନ ପ୍ରସନ୍ନ ହୋଇ ଉଠିଥାଏ||8||
ਜਿਨਾ ਗੁਰਮੁਖਿ ਅੰਦਰਿ ਨੇਹੁ ਤੈ ਪ੍ਰੀਤਮ ਸਚੈ ਲਾਇਆ ॥ ହେ ସଚ୍ଚା ପ୍ରଭୁ! ଯେଉଁ ଗୁରୁମୁଖୀ ଜିଜ୍ଞାସୁର ହୃଦୟରେ ତୁ ନିଜ ପ୍ରେମ ଲଗାଇଛୁ।
ਰਾਤੀ ਅਤੈ ਡੇਹੁ ਨਾਨਕ ਪ੍ਰੇਮਿ ਸਮਾਇਆ ॥੯॥ ଗୁରୁ ନାନକ କଥନ କରନ୍ତି ଯେ ସେ ଦିନ-ରାତି ପ୍ରେମ-ଭକ୍ତିରେ ଲୀନ ରହିଥାଏ||9||
ਗੁਰਮੁਖਿ ਸਚੀ ਆਸਕੀ ਜਿਤੁ ਪ੍ਰੀਤਮੁ ਸਚਾ ਪਾਈਐ ॥ ଗୁରୁମୁଖୀର ହୃଦୟରେ ସଚ୍ଚା ପ୍ରେମ ଲାଗି ରହିଛି, ଯେଉଁ କାରଣରୁ ପ୍ରିୟତମ ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ।
ਅਨਦਿਨੁ ਰਹਹਿ ਅਨੰਦਿ ਨਾਨਕ ਸਹਜਿ ਸਮਾਈਐ ॥੧੦॥ ଗୁରୁ ନାନକ କହନ୍ତି ଯେ ସେ ଦିନରାତି ଆନନ୍ଦମୟ ରହିଥାନ୍ତି, ସ୍ଵାଭାବିକ ସୁଖରେ ସମାହିତ ହୋଇଯାନ୍ତି||10||
ਸਚਾ ਪ੍ਰੇਮ ਪਿਆਰੁ ਗੁਰ ਪੂਰੇ ਤੇ ਪਾਈਐ ॥ ସଚ୍ଚା ପ୍ରେମ ମଧ୍ୟ ପୂର୍ଣ୍ଣ ଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଥାଏ।
ਕਬਹੂ ਨ ਹੋਵੈ ਭੰਗੁ ਨਾਨਕ ਹਰਿ ਗੁਣ ਗਾਈਐ ॥੧੧॥ ହେ ନାନକ! ଏପରି ପ୍ରେମ କେବେ ଭାଙ୍ଗେ ନାହିଁ ଆଉ ସର୍ବଦା ଈଶ୍ଵରଙ୍କ ଗୁଣଗାନ ହୋଇଥାଏ||11||
ਜਿਨ੍ਹ੍ਹਾ ਅੰਦਰਿ ਸਚਾ ਨੇਹੁ ਕਿਉ ਜੀਵਨ੍ਹ੍ਹਿ ਪਿਰੀ ਵਿਹੂਣਿਆ ॥ ଯାହାର ପ୍ରେମରେ ସଚ୍ଚା ପ୍ରେମ ଲାଗିଯାଏ, ସେ ପ୍ରଭୁ ବିହୀନ ହୋଇ କିପରି ବଞ୍ଚି ପାରିବ।
ਗੁਰਮੁਖਿ ਮੇਲੇ ਆਪਿ ਨਾਨਕ ਚਿਰੀ ਵਿਛੁੰਨਿਆ ॥੧੨॥ ଗୁରୁ ନାନକ କହନ୍ତି ଯେ ବିଚ୍ଛେଦ ହୋଇଥିବା ମିଳନ ଗୁରୁ ଦ୍ଵାରା ହିଁ ହୋଇଥାଏ||12||
ਜਿਨ ਕਉ ਪ੍ਰੇਮ ਪਿਆਰੁ ਤਉ ਆਪੇ ਲਾਇਆ ਕਰਮੁ ਕਰਿ ॥ ହେ ପ୍ରଭୁ! ଯେଉଁ ଭକ୍ତର ପ୍ରେମ ତୋ' ସହିତ ରହିଛି, ତାହା ମଧ୍ୟ ତୁ କୃପା କରି ଲଗାଇଛୁ।
ਨਾਨਕ ਲੇਹੁ ਮਿਲਾਇ ਮੈ ਜਾਚਿਕ ਦੀਜੈ ਨਾਮੁ ਹਰਿ ॥੧੩॥ ନାନକ ବିନତି କରନ୍ତି ଯେ ମୋ' ଭଳି ଯାଚକକୁ ହରିନାମ ଦେଇ ନିଜ ଚରଣରେ ମିଳନ କରାଇ ଦିଅ||13||
ਗੁਰਮੁਖਿ ਹਸੈ ਗੁਰਮੁਖਿ ਰੋਵੈ ॥ ଗୁରୁମୁଖୀ ଭକ୍ତିର ଆନନ୍ଦରେ ଖୁସିରେ ଥାଏ ଆଉ ପ୍ରଭୁ-ବିୟୋଗ କାରଣରୁ ରୋଦନ କରିଥାଏ।
ਜਿ ਗੁਰਮੁਖਿ ਕਰੇ ਸਾਈ ਭਗਤਿ ਹੋਵੈ ॥ ଯାହା ଗୁରୁମୁଖୀ କରିଥାଏ, ତାହା ହିଁ ଭକ୍ତି ହୋଇଥାଏ।
ਗੁਰਮੁਖਿ ਹੋਵੈ ਸੁ ਕਰੇ ਵੀਚਾਰੁ ॥ ଯିଏ ଗୁରୁମୁଖୀ ହୋଇଯାଏ, ସେ ସତ୍ୟର ଚିନ୍ତନ କରିଥାଏ।
ਗੁਰਮੁਖਿ ਨਾਨਕ ਪਾਵੈ ਪਾਰੁ ॥੧੪॥ ଗୁରୁ ନାନକ କହନ୍ତି ଯେ ଗୁରୁମୁଖୀ ହିଁ ସଂସାର-ସାଗରରୁ ପାର ହୋଇଯାଏ||14||
ਜਿਨਾ ਅੰਦਰਿ ਨਾਮੁ ਨਿਧਾਨੁ ਹੈ ਗੁਰਬਾਣੀ ਵੀਚਾਰਿ ॥ ଯାହାଙ୍କ ହୃଦୟରେ ସୁଖନିଧାନ ହରିନାମ ଥାଏ, ଯିଏ ଗୁରୁଙ୍କ ବାଣୀ ଜପିଥାଏ।
ਤਿਨ ਕੇ ਮੁਖ ਸਦ ਉਜਲੇ ਤਿਤੁ ਸਚੈ ਦਰਬਾਰਿ ॥ ତାହାର ମୁଖ ସଚ୍ଚା ଦରବାରରେ ଉଜ୍ଜଳ ହୋଇଥାଏ।
ਤਿਨ ਬਹਦਿਆ ਉਠਦਿਆ ਕਦੇ ਨ ਵਿਸਰੈ ਜਿ ਆਪਿ ਬਖਸੇ ਕਰਤਾਰਿ ॥ ଉଠିବା-ବସିବା ସମୟରେ କେବେ ମଧ୍ୟ ପରମାତ୍ମାଙ୍କୁ ଭୁଲେ ନାହିଁ, ବାସ୍ତବରେ କର୍ତ୍ତା ତାହାକୁ ସ୍ଵୟଂ ଆଶୀର୍ବାଦ ଦେଇଥାନ୍ତି।
ਨਾਨਕ ਗੁਰਮੁਖਿ ਮਿਲੇ ਨ ਵਿਛੁੜਹਿ ਜਿ ਮੇਲੇ ਸਿਰਜਣਹਾਰਿ ॥੧੫॥ ଗୁରୁ ନାନକ କହନ୍ତି ଯେ ଯାହାକୁ ସ୍ରଷ୍ଟା ନିଜ ଚରଣରେ ମିଳାଇ ନେଇଥାନ୍ତି, ସେହି ଗୁରୁମୁଖୀ ତାହାଙ୍କ ଠାରୁ ବିଚ୍ଛେଦ ହୁଏନାହିଁ||15||
ਗੁਰ ਪੀਰਾਂ ਕੀ ਚਾਕਰੀ ਮਹਾਂ ਕਰੜੀ ਸੁਖ ਸਾਰੁ ॥ ଗୁରୁଙ୍କ ସେବା ବହୁତ କଠିନ ଅଟେ, କିନ୍ତୁ ଏହା ସୁଖଦାୟକ ଅଟେ।
ਨਦਰਿ ਕਰੇ ਜਿਸੁ ਆਪਣੀ ਤਿਸੁ ਲਾਏ ਹੇਤ ਪਿਆਰੁ ॥ ଯାହା ଉପରେ ପ୍ରଭୁ ନିଜ କୃପା କରିଥାନ୍ତି, ତାହାକୁ ସେବା-ପ୍ରେମରେ ଲଗାଇ ଦେଇଥାନ୍ତି।
ਸਤਿਗੁਰ ਕੀ ਸੇਵੈ ਲਗਿਆ ਭਉਜਲੁ ਤਰੈ ਸੰਸਾਰੁ ॥ ଗୁରୁଙ୍କ ସେବାରେ ଲୀନ ହେବା ଦ୍ଵାରା ପ୍ରାଣୀ ସଂସାର ସାଗରରୁ ପାର ହୋଇଯାଏ।
ਮਨ ਚਿੰਦਿਆ ਫਲੁ ਪਾਇਸੀ ਅੰਤਰਿ ਬਿਬੇਕ ਬੀਚਾਰੁ ॥ ସେବା ଦ୍ଵାରା ହୃଦୟରେ ବିବେକ ଓ ଜ୍ଞାନ ଅବସ୍ଥିତ ହୋଇଯାଏ ଆଉ ମନୋବାଞ୍ଛିତ ଫଳର ପ୍ରାପ୍ତି ହୋଇଥାଏ।
ਨਾਨਕ ਸਤਿਗੁਰਿ ਮਿਲਿਐ ਪ੍ਰਭੁ ਪਾਈਐ ਸਭੁ ਦੂਖ ਨਿਵਾਰਣਹਾਰੁ ॥੧੬॥ ଗୁରୁ ନାନକ କହନ୍ତି - ଯେତେବେଳେ ସଚ୍ଚା ଗୁରୁ ମିଳିଯାନ୍ତି, ପ୍ରଭୁ ମଧ୍ୟ ପ୍ରାପ୍ତ ହୋଇଯାନ୍ତି, ଯିଏ ସମସ୍ତ ଦୁଃଖର ନିବାରଣ କରିବା ବାଲା ଅଟନ୍ତି||16||
ਮਨਮੁਖ ਸੇਵਾ ਜੋ ਕਰੇ ਦੂਜੈ ਭਾਇ ਚਿਤੁ ਲਾਇ ॥ ସ୍ଵେଚ୍ଛାଚାରୀ ଦୈତ୍ୟଭାବରେ ବୃତ୍ତି ଲଗାଇ ସେବା କରିଥାଏ,
ਪੁਤੁ ਕਲਤੁ ਕੁਟੰਬੁ ਹੈ ਮਾਇਆ ਮੋਹੁ ਵਧਾਇ ॥ ତାହାର ପୁତ୍ର-ପତ୍ନୀ ଓ ପରିବାର ସହିତ ମାୟା-ମୋହ ବଢିଯାଏ।
ਦਰਗਹਿ ਲੇਖਾ ਮੰਗੀਐ ਕੋਈ ਅੰਤਿ ਨ ਸਕੀ ਛਡਾਇ ॥ ଯେତେବେଳେ ପ୍ରଭୁ-ଦରବାରରେ କର୍ମର ହିସାବ ମଗା ଯାଇଥାଏ, ତାହାକୁ କେହି ମଧ୍ୟ ରକ୍ଷା କରି ପାରନ୍ତି ନାହିଁ।
error: Content is protected !!
Scroll to Top