Page 1417
ਨਾਨਕ ਸਬਦਿ ਮਰੈ ਮਨੁ ਮਾਨੀਐ ਸਾਚੇ ਸਾਚੀ ਸੋਇ ॥੩੩॥
ହେ ନାନକ! ଯିଏ ଶବ୍ଦ ଦ୍ଵାରା ନିଜକୁ ବିକାର ଠାରୁ ନିୟନ୍ତ୍ରିତ କରିଥାଏ, ତାହାର ମନ ସନ୍ତୁଷ୍ଟ ହୋଇଥାଏ ଆଉ ସଚ୍ଚା ଯଶ ପ୍ରାପ୍ତ କରିଥାଏ||33||
ਮਾਇਆ ਮੋਹੁ ਦੁਖੁ ਸਾਗਰੁ ਹੈ ਬਿਖੁ ਦੁਤਰੁ ਤਰਿਆ ਨ ਜਾਇ ॥
ମାୟା-ମୋହ ଦୁଃଖର ଭୟାନକ ସାଗର ଅଟେ, ଏହି କଠିନ ସାଗରରୁ ପାର କରାଯାଇ ପାରେନାହିଁ।
ਮੇਰਾ ਮੇਰਾ ਕਰਦੇ ਪਚਿ ਮੁਏ ਹਉਮੈ ਕਰਤ ਵਿਹਾਇ ॥
ଅହଂ ଭାବ କରି ଅନେକ ଲୋକ ସମାପ୍ତ ହୋଇ ଯାଇଛନ୍ତି ଆଉ ଅଭିମାନରେ ହିଁ ତାହାଙ୍କ ଜୀବନ ଅତିବାହିତ ହୋଇ ଯାଇଛି।
ਮਨਮੁਖਾ ਉਰਵਾਰੁ ਨ ਪਾਰੁ ਹੈ ਅਧ ਵਿਚਿ ਰਹੇ ਲਪਟਾਇ ॥
ଆତ୍ମ-ଅଭିମାନୀ ବ୍ୟକ୍ତିକୁ କୂଳ ମିଳେନାହିଁ ଆଉ ମଝିରେ ରହି ଯାଇଥାଏ।
ਜੋ ਧੁਰਿ ਲਿਖਿਆ ਸੁ ਕਮਾਵਣਾ ਕਰਣਾ ਕਛੂ ਨ ਜਾਇ ॥
ବାସ୍ତବରେ ବିଧାତା ଭାଗ୍ୟରେ ଯାହା ଲେଖି ଦେଇଥାନ୍ତି, ସେ ତାହା କରିଥାଏ।
ਗੁਰਮਤੀ ਗਿਆਨੁ ਰਤਨੁ ਮਨਿ ਵਸੈ ਸਭੁ ਦੇਖਿਆ ਬ੍ਰਹਮੁ ਸੁਭਾਇ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ମନରେ ଜ୍ଞାନ ବାସ କରିଥାଏ ଆଉ ସ୍ଵାଭାବିକ ଭାବରେ ସବୁଠାରେ ବ୍ରହ୍ମ ଦେଖା ଯାଇଥାଏ।
ਨਾਨਕ ਸਤਿਗੁਰਿ ਬੋਹਿਥੈ ਵਡਭਾਗੀ ਚੜੈ ਤੇ ਭਉਜਲਿ ਪਾਰਿ ਲੰਘਾਇ ॥੩੪॥
ହେ ନାନକ! ସଦଗୁରୁ ରୂପୀ ଜାହାଜ ଉପରେ ଭାଗ୍ୟବାନ ହିଁ ଚଢିଥାଏ ଆଉ ସେ ସଂସାର-ସାଗରରୁ ପାର ହୋଇଯାଏ||34||
ਬਿਨੁ ਸਤਿਗੁਰ ਦਾਤਾ ਕੋ ਨਹੀ ਜੋ ਹਰਿ ਨਾਮੁ ਦੇਇ ਆਧਾਰੁ ॥
ଗୁରୁଙ୍କ ବିନା କେହି ଦାତା ନାହାନ୍ତି, ଯିଏ ହରିନାମର ଆଶ୍ରା ପ୍ରଦାନ କରିଥାନ୍ତି।
ਗੁਰ ਕਿਰਪਾ ਤੇ ਨਾਉ ਮਨਿ ਵਸੈ ਸਦਾ ਰਹੈ ਉਰਿ ਧਾਰਿ ॥
ଗୁରୁଙ୍କ କୃପାରୁ ମନରେ ହରିନାମ ବାସ କରିଥାଏ, ଯାହା ସର୍ବଦା ହୃଦୟରେ ବାସ କରିଥାଏ।
ਤਿਸਨਾ ਬੁਝੈ ਤਿਪਤਿ ਹੋਇ ਹਰਿ ਕੈ ਨਾਇ ਪਿਆਰਿ ॥
ହରିନାମ ସହିତ ପ୍ରେମ କରିବା ଦ୍ଵାରା ତୃଷ୍ଣା ଦୂର ହୋଇଯାଏ, ମନ ତୃପ୍ତ ହୋଇଯାଏ।
ਨਾਨਕ ਗੁਰਮੁਖਿ ਪਾਈਐ ਹਰਿ ਅਪਨੀ ਕਿਰਪਾ ਧਾਰਿ ॥੩੫॥
ହେ ନାନକ! ଗୁରୁ ସେତେବେଳେ ପ୍ରାପ୍ତ ହୋଇଥାନ୍ତି, ଯେତେବେଳେ ଈଶ୍ଵର ନିଜ କୃପା କରିଥାନ୍ତି||35||
ਬਿਨੁ ਸਬਦੈ ਜਗਤੁ ਬਰਲਿਆ ਕਹਣਾ ਕਛੂ ਨ ਜਾਇ ॥
ଶବ୍ଦ ବିନା ସଂପୂର୍ଣ୍ଣ ଜଗତ ବାଉଳା ହେଉଅଛି, ଏହା ବିଷୟରେ ଆଉ କିଛି କୁହା ଯାଇ ପାରିବ ନାହିଁ।
ਹਰਿ ਰਖੇ ਸੇ ਉਬਰੇ ਸਬਦਿ ਰਹੇ ਲਿਵ ਲਾਇ ॥
ପରମାତ୍ମା ଯାହାର ଯତ୍ନ କରିଥାନ୍ତି, ସେ ଶବ୍ଦରେ ଲୀନ ରହି ରକ୍ଷା ପାଇଯାଏ।
ਨਾਨਕ ਕਰਤਾ ਸਭ ਕਿਛੁ ਜਾਣਦਾ ਜਿਨਿ ਰਖੀ ਬਣਤ ਬਣਾਇ ॥੩੬॥
ହେ ନାନକ! ଯିଏ ଏହି ସୃଷ୍ଟି ରଚନା କରିଛନ୍ତି, ସେହି ବିଧାତା ସବୁ ଜାଣିଥାନ୍ତି||36||
ਹੋਮ ਜਗ ਸਭਿ ਤੀਰਥਾ ਪੜ੍ਹ੍ਹਿ ਪੰਡਿਤ ਥਕੇ ਪੁਰਾਣ ॥
ହୋମ, ଯଜ୍ଞ, ତୀର୍ଥ ଏବଂ ବେଦ-ପୁରାଣ ପାଠ-ପଠନ କରି ପଣ୍ଡିତ ମଧ୍ୟ ହତାଶ ହୋଇ ଯାଇଛନ୍ତି,
ਬਿਖੁ ਮਾਇਆ ਮੋਹੁ ਨ ਮਿਟਈ ਵਿਚਿ ਹਉਮੈ ਆਵਣੁ ਜਾਣੁ ॥
କିନ୍ତୁ ମୋହ-ମାୟାର ଜହର ଦୂର ହୁଏନାହିଁ ଆଉ ଅହଂକାରରେ ଜନ୍ମ ମରଣରେ ରହିଥାଏ।
ਸਤਿਗੁਰ ਮਿਲਿਐ ਮਲੁ ਉਤਰੀ ਹਰਿ ਜਪਿਆ ਪੁਰਖੁ ਸੁਜਾਣੁ ॥
ଯେତେବେଳେ ସଦଗୁରୁ ମିଳିଥାନ୍ତି, ମନର ମଇଳା ଦୂର ହୋଇଯାଏ ଆଉ ମନ ପରମେଶ୍ଵରଙ୍କ ଜପ କରିଥାଏ।
ਜਿਨਾ ਹਰਿ ਹਰਿ ਪ੍ਰਭੁ ਸੇਵਿਆ ਜਨ ਨਾਨਕੁ ਸਦ ਕੁਰਬਾਣੁ ॥੩੭॥
ଗୁରୁ ନାନକ କହନ୍ତି- ଆମେ ତାହାଙ୍କ ପ୍ରତି ସର୍ବଦା ସମର୍ପିତ ଅଟୁ, ଯିଏ ପ୍ରଭୁଙ୍କ ଉପାସନା କରିଥାଏ||37||
ਮਾਇਆ ਮੋਹੁ ਬਹੁ ਚਿਤਵਦੇ ਬਹੁ ਆਸਾ ਲੋਭੁ ਵਿਕਾਰ ॥
ଅଧିକାଂଶ ବ୍ୟକ୍ତି ମାୟା-ମୋହରେ ଫସି ବହୁତ ପାଇବା ପାଇଁ କାମନା କରିଥାଏ, ଏହିପରି ସେ ଲୋଭ ତଥା ବିକାରରେ ପଡିଯାଏ।
ਮਨਮੁਖਿ ਅਸਥਿਰੁ ਨਾ ਥੀਐ ਮਰਿ ਬਿਨਸਿ ਜਾਇ ਖਿਨ ਵਾਰ ॥
ସ୍ଵେଚ୍ଛାଚାରୀକୁ ଶାନ୍ତି ପ୍ରାପ୍ତ ହୁଏନାହିଁ ଆଉ ଏକ କ୍ଷଣରେ ନଷ୍ଟ ହୋଇଯାଏ।
ਵਡ ਭਾਗੁ ਹੋਵੈ ਸਤਿਗੁਰੁ ਮਿਲੈ ਹਉਮੈ ਤਜੈ ਵਿਕਾਰ ॥
ଯଦି ଭାଗ୍ୟ ଉତ୍ତମ ହୋଇଥାଏ, ଜୀବକୁ ସଦଗୁରୁ ମିଳିଯାନ୍ତି ଆଉ ସେ ଅହଂକାର, ବିକାର ତ୍ୟାଗ କରିଥାଏ।
ਹਰਿ ਨਾਮਾ ਜਪਿ ਸੁਖੁ ਪਾਇਆ ਜਨ ਨਾਨਕ ਸਬਦੁ ਵੀਚਾਰ ॥੩੮॥
ହେ ନାନକ! ଶବ୍ଦର ମୁଖ୍ୟ ବିଚାର ଏହା ଯେ ପରମାତ୍ମାଙ୍କ ନାମ ଜପିବା ଦ୍ଵାରା ହିଁ ସଚ୍ଚା ସୁଖ ପ୍ରାପ୍ତ ହୋଇଥାଏ||38||
ਬਿਨੁ ਸਤਿਗੁਰ ਭਗਤਿ ਨ ਹੋਵਈ ਨਾਮਿ ਨ ਲਗੈ ਪਿਆਰੁ ॥
ଗୁରୁଙ୍କ ବୀନା ଭକ୍ତି ହୁଏନାହିଁ ଆଉ ନା ହରିନାମ ସହିତ ପ୍ରେମ ଲାଗିଥାଏ।
ਜਨ ਨਾਨਕ ਨਾਮੁ ਅਰਾਧਿਆ ਗੁਰ ਕੈ ਹੇਤਿ ਪਿਆਰਿ ॥੩੯॥
ହେ ନାନକ! ଈଶ୍ଵରଙ୍କ ଆରାଧନା ଗୁରୁଙ୍କ ପ୍ରେମ ଓ ଇଚ୍ଛା ଦ୍ଵାରା ହିଁ ହୋଇଥାଏ||39||
ਲੋਭੀ ਕਾ ਵੇਸਾਹੁ ਨ ਕੀਜੈ ਜੇ ਕਾ ਪਾਰਿ ਵਸਾਇ ॥
ହେ ଭାଇ! କୌଣସି ଲୋଭୀ ବ୍ୟକ୍ତିକୁ ବିଶ୍ଵାସ କରନାହିଁ।
ਅੰਤਿ ਕਾਲਿ ਤਿਥੈ ਧੁਹੈ ਜਿਥੈ ਹਥੁ ਨ ਪਾਇ ॥
କାରଣ ସେ ଅନ୍ତରେ ଧୋକା ଦେଇଥାଏ, ଯେଉଁଠି ରକ୍ଷା ପାଇବା କଷ୍ଟକର ହୋଇଥାଏ।
ਮਨਮੁਖ ਸੇਤੀ ਸੰਗੁ ਕਰੇ ਮੁਹਿ ਕਾਲਖ ਦਾਗੁ ਲਗਾਇ ॥
ସ୍ଵେଚ୍ଛାଚାରୀର ସଙ୍ଗତ କରିବା ଦ୍ଵାରା ମୁଖରେ ବଦନାମୀର କାଳିମା ଲାଗିଥାଏ।
ਮੁਹ ਕਾਲੇ ਤਿਨ੍ ਲੋਭੀਆਂ ਜਾਸਨਿ ਜਨਮੁ ਗਵਾਇ ॥
ଲୋଭୀର ଇଜ୍ଜତ ହାନୀ ହୋଇଥାଏ ଆଉ ସେ ନିଜ ଜୀବନ ବେକାରରେ ହରାଇ ଥାଏ।
ਸਤਸੰਗਤਿ ਹਰਿ ਮੇਲਿ ਪ੍ਰਭ ਹਰਿ ਨਾਮੁ ਵਸੈ ਮਨਿ ਆਇ ॥
ହେ ଈଶ୍ଵର! ଆମକୁ ସତସଙ୍ଗତରେ ମିଳନ କରାଇ ଦିଅ, ଯେପରି ତୋ'ର ନାମ ଆମର ମନରେ ବାସ କରି ରହିବ।
ਜਨਮ ਮਰਨ ਕੀ ਮਲੁ ਉਤਰੈ ਜਨ ਨਾਨਕ ਹਰਿ ਗੁਨ ਗਾਇ ॥੪੦॥
ଗୁରୁ ନାନକ କହନ୍ତି- ଈଶ୍ଵରଙ୍କ ମହିମାଗାନ କରିବା ଦ୍ଵାରା ଜନ୍ମ-ମରଣର ମଇଳା ଦୂର ହୋଇଯାଏ||40||
ਧੁਰਿ ਹਰਿ ਪ੍ਰਭਿ ਕਰਤੈ ਲਿਖਿਆ ਸੁ ਮੇਟਣਾ ਨ ਜਾਇ ॥
ପ୍ରଭୁ ଆରମ୍ଭରୁ ହିଁ ଭାଗ୍ୟ ଲେଖି ଦେଇଛନ୍ତି, ତାହାକୁ ବଦଳା ଯାଇ ପାରିବ ନାହିଁ।
ਜੀਉ ਪਿੰਡੁ ਸਭੁ ਤਿਸ ਦਾ ਪ੍ਰਤਿਪਾਲਿ ਕਰੇ ਹਰਿ ਰਾਇ ॥
ପ୍ରାଣ, ଶରୀର ସବୁ ତାହାଙ୍କ ଦ୍ଵାରା ଦିଆ ଯାଇଛି, ସେହି ସ୍ରଷ୍ଟା ପରମେଶ୍ଵର ହିଁ ଆମର ପାଳନ-ପୋଷଣ କରିଥାନ୍ତି।
ਚੁਗਲ ਨਿੰਦਕ ਭੁਖੇ ਰੁਲਿ ਮੁਏ ਏਨਾ ਹਥੁ ਨ ਕਿਥਾਊ ਪਾਇ ॥
ଚୁଗୁଲି କରୁଥିବା ଓ ନିନ୍ଦୁକ କ୍ଷୁଧାରେ ସମାପ୍ତ ହୋଇଯାଏ ଆଉ ତାହାକୁ କିଛି ମଧ୍ୟ ମିଳେନାହିଁ।
ਬਾਹਰਿ ਪਾਖੰਡ ਸਭ ਕਰਮ ਕਰਹਿ ਮਨਿ ਹਿਰਦੈ ਕਪਟੁ ਕਮਾਇ ॥
ସେ ବାହାରେ ସବୁ କର୍ମ କରିଥାଏ, ପରନ୍ତୁ ତାହାର ହୃଦୟରେ କପଟ ଭରି ରହିଥାଏ।
ਖੇਤਿ ਸਰੀਰਿ ਜੋ ਬੀਜੀਐ ਸੋ ਅੰਤਿ ਖਲੋਆ ਆਇ ॥
ଶରୀର ରୂପୀ ଖେତରେ ଭଲ-ମନ୍ଦ ବୁଣା ଯାଇଥାଏ, ଶେଷରେ ତାହାର ଫଳ ସମ୍ମୁଖକୁ ଆସିଥାଏ।