Guru Granth Sahib Translation Project

guru granth sahib odia page-1400

Page 1400

ਤਾਰਣ ਤਰਣ ਸਮ੍ਰਥੁ ਕਲਿਜੁਗਿ ਸੁਨਤ ਸਮਾਧਿ ਸਬਦ ਜਿਸੁ ਕੇਰੇ ॥ କଳିଯୁଗରେ ଏକମାତ୍ର ସେ ହିଁ ସଂସାରର ବନ୍ଧନରୁ ମୁକ୍ତ କରିବା ବାଲା ଏବଂ ସର୍ବକଳା ସମର୍ଥ ଅଟନ୍ତି, ତାହାଙ୍କ ପବିତ୍ର ଉପଦେଶ ଶୁଣିବା ଦ୍ଵାରା ଜୀବ ପ୍ରଭୁ ଧ୍ୟାନରେ ଲୀନ ହୋଇଯାଏ।
ਫੁਨਿ ਦੁਖਨਿ ਨਾਸੁ ਸੁਖਦਾਯਕੁ ਸੂਰਉ ਜੋ ਧਰਤ ਧਿਆਨੁ ਬਸਤ ਤਿਹ ਨੇਰੇ ॥ ସେ ସୁଖ ଦେବା ବାଲା ସୂର୍ଯ୍ୟ ଅଟନ୍ତି, ଯିଏ ତାହାଙ୍କ ଧ୍ୟାନ କରିଥାନ୍ତି, ଗୁରୁ ରାମଦାସ ତାହାଙ୍କ ନିକଟରେ ହିଁ ରହିଥାନ୍ତି ଏବଂ ପୁଣି ଦୁଃଖରେ ନାଶ ହୋଇଯାଏ।
ਪੂਰਉ ਪੁਰਖੁ ਰਿਦੈ ਹਰਿ ਸਿਮਰਤ ਮੁਖੁ ਦੇਖਤ ਅਘ ਜਾਹਿ ਪਰੇਰੇ ॥ ସେ ହିଁ ପୂର୍ଣ୍ଣ ପୁରୁଷ ଅଟନ୍ତି, ସେ ନିଜ ମନରେ ଈଶ୍ଵରଙ୍କ ସ୍ମରଣ କରିଥାନ୍ତି, ତାହାଙ୍କ ଦର୍ଶନ ଦ୍ଵାରା ପାପ-ଦୋଷ ନିବୃତ୍ତ ହୋଇଯାଏ।
ਜਉ ਹਰਿ ਬੁਧਿ ਰਿਧਿ ਸਿਧਿ ਚਾਹਤ ਗੁਰੂ ਗੁਰੂ ਗੁਰੁ ਕਰੁ ਮਨ ਮੇਰੇ ॥੫॥੯॥ ଯଦି ବୁଦ୍ଧି, ରିଦ୍ଧି-ସିଦ୍ଧି ସେହି ଈଶ୍ଵରଙ୍କୁ ପାଇବା ପାଇଁ ଚାହିଁ ଥାଆନ୍ତି, ହେ ମନ! ଗୁରୁଙ୍କ ସ୍ତୁତିଗାନ କର, ଗୁରୁ-ଗୁରୁ ଜପ କର||5||9||
ਗੁਰੂ ਮੁਖੁ ਦੇਖਿ ਗਰੂ ਸੁਖੁ ਪਾਯਉ ॥ ଯେତେବେଳେ ଗୁରୁ ଅମରଦାସଙ୍କ ଭାଇ ଜେଠା ଅର୍ଥାତ ଗୁରୁ ରାମଦାସ ଦର୍ଶନ କରିଛନ୍ତି, ତାହାଙ୍କୁ ପରମ ସୁଖ ପ୍ରାପ୍ତ ହୋଇଛି।
ਹੁਤੀ ਜੁ ਪਿਆਸ ਪਿਊਸ ਪਿਵੰਨ ਕੀ ਬੰਛਤ ਸਿਧਿ ਕਉ ਬਿਧਿ ਮਿਲਾਯਉ ॥ ତାହାଙ୍କ ମନରେ ଅନେକ ବର୍ଷରୁ ଅମୃତପାନର ଯେଉଁ ତୃଷ୍ଣା ଥିଲା, ସେହି ଅଭିଳାଷର ସିଦ୍ଧି ପାଇଁ ଈଶ୍ଵର ଭାଇ ଜେଠା ଅର୍ଥାତ ଗୁରୁ ରାମଦାସଙ୍କ ଶାନ୍ତିର ପୁଞ୍ଜି ଗୁରୁ ଅମରଦାସଙ୍କ ସହିତ ମିଳନ କରାଇ ଦେଇଛନ୍ତି।
ਪੂਰਨ ਭੋ ਮਨ ਠਉਰ ਬਸੋ ਰਸ ਬਾਸਨ ਸਿਉ ਜੁ ਦਹੰ ਦਿਸਿ ਧਾਯਉ ॥ ଯେଉଁ ମନ ରସ-ବାସନା ପଛରେ ପଡି ଦଶ ଦିଗରେ ଦୌଡି ଥିଲା, ସେ ଗୁରୁଙ୍କ ମିଳନ ଦ୍ଵାରା ତୃପ୍ତ ହୋଇ ତିଷ୍ଠି ରହିଛି।
ਗੋਬਿੰਦ ਵਾਲੁ ਗੋਬਿੰਦ ਪੁਰੀ ਸਮ ਜਲੵਨ ਤੀਰਿ ਬਿਪਾਸ ਬਨਾਯਉ ॥ ବ୍ୟାସ ନଦୀ କୂଳରେ ଯେଉଁ ନମ୍ରତା ଏବଂ ପ୍ରେମର ମୂର୍ତ୍ତି ଗୁରୁ ଅମରଦାସ ବୈକୁଣ୍ଠ ସମାନ ଗୋବିନ୍ଦୱାଲ ନଗର ସ୍ଥାପନ କରିଛନ୍ତି,
ਗਯਉ ਦੁਖੁ ਦੂਰਿ ਬਰਖਨ ਕੋ ਸੁ ਗੁਰੂ ਮੁਖੁ ਦੇਖਿ ਗਰੂ ਸੁਖੁ ਪਾਯਉ ॥੬॥੧੦॥ ସେହି ଗୁରୁଙ୍କ ଦର୍ଶନ ଦ୍ଵାରା ଗୁରୁ ରାମଦାସଙ୍କୁ ବହୁତ ସୁଖ ପ୍ରାପ୍ତ ହୋଇଛି ଏବଂ ତାହାଙ୍କ ଅନେକ ବର୍ଷର ଦୁଃଖ ଦୂର ହୋଇ ଯାଇଛି||6||10||
ਸਮਰਥ ਗੁਰੂ ਸਿਰਿ ਹਥੁ ਧਰੵਉ ॥ ସମର୍ଥ ଗୁରୁ ଅମରଦାସ ଗୁରୁ ରାମଦାସଙ୍କ ମସ୍ତକରେ ହାତ ରଖିଛନ୍ତି,
ਗੁਰਿ ਕੀਨੀ ਕ੍ਰਿਪਾ ਹਰਿ ਨਾਮੁ ਦੀਅਉ ਜਿਸੁ ਦੇਖਿ ਚਰੰਨ ਅਘੰਨ ਹਰ੍ਉ ॥ ସେହି ଗୁରୁ କୃପା କରି ତାହାଙ୍କୁ ହରିନାମ ପ୍ରଦାନ କରିଛନ୍ତି, ଯେଉଁ ଦୟାର ମୂର୍ତ୍ତି ସଦଗୁରୁ ଅମରଦାସଙ୍କ ଚରଣ ଦର୍ଶନ ଦ୍ଵାରା ପାପ ଦୂର ହୋଇଯାଏ।
ਨਿਸਿ ਬਾਸੁਰ ਏਕ ਸਮਾਨ ਧਿਆਨ ਸੁ ਨਾਮ ਸੁਨੇ ਸੁਤੁ ਭਾਨ ਡਰ੍ਉ ॥ ପୁଣି ସେ ଦିନରାତି ହରିଙ୍କ ଧ୍ୟାନରେ ଲୀନ ରହିବାକୁ ଲାଗିଛନ୍ତି, ସେହି ହରିନାମକୁ ଶୁଣି ସୂର୍ଯ୍ୟ ପୁତ୍ର ଯମରାଜ ମଧ୍ୟ ଭୟ କରି ପାଖକୁ ଆସନ୍ତି ନାହିଁ।
ਭਨਿ ਦਾਸ ਸੁ ਆਸ ਜਗਤ੍ਰ ਗੁਰੂ ਕੀ ਪਾਰਸੁ ਭੇਟਿ ਪਰਸੁ ਕਰ੍ਉ ॥ ଦାସ ନଲ୍ହ କହନ୍ତି ଯେ ତାହାଙ୍କୁ ଜଗଦଗୁରୁଙ୍କ ହିଁ ଆଶା ଥିଲା, ପାରସ ସମାନ ମହାନ ପୁରୁଷ ଅମରଦାସଙ୍କୁ ମିଳନ କରି ସେ ମଧ୍ୟ ପାରସ ଭଳି ମହାନ ହୋଇ ଯାଇଛନ୍ତି।
ਰਾਮਦਾਸੁ ਗੁਰੂ ਹਰਿ ਸਤਿ ਕੀਯਉ ਸਮਰਥ ਗੁਰੂ ਸਿਰਿ ਹਥੁ ਧਰ੍ਉ ॥੭॥੧੧॥ ଗୂର ରାମଦାସଙ୍କୁ ଈଶ୍ଵର ଅଟଳ ବନାଇ ଦେଇଛନ୍ତି, ସମର୍ଥ ଗୁରୁ ଅମରଦାସ ତାହାଙ୍କ ମସ୍ତକ ଉପରେ ହାତ ରଖିଥିଲେ||7||11||
ਅਬ ਰਾਖਹੁ ਦਾਸ ਭਾਟ ਕੀ ਲਾਜ ॥ ହେ ପୂର୍ଣ୍ଣ ଗୁରୁ! ବର୍ତ୍ତମାନ ଦାସ ନଲ୍ହ ଭାଟଙ୍କ ମାନ ଏହିଭଳି ରକ୍ଷା କର,
ਜੈਸੀ ਰਾਖੀ ਲਾਜ ਭਗਤ ਪ੍ਰਹਿਲਾਦ ਕੀ ਹਰਨਾਖਸ ਫਾਰੇ ਕਰ ਆਜ ॥ ଯେପରି ଭକ୍ତ ପ୍ରହଲାଦଙ୍କ ମାନ ରକ୍ଷା କରିଥିଲ ଆଉ ଦୁଷ୍ଟ ହିରଣ୍ୟକାଶୀପୁକୁ ନଖରେ ବିଦାରି ଦେଇଥିଲ।
ਫੁਨਿ ਦ੍ਰੋਪਤੀ ਲਾਜ ਰਖੀ ਹਰਿ ਪ੍ਰਭ ਜੀ ਛੀਨਤ ਬਸਤ੍ਰ ਦੀਨ ਬਹੁ ਸਾਜ ॥ ହେ ପ୍ରଭୁ! ପୁଣି ତୁମେ ଦ୍ରୌପଦୀଙ୍କ ମାନ ରକ୍ଷା କରିଥିଲ, ତାହାଙ୍କ ବସ୍ତ୍ର ହରଣ ସମୟରେ ଅଗଣିତ ବସ୍ତ୍ର ପ୍ରଦାନ କରିଥିଲ।
ਸੋਦਾਮਾ ਅਪਦਾ ਤੇ ਰਾਖਿਆ ਗਨਿਕਾ ਪੜ੍ਹਤ ਪੂਰੇ ਤਿਹ ਕਾਜ ॥ ସୁଦାମଙ୍କୁ କଷ୍ଟ ଦାଉରୁ ରକ୍ଷା କରିଥିଲ ଆଉ ରାମନାମ ପଢିବା ମାତ୍ରେ ଗଣିକାର ଜୀବନ ମଧ୍ୟ ସଫଳ ହୋଇ ଯାଇଛି।
ਸ੍ਰੀ ਸਤਿਗੁਰ ਸੁਪ੍ਰਸੰਨ ਕਲਜੁਗ ਹੋਇ ਰਾਖਹੁ ਦਾਸ ਭਾਟ ਕੀ ਲਾਜ ॥੮॥੧੨॥ ହେ ଶ୍ରୀ ସଦଗୁରୁ! ଏବେ ଏହି କଳିଯୁଗରେ ସୁପ୍ରସନ୍ନ ହୋଇ ଦାସ ନଲ୍ହ ଭାଟଙ୍କ ମାନ ମଧ୍ୟ ରକ୍ଷା କରିଥିଲ||18||12||
ਝੋਲਨਾ ॥ ଝୋଳନା॥
ਗੁਰੂ ਗੁਰੁ ਗੁਰੂ ਗੁਰੁ ਗੁਰੂ ਜਪੁ ਪ੍ਰਾਨੀਅਹੁ ॥ ହେ ପ୍ରାଣୀ, ସର୍ବଦା ‘ଗୁରୁ-ଗୁରୁ’ ଜପ କର,
ਸਬਦੁ ਹਰਿ ਹਰਿ ਜਪੈ ਨਾਮੁ ਨਵ ਨਿਧਿ ਅਪੈ ਰਸਨਿ ਅਹਿਨਿਸਿ ਰਸੈ ਸਤਿ ਕਰਿ ਜਾਨੀਅਹੁ ॥ ସେ ମଧ୍ୟ ହରିନାମ ହିଁ ଜପ କରିଥାନ୍ତି, ସେ ନିଜ ଶିଷ୍ୟ-ଜିଜ୍ଞାସୁକୁ ସୁଖର ଭଣ୍ଡାର ନାମ ହିଁ ଦାନ କରିଥାନ୍ତି ଆଉ ନିଜ ଜିହ୍ଵାରେ ଦିନରାତି ହରିନାମ କୀର୍ତ୍ତନ କରିଥାନ୍ତି, ଏହି ସତ୍ୟକୁ ମାନି ନିଅ।
ਫੁਨਿ ਪ੍ਰੇਮ ਰੰਗ ਪਾਈਐ ਗੁਰਮੁਖਹਿ ਧਿਆਈਐ ਅੰਨ ਮਾਰਗ ਤਜਹੁ ਭਜਹੁ ਹਰਿ ਗੵਾਨੀਅਹੁ ॥ ଯିଏ ଗୁରୁଙ୍କ ଠାରୁ ଉପଦେଶ ପାଇ ଧ୍ୟାନ କରିଥାଏ, ସେ ହିଁ ପ୍ରେମ ରଙ୍ଗ ପ୍ରାପ୍ତ କରିଥାଏ, ହେ ଜ୍ଞାନୀ! ଅନ୍ୟ ସବୁ ରାସ୍ତା ପରିତ୍ୟାଗ କରି ପରମାତ୍ମାଙ୍କ ଭଜନ କର।
ਬਚਨ ਗੁਰ ਰਿਦਿ ਧਰਹੁ ਪੰਚ ਭੂ ਬਸਿ ਕਰਹੁ ਜਨਮੁ ਕੁਲ ਉਧਰਹੁ ਦ੍ਵਾਰਿ ਹਰਿ ਮਾਨੀਅਹੁ ॥ ଗୁରୁନ ବଚନ ହୃଦୟରେ ଧାରଣ କରିବା ଦ୍ଵାରା ପାଞ୍ଚ ବିକାର ବଶରେ ଆସିଥାଏ, ଜନ୍ମ ସଫଳ ହୋଇଯାଏ ଏବଂ ସଂପୂର୍ଣ୍ଣ କୁଳର ଉଦ୍ଧାର ହୋଇଯାଏ ଆଉ ପ୍ରଭୁଙ୍କ ଦ୍ଵାରରେ ସମ୍ମାନ ପ୍ରାପ୍ତ ହୋଇଥାଏ।
ਜਉ ਤ ਸਭ ਸੁਖ ਇਤ ਉਤ ਤੁਮ ਬੰਛਵਹੁ ਗੁਰੂ ਗੁਰੁ ਗੁਰੂ ਗੁਰੁ ਗੁਰੂ ਜਪੁ ਪ੍ਰਾਨੀਅਹੁ ॥੧॥੧੩॥ ହେ ପ୍ରାଣୀ! ଯଦି ଲୋକ-ପରଲୋକରେ ତୁମେ ସର୍ବସୁଖ ପାଇବାକୁ ଚାହଁ, ତାହାହେଲେ ‘ଗୁରୁ-ଗୁରୁ’ ଜପ କର||1||13||
ਗੁਰੂ ਗੁਰੁ ਗੁਰੂ ਗੁਰੁ ਗੁਰੂ ਜਪਿ ਸਤਿ ਕਰਿ ॥ ଗୁରୁଙ୍କୁ ସତ୍ୟ ମାନି ସର୍ବଦା ତାହାଙ୍କ ଜପ କର ଆଉ ‘ଗୁରୁ-ଗୁରୁ’ ଜପ କର।
ਅਗਮ ਗੁਨ ਜਾਨੁ ਨਿਧਾਨੁ ਹਰਿ ਮਨਿ ਧਰਹੁ ਧੵਾਨੁ ਅਹਿਨਿਸਿ ਕਰਹੁ ਬਚਨ ਗੁਰ ਰਿਦੈ ਧਰਿ ॥ ଅନନ୍ତ ଗୁଣକୁ ଜାଣି ସୁଖ ନିଧାନ ହରିଙ୍କୁ ମନରେ ଧାରଣ କର, ସର୍ବଦା ଗୁରୁଙ୍କ ବଚନକୁ ହୃଦୟରେ ଧାରଣ କର।
ਫੁਨਿ ਗੁਰੂ ਜਲ ਬਿਮਲ ਅਥਾਹ ਮਜਨੁ ਕਰਹੁ ਸੰਤ ਗੁਰਸਿਖ ਤਰਹੁ ਨਾਮ ਸਚ ਰੰਗ ਸਰਿ ॥ ପୁନଃ ଗୁରୁ ରୂପୀ ଅଥଳ ନିର୍ମଳ ଜଳ ସାଗରରେ ସ୍ନାନ କର, ହେ ସନ୍ଥ, ଗୁରୁଙ୍କ ଶିଷ୍ୟ! ସଚ୍ଚା ନାମର ସରୋବରରେ ସ୍ନାନ କର।
ਸਦਾ ਨਿਰਵੈਰੁ ਨਿਰੰਕਾਰੁ ਨਿਰਭਉ ਜਪੈ ਪ੍ਰੇਮ ਗੁਰ ਸਬਦ ਰਸਿ ਕਰਤ ਦ੍ਰਿੜੁ ਭਗਤਿ ਹਰਿ ॥ ଗୁରୁ ରାମଦାସ ସର୍ବଦା ନିଃଶତ୍ରୁ, ନିରାକାର, ନିର୍ଭୟ ପରମାତ୍ମାଙ୍କ ଜପ କରିଥାନ୍ତି। ସେ ଶବ୍ଦ-ଗୁରୁଙ୍କ ପ୍ରେମ ଏବଂ ରସରେ ହରିଭକ୍ତି ହିଁ ଦୃଢ କରାଇ ଥାଆନ୍ତି।
ਮੁਗਧ ਮਨ ਭ੍ਰਮੁ ਤਜਹੁ ਨਾਮੁ ਗੁਰਮੁਖਿ ਭਜਹੁ ਗੁਰੂ ਗੁਰੁ ਗੁਰੂ ਗੁਰੁ ਗੁਰੂ ਜਪੁ ਸਤਿ ਕਰਿ ॥੨॥੧੪॥ ହେ ମୂର୍ଖ ମନ! ଭ୍ରମ ତ୍ୟାଗ କରି ଗୁରୁ-ପରମେଶ୍ଵରଙ୍କ ଭଜନ କର, ଗୁରୁଙ୍କୁ ସତ୍ୟ ମାନି ତାହାଙ୍କ ଜପ କର||2||14||
error: Content is protected !!
Scroll to Top