Page 1415
ਆਤਮਾ ਰਾਮੁ ਨ ਪੂਜਨੀ ਦੂਜੈ ਕਿਉ ਸੁਖੁ ਹੋਇ ॥
ସ୍ଵେଚ୍ଛାଚାରୀ ପରମାତ୍ମାଙ୍କ ନାମକୁ ସ୍ମରଣ କରେନାହିଁ ଆଉ ନାମ ଠାରୁ ବଞ୍ଚିତ ହୋଇ ଦୁଃଖିତ ହୋଇଥାଏ।
ਹਉਮੈ ਅੰਤਰਿ ਮੈਲੁ ਹੈ ਸਬਦਿ ਨ ਕਾਢਹਿ ਧੋਇ ॥
ତାହାର ମନରେ ଅହଙ୍କାରର ମଇଳା ଭରି ରହିଥାଏ ଆଉ ଶବ୍ଦ ଦ୍ଵାରା ସେହି ମଇଳାକୁ ଧୌତ କରେନାହିଁ।
ਨਾਨਕ ਬਿਨੁ ਨਾਵੈ ਮੈਲਿਆ ਮੁਏ ਜਨਮੁ ਪਦਾਰਥੁ ਖੋਇ ॥੨੦॥
ହେ ନାନକ! ପରମାତ୍ମାଙ୍କ ନାମ ବିନା ସ୍ଵେଚ୍ଛାଚାରୀ ଅହଙ୍କାରର ମଇଳାରେ ସମାପ୍ତ ହୋଇଯାଏ ଆଉ ନିଜ ଜୀବନ ବ୍ୟର୍ଥରେ ହରାଇ ଦେଇଥାଏ||20||
ਮਨਮੁਖ ਬੋਲੇ ਅੰਧੁਲੇ ਤਿਸੁ ਮਹਿ ਅਗਨੀ ਕਾ ਵਾਸੁ ॥
ମନମୁଖୀ ଅନ୍ଧ ଓ ବଧିର ହୋଇଥାଏ, ତାହାର ମନରେ ତୃଷ୍ଣାର ଅଗ୍ନି ରହିଥାଏ।
ਬਾਣੀ ਸੁਰਤਿ ਨ ਬੁਝਨੀ ਸਬਦਿ ਨ ਕਰਹਿ ਪ੍ਰਗਾਸੁ ॥
ସେ ବାଣୀକୁ ବୁଝେ ନାହିଁ ଆଉ ନା ଶବ୍ଦ ଦ୍ଵାରା ପ୍ରଜ୍ଜ୍ଵଳିତ ହୁଏନାହିଁ।
ਓਨਾ ਆਪਣੀ ਅੰਦਰਿ ਸੁਧਿ ਨਹੀ ਗੁਰ ਬਚਨਿ ਨ ਕਰਹਿ ਵਿਸਾਸੁ ॥
ତାହା ପାଖରେ ନିଜର ଜ୍ଞାନ ନଥାଏ, ଗୁରୁଙ୍କ ବଚନ ପ୍ରତି ମଧ୍ୟ ଭରସା ନଥାଏ।
ਅੰਦਰਿ ਗੁਰ ਸਬਦੁ ਹੈ ਨਿਤ ਹਰਿ ਲਿਵ ਸਦਾ ਵਿਗਾਸੁ ॥
ଜ୍ଞାନୀର ମନରେ ଗୁରୁ ଉପଦେଶ ସ୍ଥାପିତ ହୋଇଥାଏ ଆଉ ସେ ଈଶ୍ଵରଙ୍କ ଧ୍ୟାନରେ ସର୍ବଦା ପ୍ରସନ୍ନ ରହିଥାଏ।
ਹਰਿ ਗਿਆਨੀਆ ਕੀ ਰਖਦਾ ਹਉ ਸਦ ਬਲਿਹਾਰੀ ਤਾਸੁ ॥
ଜ୍ଞାନୀକୁ ପ୍ରଭୁ ହିଁ ମୋହ-ମାୟା ଠାରୁ ରକ୍ଷା କରିଥାନ୍ତି, ଏପରି ବ୍ୟକ୍ତି ପ୍ରତି ମୁଁ ସର୍ବଦା ସମର୍ପିତ ଯାଇଥାଏ।
ਗੁਰਮੁਖਿ ਜੋ ਹਰਿ ਸੇਵਦੇ ਜਨ ਨਾਨਕੁ ਤਾ ਕਾ ਦਾਸੁ ॥੨੧॥
ଗୁରୁ ନାନକ କହନ୍ତି ଯେ ଯେଉଁ ଗୁରୁମୁଖୀ ଈଶ୍ଵରଙ୍କ ଆରାଧନା କରିଥାଏ, ଆମେ ତାହାଙ୍କ ଦାସ ଅଟୁ||21||
ਮਾਇਆ ਭੁਇਅੰਗਮੁ ਸਰਪੁ ਹੈ ਜਗੁ ਘੇਰਿਆ ਬਿਖੁ ਮਾਇ ॥
ମାୟା ବିଷାକ୍ତ ନାଗୁଣୀ ଅଟେ, ଏହାର ଜହର ସମଗ୍ର ଜଗତକୁ ଘେରି ରଖିଛି।
ਬਿਖੁ ਕਾ ਮਾਰਣੁ ਹਰਿ ਨਾਮੁ ਹੈ ਗੁਰ ਗਰੁੜ ਸਬਦੁ ਮੁਖਿ ਪਾਇ ॥
ଜହରକୁ ଅନ୍ତ କରିଥାଏ ଆଉ ଗୁରୁ ରୂପୀ ଗରୁଡ ମୁଖରେ ଶବ୍ଦ ଢାଳିଥାନ୍ତି।
ਜਿਨ ਕਉ ਪੂਰਬਿ ਲਿਖਿਆ ਤਿਨ ਸਤਿਗੁਰੁ ਮਿਲਿਆ ਆਇ ॥
ଯାହାର ଭାଗ୍ୟରେ ପ୍ରାରମ୍ଭରୁ ଲେଖା ହୋଇଥାଏ, ସଦଗୁରୁଙ୍କ ସହିତ ତାହାର ମିଳନ ହୋଇଯାଏ।
ਮਿਲਿ ਸਤਿਗੁਰ ਨਿਰਮਲੁ ਹੋਇਆ ਬਿਖੁ ਹਉਮੈ ਗਇਆ ਬਿਲਾਇ ॥
ସଦଗୁରୁଙ୍କ ସହିତ ମିଳନ କରି ମନ ନିର୍ମଳ ହୋଇଯାଏ ଆଉ ଅଭିମାନ ରୂପୀ ଜହର ବାହାରି ଯାଇଥାଏ।
ਗੁਰਮੁਖਾ ਕੇ ਮੁਖ ਉਜਲੇ ਹਰਿ ਦਰਗਹ ਸੋਭਾ ਪਾਇ ॥
ଗୁରୁମୁଖୀ ପ୍ରାଣୀର ମୁଖ ଉଜ୍ଜଳ ହୋଇଥାଏ ଆଉ ପ୍ରଭୁ ଦରବାରରେ ଶୋଭାର ପାତ୍ର ବନିଥାଏ।
ਜਨ ਨਾਨਕੁ ਸਦਾ ਕੁਰਬਾਣੁ ਤਿਨ ਜੋ ਚਾਲਹਿ ਸਤਿਗੁਰ ਭਾਇ ॥੨੨॥
ଗୁରୁ ନାନକ କହନ୍ତି - ଯିଏ ସଦଗୁରୁଙ୍କ ଆଜ୍ଞା ଅନୁସାରେ ଚାଲିଥାଏ, ମୁଁ ତାହାଙ୍କ ପ୍ରତି ସର୍ବଦା ସମର୍ପିତ ଯାଇଥାଏ||22||
ਸਤਿਗੁਰ ਪੁਰਖੁ ਨਿਰਵੈਰੁ ਹੈ ਨਿਤ ਹਿਰਦੈ ਹਰਿ ਲਿਵ ਲਾਇ ॥
ପ୍ରେମର ମୂର୍ତ୍ତ ସଦଗୁରୁ ନିଃଶତ୍ରୁ ଅଟନ୍ତି, ତାହାଙ୍କ ହୃଦୟରେ ସର୍ବଦା ପ୍ରଭ-ଭକ୍ତିର ଲଗ୍ନ ଲାଗି ରହିଥାଏ।
ਨਿਰਵੈਰੈ ਨਾਲਿ ਵੈਰੁ ਰਚਾਇਦਾ ਅਪਣੈ ਘਰਿ ਲੂਕੀ ਲਾਇ ॥
ଯିଏ ସଜ୍ଜନଙ୍କ ସହିତ ଶତ୍ରୁତା କରିଥାଏ, ସେ ନିଜ ଘରେ ଅଗ୍ନି ଲଗାଇ ଥାଏ।
ਅੰਤਰਿ ਕ੍ਰੋਧੁ ਅਹੰਕਾਰੁ ਹੈ ਅਨਦਿਨੁ ਜਲੈ ਸਦਾ ਦੁਖੁ ਪਾਇ ॥
ମନରେ କ୍ରୋଧ ଓ ଅହଂକାର କାରଣରୁ ସେ ପ୍ରତିଦିନ ଜଳିଥାଏ ଆଉ ସର୍ବଦା ଦୁଃଖୀ ହୋଇଥାଏ।
ਕੂੜੁ ਬੋਲਿ ਬੋਲਿ ਨਿਤ ਭਉਕਦੇ ਬਿਖੁ ਖਾਧੇ ਦੂਜੈ ਭਾਇ ॥
ସେ ମିଥ୍ୟା କଥା କହି ନିତ୍ୟ ଭୁକିଥାଏ ଆଉ ଦୈତ୍ୟଭାବର ଜହର ସେବନ କରିଥାଏ।
ਬਿਖੁ ਮਾਇਆ ਕਾਰਣਿ ਭਰਮਦੇ ਫਿਰਿ ਘਰਿ ਘਰਿ ਪਤਿ ਗਵਾਇ ॥
ଏପରି ବ୍ୟକ୍ତି ମାୟା ଜହର ପାଇଁ ପଥଭ୍ରଷ୍ଟ ରହିଥାଏ ଆଉ ଇଜ୍ଜତ ହରାଇ ଥାଏ।
ਬੇਸੁਆ ਕੇਰੇ ਪੂਤ ਜਿਉ ਪਿਤਾ ਨਾਮੁ ਤਿਸੁ ਜਾਇ ॥
ବେଶ୍ୟାର ପୁତ୍ର ଭଳି ତାହାକୁ (ଗୁରୁ) ପିତାଙ୍କ ନାମ ମିଳେନାହିଁ।
ਹਰਿ ਹਰਿ ਨਾਮੁ ਨ ਚੇਤਨੀ ਕਰਤੈ ਆਪਿ ਖੁਆਇ ॥
ସେ ଈଶ୍ଵରଙ୍କୁ ସ୍ମରଣ କରେନାହିଁ ଆଉ ସ୍ଵୟଂ ହିଁ ଦୁଃଖ-ଯନ୍ତ୍ରଣାରେ ଧ୍ଵଂସ ହୋଇଥାଏ।
ਹਰਿ ਗੁਰਮੁਖਿ ਕਿਰਪਾ ਧਾਰੀਅਨੁ ਜਨ ਵਿਛੁੜੇ ਆਪਿ ਮਿਲਾਇ ॥
ପରମାତ୍ମା କୃପା କରି ସ୍ଵୟଂ ହିଁ ବିଚ୍ଛେଦ ଜୀବକୁ ମିଳାଇ ନେଇଥାନ୍ତି।
ਜਨ ਨਾਨਕੁ ਤਿਸੁ ਬਲਿਹਾਰਣੈ ਜੋ ਸਤਿਗੁਰ ਲਾਗੇ ਪਾਇ ॥੨੩॥
ଗୁରୁ ନାନକ କହନ୍ତି- ଯିଏ ସଦଗୁରୁଙ୍କ ଚରଣରେ ଲାଗିଥାଏ, ମୁଁ ତାହାଙ୍କ ପ୍ରତି ସମର୍ପିତ ଯାଇଥାଏ||23||
ਨਾਮਿ ਲਗੇ ਸੇ ਊਬਰੇ ਬਿਨੁ ਨਾਵੈ ਜਮ ਪੁਰਿ ਜਾਂਹਿ ॥
ହରିନାମରେ ଲୀନ ହେବା ବାଲା ରକ୍ଷା ପାଇଯାଏ, ଅନ୍ୟଥା ନାମ ବିହୀନ ରହି ଯମପୁରୀ ଯିବାକୁ ପଡିଥାଏ।
ਨਾਨਕ ਬਿਨੁ ਨਾਵੈ ਸੁਖੁ ਨਹੀ ਆਇ ਗਏ ਪਛੁਤਾਹਿ ॥੨੪॥
ହେ ନାନକ! ହରିନାମ ବିନା ସୁଖ ପ୍ରାପ୍ତ ହୁଏନାହିଁ ଆଉ ଜନ୍ମ-ମରଣରେ ରହି ପଶ୍ଚାତାପ କରିଥାଏ||24||
ਚਿੰਤਾ ਧਾਵਤ ਰਹਿ ਗਏ ਤਾਂ ਮਨਿ ਭਇਆ ਅਨੰਦੁ ॥
ଯେତେବେଳେ ଚିନ୍ତା ଦୂର ହୋଇଯାଏ, ମନରେ ଆନନ୍ଦ ଜାତ ହୋଇଥାଏ।
ਗੁਰ ਪ੍ਰਸਾਦੀ ਬੁਝੀਐ ਸਾ ਧਨ ਸੁਤੀ ਨਿਚਿੰਦ ॥
ଗୁରୁଙ୍କ କୃପାରୁ ତଥ୍ୟକୁ ବୁଝିବା ବାଲା ଜୀବ-ସ୍ତ୍ରୀ ନିଶ୍ଚିନ୍ତ ହୋଇ ଶୟନ କରିଥାଏ।
ਜਿਨ ਕਉ ਪੂਰਬਿ ਲਿਖਿਆ ਤਿਨ੍ਹ੍ਹਾ ਭੇਟਿਆ ਗੁਰ ਗੋਵਿੰਦੁ ॥
ଯାହାର ଭାଗ୍ୟରେ ପୂର୍ବରୁ ଲେଖା ହୋଇଥାଏ, ଗୁରୁ-ପରମେଶ୍ଵରଙ୍କ ସହିତ ତାହାର ସାକ୍ଷାତ ହୋଇଯାଏ।
ਨਾਨਕ ਸਹਜੇ ਮਿਲਿ ਰਹੇ ਹਰਿ ਪਾਇਆ ਪਰਮਾਨੰਦੁ ॥੨੫॥
ହେ ନାନକ! ଯିଏ ସ୍ଵାଭାବିକ ଅବସ୍ଥାରେ ରହିଥାଏ, ସେ ପରମାନନ୍ଦ ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ||25||
ਸਤਿਗੁਰੁ ਸੇਵਨਿ ਆਪਣਾ ਗੁਰ ਸਬਦੀ ਵੀਚਾਰਿ ॥
ଯିଏ ଗୁରୁ-ଶବ୍ଦର ଚିନ୍ତନ କରି ସଦଗୁରୁଙ୍କ ସେବା କରିଥାଏ।
ਸਤਿਗੁਰ ਕਾ ਭਾਣਾ ਮੰਨਿ ਲੈਨਿ ਹਰਿ ਨਾਮੁ ਰਖਹਿ ਉਰ ਧਾਰਿ ॥
ସଦଗୁରୁଙ୍କ ଇଚ୍ଛାକୁ ମାନି ପରମାତ୍ମାଙ୍କୁ ନିଜ ହୃଦୟରେ ସ୍ଥାପନ କରିଥାଏ,
ਐਥੈ ਓਥੈ ਮੰਨੀਅਨਿ ਹਰਿ ਨਾਮਿ ਲਗੇ ਵਾਪਾਰਿ ॥
ସେ ଲୋକ-ପରଲୋକରେ ଯଶ ପ୍ରାପ୍ତ କରିଥାଏ ଆଉ ହରିନାମର ବ୍ୟାପାରରେ ଲୀନ ରହିଥାଏ।
ਗੁਰਮੁਖਿ ਸਬਦਿ ਸਿਞਾਪਦੇ ਤਿਤੁ ਸਾਚੈ ਦਰਬਾਰਿ ॥
ସେ ଗୁରୁଙ୍କ ଉପଦେଶ ଦ୍ଵାରା ସଚ୍ଚା ଦରବାରରେ ସ୍ଵୀକୃତ ହୋଇଥାଏ।
ਸਚਾ ਸਉਦਾ ਖਰਚੁ ਸਚੁ ਅੰਤਰਿ ਪਿਰਮੁ ਪਿਆਰੁ ॥
ତାହାର ମନରେ ପ୍ରଭୁଙ୍କ ସହିତ ପ୍ରେମ ବନି ରହିଥାଏ ଆଉ ତାହାର ସଉଦା ଓ ଖର୍ଚ୍ଚ ସଚ୍ଚା ହୋଇଥାଏ।
ਜਮਕਾਲੁ ਨੇੜਿ ਨ ਆਵਈ ਆਪਿ ਬਖਸੇ ਕਰਤਾਰਿ ॥
ଯମରାଜ ତାହାଙ୍କ ନିକଟକୁ ଆସନ୍ତି ନାହିଁ ଆଉ ପ୍ରଭୁ ସ୍ଵୟଂ ହିଁ ଆଶୀର୍ବାଦ ଦେଇଥାନ୍ତି।